ବାଣିଜ୍ୟ |

ଭୋଡାଫୋନ୍‌-ଆଇଡିଆ ମିଶ୍ରଣରେ ଛଟେଇ ହେବେ ୫,୦୦୦ କର୍ମଚାରୀ

ଭୋଡାଫୋନ୍‌-ଆଇଡିଆ ମିଶ୍ରଣରେ ଛଟେଇ ହେବେ ୫,୦୦୦ କର୍ମଚାରୀ


ନୂଆଦିଲ୍ଲୀ,୧୬।୪- ଦେଶର ଦୁଇ ପ୍ରମୁଖ ଟେଲିକମ୍‌ ସେବା ପ୍ରଦାନକାରୀ କମ୍ପାନୀ ଭୋଡାଫୋନ୍‌ ଏବଂ ଆଇଡିଆ ସେଲ୍ୟୁଲାର ଶୀଘ୍ର ଗୋଟିଏ କମ୍ପାନୀରେ ରୂପାନ୍ତରିତ ହେବେ। ଦୁଇ କମ୍ପାନୀରେ ପ୍ରାୟ ୨୧,୦୦୦ରୁ ଅଧିକ କର୍ମଚାରୀ କାର୍ଯ୍ୟ କରୁଥିବା ବେଳେ ସେମାନଙ୍କ ମଧ୍ୟରୁ ପ୍ରାୟ ଏକ ଚତୁର୍ଥାଂଶ କର୍ମଚାରୀ ଛଟେଇ ହେବାର ସମ୍ଭାବନା ରହିଛି ବୋଲି ପ୍ରକ୍ରିୟା ସହ ଜଡିତ ଜଣେ ଅଧିକାରୀ ଏହା ସୂଚନା ଦେଇଛନ୍ତି। କମ୍ପାନୀ ଏହାର କାର୍ଯ୍ୟ ପ୍ରଣାଳୀରେ ପରିବର୍ତ୍ତନ ଆଣିବା ଲାଗି ଏହି ପଦକ୍ଷେପ ନିଆଯିବ ବୋଲି ଅଧିକାରୀ ଜଣକ ସୂଚନା ଦେଇଛନ୍ତି। ଉକ୍ତ କମ୍ପାନୀ ଦୁଇଟିର ଲାଭରେ ହ୍ରାସ ଘଟିବା ସହିତ କମ୍ପାନୀ ଉପରେ ୧.୨ ଲକ୍ଷ କୋଟି ଟଙ୍କାର ଋଣ ରହିଛି ତେଣୁ ମାସେ କିମ୍ବା ୨ମାସ ମଧ୍ୟରେ ଏହି ଛଟେଇ ହେବ ବୋଲି ସେ କହିଛନ୍ତି। ଦେଶରେ ଋଣଭାର ସହ ଚାଲୁଥିବା କମ୍ପାନୀ ଗୁଡିକ ଛଟେଇ ଉପରେ ଅଧିକ ଧ୍ୟାନ ଦେବା ସହିତ ପୁନଃ ସଙ୍ଗଠନ କରୁଥିବା ଦେଖାଯାଉଛି। କମ୍ପାନୀ ବର୍ତ୍ତମାନ ଟେଲିକମ୍‌ ବିଭାଗ ମଞ୍ଜୁରୀ ଅପେକ୍ଷାରେ ରହିଛି। ଏହି ପ୍ରକ୍ରିୟା ମେ ସୁଦ୍ଧା ଶେଷ ହେବାର ସମ୍ଭାବନା ରହିଛି।

