ଉପକୂଳ ଓଡିଶା

କାମରେ ଲାଗୁନି ମାର୍କେଟ କମ୍ପ୍ଲେକ୍ସ

କାମରେ ଲାଗୁନି ମାର୍କେଟ କମ୍ପ୍ଲେକ୍ସ
ନାଉଗଁ।,୨୫।୪(ସ୍ବ.ପ୍ର.): ବେକାର ଯୁବତୀ ଯୁବକଙ୍କୁ ରୋଜଗାରକ୍ଷମ କରିବା ପାଇଁ ସରକାର ବିଭିନ୍ନ ଯୋଜନା କରୁଥିବାବେଳେ ତାହା ପ୍ରକୃତରେ କାର୍ଯ୍ୟକାରୀ ହେଉଛି କି ନାହିଁ, ତାହାର ତଦାରଖ କରାଯାଉନାହିଁ। ଫଳରେ ଅନେକ ଯୋଜନାରେ ଖର୍ଚ୍ଚ ହେଉଥିବା ଲକ୍ଷାଧିକ ଟଙ୍କା ପାଣିରେ ପଡୁଛି, ଯାହାର ସ୍ପଷ୍ଟ ଉଦାହରଣ ହେଉଛି ନାଉଗାଁ ବ୍ଲକ ଜାମୁଗଁ। ପଞ୍ଚାୟତର କଣ୍ଟୁଣିଆ ବଜାରଠାରେ ନିର୍ମିତ ମାର୍କେଟ କମ୍ପ୍ଲେକ୍ସ। ଏହି ମାର୍କେଟ କମ୍ପ୍ଲେକ୍ସ ୨.୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହୋଇଥିଲା। ଜାମୁଗାଁ ପଞ୍ଚାୟତ ଓ ନାଉଗାଁ ବ୍ଲକର ମିଳିତ ପାଣ୍ଠିରେ ୨୦୦୬ ମସିହାରେ କଣ୍ଟୁଣିଆ ବଜାରର ପୂର୍ବ ଦିଗକୁ ଏହି ମାର୍କେଟ କମ୍ପ୍ଲେକ୍ସ ଗୃହ ନିର୍ମାଣ କରାଯାଇଥିଲ। ଗୃହ ନିର୍ମାଣ ପରେ ଏହାର ଆବଣ୍ଟନ କରାଯିବା ପୂର୍ବରୁ ପଞ୍ଚାୟତ ସମିତି ଭାଙ୍ଗି ନୂତନ ପଞ୍ଚାୟତ ସମିତି ପାଇଁ ନିର୍ବାଚନ ହୋଇଥିଲା। ୨୦୦୭ ନିର୍ବାଚନ ପରେ ଉକ୍ତ ପଞ୍ଚାୟତର ନୂତନ ସରପଞ୍ଚ ଏଥିପ୍ରତି ଦୃଷ୍ଟି ଦେଲେନାହିଁ କିମ୍ବା ବ୍ଲକ କାର୍ଯ୍ୟାଳୟ ତରଫରୁ କୌଣସି ବ୍ୟବସ୍ଥା କରାଗଲା ନାହିଁ। ଘରଗୁଡିକ ଅବ୍ୟବହୃତ ହୋଇରହିବା ଫଳରେ ନଷ୍ଟ ହୋଇଗଲା। ପୁନର୍ବାର ୨୦୧୨ ନିର୍ବାଚନରେ ନିର୍ବାଚିତ ସରପଞ୍ଚ ପ୍ରତିଚି ପ୍ରଧାନ ମାର୍କେଟ କମ୍ପ୍ଲେକ୍ସ ଗୃହ ବଣ୍ଟନ କରିବାକୁ ଚାହିଁଥିଲେ ମଧ୍ୟ ତାହା ସମ୍ଭବ ହୋଇ ନ ଥିଲା। କାରଣ ଉକ୍ତ ଗୃହଗୁଡିକ ଭାଙ୍ଗିରୁଜି ଯାଇଥିଲା। ସେଗୁଡିକ ମରାମତି କରା ନ ଗଲେ ବଣ୍ଟନ ହୋଇପାରିବ ନାହିଁ ବୋଲି ଜିଲାପାଳ, ଡିଆରଡିଏ ଏବଂ ବିଡିଓଙ୍କୁ ସେ ପତ୍ର ଲେଖିଥିଲେ। କିନ୍ତୁ ଏଥିରେ କିଛି ସୁଫଳ ମିଳି ନ ଥିଲା। ବର୍ତ୍ତମାନର ସରପଞ୍ଚ ଲଲାଟେନ୍ଦୁ ପରିଡା ଏହାକୁ ମରାମତି କରିବା ପାଇଁ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏଥିପାଇଁ ୧ ଲକ୍ଷ ୫୦ ହଜାର ଟଙ୍କା ବ୍ୟୟ ବରାଦ ହୋଇଛି। ଏଥିପାଇଁ ପଲ୍ଲିସଭା ହୋଇସାରିଥିବା ଓ ଖୁବ ଶୀଘ୍ର କାଯର୍‌ୟ ଆରମ୍ଭ କରାଯିବ ବୋଲି ସରପଞ୍ଚ ପରିଡ଼ା କହିଛନ୍ତି। ଏହି ଗୃହଗୁଡିକ ମରାମତି କରି ଆବଣ୍ଟନ କଲେ ବହୁ ଲୋକ ଉପକୃତ ହୋଇ ପାରିବେ ବୋଲି ସେ ମତ ଦେଇଛନ୍ତି। ସେହିପରି ୧୯୯୭-୯୮ ଆର୍ଥିକ ବର୍ଷରେ କୋରୁଅ ପଞ୍ଚାୟତ ଗାରୋଇଠାରେ ଗୋବରୀ ନଦୀ ପଠାରେ ଜିଲା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ନିର୍ମାଣ କରାଯାଇଥିଲା ୧୦ ଗୃହ ବିଶିଷ୍ଟ ଏକ ମାର୍କେଟ କମ୍ପ୍ଲେକ୍ସ। କିନ୍ତୁ ଦୀର୍ଘ ୫ ବର୍ଷରୁ ଊର୍ଦ୍ଧ୍ୱ ହେଲା ତାହା ବିପଯର୍‌ୟସ୍ତ ଅବସ୍ଥାରେ ରହିଛି। ଜିଲା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଏହାକୁ କୋରୁଅ ପଞ୍ଚାୟତକୁ ହସ୍ତାନ୍ତର କରାଯାଇଛି। ପଞ୍ଚାୟତ ପକ୍ଷରୁ ଦାରିଦ୍ର ସୀମାରେଖା ତଳେ ଥିବା ଜନସାଧାରଣଙ୍କୁ ଚୟନ କରାଯାଇ ଏହି ଦୋକାନଗୃହ ଦିଆଯାଇଥିଲା। ସେମାନଙ୍କଠାରୁ ପ୍ରତି ମାସରେ ୪ଶହ ଟଙ୍କା ଭଡା ଆଦାୟ ହେଉଛି। କିନ୍ତୁ ମାର୍କେଟ କମ୍ପ୍ଲେକ୍ସ ଗୃହଗୁଡିକରୁ ପ୍ଲାଷ୍ଟର ଛାଡିବା ସହ ନିର୍ମାଣ ହୋଇଥିବା ପିଣ୍ଢିର ସୁରକ୍ଷ ବାଡ଼ା ଭାଙ୍ଗିଯାଇଛି। ମୁଖ୍ୟ ରାସ୍ତାଠାରୁ ମାର୍କେଟ କମ୍ପ୍ଲେକ୍ସକୁ ଯାଇଥିବା ଆପ୍ରୋଚ ରୋଡ୍‌ଟି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି। ଏ ସମ୍ପର୍କରେ ବ୍ୟବସାୟୀମାନେ ବାରମ୍ବାର ଅଭିଯୋଗ କରିଥିଷଲ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ। ଦୋକାନଗୃହ ବାରଣ୍ଡାରେ ସୁରକ୍ଷା ବାଡା ନ ଥିବାରୁ ସାମାନ୍ୟ ବ୍ୟତିକ୍ରମ ହେଲେ କୈାଣସି ବ୍ୟକ୍ତି ସିଧା ନଦୀ ଭିତରକୁ ପଡିବାର ଆଶଙ୍କା ରହିଛି। ପିଲରଗୁଡିକ ମଧ୍ୟ ଦୁର୍ବଳ ହୋଇପଡିଛି। ତେଣୁ ଏହି ମାର୍କେଟ କମ୍ପ୍ଲେକ୍ସ ଗୃହ ନିର୍ମାଣ କରିବାକୁ ସେମାନେ ଦାବି କରିଛନ୍ତି।
All Right Reserved By

