ଖେଳ |

୨୦୨୬ ୟୁଥ୍‌ ଅଲିମ୍ପିକ୍ସ: ବିଡ୍‌ ଦାଖଲ କରିବ ଭାରତ

ନୂଆଦିଲ୍ଲୀ, ୨୦।୪ (ପି.ଟି.)- ଭାରତ ୨୦୨୬ ୟୁଥ୍‌ ଅଲିମ୍ପିକ୍ସ ସମେତ ୨୦୩୨ ଗ୍ରୀଷ୍ପକାଳୀନ ଅଲିମ୍ପିକ୍ସ ଆୟୋଜନ ପାଇଁ ବିଡ୍‌ ଦାଖଲ କରିବ। ଅନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟି (ଆଇଓସି) ସଭାପତି ଥୋମାସ ବ୍ୟାକ୍‌ଙ୍କଠାରୁ ଅନୁକୂଳ ମତ ପାଇବାପରେ ଭାରତୀୟ ଅଲିମ୍ପିକ୍ସ ଆସୋସିଏଶନ (ଆଇଓଏ) ଗୁରୁବାର ଏହି ନିଷ୍ପତ୍ତି ନେଇଛି। ଏଠାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଥୋମାସ୍‌ ବ୍ୟାକ୍‌ଙ୍କ ସହ ଉଦ୍‌ବୋଧନ ଦେଇ ଆଇଓଏ ସଭାପତି ନରିନ୍ଦର ବାତ୍ରା ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆମେ ବିଡ୍‌ରେ ଜିତିବୁ କି ନା ତାହା ଜାଣୁନା କିନ୍ତୁ ଏଥିପାଇଁ କିଭଳି ପ୍ରତିଯୋଗିତା ହେଉଛି ତାହା ଲକ୍ଷ୍ୟ କରିବୁ। ଦୁଇ ଦିନିଆ ଭାରତ ଗସ୍ତରେ ଆସିଥିବା ବ୍ୟାକ୍‌ ତାଙ୍କ ଉଦ୍‌ବୋଧନରେ କହିଥିଲେ। ଭାରତ ନିକଟରେ ଅଲିମ୍ପିକ ଭଳି ବଡ଼ ଇଭେଣ୍ଟ ଆୟୋଜନ କରିବା ଲାଗି ସାମର୍ଥ୍ୟ ରହିଛି। ତେବେ ଆଇଓଏକୁ ବିଡିଂ ପ୍ରକ୍ରିୟା ଆରମ୍ଭକୁ ଅପେକ୍ଷା କରିବାକୁ ପଡ଼ିବ। ଭାରତ ଗସ୍ତର ପ୍ରଥମ ଦିବସରେ ବ୍ୟାକ୍‌ ଆହୁରି ମଧ୍ୟ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂ ରାଠୋରଙ୍କୁ ଭେଟିଥିଲେ। ୨୦୨୬ ୟୁଥ ଅଲିମ୍ପିକ୍ସ ପାଇଁ ବିଡିଂ ପ୍ରକ୍ରିୟା ୨୦୨୦ରେ ଆରମ୍ଭ ହେବ। ଭାରତ ବ୍ୟତୀତ ଥାଇଲାଣ୍ଡ ମଧ୍ୟ ଗେମ୍ସର ଆୟୋଜନ ପାଇଁ ଆଗ୍ରହ ପ୍ରକାଶ କରିଛି।
All Right Reserved By

ଖେଳ |

ରଣଜୀ ଟ୍ରଫି: ଗୁଜରାଟକୁ ହରାଇ ସେମିରେ କେରଳ

ରଣଜୀ ଟ୍ରଫି: ଗୁଜରାଟକୁ ହରାଇ ସେମିରେ କେରଳ

ଓ୍ବେନଡ୍‌ (କେରଳ), ୧୭।୧(ପି.ଟି.)- ସ୍ଥାନୀୟ କ୍ରିଷ୍ଣାଗିରି ଷ୍ଟାଡିୟମରେ ଘରୋଇ କେରଳ ଓ ଗୁଜରାଟ ମଧ୍ୟରେ ଅନୁଷ୍ଠିତ ରଣଜୀ ଟ୍ରଫି ୪ର୍ଥ କ୍ୱାର୍ଟର ଫାଇନାଲ ମ୍ୟାଚ୍‌ ଅଢ଼େଇ ଦିନରେ ସମାପ୍ତ ହୋଇଯାଇଛି। ସଚିନ ବେବିଙ୍କ ନେତୃତ୍ୱାଧୀନ କେରଳ ୧୧୩ ରନରେ ଗୁଜରାଟକୁ ପରାସ୍ତ କରି ପ୍ରଥମଦଳ ଭାବେ ଚଳିତ ରଣଜୀ ଟ୍ରଫି ସେମିଫାଇନାଲରେ ସ୍ଥାନ ପକ୍କା କରିଛି।

