ଫୁରସତ |

ଆତ୍ମହତ୍ୟା ପ୍ରବୃତ୍ତି ଅସ୍ଥାୟୀ

ଆତ୍ମହତ୍ୟା ପ୍ରବୃତ୍ତି ଅସ୍ଥାୟୀ

ନୂଆଦିଲ୍ଲୀ,୧୩।୯: ବିଶ୍ୱରେ ଯେତେ ମୃତ୍ୟୁ ଘଟୁଛି ତାହାର ଏକ ପ୍ରମୁଖ କାରଣ ହେଉଛି ଆତ୍ମହତ୍ୟା। ଏନେଇ ବିଶ୍ୱ ସ୍ବାସ୍ଥ୍ୟ ସଗଂଠନ(ଡବ୍ଲ୍ୟୁଏଚ୍‌ଓ) ଚିନ୍ତା ପ୍ରକଟ କରିଛି। କାରଣ ଆତ୍ମହତ୍ୟା ଏକ ମାନସିକ ସ୍ବାସ୍ଥ୍ୟ ସମସ୍ୟା। ଆର୍ଥିକ ଦୁଃସ୍ଥିତି, ସନ୍ତାନଙ୍କ ମୃତ୍ୟୁ, ସମ୍ପର୍କ ଭାଙ୍ଗିଯିବା ଆଦି ପରିସ୍ଥିତି ଯୋଗୁ ଆତ୍ମହତ୍ୟା ଘଟଣା ଘଟିଥାଏ। ସେହିପରି ସଂଘର୍ଷ, ଦୁର୍ବ୍ୟବହାର ଓ ଭେଦଭାବର ଶିକାର ଲୋକ, ବିଚ୍ଛିନ୍ନ ହୋଇ ରହୁଥିବା ବ୍ୟକ୍ତି, ଶରଣାର୍ଥୀ, ପ୍ରବାସୀ, ଯୌନ ପୀଡ଼ିତଙ୍କ କ୍ଷେତ୍ରରେ ଆତ୍ମହତ୍ୟାଜନିତ ମୃତ୍ୟୁ ଆଶଙ୍କା ଅଧିକ। ଅନେକେ ସାଂସ୍କୃତିକ, ସାମାଜିକ, ଧାର୍ମିକ ଓ ଆର୍ଥିକ ବାତାବରଣ ଦ୍ୱାରା ପ୍ରଭାବିତ ହୋଇ ମଧ୍ୟ ଆତ୍ମହତ୍ୟା ଭଳି ଚରମପନ୍ଥା ବାଛି ନିଅନ୍ତି। ଏଣୁ ଠିକ୍‌ ପଦକ୍ଷେପ ନିଆଯାଇପାରିଲେ ଆତ୍ମହତ୍ୟାକୁ ଅନେକାଂଶରେ ରୋକାଯାଇପାଇବ। ଡବ୍ଲ୍ୟୁଏଚ୍‌ଓର ‘ମେଣ୍ଟାଲ ହେଲ୍‌ଥ ଆଣ୍ଡ ସବ୍‌ଷ୍ଟାନ୍ସ ଆବିଉଜ୍‌’ ବିଭାଗର ନିର୍ଦ୍ଦେଶକ ଡ. ଶେଖର ସାକ୍ସନା କୁହନ୍ତି, ଆତ୍ମହତ୍ୟା ପ୍ରବୃତ୍ତି ଅସ୍ଥାୟୀ। ଯେଉଁ ବ୍ୟକ୍ତିଙ୍କ ଆତ୍ମହତ୍ୟା କରିବାକୁ ତୀବ୍ର ଇଚ୍ଛା ହୁଏ, ସେ ନିକଟତମ ପନ୍ଥା ବାଛିନିଏ। ଯଦି ସେହି ବ୍ୟକ୍ତିଙ୍କୁ ସେଥିରୁ ଦୂରେଇ ରଖିହେବ ତାହାହେଲେ ତାଙ୍କ ଜୀବନ ବଞ୍ଚାଇଯାଇପାରିବ। କେତେଜଣ ଲୋକ ଆତ୍ମହତ୍ୟା କରିବା ପୂର୍ବରୁ ଭାବନ୍ତି, ଅନ୍ୟ ଲୋକଙ୍କ ସହ ଆଲୋଚନା କରନ୍ତି ଏବଂ ଆତ୍ମହତ୍ୟାରୁ ନିବୃତ୍ତ ରହିଥାନ୍ତି ବୋଲି ବୋଲି ସାକ୍ସନା କହିଛନ୍ତି। ଡବ୍ଲ୍ୟୁଏଚ୍‌ଓ ମୁତାବକ ବିଶ୍ୱରେ ପ୍ରତି ୪୦ ସେକେଣ୍ଡରେ ଜଣେ ବ୍ୟକ୍ତି ଆତ୍ମହତ୍ୟା କରନ୍ତି। ଏଥିରେ କୌଣସି ନିର୍ଦ୍ଦିଷ୍ଟ ବୟସସୀମା ନାହିଁ। ହେଲେ ୧୫ରୁ ୨୯ ବର୍ଷ ବୟସ୍କଙ୍କ ମୃତ୍ୟୁ ଗୁଡ଼ିକର ଦ୍ୱିତୀୟ ପ୍ରମୁଖ କାରଣ ହେଉଛି ଆତ୍ମହତ୍ୟା। କିନ୍ତୁ ଏ କ୍ଷେତ୍ରରେ ୫୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କ ସଂଖ୍ୟା ଅଧିକ। ସେହିପରି ମହିଳାଙ୍କ ତୁଳନାରେ ପୁରୁଷ ଏବଂ ଗରିବ ଦେଶ ଅପେକ୍ଷା ଧନୀ ଦେଶରେ ଅଧିକ ଆତ୍ମହତ୍ୟା କରନ୍ତି। ବିଶ୍ୱର ତିନି ଚତୁର୍ଥାଂଶ ଆତ୍ମହତ୍ୟା ନିମ୍ନ ଓ ମଧ୍ୟମ ଆୟକାରୀ ଦେଶରେ ଘଟିଥାଏ। ସେଥିମଧ୍ୟରେ ଅଧିକ ଦେଶ କେନ୍ଦ୍ର ପୂର୍ବ ୟୁରୋପ ଓ ଏସିଆରେ ରହିଛି। ଉତ୍ତର କୋରିଆ ପୃଥିବୀର ସର୍ବାଧିକ ଆତ୍ମହତ୍ୟାପ୍ରବଣ ଦେଶ। ଏଠାରେ ପ୍ରତି ୧ ଲକ୍ଷ ଲୋକଙ୍କ ହିସାବକୁ ନିଆଗଲେ ୩୯. ୫ ଜଣ ଆତ୍ମହତ୍ୟା କରନ୍ତି। କିନ୍ତୁ ଦକ୍ଷିଣ କୋରିଆରେ ଏହି ହାର ୩୬. ୬ ରହିଛି। ଧାର୍ମିକ ବିରୋଧ ଯୋଗୁ କ୍ୟାଥଲିକ ଓ ମୁସଲମାନ ବହୁଳ ଦେଶଗୁଡ଼ିକରେ ଆତ୍ମହତ୍ୟା ହାର କମ୍‌। ପ୍ରାୟତଃ ଆତ୍ମହତ୍ୟା ଘଟଣା ଭୋର ସମୟରେ ଘଟେ ଏବଂ ପ୍ରାୟ ଏକ ତୃତୀୟାଂଶ ଲୋକ କୀଟନାଶକ ପିଇ ଜୀବନ ହାରନ୍ତି। ସାଧାରଣତଃ ଗ୍ରାମାଞ୍ଚଳର ନିମ୍ନ ଆୟକାରୀ ଚାଷୀମାନେ କୀଟନାଶକ ପିଇଥାନ୍ତି, ଯେଉଁମାନେ ଋଣ ଶୁଝି ନ ପାରି ମାନସିକ ଭାରସାମ୍ୟ ହରାଇଥାନ୍ତି। ଜେନେଭାସ୍ଥିତ ସଂଯୁକ୍ତ ରାଷ୍ଟ୍ର ସଂଘର ଆକଳନ ଅନୁଯାୟୀ ବହୁ ଦେଶରେ ଆତ୍ମହତ୍ୟା ସମ୍ପର୍କିତ ତଥ୍ୟ ଭଲଭାବେ ସଂଗ୍ରହ ହୁଏନାହିଁ। ଆତ୍ମହତ୍ୟା ଅନେକ ଦେଶରେ ଘୃଣ୍ୟ ତଥା କଳଙ୍କ ମନେକରାଯାଏ। ଏହାକୁ ବେଆଇନ ତଥା ଅପରାଧ ଘୋଷଣା ମଧ୍ୟ କରାଯାଇଛି। ଭାରତରେ ମଧ୍ୟ ଆତ୍ମହତ୍ୟା ବେଆଇନ। ଅନ୍ୟ ଦେଶଗୁଡ଼ିକ ସହ ତୁଳନା କଲେ ଭାରତରେ ଆତ୍ମହତ୍ୟା ସ୍ଥିତି ସବୁଠୁ ଅଧିକ ନ ହେଲେ ମଧ୍ୟ ଉଦବେଗ୍‌ଜନକ। ଏଠାରେ ପ୍ରତି ୧ ଲକ୍ଷ ଲୋକଙ୍କ ମଧ୍ୟରେ ୨୧ଜଣ ଆତ୍ମହତ୍ୟା କରନ୍ତି। ଏ କ୍ଷେତ୍ରରେ ତୁଳନା କଲେ ବିଶ୍ୱରେ ଏହି ହାର ୧୧ ରହିଛି।

