ଫୁରସତ |

ପ୍ରାଚୀନ ମାନବ ଡାଳରୁ ଡାଳ ଡେଉଁଥିଲେ

ପ୍ରାଚୀନ ମାନବ ଡାଳରୁ ଡାଳ ଡେଉଁଥିଲେ
ଓ୍ବାଶିଂଟନ୍‌:ଆମର ପୂର୍ବପୁରୁଷମାନେ ଗଛର ଡାଳରୁ ଡାଳକୁ ଲମ୍ଫ ଦେଉଥିଲେ। ସେମାନଙ୍କ ଶାରୀରିକ ଦକ୍ଷତା ଖୁବ୍‌ ବଳିଷ୍ଠ ଥିଲା ବୋଲି ୫୨ ନିୟୁତ ବର୍ଷ ତଳର ବଳାଗଣ୍ଠି (ଆଙ୍କଲ୍‌) ଜୀବାଶ୍ମ ଅନୁଧ୍ୟାନ କରି ଗବେଷକମାନେ ଜାଣିପାରିଛନ୍ତି। ବର୍ଷ ବର୍ଷ ଧରି ବୈଜ୍ଞାନିକମାନେ ଭାବିଆସୁଛନ୍ତି, ଅଧୁନା ମାନବର ପୂର୍ବସୂରୀମାନେ ମାଙ୍କଡ଼, ସିମ୍ପାଞ୍ଜି ଏବଂ ମାଙ୍କଡ଼ ସଦୃଶ ପଶୁ ଥିଲେ। ସେମାନେ ଆପେକ୍ଷିକ ଭାବେ ଧୀର ସ୍ବଭାବର ଥିଲେ। ସେମାନେ ହାତ ଓ ଗୋଡ଼ର ପଞ୍ଝାରେ ଗଛର ଡାଳକୁ ଜାବୁଡି ଧରିବା ସହିତ ଫଳ ଛିଡାଇ ଖାଉଥିଲେ। ଆମେରିକାର ଡ୍ୟୁକ୍‌ ୟୁନିଭର୍ସିଟି ଗବେଷକମାନେ ଫ୍ରାନ୍ସରୁ ମିଳିଥିବା ବଳାଗଣ୍ଠିର ନିମ୍ନଭାଗର ଅସ୍ଥିକୁ ମାପକରି ଦେଖିଛନ୍ତି ଯେ, ଏହା ଏକ ଇଞ୍ଚର ଏକଚତୁର୍ଥାଂଶ। କମ୍ପ୍ୟୁଟର ଆଲ୍‌ଗରିଦମ୍‌ ବ୍ୟବହାର କରି ଏହାକୁ ଅନ୍ୟ ପ୍ରାଣୀଙ୍କ ସହିତ ତୁଳନା କରିଛନ୍ତି। ପ୍ରତ୍ୟେକ ଛୋଟ ଛୋଟ ଅସ୍ଥିର ୩ଡି ଡିଜିଟାଲ୍‌ ଆକୃତି ବିଶ୍ଳେଷଣ କରାଯାଇଛି। ପୂର୍ବରୁ ଦାନ୍ତମାଢ଼ି ଓ ଦାନ୍ତ ପରୀକ୍ଷା କରି ଜଣାଯାଇଥିଲା ଯେ, ଡୋନରୁସେଲିଆକୁ ଗଛରୁ ଗଛ ଡେଉଁଥିବା ଆଦିମ ପ୍ରାଣୀ ବୋଲି ବିଶ୍ୱାସ କରାଯାଉଥିଲା। ଡୋନରୁସେଲିଆର ଆଙ୍କଲ୍‌ ଅନ୍ୟ ଆଦିମ ପ୍ରାଣୀଙ୍କ ଭଳି ନ ଥିଲା। କିନ୍ତୁ ଅନ୍ୟ ଉଚ୍ଚ ବିକଶିତ ସ୍ତନ୍ୟପାୟୀ ପ୍ରାଣୀ ମଣିଷ ଓ ବାନର ବଳାଗଣ୍ଠି ସଦୃଶ ଥିଲା। ଏହି ପ୍ରାଣୀଗୁଡ଼ିକ ଖାଲି କେବଳ ଛୋଟ ଛୋଟ ଡାଳରେ ଆରୋହଣ କରୁ ନ ଥିଲେ ବରଂ ବଡ଼ ବଡ଼ ଗଛ ଗଣ୍ଡିକୁ ଧରିବା ପାଇଁ ଗୋଡର ପଞ୍ଝାକୁ ବ୍ୟବହାର କରୁଥିଲେ। ଏହାଦ୍ୱାରା ସେମାନେ ଗଛ ଚଢ଼ୁଥିଲେ ଏବଂ ଓହ୍ଲାଉଥିଲେ। ପ୍ରଥମାବସ୍ଥାରେ ବଣମଣିଷ ଭଳି ପ୍ରାଣୀ ଗୋଡ଼ ଓ ହାତପଞ୍ଝାରେ ଡାଳକୁ ଧରି ଡେଉଁଥିବା ବେଳେ କ୍ରମ ବିବର୍ତ୍ତନ ଫଳରେ ଶାରୀରିକ ଗଠନରେ ପରିବର୍ତ୍ତନ ଯୋଗୁ ଗଛଡାଳରେ ଛାତିରେ ଭରାଦେଇ ଚଢ଼ିବା ଆରମ୍ଭ କଲେ ବୋଲି ଗବେଷକମାନେ କହିଛନ୍ତି।
All Right Reserved By

