ରାଜ୍ୟ | ଉପକୂଳ ଓଡିଶା

ସମୁଦ୍ରକୁ ଗଲେ ୧୫ ଲକ୍ଷରୁ ଊର୍ଦ୍ଧ୍ୱ କଇଁଛ ଛୁଆ

ସମୁଦ୍ରକୁ ଗଲେ ୧୫ ଲକ୍ଷରୁ ଊର୍ଦ୍ଧ୍ୱ କଇଁଛ  ଛୁଆ
ରାଜନଗର,୨୫।୪(ଡି.ଏନ୍‌.ଏ.):କଇଁଛମାନଙ୍କ ଅନ୍ତୁଡିଶାଳ ଭାବେ ପରିଚିତ ରାଜନଗର ବ୍ଲକ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ଅଲିଭରିଡ୍‌ଲେ ଦେଇଥିବା ଅଣ୍ଡାରୁ ଛୁଆ ଫୁଟି ସମୁଦ୍ର ମୁହଁ। ହେବାରେ ଲାଗିଛନ୍ତି। ୨ ଦିନ ମଧ୍ୟରେ ପ୍ରାୟ ୧୫ ଲକ୍ଷରୁ ଊର୍ଦ୍ଧ୍ୱ ଅଲିଭରିଡ୍‌ଲେ ଛୁଆ ଗଭୀର ସମୁଦ୍ରକୁ ଚାଲିଯାଇଛନ୍ତି ବୋଲି ବନ ବିଭାଗ ସୂତ୍ରରୁ ପ୍ରକାଶ। ଏହି ପ୍ରକ୍ରିୟା ପ୍ରାୟ ୪ରୁ ୫ ଦିନ ପର୍ଯ୍ୟନ୍ତ ଜାରିରହିବ। ସୂଚନା ଯୋଗ୍ୟ ଯେ, ଚଳିତ ବର୍ଷ ମାର୍ଚ୍ଚ ୬ରୁ ୧୨ ମଧ୍ୟରେ ୬ ଲକ୍ଷ ୬୦ ହଜାର ଅଲିଭରିଡଲେ ଗହୀରମଥା ନାସୀ-୨ରେ ସମୂହ ଅଣ୍ଡାଦାନ କରିଥିଲେ। ଅଲିଭରିଡଲେମାନେ ଦଳ ଦଳ ହୋଇ ବାଲୁକା ଶଯ୍ୟାକୁ ଆସି ବାଲୁକା ରାଶିରେ ୪୦ରୁ ୪୫ ସେଣ୍ଟିମିଟର ଗଭୀର ଗାତ ଖୋଳି ଅଣ୍ଡାଦେଇଥିଲେ। ପ୍ରତି ଅଲିଭରିଡ୍‌ଲେ ପ୍ରାୟ ୧୦୦ ରୁ ୧୨୦ ଲେଖାଏଁ ଅଣ୍ଡା ଦେଇଥିଲେ। କଇଁଛ ଅଣ୍ଡାରୁ ସାଧାରଣତଃ ୪୫ ରୁ ୬୦ ଦିନ ମଧ୍ୟରେ ଛୁଆ ଫୁଟିଥାଏ। ସୋମବାର ରାତିରୁ କଇଁଛ ଅଣ୍ଡାରୁ ଛୁଆ ବାହାରିବା ପ୍ରକ୍ରିୟା ଆରମ୍ଭ ହୋଇଛି। ସନ୍ଧ୍ୟାଠାରୁ ଭୋର ସମୟ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଜାରି ରହିଛି। ଚଳିତ ବର୍ଷ ଅଣ୍ଡାଗୁଡିକର ସୁରକ୍ଷା ପାଇଁ ବନବିଭାଗ ପକ୍ଷରୁ କଡା ବନ୍ଦୋବସ୍ତ କରାଯାଇଛି। ଅଣ୍ଡାରୁ ଛୁଆ ଫୁଟିବାଠାରୁ ନିକଟସ୍ଥ ଡା. ଅବଦୁଲ କଲାମ୍‌ ଦ୍ୱୀପରେ ଉଜ୍ଜ୍ୱଳ ଆଲୋକ ବ୍ୟବସ୍ଥା ବନ୍ଦ ରଖାଯାଇଛି। ଗତ କିଛି ଦିନ ହେବ ବଙ୍ଗୋପସାଗର ଅଶାନ୍ତ ଥିବାରୁ ଜଳପତ୍ତନ ବୃଦ୍ଧି ପାଇବାରେ ଲାଗିଛି। ଜଳପତ୍ତନ ବଢିବା ଯୋଗୁ ସାମୁଦ୍ରିକ ଢେଉ ନାସୀ-୨ରେ ମାଡିଯିବାରୁ ପ୍ରାୟ ୪ଶହ ମିଟର ବେଳାଭୂମି ଜଳମଗ୍ନ ହୋଇରହିଛି। ଫଳରେ ଏହି ସ୍ଥାନରେ ଅଣ୍ଡାରୁ ଛୁଆ ଫୁଟିବା ନେଇ ଆଶଙ୍କା ସୃଷ୍ଟି ହୋଇଥିଲା । ମାତ୍ର ବିଭିନ୍ନ ପ୍ରତିକୂଳ ପରିସ୍ଥିତ ସତ୍ତ୍ୱେ ଅଣ୍ଡା ନଷ୍ଟ ନ ହୋଇ ଛୁଆ ଫୁଟି ଚାଲିଥିବାରୁ ପରିବେଶବିତ୍‌ ଓ ପ୍ରକୃତିପ୍ରେମୀମାନେ ଆନନ୍ଦିତ ହୋଇଛନ୍ତି। ପ୍ରକାଶ ଯେ, ୧୯୭୪ ମସିହାରେ ଆମେରିକାର ବିଶିଷ୍ଟ ପ୍ରାଣୀ ବିଜ୍ଞାନୀ ଡ. ଏଚ୍‌ ଆର୍‌. ବଷ୍ଟାର୍ଡ ଗହୀରମଥାଠାରେ ଏହି ବିରଳ ଅଲିଭରିଡଲେ କଇଁଛମାନଙ୍କୁ ଚିହ୍ନଟ କରିଥିଲେ।
All Right Reserved By