All Right Reserved By

Model This Week

ନିକିତା

ଫୁରସତ |

ଚିରନିଦ୍ରାରେ ପୃଥିବୀର ବୟସ୍କା ମହିଳା

ଚିରନିଦ୍ରାରେ ପୃଥିବୀର ବୟସ୍କା ମହିଳା

ଟୋକିଓ, ୨୨।୪ : ଦକ୍ଷିଣ ଜାପାନର କିକାଇ ସହରରେ ବାସ କରୁଥିବା ପୃଥିବୀର ବୟସ୍କା ମହିଳା ନାବି ତାଜିମାଙ୍କର ୧୧୭ ବର୍ଷ ବୟସ ପରଲୋକ ହୋଇଛି। ଗତ ଜାନୁୟାରୀଠାରୁ ସେ ହସ୍ପିଟାଲ ଭର୍ତ୍ତି ହୋଇଥିଲେ। ସେ ୧୯୦୦ ମସିହା ଅଗଷ୍ଟମାସରେ ଜନ୍ମଗ୍ରହଣ କରିଥିଲେ। ବର୍ତ୍ତମାନ ତାଙ୍କ ପରିବାରରେ ୧୬୦ ଜଣ ସଦସ୍ୟ ଅଛନ୍ତି।

ମହିଳାଙ୍କ ଶରୀର ଉପରେ ପରସା ଯାଏ ସୁସ୍ବାଦୁ ଖାଦ୍ୟ

ମହିଳାଙ୍କ ଶରୀର ଉପରେ ପରସା ଯାଏ ସୁସ୍ବାଦୁ ଖାଦ୍ୟ

ଟୋକିଓ, ୨୨।୪ : ବ୍ୟବସାୟ ବଢ଼ାଇବା ପାଇଁ ବର୍ତ୍ତମାନର ପ୍ରତିଦ୍ୱନ୍ଦ୍ୱିତା ମୂଳକ ବଜାରରେ କମ୍ପାନୀମାନେ ଅନେକ ସମୟରେ ବିଭିନ୍ନ ରୋଚକ ପଦକ୍ଷେପ ଗ୍ରହଣ କରୁଛନ୍ତି। ଯାହାକି ଗ୍ରାହକଙ୍କୁ ବିଶେଷ ଆକର୍ଷିତ କରିବାକୁ ସକ୍ଷମ ହେଉଛି। ସମ୍ପ୍ରତି ଜାପାନର ନ୍ୟୋଟିମୋରୀ ଏକ୍ସପେରିଏନ୍ସ୍‌ ନାମକ ଏକ ହୋଟେଲରେ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଏକ ଅନନ୍ୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି।

ପ୍ରଥମ ରୋଜଗାର: ପ୍ରଥମ ଦରମାରେ ପରିବାର ଲୋକଙ୍କ ପାଇଁ ଗିଫ୍ଟ କିଣିଥିଲି

ପ୍ରଥମ ରୋଜଗାର: ପ୍ରଥମ ଦରମାରେ ପରିବାର ଲୋକଙ୍କ ପାଇଁ ଗିଫ୍ଟ କିଣିଥିଲି

ଶିକ୍ଷାବିତ୍‌ ଡ. ଭାଗ୍ୟବତୀ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି... ବାଲେଶ୍ୱରର ଶୂନହଟରେ ମୋର ଜନ୍ମ। ସ୍ଥାନୀୟ ବାରବାଟି ବାଳିକା ଉଚ୍ଚ ବିଦ୍ୟାଳୟରୁ ୧୯୭୦ରେ ଏକାଦଶ ପାସ୍‌ କରିବା ପରେ ଫକୀରମୋହନ ମହାବିଦ୍ୟାଳୟରେ ପିୟୁ ସାଇନ୍ସ ଓ ପ୍ରି ପ୍ରଫେଶନାଲ୍‌ ପଢିଥିଲି। ତା’ପରେ ମୋର ବାହାଘର ହୋଇଗଲା। ଶାଶୁଘର ବି ସେଇ ବାଲେଶ୍ୱରରେ। ଆଗକୁ ଆହୁରି ପଢିବାକୁ ମୋର ଇଚ୍ଛା ଥାଏ।

