ଜୀବନଚର୍ଯ୍ୟା |

ଷ୍ଟିମ୍‌ ବଢ଼ାଏ ଉଜ୍ଜ୍ୱଳତା

ଷ୍ଟିମ୍‌ ବଢ଼ାଏ ଉଜ୍ଜ୍ୱଳତା

ବେଦାଗ ସୁନ୍ଦର ତ୍ୱଚା କେଉଁ ନାରୀର ବା ପସନ୍ଦ ନୁହେଁ। ତେଣୁ ଯାହା ପାଖରେ ଏହାର ଅଭାବ ରହିଛି ସେମାନେ ଏଥିପାଇଁ ବିଭିନ୍ନ ପ୍ରକାରର ସୌନ୍ଦର୍ଯ୍ୟ ପ୍ରସାଧନ ବ୍ୟବହାର କରିବାଠାରୁ ଆରମ୍ଭ କରି ବିୟୁଟି ପାର୍ଲର ଯାଇ ଫେସିଆଲ ଏବଂ ଅନ୍ୟାନ୍ୟ ଉପାୟ ଆପଣାଇବାକୁ ପଛାଇ ନ ଥାନ୍ତି। ହେଲେ ଜାଣନ୍ତିକି, ଯଦି ଆପଣ ଘରେ ଷ୍ଟିମ୍‌ ବ୍ୟବହାର କରିବେ ତେବେ ମଧ୍ୟ ତ୍ୱଚାର ଉଜ୍ଜ୍ୱଳତା ବଢ଼ାଇ ପାରିବେ। ଜାଣି ରଖନ୍ତୁ ସେ ସମ୍ପର୍କରେ...
ଯଦି ମୁହଁରେ ବ୍ଲାକ୍‌ହେଡ୍‌ସ କିମ୍ବା ହ୍ବାଇଟ୍‌ହେଡ୍‌ସ ସମସ୍ୟା ରହିଛି ତେବେ ସବୁବେଳେ ମୁହଁକୁ ସଫା ରଖନ୍ତୁ ଏବଂ କିଛି ଦିନ ସମୟ ଅନ୍ତରାଳରେ ଷ୍ଟିମ୍‌ ନିଅନ୍ତୁ। ଏଥିପାଇଁ ପ୍ରଥମେ ମୁହଁକୁ କ୍ଲିଞ୍ଜର ଲଗାଇ ଭଲଭାବେ ସଫା କରି ନିଅନ୍ତୁ। ଏକ ବଡ଼ ପାତ୍ରରେ ଫୁଟା ପାଣି ନିଅନ୍ତୁ। ବର୍ତ୍ତମାନ ମୁଣ୍ଡରେ ଟାଓ୍ବାଲ ଘୋଡାଇ ପାଣିରୁ ବାହାରୁ ଥିବା ବାମ୍ଫରେ ମୁହଁ ଦେଖାନ୍ତୁ। ଏହାଦ୍ୱାରା ତ୍ୱଚାରେ ଥିବା ପୋର୍‌ ବା ରନ୍ଧ୍ର ଖୋଲିଯିବ। କିଛି ସମୟ ଏପରି କରିବା ପରେ ଏକ ଟୁଇଜର୍‌ ସାହାଯ୍ୟରେ ଚାପି ଚାପି ବ୍ଲାକ୍‌ହେଡ୍‌ସ କିମ୍ବା ହ୍ବାଇଟ୍‌ହେଡ୍‌ସକୁ କାଢି ଦିଅନ୍ତୁ। ଏହାଦ୍ୱାରା ତ୍ୱଚା ଚିକ୍କଣ ଏବଂ ସୁନ୍ଦର ଦେଖାଯିବ।
