ଖେଳ |

କୋର୍ଟକୁ ଫେରିବେ ଇଭାନ୍ସ

କୋର୍ଟକୁ ଫେରିବେ ଇଭାନ୍ସ
ଲଣ୍ଡନ, ୧୬।୪(ଏଏଫ୍‌ପି)- ଇଂଲଣ୍ଡର ଡାନ ଇଭାନ୍ସ ଏକ ବର୍ଷ ବାସନ୍ଦାଦେଶ ଭୋଗ କରିବା ପରେ ଟେନିସ୍‌ କୋର୍ଟକୁ ଫେରିବାକୁ ଯାଉଛନ୍ତି। ଡ୍ରଗ୍ସ ନେବା କାରଣରୁ ତାଙ୍କୁ ବାସନ୍ଦ କରାଯାଇଥିଲା। ଗତ ବର୍ଷ ଏପ୍ରିଲରେ ଗ୍ଲାସ୍‌ଗୋ ଟ୍ରଫି ଏଟିପି ଚ୍ୟାଲେଞ୍ଜର ଟୁର୍ନାମେଣ୍ଟ ବେଳେ ୨୭ ବର୍ଷୀୟ ଖେଳାଳିଙ୍କ ନମୂନାରେ କୋକେନ ମିଳିଥିଲା। ଆସନ୍ତା ୨୮ ତାରିଖରୁ ଆରମ୍ଭ ହେବାକୁ ଥିବା ଟୁର୍ନାମେଣ୍ଟର ଯୋଗ୍ୟତା ପର୍ଯ୍ୟାୟରେ ଖେଳିବା ପାଇଁ ତାଙ୍କୁ ଓ୍ବାଇଲ୍ଡକାର୍ଡ ପ୍ରଦାନ କରାଯାଇଛି। ”ମୋ କ୍ୟାରିୟରର କଠିନ ସମୟରେ ମୋତେ ସମର୍ଥନ କରିଥିବା ପ୍ରତ୍ୟେକଙ୍କୁ ଧନ୍ୟବାଦ୍‌। ମୁଁ ଟେନିସ୍‌କୁ ବହୁତ ଭଲ ପାଏ ଓ ଏଥିରୁ ବହୁତ କିଛି ଶିକ୍ଷିବାକୁ ପାଇଛି। ମୁଁ କ୍ୟାରିୟରକୁ ପୁନଃ ଆରମ୍ଭ କରିବା ପାଇଁ କଠିନ ପରିଶ୍ରମ କରୁଛି“ ବୋଲି ଇଭାନ୍ସ କହିଛନ୍ତି। ଉଲ୍ଲେଖଥାଉ କି, ଇଭାନ୍ସ ବାସନ୍ଦାଦେଶ ବେଳେ କ୍ୟାରିୟରର ଶ୍ରେଷ୍ଠ ର଼୍ୟାଙ୍କିଙ୍ଗ୍‌ ୪୧ତମ ମାନ୍ୟତା ଥିଲେ। ସେ ଏବେ ୯୯୪ତମ ର଼୍ୟାଙ୍କିଙ୍ଗ୍‌କୁ ଖସି ଯାଇଛନ୍ତି।
All Right Reserved By

ଖେଳ |

ବିଜୟ ବଜାୟ ଲକ୍ଷ୍ୟରେ ଭାରତ

ବିଜୟ ବଜାୟ ଲକ୍ଷ୍ୟରେ ଭାରତ

ବିଶାଖାପାଟଣା, ୨୩।୧୦(ପି.ଟି.)-
ଭାରତ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଚଳିତ ସିରିଜର ଦ୍ୱିତୀୟ ଦିନିକିଆ କ୍ରିକେଟ ମ୍ୟାଚ ବୁଧବାର ଏଠାରେ ଅନୁଷ୍ଠିତ ହେବ। ପ୍ରଥମ ଦିନିକିଆରେ ପ୍ରଭାବୀ ପ୍ରଦର୍ଶନ କରିଥିବାରୁ ଟିମ୍‌ଇଣ୍ଡିଆ ଏହି ମ୍ୟାଚ ପାଇଁ ସ୍ବତଃ ଫେଭରାଇଟ ହୋଇ ଯାଇଥିବାବେଳେ ଓ୍ବେଷ୍ଟଇଣ୍ଡିଜ ପାଇଁ ପ୍ରତ୍ୟାବର୍ତ୍ତନ କଷ୍ଟକର ବ୍ୟାପାର ହେବ। ତେଣୁ ଭାରତ ବିଜୟଧାରା ବଜାୟ ରଖିବା ଲକ୍ଷ୍ୟରେ ରହିବ। 

ଦେଓଧର ଟ୍ରଫି:  କାର୍ତ୍ତିକ, ଅଶ୍ୱିନଙ୍କ ଲଢୁଆ ବ୍ୟାଟିଂ ସତ୍ତ୍ୱେ ଇଣ୍ଡିଆ-ଏ ପରାସ୍ତ

ଦେଓଧର ଟ୍ରଫି: କାର୍ତ୍ତିକ, ଅଶ୍ୱିନଙ୍କ ଲଢୁଆ ବ୍ୟାଟିଂ ସତ୍ତ୍ୱେ ଇଣ୍ଡିଆ-ଏ ପରାସ୍ତ

ନୂଆଦିଲ୍ଲୀ, ୨୩।୧୦- ଅଧିନାୟକ ଦିନେଶ କାର୍ତ୍ତିକ ଓ ନିମ୍ନକ୍ରମରେ ରବିଚନ୍ଦ୍ରନ ଅଶ୍ୱିନଙ୍କ ଲଢ଼ୁଆ ବ୍ୟାଟିଂ ସତ୍ତ୍ୱେ ଇଣ୍ଡିଆ-ଏ ମଙ୍ଗଳବାର ଏଠାରେ ଅନୁଷ୍ଠିତ ଦେଓଧର ଟ୍ରଫିର ଏକ ମ୍ୟାଚ୍‌ରେ ଇଣ୍ଡିଆ-ବି ନିକଟରୁ ୪୩ ରନରେ ପରାସ୍ତ ହୋଇଛି। ପ୍ରଥମେ ବ୍ୟାଟିଂ କରି ଇଣ୍ଡିଆ-ବି ୮ ଉଇକେଟ୍‌ରେ ୨୬୧ ରନ କରିଥିବାବେଳେ ଇଣ୍ଡିଆ-ଏ ୪୬.୪ ଓଭରରେ ୨୧୮ ରନ କରି ଅଲ୍‌ଆଉଟ୍‌ ହୋଇଥିଲା। ବିଜୟ ସହ ଇଣ୍ଡିଆ-ବି ମ୍ୟାଚ୍‌ରୁ ୪ ପଏଣ୍ଟ ଅର୍ଜନ କରିଛି। ବୁଧବାର ପ୍ରତିଯୋଗିତାର ଅନ୍ୟ ଏକ ମ୍ୟାଚ୍‌ରେ ଇଣ୍ଡିଆ-ବି ଓ ଇଣ୍ଡିଆ-ସି ପରସ୍ପରକୁ ଭେଟିବେ।

ସିରିଜ କବ୍‌ଜା ଲକ୍ଷ୍ୟରେ ଭାରତ-ଏ

ସିରିଜ କବ୍‌ଜା ଲକ୍ଷ୍ୟରେ ଭାରତ-ଏ

ମୁମ୍ବାଇ, ୨୩।୧୦(ପି.ଟି.)- ଭ୍ରମଣକାରୀ ଅଷ୍ଟ୍ରେଲିଆ-ଏ ଓ ଭାରତ-ଏ ମହିଳା କ୍ରିକେଟ ଦଳ ମଧ୍ୟରେ ଚାଲିଥିବା ଟି୨୦ ସିରିଜର ୨ୟ ମ୍ୟାଚ୍‌ ବୁଧବାର ସ୍ଥାନୀୟ ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସରେ ଖେଳାଯିବ। ଏହି ମ୍ୟାଚ୍‌ ଜିତି ହର୍‌ମନପ୍ରୀତ୍‌ କୌରଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଆଗୁଆ ସିରିଜ କବ୍‌ଜା କରିବା ଲକ୍ଷ୍ୟରେ ରହିଛି। 

ପ୍ରଥମ ମ୍ୟାଚରେ ପାକିସ୍ତାନକୁ ଭେଟିବ ଭାରତ

ପ୍ରଥମ ମ୍ୟାଚରେ ପାକିସ୍ତାନକୁ ଭେଟିବ ଭାରତ

ଚୋନବୁରି (ଥାଇଲାଣ୍ଡ), ୨୩।୧୦(ପି.ଟି.)- ୧୯ ବର୍ଷରୁ କମ୍‌ ମହିଳା ଏଏଫ୍‌ସି ଚାମ୍ପିୟନଶିପ୍‌ ଯୋଗ୍ୟତା ପର୍ଯ୍ୟାୟର ଏକ ମୁକାବିଲାରେ ଭାରତୀୟ ଫୁଟ୍‌ବଲ ଦଳ ବୁଧବାର ପାକିସ୍ତାନ ବିପକ୍ଷରେ ଖେଳି ଅଭିଯାନ ଆରମ୍ଭ କରିବ। 

ଟି୧୦ ଲିଗ୍‌ ଖେଳିବେ ଜାହିର୍‌, ଆର୍‌ପି ସିଂ

ଟି୧୦ ଲିଗ୍‌ ଖେଳିବେ ଜାହିର୍‌, ଆର୍‌ପି ସିଂ

ମୁମ୍ବାଇ, ୨୩।୧୦(ପି.ଟି.)- କ୍ରିକେଟରୁ ଅବସର ନେଇ ସାରିଥିବା ଭାରତର ଦୁଇ ପ୍ରମୁଖ ବାମହାତୀ ଦ୍ରୁତ ବୋଲର ଜାହିର ଖାଁ ଓ ରୁଦ୍ର ପ୍ରତାପ (ଆର୍‌ପି) ସିଂ ଟି୧୦ ଲିଗ୍‌ର ଦ୍ୱିତୀୟ ସଂସ୍କରଣ ଖେଳିବାକୁ ଚୁକ୍ତି କରିଛନ୍ତି। 

ନେପାଳ ସ୍ପିନର ସନ୍ଦୀପଙ୍କ କୃତିତ୍ୱ

ନେପାଳ ସ୍ପିନର ସନ୍ଦୀପଙ୍କ କୃତିତ୍ୱ

ମେଲବୋର୍ନ, ୨୩।୧୦- ନେପାଳର ଉଦୀୟମାନ ଲେଗ୍‌-ସ୍ପିନର ସନ୍ଦୀପ ଲାମିଚାନେ ଅଷ୍ଟ୍ରେଲିଆର ଟି୨୦ ଟୁର୍ନାମେଣ୍ଟ ବିଗ୍‌ ବାସ୍‌ ଲିଗ୍‌ (ବିବିଏଲ୍‌)ରେ ମେଲବୋର୍ନ ଷ୍ଟାର୍‌ ପକ୍ଷରୁ ଖେଳିବାକୁ ଚୁକ୍ତି କରିଛନ୍ତି।

ଡବ୍ଲ୍ୟୁଟିଏ ଫାଇନାଲ୍ସ: କର୍ବର, ଓସାକ ପରାସ୍ତ

ଡବ୍ଲ୍ୟୁଟିଏ ଫାଇନାଲ୍ସ: କର୍ବର, ଓସାକ ପରାସ୍ତ

କାଲାଙ୍ଗ(ସିଙ୍ଗାପୁର), ୨୩।୧୦- ଏଠାରେ ଚାଲିଥିବା ଡବ୍ଲୁଟିଏ ଫାଇନାଲ୍ସରେ ଦୁଇ ତାରକା ମହିଳା ଟେନିସ ଖେଳାଳି ଆଞ୍ଜେଲିକ କର୍ବର ଓ ନାଓମି ଓସାକାଙ୍କୁ ପରାଜୟର ସାମ୍ନା କରିବାକୁ ପଡ଼ିଛି।

ନ୍ୟୁଜିଲାଣ୍ଡ ଟି୨୦ ଦଳରେ ଫିଲିପ୍ସ, ଆଣ୍ଡରସନ

ନ୍ୟୁଜିଲାଣ୍ଡ ଟି୨୦ ଦଳରେ ଫିଲିପ୍ସ, ଆଣ୍ଡରସନ

ଅକ୍‌ଲାଣ୍ଡ, ୨୩।୧୦- ପାକିସ୍ତାନ ବିପକ୍ଷ ଆଗାମୀ ଟି୨୦ ସିରିଜ ଲାଗି ମଙ୍ଗଳବାର ନ୍ୟୁଜିଲାଣ୍ଡ କ୍ରିକେଟ ଦଳ ଘୋଷିତ ହୋଇଛି। କେନ୍‌ ଓ୍ବିଲିୟମସନଙ୍କ ନେତୃତ୍ୱରେ ଘୋଷିତ ୧୩ ଜଣିଆ ଦଳରେ ଅଲ୍‌ରାଉଣ୍ଡର କୋରି ଆଣ୍ଡରସନ ଓ ଉଇକେଟ୍‌କିପର ଗ୍ଲେନ ଫିଲିପ୍ସଙ୍କୁ ସାମିଲ କରାଯାଇଛି।

ଅଷ୍ଟ୍ରେଲିଆ ୭ ଉଇକେଟରେ ବିଜୟୀ

ଅଷ୍ଟ୍ରେଲିଆ ୭ ଉଇକେଟରେ ବିଜୟୀ

ଆବୁଧାବି, ୨୩ା୧୦ (ଏଏଫ୍‌ପି)-ଅଷ୍ଟ୍ରେଲିଆ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ମଧ୍ୟରେ ଏକମାତ୍ର ଅନ୍ତର୍ଜାତୀୟ ଟି୨୦ ମ୍ୟାଚ ସୋମବାର ଅନୁଷ୍ଠିତ ହୋଇଯାଇଛି।  ଡି’ ଆର୍ସି ଶର୍ଟଙ୍କ ଆକର୍ଷଣୀୟ ଅପରାଜିତ ଅର୍ଦ୍ଧଶତକ  ସହାୟତାରେ ଅଷ୍ଟ୍ରେଲିଆ ଏଥିରେ ୭ ଉଇକେଟରେ ବିଜୟ ହାସଲ କରିଛି। 

କୋଚ୍‌ଭାବେ ସିନିୟର କ୍ୟାମ୍ପରେ ଯୋଗଦେଲେ ଲାଜରୁସ

କୋଚ୍‌ଭାବେ ସିନିୟର କ୍ୟାମ୍ପରେ ଯୋଗଦେଲେ ଲାଜରୁସ

ଭୁବନେଶ୍ୱର, ୨୩ା୧୦ (କ୍ରୀଡ଼ା ପ୍ରତିନିଧି)-
ଓଡ଼ିଶା ହକିର ଅନ୍ୟତମ କିମ୍ବଦନ୍ତୀ ଖେଳାଳି ଅଲିମ୍ପିଆନ ଲାଜରୁସ ବାର୍ଲା ଏବେ କ୍ୟାରିୟରରେ ଆଉ ଏକ ଗୁରୁ ଦାୟିତ୍ୱ ପାଇଛନ୍ତି। କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଭାରତୀୟ ସିନିୟର ହକି ଦଳର କ୍ୟାମ୍ପରେ ସେ କୋଚ୍‌ଭାବେ ଯୋଗ ଦେଇଛନ୍ତି। 

ବଜରଙ୍ଗଙ୍କୁ ରୌପ୍ୟ, ଓତୋଗୁରୋ ଜାପାନର ସର୍ବକନିଷ୍ଠ ବିଶ୍ୱ ଚାମ୍ପିୟନ

ବଜରଙ୍ଗଙ୍କୁ ରୌପ୍ୟ, ଓତୋଗୁରୋ ଜାପାନର ସର୍ବକନିଷ୍ଠ ବିଶ୍ୱ ଚାମ୍ପିୟନ

ବୁଦାପେଷ୍ଟ(ହଙ୍ଗେରୀ), ୨୩ା୧୦  (ପି.ଟି.)- ବିଶ୍ୱ ଚାମ୍ପିୟନଶିପ୍‌ରେ ଦ୍ୱିତୀୟ ଭାରତୀୟ ବକ୍ସର ଭାବେ ସ୍ବର୍ଣ୍ଣ ପଦକ ହାସଲ କରିବା ଲାଗି ବଜରଙ୍ଗ ପୁନିଆ ଯେଉଁ ସ୍ବପ୍ନ ଦେଖିଥିଲେ ତାହା ଅଧୁରା ହୋଇ ରହିଯାଇଛି।

ସାଇକେଲ ରେସିଂରେ ରାଜୀବଙ୍କ କୃତିତ୍ୱ

ସାଇକେଲ ରେସିଂରେ ରାଜୀବଙ୍କ କୃତିତ୍ୱ

ବ୍ରହ୍ମପୁର ଅଫିସ,୨୩ା୧୦ ଚେନ୍ନାଇଠାରେ ରବିବାର ଇଭେଣ୍ଟ ଜିନିଙ୍ଗ ପକ୍ଷରୁ ଅନୁଷ୍ଠିତ ଜାତୀୟସ୍ତରୀୟ ଡବ୍ଳୁସିସିଜି ଟୁ ଷ୍ଟେଟ ସାଇକେଲ ରେସିଂ ୨୦୧୮-୧୯ ପ୍ରତିଯୋଗିତାରେ ଭାଗନେଇ ଗଞ୍ଜାମ ଜିଲାର ଜଣେ ଯୁବକ କୃତିତ୍ୱ ହାସଲ କରିଛନ୍ତି।