ଜୀବନଚର୍ଯ୍ୟା |

ମହାକାଶଯାନ ସଫା ରଖିବାର ଉପାୟ

ମହାକାଶଯାନ ସଫା ରଖିବାର ଉପାୟ

ଲଣ୍ଡନ:ମହାକାଶଯାନକୁ ସଫା ରଖିବା ପାଇଁ ମହାକାଶଚାରୀଙ୍କ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ। ତେବେ ସମ୍ପ୍ରତି ବୈଜ୍ଞାନିକ ଅଲ୍ଟା-ଥିନ୍‌ ସ୍ପେସ୍‌କ୍ରାଫ୍ଟ୍‌ ନିର୍ମାଣ କରିଛନ୍ତି। ଏହା ମହାକାଶ ଯାନ ଭିତରେ ଥିବା ସମସ୍ତ ମଇଳାକୁ ସଫା କରିବାକୁ ସକ୍ଷମ ହେବ। ମଇଳାକୁ ଏହା ପୃଥିବୀର ବାୟୁମଣ୍ଡଳକୁ ନେଇ ଆସିବ। ସେଠାରେ ଘର୍ଷଣ ଜନିତ ଉତ୍ତାପ ଯୋଗୁ ମଇଳା ଜଳିଯିବ। ଏହାକୁ ମହାକାଶକୁ ନେବା ସହଜ ହେବ ବୋଲି ଗବେଷକ କହିଛନ୍ତି। ଅଲ୍ଟା-ଥିନ୍‌ ସ୍ପେସ୍‌କ୍ରାଫ୍ଟକୁ ବ୍ରେନ୍‌ କ୍ରାଫ୍ଟ୍‌ ଭାବେ ନାମିତ କରାଯାଇଛି। ଏହାକୁ ଆମେରିକା ଏରୋସ୍ପେସ୍‌ କର୍ପୋରେସନ୍‌ ନିର୍ମାଣ କରିଛି। ଏହାର ମୋଟେଇ ମନୁଷ୍ୟ କେଶ ମୋଟେଇର ଅଧା ସହିତ ସମାନ। ସେହିପରି ଏହାର ବ୍ୟାସ ୫-ମାଇକ୍ରୋନ୍‌ ରହିଛି ବୋଲି ଏରୋସ୍ପେସ୍‌ କର୍ପୋରେସନ୍‌ର ପ୍ରଫେସର ସିଗ୍‌ଫ୍ରାଏଡ୍‌ ଜନସନ୍‌ କହିଛନ୍ତି। ଏଥିରେ ମାଇକ୍ରୋପ୍ରୋସେସର୍‌ ଓ ଡିଜିଟାଲ ଇଲୋକ୍ଟ୍ରନିକ୍ସ୍‌ ଯନ୍ତ୍ରାଂଶ ଲଗାଯାଇଛି। ଏହାର କୌଣସି ଗୋଟିଏ ଯନ୍ତ୍ରାଂଶ କାମ କରିବା ବନ୍ଦ କରିଦେଲେ ଅନ୍ୟ ଯନ୍ତ୍ରାଂଶ ଆପେ ଆପେ କାମ କରିବା ଆରମ୍ଭ କରିବ। ବ୍ରେନ୍‌ କ୍ରାଫ୍ଟରେ ବିକଶିତ ଅଲ୍ଟା-ଥିନ୍‌ ସୋଲାର ସେଲ୍‌ ସହିତ କିଛି ପ୍ରୋପେଲାଣ୍ଟ୍‌ ରହିଛି। ଏହା ଉପରେ ଅଧିକ ଗବେଷଣା ପରେ ଏହାକୁ ମହାକାଶ ଗବେଷଣା କ୍ଷେତ୍ରରେ ଉପଯୋଗ କରାଯିବ ବୋଲି ଜନସନ୍‌ କହିଛନ୍ତି। ଏହାର ଉପଯୋଗ କରି ମହାକାଶ ଯାନକୁ ସ୍ବଚ୍ଛ ରଖାଯାଇପାରିବ।