୭୨ ବର୍ଷ ବୟସ୍କ ବୃଦ୍ଧାଙ୍କୁ ବିବାହ କରିଛନ୍ତି ୧୯ ବର୍ଷ ଯୁବକ: ପାଳିଲେ ବିବାହ ଦ୍ୱିବାର୍ଷିକୀ

୭୨ ବର୍ଷ ବୟସ୍କ ବୃଦ୍ଧାଙ୍କୁ ବିବାହ କରିଛନ୍ତି ୧୯ ବର୍ଷ ଯୁବକ: ପାଳିଲେ ବିବାହ ଦ୍ୱିବାର୍ଷିକୀ

ଓ୍ବାଶିଂଟନ, ୨୨।୪ : ଆମେରିକା ଟେନିସ୍‌ ରାଜ୍ୟର ମେରିବଲି ଅଞ୍ଚଳରେ ବାସ କରୁଥିବା ୭୨ ବର୍ଷ ବୟସ୍କ ଅଲମେଡା ଏରେଲ୍‌ଙ୍କୁ ଗତ ୨ବର୍ଷ ତଳେ ଗୈରି ହାର୍ଡବିକ୍‌ ନାମକ ଜଣେ ୧୯ ବର୍ଷ ବୟସ୍କ ଯୁବକ ବିବାହ କରଥିଲେ। ଏବେ ଏହି ଦମ୍ପତି ବିବାହ ଦ୍ୱିବାର୍ଷିକୀ ପାଳନ କରିଛନ୍ତି। ସେମାନଙ୍କର ଦାମ୍ପତ୍ୟ ଜୀବନ ଠିକ ଚାଲିଛି ବୋଲି ଏରେଲ୍‌ କହିଛନ୍ତି।

ଏଠି ଶାଗୁଣା ଓ ଚିଲଙ୍କ ପାଇଁ ରହିଛି ରେଷ୍ଟୁରାଣ୍ଟ

ଏଠି ଶାଗୁଣା ଓ ଚିଲଙ୍କ ପାଇଁ ରହିଛି ରେଷ୍ଟୁରାଣ୍ଟ

ମଣିଷ ଭଳି ଶ୍ରେଷ୍ଠ ଜୀବଙ୍କ ପାଇଁ ରହିଛି ରେଷ୍ଟୁରାଣ୍ଟ ବ୍ୟବସ୍ଥା। ହେଲେ ଶାଗୁଣା ଓ ଚିଲଙ୍କ ପାଇଁ ରହିଥିବା ରେଷ୍ଟୁରାଣ୍ଟ କଥା ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି। କିନ୍ତୁ ଆମ ଦେଶରେ ହିଁ ରହିଛି ଏମିତି ଏକ ରେଷ୍ଟୁରାଣ୍ଟ। କାନପୁର ଜୁଲୋଜିକାଲ ପାର୍କରେ ଖୋଲିଛି ଏହି ରେଷ୍ଟୁରାଣ୍ଟ। ଏଠି କେବଳ ଏହି ବିଲୁପ୍ତପ୍ରାୟ ପକ୍ଷୀଙ୍କ ପାଇଁ ଖୋଲାଯାଇଛି ଏହି ନିଆରା ରେଷ୍ଟୁରାଣ୍ଟ।

୧୨ ବର୍ଷ ବୟସରେ ଆଦିତ୍ୟଙ୍କ ସଫଳତା: ତିଆରି କରିଛନ୍ତି  ୮୨ ଆପସ୍‌

୧୨ ବର୍ଷ ବୟସରେ ଆଦିତ୍ୟଙ୍କ ସଫଳତା: ତିଆରି କରିଛନ୍ତି ୮୨ ଆପସ୍‌

ଜବଲପୁର, ୨୦।୪ : ମଧ୍ୟପ୍ରଦେଶ ଜବଲପୁରରେ ରହୁଥିବା ଆଦିତ୍ୟ ଚୌବେ ମାତ୍ର ୧୨ ବର୍ଷ ବୟସରେ ତିଆରି କରିଛନ୍ତି ୮୨ ଆପସ୍‌। ସେ ସମ୍ପ୍ରତି ୮ ଶ୍ରେଣୀରେ ପାଠ ପଢ଼ୁଛନ୍ତି। ୯ ବର୍ଷ ବୟସରୁ ସେ ଏଭଳି ଆପସ୍‌ ତିଆରି କରୁଛନ୍ତି। ଇତି ମଧ୍ୟରେ ସେ ‘ଆଦି’ ନାମକ ଏକ ସଫ୍ଟଓ୍ବେର କମ୍ପାନୀର ମାଲିକ ହୋଇପାରିଛନ୍ତି।

