ରାଜ୍ୟ | ବାଲେଶ୍ୱର

ରେଳ ଧାରଣାରେ ଫାଟ : ବର୍ତ୍ତିଲା ଫାଷ୍ଟ ପାସେଞ୍ଜର

ରେଳ ଧାରଣାରେ ଫାଟ : ବର୍ତ୍ତିଲା ଫାଷ୍ଟ ପାସେଞ୍ଜର
ବାହାନଗା/ସୋର, ୧୯।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ନିକଟ ଦକ୍ଷିଣ-ପୂର୍ବ ରେଳପଥରେ ଏକ ମାଲବାହୀ ଟ୍ରେନର ୬ଟି ବଗି ଛିଡି ଅଲଗା ହୋଇଯିବା ଘଟଣାର ୫ଦିନ ପରେ ଆଉ ଏକ ଅଘଟଣ ଗୁରୁବାର ଘଟିଛି। ଏହି ରେଳପଥର ବାହାନଗା ଷ୍ଟେଶନଠାରୁ ୨ କି.ମି. ଦୂର ଅପ୍‌ଲାଇନ୍‌ରେ କେସିପୁର ଗ୍ରାମ ନିକଟରେ ରେଳଧାରଣା ଫାଟିଯାଇଛି। ଫଳରେ ଉକ୍ତ ଲାଇନ୍‌ରେ ସକାଳ ୭ଟା ୫୦ରେ ଯାଇଥିବା ଖଡଗପୁର -ଖୋର୍ଦ୍ଧା ରୋଡ ଫାଷ୍ଟ ପାସେଞ୍ଜର ଏକ ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛି। ରେଳଧାରଣା ଫାଟିଯିବା କାରଣରୁ ଦୀର୍ଘ ୧ଘଣ୍ଟା ୩୪ ମିନିଟ୍‌ ଧରି ଟ୍ରେନ ଚଳାଚଳ ବନ୍ଦ ରହିଥିଲା। ମରାମତି କରାଯିବା ପରେ ଟ୍ରେନ ଚଳାଚଳ ସ୍ବାଭାବିକ ହୋଇଥିଲା। ଅନ୍ୟପକ୍ଷରେ ଏହି ଘଟଣାରେ ବାଲେଶ୍ୱର ଏଏନ୍‌ଏମ୍‌ ଏ.କେ. ସିଂ ସୋର ରେଳବାଇ ପିଡବ୍ଲ୍ୟୁ୍ରଆଇ ବିଭାଗରେ କାମ କରୁଥିବା ୨୭ ନମ୍ବର କିମ୍ୟାନ କମଳାକାନ୍ତ ସିଂଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି। ଅପ୍‌ଲାଇନ୍‌ ଦେଇ ଖଡଗପୁର-ଖୋର୍ଦ୍ଧାରୋଡ ଫାଷ୍ଟ ପାସେଞ୍ଜର ଯିବା ସମୟରେ ଧାରଣା କେଉଁଠି ଫାଟିଯାଇଛି ବୋଲି ଟ୍ରେନ ଡ୍ରାଇଭର ଜାଣିବାକୁ ପାଇଥିଲେ। ସେତେବେଳକୁ ଧାରଣା ଫାଟିବା ସ୍ଥାନକୁ ଟ୍ରେନ ପାରି ହୋଇଯାଇଥିଲା। କିଛି ଦୂରରେ ଡ୍ରାଇଭର ଟ୍ରେନ୍‌କୁ ଅଟକାଇ ତଦାରଖ କରିବାରୁ ଧାରଣା ଫାଟିଥିବା ସ୍ଥାନ ଚିହ୍ନଟ ହୋଇଥିଲା। ଏ ସମ୍ପର୍କରେ ସେ ବାହାନଗା