ଷ୍ଟିମ୍‌ ନେବା ଦ୍ୱାରା ତ୍ୱଚାରେ ବ୍ରଣ ଆଦି ସମସ୍ୟା ସୃଷ୍ଟି କରୁଥିବା ଡେଡ୍‌ ସେଲ୍‌ଗୁଡିକ ନରମ ହୋଇ ସହଜରେ ବାହାରି ଆସିଥାଏ। ଯାହାଦ୍ୱାରା ତ୍ୱଚାର ଉଜ୍ଜ୍ୱଳତା ବୃଦ୍ଧି ପାଇଥାଏ।
ଷ୍ଟିମ୍‌ ନେବା ଦ୍ୱାରା ତ୍ୱଚାରେ ବ୍ଲଡ୍‌ ସର୍କୁଲେଶନ୍‌ ଭଲ ଭାବେ ହୋଇଥାଏ ଏବଂ ତ୍ୱଚାକୁ ଅଧିକ ପରିମାଣରେ ଅକ୍ସିଜେନ୍‌ ଏବଂ ଅନ୍ୟାନ୍ୟ ଉପାଦାନ ମିଳିଥାଏ। ଫଳରେ ତ୍ୱଚା ସୁନ୍ଦର ଏବଂ ବେଦାଗ ରହିଥାଏ।
ଜାଣି ରଖନ୍ତୁ...
ଅଧିକ ସମୟ କିମ୍ବା ଅଧିକ ତାପମାତ୍ରାରେ ଷ୍ଟିମ୍‌ ନେଲେ ଭଲ ବୋଲି ଯଦି ଭାବୁଥାନ୍ତି ତେବେ ଜାଣି ରଖନ୍ତୁ ଏହା ତ୍ୱଚାକୁ ଡ୍ରାଏ ଏବଂ ରିଙ୍କିଲ୍‌ କରି ଦେଇଥାଏ। ତେଣୁ ଘରେ ଷ୍ଟିମ୍‌ ନେଉଥିଲେ ପାଣିକୁ ଅଧିକ ଗରମ କରନ୍ତୁ ନାହିଁ। ଅର୍ଥାତ୍‌ ପାଣିକୁ ୪୩ ଡିଗ୍ରୀ ସେଲସିୟସ୍‌ ପର୍ଯ୍ୟନ୍ତ ଗରମ କରନ୍ତୁ ଏବଂ ୭ରୁ ୧୦ ମିନିଟ ପର୍ଯ୍ୟନ୍ତ ଷ୍ଟିମ୍‌ ନିଅନ୍ତୁ। ମାସକୁ ଥରେ କିମ୍ବା ଅତିବେଶିରେ ଦୁଇଥର ହିଁ ଷ୍ଟିମ୍‌ ନେଇପାରିବେ।
ବର୍ତ୍ତମାନ ମାର୍କେଟରେ ଏବଂ ଅନ୍‌ଲାଇନ୍‌ରେ ଫେସିଆଲ୍‌ ଷ୍ଟିମ୍‌ର ମେଶିନ ଉପଲବ୍ଧ। ଏହା ବଜେଟ୍‌ ଫ୍ରେଣ୍ଡଲୀ ହୋଇଥିବାରୁ ଏହାକୁ କିଣି ଆପଣ ପାର୍ଲର ଯିବା ପରିବର୍ତ୍ତେ ଘରେ ଅତି ସହଜରେ ଷ୍ଟିମ୍‌ ନେଇପାରିବେ।