All Right Reserved By

Model This Week

Model This Week

ଜୀବନଚର୍ଯ୍ୟା |

ଗ୍ରୀଷ୍ମଋତୁରେ ଟାଇଟ୍‌ ଜିନ୍ସ୍‌ ପିନ୍ଧିବା କ୍ଷତିକାରକ

ଗ୍ରୀଷ୍ମଋତୁରେ ଟାଇଟ୍‌ ଜିନ୍ସ୍‌ ପିନ୍ଧିବା କ୍ଷତିକାରକ

ନୂଆଦିଲ୍ଲୀ : ଗ୍ରୀଷ୍ମଋତୁରେ ସାଧାରଣ ଜୀବନଶୈଳୀରେ କିଛିଟା ପରିବର୍ତ୍ତନ ଆଣିବାର ଆବଶ୍ୟକତା ରହିଛି। ଏହି ଋତୁରେ ଟାଇଟ୍‌ ଜିନ୍ସ୍‌ ପିନ୍ଧିବା କ୍ଷତିକାରକ ସାବ୍ୟସ୍ତ ହୋଇଥାଏ। ପ୍ରବଳ ଖରାଯୋଗୁ ଦେହରୁ ଝାଳ ବାହାରିଥାଏ। ଟାଇଟ୍‌ ଜିନ୍ସ୍‌ ପିନ୍ଧିଲେ ଖରାକୁ ସହ୍ୟ କରି ହୋଇ ନ ଥାଏ। ଏହାଛଡା ଝାଳରେ ଜିନ୍ସ୍‌ ଓଦା ହେବାଯୋଗୁ ଦୁର୍ଗନ୍ଧ ସୃଷ୍ଟି ହୋଇଥାଏ।

ଋତୁସ୍ରାବ ସମସ୍ୟା ସୃଷ୍ଟି କରେ ମଦ୍ୟପାନ

ଋତୁସ୍ରାବ ସମସ୍ୟା ସୃଷ୍ଟି କରେ ମଦ୍ୟପାନ

ଓ୍ବାଶିଂଟନ : ମଦ୍ୟପାନ ଯୋଗୁ ମହିଳାଙ୍କ କ୍ଷେତ୍ରରେ ଋତୁସ୍ରାବ ସମସ୍ୟା ସୃଷ୍ଟି ହୋଇଥାଏ। ଏନେଇ ଗବେଷକ ସର୍ଭେ ଭିତ୍ତିକ ତଥ୍ୟ ଉପସ୍ଥାପନ କରିଛନ୍ତି। ସ୍ପେନ୍‌ର ଗବେଷକ ଦଳ ମହିଳାଙ୍କଠାରେ ଦେଖାଯାଉଥିବା ଋତୁସ୍ରାବ ସମସ୍ୟା ଉପରେ ଦୀର୍ଘଦିନ ଧରି ଅଧ୍ୟୟନ କରୁଥିଲେ। ଏଥିରେ ୧୯ଟି ରାଷ୍ଟ୍ରର ୪୭ ହଜାର ମହିଳାଙ୍କୁ ସାମିଲ୍‌ କରାଯାଇଥିଲା।

ସ୍କିନ୍‌ଟୋନ୍‌ ବଢାଏ ଆଳୁ

ସ୍କିନ୍‌ଟୋନ୍‌ ବଢାଏ ଆଳୁ

ଆଖିତଳ କଳା ପଡିବା ଅନେକଙ୍କ ଲାଗି ଏକ ଚିନ୍ତାର କାରଣ, ଯାହାକୁ ଦୂର କରିବାରେ ଆଳୁ ବେଶ୍‌ ଲାଭଦାୟକ। ଆଳୁର ଚୋପା ଛଡାଇ ପତଳା ପତଳା କାଟି ଆଖି ଉପରେ ୨୦ ମିନିଟ୍‌ ରଖନ୍ତୁ। ପ୍ରତିଦିନ ଏପରି କରିବା ଦ୍ୱାରା ଦାଗ ଶୀଘ୍ର ଦୂର ହୋଇଯିବ।

ଟ୍ରାଇବାଲ୍‌ ଜୁଏଲେରି ଫ୍ୟାଶନ୍‌

ଟ୍ରାଇବାଲ୍‌ ଜୁଏଲେରି ଫ୍ୟାଶନ୍‌

ଟ୍ରାଇବାଲ୍‌ ଜୁଏଲେରିରେ ବ୍ରାଇଟ୍‌ ଏବଂ ବୋଲ୍ଡ କଲରର ଉଭୟ ଛୋଟ ଏବଂ ବଡ଼ ବିଡ୍ସ ବ୍ୟବହାର କରାଯାଇଥାଏ, ଯାହାକୁ ଡ୍ରେସ୍‌ ସହ ଉଭୟ ମ୍ୟାଚ୍‌ କରି ହେଉ ଅବା କଣ୍ଟ୍ରାଷ୍ଟ କରି ପିନ୍ଧିଲେ ଆକର୍ଷଣୀୟ ଲୁକ୍‌ ମିଳିଥାଏ। ଏଭଳି ଜୁଏଲେରି ମଧ୍ୟରେ ବିଶେଷକରି ଆଭୁ ଷ୍ଟୋନ୍‌ ଗ୍ଲାସ୍‌ ବିଡେଡ୍‌ ତାଇବାନ୍‌ ଷ୍ଟାଇଲ୍‌ ନେକ୍‌ଲେସ୍‌ ବର୍ତ୍ତମାନ ବେଶି ଡିମାଣ୍ଡରେ ଅଛି।

ଆସିବ ପୁରୁଷଙ୍କ ପାଇଁ ଗର୍ଭନିରୋଧକ ଟ୍ୟାବଲେଟ୍‌

ଆସିବ ପୁରୁଷଙ୍କ ପାଇଁ ଗର୍ଭନିରୋଧକ ଟ୍ୟାବଲେଟ୍‌

ଓ୍ବାଶିଂଟନ, ୨୩।୪ : ବଜାରରେ ମହିଳାଙ୍କ ଉପଯୋଗୀ ଗର୍ଭନିରୋଧକ ଟ୍ୟାବଲେଟ୍‌ ଉପଲବ୍ଧ ହୋଇଥାଏ। ଏହାର ବ୍ୟବହାର କରିବା ଦ୍ୱାରା ମହିଳାଙ୍କ ସେକ୍ସ୍‌ ହରମୋନ୍‌ ଉପରେ ପ୍ରଭାବ ପଡିଥାଏ। ଯାହାଦ୍ୱାରା ଶୁକ୍ରାଣୁ ଓ ଡିମ୍ବାଣୁର ମିଳନରେ ଭ୍ରୁଣ ସୃଷ୍ଟି ହୋଇପାରି ନ ଥାଏ। ଆଗାମୀ ଦିନରେ ପୁରୁଷଙ୍କ ପାଇଁ ଏଭଳି ଟ୍ୟାବଲେଟ୍‌ ବଜାରରେ ଉପଲବ୍ଧ ହେବ। ଏହାର ବ୍ୟବହାରଦ୍ୱାରା ଶୁକ୍ରାଣୁର ଗତି ଶିଥିଳ ହୋଇଯିବ।

ଫୁସ୍‌ଫୁସ୍‌କୁ ସୁସ୍ଥ ରଖିବ ଟମାଟୋ

ଫୁସ୍‌ଫୁସ୍‌କୁ ସୁସ୍ଥ ରଖିବ ଟମାଟୋ

ଟମାଟୋର ସ୍ବାସ୍ଥ୍ୟୋପକାରୀ ଗୁଣ ତାଲିକାରେ ଆଉ ଏକ କଥା ସାମିଲ ହୋଇଛି। ଏହା ଫୁସ୍‌ଫୁସ୍‌କୁ ସୁରକ୍ଷା ଦେବାରେ ଅନେକାଂଶରେ ସହାୟକ ହୋଇଥାଏ। ବିଶେଷ ଭାବରେ ଯେଉଁମାନେ ନିୟମିତ ନିଶାଦ୍ରବ୍ୟ ସେବନ କରନ୍ତି ସେମାନେ ଯଦି ନିୟମିତ ଟମାଟୋ ଖାଆନ୍ତି ତେବେ ସେମାନଙ୍କର ଫୁସ୍‌ଫୁସ୍‌ କେତେକାଂଶରେ ସୁରକ୍ଷିତ ରହିଥାଏ।

କଫି, ଚା ହୃଦ୍‌ଘାତରୁ ସୁରକ୍ଷା ଦିଏ

କଫି, ଚା ହୃଦ୍‌ଘାତରୁ ସୁରକ୍ଷା ଦିଏ

ନୂଆଦିଲ୍ଲୀ : କଫି ଓ ଚା ହୃଦ୍‌ଘାତରୁ ମନୁଷ୍ୟକୁ ସୁରକ୍ଷା ଦେଇଥାଏ। ଏନେଇ ଚିକିତ୍ସା ବିଜ୍ଞାନୀ ଏକ ସର୍ଭେ ରିପୋର୍ଟ ଉପସ୍ଥାପନ କରିଛନ୍ତି। କଫିରେ ଥିବା କାଫିନ୍‌ ଓ ଚାରେ ଥିବା ନିକୋଟାଇନ୍‌ ରକ୍ତରେ ମିଶିବା ଦ୍ୱାରା ଏହାର କୋଷିକା ଉତ୍ତେଜିତ ହୋଇଥାଏ। ଫଳରେ ହୃଦୟର ସାଧାରଣ କାର୍ଯ୍ୟକାରିତା ବୃଦ୍ଧି ପାଇଥାଏ।

ଔଷଧୀୟ ଗୁଣରେ ଭରପୂର ତେଜପତ୍ର

ଔଷଧୀୟ ଗୁଣରେ ଭରପୂର ତେଜପତ୍ର

ବେଳେବେଳେ ଆମେ ଥଣ୍ଡା ସର୍ଦ୍ଦି ଭଳି ଛୋଟ ଛୋଟ ରୋଗରେ ପଡିଲେ ମା’ ଆମ ରୋଷେଇ ଘରେ ଥିବା କିଛି ଜିନିଷ ବ୍ୟବହାର କରି ଆମକୁ ରୋଗମୁକ୍ତ କରିଥାଆନ୍ତି। ବିଶେଷ କରି ରୋଷେଇରେ ବ୍ୟବହୃତ କିଛି ମସଲାରେ ରହିଥିବା ଔଷଧୀୟ ଗୁଣ ଆମକୁ ସୁସ୍ଥ ରଖିବାକୁ ବେଶ୍‌ ସହାୟକ ହୋଇଥାଏ।

ଭିଟାମିନ୍‌-ଡି’ସ୍ତର କମିଲେ ମଧୁମେହ ଆଶଙ୍କା ବଢ଼େ

ଭିଟାମିନ୍‌-ଡି’ସ୍ତର କମିଲେ ମଧୁମେହ ଆଶଙ୍କା ବଢ଼େ

ଓ୍ବାଶିଂଟନ : ଶରୀରରରେ ଭିଟାମିନ୍‌-ଡି’ସ୍ତର କମ୍‌ ହେଲେ ମଧୁମେହ ଆଶଙ୍କା ବଢ଼ିଥାଏ ବୋଲି କାର୍ଲିଫର୍ନିଆ ବିଶ୍ୱବିଦ୍ୟାଳୟର ଗବେଷକ ଏକ ତଥ୍ୟ ଉପସ୍ଥାପନ କରିଛନ୍ତି। ଏହି ମର୍ମରେ ଗବେଷକ ୯୦୩ ଜଣ ବ୍ୟକ୍ତିଙ୍କ ଉପରେ ଅନୁଧ୍ୟାନ କରିଥିଲେ। ଜଣାପଡିଥିଲା ଯେ, ରକ୍ତରେ ଭିଟାମିନ୍‌-ଡି’ ସ୍ତର ହ୍ରାସ ପାଇଲେ ଟାଇପ୍‌-୨ ମଧୁମେହ ହେବାର ଆଶଙ୍କା ଦେଖାଦେଇଥାଏ।

ବିଛା ବିଷରୁ ଔଷଧ

ବିଛା ବିଷରୁ ଔଷଧ

ନୂଆଦିଲ୍ଲୀ,୧୯।୪: ବିଛା ବିଷରେ ଆଣ୍ଠୁଗଣ୍ଠି ଯନ୍ତ୍ରଣା ଉପଶମକାରୀ ଯୋଗିକ ରହିଛି ବୋଲି ଗବେଷକ ଜାଣିପାରିଛନ୍ତି। ଏହି ଯୌଗିକରୁ ପ୍ରସ୍ତୁତ ଔଷଧ ଦ୍ୱାରା ଆଣ୍ଠୁଗଣ୍ଠି ଯନ୍ତ୍ରଣା ଭୋଗୁଥିବା ବ୍ୟକ୍ତିମାନେ ଉପକୃତ ହୋଇପାରିବେ। ବୟସ ବଢ଼ିବା ସହିତ ଗଣ୍ଠିସ୍ଥାନରେ ଥିବା ଲିଗାମେଣ୍ଟ ଧୀରେ ଧୀରେ ଏହାର ନମନିୟତା ହରାଇ ବସିଥାଏ।

ସାଲାଡ୍‌ ଖାଇଲେ ଦାନ୍ତ ରହେ ସୁସ୍ଥ

ସାଲାଡ୍‌ ଖାଇଲେ ଦାନ୍ତ ରହେ ସୁସ୍ଥ

ଦାନ୍ତ ମୁଖମଣ୍ଡଳର ସୌନ୍ଦର୍ଯ୍ୟ ବୃଦ୍ଧି କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ସଫା ଧଳା ଓ ସମାନ ଆକାରର ଦାନ୍ତରେ ସାମାନ୍ୟ ହସିଦେଲେ ଏହା ମୁହଁର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରେ।

 ଯେ କୌଣସି ସମୟରେ ହୋଇପାରେ ସାଇଲେଣ୍ଟ୍‌ ଆଟାକ୍‌

ଯେ କୌଣସି ସମୟରେ ହୋଇପାରେ ସାଇଲେଣ୍ଟ୍‌ ଆଟାକ୍‌

ଓ୍ବାଶିଂଟନ, ୧୬।୪: ସାଇଲେଣ୍ଟ୍‌ ଆଟାକ୍‌ ବା ନୀରବ ହୃଦ୍‌ଘାତ ଲକ୍ଷଣ ପ୍ରକାଶ ବିନା ହଠାତ୍‌ ହୃଦୟର କାର୍ଯ୍ୟରେ ବାଧା ସୃଷ୍ଟି କରିଥାଏ। ନିୟମିତ ସନ୍ତୁଳିତ ଖାଦ୍ୟ ଗ୍ରହଣ କରୁଥିବା ତଥା ଶାରିରୀକ ବ୍ୟାୟାମ କରୁଥିବା ବ୍ୟକ୍ତିଙ୍କଠାରେ ମଧ୍ୟ ଏପରି ସମସ୍ୟା ଦେଖାଯାଇପାରେ। ବିଷାଦଗ୍ରସ୍ତ ରହିବା, ନିୟମିତ ନିଶାଦ୍ରବ୍ୟ ଗ୍ରହଣ କରିବା, ସିଗାରେଟ୍‌ ଟାଣିବା ଆଦି ଦ୍ୱାରା ରକ୍ତବାହୀ ନଳୀରେ ସୃଷ୍ଟି ହେଉଥିବା ବିଭିନ୍ନ ଯନ୍ତ୍ରଣା ସମ୍ପର୍କରେ ସ୍ନାୟୁ କୋଷିକା ନିକଟରେ କୌଣସି ସୂଚନା ପହଞ୍ଚତ୍ପାରେ ନାହିଁ।