ରାଜ୍ୟ | ଉପକୂଳ ଓଡିଶା

ଦିନକର କାହାଣୀ:ଖବରକାଗଜ ବିକ୍ରେତା ଗଗନ ରାଉତ

ଦିନକର କାହାଣୀ:ଖବରକାଗଜ ବିକ୍ରେତା ଗଗନ ରାଉତ
ଗଗନ ରାଉତ । ବୟସ ୪୯ । ସାଇକେଲ ଧରିଲେ ସେ ଛୁଟିଚାଲନ୍ତି ଚାରିଆଡକୁ। ଗତ ୨୦ ବର୍ଷ ହେଲା ସେ ଖବରକାଗଜ ବିକ୍ରିକୁ ନିଜର ପେସା ଭାବେ ଧରି ନେଇଛନ୍ତି । ଆଳି ଅଞ୍ଚଳରେ ଖବର କାଗଜ ପ୍ୟାକେଟ ଆସିବା ପୂର୍ବରୁ ସେ ଖବର କାଗଜ ପହଞ୍ଚତ୍ବା ସ୍ଥାନରେ ପହଞ୍ଚତ୍ୟାନ୍ତି । ଖବରକାଗଜ ଗାଡି ପହଞ୍ଚତ୍ଲେ ଗାଡିର ଡ୍ରାଇଭର ପ୍ରଥମେ ଗଗନକୁ ଖୋଜନ୍ତି । ଅନେକ ବିକ୍ରେତା ଥିଲେ ମଧ୍ୟ ଗଗନ ଉପରେ ସମସ୍ତଙ୍କ ଭରସା ରହିଛି । ବସ୍‌ ଡ୍ରାଇଭରଠାରୁ ଆରମ୍ଭ କରି ପାନ ଦୋକାନୀ ପର୍ଯ୍ୟନ୍ତ ସମସ୍ତେ ତାଙ୍କ ଖବରକାଗଜକୁ ଅପେକ୍ଷା କରିଥାନ୍ତି। ସମସ୍ତଙ୍କ ନିକଟରେ ସେ ଗିରି ଭାବେ ପରିଚିତ। ତାଙ୍କ ଘର ଆଳି ବ୍ଲକ ଦେମାଳ ପଞ୍ଚାୟତ ଅନ୍ତର୍ଗତ ଗିରିବନ୍ଧ ଗ୍ରାମରେ। ପରିବାରରେ ସ୍ତ୍ରୀ ରେଣୁକା, ଝିଅ ଋତୁପର୍ଣ୍ଣା ଓ ପୁଅ ଜ୍ଞାନ ଏବଂ ବାପା ବୋଉଙ୍କୁ ମିଶାଇ ୬ କୁଟୁମ୍ବ ବସବାସ କରନ୍ତି । ପ୍ରତିଦିନ ଆଳି ନୂଆବଜାରରୁ ଆରମ୍ଭ କରି ପ୍ରାୟ ୧୦ କିଲୋମିଟର ସିଙ୍ଗିରି ପର୍ଯ୍ୟନ୍ତ ସାଇକେଲ୍‌ରେ ପେପର ବିକ୍ରି କରନ୍ତି। ସେ ବ୍ଲକର ଶରତ କୁମାର ଦେବ ଉଚ୍ଚ ବିଦ୍ୟାଳୟରୁ ମାଟ୍ରିକ ପାସ କରିବା ପରେ ରାଉରକେଲା ଯାଇ ଏକ ଘରୋଇ କମ୍ପାନୀରେ ୪ ବର୍ଷ କାର୍ଯ୍ୟ କରିଥିଲେ। ତା ପରେ ସେଠାରୁ ଫେରିଆସି ପାରାଦୀପ ଓସ୍ବାଲ କମ୍ପାନୀରେ ୨ ବର୍ଷ କାର୍ଯ୍ୟ କରିଥିଲେ । କୋଣସି ଥିରେ ସେ ଆମତ୍ସନ୍ତୋଷ ପାଇନଥିଲେ । ୧୯୯୯ ସେ ଖବରକାଗଜ ବିକ୍ରି କରିବା ପାଇଁ ନିଷ୍ପତ୍ତି ନେଇ ଏବେ ଜଣେ ପ୍ରତିଷ୍ଠିତ ଖବରକାଗଜ ବିକ୍ରେତା ହୋଇପାରିଛନ୍ତି। ପ୍ରଥମେ ସେ ହାତଗଣତି କେତେଜଣ ଖବରକାଗଜ ଏଜେଣ୍ଟ ଠାରୁ ୭୦ ଖବରକାଗଜ ନେଇ ବିକ୍ରି ଆରମ୍ଭ କରିଥିଲେ । ଏବେ ଦୈନିକ ପ୍ରାୟ ୬୦୦ରୁ ଊର୍ଦ୍ଧ୍ୱ ଖବରକାଗଜ ବିକ୍ରି ହେଉଛି ବୋଲି ଗଗନ କହିଛନ୍ତି। ଦୈନିକ ସକାଳ ୫ଟାରୁ ସେ ସାଇକେଲ୍‌ରେ ଖବରକାଗଜ ବିକ୍ରି ଆରମ୍ଭ କରନ୍ତି। ପଥମେ ନୂଆବଜାର ପରେ ଦେମାଳ,ନିଆଳ,ମେଣ୍ଢପୁର ଓ ଚଣ୍ଡିଆଗଡି ଆଦି ପଞ୍ଚାୟତକୁ ଯାଇ ଖବରକାଗର ବିକ୍ରି କରିଥାନ୍ତି। ଦିନ ପ୍ରାୟ ୨ ଟା ବେଳେ ସେ ଘରକୁ ଫେରନ୍ତି। ମଧ୍ୟାହ୍ନ ଭୋଜନ କରିବା ପରେ ଘରର କଥା ବୁଝି ସେ ପୁଣି ଟଙ୍କା ଆଦାୟ କରିବା ପାଇଁ ବାହାରି ପଡନ୍ତି । ପେପର ବିକିବା ସହ ସେ ବର୍ଷକୁ ଥରେ ସାରଦ ଧାନ ଚାଷ କରିଥାନ୍ତି। ସେଥିରୁ ତାଙ୍କ ସୁଖଦୁଃଖର ସଂସାର ଚଳିଯାଏ। ପେପର ଛୁଟିଦିନ ମାନଙ୍କରେ ନିଜ ପରିବାରକୁ ନେଇ ସେ କୌଣସି ସ୍ଥାନକୁ ବୁଲିଯାଆନ୍ତି । ପରିବାରରେ ସେ ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ହୋଇଥିଲେ ମଧ୍ୟ ଖବରକାଗଜ ବିକ୍ରି କରି ଖୁସିରେ ଚଳିଯାନ୍ତି ବୋଲି କହିଛନ୍ତି।
All Right Reserved By