ରାଜ୍ୟ | ଉପକୂଳ ଓଡିଶା

ରାସ୍ତା କାମ ନିମ୍ନମାନର: ବଢ଼ୁଛି ପ୍ରଦୂଷଣ

ରାସ୍ତା କାମ ନିମ୍ନମାନର: ବଢ଼ୁଛି ପ୍ରଦୂଷଣ

କେନ୍ଦୁଝର, ୨୦ା୩ (ସ୍ବ.ପ୍ର.): ଜାତୀୟ ରାଜପଥ ୫୨୦ର ରିମୁଳିଠାରୁ କୋଇଡା ପର୍ଯ୍ୟନ୍ତ ଚାରିଲେନ୍‌ ରାସ୍ତା କାମ ଚାଲୁ ରହିଛି। ଏହି କାମ ପାଇଁ ପ୍ରଥମେ ୨୦୧୧ ମସିହାରେ ଟେଣ୍ଡର ହୋଇଥିଲା।

‘ଦାବି ପୂରଣ ନ ହେଲେ ଭୋଟ ବର୍ଜନ’

‘ଦାବି ପୂରଣ ନ ହେଲେ ଭୋଟ ବର୍ଜନ’

କେନ୍ଦୁଝର, ୨୦ା୩ (ସ୍ବ.ପ୍ର.): ମୌଳିକ ସୁବିଧାରୁ ବଞ୍ଚିତ ବାଂଶପାଳ ବ୍ଲକର କେନ୍ଦୁଘାଟି ଓ କାଶିଆ ଗ୍ରାମର ଲୋକମାନେ ଦାବି ପୂରଣ ନ ହେଲେ ଭୋଟ ବର୍ଜନ କରିବା ସହ ପ୍ରଚାର ପାଇଁ ନେତାଙ୍କୁ ଗ୍ରାମରେ ପୂରାଇ ଦେବେନାହିଁ ବୋଲି ଚେତାବନୀ ଦେଇଛନ୍ତି। 

ମଣ୍ଡିରେ କିଣା ହେଉନି ଧାନ: ରାସ୍ତାରେ ଧାନବସ୍ତା ରଖି ୫ଘଣ୍ଟା ପ୍ରତିବାଦ

ମଣ୍ଡିରେ କିଣା ହେଉନି ଧାନ: ରାସ୍ତାରେ ଧାନବସ୍ତା ରଖି ୫ଘଣ୍ଟା ପ୍ରତିବାଦ

କପ୍ତିପଦା,୨୦ା୩ (ଡି.ଏନ.ଏ)- ମଣ୍ଡି ଠିକ୍‌ ସମୟରେ ଖୋଲୁନି। ଖୋଲିଲେ ବି ଚାଷୀଙ୍କ ଧାନ କିଣାଯାଉନି। ମିଲର ଏବଂ ପ୍ରଶାସନର ଭିତିରି ସମ୍ପର୍କ ହେତୁ ଚାଷୀଙ୍କ ଧାନ ମଣ୍ଡିରେ କିଣାଯାଉନି ।