ଉପକୂଳ ଓଡିଶା

ଖରିପଡ଼ିଆରେ ସତ୍‌ସଙ୍ଗ ସଭା

ଖରିପଡ଼ିଆରେ ସତ୍‌ସଙ୍ଗ ସଭା

ଧର୍ମଶାଳା,୨୦ା୩(ଡି.ଏନ୍‌.ଏ.)- ଧର୍ମଶାଳା ବ୍ଲକ ଅନ୍ତର୍ଗତ ଖରିପଡ଼ିଆ ଗ୍ରାମରେ ମଙ୍ଗଳବାର ସନ୍ଧ୍ୟାରେ ଆଧ୍ୟାତ୍ମିକ ସଚେତନତା ଓ ସତ୍‌ସଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । 

ଜାରକାରେ ଫ୍ଲାଏ ଓଭର ବ୍ରିଜ୍‌ ନିର୍ମାଣ ଦାବି :୨୮ରେ ଧର୍ମଶାଳା ବନ୍ଦ ଡାକରା ନିଷ୍ପତ୍ତି

ଜାରକାରେ ଫ୍ଲାଏ ଓଭର ବ୍ରିଜ୍‌ ନିର୍ମାଣ ଦାବି :୨୮ରେ ଧର୍ମଶାଳା ବନ୍ଦ ଡାକରା ନିଷ୍ପତ୍ତି

ଧର୍ମଶାଳା,୨୦ା୩(ଡି.ଏନ୍‌.ଏ.): ଧର୍ମଶାଳା ବ୍ଲକ ଅନ୍ତର୍ଗତ ଜାରକାଠାରେ ଫ୍ଲାଏ ଓଭର ବ୍ରିଜ୍‌ ନିର୍ମାଣ ଦାବିରେ ମଙ୍ଗଳବାର ସନ୍ଧ୍ୟାରେ ଧର୍ମଶାଳା ଉନ୍ନୟନ କମିଟି ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। 

କେଳାପଡ଼ିଆ ମେଲଣ ଉଦ୍‌ଯାପିତ

କେଳାପଡ଼ିଆ ମେଲଣ ଉଦ୍‌ଯାପିତ

ଡେରାବିଶ, ୨୦।୩ (ସ୍ବ.ପ୍ର.): ଫଗୁଣର ଦୋଳଯାତ୍ରା ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଆନନ୍ଦ ଉତ୍ସାହର ପର୍ବ। ଡେରାବିଶ ବ୍ଲକ ଅଞ୍ଚଳରେ ଦୋଳ ପର୍ବକୁ ଗଣପର୍ବ ଭାବେ ଗଣାଯାଉଛି। 

ମଧ୍ୟାହ୍ନ ଭୋଜନରେ ସଁବାଳୁଆ ପଡ଼ିବା ଘଟଣା:  ୩୨ ପିଲାଙ୍କୁ ୫ ହଜାର ଲେଖାଏଁ  କ୍ଷତିପୂରଣ ପ୍ରଦାନ ନିର୍ଦ୍ଦେଶ

ମଧ୍ୟାହ୍ନ ଭୋଜନରେ ସଁବାଳୁଆ ପଡ଼ିବା ଘଟଣା: ୩୨ ପିଲାଙ୍କୁ ୫ ହଜାର ଲେଖାଏଁ କ୍ଷତିପୂରଣ ପ୍ରଦାନ ନିର୍ଦ୍ଦେଶ

କେନ୍ଦ୍ରାପଡ଼ା ଅଫିସ୍‌, ୨୦।୩ : କେନ୍ଦ୍ରାପଡ଼ା ଜିଲା ନିକିରାଇ ଥାନା ନହଙ୍ଗ ପଞ୍ଚାୟତସ୍ଥିତ ଜଗନ୍ନାଥ ଉ.ପ୍ରା. ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଖାଇ ଅସୁସ୍ଥ ହୋଇଥିବା ୩୨ ଛାତ୍ରୀଛାତ୍ରଙ୍କୁ  ୫ ହଜାର ଟଙ୍କା ଲେଖାଏଁ କ୍ଷତିପୂରଣ ପ୍ରଦାନ କରାଯିବ।