ରାଜ୍ୟ | ଉପକୂଳ ଓଡିଶା

ଘୁଞ୍ଚିଲା ଜେଇଇ ଆଡ୍‌ଭାନ୍ସ ପରୀକ୍ଷା, ମେ’ ୧୯ ପରିବର୍ତ୍ତେ ୨୭ରେ ହେବ

ଘୁଞ୍ଚିଲା ଜେଇଇ ଆଡ୍‌ଭାନ୍ସ ପରୀକ୍ଷା, ମେ’ ୧୯ ପରିବର୍ତ୍ତେ ୨୭ରେ ହେବ

ଭୁବନେଶ୍ୱର,୧୯।୩(ବ୍ୟୁରୋ)- ସାଧାରଣ ନିର୍ବାଚନ ପାଇଁ ଜେଇଇ ଆଡ୍‌ଭାନ୍ସ ପରୀକ୍ଷା ଘୁଞ୍ଚାଯାଇଛି। ଆସନ୍ତା ମେ’ ୧୯ ପରିବର୍ତ୍ତେ ୨୭ ତାରିଖରେ ପରୀକ୍ଷା ଅନୁଷ୍ଠିତ ହେବ। ଦ ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି(ଆଇଆଇଟି), ରୁର୍‌କି ପକ୍ଷରୁ ଏହି ପରିବର୍ତ୍ତିତ କାର୍ଯ୍ୟସୂଚୀ ପ୍ରକାଶ ପାଇଛି।