ରେଳଷ୍ଟେଶନକୁ ଜଣାଇବାରୁ ଅନ୍ୟ ଟ୍ରେନ ଚଳାଚଳକୁ ବନ୍ଦ ରଖାଯାଇ ମରାମତି କାମ କରାଯାଇଥିଲା। ଖଡଗପୁର -ଖୋର୍ଦ୍ଧାରୋଡ ଫାଷ୍ଟ ପାସେଞ୍ଜର ସମ୍ପୃକ୍ତ ସ୍ଥାନକୁ ଅତିକ୍ରମ ସମୟରେ ଧାରଣା ଫାଟିଯାଇଥିବା ଅନୁମାନ କରାଯାଉଛି। ପୂର୍ବରୁ ଧାରଣାରେ ଫାଟ ସୃଷ୍ଟି ହୋଇଥିଲେ ଏକ ବଡ ଦୁର୍ଘଟଣା ହେବାର ଯଥେଷ୍ଟ ଆଶଙ୍କା ଥିଲା ବୋଲି ଆଲୋଚନା ହେଉଛି। ଲାଇନମ୍ୟାନ୍‌ ମେଡ୍‌ ପୂର୍ଣ୍ଣଚନ୍ଦ୍ର ଦାସ କହିଛନ୍ତି, ଟ୍ରେନ୍‌ ଲାଇନ୍‌ ଏଭଳି ଆପେ ଆପେ ଫାଟିଯିବାର ପୂର୍ବରୁ ନଜିର ରହିଛି। ତେବେ ରେଳ କର୍ତ୍ତୃପକ୍ଷ ଘଟଣାକୁ ଗୁରୁତ୍ୱ ଦେଇ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ବାହାନଗା ଷ୍ଟେସନମାଷ୍ଟର ଜେ.କେ. ନାୟକ କହିଛନ୍ତି, ଟ୍ରେନଲାଇନ୍‌ ଫାଟିଯାଇଥିବା ଜଣାପଡିବା ପରେ ସଙ୍ଗେ ସଙ୍ଗେ ବାଲେଶ୍ୱରସ୍ଥିତ ପିଡବ୍ଲ୍ୟୁଆଇ ବିଭାଗକୁ ଖବର ଦିଆଯାଇଥିଲା। ବିଭାଗର ଅଧିକାରୀ ଓ କର୍ମଚାରୀ ପହଞ୍ଚି ମରାମତି କରିଥିଲେ। ଅପ୍‌ଲାଇନରେ ଆସୁଥିବା ସମସ୍ତ ଟ୍ରେନକୁ ୭ଟା ୫୦ରୁ ୯ଟା ୨୪ପର୍ଯ୍ୟନ୍ତ ବନ୍ଦ ରଖାଯାଇ ଥିଲା । ମରାମତି ପରେ ପୂର୍ବାହ୍ନ ୧୦ଟାଠାରୁ ଟ୍ରେନ୍‌ ସ୍ବାଭାବିକ ଚାଲିଥିଲା। ରେଳବିଭାଗ ତରଫରୁ ଠିକ୍‌ ଭାବେ ତଦାରଖ କରାଯାଉ ନ ଥିବାରୁ ଏଭଳି ଅଘଟଣ ପଦାକୁ ଆସୁଛି ବୋଲି ରେଳଯାତ୍ରୀମାନେ ଅଭିଯୋଗ କରିଛନ୍ତି। ଉଲ୍ଲେଖନୀୟ ଯେ, ଗତ ୧୪ତାରିଖ ସନ୍ଧ୍ୟାରେ ବାଲେଶ୍ୱର ଜିଲା ବାହାନଗା ରେଳଷ୍ଟେଶନ ନିକଟସ୍ଥ ପଣପଣା ପାସେଞ୍ଜର ହଲ୍ଟଠାରେ ଏକ ମାଲବାହୀ ଟ୍ରେନର ପଛପଟୁ ୬ଟି ବଗି ଛିଡି ଅଲଗା ହୋଇଯାଇଥିଲା । ତେବେ ଏହି ୬ ବଗି କିଛି ଦୂରକୁ ଗଡିଯାଇ ଅଟକି ଯାଇଥିଲା ।
All Right Reserved By