ମାର୍ଚ୍ଚ ୨୨ତାରିଖ ବିଶ୍ୱ ଜଳ ଦିବସ ଉପଲକ୍ଷେ: ଜଳ ହିଁ ଅମୂଲ୍ୟ ସମ୍ପଦ, ସଂରକ୍ଷଣ ଜରୁରୀ

ମାର୍ଚ୍ଚ ୨୨ତାରିଖ ବିଶ୍ୱ ଜଳ ଦିବସ ଉପଲକ୍ଷେ: ଜଳ ହିଁ ଅମୂଲ୍ୟ ସମ୍ପଦ, ସଂରକ୍ଷଣ ଜରୁରୀ

ଖଣ୍ଡପଡା,୨୦ା୩(ଅଜୟ କୁମାର ମହାରଣା) : ପରିବର୍ତ୍ତିତ ପରିସ୍ଥିତିରେ ଜୀବଜଗତ ପାଇଁ ଜଳସଂକଟ ଏକ ପ୍ରମୁଖ ସମସ୍ୟା ଭାବେ ମୁଣ୍ଡ ଟେକିଛି ।

ଆଇଓସିଏଲ ପାଇପ ଲାଇନ ସୁରକ୍ଷା ସମ୍ପର୍କିତ ମକ ଡ୍ରିଲ୍‌

ଆଇଓସିଏଲ ପାଇପ ଲାଇନ ସୁରକ୍ଷା ସମ୍ପର୍କିତ ମକ ଡ୍ରିଲ୍‌

ତିର୍ତ୍ତୋଲ,୨୦ା୩(ଡି.ଏନ.ଏ.): ଆଇଓସିଏଲ ପକ୍ଷରୁ ତିର୍ତ୍ତୋଲ ବ୍ଲକ ଅଧୀନ ତୁଳଙ୍ଗଠାରେ ବୁଧବାର ପାରାଦୀପ-ଜଟଣୀ ତେଲ ପାଇପ ଲାଇନ ସୁରକ୍ଷା ସମ୍ପର୍କିତ ଏକ ମକଡ୍ରିଲ୍‌ ଅନୁଷ୍ଠିତ ହୋଇଯାଇଛି। 

ବିଶ୍ୱ ଘରଚଟିଆ ଦିବସ

ବିଶ୍ୱ ଘରଚଟିଆ ଦିବସ

ରାଜନଗର, ୨୦।୩ (ଡି.ଏନ୍‌.ଏ.)-ରାଜନଗର ବନ୍ୟପ୍ରାଣୀ ଡିଭିଜନ ପକ୍ଷରୁ ବିଶ୍ୱ ଘର ଚଟିଆ ଦିବସ ବୁଧବାର ପାଳିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ କର୍ଯ୍ୟକ୍ରମରେ ଘର ଚଟିଆଙ୍କ ବଂଶ ଲୋପ ପାଉଥିବା ନେଇ ଅତିଥିମାନେ ଉଦ୍‌ବେଗ ପ୍ରକାଶ କରିଥିଲେ।

ନାଉଗାଁରେ ହକ୍‌ ମାଗୁଛି ଓଡ଼ିଶା କାର୍ଯ୍ୟକ୍ରମ

ନାଉଗାଁରେ ହକ୍‌ ମାଗୁଛି ଓଡ଼ିଶା କାର୍ଯ୍ୟକ୍ରମ

ନାଉଗାଁ,୨୦।୩(ସ୍ବ.ପ୍ର.): ଜଗତ୍‌ସିଂହପୁର ଜିଲା ନାଉଗାଁ ବ୍ଲକ ଅନ୍ତର୍ଗତ  ନାଉଗାଁ ବସ୍‌ଷ୍ଟାଣ୍ଡ ଛକ ନିକଟରେ ବୁଧବାର ହକ୍‌ ମାଗୁଛି ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। 