ଇସ୍ତଫା ଦେଲେ ଓୟୁଏଟି କୁଳପତି

ଇସ୍ତଫା ଦେଲେ ଓୟୁଏଟି କୁଳପତି

ଭୁବନେଶ୍ୱର,୧୯।୩(ବ୍ୟୁରୋ)- ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(ଓୟୁଏଟି) କୁଳପତି ପଦରୁ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଇସ୍ତଫା ଦେଇଛନ୍ତି। ମଙ୍ଗଳବାର ଡାକ ଯୋଗେ ସେ ନିଜର ଇସ୍ତଫାପତ୍ର ରାଜ୍ୟପାଳଙ୍କ ପାଖକୁ ପଠାଇଥିବା ଜଣାପଡ଼ିଛି।

ଡାକ୍ତରଖାନା ପାଇଁ କାଳ ସାଜିଛି ତାଳଗଛ

ଡାକ୍ତରଖାନା ପାଇଁ କାଳ ସାଜିଛି ତାଳଗଛ

ବୀରମହାରାଜପୁର, ୧୯ା୩(ଡି.ଏନ୍‌.ଏ.): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର-ସୋନପୁର ମୁଖ୍ୟରାସ୍ତାର ପଣ୍ଡାପାଲି ନିକଟ ରାସ୍ତାପାର୍ଶ୍ୱ ତାଳଗଛଗୁଡିକ ପଥଚାରୀମାନଙ୍କ ପାଇଁ ବିପଦ ପାଲଟିଛି। ବିଶେଷକରି ଏଠାରେ ଅବସ୍ଥିତ ଚକ୍ଷୁ ଚିକିତ୍ସାଳୟ ଫାଟକ ସମ୍ମୁଖ କେତୋଟି ତାଳଗଛ ବିପଦସଙ୍କୁଳ ଅବସ୍ଥାରେ ରହିଥିବାରୁ ଏଠାକୁ ଆସୁଥିବା ରୋଗୀ ତଥା ସର୍ବସାଧାରଣଙ୍କ ସକାଶେ ମରଣଯନ୍ତା ପାଲଟିଥିବା କୁହାଯାଉଛି।

ରୋଗାକ୍ରାନ୍ତ ରାମସିଂଙ୍କ ପାଇଁ ଗଛମୂଳ ଆଶ୍ରୟ ସ୍ଥଳ: ବେକରେ ୩ କିଲୋର ମାଂସ ପିଣ୍ଡୁଳା, ଗରିବୀ ସାଜିଛି ବାଧକ

ରୋଗାକ୍ରାନ୍ତ ରାମସିଂଙ୍କ ପାଇଁ ଗଛମୂଳ ଆଶ୍ରୟ ସ୍ଥଳ: ବେକରେ ୩ କିଲୋର ମାଂସ ପିଣ୍ଡୁଳା, ଗରିବୀ ସାଜିଛି ବାଧକ

ନୂଆପଡା ଅଫିସ/ବୋଡେନ,୧୯ା୩- ବର୍ତ୍ତମାନ ପରିପ୍ରେକ୍ଷୀରେ ଲୋକଙ୍କୁ ଜରୁରୀ ଚିକିତ୍ସା ସେବା ଯୋଗାଇଦେବାକୁ ବିଭିନ୍ନ ସରକାରୀ ଯୋଜନା ରହିଥିଲେ ମଧ୍ୟ ସେଗୁଡିକର ପରିଚାଲନାଗତ ତ୍ରୁଟି ଯୋଗୁ ବହୁ ଲୋକ ସେହି ସୁବିଧା ପାଇପାରୁନାହାନ୍ତି। ନୂଆପଡ଼ା ଜିଲା ବୋଡେନ ବ୍ଲକ ଅନ୍ତର୍ଗତ ଫର୍ସରା ଗ୍ରାମପଞ୍ଚାୟତ ସର୍ଗିଗୁଡା ଗାଁର ବୃଦ୍ଧ ରାମସିଂ ପଟେଲଙ୍କ ଅବସ୍ଥା ଦେଖିଲେ ଯେ କୌଣସି ଲୋକଙ୍କ ଆଖିରୁ ଦରଦି ଲୁହ ବୋହି ଆସିବ। 