ପାଠପଢ଼ା ନିଶା: ୯୬ ବର୍ଷରେ ସ୍କୁଲ ଯାଉଛନ୍ତି ବୃଦ୍ଧା

ପାଠପଢ଼ା ନିଶା: ୯୬ ବର୍ଷରେ ସ୍କୁଲ ଯାଉଛନ୍ତି ବୃଦ୍ଧା

ମେକ୍ସିକୋ, ୨୦।୪ : ପାଠ ପଢ଼ିବା ପାଇଁ ବୟସ ବାଧକ ସାଜେ ନାହିଁ। ଏହାର ଉଦାହରଣ ଦେଇଛନ୍ତି ମେକ୍ସିକୋର ଜଣେ ୯୬ ବର୍ଷ ବୟସ୍କା ବୃଦ୍ଧା। ସେ ହେଉଛନ୍ତି ଗୌଡାଲୁପେ ପାଲାସିଓସ୍‌। ପିଲାଦିନୁ ତାଙ୍କର ପାଠ ପଢ଼ିବା ପାଇଁ ଭାରି ସୌକ୍‌ ଥିଲା। ତେବେ ଅର୍ଥ ଅଭାବରୁ ତାଙ୍କ ସ୍ବପ୍ନ ପୂରଣ ହୋଇପାରି ନ ଥିଲା।

ଏକୁଟିଆପଣରେ ଲାଗିବ ପୂର୍ଣ୍ଣଚ୍ଛେଦ: ଏପ୍ରିଲ୍‌ ୨୨ରେ ବରିଷ୍ଠ ନାଗରିକଙ୍କ ପାଇଁ ସ୍ବୟଂମ୍ବର

ଏକୁଟିଆପଣରେ ଲାଗିବ ପୂର୍ଣ୍ଣଚ୍ଛେଦ: ଏପ୍ରିଲ୍‌ ୨୨ରେ ବରିଷ୍ଠ ନାଗରିକଙ୍କ ପାଇଁ ସ୍ବୟଂମ୍ବର

କଲିକତା, ୨୦।୪ : ଜୀବନସାଥିଙ୍କ ମୃତ୍ୟୁପରେ ଏକୁଟିଆ ଜୀବନ କାଟୁଥିବା ବରିଷ୍ଠ ନାଗରିକଙ୍କ ଜୀବନରେ ଆନନ୍ଦ ଭରିବା ପାଇଁ କଲିକତାର ସ୍ପୋର୍ଟସ ଜର୍ଣ୍ଣାଲିଷ୍ଟ କ୍ଲବ୍‌ରେ ଏପ୍ରିଲ୍‌ ୨୨ତାରିଖରେ ଏକ ସ୍ବୟଂମ୍ବରର ଆୟୋଜନ କରାଯାଇଛି। ବିବାହ କରିବାକୁ ଚାହୁଁଥିବା ବୃଦ୍ଧମାନଙ୍କୁ ଏଥିପାଇଁ ୬ ଶହ ଟଙ୍କା ଦେଇ ପଞ୍ଜିକରଣ କରିବାକୁ ହେବ।