All Right Reserved By

Model This Week

ନିକିତା

ଜୀବନଚର୍ଯ୍ୟା |

ସ୍କିନ୍‌ଟୋନ୍‌ ବଢାଏ ଆଳୁ

ସ୍କିନ୍‌ଟୋନ୍‌ ବଢାଏ ଆଳୁ

ଆଖିତଳ କଳା ପଡିବା ଅନେକଙ୍କ ଲାଗି ଏକ ଚିନ୍ତାର କାରଣ, ଯାହାକୁ ଦୂର କରିବାରେ ଆଳୁ ବେଶ୍‌ ଲାଭଦାୟକ। ଆଳୁର ଚୋପା ଛଡାଇ ପତଳା ପତଳା କାଟି ଆଖି ଉପରେ ୨୦ ମିନିଟ୍‌ ରଖନ୍ତୁ। ପ୍ରତିଦିନ ଏପରି କରିବା ଦ୍ୱାରା ଦାଗ ଶୀଘ୍ର ଦୂର ହୋଇଯିବ।

ଟ୍ରାଇବାଲ୍‌ ଜୁଏଲେରି ଫ୍ୟାଶନ୍‌

ଟ୍ରାଇବାଲ୍‌ ଜୁଏଲେରି ଫ୍ୟାଶନ୍‌

ଟ୍ରାଇବାଲ୍‌ ଜୁଏଲେରିରେ ବ୍ରାଇଟ୍‌ ଏବଂ ବୋଲ୍ଡ କଲରର ଉଭୟ ଛୋଟ ଏବଂ ବଡ଼ ବିଡ୍ସ ବ୍ୟବହାର କରାଯାଇଥାଏ, ଯାହାକୁ ଡ୍ରେସ୍‌ ସହ ଉଭୟ ମ୍ୟାଚ୍‌ କରି ହେଉ ଅବା କଣ୍ଟ୍ରାଷ୍ଟ କରି ପିନ୍ଧିଲେ ଆକର୍ଷଣୀୟ ଲୁକ୍‌ ମିଳିଥାଏ। ଏଭଳି ଜୁଏଲେରି ମଧ୍ୟରେ ବିଶେଷକରି ଆଭୁ ଷ୍ଟୋନ୍‌ ଗ୍ଲାସ୍‌ ବିଡେଡ୍‌ ତାଇବାନ୍‌ ଷ୍ଟାଇଲ୍‌ ନେକ୍‌ଲେସ୍‌ ବର୍ତ୍ତମାନ ବେଶି ଡିମାଣ୍ଡରେ ଅଛି।

ଆସିବ ପୁରୁଷଙ୍କ ପାଇଁ ଗର୍ଭନିରୋଧକ ଟ୍ୟାବଲେଟ୍‌

ଆସିବ ପୁରୁଷଙ୍କ ପାଇଁ ଗର୍ଭନିରୋଧକ ଟ୍ୟାବଲେଟ୍‌

ଓ୍ବାଶିଂଟନ, ୨୩।୪ : ବଜାରରେ ମହିଳାଙ୍କ ଉପଯୋଗୀ ଗର୍ଭନିରୋଧକ ଟ୍ୟାବଲେଟ୍‌ ଉପଲବ୍ଧ ହୋଇଥାଏ। ଏହାର ବ୍ୟବହାର କରିବା ଦ୍ୱାରା ମହିଳାଙ୍କ ସେକ୍ସ୍‌ ହରମୋନ୍‌ ଉପରେ ପ୍ରଭାବ ପଡିଥାଏ। ଯାହାଦ୍ୱାରା ଶୁକ୍ରାଣୁ ଓ ଡିମ୍ବାଣୁର ମିଳନରେ ଭ୍ରୁଣ ସୃଷ୍ଟି ହୋଇପାରି ନ ଥାଏ। ଆଗାମୀ ଦିନରେ ପୁରୁଷଙ୍କ ପାଇଁ ଏଭଳି ଟ୍ୟାବଲେଟ୍‌ ବଜାରରେ ଉପଲବ୍ଧ ହେବ। ଏହାର ବ୍ୟବହାରଦ୍ୱାରା ଶୁକ୍ରାଣୁର ଗତି ଶିଥିଳ ହୋଇଯିବ।