ରୁପ୍ରାରେ ଭାଜପାର ବିଜୟ ସଂକଳ୍ପ ସମାବେଶ: ଯୋଗଦେଲେ ଦାମ,  ଶ୍ରୀତମ

ରୁପ୍ରାରେ ଭାଜପାର ବିଜୟ ସଂକଳ୍ପ ସମାବେଶ: ଯୋଗଦେଲେ ଦାମ, ଶ୍ରୀତମ

ସେରଗଡ,୧୯।୩(ଡି.ଏନ.ଏ.): କଳାହାଣ୍ଡି ଜିଲା ନର୍ଲା ବ୍ଲକ ରୁପ୍ରାଠାରେ ମଙ୍ଗଳବାର ଭାରତୀୟ ଜନତା ପାର୍ଟି ପକ୍ଷରୁ ବିଜୟ ସଂକଳ୍ପ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏହି ସମାବେଶରେ ଭାଜପାରେ ନୂତନ ଭାବେ ଯୋଗଦାନ କରିଥିବା ଡ. ଦାମୋଦର ରାଉତ ଏବଂ ସିନେ ତାରକା ଶ୍ରୀତମ ଦାସ ଯୋଗଦେଇ ବିପୁଳ ପରିମାଣରେ ଭାଜପାକୁ ଭୋଟ ଦେଇ ଜୟଯୁକ୍ତ କରାଇବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ। 

ଅଭିନବ ଉପାୟରେ ସିପିଆଇର ଭୋଟ୍‌ ଭିକ୍ଷା

ଅଭିନବ ଉପାୟରେ ସିପିଆଇର ଭୋଟ୍‌ ଭିକ୍ଷା

ବୌଦ୍ଧ,୧୯।୩(ସ୍ବ.ପ୍ର): ବୌଦ୍ଧ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆସନ୍ତା ଏପ୍ରିଲ ୧୮ ତାରିଖରେ ଭୋଟ ହେବ । ଏଥିପାଇଁ ମଙ୍ଗଳବାର ଠାରୁ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ନିଜର ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଭାଜପା ଓ କଂଗ୍ରେସ ଅଦ୍ୟାବଧି ସେମାନଙ୍କ ପ୍ରାର୍ଥୀଙ୍କ ନାମ ଘୋଷଣା କରିନାହାନ୍ତି । 

ଆତଙ୍କବାଦକୁ ସମର୍ଥନର ପ୍ରତିବାଦ, ଚୀନ୍‌ ଉତ୍ପାଦ ପୋଡିଲେ ବ୍ୟବସାୟୀ

ଆତଙ୍କବାଦକୁ ସମର୍ଥନର ପ୍ରତିବାଦ, ଚୀନ୍‌ ଉତ୍ପାଦ ପୋଡିଲେ ବ୍ୟବସାୟୀ

ଝାରସୁଗୁଡା ଅଫିସ,୧୯ା୩- ପୁଲୱାମା ଆକ୍ରମଣ ଘଟଣାର ମାଷ୍ଟରମାଇଣ୍ଡ ହାଫିଜ୍‌ ସଇଦ୍‌କୁ ଆନ୍ତର୍ଜାତିକ ଆତଙ୍କବାଦୀ ଘୋଷଣାରେ ଚୀନ୍‌ର ପ୍ରତିବନ୍ଧକକୁ ଦୃଢ ବିରୋଧ କରିଛି ଝାରସୁଗୁଡା ଚାମ୍ବର ଫଅ କମର୍ସ। ସେଥିପାଇଁ ମଙ୍ଗଳବାର ଝାରସୁଗୁଡା ଚାମ୍ବର ଅଫ୍‌ କମର୍ସର ସଦସ୍ୟମାନେ ଝଣ୍ଡାଛକ ଠାରେ ଚୀନ୍‌ ସାମଗ୍ରୀ ପୋଡି ପ୍ରତିବାଦ କରିଛନ୍ତି। 