All Right Reserved By

Model This Week

ନିକିତା

ବାଣିଜ୍ୟ |

ଆସିବ ଇଲେକଟ୍ରୋନିକ୍‌ ହେଲଥ୍‌ କାର୍ଡ

ଆସିବ ଇଲେକଟ୍ରୋନିକ୍‌ ହେଲଥ୍‌ କାର୍ଡ

ନୂଆଦିଲ୍ଲୀ, ୨୨-୪ ହେଲଥ ତଥା ଓ୍ବେଲନେସ ସେଣ୍ଟରକୁ ଯାଉଥିବା ଲୋକମାନଙ୍କୁ ସରକାର ଆଗାମୀ ଦିନରେ ଇଲେକଟ୍ରୋନିକ୍‌ ହେଲଥ କାର୍ଡ ପ୍ରଦାନ କରିବେ। ଏଥିରେ ଏକ ୟୁନିକ ଆଇଡେଣ୍ଟିଫିକେଶନ ନମ୍ବର ରହିବ। ଏହି କାର୍ଡରେ ବ୍ୟକ୍ତିଙ୍କର ଡାକ୍ତରଖାନା ସଂକ୍ରାନ୍ତ ବିଭିନ୍ନ ତଥ୍ୟ, ଚିକିତ୍ସା ତଥା ରୋଗର ପରାମର୍ଶ ତଥ୍ୟ ରହିବ ବୋଲି ଜଣାଯାଇଛି।

ଆନ୍ତଃ ରାଜ୍ୟ ଗାଡି ସ୍ଥାନାନ୍ତରଣ ହେବ ଟିକସମୁକ୍ତ

ଆନ୍ତଃ ରାଜ୍ୟ ଗାଡି ସ୍ଥାନାନ୍ତରଣ ହେବ ଟିକସମୁକ୍ତ

ନୂଆଦିଲ୍ଲୀ, ୨୨-୪ ଆର୍‌ଟିଓ ଅଫିସଗୁଡିକରେ ହେଉଥିବା ଦୁର୍ନୀତିକୁ ଧ୍ୟାନରେ ରଖି ସରକାର କେତେକ ସଂସ୍କାର ପଦକ୍ଷେପ ନେବାକୁ ଯୋଜନା କରୁଛନ୍ତି। ଗୋଟିଏ ରାଜ୍ୟକୁ ଅନ୍ୟ ଏକ ରାଜ୍ୟର ରେଜିଷ୍ଟ୍ରେଶନ ଟ୍ରାନ୍ସଫରକୁ ଟିକସମୁକ୍ତ କରିବାକୁ ପ୍ରସ୍ତାବ ରହିଛି। ରାଜ୍ୟ ପରିବହନ ମନ୍ତ୍ରୀସ୍ତରୀୟ ବୈଠକରେ ରାଜ୍ୟଗୁଡିକୁ ଏ ନେଇ ବିଭିନ୍ନ ସୁପାରିସ୍‌ କରାଯାଇଛି।

 ନୀରବ ମୋଦି ମାମଲାରେ ହଂକଂ କୋର୍ଟ ଗଲା ପିଏନ୍‌ବି

ନୀରବ ମୋଦି ମାମଲାରେ ହଂକଂ କୋର୍ଟ ଗଲା ପିଏନ୍‌ବି

ନୂଆଦିଲ୍ଲୀ, ୨୧-୪ (ପି.ଟି) ୧୩,୫୦୦ କୋଟି ଟଙ୍କାର ଋଣ ମାମଲାରେ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି) ମୁଖ୍ୟ ଅଭିଯୁକ୍ତ ନୀରବ ମୋଦିଙ୍କ ବିରୋଧରେ ହଂକଂ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛି। ଏ ନେଇ ଗଣମାଧ୍ୟମରେ ଏକ ରିପୋର୍ଟ ପ୍ରକାଶ ପାଇଛି। ନୀରବଙ୍କୁ ଗିରଫ କରିବା ଲାଗି ମାର୍ଚ୍ଚ ୨୩ ରେ ଭାରତ ସରକାର ହଂକଂ ସରକାରଙ୍କୁ କହିଥିଲେ।