ଫୁରସତ |

ପଥର ମାରିଲେ ଜାଣିହୁଏ ଭୃଣର ଲିଙ୍ଗ

ପଥର ମାରିଲେ ଜାଣିହୁଏ ଭୃଣର ଲିଙ୍ଗ

ଭୃଣର ଲିଙ୍ଗ ନିରୂପଣ କରିବା ଅପରାଧ। ତେଣୁ ଭାରତରେ ଭୃଣର ଲିଙ୍ଗ ନିରୂପଣ କରିବାରେ ଲାଗିଛି ପ୍ରତିବନ୍ଧକ। ମାତ୍ର ଝାଡଖଣ୍ଡର ଲୋହରଦଗାରେ ଥିବା ଏକ ଛୋଟିଆ ଗାଁରେ ଦେଖିବାକୁ ମିଳେ ଏକ ଅଜବ ପରମ୍ପରା। 

କାହିଁକି ଜନ୍ମ ହୁଅନ୍ତି ୪ ହାତ, ୪ ଗୋଡ ଥିବା ଶିଶୁ

କାହିଁକି ଜନ୍ମ ହୁଅନ୍ତି ୪ ହାତ, ୪ ଗୋଡ ଥିବା ଶିଶୁ

ସାଧାରଣତଃ ୪ ହାତ ଓ ୪ ଗୋଡ଼ ଥିବା ସନ୍ତାନ ଜନ୍ମ ନେଲେ କେହି କେହି ଏହାକୁ ଅଶୁଭ ବୋଲି କହିଥାଆନ୍ତି ତ ପୁଣି କିଏ ଏହାକୁ ଶୁଭ ମାନି ଥାଆନ୍ତି। ହେଲେ ଏମିତି କାହିଁକି ହୁଏ, ତାହା ହୁଏତ ଅନେକେ ଜାଣି ନ ଥିବେ। 

ସୁଖଶାନ୍ତି ଆଣେ ସ୍ବସ୍ତିକ ଚିହ୍ନ

ସୁଖଶାନ୍ତି ଆଣେ ସ୍ବସ୍ତିକ ଚିହ୍ନ

ସ୍ବସ୍ତିକ ଚିହ୍ନର ରହିଛି ଅନେକ ଧାର୍ମିକ ମହତ୍ତ୍ୱ। ଯେକୌଣସି ମାଙ୍ଗଳିକ କାର୍ଯ୍ୟ ପୂର୍ବରୁ ଏହି ଚିହ୍ନର ବ୍ୟବହାର କରାଯାଇଥାଏ। 

ଯେଉଁ ମନ୍ଦିରକୁ ଗଲେ କେହି ଫେରନ୍ତି ନାହିଁ...