ମୁମ୍ବାଇରେ ଖୋଲିବ ସାଙ୍ଗାକରା-ଜୟବର୍ଦ୍ଧନେଙ୍କ ରେଷ୍ଟୁରାଣ୍ଟ

ମୁମ୍ବାଇରେ ଖୋଲିବ ସାଙ୍ଗାକରା-ଜୟବର୍ଦ୍ଧନେଙ୍କ ରେଷ୍ଟୁରାଣ୍ଟ

ମୁମ୍ବାଇ, ୧୭।୧- ଶ୍ରୀଲଙ୍କାର ଟପ୍‌ ସିଫୁଡ୍‌ ରେଷ୍ଟୁରାଣ୍ଟ ‘ମିନିଷ୍ଟ୍ରି ଅଫ୍‌ କ୍ରବ’ (ଏମ୍‌ଓସି) ଆସନ୍ତା ମାସରେ ମୁମ୍ବାଇରେ ଖୋଲିବାକୁ ଯାଉଛି। ୨୦୧୧ରେ ଶ୍ରୀଲଙ୍କାର ରାଜଧାନୀ କଲମ୍ବୋରେ ଆରମ୍ଭ ହୋଇଥିବା ଏହି ରେଷ୍ଟୁରାଣ୍ଟ ସାମୁଦ୍ରିକ ଖାଦ୍ୟ ପାଇଁ ବେଶ୍‌ ଚର୍ଚ୍ଚିତ।

ତୃତୀୟ ଦିନିକିଆରୁ ଲିୟନ, ଜାସନ ବାଦ୍‌

ତୃତୀୟ ଦିନିକିଆରୁ ଲିୟନ, ଜାସନ ବାଦ୍‌

ମେଲବୋର୍ନ, ୧୭।୧- ଅଷ୍ଟ୍ରେଲିଆ ଓ ଭ୍ରମଣକାରୀ ଭାରତ ମଧ୍ୟରେ ଚାଲିଥିବା ଦିନିକିଆ ସିରିଜର ନିର୍ଣ୍ଣାୟକ ତଥା ୩ୟ ମ୍ୟାଚ୍‌ ଶୁକ୍ରବାର ସ୍ଥାନୀୟ ମେଲବୋର୍ନ କ୍ରିକେଟ୍‌ ଗ୍ରାଉଣ୍ଡରେ ଖେଳାଯିବ। ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ର ଗୋଟିଏ ଦିନ ପୂର୍ବରୁ ଗୁରୁବାର ଅଷ୍ଟ୍ରେଲିଆ ଏହାର ଚୂଡ଼ାନ୍ତ ଏକାଦଶ ତାଲିକା ପ୍ରକାଶ କରିଛି। 

ଷ୍ଟୁଆର୍ଟ ବ୍ରଡ୍‌ଙ୍କ ହ୍ୟାଟ୍ରିକ

ଷ୍ଟୁଆର୍ଟ ବ୍ରଡ୍‌ଙ୍କ ହ୍ୟାଟ୍ରିକ

ବାର୍ବାଡୋସ, ୧୭।୧- ଘରୋଇ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ୩ ମ୍ୟାଚ୍‌ବିଶିଷ୍ଟ ଟେଷ୍ଟ ସିରିଜ ପୂର୍ବରୁ ଇଂଲଣ୍ଡ ଓ ଓ୍ବେଷ୍ଟଇଣ୍ଡିଜ୍‌ କ୍ରିକେଟ ବୋର୍ଡ ପ୍ରଧାନମନ୍ତ୍ରୀ ଏକାଦଶ ମଧ୍ୟରେ ୨ ଦିବସୀୟ ଓ୍ବାର୍ମଅପ୍‌ ମ୍ୟାଚ୍‌ ଡ୍ର’ରେ ଶେଷ ହୋଇଛି। ଭ୍ରମଣକାରୀ ଇଂଲଣ୍ଡ ଦ୍ରୁତ ବୋଲର ଷ୍ଟୁଆର୍ଟ ବ୍ରଡ୍‌ ଏହି ମ୍ୟାଚ୍‌ରେ ହ୍ୟାଟ୍ରିକ୍‌ ଉଇକେଟ୍‌ ସଫଳତା ପାଇଛନ୍ତି।

ଭାରତ ବିପକ୍ଷ ଦିନିକିଆ ସିରିଜ: ନ୍ୟୁଜିଲାଣ୍ଡ ଟିମ୍‌କୁ ଲଥାମ, ଗ୍ରାଣ୍ଡହୋମ୍‌ଙ୍କ ପ୍ରତ୍ୟାବର୍ତ୍ତନ

ଭାରତ ବିପକ୍ଷ ଦିନିକିଆ ସିରିଜ: ନ୍ୟୁଜିଲାଣ୍ଡ ଟିମ୍‌କୁ ଲଥାମ, ଗ୍ରାଣ୍ଡହୋମ୍‌ଙ୍କ ପ୍ରତ୍ୟାବର୍ତ୍ତନ

ଓ୍ବେଲିଂଟନ, ୧୭।୧(ପି.ଟି.)- ଆସନ୍ତା ସପ୍ତାହରୁ ଭାରତ ବିପକ୍ଷରେ ଆରମ୍ଭ ହେବାକୁ ଥିବା ଏକଦିବସୀୟ ସିରିଜ ଲାଗି ଘରୋଇ ନ୍ୟୁଜିଲାଣ୍ଡ ଦଳ ଗୁରୁବାର ଘୋଷଣା କରାଯାଇଛି। ପାଞ୍ଚ ମ୍ୟାଚ୍‌ବିଶିଷ୍ଟ ଏହି ସିରିଜ ଲାଗି ଟମ୍‌ ଲଥାମ୍‌ ଓ କଲିନ୍‌ ଡି ଗ୍ରାଣ୍ଡହୋମ୍‌ ୧୪ ଜଣିଆ ନ୍ୟୁଜିଲାଣ୍ଡ ଦିନିକିଆ ଦଳରେ ସ୍ଥାନ ପାଇଛନ୍ତି।

ମାଲେସିଆ ମାଷ୍ଟର୍ସ କ୍ୱାର୍ଟରରେ ସାଇନା

ମାଲେସିଆ ମାଷ୍ଟର୍ସ କ୍ୱାର୍ଟରରେ ସାଇନା

କୁଆଲାଲମ୍ପୁର, ୧୭।୧(ପି.ଟି.)- ଭାରତୀୟ ଷ୍ଟାର୍‌ ଶଟ୍‌ଲର ସାଇନା ନେହ୍ବାଲ ଏଠାରେ ଚାଲିଥିବା ବର୍ଷର ପ୍ରଥମ ସୁପର୍‌ ୫୦୦ ଟୁର୍ନାମେଣ୍ଟ ମାଲେସିଆ ମାଷ୍ଟର୍ସ ମହିଳା ସିଙ୍ଗଲ୍ସ କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି।

ଋଷଭ ପନ୍ଥଙ୍କ ଜୀବନରେ ଆସିଲେ ଲେଡି ଲକ୍‌...

ଋଷଭ ପନ୍ଥଙ୍କ ଜୀବନରେ ଆସିଲେ ଲେଡି ଲକ୍‌...

ନୂଆଦିଲ୍ଲୀ,୧୭।୧: ଅଷ୍ଟ୍ରେଲିଆରେ ଭଲ ପ୍ରଦର୍ଶନ କରିଥିବା ଓ୍ବିକେଟ କିପର ତଥା ବ୍ୟାଟସ୍‌ ମ୍ୟାନ୍‌ ଋଷଭ ପନ୍ଥଙ୍କ ଜୀବନରେ ଆସିଛନ୍ତି ଲେଡି ଲକ୍‌। ଏନେଇ ଋଷଭ ଇନଷ୍ଟାଗ୍ରାମ୍‌ରେ ଶେୟାର କରିଛନ୍ତି ଲେଡି ଲକ୍‌ଙ୍କ ସହିତ ନିଜର ଫଟୋ।

୨୦୨୦ ଅଲିମ୍ପିକ୍ସ କ୍ୱାଲିଫାୟର୍ସ:   ଭାରତୀୟ ଫୁଟବଲ ଦଳରେ ଓଡ଼ିଶାର ପ୍ୟାରୀ, ଜବାମଣୀ

୨୦୨୦ ଅଲିମ୍ପିକ୍ସ କ୍ୱାଲିଫାୟର୍ସ: ଭାରତୀୟ ଫୁଟବଲ ଦଳରେ ଓଡ଼ିଶାର ପ୍ୟାରୀ, ଜବାମଣୀ

ନୂଆଦିଲ୍ଲୀ, ୧୭।୧(ପି.ଟି.)- ୨୦୨୦ ଅଲିମ୍ପିକ୍ସ ଖେଳିବାକୁ ଯୋଗ୍ୟତା ହାସଲ କରିବା ପାଇଁ ଭାରତୀୟ ମହିଳା ଫୁଟବଲ ଦଳ ହଂକଂ ଓ ଇଣ୍ଡୋନେସିଆ ବିପକ୍ଷରେ ଦୁଇଟି ଲେଖାଏ ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ ମ୍ୟାଚ୍‌ ଖେଳିବ।   ଏହି ମ୍ୟାଚ୍‌ଗୁଡିକ ପାଇଁ ଏକ ୨୫ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। 

ବିଶ୍ୱର ସର୍ବକନିଷ୍ଠ ପର୍ବତାରୋହୀ ଭାବେ ସତ୍ୟରୂପ ଚଢିଲେ ୭ ଶୃଙ୍ଗ, ଆଗ୍ନେୟଗିରି

ବିଶ୍ୱର ସର୍ବକନିଷ୍ଠ ପର୍ବତାରୋହୀ ଭାବେ ସତ୍ୟରୂପ ଚଢିଲେ ୭ ଶୃଙ୍ଗ, ଆଗ୍ନେୟଗିରି

କୋଲକାତା, ୧୭।୧ (ପି.ଟି.)- ଭାରତୀୟ ପର୍ବତାରୋହୀ ସତ୍ୟରୂପ ସିଦ୍ଧାନ୍ତ ବୁଧବାର ଏକ ବିରଳ ସଫଳତା ଅର୍ଜନ କରିଛନ୍ତି। ବିଶ୍ୱର ସର୍ବକନିଷ୍ଠ ପର୍ବାରୋହୀ ଭାବେ ସେ ୭ଟି ଉଚ୍ଚତମ ପର୍ବତ ଶୃଙ୍ଗ ଓ ଆଗ୍ନେୟଗିରି ଶିଖର ସଫଳତାର ସହ ଆରୋହଣ କରିଛନ୍ତି।

ଭାରତ ବିଶ୍ୱକପ୍‌ ଫେଭରାଇଟ: ଗିଲେସ୍ପି

ଭାରତ ବିଶ୍ୱକପ୍‌ ଫେଭରାଇଟ: ଗିଲେସ୍ପି

ଆଡିଲେଡ୍‌, ୧୭।୧(ପି.ଟି.)-  ଇଂଲଣ୍ଡରେ ଖେଳାଯିବାକୁ ଥିବା ୨୦୧୯ ବିଶ୍ୱକପ୍‌ରେ ଭାରତ ଏଥର ଫେଭରାଇଟ ଦଳ ଭାବେ ଉଭା ହୋଇଛି। ପୂର୍ବତନ ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ଜାସନ ଗିଲେସ୍ପି ଭାରତକୁ ଏହି ମେଗା ଇଭେଣ୍ଟର ଫେଭରାଇଟ ବୋଲି ବିବେଚନା କରିଛନ୍ତି। 

ଧୋନୀଙ୍କ ମୂଲ୍ୟ ଆକଳନ କରିବା ସହଜ ନୁହଁ: ଗାଭାସ୍କର

ଧୋନୀଙ୍କ ମୂଲ୍ୟ ଆକଳନ କରିବା ସହଜ ନୁହଁ: ଗାଭାସ୍କର

ନୂଆଦିଲ୍ଲୀ, ୧୭।୧(ପି.ଟି.)-  ଭାରତୀୟ ଦଳରେ ଅଭିଜ୍ଞ ମହେନ୍ଦ୍ର ସିଂ ଧୋନୀଙ୍କ ମୂଲ୍ୟ ଆକଳନ କରିବା ସହଜ ନୁହଁ ବୋଲି ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କର କହିଛନ୍ତି। ତେଣୁ ତାଙ୍କୁ ଦୟାକରି ଏକା ଛାଡିଦେବା ଉଚିତ୍‌। ଯଦିଓ ତାଙ୍କ ପ୍ରଦର୍ଶନରେ ସ୍ଥିରତା ନାହିଁ ତାଙ୍କୁ ଅଣଦେଖା କରିହେବ ନାହିଁ। 

ଆନ୍ତଃ ବିଶ୍ୱବିଦ୍ୟାଳୟ କ୍ରିକେଟ:  ସୁବ୍ରତଙ୍କ ଶତକ, ରେଭେନ୍‌ଶା ବିଜୟୀ

ଆନ୍ତଃ ବିଶ୍ୱବିଦ୍ୟାଳୟ କ୍ରିକେଟ: ସୁବ୍ରତଙ୍କ ଶତକ, ରେଭେନ୍‌ଶା ବିଜୟୀ

ଭୁବନେଶ୍ୱର, ୧୭।୧(ସ୍ପୋଟର୍‌ସ ବ୍ୟୁରୋ)- କଟକରେ ଚାଲିଥିବା ପୂର୍ବାଞ୍ଚଳ ଆନ୍ତଃ ବିଶ୍ୱବିଦ୍ୟାଳୟ କ୍ରିକେଟ ଟୁର୍ନାମେଣ୍ଟରେ ବୁଧବାର ଅନୁଷ୍ଠିତ ମ୍ୟାଚ୍‌ରେ ରେଭେନ୍‌ଶା ଓ ଉତ୍କଳ ବିଶ୍ୱବିଦ୍ୟଳୟ ବିଜୟ ଲାଭ କରିଛନ୍ତି।