ମଙ୍ଗଳରେ ସୁଶୁପ୍ତ ଜୀବନ

ମଙ୍ଗଳରେ ସୁଶୁପ୍ତ ଜୀବନ

ମିଆମି,୧୯।୪: ପୃଥିବୀର ଅନେକ ମରୁଭୂମିରେ ବର୍ଷ ବର୍ଷ ଧରି ବର୍ଷା ହୋଇ ନ ଥାଏ। କିନ୍ତୁ ସେଠାରେ ଅନେକ ଅଣୁଜୀବ ସୁଶୁପ୍ତ ଅବସ୍ଥାରେ ରହିଛନ୍ତି। ଉପଯୁକ୍ତ ପରିବେଶରେ ସେଭଳି ଅଣୁଜୀବ ବଂଶ ବିସ୍ତାର କରିଥାନ୍ତି। ସେହିପରି ମଙ୍ଗଳ ଗ୍ରହରେ ମଧ୍ୟ ସୁଶୁପ୍ତ ଅବସ୍ଥାରେ ଅନେକ ଅଣୁଜୀବ ରହିଛନ୍ତି। ଏନେଇ ମହାକାଶ ବିଜ୍ଞାନୀ ସୂଚନା ଦେଇଛନ୍ତି। ଦକ୍ଷିଣ ଆମେରିକାର ଆଟାକାମା ମରୁଭୂମିରେ ପ୍ରାୟ ୧୦ ବର୍ଷରେ ଥରେ ବର୍ଷା ହୋଇଥାଏ।

ଇଞ୍ଜିନିୟରିଂ କ୍ୟାରିୟର ଛାଡି ଚା’ ବିକିଲେ ଦମ୍ପତି

ଇଞ୍ଜିନିୟରିଂ କ୍ୟାରିୟର ଛାଡି ଚା’ ବିକିଲେ ଦମ୍ପତି

ନାଗପୁର,୧୯।୪: ଚା’କୁ ଭଲପାଉଥିବା ଓ ଜୀବନରେ କିଛି ଭିନ୍ନ କରିବାର ଲକ୍ଷ୍ୟ ନେଇ ଇଞ୍ଜିନିୟରିଂ କ୍ୟାରିୟର ଛାଡି ଦମ୍ପତି ଚା’ ଦୋକାନ କରିଛନ୍ତି। ପୂଜା ଓ ତାଙ୍କ ସ୍ବାମୀ ନୀତିନ ବିୟାନି ପୁଣେରେ ସଫ୍ଟଓ୍ବେର ଇଞ୍ଜିନିୟର ଭାବେ କାମ କରୁଥିଲେ।

ଘୁଞ୍ଚିଲା ‘ଚନ୍ଦ୍ରଯାନ-୨’ ଉତ୍‌କ୍ଷେପଣ

ଘୁଞ୍ଚିଲା ‘ଚନ୍ଦ୍ରଯାନ-୨’ ଉତ୍‌କ୍ଷେପଣ

ନୂଆଦିଲ୍ଲୀ: ଘୁଞ୍ଚିଲା ‘ଚନ୍ଦ୍ରଯାନ-୨’ର ଉତ୍‌କ୍ଷେପଣ। ଚଳିତମାସ ଏହାର ମହାକାଶ ଯାତ୍ରା ନେଇ ନିର୍ଦ୍ଧାରଣ କରାଯାଇଥିଲା। କିନ୍ତୁ କାର୍ଯ୍ୟକ୍ରମରେ ସାମାନ୍ୟ ପରିବର୍ତ୍ତନ ଆଣି ଚଳିତବର୍ଷ ଶେଷବେଳକୁ ଅକ୍ଟୋବର-ନଭେମ୍ବରରେ ‘ଚନ୍ଦ୍ରଯାନ-୨’ର ଉତ୍‌କ୍ଷେପଣ କରିବା ଲାଗି ଯୋଜନା କରାଯାଇଥିବା ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ (ଇସ୍ରୋ) ଅଧ୍ୟକ୍ଷ କେ. ଶିବନ୍‌ ବୁଧବାର କେନ୍ଦ୍ର ସରକାରଙ୍କୁ ଜଣାଇଛନ୍ତି।

‘କୁଇନ୍‌ ବି’ ହୋଇପାରେ କାଳ୍ପନିକ ଭାବଧାରା

‘କୁଇନ୍‌ ବି’ ହୋଇପାରେ କାଳ୍ପନିକ ଭାବଧାରା

ଓ୍ବାଶିଂଟନ୍‌,୧୮ା୪: ପୁରୁଷ ପ୍ରାଧାନ୍ୟ ବ୍ୟବସ୍ଥାକୁ ଜଣେ ମହିଳା ଉତ୍ତୀର୍ଣ୍ଣ ହେଲେ ସେ ତାଙ୍କର ଅଧସ୍ତନ ମହିଳା କର୍ମଚାରୀଙ୍କୁ ଖରାପ ବ୍ୟବହାର କରନ୍ତି ବୋଲି ଯାହା କୁହାଯାଏ ତାହା ମନଗଢ଼ା। ଏହା ଏକ ସଦ୍ୟତମ ଅଧ୍ୟୟନରୁ ଜାଣିବାକୁ ମିଳିଛି।