ଜୀବନଚର୍ଯ୍ୟା |

ପରିବାର ପାଇଁ ଉଦ୍‌ବିଗ୍ନ ଥାଆନ୍ତି କ୍ୟାନ୍‌ସର ରୋଗୀ

ପରିବାର ପାଇଁ ଉଦ୍‌ବିଗ୍ନ ଥାଆନ୍ତି କ୍ୟାନ୍‌ସର ରୋଗୀ

ଲଣ୍ଡନ:କ୍ୟାନ୍‌ସର ରୋଗୀମାନେ ରୋଗ ଅପେକ୍ଷା ଅଧିକ ଉଦ୍‌ବିଗ୍ନ ଥାଆନ୍ତି ସେମାନଙ୍କ ଆତ୍ମୀୟ ଓ ପରିବାର ପାଇଁ। କାରଣ କେମୋଥେରାପିର ପାର୍ଶ୍ୱ ପ୍ରତିକ୍ରିୟା ଅପେକ୍ଷା ସେମାନଙ୍କ ଦୁରାରୋଗ୍ୟ ବ୍ୟାଧି ଦ୍ୱାରା ପରିବାର ଓ ଜୀବନସାଥୀ କିପରି ପ୍ରଭାବିତ ହୁଅନ୍ତି ସେଥିପାଇଁ ସେମାନେ ଚିନ୍ତିତ ଥାଆନ୍ତି। ଜର୍ମାନୀସ୍ଥିତ ହ୍ୟୁସେନ୍ସ-ଷ୍ଟିଫ୍‌ଟଙ୍ଗ ଗବେଷକମାନେ ଜାଣିବାକୁ ପାଇଛନ୍ତି ଯେ, କ୍ୟାନ୍‌ସର ପୀଡ଼ିତ ରୋଗୀଙ୍କ ପାଇଁ ସାମାଜିକ-ମନସ୍ତାତ୍ତ୍ୱିକ କାରଣ ଅଧିକ ଗୁରୁତ୍ୱ ବହନ କରିଥାଏ। ସେମାନେ ଜାଣିବାକୁ ପାଇଛନ୍ତି ଯେ, ବିରକ୍ତି ଭାବ ଓ ବାନ୍ତିକରିବା ଭଳି ପାର୍ଶ୍ୱ ପ୍ରତିକ୍ରିୟା କ୍ୟାନ୍‌ସର ରୋଗୀଙ୍କ ପାଇଁ ବଡ଼ ସମସ୍ୟା ନୁହେଁ କାରଣ ଆଧୁନିକ ଚିକିତ୍ସା ପଦ୍ଧତି ଏହି ଲକ୍ଷଣ ରୋକିବା ଲାଗି ବେଶ୍‌ ଫଳପ୍ରଦ। ଅପରପକ୍ଷରେ କେଶ ଉପୁଡିବା ଭଳି ଏକ ଅସମାହିତ ସମସ୍ୟା କ୍ୟାନସର ରୋଗୀଙ୍କୁ ଚିକିତ୍ସା ଆରମ୍ଭରୁ ହିଁ ପ୍ରଭାବିତ କରିଥାଏ। ସମୟ ଅତିକ୍ରାନ୍ତ ସହିତ ରୋଗୀ ଏ ସବୁ ସମସ୍ୟା ସହିତ ଅଭ୍ୟସ୍ତ ହୋଇଯାଏ। କିନ୍ତୁ ସେମାନେ ପରିବାର ପାଇଁ ଉଦ୍‌ବିଗ୍ନ ରହିବା କାରଣରୁ ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟା ଅଧିକ ବାରିହୋଇ ପଡ଼େ।
ରୋଗୀ କେମୋଥେରାପି ନେବା ସମୟରେ ଶୋଇବା ସମସ୍ୟା ସବୁଠୁ ଜଟିଳ ପାର୍ଶ୍ୱ ପ୍ରତିକ୍ରିୟା ରୂପେ ଦେଖାଦେଇଥାଏ। ଏଥିସହିତ ରୋଗର ପ୍ରଭାବ ସେମାନଙ୍କ ଜୀବନସାଥୀ ଏବଂ ପିଲା ପରିବାରଙ୍କ ଉପରେ ପଡୁଥିବା ନେଇ ସେମାନେ ଉଦ୍‌ବିଗ୍ନ ଥାଆନ୍ତି। ଚିକିତ୍ସା କାଳରେ ଏହା ରୋଗୀ ପାଇଁ ସବୁଠୁ ଉଦବେଗଜନକ ବିଷୟ ରୂପେ ଉଭା ହୋଇଥାଏ ବୋଲି ହ୍ୟୁସେନ୍ସ-ଷ୍ଟିଫଟଙ୍ଗର ଗବେଷକ ଆତାସେଭେନ୍‌ ପ୍ରକାଶ କରିଛନ୍ତି।

All Right Reserved By

ଜୀବନଚର୍ଯ୍ୟା |

ବିବାହିତା ମହିଳାଙ୍କୁ ଅଧିକ ପସନ୍ଦ କରନ୍ତି ଯୁବକ

ବିବାହିତା ମହିଳାଙ୍କୁ ଅଧିକ ପସନ୍ଦ କରନ୍ତି ଯୁବକ

ଯୁବକମାନେ କୌଣସି ଯୁବତୀଙ୍କ ତୁଳନାରେ ବିବାହିତା ମହିଳାଙ୍କୁ ଅଧିକ ପସନ୍ଦ କରନ୍ତି। ନିକଟର ୟୁନିଭରସିର୍ଟି ଅଫ୍‌ କାର୍ଲିଫର୍ନିଆରେ ହୋଇଥିବା ଏକ ଗବେଷଣା ରିପୋର୍ଟ ଏହା ଉଲ୍ଲେଖ କରାଯାଇଛି।

ହଜମ ଶକ୍ତି ବଢାଏ ମୁଗଡାଲି

ହଜମ ଶକ୍ତି ବଢାଏ ମୁଗଡାଲି

ଡାଲିରେ ଭରପୁର ମାତ୍ରାରେ ରହିଛି ପ୍ରୋଟିନ୍‌। ଏହା ବ୍ୟତୀତ ବିଶେଷ କରି ମୁଗ ଡାଲିରେ ଭିଟାମିନ୍‌ ଏ, ବି, ସି ଓ ଇ ରହିଛି ଯାହା ଶରୀରକୁ ସୁସ୍ଥ ରଖିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ।

ଡିଏନ୍‌ଏ ସଂରଚନାକୁ ବିଶୃଙ୍ଖଳିତ କରେ ଆଲକୋହଲ

ଡିଏନ୍‌ଏ ସଂରଚନାକୁ ବିଶୃଙ୍ଖଳିତ କରେ ଆଲକୋହଲ

ନିୟମିତ ଆଲକୋହଲ ବା ସୁରାସାର ଖାଦ୍ୟରେ ଗ୍ରହଣ କଲେ, ଏହା କୋଷରେ ଥିବା ଡିଏନ୍‌ଏ ସଂରଚନାକୁ ବିଶୃଙ୍ଖଳିତ କରେ। ଏହାଯୋଗୁ କର୍କଟ ରୋଗ ସୃଷ୍ଟି ହୋଇଥାଏ ବୋଲି ଗବେଷକ ସୂଚିତ କରିଛନ୍ତି।

ଅର୍ଶରୁ ମୁକ୍ତି ପାଇବାହୁ ଚାହୁଁଛନ୍ତି? ଆପଣାନ୍ତୁ ଏହି ଉପାୟ

ଅର୍ଶରୁ ମୁକ୍ତି ପାଇବାହୁ ଚାହୁଁଛନ୍ତି? ଆପଣାନ୍ତୁ ଏହି ଉପାୟ

ଲାଜକୁଳି ଲତା ଏକପ୍ରକାର ଗୁଳ୍ମ। ଏହାର ଅନେକ ଔଷଧୀୟ ଗୁଣ ରହିଛି। ଆଦିବାସୀ ବହୁଳ ଅଞ୍ଚଳରେ ଲାଜକୁଳି ଲତା ଉପରେ ଦୀର୍ଘ ୧୫ ବର୍ଷ ଧରି ଉତ୍ତରାଖଣ୍ଡ ଆୟୁର୍ବେଦ ବିଶ୍ୱବିଦ୍ୟାଳୟର କିଛି ଗବେଷକ ଜାଣିପାରିଛନ୍ତି ଯେ, ଏହା ଅର୍ଶରୁ ମୁକ୍ତି ଦେଇଥାଏ।

ଦିନରେ  ପିଅନ୍ତୁ  ୩ ଥର କାକୁଡ଼ି ରସ, ମିଳିବ ବହୁ ଫାଇଦା

ଦିନରେ ପିଅନ୍ତୁ ୩ ଥର କାକୁଡ଼ି ରସ, ମିଳିବ ବହୁ ଫାଇଦା

ଦିନରେ ୩ ଥର କାକୁଡ଼ି ରସ ପିଇଲେ ଅନେକ ଫାଇଦା ମିଳେ। ପ୍ରତିଦିନ ଅଭ୍ୟାସ କରି ଏପରି କଲେ ବିଭିନ୍ନ ରୋଗରୁ ମିଳିଥାଏ ମୁକ୍ତି।

ଏଠି ପ୍ରତି ୩ଜଣରେ ଜଣେ ବଳାତ୍କାରୀ

ଏଠି ପ୍ରତି ୩ଜଣରେ ଜଣେ ବଳାତ୍କାରୀ

ବଳାତ୍କାର ଏକ ଅପରାଧ ବୋଲି ସାରା ବିଶ୍ୱରେ ବିବେଚନା କରାଯାଏ। ହେଲେ ଏମିତି ଏକ ଦେଶ ଅଛି, ଯେଉଁଠି ବଳାତ୍କାର ଏକ ମାମୁଲି ଘଟଣା ହୋଇଯାଇଛି। ଏଠି ପ୍ରତି ୩ ଜଣରେ ଜଣେ ବଳାତ୍କାରୀ। ସାଉଥ୍‌ ଆଫ୍ରିକା ଜୋହାନ୍ସବର୍ଗର ଡିପସ୍ଲୁଟ ନାମକ ଏମିତି ଏକ ସ୍ଥାନ ଅଛି, ଯେଉଁଠି ବଳାତ୍କାର ଏକ ସାଧାରଣ ଘଟଣା।

ସକାଳୁ ପିଇଲେ ଗୋଲାପ ଜଳ କ’ଣ ମିଳିବ ଫାଇଦା

ସକାଳୁ ପିଇଲେ ଗୋଲାପ ଜଳ କ’ଣ ମିଳିବ ଫାଇଦା

ଗୋଲାପ ଫୁଲ ସାଧାରଣତଃ ମନକୁ ପ୍ରଫୁଲ୍ଲ ରଖିଥାଏ। ଅବସାଦ ଦୂର କରିବାରେ ଏହି ଫୁଲର ଏକ ବିଶେଷ ଭୂମିକା ରହିଛି। ଏଥିରେ ରହିଛି ଆଣ୍ଟିସେପ୍ଟିକ୍‌ ଓ ଆଣ୍ଟିଫଙ୍ଗାଲ ଗୁଣ ।

ଧଳା କେଶକୁ କଳା କରେ ଫିଟିକରି, ଗୋଲାପ ଜଳ

ଧଳା କେଶକୁ କଳା କରେ ଫିଟିକରି, ଗୋଲାପ ଜଳ

ଜଳବାୟୁ ପ୍ରଦୂଷଣ ଫଳରେ ଶରୀରରେ ନାନା ସମସ୍ୟା ଦେଖାଯାଉଛି। ଏମିତିକି ବୟସ ହେବା ପୂର୍ବରୁ ଅନେକ ଲୋକଙ୍କର କେଶ ମଧ୍ୟ ଧଳା ହୋଇ ଯାଉଛି। ତେବେ ଘରୋଇ ଉପଚାର ମାଧ୍ୟମରେ ଏହି ଧଳା କେଶକୁ କଳା କରିହେବ।

୫୦ ବର୍ଷ ପରେ ବି’ ସନ୍ତାନର ହୋଇପାରିବେ ଜନନୀ, ଏହି ଉପାୟରେ...

୫୦ ବର୍ଷ ପରେ ବି’ ସନ୍ତାନର ହୋଇପାରିବେ ଜନନୀ, ଏହି ଉପାୟରେ...

୫୦ ବର୍ଷ ପରେ ସନ୍ତାନ ଚାହୁଁଥିବା ମହିଳା ଆଇଭିଏଫ ଦ୍ୱାରା ସହଜରେ ଗର୍ଭବତୀ ହୋଇ ପାରନ୍ତି। ଏହା ‘ଟେଷ୍ଟଟ୍ୟୁବ୍‌’ ବେବି ପ୍ରଣାଳୀ ଭାବେ ବେଶ୍‌ ପରିଚିତ । ଏହି ପଦ୍ଧତିରେ ଡିମ୍ବାଣୁକୁ ଜରାୟୁ ବାହାରେ ଶୁକ୍ରାଣୁ ସହିତ ଫର୍ଟିଲାଇଜ୍‌ କରାଯାଏ।

ହୃଦ୍‌ଘାତର ଅଧିକ ଶିକାର ହୁଅନ୍ତି କିଏ, ପୁରୁଷ ନା ମହିଳା...

ହୃଦ୍‌ଘାତର ଅଧିକ ଶିକାର ହୁଅନ୍ତି କିଏ, ପୁରୁଷ ନା ମହିଳା...

ପୁରୁଷଙ୍କ ତୁଳନାରେ ମହିଳା ଅଧିକ ହୃଦ୍‌ଘାତର ଶିକାର ହୋଇଥାନ୍ତି। ଋତୁସ୍ରାବ ବିରତି ପରେ କିଛି ମହିଳାଙ୍କଠାରେ ଏହି ସମସ୍ୟା ପ୍ରାୟତଃ ଅଧିକ ଦେଖାଯାଏ। ୧୫ରୁ ୪୫ ବର୍ଷ ମଧ୍ୟରେ ମହିଳାମାନଙ୍କ ଶରୀରରେ କ୍ଷରଣ ହେଉଥିବା ଇଷ୍ଟ୍ରୋଜେନ୍‌ ହରମୋନ ହୃତ୍‌ପିଣ୍ଡର ସୁରକ୍ଷା କରିଥାଏ।

ଇନ୍‌ସୁଲିନ୍‌ସ୍ତରକୁ ସନ୍ତୁଳିତ କରିବା ପାଇଁ ପିଅନ୍ତୁ ଏହି ପାଣି

ଇନ୍‌ସୁଲିନ୍‌ସ୍ତରକୁ ସନ୍ତୁଳିତ କରିବା ପାଇଁ ପିଅନ୍ତୁ ଏହି ପାଣି

ଇନସୁଲିନ୍‌ସ୍ତରକୁ ସନ୍ତୁଳିତ କରିବା ପାଇଁ ପ୍ରତିଦିନ ସକାଳେ ମେଥି ପାଣି ପିଇବା ଭଲ। ଇନସୁଲିନ୍‌ସ୍ତର ନିୟନ୍ତ୍ରିତ ହେଲେ ମଧୁମେହ ରୋଗ ହେବାର ଆଶଙ୍କା କମ୍‌ ହୋଇଥାଏ।

ବିବାହ ପରେ ଅଲଗା ରୁହନ୍ତି ବରକନ୍ୟା

ବିବାହ ପରେ ଅଲଗା ରୁହନ୍ତି ବରକନ୍ୟା

ବିବାହକୁ ନେଇ ଭାରତର ବିଭିନ୍ନ ଅଞ୍ଚଳରେ ରହିଛି ଭିନ୍ନ ଭିନ୍ନ ପରମ୍ପରା। ସାଧାରଣତଃ ବିବାହର ୪ ଦିନ ପରେ ଚତୁର୍ଥୀ ରାତିରେ ବରକନ୍ୟାଙ୍କ ହୋଇଥାଏ ମିଳନ। ତେବେ ପଶ୍ଚିମବଙ୍ଗର କେତେକ ଅଞ୍ଚଳରେ ଚତୁର୍ଥୀ ରାତିରେ ବରକନ୍ୟା ଅଲଗା ଅଲଗା ଘରେ ଶୋଇଥାନ୍ତି ।

Watch Live Broadcast of Rath Yatra Puri, Odisha Here

Model This Week

ରୂପେଶ