ସମିତିରେ ପଡ଼ିରହିଛି ଧାନବସ୍ତା: ପ୍ରତିବାଦରେ ତାଲା ପକାଇ ଚାଷୀଙ୍କ ଧାରଣା

ସମିତିରେ ପଡ଼ିରହିଛି ଧାନବସ୍ତା: ପ୍ରତିବାଦରେ ତାଲା ପକାଇ ଚାଷୀଙ୍କ ଧାରଣା

ତିହିଡ଼ି, ୨୦।୩ (ଡି.ଏନ.ଏ.) - ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅନ୍ତର୍ଗତ ସୟା ପଞ୍ଚାୟତ ନିଶ୍ଚିନ୍ତପୁର ସେବା ସମବାୟ ସମିତିରେ ୧ ହଜାର ବସ୍ତା ଧାନ ପଡ଼ିରହିଛି। ମିଲର ଧାନ ଉଠାଉ ନ ଥିବାରୁ ଏଭଳି ପରିସ୍ଥିତି ଉପୁଜିଛି।

ଅସାବଧାନତାରୁ ବ୍ୟକ୍ତିଙ୍କ ମୃତ୍ୟୁ

ଅସାବଧାନତାରୁ ବ୍ୟକ୍ତିଙ୍କ ମୃତ୍ୟୁ

ବଳଙ୍ଗା,୨୦।୩(ଡି.ଏନ୍‌.ଏ.): ବଳଙ୍ଗା ଥାନା ଅନ୍ତର୍ଗତ ସାଇଁଶଶାସନ ପଞ୍ଚାୟତ ଭଗବତୀପୁର ଗ୍ରାମର ଶରତ କୁମାର ରଥ (ଟୁଟୁ) ୫୨ ବର୍ଷ ଧାନକଳ ଚଳାଉ ଥିବାବେଳେ  ଅସାବଧାନତା ବଶତଃ କଳ ଫିତାରେ ହାତ ଏବଂ ମୁଣ୍ଡ ପଶିଯାଇଥିଲା।

ଜେସିବି ମେଶିନ ପୋଡ଼ିଲେ ଦୁର୍ବୃତ୍ତ

ଜେସିବି ମେଶିନ ପୋଡ଼ିଲେ ଦୁର୍ବୃତ୍ତ

ବାଲିଅନ୍ତା,୨୦।୩(ଡି.ଏନ୍‌.ଏ.):  ବାଲିଅନ୍ତା ଥାନା ଅଧୀନ ବେଣୁପୁର ମୌଜା ବିଲଗହୀରରେ ମାଟି ଖୋଳା କାର୍ଯ୍ୟରେ ନିୟୋଜିତ ଥିବା ଏକ ଜେସିବି ମେଶିନକୁ ମଙ୍ଗଳବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ନିଆଁ ଲଗାଇ ପୋଡ଼ି ଦେଇଛନ୍ତି। 

ବୌଦ୍ଧରେ କଂଗ୍ରେସ କର୍ମୀଙ୍କ ବିକ୍ଷୋଭ

ବୌଦ୍ଧରେ କଂଗ୍ରେସ କର୍ମୀଙ୍କ ବିକ୍ଷୋଭ

ବୌଦ୍ଧ,୨୦।୩(ସ୍ବ.ପ୍ର): ସାରା ରାଜ୍ୟରେ ଟିକେଟ ବଣ୍ଟନ ନେଇ କସରତ ଚାଲିଥିବା ବେଳେ ବୌଦ୍ଧରେ କଂଗ୍ରେସର ଟିକେଟ ବଣ୍ଟନ ନେଇ କର୍ମୀ ଓ ନେତାଙ୍କ ଅସନ୍ତେ।ଷ ବୃଦ୍ଧି ପାଇଛି । 