କଓ୍ବୋଇସି ଲାଗି ଆଧାର ଅପରିହାର୍ଯ୍ୟ: ଆର୍‌ବିଆଇ

କଓ୍ବୋଇସି ଲାଗି ଆଧାର ଅପରିହାର୍ଯ୍ୟ: ଆର୍‌ବିଆଇ

ନୂଆଦିଲ୍ଲୀ, ୨୧-୪ (ପି.ଟି) ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଏହାର ନୋ ୟୋର କଷ୍ଟମର(କଓ୍ବୋଇସି) ନିୟମରେ ସଂଶୋଧନ କରିଛି। କଓ୍ବୋଇସି ଲାଗି ଆଧାରକୁ ଆର୍‌ବିଆଇ ଅପରିହାର୍ଯ୍ୟ କରିଛି। ଫଳରେ ବ୍ୟାଙ୍କ ଏବଂ ବିତ୍ତ ପ୍ରତିଷ୍ଠାନଗୁଡିକ ଗ୍ରାହକଙ୍କ ସହ କାରବାର ବେଳେ ଏହାକୁ ଲୋଡିବେ । ସେହିଭଳି ଠିକଣା ତଥା ପରିଚୟ ଲାଗି ଲୋଡା ହେଉଥିବା ଅନ୍ୟ କେତେକ ବୈଦ୍ଧ ଦସ୍ତାବିଜ ବ୍ୟବହାର ନେଇ ରହିଥିବା ନିୟମକୁ ମଧ୍ୟ ଆର୍‌ବିଆଇ ସଂଶୋଧନ କରିଥିବା ଜଣାଯାଇଛି।

 ସେନ୍‌ସେକ୍ସରେ ୨୨୨ ପଏଣ୍ଟ ବୃଦ୍ଧି

ସେନ୍‌ସେକ୍ସରେ ୨୨୨ ପଏଣ୍ଟ ବୃଦ୍ଧି

ବମ୍ବେ,୨୧-୪(ଫି.ଟି.) କ୍ରମାଗତ ଚତୁର୍ଥ ସପ୍ତାହ ପାଇଁ ପୁଞ୍ଜି ବଜାର ଊର୍ଦ୍ଧ୍ୱମୁଖୀ ହୋଇଛି। ସପ୍ତାହର ପ୍ରଥମ କାରବାର ଦିବସରେ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ ସେନ୍‌ସେକ୍ସ ୩୩,୯୪୪.୭୩ ପଏଣ୍ଟରେ ଖୋଲିଥିଲା। ସପ୍ତାହ ଯାକ ଏହା ୩୩,୮୯୯.୩୪ରୁ ୩୪,୫୯୧.୮୧ ପଏଣ୍ଟ ମଧ୍ୟରେ ରହିଥିଲା। ଅନ୍ତିମ କାରବାର ଦିବସ ଅର୍ଥାତ୍‌ ଶୁକ୍ରବାର ଏହା ୩୪,୪୧୫.୫୮ ପଏଣ୍ଟରେ ବନ୍ଦ ହୋଇଥିଲା। ପୂର୍ବ ସପ୍ତାହ ତୁଳନାରେ ଏଥିରେ ୨୨୨.୯୩ ପଏଣ୍ଟ ବୃଦ୍ଧି ଘଟିଛି।

 ଆସନ୍ତା ସପ୍ତାହରେ ଓ୍ବାଲ୍‌ମାର୍ଟ-ଫ୍ଲିପ୍‌କାର୍ଟ ଚୁକ୍ତି,ଫ୍ଲିପ୍‌କାର୍ଟରେ ୫୧%ରୁ ଅଧିକ ଅଂଶଧନ କିଣିବ ଓ୍ବାଲ୍‌ମାର୍ଟ

ଆସନ୍ତା ସପ୍ତାହରେ ଓ୍ବାଲ୍‌ମାର୍ଟ-ଫ୍ଲିପ୍‌କାର୍ଟ ଚୁକ୍ତି,ଫ୍ଲିପ୍‌କାର୍ଟରେ ୫୧%ରୁ ଅଧିକ ଅଂଶଧନ କିଣିବ ଓ୍ବାଲ୍‌ମାର୍ଟ

ବମ୍ବେ,୨୧-୪ ଆସନ୍ତା ସପ୍ତାହରେ ଦେଶର ସର୍ବବୃହତ୍‌ ଇ-କମର୍ସ ଚୁକ୍ତି ସ୍ବାକ୍ଷର ହେବାକୁ ଯାଉଛି। ଆମେରିକୀୟ ରିଟେଲ୍‌ କମ୍ପାନୀ ଓ୍ବାଲମାର୍ଟ ଭାରତର ପ୍ରମୁଖ ଇ-କମର୍ସ କମ୍ପାନୀ ଫ୍ଲିପ୍‌କାର୍ଟର ୫୧%ରୁ ଊର୍ଦ୍ଧ୍ୱ ଅଂଶଧନ କିଣିବା ପାଇଁ ଏହି ସପ୍ତାହରେ ଚୁକ୍ତି ସ୍ବାକ୍ଷର କରିପାରେ ବୋଲି ଘଟଣା ଉପରେ ସୂଚନା ରଖିଥିବା ଦୁଇଟି ସୂତ୍ରରୁ ଜଣାଯାଇଛି। ପ୍ରକାଶଯୋଗ୍ୟ, ବହୁ ଦିନରୁ ଓ୍ବାଲ୍‌ମାର୍ଟ ଏ ନେଇ ଫ୍ଲିପ୍‌କାର୍ଟ ସହ ଆଲୋଚନା କରିଆସୁଛି।