ରାଜ୍ୟ | ବାଲେଶ୍ୱର

ବାଇକ୍‌-କାର ମୁହାଁମୁହିଁ ଧକ୍କା: ୧ ମୃତ, ୩ ଗୁରୁତର

ବାଇକ୍‌-କାର ମୁହାଁମୁହିଁ ଧକ୍କା: ୧ ମୃତ, ୩ ଗୁରୁତର

କୋଣାର୍କ,୨୩।୩ (ଡି.ଏନ୍‌.ଏ.): କୋଣାର୍କ-ପୁରୀ ବେଳାଭୂମି ମାର୍ଗ ରାସ୍ତାର ସାହୁ ଖଣତା ନିକଟରେ ଶନିବାର ପୂର୍ବାହ୍ନ ୧୦ଟାରେ ମାରୁତି କାର ସହ ୟାମାହା ମୁହାଁମୁହିଁ ଧକ୍କା ହୋଇଛି। ଘଟଣାସ୍ଥଳରେ ବାଇକ୍‌ ଚାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ୩ଜଣ ଗୁରୁତର ଆହତ ହୋଇଛନ୍ତି। 

ଭବାନୀ ଶଙ୍କର ନାୟକ ପାଟଣା ବିଧାନସଭା ନିର୍ବାଚନମଣ୍ଡଳୀର ଭାଜପା ପ୍ରାର୍ଥୀ

ଭବାନୀ ଶଙ୍କର ନାୟକ ପାଟଣା ବିଧାନସଭା ନିର୍ବାଚନମଣ୍ଡଳୀର ଭାଜପା ପ୍ରାର୍ଥୀ

ପାଟଣା,୨୩।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବିଧାନସଭା ନିର୍ବାଚନମଣ୍ଡଳୀରୁ ଭାଜପା ଦଳୀୟ ପ୍ରାର୍ଥୀ ଭାବେ ଭବାନୀ ଶଙ୍କର ନାୟକଙ୍କ ନାମ ଘୋଷଣା କରାଯାଇଛି।

ବିଦେଶୀ ମଦ ଜବତ: ଜଣେ ଗିରଫ

ବିଦେଶୀ ମଦ ଜବତ: ଜଣେ ଗିରଫ

ଭଦ୍ରକ ଅଫିସ, ୨୩।୩:  ଭଦ୍ରକ ସଦର  ଅବକାରୀ ଟିମ ଶନିବାର ଚଢ଼ାଉ କରି ରାଣୀତାଲ ଅନ୍ତର୍ଗତ ଚୁଡ଼ଙ୍ଗପୁର ନିକଟରୁ ବ୍ୟାପକ ବିଦେଶୀ ମଦ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି।

ପୁରୀ-ହାତିଆ ତପସ୍ବିନୀ ଏକ୍ସପ୍ରେସ ଅଗ୍ନିକାଣ୍ଡ ଘଟଣା: ସତ୍ୟାସତ୍ୟ ପାଇଁ ଚାଲିଛି ଟିକନିଖି ତଦନ୍ତ

ପୁରୀ-ହାତିଆ ତପସ୍ବିନୀ ଏକ୍ସପ୍ରେସ ଅଗ୍ନିକାଣ୍ଡ ଘଟଣା: ସତ୍ୟାସତ୍ୟ ପାଇଁ ଚାଲିଛି ଟିକନିଖି ତଦନ୍ତ