ବିଜେଡିରୁ ଇସ୍ତଫା, ହାତ ଧରିପାରନ୍ତି ପ୍ରଶାନ୍ତ

ବିଜେଡିରୁ ଇସ୍ତଫା, ହାତ ଧରିପାରନ୍ତି ପ୍ରଶାନ୍ତ

ରାଉରକେଲା ଅଫିସ,୨୦।୩: ରଘୁନାଥପାଲି ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ଟିକେଟ ଆଶାୟୀ ଯୁବନେତା ପ୍ରଶାନ୍ତ ସେଠୀ ବୁଧବାର ଦଳରୁ ଇସ୍ତଫା ଦେଇଛନ୍ତି। 

କଳାପଥର ଡାକ ପିଅନଙ୍କୁ ହତ୍ୟା: ଜଙ୍ଗଲରୁ ମିଳିଲା ମୃତଦେହ

କଳାପଥର ଡାକ ପିଅନଙ୍କୁ ହତ୍ୟା: ଜଙ୍ଗଲରୁ ମିଳିଲା ମୃତଦେହ

ସୋନପୁର,୨୦।୩(ନି.ପ୍ର.): ସୋନପୁର ଥାନା ଏସ୍‌ କଳାପଥର ଡାକ ପିଅନ ଶତୃଘ୍ନ ଷାଣ୍ଢ(୫୫)ଙ୍କୁ ବୁଧବାର ଭୋର ସମୟରେ କେହି ନିର୍ମମ ଭାବେ ହତ୍ୟା କରିଛନ୍ତି ।   ନିକଟସ୍ଥ ଅର୍ଜୁନପୁର ଜଙ୍ଗଲରୁ ତାଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର ହୋଇଛି । 

ଜାତୀୟ ରାଜପଥରେ ଭ୍ରୂଣ: ୧୦୮ ଆମ୍ବୁଲାନ୍ସ କର୍ମଚାରୀ ପକାଇ ଚାଲିଯାଇଥିବା ଅଭିଯୋଗ

ଜାତୀୟ ରାଜପଥରେ ଭ୍ରୂଣ: ୧୦୮ ଆମ୍ବୁଲାନ୍ସ କର୍ମଚାରୀ ପକାଇ ଚାଲିଯାଇଥିବା ଅଭିଯୋଗ

ଲୋଇସିଂହା,୨୦।୩(ଡି.ଏନ.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅଞ୍ଚଳରେ ବୁଧବାର ଏକ ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛି। 

ହକ ମାଗୁଛି ଓଡ଼ିଶା କାର୍ଯ୍ୟକ୍ରମ: କେନ୍ଦ୍ରସରକାର ଚାଷୀଙ୍କୁ ଧାନର ଉଚିତ ମୂଲ୍ୟ ନ ଦେବାରୁ କ୍ଷୋଭ

ହକ ମାଗୁଛି ଓଡ଼ିଶା କାର୍ଯ୍ୟକ୍ରମ: କେନ୍ଦ୍ରସରକାର ଚାଷୀଙ୍କୁ ଧାନର ଉଚିତ ମୂଲ୍ୟ ନ ଦେବାରୁ କ୍ଷୋଭ

ରିଆମାଳ,୨୦।୩ (ଡି.ଏନ.ଏ.): ଦେବଗଡ଼ ଜିଲା ରିଆମାଳ ହାଟ ପଡ଼ିଆଠାରେ ବିଜେଡି ପକ୍ଷରୁ ହକ ମାଗୁଛି ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। 

ଭିଜିଲାନ୍ସ ଜାଲରେ ଛେଲାଗଡ଼ ଆର୍‌ଆଇ :୧ହଜାର ଟଙ୍କା ଲାଞ୍ଚ ନେଉଥିଲେ

ଭିଜିଲାନ୍ସ ଜାଲରେ ଛେଲାଗଡ଼ ଆର୍‌ଆଇ :୧ହଜାର ଟଙ୍କା ଲାଞ୍ଚ ନେଉଥିଲେ

ପାରଳାଖେମୁଣ୍ଡି, ୨୦ା୩(ସ୍ବ.ପ୍ର.): ଗଜପତି ଜିଲା ଆର୍‌.ଉଦୟଗିରି ବ୍ଲକ ଅନ୍ତର୍ଗତ ଛେଲାଗଡର ରାଜସ୍ବ ନିରୀକ୍ଷକ (ଆର୍‌. ଆଇ) ଚିନ୍ତାମଣି ପାଣିଗ୍ରାହୀ ବୁଧବାର ୧ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା