ଖେଳ |

୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡ଼ାରୁ ଓହରିବ ନାହିଁ ଭାରତ

ନୂଆଦିଲ୍ଲୀ,୨୦।୪- ଆଗାମୀ ରାଜ୍ୟଗୋଷ୍ଠୀ କ୍ରୀଡ଼ାରୁ ଭାରତ ଓହରିବା ନେଇ ଚାଲିଥିବା ଆଲୋଚନାର ଅନ୍ତ ଘଟାଇଛନ୍ତି ଭାରତୀୟ ଅଲିମ୍ପିକ୍‌ ମହାସଂଘ (ଆଇଓଏ) ସଭାପତି ନରିନ୍ଦର ବାତ୍ରା। ୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଶୁଟିଂ ଇଭେଣ୍ଟକୁ ବାଦ୍‌ ଦିଆଯାଉଥିବାରୁ ନ୍ୟାଶନାଲ ରାଇଫଲ ଆସୋସିଏଶନ୍‌ ଅଫ୍‌ ଇଣ୍ଡିଆ (ଏନ୍‌ଆର୍‌ଏଆଇ) ସଭାପତି ରନିନ୍ଦର ସିଂ ଭାରତ ଅଂଶଗ୍ରହଣ ନ କରିବା ପାଇଁ ଯୁକ୍ତି କରିଥିଲେ। ଏ ସମ୍ପର୍କରେ ବାତ୍ରା କହିଛନ୍ତି, ରନିନ୍ଦରଙ୍କ ଏଭଳି ମନ୍ତବ୍ୟ ଦେବା ଯଥାର୍ଥ। କିନ୍ତୁ ଗୋଟିଏ ନର୍ଦ୍ଦିଷ୍ଟ କ୍ରୀଡ଼ାକୁ ବାଦ୍‌ ଦିଆଯିବା କାରଣରୁ ସମ୍ପୂର୍ଣ୍ଣ ଇଭେଣ୍ଟରୁ ଓହରି ଯିବ ଠିକ୍‌ ନୁହେଁ। ଏ ସମ୍ପର୍କରେ ଆଇଓଏ ଓ କ୍ରୀଡ଼ା ମନ୍ତ୍ରଣାଳୟ ରାଜ୍ୟଗୋଷ୍ଠୀ କ୍ରୀଡ଼ା ମହାସଂଘ (ସିଜିଏଫ୍‌) ସହ ଆଲୋଚନା କରିବ। ଅନ୍ୟପକ୍ଷରେ ଏବେ ଭାରତ ଗସ୍ତରେ ଥିବା ଅନ୍ତର୍ଜାତୀୟ ଅଲିମ୍ପିକ୍‌ କମିଟି (ଆଇଓସି) ମୁଖ୍ୟ ଥୋମାସ ବ୍ୟାକ କହିଛନ୍ତି, ଏଥିରେ ସେ କୌଣସି ପ୍ରକାର ସହାୟତା କରି ପାରିବ ନାହିଁ। କିନ୍ତୁ ଅଲିମ୍ପିକ୍ସରୁ କଦାପି ଶୁଟିଂ ଇଭେଣ୍ଟ ବାଦ୍‌ ପଡ଼ିବ ନାହିଁ ବୋଲି ଅସ୍ବାଶନା ଦେଇଛନ୍ତି।
All Right Reserved By

ଖେଳ |

ଟି୨୦ ଦଳକୁ ମାଲିଙ୍ଗାଙ୍କ ପ୍ରତ୍ୟାବର୍ତ୍ତନ

ଟି୨୦ ଦଳକୁ ମାଲିଙ୍ଗାଙ୍କ ପ୍ରତ୍ୟାବର୍ତ୍ତନ

କଲମ୍ବୋ, ୨୨।୧୦- ଭ୍ରମଣକାରୀ ଇଂଲଣ୍ଡ ବିପକ୍ଷରେ ଆସନ୍ତା ୨୭ରେ ଏଠାରେ ଖେଳାଯିବାକୁ ଥିବା ଏକମାତ୍ର ଟି୨୦ ମ୍ୟାଚ୍‌ ପାଇଁ ସୋମବାର ଶ୍ରୀଲଙ୍କା ଦଳ ଘୋଷଣା କରାଯାଇଛି। ଥିସାରା ପେରେରାଙ୍କ ନେତୃତ୍ୱରେ ଘୋଷିତ ୧୫ ଜଣିଆ ଦଳକୁ ଅଭିଜ୍ଞ ଦ୍ରୁତ ବୋଲର ଲସିଥ୍‌ ମାଲିଙ୍ଗା ଓ ଉଇକେଟ୍‌କିପର ନିରୋଶାନ ଡିକ୍‌ଓ୍ବେଲା ପ୍ରତ୍ୟାବର୍ତ୍ତନ କରିଛନ୍ତି।

ଜାମସେଦଙ୍କ ବାସନ୍ଦ ଦଣ୍ଡ କାଏମ ରହିଲା

ଜାମସେଦଙ୍କ ବାସନ୍ଦ ଦଣ୍ଡ କାଏମ ରହିଲା

ଲାହୋର, ୨୨ା୧୦ (ଏଏଫ୍‌ପି)-ପୂର୍ବତନ ଓପନର ନାସିର ଜାମସେଦଙ୍କ ଉପରେ ହୋଇଥିବା ୧୦ ବର୍ଷିଆ ବାସନ୍ଦ ଦଣ୍ଡକୁ ପାକିସ୍ତାନର ଏକ କ୍ରିକେଟ ଟ୍ରିବ୍ୟୁନାଲ କାଏମ ରଖିଛନ୍ତି। ବିଭିନ୍ନ ଫିକ୍ସିଂ ସ୍କାଣ୍ଡାଲରେ ଜାମସେଦଙ୍କର ବିଶେଷ ଭୂମିକା ରହିଥିଲା, ଯାହାକି ପାକିସ୍ତାନ ସୁପର ଲିଗ୍‌(ପିଏସଏଲ)ରେ ଚହଳ ସୃଷ୍ଟି କରିଥିଲା

ଫୁଟବଲ ଟୁର୍ନାମେଣ୍ଟ: ଗୋଲାମୁଣ୍ଡା ଚାମ୍ପିୟନ

ଫୁଟବଲ ଟୁର୍ନାମେଣ୍ଟ: ଗୋଲାମୁଣ୍ଡା ଚାମ୍ପିୟନ

ଜୁନାଗଡ,୨୨।୧୦(ଡି.ଏନ.ଏ.): କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ଦୁନ୍ଦେଲମାଲ ପଞ୍ଚାୟତ କଟିଙ୍ଗପଦରଠାରେ ୨ଦିନ ଧରି ଚାଲିଥିବା ଫୁଟବଲ ଟୁର୍ନାମେଣ୍ଟ ରବିବାର ଅପରାହ୍ନରେ ଉଦ୍‌ଯାପିତ ହୋଇଯାଇଛି। 

ଟପ୍‌-୧୦୦ରୁ ବାଦ୍‌ ପଡ଼ିଲେ ଭାମ୍ବ୍ରୀ

ଟପ୍‌-୧୦୦ରୁ ବାଦ୍‌ ପଡ଼ିଲେ ଭାମ୍ବ୍ରୀ

ନୂଆଦିଲ୍ଲୀ, ୨୨।୧୦(ପି.ଟି.)- ଆଣ୍ଠୁଜନିତ ସମସ୍ୟାରୁ ମୁକୁଳି ଥିବା ଭାରତୀୟ ଟେନିସ ଖେଳାଳି ୟୁକି ଭାମ୍ବ୍ରୀ ବିଶ୍ୱ ର଼୍ୟାଙ୍କିଙ୍ଗ୍‌ରେ ଟପ୍‌-୧୦୦ରୁ ବାଦ୍‌ ପଡ଼ିଛନ୍ତି। ଗତ ସପ୍ତାହରେ ଅଣ୍ଟଓ୍ବିର୍ପରେ ଅନୁଷ୍ଠିତ ୟୁରୋପିଆନ୍‌ ଓପନ୍‌ର ପ୍ରଥମ ରାଉଣ୍ଡରେ ସେ ପରାଜୟର ସାମ୍ନା କରିଥିଲେ। 

ଭାରତ-ଏ’କୁ ବିଜୟ ଦେଲେ ମନ୍ଧାନା

ଭାରତ-ଏ’କୁ ବିଜୟ ଦେଲେ ମନ୍ଧାନା

ମୁମ୍ବାଇ, ୨୨।୧୦- ସ୍ଥାନୀୟ ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସଠାରେ ସୋମବାରଠାରୁ ଭ୍ରମଣକାରୀ ଅଷ୍ଟ୍ରେଲିଆ-ଏ ବିପକ୍ଷରେ ଆରମ୍ଭ ହୋଇଥିବା ମହିଳା ଟି୨୦ କ୍ରିକେଟ ସିରିଜର ପ୍ରଥମ ମ୍ୟାଚ୍‌କୁ ଭାରତ-ଏ’ ଦଳ ୪ ଉଇକେଟ୍‌ରେ ଜିତିନେଇଛି। 

ରୋହିତ୍‌ ପ୍ରଥମ ଭାରତୀୟ

ରୋହିତ୍‌ ପ୍ରଥମ ଭାରତୀୟ

ଗୁଆହାଟୀ, ୨୨।୧୦- ସ୍ଥାନୀୟ ବର୍ଷାପରା କ୍ରିକେଟ ଷ୍ଟାଡିୟମରେ ରବିବାର ଭ୍ରମଣକାରୀ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଦିନିକିଆକୁ ଭାରତୀୟ କ୍ରିକେଟ ଦଳ ୮ ଉଇକେଟ୍‌ରେ ଜିତିନେଇଥିଲା।

ଡିଫେଣ୍ଡିଂ ଚାମ୍ପିୟନ ଓ୍ବଜନିଆକିଙ୍କୁ ହରାଇଲେ ପ୍ଲିସ୍କୋଭା

ଡିଫେଣ୍ଡିଂ ଚାମ୍ପିୟନ ଓ୍ବଜନିଆକିଙ୍କୁ ହରାଇଲେ ପ୍ଲିସ୍କୋଭା

କାଲାଙ୍ଗ(ସିଙ୍ଗାପୁର), ୨୨।୧୦- ଏଠାରେ ଆରମ୍ଭ ହୋଇଥିବା ଡବ୍ଲ୍ୟୁଟିଏ ଫାଇନାଲ୍ସର ଉଦ୍‌ଘାଟନୀ ଦିବସରେ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ଡିଫେଣ୍ଡିଂ ଚାମ୍ପିୟନ ତଥା ଡେନମାର୍କର ତାରକା ମହିଳା ଟେନିସ ଖେଳାଳି କାରୋଲିନ ଓ୍ବଜନିଆକି ପରାଜୟର ସାମ୍ନା କରିଛନ୍ତି। 

ଅବସର ନେବେ ହେରାଥ୍‌

ଅବସର ନେବେ ହେରାଥ୍‌

କଲମ୍ବୋ, ୨୨।୧୦- ଭେଟେରାନ ଶ୍ରୀଲଙ୍କା ବାମହାତୀ ସ୍ପିନର ରଙ୍ଗନା ହେରାଥ୍‌ ତାଙ୍କ ସ୍ବର୍ଣ୍ଣିମ କ୍ରିକେଟ କ୍ୟାରିୟରରୁ ଅବସର ନେବାକୁ ନିଷ୍ପତ୍ତି ନେଇଛନ୍ତି। ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ବିପକ୍ଷରେ ନଭେମ୍ବର ୬ରୁ ଗାଲେରେ ଆରମ୍ଭ ହେବାକୁ ଥିବା ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ପରେ କ୍ରିକେଟରୁ ସନ୍ନ୍ୟାସ ନେବାକୁ ହେରାଥ୍‌ ଘୋଷଣା କରିଛନ୍ତି। 

ପ୍ରଥମ ଦିନିକିଆରେ ବାଂଲାଦେଶ ବିଜୟୀ

ପ୍ରଥମ ଦିନିକିଆରେ ବାଂଲାଦେଶ ବିଜୟୀ

ଢାକା, ୨୨।୧୦- ଓପନର୍‌ ଇମ୍ରୁଲ କାଏସ୍‌ଙ୍କ ଶତକ ବଳରେ ଘରୋଇ ବାଂଲାଦେଶ ଏଠାରେ ଅନୁଷ୍ଠିତ ପ୍ରଥମ ଦିନିକିଆ ମ୍ୟାଚ୍‌ରେ ଜିମ୍ବାଓ୍ବେକୁ ୨୮ ରନରେ ପରାସ୍ତ କରିଦେଇଛି। ବାଂଲାଦେଶ ପକ୍ଷରୁ ଧାର୍ଯ୍ୟ ୨୭୨ ରନର ଟାର୍ଗେଟ୍‌କୁ ପିଛା କରି ଭ୍ରମଣକାରୀ ଜିମ୍ବାଓ୍ବେ ଦଳ ନିର୍ଦ୍ଧାରିତ ଓଭରରେ ୯ ଉଇକେଟ୍‌ ହରାଇ ୨୪୩ ରନ କରିବାକୁ ସକ୍ଷମ ହୋଇଥିଲା। 

ରାଇକୋନେନ ଜିତିଲେ ୟୁଏସ୍‌ ଗ୍ରାଁ ପ୍ରି

ରାଇକୋନେନ ଜିତିଲେ ୟୁଏସ୍‌ ଗ୍ରାଁ ପ୍ରି

ଅଷ୍ଟିନ୍‌, ୨୨ା୧୦- ଫେରାରିର କିମି ରାଇକୋନେନ ୟୁଏସ୍‌ ଓପନ ଗ୍ରାଁ ପ୍ରି ଟାଇଟଲ ଜିତିଛନ୍ତି। ରବିବାର ଅନୁଷ୍ଠିତ ଏହି ଫର୍ମୁଲା ଓ୍ବାନ ମୋଟର ରେସ୍‌ରେ ରେଡ୍‌ ବୁଲ୍‌ର ମାକ୍ସ ଭର୍ଷ୍ଟାପେନ ଦ୍ୱିତୀୟ ହୋଇଥିବାବେଳେ ମର୍ସିଡିଜର ଲୁଇସ୍‌ ହାମିଲଟନଙ୍କୁ ତୃତୀୟ ସ୍ଥାନରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। 

ଦବଙ୍ଗ ଦିଲ୍ଲୀ ବିଜୟୀ

ଦବଙ୍ଗ ଦିଲ୍ଲୀ ବିଜୟୀ

ପୁଣେ, ୨୨ା୧୦ (ପି.ଟି.)-ଚଳିତ ଭିଭୋ ପ୍ରୋ-କବାଡ଼ି  ସିଜନ -୬ ଇଣ୍ଟର ଜୋନାଲ ଚ୍ୟାଲେଞ୍ଜର ପ୍ରଥମ ମ୍ୟାଚରେ ଦବଙ୍ଗ ଦିଲ୍ଲୀ ୩୯-୩୦ରେ ବେଙ୍ଗଲ  ଓ୍ବାରିୟର୍ସକୁ ପରାସ୍ତ କରିଛି। ସ୍ଥାନୀୟ ଶ୍ରୀ ଶିବ ଛତ୍ରପତି ସ୍ପୋଟର୍‌ସ କମ୍ପ୍ଲେକ୍ସଠାରେ ଅନୁଷ୍ଠିତ ଏହି ମ୍ୟାଚରେ ଦିଲ୍ଲୀ ତରଫରୁ ନବୀନ କୁମାର ୧୧ ରେଡ୍‌ ପଏଣ୍ଟ ସ୍କୋର କରିଥିବାବେଳେ ରବିନ୍ଦର ପାହାଲଙ୍କ ୪ ଟାକଲ ପଏଣ୍ଟ ଅବଦାନ ରହିଥିଲା।

ସାନି ସ୍ପଟ୍‌ ଫିକ୍ସିଂ ଦାବି, ଫୁଟେଜ ମାଗିଲା ଆଇସିସି

ସାନି ସ୍ପଟ୍‌ ଫିକ୍ସିଂ ଦାବି, ଫୁଟେଜ ମାଗିଲା ଆଇସିସି

ନୂଆଦିଲ୍ଲୀ, ୨୨|୧୦ (ପି.ଟି.)- ଅନ୍ତର୍ଜାତୀୟ କ୍ରିକେଟରେ ସ୍ପଟ୍‌ ଫିକ୍ସିଂ ନେଇ ରବିବାର ରିଲିଜ କରାଯାଇଥିବା ଏକ ଡକୁମେଣ୍ଟାରୀ କ୍ରିକେଟ ମହଲରେ ଚହଳ ସୃଷ୍ଟି କରିଛି। ପ୍ରସାରଣକାରୀ ସଂସ୍ଥା ପ୍ରାମାଣିକ  ଫୁଟେଜ ଦେବାକୁ ରାଜି ହେଉ  ନାହିଁ।