ଯେଉଁ ମନ୍ଦିରକୁ ଗଲେ କେହି ଫେରନ୍ତି ନାହିଁ...

ମନ୍ଦିର ଭିତରେ ‘ମୃତ୍ୟୁ’ ଏହା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବ। ଗ୍ରୀକ୍‌ରେ  ରହିଛି ଏପରି ଏକ ମନ୍ଦିର। ଯାହା ଭିତରକୁ ଗଲେ କେହି ଫେରନ୍ତି ନାହିଁ। 

ବଡ଼ ବନ୍ଧାକୋବି

ବଡ଼ ବନ୍ଧାକୋବି

ନ୍ୟୁୟର୍କ, ୟୋର୍କଶାୟର୍‌ ଏକ ଅଜବ ପ୍ରତିଯୋଗିତା ଆୟୋଜନ କରାଯାଇଥାଏ। ସେ ହେଉଛି ହାରୋଗେଟ୍‌ ଅଟମ୍‌ନ ଫ୍ଲାଓ୍ବାର ଶୋ’। ଏହା ବ୍ରିଟେନ୍‌ର ଏକ ଗର୍ଡେନିଂ ଇଭେଣ୍ଟ, ଯେଉଁଥିରେ ଆଗ୍ରହୀ କୃଷକମାନେ ନିଜ ଝାଳବୁହା ପରିଶ୍ରମରେ ଉତ୍ପାଦନ କରିଥିବା ବିରାଟକାୟ ପନିପରିବାକୁ ପ୍ରଦର୍ଶିତ କରିଥାଆନ୍ତି।

ବାପାଙ୍କ ସେବାରେ କୁନି ଝିଅ

ବାପାଙ୍କ ସେବାରେ କୁନି ଝିଅ

୬ ବର୍ଷର କୁନି ଝିଅ ଜିଆ ଜିଆ। ଯେଉଁ ବୟସରେ ସେ ବାପାଙ୍କ କାନ୍ଧରେ ବସି ଦୁନିଆ ଦେଖିବା କଥା, କଣ୍ଢେଇକୁ ସଜେଇ ଖେଳ ଖେଳିବା କଥା ସେହି ବୟସରେ ସେ ସାଜିଛି ପକ୍ଷାଘାତ ଗ୍ରସ୍ତ ବାପାଙ୍କ ସାହାରା। 

ଶାରଦୀୟ ପୂଜାରେ ଶୁଭଫଳ ପାଇବା ପାଇଁ

ଶାରଦୀୟ ପୂଜାରେ ଶୁଭଫଳ ପାଇବା ପାଇଁ

ଶାରଦୀୟ ପାର୍ବଣ ଅବସରରେ ବିଭିନ୍ନ ଶୁଭକାର୍ଯ୍ୟର ଶୁଭାରମ୍ଭ କରାଯାଇଥାଏ। ଏହା ଦ୍ୱାରା କାର୍ଯ୍ୟରେ କୌଣସି ବିଘ୍ନ ସୃଷ୍ଟି ହୋଇ ନ ଥାଏ ବୋଲି ବିଶ୍ୱାସ ରହିଛି। ତେବେ ଏହି ସମୟରେ କିଛି ବାସ୍ତୁ କାର୍ଯ୍ୟ କରିବା ଦ୍ୱାରା ଗୃହ ତଥା ବ୍ୟବସାୟ ଆଦିରେ ଶୁଭଫଳ ପ୍ରାପ୍ତି ହୋଇଥାଏ।  

ସୁଉଚ୍ଚ ଦୁର୍ଗାମୂର୍ତ୍ତି

ସୁଉଚ୍ଚ ଦୁର୍ଗାମୂର୍ତ୍ତି

ସିଂହବାହିନୀ ମା’ ଦୁର୍ଗାଙ୍କ ଆଗମନ ଲାଗି ଗାଁଠାରୁ ସହର ଏବେ ଉତ୍ସବ ମୁଖର। ବିଭିନ୍ନ ପୂଜାମଣ୍ଡପରେ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ସ୍ଥାପନ କରାଯାଇ ପୂଜାର୍ଚ୍ଚନା କରିବା ପାଇଁ ସମସ୍ତେ ପ୍ରସ୍ତୁତି ଚଳାଇଛନ୍ତି। 

ଝିଅ ନୁହେଁ ହୀରା

ଝିଅ ନୁହେଁ ହୀରା

କମୁନି କନ୍ୟାଭ୍ରୂଣ ହତ୍ୟା। ଆଜି ବି ଅଳିଆ, ଆବର୍ଜନା, ପରିତ୍ୟକ୍ତ ସ୍ଥାନରୁ ଶୁଭୁଛି କଅଁଳ ଶିଶୁକନ୍ୟାର କରୁଣ କ୍ରନ୍ଦନ। ହେଲେ ସେହି ଝିଅ ବାରବାର ପ୍ରମାଣିତ କରିଆସିଛି, ସେ ନୁହେଁ କାହାଠାରୁ କମ୍‌। ସେ ଘର ସମ୍ଭାଳି ପାରେ, ଦେଶ ବି। 

କେମିତି କଟିବ ପୂଜା

କେମିତି କଟିବ ପୂଜା

ପୂଜା ପାର୍ବଣରେ ସମସ୍ତେ ଛୁଟି ମନାନ୍ତି। ପରିବାର ସହ ସମୟ ଅତିବାହିତ କରନ୍ତି। ମାତ୍ର କଳାକାରଙ୍କର ଛୁଟି ନଥାଏ। କାରଣ ମନୋରଞ୍ଜନ କରିବା ସେମାନଙ୍କର ଧର୍ମ। ଜଲିଉଡ୍‌ର କେତେକ ଲୋକପ୍ରିୟ କଳାକାରଙ୍କ ପାର୍ବଣ ଅବସରକୁ ନେଇ ଏଇ ଆଲେଖ୍ୟ...

ପ୍ରଥମ ରୋଜଗାର: ଦୁର୍ଗା ମା’ଙ୍କ ପାଦ ତଳେ ଦରମା ରଖିଥିଲି

ପ୍ରଥମ ରୋଜଗାର: ଦୁର୍ଗା ମା’ଙ୍କ ପାଦ ତଳେ ଦରମା ରଖିଥିଲି

ଲେଖିକା ପଙ୍କଜବାସିନୀ ଭଞ୍ଜଦେଓ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି...

ମା’ ସିଂହାସନୀ

ମା’ ସିଂହାସନୀ

ପ୍ରାକୃତିକ ଶୋଭା ସମ୍ପଦରେ ବିମଣ୍ଡିତ ଓଡ଼ିଶାର ଗଞ୍ଜାମ ଜିଲା। ଏଠାରେ ରହିଛି ଅନେକ ଦେବୀପୀଠ। ତେବେ ପୋଲସରାଠାରୁ ପ୍ରାୟ ୨୭ କି.ମି ଦୂର ପାହାଡ଼ ଜଙ୍ଗଲଘେରା ପ୍ରାକୃତିକ ପରିବେଶରେ ଥିବା ମା’ ସିଂହାସନୀଙ୍କ ପୀଠ ଅନ୍ୟତମ।