ରାଜ୍ୟ |

ଚଳିତ ବର୍ଷ ସ୍ବାଭାବିକ ହେବ ମୌସୁମୀ ବର୍ଷା

ଚଳିତ ବର୍ଷ ସ୍ବାଭାବିକ ହେବ ମୌସୁମୀ ବର୍ଷା

ଭୁବନେଶ୍ୱର,୧୬।୪(ବ୍ୟୁରୋ): ୨୦୧୮ରେ ମୌସୁମୀ ସ୍ବାଭାବିକ ରହିବ। ଚଳିତ ବର୍ଷ ୯୭ ପ୍ରତିଶତ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ପୂର୍ବାନୁମାନ କରିଛି। ଲଗାତର ତୃତୀୟ ବର୍ଷ ପାଇଁ ମୌସୁମୀ ସ୍ବାଭାବିକ ରହିବ ବୋଲି ଆଇଏମ୍‌ଡି ଡିଜି କେ. ଜେ. ରମେଶ କହିଛନ୍ତି। ୨୦୧୩ରେ ୧୦୬ ପ୍ରତିଶତ ବର୍ଷା ହୋଇଥିବାବେଳେ ୨୦୧୪ରେ ୮୮, ୨୦୧୫ରେ ୮୬, ୨୦୧୬ରେ ୯୭ ଓ ୨୦୧୭ରେ ୯୮ ପ୍ରତିଶତ ବର୍ଷା ହୋଇଥିଲା। ମୌସୁମୀ କେରଳ ଛୁଇଁବା ନେଇ ମେ ୧୫ରେ ଆଇଏମ୍‌ଡି ପକ୍ଷରୁ ସୂଚନା ଦିଆଯିବ।

All Right Reserved By

ରାଜ୍ୟ |

ଶେଷହେଲା ପହଣ୍ଡି: ନନ୍ଦିଘୋଷକୁ ବିଜେକଲେ କଳାଠାକୁର

ଶେଷହେଲା ପହଣ୍ଡି: ନନ୍ଦିଘୋଷକୁ ବିଜେକଲେ କଳାଠାକୁର

ପୁରୀ ଅଫିସ,୨୨।୭: ଧାଡ଼ି ପହଣ୍ଡିରେ ଆସି ସୁଦର୍ଶନଙ୍କ ସମେତ ତିନି ଠାକୁର ରଥାରୂଢ଼ ହୋଇଛନ୍ତି। ପୂର୍ବାହ୍ନ ୧୧ଟା୨୦ରେ ଶ୍ରୀଜଗନ୍ନାଥ ନନ୍ଦିଘୋଷକୁ ବିଜେ କରିଛନ୍ତି। ଏଥିସହ ପହଣ୍ଡି ୧୧ଟା ୨୦ ସୁଦ୍ଧା ଶେଷ ହୋଇଛି।

ହୀରାକୁଦ ଡ୍ୟାମ ଜଳସ୍ତର ୬୧୦.୭୧ ଛୁଇଁଲା

ହୀରାକୁଦ ଡ୍ୟାମ ଜଳସ୍ତର ୬୧୦.୭୧ ଛୁଇଁଲା

ସମ୍ବଲପୁର,୨୨।୭(ବ୍ୟୁରୋ)-ହୀରାକୁଦ ଜଳଭଣ୍ଡାର ଜଳସ୍ତର ଶନିବାର ସନ୍ଧ୍ୟା ୬ଟା ସୁଦ୍ଧା ୬୧୦.୭୧ ଫୁଟ ରହିଛି। ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୧,୮୩,୦୦୦ କ୍ୟୁସେକ୍‌ ଜଳ ପ୍ରବେଶ କରୁଛି । ସେହିପରି ବରଗଡ଼, ଶାସନ, ସମ୍ବଲପୁର ଡିଷ୍ଟ୍ରିବ୍ୟୁଟାରୀ, ପାୱାର ଚାନେଲ୍‌ ମାଧ୍ୟମରେ ଜଳଭଣ୍ଡାରରୁ ପ୍ରତି ସେକେଣ୍ଡରେ ୧୫ହଜାର କ୍ୟୁସେକ୍‌ ଜଳ ନିଷ୍କାସନ କରାଯାଉଛି।

ଗୁଜୁରାଟରେ ଶ୍ରମିକ ନିର୍ଯାତନା ଘଟଣା: ମୁଖ୍ୟମନ୍ତ୍ରୀ, ଏଲ୍‌ସିଙ୍କ ନିକଟରେ ଅଭିଯୋଗ

ପୁରୀ ଅଫିସ,୨୨।୭: ତାମିଲନାଡୁ ପରେ ଗୁଜୁରାଟରେ ପୁରୀ ଜିଲାର କେତେଜଣ ଶ୍ରମିକ ନିର୍ଯାତନା ଶିକାର ହୋଇଥିବା ଜଣାପଡ଼ିଛି। କମ୍ପାନୀ କର୍ତ୍ତୃପକ୍ଷ ସେମାନଙ୍କୁ ଦୁଇ ମାସ ଧରି ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି।

ଶ୍ରୀଜଗନ୍ନାଥଙ୍କ ପହଣ୍ଡି ଆରମ୍ଭ

ଶ୍ରୀଜଗନ୍ନାଥଙ୍କ ପହଣ୍ଡି ଆରମ୍ଭ

ପୁରୀ ଅଫିସ,୨୨।୭: ଆରମ୍ଭ ହୋଇଛି କାଳିଆ ଠାକୁରଙ୍କ ପହଣ୍ଡି। ୧୦ଟା ୨୦ରେ ଶ୍ରୀଜଗନ୍ନାଥ ଜନ୍ମବେଦୀରୁ ଓହ୍ଲାଇ ନନ୍ଦିଘୋଷ ଅଭିମୁଖେ ଝୁଲିଝୁଲି ବାହାରିଛନ୍ତି। ଭକ୍ତମାନେ ଶ୍ରଦ୍ଧାର ସହ କଳାସାଆନ୍ତଙ୍କୁ ପାଛୋଟି ଆଣୁଛନ୍ତି।

ରଥାରୂଢ଼ ହେଲେ ବଡ଼ଠାକୁର, ଦେବୀ ସୁଭଦ୍ରା

ରଥାରୂଢ଼ ହେଲେ ବଡ଼ଠାକୁର, ଦେବୀ ସୁଭଦ୍ରା

ପୁରୀ ଅଫିସ,୨୨।୭: ଧାଡ଼ି ପହଣ୍ଡିରେ ଆସି ରଥାରୂଢ଼ ହୋଇଛନ୍ତି ବଡ଼ଠାକୁର ବଳଭଦ୍ର ଏବଂ ଦେବୀ ସୁଭଦ୍ରା। ୧୦ଟା ୨୪ରେ ଦେବୀ ସୁଭଦ୍ରା ଦର୍ପଦଳନରେ ବିଜେ କରିଛନ୍ତି। ପରେ ପରେ ବଡ଼ଠାକୁର ତାଳଧ୍ୱଜରେ ବିଜେ କରିଛନ୍ତି।

ଦେବୀ ସୁଭଦ୍ରାଙ୍କ ପହଣ୍ଡି ଆରମ୍ଭ

ଦେବୀ ସୁଭଦ୍ରାଙ୍କ ପହଣ୍ଡି ଆରମ୍ଭ

ପୁରୀ ଅଫିସ,୨୨।୭: ବଡ଼ଠାକୁରଙ୍କ ପଛେପଛେ ଆରମ୍ଭ ହୋଇଛି ଦେବୀ ସୁଭଦ୍ରାଙ୍କ ପହଣ୍ଡି। ପୂର୍ବାହ୍ନ ୧୦ଟାରେ ରଥାଭିମୁଖେ ବାହାରିଛନ୍ତି ଦେବୀ ସୁଭଦ୍ରା। ପହଣ୍ଡି ବିଜେ ସମୟରେ ପ୍ରବଳ ଉତ୍କଣ୍ଠା ଏବଂ ଉତ୍ସାହର ସହ ଭକ୍ତମାନେ ମା’ଙ୍କୁ ଦର୍ଶନ କରୁଛନ୍ତି।

ଘଣ୍ଟା ବାଦ୍ୟ, ନୃତ୍ୟରେ ଦୁଲୁକୁଛି ନାକଚଣା ଦୁଆର

ଘଣ୍ଟା ବାଦ୍ୟ, ନୃତ୍ୟରେ ଦୁଲୁକୁଛି ନାକଚଣା ଦୁଆର

ପୁରୀ ଅଫିସ,୨୨।୭: ଚାଲିଛି ମହାପ୍ରଭୁଙ୍କ ପହଣ୍ଡି ବିଜେ। ଗୋଟି ପହଣ୍ଡିରେ ସୁଦର୍ଶନଙ୍କ ପରେ ବଡ଼ଠାକୁର ବଳଭଦ୍ରଙ୍କ ଚାଲିଛି ପହଣ୍ଡି। ଏହି ଅବସରରେ ଘଣ୍ଟ ଓ ମୃଦଙ୍ଗ ବାଦ୍ୟରେ ଦୁଲୁକୁଛି ନାକଚଣା ଦୁଆର।

ସାଧୁସନ୍ଥ ସମାଜ ପକ୍ଷରୁ ଲଗାଗଲା ବିଶାଳ ଅଗରବତୀ

ସାଧୁସନ୍ଥ ସମାଜ ପକ୍ଷରୁ ଲଗାଗଲା ବିଶାଳ ଅଗରବତୀ

ପୁରୀ ଅଫିସ,୨୨।୭: ଶରଧାବାଲିରେ ଲାଗିଛି ୩ ରଥ। ଜନ୍ମବେଦିରୁ ରତ୍ନବେଦିକୁ ଫେରିଯିବେ ମହାବାହୁ। ଚଳଚଞ୍ଚଳ ଶ୍ରୀକ୍ଷେତ୍ର। ଶରଧାବାଲିରେ ସୃଷ୍ଟି ହୋଇଛି ଆଧ୍ୟାତ୍ମିକ ପରିବେଶ।

ହାତୀ ନଦୀରେ ପୁଣି ବନ୍ୟା: ୫୦ରୁ ଊର୍ଦ୍ଧ୍ୱ ଘର ଭାଙ୍ଗିଛି, କାନ୍ଥ ପଡ଼ି ଜଣେ ମୃତ

ହାତୀ ନଦୀରେ ପୁଣି ବନ୍ୟା: ୫୦ରୁ ଊର୍ଦ୍ଧ୍ୱ ଘର ଭାଙ୍ଗିଛି, କାନ୍ଥ ପଡ଼ି ଜଣେ ମୃତ

ଜୁନାଗଡ,୨୨।୭(ଡି.ଏନ୍‌.ଏ/ସ୍ବ.ପ୍ର.)-କଳାହାଣ୍ଡି ଜିଲାରେ ପ୍ରବାହିତ ହାତୀନଦୀରେ ଶନିବାର ପୁଣି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଗତ ସୋମବାର ଏହି ନଦୀରେ ବନ୍ୟା ଜଳ ଆସିଥିଲା। ଶୁକ୍ରବାର ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ଉକ୍ତ ଦିନ ଇନ୍ଦ୍ରାବତୀ ମଙ୍ଗଳପୁର ବ୍ୟାରେଜରୁ ୫ଟି ଗେଟ୍‌ ଖୋଲାଯାଇଥିଲା। ସେହି ୫ଟି ଗେଟ ଦେଇ ୮୯୭ କ୍ୟୁମେକ୍ସ ( କ୍ୟୁବିକ ମିଟର ପର ସେକେଣ୍ଡ) ଜଳ ହାତୀନଦୀରେ ପ୍ରବାହିତ ହେବାରୁ ତଳ ମୁଣ୍ଡରେ ଶନିବାର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା।

ବଳଭଦ୍ରଙ୍କ ପହଣ୍ଡି ଆରମ୍ଭ

ବଳଭଦ୍ରଙ୍କ ପହଣ୍ଡି ଆରମ୍ଭ

ପୁରୀ ଅଫିସ,୨୨।୭: ଶ୍ରୀସୁଦର୍ଶନ ରାଥାରୂଢ଼ ହେବାପରେ ବଡ଼ଠାକୁର ଶ୍ରୀ ବଳଭଦ୍ରଙ୍କ ପହଣ୍ଡି ଆରମ୍ଭ ହୋଇଛି। ୯ଟା ୩୦ରେ ବଡ଼ଠାକୁରଙ୍କ ପହଣ୍ଡିରେ ଭକ୍ତ ସମୁଦ୍ରକୁ ଓହ୍ଲାଇଛନ୍ତି ବଡ଼ଠାକୁର।

ପହଣ୍ଡି ଆରମ୍ଭ: ଦର୍ପଦଳନରେ ବିଜେକଲେ ସୁଦର୍ଶନ

ପହଣ୍ଡି ଆରମ୍ଭ: ଦର୍ପଦଳନରେ ବିଜେକଲେ ସୁଦର୍ଶନ

ପୁରୀ ଅଫିସ,୨୨।୭: ପବିତ୍ର ବାହୁଡ଼ା ଯାତ୍ରା ଅବସରରେ ଧାର୍ଯ୍ୟ ସମୟଠାରୁ ସଅଳ ଶ୍ରୀଜୀଉଙ୍କ ନୀତି ସରିବା ପରେ ସକାଳ ୯ଟାରେ ପହଣ୍ଡି ବିଜେ ଆରମ୍ଭ ହୋଇଛି। ଧାଡ଼ି ପହଣ୍ଡିରେ ପ୍ରଥମେ ଶ୍ରୀସୁଦର୍ଶନ ଆସି ଦର୍ପଦଳନ ରଥରେ ବିଜେ ହୋଇଛନ୍ତି।

ପବିତ୍ର ବାହୁଡ଼ା ଯାତ୍ରା: ଶ୍ରୀକ୍ଷେତ୍ରକୁ ବଢ଼ୁଛି ଭକ୍ତଙ୍କ ଆଗମନ

ପବିତ୍ର ବାହୁଡ଼ା ଯାତ୍ରା: ଶ୍ରୀକ୍ଷେତ୍ରକୁ ବଢ଼ୁଛି ଭକ୍ତଙ୍କ ଆଗମନ

ପୁରୀ ଅଫିସ,୨୨।୭: ଆଜି ପବିତ୍ର ବାହୁଡ଼ା ଦଶମୀ। ଶ୍ରୀକ୍ଷେତ୍ରକୁ ଧୀରେ ଧୀରେ ଭକ୍ତଙ୍କ ଆଗମନ ବଢ଼ୁଛି। ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗର ପାଣିପାଗ ବିଭାଗର ପୂର୍ବାନୁମାନ ସତ୍ତ୍ୱେ ସକାଳେ ପାଗ ଅନୁକୂଳ ରହିଛି। ବର୍ଷା ନ ଥିବା ଏବଂ କୋହଲା ପାଗ ଯୋଗୁ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ଭିଡ଼ ଜମିବାରେ ଲାଗିଛି।

Watch Live Broadcast of Rath Yatra Puri, Odisha Here

Model This Week

ରୂପେଶ