ପୁରୀ ଅଫିସ,୨୩।୩: ପୁରୀ-ହାତିଆ ତପସ୍ବିନୀ ଏକ୍ସପ୍ରେସ ଅଗ୍ନିକାଣ୍ଡ ଘଟଣାରେ ଷ୍ଟେସନ ଅଧୀକ୍ଷକଙ୍କ ଏତାଲା କ୍ରମେ ଶନିବାର  ଜିଆର୍‌ପି ଓ ଆର୍‌ପିଏଫ୍‌ରେ ଆପରାଧିକ ମାମଲା ରୁଜୁ ହୋଇଛି। ଅଧୀକ୍ଷକ ସୋରେନ କୁମାର ନସ୍କରଙ୍କ ଅଭିଯୋଗ ଅନୁଯାୟୀ ଅଗ୍ନିକାଣ୍ଡ ଫଛରେଥିବା କାରଣର ସତ୍ୟାସତ୍ୟ  ଉନ୍ମୋଚନ କରାଯାଉ ବୋଲି ଏତାଲାରେ ଦର୍ଶାଇଛନ୍ତି। 

ହାତ ନୁହେଁ, ପଦ୍ମ ଧରିଲେ ପ୍ରତ୍ୟୁଷା

ହାତ ନୁହେଁ, ପଦ୍ମ ଧରିଲେ ପ୍ରତ୍ୟୁଷା

ଭୁବନେଶ୍ୱର,୨୩।୩(ବ୍ୟୁରୋ): ନିକଟରେ ବିଜେଡି ଛାଡ଼ିଥିବା କନ୍ଧମାଳ ଏମ୍‌ପି ପ୍ରତ୍ୟୁଷା ରାଜେଶ୍ୱରୀ ସିଂ ଶନିବାର ଭାଜପାରେ ସାମିଲ ହୋଇଛନ୍ତି। ଭାଜପା ବିଧାୟକ ଦଳ ନେତା କେ.ଭି. ସିଂ ଦେଓଙ୍କ ବାସଭବନରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ସେ ଭାଜପାରେ ଯୋଗ ଦେଇଛନ୍ତି। 

ରଣପୁରରୁ ଲଢ଼ିବେ ସବ୍ୟସାଚୀଙ୍କ ସ୍ତ୍ରୀ ମିଲି ପଣ୍ଡା

ରଣପୁରରୁ ଲଢ଼ିବେ ସବ୍ୟସାଚୀଙ୍କ ସ୍ତ୍ରୀ ମିଲି ପଣ୍ଡା

ଭୁବନେଶ୍ୱର,୨୩।୩(ବ୍ୟୁରୋ): କଂଗ୍ରେସ ପକ୍ଷରୁ ଶୁକ୍ରବାର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ୫୪ଜଣଙ୍କ ନାମ ଘୋଷଣା କରାଯାଇଛି। ଏଥିରେ ରଣପୁର ବିଧାନସଭା ଆସନରୁ ମାଓବାଦୀ ନେତା ସବ୍ୟସାଚୀ ପଣ୍ଡାଙ୍କ ସ୍ତ୍ରୀ ଶୁଭଶ୍ରୀ ପଣ୍ଡା ଓରଫ ମିଲି ପଣ୍ଡାଙ୍କୁ ଟିକେଟ୍‌ ମିଳିଥିବା ଦେଖିବାକୁ ମିଳିଛି। 

ଭାଜପାର ୨ୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ: ଆଶାୟୀଙ୍କୁ ଟିକେଟ ନ ମିଳିବାରୁ ସ୍ବାଧୀନଭାବେ  ଲଢ଼ିବାକୁ ନିଷ୍ପତ୍ତି

ଭାଜପାର ୨ୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ: ଆଶାୟୀଙ୍କୁ ଟିକେଟ ନ ମିଳିବାରୁ ସ୍ବାଧୀନଭାବେ ଲଢ଼ିବାକୁ ନିଷ୍ପତ୍ତି

ଗୁଣପୁର,୨୩।୩(ଡି.ଏନ୍‌.ଏ.):  ୨୦୧୯ ଓଡ଼ିଶା ବିଧାନସଭା ନିିର୍ବାଚନ ଲାଗି ଭାଜପାର ୨ୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଶୁକ୍ରବାର ରାତିରେ ପ୍ରକାଶ ପାଇଛି। ଏଥିରେ ୨୨ଟି ଆସନ ଲାଗି ନାମ ଘୋଷଣା କରାଯାଇଛି। 

ଦିଗପହଣ୍ଡି ନିର୍ବାଚନମଣ୍ଡଳୀ: ବିସ୍ମୟଙ୍କ ବଦଳରେ ଲଢ଼ିବେ ପ୍ରଫୁଲ୍ଲ

ଦିଗପହଣ୍ଡି ନିର୍ବାଚନମଣ୍ଡଳୀ: ବିସ୍ମୟଙ୍କ ବଦଳରେ ଲଢ଼ିବେ ପ୍ରଫୁଲ୍ଲ

ଦିଗପହଣ୍ଡି, ୨୩।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀ (ନଂ. ୧୩୪) ନିମନ୍ତେ କଂଗ୍ରେସ ତାର ପ୍ରାର୍ଥୀ ବଦଳାଇଛି। 

ଦିଗପହଣ୍ଡିରୁ ଲଢ଼ିବେ ପିଙ୍କି ପ୍ରଧାନ

ଦିଗପହଣ୍ଡିରୁ ଲଢ଼ିବେ ପିଙ୍କି ପ୍ରଧାନ

ଦିଗପହଣ୍ଡି, ୨୩।୩(ଡି.ଏନ୍‌.ଏ.): ବିଧାନସଭା ନିର୍ବାଚନ ପାଇଁ ଭାଜପା ପ୍ରଥମ ପର୍ଯ୍ୟାୟରେ ୯୯ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିବା ବେଳେ ଶୁକ୍ରବାର ଆଉ ୨୨ଟି ଆସନ ଲାଗି ପ୍ରାର୍ଥୀ ତାଲିକା ପ୍ରକାଶ କରିଛି।

୭ ମହିଳା

୭ ମହିଳା

ଭୁବନେଶ୍ୱର,୨୩।୩(ବ୍ୟୁରୋ): ବହୁ ଛକାପଞ୍ଝା ପରେ ଶୁକ୍ରବାର କଂଗ୍ରେସ ବିଧାନସଭା ଆସନ ଲାଗି ୫୪ ଜଣିଆ ପ୍ରାର୍ଥୀପତ୍ର ତାଲିକା ଘୋଷଣା କରିଛି। ଏମାନଙ୍କ ମଧ୍ୟରେ ରହିଛନ୍ତି କେବଳ ୭ ମହିଳା। 

ବିଧାନସଭା: କଂଗ୍ରେସର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ୫୪

ବିଧାନସଭା: କଂଗ୍ରେସର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ୫୪

ନୂଆଦିଲ୍ଲୀ/ଭୁବନେଶ୍ୱର,୨୩।୩: କଂଗ୍ରେସର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ବିଧାନସଭା ପାଇଁ  ଶୁକ୍ରବାର ୫୪ ଜଣଙ୍କ ନାଁ ଘୋଷଣା କରାଯାଇଛି। ଏଥିରେ ଦିଗପହଣ୍ଡିରୁ ବିସ୍ମୟ ମହାପାତ୍ରଙ୍କ ସ୍ଥାନରେ ପ୍ରଫୁଲ୍ଲ ପଣ୍ଡାଙ୍କୁ ଟିକେଟ ମିଳିଛି। 

୨ୟ ପର୍ଯ୍ୟାୟରେ ୨୨

୨ୟ ପର୍ଯ୍ୟାୟରେ ୨୨

ନୂଆଦିଲ୍ଲୀ/ ଭୁବନେଶ୍ୱର, ୨୩/୩(ବ୍ୟୁରୋ)-  ୨୦୧୯ ଓଡ଼ିଶା ବିଧାନସଭା ନିର୍ବାଚନ ଲାଗି ଭାଜପାର ୨ୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଶୁକ୍ରବାର ରାତିରେ ପ୍ରକାଶ ପାଇଛି। ଏଥିରେ ୨୨ଟି ଆସନ ଲାଗି ନାମ ଘୋଷଣା ହୋଇଛି।


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା