ଖେଳ |

ହିରୋ ଇଣ୍ଟରକଣ୍ଟିନେଣ୍ଟାଲ କପ୍‌: ଦ. ଆଫ୍ରିକା, ନ୍ୟୁଜିଲାଣ୍ଡ, ତାଇପେ ସହ ଖେଳିବ ଭାରତ

ହିରୋ ଇଣ୍ଟରକଣ୍ଟିନେଣ୍ଟାଲ କପ୍‌: ଦ. ଆଫ୍ରିକା, ନ୍ୟୁଜିଲାଣ୍ଡ, ତାଇପେ ସହ ଖେଳିବ ଭାରତ
ନୂଆଦିଲ୍ଲୀ,୨୦।୪(ପି.ଟି.)- ଆସନ୍ତା ଜୁନ ୧ରୁ ୧୦ ପର୍ଯ୍ୟନ୍ତ ମୁମ୍ବାଇ ଫୁଟ୍‌ବଲ ଏରିନାଠାରେ ପ୍ରଥମ ଚତୁଃ ରାଷ୍ଟ୍ର ବିଶିଷ୍ଟ ହିରୋ ଇଣ୍ଟରକଣ୍ଟିନେଣ୍ଟାଲ କପ୍‌ ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତାରେ ଦକ୍ଷିଣ ଆଫ୍ରିକା, ନ୍ୟୁଜିଲାଣ୍ଡ, ଚାଇନିଜ୍‌ ତାଇପେ ସହ ଭାରତୀୟ ଫୁଟ୍‌ବଲ ଦଳ ଖେଳିବ। ପ୍ରତିବର୍ଷ ଏହି ଖଳାଯିବାକୁଥିବା ପ୍ରତିଯୋଗିତାରେ କନଫେଡେରଶନ୍‌ ଅଫ୍‌ ଆଫ୍ରିକାନ ଫୁଟ୍‌ବଲ (କାଫ) ଗ୍ରୁପ୍‌ର ଦ. ଆଫ୍ରିକା, ଓସନିଆ ଗ୍ରୁପ୍‌ର ନ୍ୟୁଜିଲାଣ୍ଡ ଓ ଏସିଆ ଗ୍ରୁପ୍‌ର ଚାଇନିଜ୍‌ ତାଇପେ ଦଳ ଅଂଶଗ୍ରହଣ କରିବେ। ଦକ୍ଷିଣ ଆଫ୍ରିକା ୩ଥର ଫିଫା ବିଶ୍ୱକପ୍‌ ଖେଳିଥିବାବେଳେ ନ୍ୟୁଜିଲାଣ୍ଡ ମଧ୍ୟ ଦୁଇଥର ବୃହତ୍‌ ଇଭେଣ୍ଟରେ ପ୍ରତିନିଧିତ୍ୱ କରିଛି। ଉଭୟ ଦଳ ଅନ୍ତିମ ଥର ୨୦୧୦ ବିଶ୍ୱକପ୍‌ରେ ଖେଳିଥିଲେ। ସମସ୍ତ ଦଳର ଫୁଟ୍‌ବଲ ମହାସଂଘ ଏହି ପ୍ରତିଯୋଗିତା ପାଇଁ ସର୍ବଭାରତୀୟ ଫୁଟବଲ ମହାସଂଘ (ଏଆଇଏଫ୍‌ଏଫ୍‌) ସହ ଚୁକ୍ତି କରିଛନ୍ତି। ପ୍ରତ୍ୟେକ ଦଳ ପରସ୍ପରକୁ ଥରେ ଲେଖାଏ ଭେଟିବେ। ପରେ ଶୀର୍ଷରେ ଥିବା ଦୁଇଟି ଦଳ ମଧ୍ୟରେ ଫାଇନାଲ ମୁକାବିଲା ଖେଳାଯିବ। ଏହି ଟୁର୍ନାମେଣ୍ଟର ମୂଳ ଲକ୍ଷ୍ୟ ୨୦୧୯ରେ ହେବାକୁ ଥିବା ଏଏଫ୍‌ସି ଏସିଆନ୍‌ କପ୍‌ ପାଇଁ ଭାରତୀୟ ଦଳକୁ ପ୍ରସ୍ତୁତ କରିବା। ଏଆଇଏଫ୍‌ଏଫ୍‌ ସାଧାରଣ ସମ୍ପାଦକ କୁଶାଲ ଦାସ କହିଛନ୍ତି, ଏହି ଟୁର୍ନାମେଣ୍ଟ ଦ୍ୱାରା ଭାରତୀୟ ଦଳ ଏଏଫ୍‌ସି ଏସିଆନ୍‌ କପ୍‌ ପାଇଁ ଭଲ ଭାବେ ଅଭ୍ୟାସ କରିପାରିବ। ଚତୁଃ ରାଷ୍ଟ୍ରୀୟ ଟୁର୍ନାମେଣ୍ଟର ପରିକଳ୍ପନା ଅନ୍ୟ ମହାଦେଶର ଶକ୍ତିଶାଳୀ ଦଳ ସହ ଭାରତୀୟ ଦଳକୁ ଖେଳିବାକୁ ସୁଯୋଗ ଦେବା। ଯାହା ଫଳରେ ଭାରତୀୟ ଦଳ ଏଏଫ୍‌ସି ଏସିଆନ୍‌ କପ୍‌ ପାଇଁ ପ୍ରସ୍ତୁତ ହୋଇପାରିବ।
All Right Reserved By

ଖେଳ |

ପାକିସ୍ତାନରେ ପହଞ୍ଚତ୍ଲେ ସିଦ୍ଧୁ

ପାକିସ୍ତାନରେ ପହଞ୍ଚତ୍ଲେ ସିଦ୍ଧୁ

ଲାହୋର,୧୭।୮(ପି.ଟି.)- ଭାରତୀୟ ପୂର୍ବତନ କ୍ରିକେଟର ତଥା ରାଜନୈତିଜ୍ଞ ନବଜୋତ ସିଂ ସିଦ୍ଧୁ ଶୁକ୍ରବାର ପାକିସ୍ତାନରେ ପହଞ୍ଚତ୍ଛନ୍ତି। ସେ ପାକିସ୍ତାନର ଆଗାମୀ ପ୍ରଧାନମନ୍ତ୍ରୀ ହେବାକୁ ଯାଉଥିବା ଇମ୍ରାନ ଖଁାଙ୍କ ଶପତ ଗ୍ରହଣ ଉତ୍ସବରେ ଯୋଗ ଦେବାକୁ ଯାଇଛନ୍ତି।

ବିଶ୍ୱ ଜୁନିୟର ଟ୍ରାକ ସାଇକ୍ଲିଂ ଚାମ୍ପିୟନଶିପ୍‌: ଆଲବେନଙ୍କୁ ରୌପ୍ୟ

ନୂଆଦିଲ୍ଲୀ,୧୭।୮(ପି.ଟି.)- ଭାରତୀୟ ଟିନ ଏଜ ସାଇକେଲ ଚାଳକ ଇସୋ ଆଲବେନ ଶୁକ୍ରବାର ଇତିହାସ ସୃଷ୍ଟି କରିଛନ୍ତି। ସେ ପ୍ରଥମ ଭାରତୀୟ ସାଇକେଲିଷ୍ଟ ଭାବେ ବିଶ୍ୱ ଚାମ୍ପିୟନଶିପ୍‌ର ଟ୍ରାକ ସାଇକେଲ ଚାଳନା ଇଭେଣ୍ଟରେ ରୌପ୍ୟ ପଦକ ଜିତିଛନ୍ତି। 

ଜାମଶେଦ ୧୦ ବର୍ଷ ବାସନ୍ଦ

ଜାମଶେଦ ୧୦ ବର୍ଷ ବାସନ୍ଦ

କରାଚି,୧୭।୮(ଏଏଫ୍‌ପି)- ପୂର୍ବତନ ପାକିସ୍ତାନ ଟେଷ୍ଟ ଦଳର ଓପନର ନସିର ଜାମଶେଦଙ୍କୁ ୧୦ ବର୍ଷ ଲାଗି ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ପକ୍ଷରୁ ବାସନ୍ଦ କରାଯାଇଛି। ପାକିସ୍ତାନ ସୁପର ଲିଗ୍‌ରେ ସ୍ପଟ୍‌ ଫିକ୍ସିଂ ମାମଲରେ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। 

ମାର୍ଟିନ ଡିଆଜଙ୍କ ଏଫ୍‌ସି ପୁନେ ଅନୁବନ୍ଧିତ

ପୁନେ,୧୭।୮(ପି.ଟି.)- ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ) କ୍ଲବ ଏଫ୍‌ସି ପୁନେ ସିଟି ଉରୁଗୁଏର ସେଣ୍ଟର ବ୍ୟାକ ମାର୍ଟିନ ଡିଆଜଙ୍କ ସହ ଚୁକ୍ତି କରିଛି। ଏ ନେଇ କ୍ଲବ ପକ୍ଷରୁ ଶୁକ୍ରବାର ଘୋଷଣା କରାଯାଇଛି।

ଖରାପ ପାଗ: ଚତୁଃରାଷ୍ଟ୍ରୀୟ ସିରିଜ୍‌ ପ୍ରଥମ ଦୁଇ ମ୍ୟାଚ୍‌ ବାତିଲ

ଖରାପ ପାଗ: ଚତୁଃରାଷ୍ଟ୍ରୀୟ ସିରିଜ୍‌ ପ୍ରଥମ ଦୁଇ ମ୍ୟାଚ୍‌ ବାତିଲ

ବିଜୟଓ୍ବାଡା,୧୭।୮- ଏଠାରେ ଭାରତ ଏ, ଭାରତ ବି, ଦକ୍ଷିଣ ଆଫ୍ରିକା ଏ’ ଓ ଅଷ୍ଟ୍ରେଲିଆ ଏ’କୁ ନେଇ ଅନୁଷ୍ଠିତ ହେବାକୁ ଥିବା ଚତୁଃରାଷ୍ଟ୍ରୀୟ ସିରିଜ୍‌ର ପ୍ରଥମ ଦୁଇଟି ମ୍ୟାଚ୍‌କୁ ବିତାଲ କରିବାକୁ ପଡ଼ିଛି। 

ଟ୍ରେଣ୍ଟ ବ୍ରିଜ ଟେଷ୍ଟରେ ଖେଳିପାରନ୍ତି ପନ୍ତ

ନଟ୍ଟିଂହାମ,୧୭।୮- ଲଡର୍‌ସ ଟେଷ୍ଟ ଅଢ଼ଇ ଦିନରେ ପରାସ୍ତ ହୋଇଥିତ୍ବା ଭାରତୀୟ ଦଳକୁ ଟେଷ୍ଟ ସିରିଜ୍‌ରେ ତିଷ୍ଠିବା ଲାଗି କେତେକ ପରିବର୍ତ୍ତନର ଆବଶ୍ୟକତା ରହିଛି। ସେଗୁଡ଼ିକ ମଧ୍ୟରୁ ପ୍ରଥମ ହେଉଛି ଉଇକେଟକିପର ବ୍ୟାଟ୍ସମ୍ୟାନ ରିଶବ ପନ୍ତଙ୍କୁ ପଦାର୍ପଣ କରିବାକୁ ସୁଯୋଗ ମିଳିପାରେ।

ଟେଷ୍ଟରେ ଓପନ କରିବାକୁ ମୁଁ ପ୍ରସ୍ତୁତ- ରୋହିତ

ଟେଷ୍ଟରେ ଓପନ କରିବାକୁ ମୁଁ ପ୍ରସ୍ତୁତ- ରୋହିତ

ମୁମ୍ବାଇ,୧୭।୮- ଇଂଲଣ୍ଡ ଗସ୍ତରେ ଥିବା ଭାରତୀୟ ଦଳର ଓପନରମାନେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି।  ମୁରଲୀ ବିଜୟ, ଶିଖର ଧାଓ୍ବନ ଓ ଲୋକେଶ ରାହୁଲଙ୍କ ମଧ୍ୟରୁ କୌଣସି ବ୍ୟାଟ୍ସମ୍ୟାନ ଏପର୍ଯ୍ୟନ୍ତ ଆଖିଦୃଶିଆ ପ୍ରଦର୍ଶନ କରି ପାରି ନାହାନ୍ତି। ଅନ୍ୟପକ୍ଷରେ ଦିନିକିଆ ଓ ଟି୨୦ ଫର୍ମାଟରେ ସଫଳତମ ଭାରତୀୟ ଓପନର ରୋହିତ ଶର୍ମା ଟେଷ୍ଟରେ ମଧ୍ୟ ଓପନିଂ କରିବାକୁ ପ୍ରସ୍ତୁତ ବୋଲି କହିଛନ୍ତି।

ଅଷ୍ଟ୍ରେଲିଆ ଫୁଟ୍‌ବଲ ପରିଚାଳନା କରିବ ଫିଫା

ସିଡ୍‌ନୀ,୧୭।୮(ଏଏଫ୍‌ପି)- ଫୁଟ୍‌ବଲ ଫେଡେରେଶନ ଅଷ୍ଟ୍ରେଲିଆ (ଏଫ୍‌ଏଫ୍‌ଏ) ମୁଖ୍ୟ ଷ୍ଟିଭେନ ଲୋୟ ପୁନଃ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ ବୋଲି ଶୁକ୍ରବାର କହିଛନ୍ତି। ଫଳରେ ଅଷ୍ଟ୍ରେଲିଆ ଫୁଟ୍‌ବଲକୁ ଅନ୍ତର୍ଜାତୀୟ ଫୁଟ୍‌ବଲ ପରିଚାଳକ ସଂସ୍ଥା (ଫିଫା) ପରିଚାଳିତ କରିବ ବୋଲି ସ୍ପଷ୍ଟ ହୋଇଛି। 

ଏସିଆନ ଗେମ୍ସରୁ ଓହରିଲେ ପେସ୍‌

ଏସିଆନ ଗେମ୍ସରୁ ଓହରିଲେ ପେସ୍‌

ଜାକର୍ତ୍ତା, ୧୭ା୮ (ପି.ଟି.)-ଜଣେ ସ୍ପେଶାଲିଷ୍ଟ ପୁରୁଷ ପାର୍ଟନର ନ ପାଇବାରୁ ଭେଟେରାନ ଟେନିସ ଷ୍ଟାର ଲିଆଣ୍ଡର ପେସ୍‌ ଶେଷରେ  ଶନିବାର ଆରମ୍ଭ ହେବାକୁଥିବା ୧୮ତମ ଏସିଆନ ଗେମ୍ସରୁ ଓହରି ଯାଇଛନ୍ତି। ୪୫ ବର୍ଷୀୟ ଭାରତୀୟ ଖେଳାଳି ଇତିମଧ୍ୟରେ ୧୮ଗ୍ରାଣ୍ଡସ୍ଲାମ ଟାଇଟଲ ଜିତି ସାରିଛନ୍ତି। ସର୍ବଭାରତୀୟ ଟେନିସ ଆସୋସିଏଶନ (ଆଇଟା) ପକ୍ଷରୁ ପେସ୍‌ଙ୍କୁ ସିଙ୍ଗଲ୍ସ ଖେଳାଳି ସୁମିତ ନାଗାଲଙ୍କୁ ପାର୍ଟନର କରି ଖେଳିବାକୁ କୁହାଯାଇଥିଲା। ନାଗାଲ କିନ୍ତୁ ଏବେ ଭଲ ଫର୍ମରେ ନାହାନ୍ତି। ଏହା ପେସ୍‌ଙ୍କ ପାଇଁ ସମସ୍ୟା ହୋଇଥିଲା। ଅନ୍ୟପକ୍ଷରେ ଏସିଆନ ଗେମ୍ସରେ ସେମାନଙ୍କୁ ଯୋଡ଼ିଦାର ହୋଇ ଖେଳିବା ଲାଗି ସୁଯୋଗ ଦେବା ପାଇଁ ଦେଶର ଟପ୍‌ ଡବଲ୍ସ ଯୋଡ଼ି ରୋହନ ବୋପାନ୍ନା ଓ ଡିଭିଜ  ଶରନ   ସର୍ବଭାରତୀୟ ଟେନିସ ଆସୋସିଏଶନ (ଆଇଟା)କୁ ଅନୁରୋଧ କରିଥିଲେ। 

ସେଣ୍ଟ୍‌ଲୁଇସ, ରାପିଡ୍‌, ବ୍ଲିଜ୍‌ ଚେସ୍‌: ଆନନ୍ଦଙ୍କୁ ଅନ୍ତିମ ସ୍ଥାନ

ସେଣ୍ଟ୍‌ଲୁଇସ, ରାପିଡ୍‌, ବ୍ଲିଜ୍‌ ଚେସ୍‌: ଆନନ୍ଦଙ୍କୁ ଅନ୍ତିମ ସ୍ଥାନ

ସେଣ୍ଟ୍‌ଲୁଇସ୍‌ (ଆମେରିକା),୧୭ା୮ (ପି.ଟି.)-ସେଣ୍ଟ ଲୁଇସ୍‌ ରାପିଡ୍‌ ଓ ବ୍ଲିଜ୍‌ ଚେସ୍‌ ଟୁର୍ନାମେଣ୍ଟରେ ଭାରତର ବିଶ୍ୱନାଥନ ଆନନ୍ଦଙ୍କ ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ରହିଛି। ୫ଥର ବିଶ୍ୱ ଚାମ୍ପିୟନ ଏଥିରେ ସମ୍ଭାବ୍ୟ ୨୭ ରୁ ୧୩.୫ ପଏଣ୍ଟ ସ୍କୋର କରି ଅନ୍ତିମ ସ୍ଥାନରେ ରହିଛନ୍ତି। ଆନନ୍ଦ ଅନ୍ତିମ ଦିବସରେ ସମ୍ଭାବ୍ୟ ୯ରୁ ୪ ପଏଣ୍ଟ ସ୍କୋର କରିଥିଲେ। ବ୍ଲିଜ୍‌  ବିଭାଗରେ ତାଙ୍କ ପଏଣ୍ଟ ସଂଖ୍ୟା ୭.୫/୧୮ ରହିଥିଲା, ଯାହାକି ତାଙ୍କୁ ବିଶେଷ ସହାୟକ ହୋଇ ନ ଥିଲା। ଅନ୍ୟପକ୍ଷରେ ହିକାରୁ ନାକାମୁରା  ଆଉ ଗୋଟିଏ ରାଉଣ୍ଡ ଖେଳ ବାକି ଥାଇ ଇଭେଣ୍ଟକୁ ପୂର୍ବରୁ ଜିତି ସାରିଥିଲେ।  ଆମେରିକାର ଏହି ଖେଳାଳି ମୋଟ ୨୨.୫ ପଏଣ୍ଟ ସ୍କୋର କରିଥିଲେ। 

ଘାସିରାମଙ୍କ ‘ବି’ ନମୁନା ପଜିଟିଭ୍‌

ଘାସିରାମଙ୍କ ‘ବି’ ନମୁନା ପଜିଟିଭ୍‌

ବ୍ରହ୍ମପୁର ଅଫିସ୍‌,୧୭ା୮-ଓଡ଼ିଶା ଭାରୋତ୍ତୋଳନ ଜଗତରେ କଳଙ୍କିତ ଫର୍ଦ୍ଦ ଯୋଡ଼ି ହୋଇଯାଇଛି । ଜାତୀୟସ୍ତରୀୟ ପ୍ରତିଯୋଗିତାରେ ସଫଳତା ହାସଲ କରିବା ପାଇଁ ନିଷିଦ୍ଧ ଔଷଧ ସେବନ  ଅଭିଯୋଗରେ ଛନ୍ଦି ହୋଇପଡ଼ିଛନ୍ତି ଯୁବ ଭାରୋତ୍ତୋଳକ ଘାସିରାମ୍‌ ଖରା । ଗତ ଫେବୃୟାରୀରେ ତାଙ୍କ ‘ଏ’ ନମୁନା ପରୀକ୍ଷା ହୋଇଥିଲା। ଯେଉଁଥିରେ ତାଙ୍କ ନମୁନା ପଜିଟିଭ୍‌ ବାହାରିଥିଲା । ଫଳରେ ଘାସିରାମ୍‌ ଖରା ‘ବି’ ନମୁନା ପରୀକ୍ଷା କରିବାକୁ ଆବେଦନ କରିଥିଲେ। ହେଲେ ‘ବି’ ନମୁନା ମଧ୍ୟ ପଜିଟିଭ୍‌ ବାହାରିଛି । ଫଳରେ ୫୦ହଜାର ଟଙ୍କା ଜରିମାନା ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏଥି  ସହ ନିୟମ ଅନୁଯାୟୀ ତାଙ୍କ ଉପରେ ୪ବର୍ଷର ନିଲମ୍ବନ ମଧ୍ୟ ଲାଗୁହେବାର ସମ୍ଭାବନା ରହିଛି ।

ଆବୁଧାବି ମାଷ୍ଟର୍ସ ଚେସ୍‌ରେ ଦେବାଶିଷଙ୍କ ସଫଳତା

ଆବୁଧାବି ମାଷ୍ଟର୍ସ ଚେସ୍‌ରେ ଦେବାଶିଷଙ୍କ ସଫଳତା

ଭୁବନେଶ୍ୱର, ୧୭।୮(କ୍ରୀଡ଼ା ପ୍ରତିନିଧି)-ଆବୁଧାବି ମାଷ୍ଟର୍ସ ଚେସ୍‌ ବୁଧବାର ଉଦ୍‌ଯାପିତ ହୋଇଛି। ୯ ରାଉଣ୍ଡ ବିଶିଷ୍ଟ ଟୁର୍ନାମେଣ୍ଟରେ ରୁଷିଆ ଗ୍ରାଣ୍ଡମାଷ୍ଟର ଡୁବୋଭ ଡାନିଲ ୭.୫ ପଏଣ୍ଟ ପାଇ ଚାମ୍ପିୟନ ହୋଇଛନ୍ତି। ଓଡ଼ିଶା ପ୍ରତିଯୋଗୀଙ୍କ ମଧ୍ୟରେ ଗ୍ରାଣ୍ଡମାଷ୍ଟର ଦେବାଶିଷ ଦାସ ଆକର୍ଷଣୀୟ ପ୍ରଦର୍ଶନ କରି ୬.୫ ପଏଣ୍ଟ ସହିତ ୧୫ତମ ସ୍ଥାନରେ ରହିଛନ୍ତି। ସେ ୩୬ତମ ସ୍ଥାନରେ ରହି ଖେଳିବା ଆରମ୍ଭ କରିଥିଲେ।