ଦୋଳପର୍ବ ପାଇଁ ଦେବଗଡ ସହର ଚଳଚଞ୍ଚଳ: ୧୦ରୁ ଊର୍ଦ୍ଧ୍ୱ ରଙ୍ଗଦୋକାନରେ ଲାଗିଛି ଭିଡ଼

ଦୋଳପର୍ବ ପାଇଁ ଦେବଗଡ ସହର ଚଳଚଞ୍ଚଳ: ୧୦ରୁ ଊର୍ଦ୍ଧ୍ୱ ରଙ୍ଗଦୋକାନରେ ଲାଗିଛି ଭିଡ଼

ଦେବଗଡ, ୧୯।୩(ସ୍ବ.ପ୍ର.) -ଦୋଳପର୍ବ ପାଇଁ ଦେବଗଡ ସହର ତଥା ଆଖପାଖ ଅଞ୍ଚଳ ଚଳଚଞ୍ଚଳ ହୋଇଉଠିଛି। ସହରର ମଧ୍ୟସ୍ଥଳୀରେ ଥିବା ଡେଲିମାର୍କେଟ ଏବଂ ଆଖପାଖର ଅସ୍ଥାୟୀ ରଙ୍ଗ ଦୋକାନଗୁଡ଼ିକରେ ଭିଡ଼ ଲାଗିଛି। ବ୍ୟବସାୟୀମାନେ ଭଲ ବ୍ୟବସାୟ କରୁଥିବା ଦେଖିବାକୁ ମିଳୁଛି। କେବଳ ଦେବଗଡ ସହରରେ ୧୦ରୁ ଊର୍ଦ୍ଧ୍ୱ ରଙ୍ଗ ଦୋକାନ ଖୋଲିଛି।

 ଉକୁନ୍ଦରା ସରପଞ୍ଚଙ୍କ ଘରକୁ ବୋମାମାଡ଼ : ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଥାନା ଘେରାଉ

ଉକୁନ୍ଦରା ସରପଞ୍ଚଙ୍କ ଘରକୁ ବୋମାମାଡ଼ : ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଥାନା ଘେରାଉ

ବିରିଡ଼ି/ବାଲିଆ,୧୯।୩(ଡି.ଏନ.ଏ.): ବିରିଡ଼ି ଥାନା ଅନ୍ତର୍ଗତ ୨୨ ମୌଜା ଉକୁନ୍ଦରା  ପଞ୍ଚାୟତର ସରପଞ୍ଚ ତଥା ବିରିଡ଼ି ବ୍ଲକ ଜୋନ-୨ର କଂଗ୍ରେସ ସଭାପତି ଚନ୍ଦ୍ରଶେଖର ଦାଶଙ୍କ ଘରକୁ ଗତ ଫେବୃୟାରୀ ୨୨ ତାରିଖ ସନ୍ଧ୍ୟାରେ ଦୁର୍ବୃତ୍ତମାନେ ବୋମା ଓ ଗୁଳିମାଡ଼ କରିଥିଲେ। ଏହି ଘଟଣାରେ ଅଦ୍ୟାବଧି ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିପାରିନାହିଁ।