ଫୁସ୍‌ଫୁସ୍‌କୁ ସୁସ୍ଥ ରଖିବ ଟମାଟୋ

ଫୁସ୍‌ଫୁସ୍‌କୁ ସୁସ୍ଥ ରଖିବ ଟମାଟୋ

ଟମାଟୋର ସ୍ବାସ୍ଥ୍ୟୋପକାରୀ ଗୁଣ ତାଲିକାରେ ଆଉ ଏକ କଥା ସାମିଲ ହୋଇଛି। ଏହା ଫୁସ୍‌ଫୁସ୍‌କୁ ସୁରକ୍ଷା ଦେବାରେ ଅନେକାଂଶରେ ସହାୟକ ହୋଇଥାଏ। ବିଶେଷ ଭାବରେ ଯେଉଁମାନେ ନିୟମିତ ନିଶାଦ୍ରବ୍ୟ ସେବନ କରନ୍ତି ସେମାନେ ଯଦି ନିୟମିତ ଟମାଟୋ ଖାଆନ୍ତି ତେବେ ସେମାନଙ୍କର ଫୁସ୍‌ଫୁସ୍‌ କେତେକାଂଶରେ ସୁରକ୍ଷିତ ରହିଥାଏ।

କଫି, ଚା ହୃଦ୍‌ଘାତରୁ ସୁରକ୍ଷା ଦିଏ

କଫି, ଚା ହୃଦ୍‌ଘାତରୁ ସୁରକ୍ଷା ଦିଏ

ନୂଆଦିଲ୍ଲୀ : କଫି ଓ ଚା ହୃଦ୍‌ଘାତରୁ ମନୁଷ୍ୟକୁ ସୁରକ୍ଷା ଦେଇଥାଏ। ଏନେଇ ଚିକିତ୍ସା ବିଜ୍ଞାନୀ ଏକ ସର୍ଭେ ରିପୋର୍ଟ ଉପସ୍ଥାପନ କରିଛନ୍ତି। କଫିରେ ଥିବା କାଫିନ୍‌ ଓ ଚାରେ ଥିବା ନିକୋଟାଇନ୍‌ ରକ୍ତରେ ମିଶିବା ଦ୍ୱାରା ଏହାର କୋଷିକା ଉତ୍ତେଜିତ ହୋଇଥାଏ। ଫଳରେ ହୃଦୟର ସାଧାରଣ କାର୍ଯ୍ୟକାରିତା ବୃଦ୍ଧି ପାଇଥାଏ।

ଔଷଧୀୟ ଗୁଣରେ ଭରପୂର ତେଜପତ୍ର

ଔଷଧୀୟ ଗୁଣରେ ଭରପୂର ତେଜପତ୍ର

ବେଳେବେଳେ ଆମେ ଥଣ୍ଡା ସର୍ଦ୍ଦି ଭଳି ଛୋଟ ଛୋଟ ରୋଗରେ ପଡିଲେ ମା’ ଆମ ରୋଷେଇ ଘରେ ଥିବା କିଛି ଜିନିଷ ବ୍ୟବହାର କରି ଆମକୁ ରୋଗମୁକ୍ତ କରିଥାଆନ୍ତି। ବିଶେଷ କରି ରୋଷେଇରେ ବ୍ୟବହୃତ କିଛି ମସଲାରେ ରହିଥିବା ଔଷଧୀୟ ଗୁଣ ଆମକୁ ସୁସ୍ଥ ରଖିବାକୁ ବେଶ୍‌ ସହାୟକ ହୋଇଥାଏ।

ଭିଟାମିନ୍‌-ଡି’ସ୍ତର କମିଲେ ମଧୁମେହ ଆଶଙ୍କା ବଢ଼େ

ଭିଟାମିନ୍‌-ଡି’ସ୍ତର କମିଲେ ମଧୁମେହ ଆଶଙ୍କା ବଢ଼େ

ଓ୍ବାଶିଂଟନ : ଶରୀରରରେ ଭିଟାମିନ୍‌-ଡି’ସ୍ତର କମ୍‌ ହେଲେ ମଧୁମେହ ଆଶଙ୍କା ବଢ଼ିଥାଏ ବୋଲି କାର୍ଲିଫର୍ନିଆ ବିଶ୍ୱବିଦ୍ୟାଳୟର ଗବେଷକ ଏକ ତଥ୍ୟ ଉପସ୍ଥାପନ କରିଛନ୍ତି। ଏହି ମର୍ମରେ ଗବେଷକ ୯୦୩ ଜଣ ବ୍ୟକ୍ତିଙ୍କ ଉପରେ ଅନୁଧ୍ୟାନ କରିଥିଲେ। ଜଣାପଡିଥିଲା ଯେ, ରକ୍ତରେ ଭିଟାମିନ୍‌-ଡି’ ସ୍ତର ହ୍ରାସ ପାଇଲେ ଟାଇପ୍‌-୨ ମଧୁମେହ ହେବାର ଆଶଙ୍କା ଦେଖାଦେଇଥାଏ।

ବିଛା ବିଷରୁ ଔଷଧ

ବିଛା ବିଷରୁ ଔଷଧ

ନୂଆଦିଲ୍ଲୀ,୧୯।୪: ବିଛା ବିଷରେ ଆଣ୍ଠୁଗଣ୍ଠି ଯନ୍ତ୍ରଣା ଉପଶମକାରୀ ଯୋଗିକ ରହିଛି ବୋଲି ଗବେଷକ ଜାଣିପାରିଛନ୍ତି। ଏହି ଯୌଗିକରୁ ପ୍ରସ୍ତୁତ ଔଷଧ ଦ୍ୱାରା ଆଣ୍ଠୁଗଣ୍ଠି ଯନ୍ତ୍ରଣା ଭୋଗୁଥିବା ବ୍ୟକ୍ତିମାନେ ଉପକୃତ ହୋଇପାରିବେ। ବୟସ ବଢ଼ିବା ସହିତ ଗଣ୍ଠିସ୍ଥାନରେ ଥିବା ଲିଗାମେଣ୍ଟ ଧୀରେ ଧୀରେ ଏହାର ନମନିୟତା ହରାଇ ବସିଥାଏ।

ସାଲାଡ୍‌ ଖାଇଲେ ଦାନ୍ତ ରହେ ସୁସ୍ଥ

ସାଲାଡ୍‌ ଖାଇଲେ ଦାନ୍ତ ରହେ ସୁସ୍ଥ

ଦାନ୍ତ ମୁଖମଣ୍ଡଳର ସୌନ୍ଦର୍ଯ୍ୟ ବୃଦ୍ଧି କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ସଫା ଧଳା ଓ ସମାନ ଆକାରର ଦାନ୍ତରେ ସାମାନ୍ୟ ହସିଦେଲେ ଏହା ମୁହଁର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରେ।

 ଯେ କୌଣସି ସମୟରେ ହୋଇପାରେ ସାଇଲେଣ୍ଟ୍‌ ଆଟାକ୍‌

ଯେ କୌଣସି ସମୟରେ ହୋଇପାରେ ସାଇଲେଣ୍ଟ୍‌ ଆଟାକ୍‌

ଓ୍ବାଶିଂଟନ, ୧୬।୪: ସାଇଲେଣ୍ଟ୍‌ ଆଟାକ୍‌ ବା ନୀରବ ହୃଦ୍‌ଘାତ ଲକ୍ଷଣ ପ୍ରକାଶ ବିନା ହଠାତ୍‌ ହୃଦୟର କାର୍ଯ୍ୟରେ ବାଧା ସୃଷ୍ଟି କରିଥାଏ। ନିୟମିତ ସନ୍ତୁଳିତ ଖାଦ୍ୟ ଗ୍ରହଣ କରୁଥିବା ତଥା ଶାରିରୀକ ବ୍ୟାୟାମ କରୁଥିବା ବ୍ୟକ୍ତିଙ୍କଠାରେ ମଧ୍ୟ ଏପରି ସମସ୍ୟା ଦେଖାଯାଇପାରେ। ବିଷାଦଗ୍ରସ୍ତ ରହିବା, ନିୟମିତ ନିଶାଦ୍ରବ୍ୟ ଗ୍ରହଣ କରିବା, ସିଗାରେଟ୍‌ ଟାଣିବା ଆଦି ଦ୍ୱାରା ରକ୍ତବାହୀ ନଳୀରେ ସୃଷ୍ଟି ହେଉଥିବା ବିଭିନ୍ନ ଯନ୍ତ୍ରଣା ସମ୍ପର୍କରେ ସ୍ନାୟୁ କୋଷିକା ନିକଟରେ କୌଣସି ସୂଚନା ପହଞ୍ଚତ୍ପାରେ ନାହିଁ।

ସ୍ମୃତି ଶକ୍ତିକୁ ପ୍ରଭାବିତ କରେ ନିଶ୍ଚେତକ

ସ୍ମୃତି ଶକ୍ତିକୁ ପ୍ରଭାବିତ କରେ ନିଶ୍ଚେତକ

ଓ୍ବାଶିଂଟନ, ୧୫।୪: ଅପରେଶନ ସମୟରେ ରୋଗୀକୁ କଷ୍ଟ ନ ହେବା ପାଇଁ ଡାକ୍ତରମାନେ ନିଶ୍ଚେତକର ପ୍ରୟୋଗ କରିଥାନ୍ତି। ଏହାଦ୍ୱାରା ରୋଗୀର ମସ୍ତିଷ୍କ ଉପରେ ନକାରାତ୍ମକ ପ୍ରଭାବ ଅନୁଭୁତ ହୋଇଥାଏ। ଫଳରେ ସ୍ମୃତି ଶକ୍ତି ହ୍ରାସ ପାଇଥାଏ ବୋଲି ଏନେଇ ଚିକିତ୍ସାବିଜ୍ଞାନୀଙ୍କ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡିଛି। ଏହି ମର୍ମରେ ସେମାନେ ନିଶ୍ଚେତକ ପ୍ରୟୋଗ ହୋଇଥିବା ୩୧୨ ଜଣ ରୋଗୀ ଏବଂ ପ୍ରୟୋଗ ହୋଇ ନ ଥିବା ୬୫୨ ସାଧାରଣ ଲୋକଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିଥିଲେ।

ଫ୍ୟୁଜନ ଫ୍ୟାଶନ୍‌

ଫ୍ୟୁଜନ ଫ୍ୟାଶନ୍‌

ଏମିତିରେ ଇଣ୍ଡିଆନ୍‌ ଟ୍ରାଡିସ୍‌ନାଲ୍‌ ବେଶ ପୋଷାକ ତୁଳନାରେ ଓ୍ବେଷ୍ଟର୍ନ ଓ୍ବେର୍‌କୁ ଅଧିକ ପସନ୍ଦ କରୁଛନ୍ତି ଆଜିର ଯୁବପିଢ଼ି। ହେଲେ ବର୍ତ୍ତମାନ ଅନେକ ବଡ଼ବଡ଼ ଫ୍ୟାଶନ୍‌ ଡିଜାଇନର ଏବଂ ଫ୍ୟାଶନ୍‌ ବ୍ରାଣ୍ଡ ଏହି ଉଭୟ ପୋଷାକକୁ ନେଇ ପ୍ରସ୍ତୁତ କରୁଛନ୍ତି ଫ୍ୟୁଜନ୍‌। କେବଳ ଆମ ଦେଶରେ ନୁହେଁ, ବର୍ତ୍ତମାନ ବାହାର ଦେଶଗୁଡ଼ିକରେ ମଧ୍ୟ ଇଣ୍ଡିଆନ୍‌ ଟେକ୍ସଟାଇଲ୍‌ର ଡିମାଣ୍ଡ ବେଶ୍‌ ବଢ଼ିବାରେ ଲାଗିଛି।