ଫୁରସତ |

ରକ୍ତ ପ୍ରବାହରୁ ସୃଷ୍ଟି ହେବ ବିଦ୍ୟୁତ୍‌ ଶକ୍ତି

ରକ୍ତ ପ୍ରବାହରୁ ସୃଷ୍ଟି ହେବ ବିଦ୍ୟୁତ୍‌ ଶକ୍ତି
ବେଜିଂ:ଚାଇନାର ବୈଜ୍ଞାନିକ ମନୁଷ୍ୟର ରକ୍ତପ୍ରବାହରୁ ବିଦ୍ୟୁତ୍‌ ଶକ୍ତି ଉତ୍ପନ୍ନ କରିବାକୁ ସକ୍ଷମ ହୋଇଛନ୍ତି। ଏଥିରେ ସେମାନେ ଏକ ହାଲୁକା ଜେନେରେଟର ବ୍ୟବହାର କରିଛନ୍ତି। ଏହା ରକ୍ତପ୍ରବାହରୁ ବିଦ୍ୟୁତ୍‌ ଶକ୍ତି ଉତ୍ପନ୍ନ କରିପାରିବ। ପୂର୍ବରୁ ଜଳ, ପବନ, ସମୁଦ୍ର ଜୁଆର ଆଦିରୁ ବିଦ୍ୟୁତ୍‌ ଶକ୍ତି ଉତ୍ପନ୍ନ କରାଯାଉଥିବାବେଳେ ଏବେ ମନୁଷ୍ୟ ଚଲାବୁଲା କରୁଥିବା ବିଦ୍ୟୁତ୍‌ ଶକ୍ତିର ଉତ୍ସଭାବେ ପ୍ରତିପାଦିତ ହେବ। ଏହାଦ୍ୱାରା ଭବିଷ୍ୟତରେ ହେବାକୁଥିବା ଶକ୍ତି ଚାହିଦା ସହଜରେ ପୂରଣ ହୋଇପାରିବ ବୋଲି ଚାଇନା ଫୁଦାନ୍‌ ବିଶ୍ୱବିଦ୍ୟାଳୟର ଗବେଷକ କହିଛନ୍ତି। ଗବେଷକ ଦଳ ଏକ ମିଲିମିଟର ମୋଟେଇ ବିଶିଷ୍ଟ ପତଳା ଫାଇବର୍‌ ପ୍ରସ୍ତୁତ କରିଛନ୍ତି। ପ୍ରବାହମାନ ଲବଣାକ୍ତ ଦ୍ରବଣରେ ରହିଲେ ଏହା ବିଦ୍ୟୁତ ଶକ୍ତି ଉତ୍ପନ୍ନ କରିବାକୁ ସକ୍ଷମ ହେବ। ଏହାକୁ ପତଳା ଟ୍ୟୁବ୍‌ କିମ୍ବା ରକ୍ତବାହୀ ନଳୀରେ ରଖିଲେ ଏଥିରୁ ସହଜରେ ବିଦ୍ୟୁତ୍‌ ଶକ୍ତି ସୃଷ୍ଟି ହୋଇଥାଏ। ଏଥିରେ ଇଲେକ୍ଟ୍ରୋଆକ୍ଟିଭ୍‌ ତନ୍ତୁ ରହିଛି। ଏପ୍ରକାର ତନ୍ତୁ ଲବଣାକ୍ତ ଦ୍ରବଣରୁ ୨୦ ପ୍ରତିଶତ ପର୍ଯ୍ୟନ୍ତ ବିଦ୍ୟୁତ୍‌ ଶକ୍ତି ଉତ୍ପନ୍ନ କରିପାରେ। ପ୍ରଥମେ ଏହାକୁ ବେଙ୍ଗଠାରେ ପ୍ରୟୋଗ କରାଯାଇ ସଫଳତା ମିଳିଛି ବୋଲି ଗବେଷକ କହିଛନ୍ତି।
All Right Reserved By

ଫୁରସତ |

ସହଜରେ ଦୂରେଇ ହେବ ଯନ୍ତ୍ରଣା ଦେଉଥିବା ସ୍ମୃତି

ସହଜରେ ଦୂରେଇ ହେବ ଯନ୍ତ୍ରଣା ଦେଉଥିବା ସ୍ମୃତି

ମସ୍ତିଷ୍କର ସ୍ମୃତିରେ ଭଲ ଏବଂ ଖରାପ ଅନୁଭୁତି ରହିଥାଏ। ଭଲ ବା ସୁଖ ଅନୁଭୁତି ମନରେ ଆନନ୍ଦ ଆଣୁଥିବାବେଳେ ଖରାପ ଅନୁଭୁତି ଆଣିଥାଏ ମାନସିକ ଯନ୍ତ୍ରଣା। 

ପ୍ରେମରେ ପଡ଼ିଲେ ଏପରି ବଢ଼େ ଶକ୍ତି...

ପ୍ରେମରେ ପଡ଼ିଲେ ଏପରି ବଢ଼େ ଶକ୍ତି...

ପ୍ରେମରେ ପଡ଼ିଲେ ପ୍ରେମୀ ଯୁଗଳଙ୍କ ସ୍ମୃତିଶକ୍ତି  ବଢ଼ିଥାଏ। ଓ୍ବାଶିଂଟନ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣାରୁ ଏହା ଜାଣିବାକୁ ମିଳିଛି। ଯୁବକଙ୍କ ତୁଳନାରେ ପ୍ରେମରେ ପଡ଼ିଥିବା ଯୁବତୀଙ୍କ କ୍ଷେତ୍ରରେ ଏହା ଅଧିକ ଦେଖାଯାଏ। 

ଚୁମ୍ବନ ଦେବାରୁ ସ୍ବାମୀଙ୍କ ଜିଭ କାଟିଦେଲେ ସ୍ତ୍ରୀ

ଚୁମ୍ବନ ଦେବାରୁ ସ୍ବାମୀଙ୍କ ଜିଭ କାଟିଦେଲେ ସ୍ତ୍ରୀ

ନୂଆଦିଲ୍ଲୀ, ୨୪।୯: ସ୍ବାମୀ-ସ୍ତ୍ରୀ ଝଗଡାର କରୁଣ ପରିସ୍ଥିତି। ଦିଲ୍ଲୀର ରନହୋଲା ନଗରରେ ଏକ ଅଜବ ଘଟଣା ଘଟିଛି। ସ୍ତ୍ରୀଙ୍କୁ ସ୍ବାମୀ ଚୁମ୍ବନ ଦେବାରୁ ତାଙ୍କ ଜିଭ କାଟି ଦେଇଛନ୍ତି ଗର୍ଭବତୀ ସ୍ତ୍ରୀ।

ଏହି ବିଲ୍ଡିଂ ଯେଉଁଠି ଅଛି ଶହ ଶହ ଟନ୍‌ ସୁନା...

ଏହି ବିଲ୍ଡିଂ ଯେଉଁଠି ଅଛି ଶହ ଶହ ଟନ୍‌ ସୁନା...

ବିଶ୍ୱର ସବୁଠୁ ଶକ୍ତିଶାଳୀ ଦେଶ ଆମେରିକା ନିକଟରେ ରହିଛି ସବୁଠୁ ଅଧିକ ସୁନା। ଆମେରିକା ଏହି ସୁନାକୁ ଫୋର୍ଡନକ୍ସସ୍ଥିତ ବୁଲିୟନ ଡିପୋଜିଟ୍‌ରେ ରଖିଛି। ଏହାର ପରିମାଣ ୪୬ ଶହ ଟନ୍‌।

ଏମିତି ମନ୍ଦିର ଯେଉଁଠି ପୂଜା ପାଆନ୍ତି ସିନ୍ଦୂରରେ ନିର୍ମିତ ଠାକୁର...

ଏମିତି ମନ୍ଦିର ଯେଉଁଠି ପୂଜା ପାଆନ୍ତି ସିନ୍ଦୂରରେ ନିର୍ମିତ ଠାକୁର...

ଭାରତରେ ଅନେକ ସ୍ଥାନରେ ଗଣେଶ ମନ୍ଦିର ରହିଛି। ଏସବୁ ମନ୍ଦିରରେ ସାଧାରଣତଃ ଗଣେଶଙ୍କ ପଥର ନିର୍ମିତ ମୂର୍ତ୍ତି ପୂଜା ପାହାନ୍ତିି । ତେବେ ମଧ୍ୟପ୍ରଦେଶର ଇନ୍ଦୋରରେ ଥିବା ଏକ ମନ୍ଦିରରେ ପୂଜା ପାଉଛନ୍ତି ସିନ୍ଦୁରରେ ନିର୍ମିତ ଗଣେଶ ମୂର୍ତ୍ତି। 

ସୌରଜଗତକୁ  ପରିକ୍ରମା କରୁଥିବା  ସ୍ବପ୍ନର ମଣିଷ

ସୌରଜଗତକୁ ପରିକ୍ରମା କରୁଥିବା ସ୍ବପ୍ନର ମଣିଷ

ପୃଥିବୀକୁ ମିଶେଇ ଆମ ସୌରଜଗତରେ ଆଠଟି ଗ୍ରହ ଅଛନ୍ତି ା ଗ୍ରହଗୁଡ଼ିକ ନିଜ ଚାରିପଟେ ନଟୁ ପରି ବୁଲିବା ସହ ସୂର୍ଯ୍ୟଙ୍କ ଚାରିପଟେ ଘୂରୁଛନ୍ତିି। ସୂର୍ଯ୍ୟ ମଧ୍ୟ ସ୍ଥିର ନୁହେଁ ା ସେ ବି ନିଜ ଚାରିପଟେ ଘୂରିବା ସହ ଆମ ଆକାଶଗଙ୍ଗା ଛାୟାପଥରେ ଘୂରୁଛି। ଆକାଶଗଙ୍ଗା ଛାୟାପଥରେ ସୂର୍ଯ୍ୟ ଭଳି କୋଟି କୋଟି ବଡ଼ ସାନ ନକ୍ଷତ୍ର ରହିଛି। ଆମ ବିଶ୍ୱ ବ୍ରହ୍ମାଣ୍ଡରେ ଆକାଶଗଙ୍ଗା ଛାୟାପଥ ଭଳି ଅନେକ ଛାୟାପଥ ରହିଛି ା ସବୁ ଛାୟାପଥ ଘୂରୁଛନ୍ତି ା ମୋଟାମୋଟି କହିଲେ, ବିଶ୍ୱ ବ୍ରହ୍ମାଣ୍ଡରେ ସମସ୍ତ ଗ୍ରହ, ଉପଗ୍ରହ, ନକ୍ଷତ୍ର ଓ ଛାୟାପଥ ସମସ୍ତେ ଘୂରୁଛନ୍ତି। ସତରେ କେତେ ଶୃଙ୍ଖଳିତ ସେମାନେ?

ଜାଣନ୍ତି କି....ରିଙ୍କେଲ ଥିବା ବ୍ୟକ୍ତି ସତ୍ୟପ୍ରିୟ

ଜାଣନ୍ତି କି....ରିଙ୍କେଲ ଥିବା ବ୍ୟକ୍ତି ସତ୍ୟପ୍ରିୟ

କୁହାଯାଏ ବୟସ ବଢ଼ିଲେ ତାହାର ପ୍ରଭାବ ଶରୀର ଉପରେ ବାରି ହୋଇପଡ଼ିଥାଏ। ବିଶେଷକରି ଚର୍ମରେ ଏହାର ପ୍ରଭାବ ଦେଖାଯିବା ଫଳରେ ଏହା ନରମ ହୋଇଯାଏ। ସେହିପରି ଆଖିରେ ମଧ୍ୟ ରିଙ୍କେଲ(କୁଞ୍ଚନ) ଦେଖାଯାଇଥାଏ। ଏଥିରୁ ହିଁ ବ୍ୟକ୍ତିର ବୟସ ଅନ୍ୟମାନଙ୍କୁ ସହଜରେ ଜଣାପଡ଼ିଯାଏ। 

ଆଇଫୋନ୍‌ ଗନ୍‌

ଆଇଫୋନ୍‌ ଗନ୍‌

ପୃଥିବୀରେ ଯେତିକି ଲୋକଙ୍କ ପାଖରେ ବନ୍ଧୁକ ଅଛି ତା’ର ୪୮% ଅଛି କେବଳ ଆମେରିକୀୟଙ୍କ ପାଖରେ। ସେଥିପାଇଁ ତ ଏଠାକାର ଅସ୍ତ୍ରଶସ୍ତ୍ର ତିଆରି କରୁଥିବା କମ୍ପାନୀର ବାର୍ଷିକ ଆୟ ୯୧୦୦୦ କୋଟି ହୋଇଥାଏ। 

ହାତର ବିଭିନ୍ନ ସିମ୍ବଲ ଏବଂ ଏହାର ଉତ୍ପତ୍ତି

ହାତର ବିଭିନ୍ନ ସିମ୍ବଲ ଏବଂ ଏହାର ଉତ୍ପତ୍ତି

ମଣିଷ ସାଧାରଣତଃ ବିଭିନ୍ନ ଅଙ୍ଗଭଙ୍ଗୀ କରିଥାଏ। ହେଲେ ସେସବୁ ମଧ୍ୟରୁ କେତୋଟି ନିର୍ଦ୍ଦିଷ୍ଟ ଭଙ୍ଗୀକୁ କିଛି ସିମ୍ବଲ ଭାବେ ଗ୍ରହଣ କରାଯାଇଥାଏ। ଠିକ୍‌ ଯେମିତି ହାତର ଆଙ୍ଗୁଳିରେ କରାଯାଉଥିବା କିଛି ଭଙ୍ଗୀ ବା ମୁଦ୍ରା ବି ବିଭିନ୍ନ ସିମ୍ବଲ ଭାବେ ଜନ ସାଧାରଣରେ ବେଶ୍‌ ଆଦୃତ। ତେବେ ଏହାର ପ୍ରଚଳନ ଯେ କେତେ ପୁରୁଣା ଜାଣିଲେ ଆଶ୍ଚର୍ଯ୍ୟ ହେବେ...

ୟୁଥ୍‌ ଆଲର୍ଟ: ନିଜ ଫୋନ୍‌କୁ ରଖନ୍ତୁ ସୁରକ୍ଷିତ

ୟୁଥ୍‌ ଆଲର୍ଟ: ନିଜ ଫୋନ୍‌କୁ ରଖନ୍ତୁ ସୁରକ୍ଷିତ

ବର୍ତ୍ତମାନ କାହା ପାଖରେ ବା ସ୍ମାର୍ଟଫୋନ୍‌ ନାହିଁ। କେବଳ କଥା ହେବା କିମ୍ବା  ଇଣ୍ଟରନେଟ୍‌ ବ୍ୟବହାର ପାଇଁ ନୁହେଁ, ପର୍ସନାଲ ଡାଟା ଷ୍ଟୋରେଜ୍‌ ପାଇଁ ମଧ୍ୟ ଏହା ଏକ ଆବଶ୍ୟକ ସାମଗ୍ରୀରେ ପରିଣତ ହୋଇଗଲାଣି।

ରବର୍‌ ଗର୍ଲ

ରବର୍‌ ଗର୍ଲ

ଜର୍ମାନୀର ୩୧ ବର୍ଷୀୟା ଜୁଲିଆ ଗୁନ୍ଥେଲ, ପରିଚିତ ଜେଲ୍ଟା ନାମରେ। ତାଙ୍କ ଶରୀର ଅସମ୍ଭବଭାବେ ନମନୀୟ। କହିବାକୁଗଲେ ରବର୍‌ ଭଳି। ସେ ନିଜ ଶରୀରକୁ ଏମିତି ମୋଡି ପାରନ୍ତି ଯେ, ଦେଖିଲେ ଆଶ୍ଚର୍ଯ୍ୟ ଲାଗେ।

ଶୁଭ ସୂଚକ ପ୍ରାଣୀ

ଶୁଭ ସୂଚକ ପ୍ରାଣୀ

ହିନ୍ଦୁଧର୍ମ ଅନୁଯାୟୀ ଗୋମାତାଙ୍କୁ ଦେବତା ତୁଲ୍ୟ ପୂଜାର୍ଚ୍ଚନା କରାଯାଉଥିବା ବେଳେ ସାପ, ବୃଷଭ ଆଦି ଜୀବଙ୍କୁ ଦେବତା ସ୍ବରୂପ ଗ୍ରହଣ କରାଯାଏ। ସେହିଭଳି ବିଭିନ୍ନ ସଂସ୍କୃତିରେ ଭିନ୍ନ ଭିନ୍ନ ଜୀବଙ୍କୁ ଶୁଭ ସୂଚକ ବୋଲି କୁହାଯାଏ।