ଯାଜପୁର ଲୋକ ସଭା ଆସନ: ଦେଖିବାକୁ ମିଳିପାରେ ନୂଆ ସମୀକରଣ

ଯାଜପୁର ଲୋକ ସଭା ଆସନ: ଦେଖିବାକୁ ମିଳିପାରେ ନୂଆ ସମୀକରଣ

ଯାଜପୁର ଅଫିସ,୨୦ା୩: ଯାଜପୁର ଜିଲାର ୭ ବିଧାନସଭା ନିର୍ବାଚନମଣ୍ଡଳୀ ଯଥା ଯାଜପୁର, ବିଞ୍ଝାରପୁର, ବରୀ, ବଡ଼ଚଣା, ଧର୍ମଶାଳା, କୋରେଇ ଓ ସୁକିନ୍ଦାକୁ ନେଇ ଯାଜପୁର ଲୋକ ସଭା ଆସନ ଗଠିତ। ଅନୁସୂଚିତ ଜାତି ବର୍ଗଙ୍କ ପାଇଁ ସଂରକ୍ଷିତ ଏହି ଆସନରେ ବିଜେଡି, ଭାଜପା ଓ କଂଗ୍ରେସ ପ୍ରାର୍ଥୀ ଦେବା ନିଶ୍ଚିତ। 

କଳକଳେଶ୍ୱରରେ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ 

କଳକଳେଶ୍ୱରରେ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ 

ଟାଙ୍ଗୀ(ଖୋର୍ଦ୍ଧା),୨୦ା୩(ଡି.ଏନ.ଏ.)-କଳକଳେଶ୍ୱର ପଞ୍ଚାୟତ ସରପଞ୍ଚ ଅସିତ୍‌ କୁମାର ନାଥଙ୍କ ତତ୍ତ୍ୱାବଧାନରେ ବିଜେଡିର ‘ଘରେ ଘରେ ଶଙ୍ଖ’ କାର୍ଯ୍ୟକ୍ରମ ମଙ୍ଗଳବାର ଶୁଭାରମ୍ଭ ହୋଇଛି। 

ବାଳିକା ଆତ୍ମରକ୍ଷା ତାଲିମ କାର୍ଯ୍ୟକ୍ରମ ଉଦ୍‌ଯାପିତ

ବାଳିକା ଆତ୍ମରକ୍ଷା ତାଲିମ କାର୍ଯ୍ୟକ୍ରମ ଉଦ୍‌ଯାପିତ

ବୋଲଗଡ଼,୨୦ା୩(ଡି.ଏନ.ଏ.)-ବୋଲଗଡ଼ ବ୍ଲକ ବାଙ୍କୋଇସ୍ଥିତ କାଳିଚରଣ ପାଞ୍ଚଗଡ ଅନଙ୍ଗ ନରେନ୍ଦ୍ର ଡିଗ୍ରୀ ମହାବିଦ୍ୟାଳୟରେ ଆୟୋଜିତ ବାଳିକା ଆତ୍ମରକ୍ଷା କୌଶଳ ତାଲିମ କାର୍ଯ୍ୟକ୍ରମ ମଙ୍ଗଳବାର ଉଦ୍‌ଯାପିତ ହୋଇଯାଇଛି । 

 ଉକୁନ୍ଦରା ସରପଞ୍ଚଙ୍କ ଘରକୁ ବୋମାମାଡ଼ : ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଥାନା ଘେରାଉ

ଉକୁନ୍ଦରା ସରପଞ୍ଚଙ୍କ ଘରକୁ ବୋମାମାଡ଼ : ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଥାନା ଘେରାଉ

ବିରିଡ଼ି/ବାଲିଆ,୧୯।୩(ଡି.ଏନ.ଏ.): ବିରିଡ଼ି ଥାନା ଅନ୍ତର୍ଗତ ୨୨ ମୌଜା ଉକୁନ୍ଦରା  ପଞ୍ଚାୟତର ସରପଞ୍ଚ ତଥା ବିରିଡ଼ି ବ୍ଲକ ଜୋନ-୨ର କଂଗ୍ରେସ ସଭାପତି ଚନ୍ଦ୍ରଶେଖର ଦାଶଙ୍କ ଘରକୁ ଗତ ଫେବୃୟାରୀ ୨୨ ତାରିଖ ସନ୍ଧ୍ୟାରେ ଦୁର୍ବୃତ୍ତମାନେ ବୋମା ଓ ଗୁଳିମାଡ଼ କରିଥିଲେ। ଏହି ଘଟଣାରେ ଅଦ୍ୟାବଧି ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିପାରିନାହିଁ।


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା