ଜୀବନଚର୍ଯ୍ୟା |

ରୋଗ ପ୍ରତିରୋଧ ବ୍ୟବସ୍ଥାର କ୍ଷତି କରିପାରେ ଟାଟୁ

ରୋଗ ପ୍ରତିରୋଧ ବ୍ୟବସ୍ଥାର କ୍ଷତି କରିପାରେ ଟାଟୁ

ବର୍ଲିନ୍‌:ଆଜିକାଲି ଦେହରେ ଟାଟୁ କରିବା ଏକ ସଉକ୍‌ରେ ପରିଣତ ହେଲାଣି। ଟାଟୁ କରିବା ପାଇଁ ବ୍ୟବହୃତ କାଳିରେ ବିଭିନ୍ନ ରାସାୟନିକ ପଦାର୍ଥ ରହିଛି। ଏହା ଆମ ରୋଗ ପ୍ରତିରୋଧକ ବ୍ୟବସ୍ଥାର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ କୁହାଯାଉଥିବା ଲିମ୍ପ୍‌ ନୋଡ୍‌ (ଚର୍ମ ତଳେ ଥିବା ଗ୍ରନ୍ଥି)ର କ୍ଷତି ଘଟାଇପାରେ। ଟାଟୁ କାଳିରେ ଥିବା ରାସାୟନିକ ବିଷାକ୍ତ ଦ୍ରବ୍ୟ କ୍ଷୁଦ୍ରକଣିକା ରୂପରେ ଦେହ ଭିତରକୁ ପ୍ରବେଶ କରି ଲିମ୍ପ୍‌ ନୋଡ୍‌ର କ୍ଷତି ଘଟାଇପାରେ ବୋଲି ଗବେଷକମାନେ କହିଛନ୍ତି। ଟାଟୁ ପାଇଁ ବ୍ୟବହୃତ ବିଭିନ୍ନ ରଙ୍ଗର କାଳିରେ ଯେଉଁ ବିଷାକ୍ତ ଦ୍ରବ୍ୟ ରହିଥାଏ ସେ ସମ୍ପର୍କରେ ଆମେ ଖୁବ୍‌ କମ୍‌ ଜାଣୁ। ଅଧିକାଂଶ ଟାଟୁ କାଳିରେ ଜୈବିକ ରଙ୍ଗ ରହିଥିଲେ ହେଁ ଏଥିରେ ନିକେଲ୍‌, କ୍ରୋମିୟମ୍‌, ମାଙ୍ଗାନିଜ୍‌ ଏବଂ କୋବାଲ୍ଟ ରହିଥାଏ। କାର୍ବନ କଳା ବ୍ୟତୀତ ଦ୍ୱିତୀୟ ଉପାଦାନଟି ହେଲା ଟାଇଟାନିୟମ ଡାଇଅକ୍ସାଇଡ। ଏହା ଏକ ଧଳା ପିଗ୍‌ମେଣ୍ଟ। ଏହାକୁ ଅନ୍ୟ ରଙ୍ଗ ସହିତ ମିଶାଇ ନିର୍ଦ୍ଦିଷ୍ଟ ପ୍ରକାର ଛାୟା ସୃଷ୍ଟି କରିବା ପାଇଁ ବ୍ୟବହାର କରାଯାଏ। ଟାଇଟାନିୟମ ଡାଇଅକ୍ସାଇଡକୁ ସାଧାରଣତଃ ଫୁଡ ଆଡିଟିଭ୍‌, ସନ୍‌ସ୍କ୍ରିନ୍‌ ଏବଂ ରଙ୍ଗରେ ବ୍ୟବହାର କରାଯାଏ। ଟାଟୁ ପାଇଁ ବ୍ୟବହୃତ ଟାଇଟାନିୟମ ଡାଇଅକ୍ସାଇଡ୍‌ ଚର୍ମରେ ଲାଗିଲେ ଚର୍ମ କୁଣ୍ଡାଇହୁଏ ଏବଂ ଫଳିଯାଏ।
ଜର୍ମାନୀସ୍ଥିତ ୟୁରୋପିୟାନ୍‌ ସାଇଙ୍କ୍ରୋଟ୍ରନ୍‌ ରାଡିଏଶନ୍‌ ଫ୍ୟାସିଲିଟି (ଇଏସ୍‌ଆରଏଫ୍‌)ର ଗବେଷକମାନେ ଏକ୍ସ-ରେ ଫ୍ଲୋରେସେନ୍ସ ମେଜରମେଣ୍ଟ ଦ୍ୱାରା ଚର୍ମତଳେ ଟାଇଟାନିୟମ ଡାଇଅକ୍‌ସାଇଡ୍‌ ଠାବ କରିବାକୁ ସମର୍ଥ ହୋଇପାରିଛନ୍ତି। ସେମାନେ ମଣିଷ ଚର୍ମରେ ମାଇକ୍ରୋମିଟର ଆକୃତିର ବହୁ କଣିକା ଦେଖିବାକୁ ପାଇଛନ୍ତି। କିନ୍ତୁ ଅଳ୍ପ କେତେକ କ୍ଷୁଦ୍ର ଆକୃତିର କଣିକା ଲିମ୍ପ ନୋଡକୁ ପ୍ରବେଶ କରିଥିବା ଜାଣି ପାରିଛନ୍ତି। ଏହା ଲିମ୍ପ ନୋଡରେ ବୃଦ୍ଧି ପାଇବା ସହିତ ରୋଗ ପ୍ରତିରୋଧ ଶକ୍ତିକୁ ପ୍ରତିହତ କରିଥାଏ।

All Right Reserved By

ଜୀବନଚର୍ଯ୍ୟା |

ରେଡିଏଟର ପାଣି ପିଇ ୭ ଦିନ ବଞ୍ଚିଲେ ଯୁବତୀ

ରେଡିଏଟର ପାଣି ପିଇ ୭ ଦିନ ବଞ୍ଚିଲେ ଯୁବତୀ

ଓ୍ବାଶିଂଟନ: ଆମେରିକା କାଲିଫର୍ନିଆର ଏକ ପାହାଡ ତଳେ ଦୁର୍ଘଟଣାର ଶିକାର ହୋଇଥିବା ଜଣେ ଯୁବତୀ ୭ ଦିନ ପର୍ଯ୍ୟନ୍ତ ରେଡିଏଟର ପାଣି ପିଇ ଜୀବନ ବଞ୍ଚାଇଛନ୍ତି। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ପୋର୍ଟଲାଣ୍ଡ ନିବାସି ଏଞ୍ଜେଲା ଏର୍ନାଡେଜ(୨୩) ଏକ ଦୁର୍ଘଟଣାର ଶିକାର ହେବା ପରେ ପ୍ରାୟ ୨ଶହ ଫୁଟ ଉଚ୍ଚରୁ ତଳକୁ ପଡିଯାଇଥିଲେ।

ସ୍ବାମୀଙ୍କ ନାମ ନ ଧରିବା ପଛର କାରଣ

ସ୍ବାମୀଙ୍କ ନାମ ନ ଧରିବା ପଛର କାରଣ

ହିନ୍ଦୁ ଧର୍ମ ଅନୁଯାୟୀ ସ୍ବାମୀଙ୍କ ନାଁ ଧରିବା ଅଶୁଭ ବୋଲି କୁହାଯାଏ। ସ୍ବାମୀଙ୍କୁ ଭଗବାନଙ୍କ ମାନ୍ୟତା ଦିଆଯାଉଥିବା ବେଳେ ସ୍ତ୍ରୀ ନାଁ ଧରି ଡାକିଲେ ଏହାର ଅପମାନ ହୋଇଥାଏ ବୋଲି କୁହାଯାଏ।

ନିର୍ବନ୍ଧରେ ଅନାମିକା ଆଙ୍ଗୁଠିରେ କାହିଁକି ପିନ୍ଧାଯାଏ ମୁଦି

ନିର୍ବନ୍ଧରେ ଅନାମିକା ଆଙ୍ଗୁଠିରେ କାହିଁକି ପିନ୍ଧାଯାଏ ମୁଦି

ନିର୍ବନ୍ଧ ସମୟରେ କନ୍ୟା ସବୁବେଳେ ବାମ ହାତର ଅନାମିକା ଆଙ୍ଗୁଠିରେ ମୁଦି ପିନ୍ଧିଥାଏ। ସେହିପରି ବର ଡାହାଣ ହାତର ଅନାମିକା ଆଙ୍ଗୁଠିରେ ଏହା ପିନ୍ଧିଥାଏ। ଏହାକୁ ବିବାହର ପୂର୍ବ ସନ୍ତକ ବୋଲି କୁହାଯାଏ।

ଚା’ କହିଦେବ କିପରି ବ୍ୟକ୍ତିତ୍ୱ

ଚା’ କହିଦେବ କିପରି ବ୍ୟକ୍ତିତ୍ୱ

ଅଧିକାଂଶଙ୍କ ଘରେ ଚା’ ଠାରୁ ଦିନଟି ଆରମ୍ଭ ହୋଇଥାଏ। ସକାଳୁ ଚା’ ପିଇବା ଦ୍ୱାରା ମନ ଫ୍ରେସ୍‌ ଲାଗେ ଓ ସବୁ କାମ କରିବାକୁ ଇଚ୍ଛା ହୁଏ। କିଛି ଲୋକଙ୍କୁ ନାଲି ଚା’ ପସନ୍ଦ ହୋଇଥାଏ ତ ପୁଣି କାହାକୁ କ୍ଷୀର ଚା’। ତେବେ ଏଥିରୁ ଲୋକଙ୍କ ବ୍ୟକ୍ତିତ୍ୱ ଜାଣିହୋଇଥାଏ ବୋଲି ନିକଟରେ ବେଜିଂ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି ।

କାହିଁକି ଆସେ ଏପରି ସ୍ବପ୍ନ

କାହିଁକି ଆସେ ଏପରି ସ୍ବପ୍ନ

ରାତିରେ ଶୋଇଥିବା ସମୟରେ କେତେକ ଭୟଙ୍କର ସ୍ବପ୍ନ ଦେଖିଥାନ୍ତି। ତେବେ ଏପରି ସ୍ବପ୍ନ କାହିଁକି ଆସିଥାଏ, ଏହାର ଅନେକ କାରଣ ରହିଛି। ଚିକିତ୍ସା ବିଜ୍ଞାନୀ ଏହାକୁ ଏକ ପ୍ରକାର ଫୋବିଆ ବା ମାନସିକ ରୋଗ କହିଥାନ୍ତି।

ରକ୍ତହୀନତା ଦୂରକରେ ଜାମୁକୋଳି

ରକ୍ତହୀନତା ଦୂରକରେ ଜାମୁକୋଳି

ଜାମୁକୋଳିରେ ରହିଛି କ୍ୟାଲସିୟମ, ପୋଟାସିୟମ, ଆଇରନ୍‌ ଓ ଭିଟାମିନ୍ସ। ଏହାକୁ ଖାଇଲେ ଶରୀର ଅନେକ ରୋଗଠାରୁ ଦୂରେଇ ରହିଥାଏ ବୋଲି ଆୟୁର୍ବେଦ ଚିକିତ୍ସକମାନେ ମତ ଦିଅନ୍ତି।

ପୂର୍ବଜନ୍ମ ସମ୍ପର୍କରେ ଜାଣିବାକୁ ଚାହୁଁଛନ୍ତି...

ପୂର୍ବଜନ୍ମ ସମ୍ପର୍କରେ ଜାଣିବାକୁ ଚାହୁଁଛନ୍ତି...

ପୂର୍ବଜନ୍ମରେ ଜଣେ କ’ଣଥିଲେ, ସେ ସମ୍ପର୍କରେ ଜାଣିବା ଲାଗି ଅନେକଙ୍କ ମନରେ ଦେଖାଦେଇଥାଏ ଉତ୍ସୁକତା। ଏନେଇ ଜ୍ୟୋତିଷାଶାସ୍ତ୍ରରେ ଏକ ଗଣନା ରହିଛି। ଯାହାଦ୍ୱାରା ପୂର୍ବଜନ୍ମ ବିଷୟରେ ସୂଚନା ମିଳିପାରିଥାଏ। ଜାତକରେ ଦେବଗୁରୁ ବୃହସ୍ପତିଙ୍କୁ ସ୍ଥିତି ନେଇ ଏହା ଗଣନା କରାଯାଇଥାଏ।

ମାଛ ଖାଇବା ପରେ କ୍ଷୀର ପିଇଲେ କ’ଣ ହୁଏ

ମାଛ ଖାଇବା ପରେ କ୍ଷୀର ପିଇଲେ କ’ଣ ହୁଏ

ସୁସ୍ଥ ସ୍ବାସ୍ଥ୍ୟ ଲାଗି ଆୟୁର୍ବେଦରେ ଅନେକ ନୀତି ନିୟମ ତଥା ଆଚାର ବ୍ୟବହାର ସମ୍ପର୍କରେ ଉଲ୍ଲେଖ କରାଯାଇଛି। ଆୟୁର୍ବେଦରେ ସୂଚିତ ହୋଇଛି ଯେ, ମାଛ ଖାଇବା ପରେ କ୍ଷୀର ପିଇଲେ ଶରୀର ଉପରେ ପଡ଼ିଥାଏ ଖରାପ ପ୍ରଭାବ। ଏହାଦ୍ୱାରା ଲ୍ୟୁକୋଡର୍ମା ହେବାର ଆଶଙ୍କା ରହିଥାଏ ।

ଭୋଜନ ପରେ ଏସବୁ କରିବା ମନା

ଭୋଜନ ପରେ ଏସବୁ କରିବା ମନା

ଭୋଜନ ପୂର୍ବରୁ ତଥା ପରେ କ’ଣ କରାଯିବା ଆବଶ୍ୟକ ସେନେଇ ଆୟୁର୍ବେଦରେ ନାନା ପରାମର୍ଶ ଉଲ୍ଲେଖ ରହିଛି। ଏହାଦ୍ୱାରା ଶରୀର ସୁସ୍ଥ ରହିବା ସହିତ ବିଭିନ୍ନ ରୋଗ ପ୍ରଭାବରୁ ମିିଳିଥାଏ ମୁକ୍ତି। ଭୋଜନ ପରେ ଫଳ ଖାଇଲେ ଅନେକ ପ୍ରକାର ସମସ୍ୟା ଦେଖାଯାଇଥାଏ।

ମନ୍‌ସୁନ୍‌ ଫ୍ୟାଶନ

ମନ୍‌ସୁନ୍‌ ଫ୍ୟାଶନ

ଦିନ ଥିଲା ବର୍ଷାଋତୁ ଆସିଲେ ଆଉଟ୍‌ଫିଟ୍‌କୁ ନେଇ ବଢ଼ିଯାଉଥିଲା ଚିନ୍ତା। ହେଲେ ଏବେ ସେ ସମୟ ଆଉ ନାହିଁ। ସ୍ପେଶାଲ ବର୍ଷାଦିନ ପାଇଁ ମାର୍କେଟ୍‌ରେ ବିଭିନ୍ନ ପୋଷାକଠାରୁ ଆରମ୍ଭକରି ଅନେକ ଓ୍ବାଟରପ୍ରୁପ୍‌ ଆସେସରିଜ୍‌ ପର୍ଯ୍ୟନ୍ତ ସବୁକିଛି ଉପଲବ୍ଧ। କେବଳ ଏତିକି ନୁହେଁ, ମଡର୍ନ ଦୁନିଆର ଚାହିଦା ଅନୁଯାୟୀ ବର୍ଷାରୁ ସୁରକ୍ଷା ଦେବା ପାଇଁ ବ୍ୟବହୃତ ଛତା ଏବଂ ରେନ୍‌କୋଟ୍‌ର ବି ବଦଳିଯାଇଛି ରୂପ।

କୋଲେଷ୍ଟରଲ କମାଏ ଛତୁ

କୋଲେଷ୍ଟରଲ କମାଏ ଛତୁ

ଛତୁରେ ବିଭିନ୍ନ ପୋଷକତ୍ବ ରହିଥାଏ। ଏହାକୁ ପ୍ରତିଦିନ ଖାଇଲେ ଶରୀରର ଅନେକ ଉପକାର ହୁଏ। ଶରୀରର ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ଏହା ସହାୟକ ହୋଇଥାଏ ।

ଅଧିକାଂଶ ସିଜରିଆନ୍‌ ଶିଶୁ ମେଦବହୁଳ ହୁଅନ୍ତି କାହିଁକି

ଅଧିକାଂଶ ସିଜରିଆନ୍‌ ଶିଶୁ ମେଦବହୁଳ ହୁଅନ୍ତି କାହିଁକି

କେତେକ ସିଜରିଆନ୍‌ ଶିଶୁ ମେଦବହୁଳ ହୋଇଥାନ୍ତି। ଏନେଇ ଓହିଓ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ଉଲ୍ଳେଖ ରହିଛି। ସିଜରିଆନ୍‌ ଶିଶୁ ଓ ମେଦବହୁଳତା ମଧ୍ୟରେ ଗଭୀର ସମ୍ପର୍କ ଥିବା ଗବେଷକ ରିପୋର୍ଟ ଦର୍ଶାଇଛନ୍ତି।

Model This Week

ରୂପେଶ