‘ସମୟାନୁବର୍ତ୍ତିତା ଦେଇଛି ଜୀବିକା ’: ୬ ମାସ ଚାଷ, ୪ ମାସ ଲସି ବେପାର

‘ସମୟାନୁବର୍ତ୍ତିତା ଦେଇଛି ଜୀବିକା ’: ୬ ମାସ ଚାଷ, ୪ ମାସ ଲସି ବେପାର

ଭଦ୍ରକ ଅଫିସ, ୧୯।୩- ସମୟର ସଦୁପଯୋଗ କଲେ କାହା ପେଟ ଅପୋଷା ରହିବ ନାହିଁ ା ଏକଥା କହିଛନ୍ତି  ଅନନ୍ତ କୁଅଁର(୫୦)। ପେଶାରେ ସେ ଜଣେ ଚାଷୀ। ଘର ତିହିଡି ବ୍ଳକ ବୁଡଙ୍ଗ ଗାଁରେ। ବର୍ଷା ଦିନେ ବିଲରେ ହଳ କରି ଚାଷ କରି ଫସଲ ଉତ୍ପାଦନ କରିଥାନ୍ତି। ଗାଁରେ ଜଳସେଚନ ବ୍ୟବସ୍ଥା ନ ଥିବାରୁ ଖରାଦିନ ଆସିଲେ କୌଣସି ଫସଲ କରି ପାରି ନ ଥାନ୍ତି।  

ଉତ୍ତର ଓଡ଼ିଶା ବିଶ୍ୱ ବିଦ୍ୟାଳୟରେ  ଛାତ୍ର ଅଶାନ୍ତି: ୨୪ ଘଣ୍ଟା ମଧ୍ୟରେ କୁଳସଚିବଙ୍କ ବଦଳି ଦାବି, ଥାନାରେ ଅଭିଯୋଗ

ଉତ୍ତର ଓଡ଼ିଶା ବିଶ୍ୱ ବିଦ୍ୟାଳୟରେ ଛାତ୍ର ଅଶାନ୍ତି: ୨୪ ଘଣ୍ଟା ମଧ୍ୟରେ କୁଳସଚିବଙ୍କ ବଦଳି ଦାବି, ଥାନାରେ ଅଭିଯୋଗ

ବାରିପଦା ଅଫିସ,୧୯।୩- ବାରିପଦା ତକତପୁରସ୍ଥିତ ଉତ୍ତର ଓଡ଼ିଶା ବିଶ୍ୱ ବିଦ୍ୟାଳୟରେ ମଙ୍ଗଳବାର ଛାତ୍ର ଅଶାନ୍ତି ଦେଖା ଦେଇଛି। କୁଳସଚିବ ପ୍ରମୋଦ କୁମାର ଶତପଥୀ ଛାତ୍ରୀଛାତ୍ରଙ୍କୁ ଦୁର୍ବ୍ୟବାର କରିବା ଅଭିଯୋଗ ହୋଇଛି। ଛାତ୍ରୀଛାତ୍ରମାନେ ଘଟଣା ସମ୍ପର୍କରେ କୁଳପତି ପ୍ରଦୀପ କୁମାର ଚାନ୍ଦଙ୍କୁ ଅବଗତ କରାଇବା ସହିତ ୨୪ ଘଣ୍ଟା ମଧ୍ୟରେ କୁଳସଚିବଙ୍କ ବଳଦି ଦାବି କରିଛନ୍ତି। 

ପଞ୍ଚଲିଙ୍ଗେଶ୍ୱର ପୀଠରେ ଯୁବକଙ୍କୁ ହତ୍ୟା ଘଟଣା:  ଅଭିଯୁକ୍ତ ଗିରଫ

ପଞ୍ଚଲିଙ୍ଗେଶ୍ୱର ପୀଠରେ ଯୁବକଙ୍କୁ ହତ୍ୟା ଘଟଣା: ଅଭିଯୁକ୍ତ ଗିରଫ

ସଜନାଗଡ଼, ୧୯।୩(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ଅଧୀନ ପଞ୍ଚଲିଙ୍ଗେଶ୍ୱର ଶୈବପୀଠରେ ଗତ ଫେବୃୟାରୀ ୮ତାରିଖରେ ଜଣେ ଅଜଣା ଯୁବକଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣାର ଦେଢ଼ମାସ ପରେ ନୀଳଗିରି ପୋଲିସ୍‌ ହତ୍ୟାକାରୀଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି।


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା