ଉପକୂଳ ଓଡିଶା

ଓଲଟିଲା ଯାତ୍ରୀବାହୀ ବସ୍‌ : ୩୦ ଆହତ, ୧୫ ଗୁରୁତର

ଓଲଟିଲା ଯାତ୍ରୀବାହୀ ବସ୍‌ : ୩୦ ଆହତ, ୧୫ ଗୁରୁତର
ଯାଜପୁର : ଯାଜପୁର ଜିଲା ଅନ୍ତର୍ଗତ ବରୀ-କୁଆଖିଆ ରାସ୍ତାର ସୁଜନପୁର ହନୁମାନ ଛକ ନିକଟରେ ମଙ୍ଗଳବାର ପୂର୍ବାହ୍ନ ପ୍ରାୟ ୧୧ଟାରେ ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୩୦ ଯାତ୍ରୀ ଆହତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୧୫ଜଣ ଗୁରତର ଅଛନ୍ତି। ସମସ୍ତ ଆହତଙ୍କୁ ଜିଲା ସଦର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଲକି ନାମକ ଏହି ଯାତ୍ରୀବାହୀ ବସ୍‌ ବରୀରୁ କଟକ ଯାଉଥିବାବେଳେ ସୁଜନପୁର ହନୁମାନ ଛକଠାରେ ଚକା ଫାଟିଯିବାରୁ ଓଲଟି ପଡିଥିବା ସୂଚନା ମିଳିଛି।
All Right Reserved By

ଉପକୂଳ ଓଡିଶା

ଜାକେଡା ପଞ୍ଚାୟତବାସୀଙ୍କ ବିଡିଓଙ୍କୁ ଦାବିପତ୍ର ପ୍ରଦାନ

ଜାକେଡା ପଞ୍ଚାୟତବାସୀଙ୍କ ବିଡିଓଙ୍କୁ ଦାବିପତ୍ର ପ୍ରଦାନ

ନୂଆଗାଁ,୧୬।୧୦(ଡି.ଏନ.ଏ.)-ନୟାଗଡ ଜିଲା ନୂଆଗାଁ ବ୍ଲକ ଜାକେଡା ପଞ୍ଚାୟତର ବିଭିନ୍ନ ସମସ୍ୟା ନେଇ ସୋମବାର ପଞ୍ଚାୟତର ଦୁଇଶହର ଊର୍ଦ୍ଧ୍ୱ ମହିଳାପୁରୁଷ ନୂଆଗାଁ ବିଡିଓଙ୍କୁ ଆଠ ଦଫା ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । 

ପାଣୁସାହୁ ପାଟଣାର ବିଶ୍ୱଶାନ୍ତି ବୈଦିକ ମହାଯଜ୍ଞ: ବିଶ୍ୱାସ ଓ ଅନୁଭୂତିକୁ ନେଇ ସୃଷ୍ଟି ହୁଏ ପରମ୍ପରା

ପାଣୁସାହୁ ପାଟଣାର ବିଶ୍ୱଶାନ୍ତି ବୈଦିକ ମହାଯଜ୍ଞ: ବିଶ୍ୱାସ ଓ ଅନୁଭୂତିକୁ ନେଇ ସୃଷ୍ଟି ହୁଏ ପରମ୍ପରା

ଖଣ୍ଡପଡା,୧୬।୧୦(ସ୍ବ.ପ୍ର.)-ଶାରଦୀୟ ପୂଜା ଆରମ୍ଭ ହୋଇଛି। ଏହି ଉପଲକ୍ଷେ ସମସ୍ତ ଶକ୍ତି ପୀଠରେ ମା’ଙ୍କ ସ୍ବତନ୍ତ୍ର ପୂଜାର୍ଚ୍ଚନା, ବେଶ ଚାଲିଥିବାବେଳେ ପୂଜା ମଣ୍ଡପରେ ମା’ ଦୁର୍ଗାଙ୍କ ମୃ୍‌ଣ୍ମୟୀ ମୂର୍ତ୍ତି ସ୍ଥାପନ ହୋଇ ପୂଜା ଅପେକ୍ଷାରେ ଅଛନ୍ତି। 

ମା’ ମଣିନାଗ ପୀଠରେ ପଶୁବଳି ପରମ୍ପରା ବନ୍ଦ

ମା’ ମଣିନାଗ ପୀଠରେ ପଶୁବଳି ପରମ୍ପରା ବନ୍ଦ

 ରାଜାରାଜୁଡ଼ା ଅମଳରେ ଏଠାରେ ମା’ଙ୍କ ନିକଟରେ ପଶୁବଳି ପ୍ରଥାକୁ ମୁଖ୍ୟ ପରମ୍ପରା ଭାବେ ଗ୍ରହଣ କରାଯାଉଥିଲା । କିନ୍ତୁ ସମୟର ପରିବର୍ତ୍ତନ ଘଟିଛି ।  

ବିଭିନ୍ନ ଶକ୍ତିପୀଠ ଓ ପୂଜାମଣ୍ଡପରେ ମା’ଦୁର୍ଗାଙ୍କ ଉପାସନା

ବିଭିନ୍ନ ଶକ୍ତିପୀଠ ଓ ପୂଜାମଣ୍ଡପରେ ମା’ଦୁର୍ଗାଙ୍କ ଉପାସନା

ବୋଲଗଡ,୧୬ା୧୦(ଡି.ଏନ.ଏ.)-ମା’ଦୁର୍ଗାଙ୍କର ଶାରଦୀୟ ପର୍ବ ଅବସରରେ  ବୋଲଗଡ଼ ବ୍ଲକର ବିଭିନ୍ନ ଦେବୀପୀଠ ଓ ପୂଜାମଣ୍ଡପଗୁଡ଼ିକ ଶକ୍ତି ଉପାସନାରେ ଉତ୍ସବମୁଖର ହୋଇଉଠିଛି। 

ଦଶହରା ପୂର୍ବରୁ ଢିଲା ଟ୍ରାଫିକ୍‌ ବ୍ୟବସ୍ଥା : ଭିଡ଼ରେ ନାକେଦମ ୨ ଘଣ୍ଟା

ଦଶହରା ପୂର୍ବରୁ ଢିଲା ଟ୍ରାଫିକ୍‌ ବ୍ୟବସ୍ଥା : ଭିଡ଼ରେ ନାକେଦମ ୨ ଘଣ୍ଟା

ଜଗତ୍‌ସିଂହପୁର ଅଫିସ,୧୬ା୧୦: ମୁଣ୍ଡ ଉପରେ ଦଶହରା। କିନ୍ତୁ ଏବେଠୁ ଜଗତ୍‌ସିଂହପୁର ସହରରେ ଟ୍ରାଫିକ ସମସ୍ୟା ଉଦ୍‌ବେଗଜନକ ହେଲାଣି, ଯାହାକୁ ନେଇ ତୀବ୍ର ଜନ ଅସନ୍ତୋଷ ପ୍ରକାଶ ପାଇଛି। 

ଏରସମା ସମାବେଶରେ ଦାମ ହୁଙ୍କାର : କହିଲେ ଷଣ୍ଢ ବନ୍ଧା ହୋଇଥିଲା, ଫିଟିବାରୁ ଶକ୍ତି ବଢିଲା

ଏରସମା ସମାବେଶରେ ଦାମ ହୁଙ୍କାର : କହିଲେ ଷଣ୍ଢ ବନ୍ଧା ହୋଇଥିଲା, ଫିଟିବାରୁ ଶକ୍ତି ବଢିଲା

ଜଗତ୍‌ସିଂହପୁର ଅଫିସ/ଏରସମା(ସ୍ବ.ପ୍ର.),୧୬ା୧୦: ଷଣ୍ଢ ବନ୍ଧାହୋଇ ରହିଥିଲା, ଏବେ ଖୁଣ୍ଟରୁ ଫିଟିଲା ପରେ  ଶହେଗୁଣା ଶକ୍ତି ବଢିଲା। ଆଗରୁ ବିଜେଡିରେ ରହି ମନ୍ତ୍ରୀ ଥିବାବେଳେ ମୋର ଶକ୍ତି ଯେତିକି ଥିଲା, ଏବେ ବିଜେଡିରୁ ବାହାରିବା ପରେ ତା’ଠାରୁ ଯଥେଷ୍ଟ ଅଧିକ ବୃଦ୍ଧି ପାଇଛି। 

ବାଣ ଫୁଟାଉଥିବା ବେଳେ ବିସ୍ଫୋରଣ: ଜେଜେ ମୃତ, ନାତି ଗୁରୁତର

ବାଣ ଫୁଟାଉଥିବା ବେଳେ ବିସ୍ଫୋରଣ: ଜେଜେ ମୃତ, ନାତି ଗୁରୁତର

ସାଲେପୁର,୧୫ା୧୦(ଡି.ଏନ.ଏ.): କଟକ ଜିଲା ସାଲେପୁର ବ୍ଲକ ଅଧୀନ ରଟିଲୋ ପଞ୍ଚାୟତ ବୋଇଲୋ ଗ୍ରାମରେ ସୋମବାର ଏକ ଦୁଃଖଦ ଘଟଣା ଘଟିଛି। ବାଣ ଫୁଟାଉଥିବା ସମୟରେ ବିସ୍ଫୋରଣ ଘଟି ଜେଜେ ବାପାଙ୍କ ମୃତ୍ୟୁ ଘଟିଥିବାବେଳେ ନାତି ଗୁରୁତର ହୋଇଛନ୍ତି। 

ଜନଶୁଣାଣି ଶିବିରରେ ୩୩୮ ଅଭିଯୋଗ

ଜନଶୁଣାଣି ଶିବିରରେ ୩୩୮ ଅଭିଯୋଗ

ଡେରାବିଶ, ୧୫ା୧୦(ସ୍ବ.ପ୍ର.)- ଜିଲାର ଜନସାଧାରଣଙ୍କ ଅଭିଯୋଗ ଶୁଣିବା ପାଇଁ ଡେରାବିଶ ବ୍ଲକ କାର୍ଯ୍ୟାଳୟ ପରିସରରେ ସୋମବାର ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା ଏଥିରେ ମୋଟ ୩୩୮ଟି ଅଭିଯୋଗ ଆସିଥିଲା 

ସଫଳ ବ୍ୟକ୍ତିତ୍ୱ ଡ. କାଲାମଙ୍କୁ ଜୟନ୍ତୀ ଉତ୍ସବରେ ଶ୍ରଦ୍ଧାଞ୍ଜଳି

ସଫଳ ବ୍ୟକ୍ତିତ୍ୱ ଡ. କାଲାମଙ୍କୁ ଜୟନ୍ତୀ ଉତ୍ସବରେ ଶ୍ରଦ୍ଧାଞ୍ଜଳି

କେନ୍ଦ୍ରାପଡା ଅଫିସ, ୧୫ା୧୦- ଆତ୍ମ ବିଶ୍ୱାସ, ପ୍ରେରଣା, ସାହସ ଓ ଶକ୍ତିକୁ ବିନିଯୋଗ କରି ଭାରତର ଏକାଦଶତମ ରାଷ୍ଟ୍ରପତି ଡ. ଏପିଜେ କାଲାମ ନିଜର ସ୍ବପ୍ନକୁ ସାକାର କରିଥିଲେ ଅଧ୍ୟବସାୟକୁ ମୂଳମନ୍ତ୍ର କରିଥିବା ଡ. କାଲାମ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଦେଖାଇଛନ୍ତି 

ନବପତ୍ରିକା ପୂଜାରେ ମାଆଙ୍କୁ ଆବାହନ

ନବପତ୍ରିକା ପୂଜାରେ ମାଆଙ୍କୁ ଆବାହନ

ଡେରାବିଶ, ୧୪ା୧୦(ସ୍ବ.ପ୍ର.)- ମାଆ ଦୁର୍ଗାଦେବୀଙ୍କ ନବରାତ୍ର ପର୍ବ ଅବସରରେ ସୋମବାର ବିଭିନ୍ନ ମଣ୍ଡପରେ ଷଷ୍ଠୀ ପୂଜା ଆରମ୍ଭ ହୋଇଛି ା ଡେରାବିଶ ବ୍ଲକ ଅଞ୍ଚଳ ଏହି ପୂଜାତ୍ସୋବ ପାଇଁ ଚଳଚଞ୍ଚଳ ହୋଇପଡିଛି ା

ତୁଳସୀ କ୍ଷେତ୍ରରେ ଶାରଦୀୟ ଦୁର୍ଗାତ୍ସୋବ

ତୁଳସୀ କ୍ଷେତ୍ରରେ ଶାରଦୀୟ ଦୁର୍ଗାତ୍ସୋବ

କେନ୍ଦ୍ରାପଡା ଅଫିସ, ୧୫ା୧୦- ତୁଳସୀ କ୍ଷେତ୍ରର ବିଭିନ୍ନ ସ୍ଥାନରେ ଶାରଦୀୟ ଦୁର୍ଗାପୂଜା ସୋମବାରଠାରୁ ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ଶ୍ରୀ ବଳଦେବଜୀଉ ମନ୍ଦିର ପରିସରରେ କନକଦୁର୍ଗାଙ୍କ ମହାଷଷ୍ଠୀ ଉତ୍ସବ ଆରମ୍ଭ ହୋଇଛି। 

ସାମାଜିକ କର୍ମୀଙ୍କ ଶ୍ରାଦ୍ଧବାର୍ଷିକୀ

ସାମାଜିକ କର୍ମୀଙ୍କ ଶ୍ରାଦ୍ଧବାର୍ଷିକୀ

ନୟାଗଡ଼ ଅଫିସ,୧୫ା୧୦- ନୟାଗଡ଼ ବ୍ଲକ ଇଟାମାଟି ଗ୍ରାମର ସାମାଜିକ କର୍ମୀ ସ୍ବର୍ଗତ ରାଜକିଶୋର ଅଗ୍ରୱାଲଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ରବିବାର ପାଳିତ ହୋଇଯାଇଛି। ଏହି ଅବସରରେ ସକାଳେ ଇଟାମାଟି ବାମନ ଅବକାଶ ଉଚ୍ଚ ବିଦ୍ୟାଳୟଠାରୁ ନାରାୟଣ ମନ୍ଦିର ପର୍ଯ୍ୟନ୍ତ ଏକ ଗଣଦୌଡ଼ ହୋଇଥିଲା।