ଜୀବନଚର୍ଯ୍ୟା |

ଦୂରାନ୍ତୁ ନିଦ୍ରାହୀନତା

ଦୂରାନ୍ତୁ ନିଦ୍ରାହୀନତା

ଜୀବନଶୈଳୀରେ ପରିବର୍ତ୍ତନ ଆଣିବାକୁ ଚେଷ୍ଟା କରନ୍ତୁ।
ଠିକ୍‌ ସମୟରେ ସନ୍ତୁଳିତ ଖାଦ୍ୟ ଖାଆନ୍ତୁ । ବିଶେଷ କରି ଖାଦ୍ୟ ତାଲିକାରେ ଭିଟାମିନ୍‌ ବି-12 ଯୁକ୍ତ ଖାଦ୍ୟକୁ ସାମିଲ କରନ୍ତୁ। ଏହା ଶରୀରରେ ମେଲାଟୋନିନ୍‌ ହର୍ମୋନର କ୍ଷରଣକୁ ବୃଦ୍ଧି କରିବ ଯାହାକି ନିଦକୁ ପୂରା କରିବାରେ ସାହାଯ୍ୟ କରିଥାଏ।
ପ୍ରତିଦିନ ଶୋଇବା ଲାଗି ଅତି କମ୍‌ରେ 6 ରୁ 7 ଘଣ୍ଟାର ଏକ ନିର୍ଦ୍ଦିଷ୍ଟ ସମୟସୀମା ଧାର୍ଯ୍ୟ କରନ୍ତୁ । ଯଦି ନିଦ ନ ଆସୁଛି ତେବେ ଶୋଇବାକୁ ଯିବା ପୂର୍ବରୁ ଏକ ଗ୍ଲାସ୍‌ ଉଷୁମ କ୍ଷୀର ପିଇବା ଦ୍ବାରା ମଧ୍ୟ ନିଦ ଭଲ ହୋଇଥାଏ।
ଅଧିକ ରାତି ପର୍ଯ୍ୟନ୍ତ କାମ କରିବା, ଟିଭି ଦେଖିବା, ବହି ପଢ଼ିବା ଆଦି ଅଭ୍ୟାସ ଥିଲେ ଏହାର ସମୟ ବଦଳାନ୍ତୁ।
ଯଦି ନିଶାଦ୍ରବ୍ୟ ସେବନ କରିବା ଅଭ୍ୟାସ ଅଛି ତେବେ ତୁରନ୍ତ ଏହାକୁ ପରିବର୍ତ୍ତନ କରନ୍ତୁ। କାରଣ ଏହା ଶରୀର ପାଇଁ ଆଦୌ ହିତକର ନୁହେଁ । ଏହା ବିଭିନ୍ନ ରୋଗ ସୃଷ୍ଟି କରିବା ସହତ ନିଦ୍ରାହୀନତାର ମଧ୍ୟ ମୁଖ୍ୟ କାରଣ।
ଅଧିକାଂଶ ମହିଳା ସମ୍ପୂର୍ଣ୍ଣ ନିଦ୍ରା ଲାଗି ନିଦ ଔଷଧ ସେବନ କରୁଥିବା ଦେଖିବାକୁ ମିଳିଥାଏ । ହେଲେ ଏହାର ବିଭିନ୍ନ ପ୍ରକାର ପାର୍ଶ୍ୱ ପ୍ରତିକ୍ରିୟା ରହିଛି । ତେଣୁ ଏହାର ସେବନ ପରିବର୍ତ୍ତେ ପ୍ରତିଦିନ କିଛି ଯୋଗ, ଆସନ, ପ୍ରାଣାୟାମ, ବ୍ୟାୟାମ ଆଦିର ଅଭ୍ୟାସ ରଖନ୍ତୁା ଏହା ନିଦ ପୂରା କରିବା ସହ ଶରୀରକୁ ମଧ୍ୟ ଫିଟ୍‌ ରଖିବାରେ ସାହାଯ୍ୟ କରିବ।
ଅଧିକ ମାନସିକ ଚାପ ନିଅନ୍ତୁ ନାହିଁ କିମ୍ବା ଅବସାଦଗ୍ରସ୍ତ ରୁହନ୍ତୁ ନାହିଁ। ଯଦି ଏଭଳି କୌଣସି ସମସ୍ୟା ରହିଛି ତେବେ ଏଥିରୁ ମୁକୁଳିବାକୁ ଚେଷ୍ଟା କରନ୍ତୁ ଏବଂ ମନକୁ ହାଲୁକା କରନ୍ତୁ।
ଯଦି ଏସବୁ ସତ୍ତ୍ବେ ମଧ୍ୟ ଆପଣଙ୍କର ନିଦ୍ରାହୀନତା ସମସ୍ୟା ରହୁଛି ତେବେ ଏ ସମ୍ପର୍କରେ ଡାକ୍ତରଙ୍କ ପରାମର୍ଶ ନେବାରେ ଆଦୌ ଅବହେଳା କରନ୍ତୁ ନାହିଁ।

All Right Reserved By

ଜୀବନଚର୍ଯ୍ୟା |

ମୃତ୍ୟୁପରେ ମୁହଁରେ ରଖାଯାଏ ଗଙ୍ଗାପାଣି ଓ ତୁଳସୀ, କାରଣ ଜାଣନ୍ତୁ...

ମୃତ୍ୟୁପରେ ମୁହଁରେ ରଖାଯାଏ ଗଙ୍ଗାପାଣି ଓ ତୁଳସୀ, କାରଣ ଜାଣନ୍ତୁ...

ମୃତ୍ୟୁକୁ ଜୀବନର ଏକ ମାତ୍ର ସତ୍ୟଭାବେ ଗ୍ରହଣ କରାଯାଇଥାଏ। ଏନେଇ ବିଭିନ୍ନ ଶାସ୍ତ୍ରରେ ଉଲ୍ଳେଖ ଅଛି। ଭାରତୀୟ ପରମ୍ପରାରେ ମୃତ୍ୟୁପରେ ମୁହଁରେ ଗଙ୍ଗାପାଣି ଓ ତୁଳସୀ ରଖାଯାଏ। ଏହାଦ୍ୱାରା ମୃତକଙ୍କ ଆତ୍ମାକୁ ଶାନ୍ତି ମିଳେ ଓ ପ୍ରେତଲୋକରେ ସେ ତୃଷାର୍ତ୍ତ ରୁହନ୍ତି ନାହିଁ ବୋଲି ବିଶ୍ୱାସ ରହିଛି।

ବିବାହରେ କାହିଁକି ହୁଏ ହଳଦୀ ଲଗାଇବା ପରମ୍ପରା

ବିବାହରେ କାହିଁକି ହୁଏ ହଳଦୀ ଲଗାଇବା ପରମ୍ପରା

ବିବାହ ପୂର୍ବରୁ ହଳଦୀ ଲଗାଇବା ପରମ୍ପରାର ବିଶେଷ ମହତ୍ତ୍ୱ ରହିଥାଏ। ଏହା ବିନା ବିବାହ ସମ୍ପୂର୍ଣ୍ଣ ହୋଇପାରି ନ ଥାଏ। ହଳଦୀ, ଚନ୍ଦନ, ବେସନ ଓ କିଛି ସୁଗନ୍ଧିତ ତେଲକୁ ମିଶାଇ ପ୍ରସ୍ତୁତ କରାଯାଉଥିବା ଏହି ମିଶ୍ରଣ ବିବାହ ପୂର୍ବରୁ ବରକନ୍ୟାଙ୍କ ଦେହରେ ଲଗାଯାଇଥାଏ।

ଏଭଳି ଭୟଠାରୁ ଦୂରେଇ ରହିବା ପାଇଁ...

ଏଭଳି ଭୟଠାରୁ ଦୂରେଇ ରହିବା ପାଇଁ...

କୌଣସି ସ୍ଥାନ, ବସ୍ତୁ, କାର୍ଯ୍ୟ ଓ ପରିସ୍ଥିତି ପ୍ରତି ଅହେତୁକ ଭୟକୁ ଫୋବିୟା କୁହାଯାଏ। କେତେକ ଲୋକ ଭିଡ଼ ଭିତରକୁ ଯିବାକୁ, ଉଚ୍ଚ ସ୍ଥାନକୁ ଯିବାକୁ, ଘରୁ ରାସ୍ତାକୁ ଯିବାକୁ ଭୟ କରନ୍ତି।

ଅବସାଦ ବି’ ଦୂରକରେ ମାଛ

ଅବସାଦ ବି’ ଦୂରକରେ ମାଛ

ସପ୍ତାହରେ ୩ ଦିନ ମାଛ ଖାଇଲେ ମିଳିଥାଏ ଅନେକ ଉପକାର। ମାଛରେ ପ୍ରଚୁର ପରିମାରରେ ଓମେଗା-୩ ଫ୍ୟାଟି ଏସିଡ୍‌ ରହିଥାଏ।

ବର୍ଷାଦିନେ ପିଅନ୍ତୁ ଚା’ ବଢିବ ରୋଗ ପ୍ରତିରୋଧକ ଶକ୍ତି

ବର୍ଷାଦିନେ ପିଅନ୍ତୁ ଚା’ ବଢିବ ରୋଗ ପ୍ରତିରୋଧକ ଶକ୍ତି

ବର୍ଷାଦିନ ଆରମ୍ଭ ହେଲେ ଥଣ୍ଡା, ସର୍ଦ୍ଦି, କାଶ ଓ ଜ୍ୱର ହୋଇଥାଏ। ହେଲେ ଏହି ସମୟରେ ଚା’ ପିଇଲେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ ବୋଲି ଆୟୁର୍ବେଦ ବିଶେଷଜ୍ଞମାନେ ମତ ଦେଇଥାଆନ୍ତି। ହେଲେ ଏଥିପାଇଁ କିଛି ନିର୍ଦ୍ଦିଷ୍ଟ ଚା’ ପିଇବା ଉଚିତ୍‌।

ବର୍ଷାରେ କେଶ ଓଦା ହୋଇଥିଲେ...

ବର୍ଷାରେ କେଶ ଓଦା ହୋଇଥିଲେ...

ବର୍ଷାରେ ଓଦା ହେବାକୁ ତ ଭଲ ଲାଗେ। ହେଲେ ଏହାର କୁପ୍ରଭାବ ପଡ଼ିଥାଏ କେଶ ଉପରେ। କେଶ ଝଡ଼ିବାଠୁ ଆରମ୍ଭ କରି ଅନେକ ସମସ୍ୟା ଦେଖାଦିଏ। ତେଣୁ ଏହିଦିନେ କେଶକୁ ସୁସ୍ଥ ରଖିବା ଲାଗି ଆପଣାନ୍ତୁ ନିମ୍ନୋକ୍ତ କିଛି ଟିପ୍ସ...

ବିବାହ ପାଇଁ ଟ୍ରେଣ୍ଡି କଲର

ବିବାହ ପାଇଁ ଟ୍ରେଣ୍ଡି କଲର

ବିବାହ ସମୟରେ ଅଧିକାଂଶ ମହିଳା ଲାଲ୍‌ ରଙ୍ଗକୁ ପସନ୍ଦ କରିଥା’ନ୍ତି। ଆପଣ ଚାହିଁଲେ ଏହା ବଦଳରେ ଅନ୍ୟ କିଛି ରଙ୍ଗକୁ ବି ବ୍ରାଇଡାଲ୍‌ କଲର ଭାବେ ବାଛିପାରିବେ। ଜାଣନ୍ତୁ ସେ ସମ୍ପର୍କରେ...

ବର୍ଷାଦିନେ ଶିଶୁଙ୍କ ଯତ୍ନ

ବର୍ଷାଦିନେ ଶିଶୁଙ୍କ ଯତ୍ନ

ପ୍ରବଳ ଖରା ପରେ ବର୍ଷାଋତୁର ଆଗମନକୁ ସମସ୍ତେ ଅପେକ୍ଷା କରି ରହିଥା’ନ୍ତି । ଜଳଦାନ କରିବା ସହ ବିଭିନ୍ନ ସଂକ୍ରାମକ ରୋଗ ସଙ୍ଗରେ ନେଇ ଆସିଥାଏ ଏହି ଋତୁ । ଏହି ସଂକ୍ରାମକ ରୋଗଗୁଡ଼ିକରେ ସାଧାରଣତଃ ଶିଶୁମାନେ ଅଧିକ ପ୍ରଭାବିତ ହୁଅନ୍ତି।

କାନ୍ଦ ବି’ ଶରୀର ପାଇଁ ହିତକର

କାନ୍ଦ ବି’ ଶରୀର ପାଇଁ ହିତକର

ହସିବା ଦ୍ୱାରା ମନ ହାଲ୍‌କା ରହିବା ସହ ଶରୀର ସୁସ୍ଥ ରହିଥାଏ। କିନ୍ତୁ ବେଳେବେଳେ କାନ୍ଦିବା ଦ୍ୱାରା ମଧ୍ୟ ଶରୀରର ଅନେକ ସମସ୍ୟା ଦୂର ହୋଇଥାଏ।

ରକ୍ତହୀନତାରୁ ମୁକ୍ତି ଲାଗି ଖାଆନ୍ତୁ ଏହି ଶାଗ

ରକ୍ତହୀନତାରୁ ମୁକ୍ତି ଲାଗି ଖାଆନ୍ତୁ ଏହି ଶାଗ

ମୂଳାଶାଗ ଖାଇଲେ ଶରୀରର ଅନେକ ଉପକାର ହୋଇଥାଏ। ତେବେ ମୂଳା ପ୍ରାୟତଃ ଶୀତଦିନେ ହୋଇଥାଏ। ତେଣୁ ଏହି ସମୟରେ ଅଭ୍ୟାସ କରି ପ୍ରତିଦିନ ମୂଳାଶାଗ ଖାଇଲେ ରକ୍ତହୀନତାରୁ ମୁକ୍ତି ମିଳେ ବୋଲି କୁରୁକ୍ଷେତ୍ର ବିଶ୍ୱବିଦ୍ୟାଳୟର ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ଏସବୁର ସୁରକ୍ଷା ଲାଗି ପିନ୍ଧାଯାଏ ମଙ୍ଗଳସୂତ୍ର

ଏସବୁର ସୁରକ୍ଷା ଲାଗି ପିନ୍ଧାଯାଏ ମଙ୍ଗଳସୂତ୍ର

ବିବାହ ସମୟରେ ନବବଧୂଙ୍କ ଗଳାରେ ମଙ୍ଗଳସୂତ୍ର ପିନ୍ଧାଯିବା ପରମ୍ପରା ଭାରତରେ ରହିଛି। ବିବାହ ସମୟରେ ବର, କନ୍ୟାକୁ ମଙ୍ଗଳସୂତ୍ର ପିନ୍ଧାଇଥାଏ । ଏହା ନ ପିନ୍ଧିବା ଯାଏ ବିବାହ ପୂର୍ଣ୍ଣ ହୁଏ ନାହିଁ ।

ଯନ୍ତ୍ରଣାକୁ ଲାଘବ କରେ ଆଲିଙ୍ଗନ

ଯନ୍ତ୍ରଣାକୁ ଲାଘବ କରେ ଆଲିଙ୍ଗନ

ଆଲିଙ୍ଗନ କଲେ ଶରୀରର ଅନେକ ଉପକାର ହୋଇଥାଏ। ଏହାଦ୍ୱାରା ମାନସିକ ଚାପ ହ୍ରାସ ପାଇବା ସହିତ ହାର୍ଟ ଆଟାକ୍‌ ସମସ୍ୟାରୁ ମୁକ୍ତି ମିଳିଥାଏ ବୋଲି ନିକଟରେ ଟୋକିଓ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ପ୍ରକାଶ ପାଇଛି।

Model This Week

ରୂପେଶ