ଜବତ ହେବ ପଳାତକ ଅର୍ଥନୈତିକ ଅପରାଧିଙ୍କ ସମ୍ପତ୍ତି: ଅଧ୍ୟାଦେଶକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ

ଜବତ ହେବ ପଳାତକ ଅର୍ଥନୈତିକ ଅପରାଧିଙ୍କ ସମ୍ପତ୍ତି: ଅଧ୍ୟାଦେଶକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ

ନୂଆଦିଲ୍ଲୀ, ୨୧-୪ (ପି.ଟି) ବଡ ଧରଣର ଘୋଟାଲା କରି ନୀରବ ମୋଦି,ମେହୁଲ ଚୋକ୍‌ସୀ, ବିଜୟ ମାଲ୍ୟାଙ୍କ ଭଳି ବ୍ୟକ୍ତି ଦେଶ ଛାଡି ଯିବାକୁ ସକ୍ଷମ ହୋଇଥିବା ବେଳେ ସରକାର ସେମାନଙ୍କ ବିରୋଧରେ ଉଚିତ କାର୍ଯ୍ୟାନୁଷ୍ଠାନ ନେବାକୁ ସକ୍ଷମ ହେଉ ନାହାନ୍ତି। ଏହି ଭଳି ସମସ୍ୟାକୁ ଧ୍ୟାନରେ ରଖି କେନ୍ଦ୍ର କ୍ୟାବିନେଟ ଶନିବାର ପଳାତକ ଅର୍ଥନୈତିକ ଅପରାଧି ଅଧ୍ୟାଦେଶ ୨୦୧୮ ଜାରି ଲାଗି ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି। ଏହା ଲାଗୁ ହେଲେ ଋଣ ଖିଲାପକାରୀ ତଥା ଅର୍ଥନୈତିକ ଅପରାଧିଙ୍କ ସମ୍ପତ୍ତି ଜବତ କରିବାକୁ ସରକାର ସକ୍ଷମ ହେବେ ବୋଲି ଜଣାଯାଇଛି।

ପିଏନ୍‌ବିର ଗାନ୍ଧିଗିରି ପ୍ଲାନ: ପ୍ରତି ମାସରେ ଖିଲାପକାରୀଙ୍କ ଠାରୁ ଅସୁଲ ହେବ ୧୫୦ କୋଟି

ପିଏନ୍‌ବିର ଗାନ୍ଧିଗିରି ପ୍ଲାନ: ପ୍ରତି ମାସରେ ଖିଲାପକାରୀଙ୍କ ଠାରୁ ଅସୁଲ ହେବ ୧୫୦ କୋଟି

ନୂଆଦିଲ୍ଲୀ, ୨୧-୪ ନୀରବ ମୋଦି ଏବଂ ତାଙ୍କ ମାମୁଁ ମେହୁଲ ଚୋକସୀ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି)ରୁ ବେଆଇନ ଲେଟର ଅଫ୍‌ ଅଣ୍ଡରଟେକିଂ ଦ୍ୱାରା ପ୍ରାୟ ୧୩୦୦୦ କୋଟି ଟଙ୍କା ଘୋଟାଲା କରିବାକୁ ସମର୍ଥ ହେଲେ। ଏବେ ନୀରବ ଏବଂ ମେହୁଲ ଚୋକସୀ ଋଣ ଖିଲାପ କରି ବିଦେଶରେ । ବାରମ୍ବାର ସମନ ସତ୍ତ୍ୱେ ସେମାନେ ତଦନ୍ତକାରୀ ଏଜେନ୍ସିଗୁଡିକ ସହିତ ସହଯୋଗ କରୁ ନାହାନ୍ତି। ସେମାନଙ୍କ ବିରୋଧରେ ସରକାର ଜାମିନ ବିହୀନ ପରଓ୍ବାନା ମଧ୍ୟ ଜାରି କରି ସାରିଛନ୍ତି। ଏହା କେବଳ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କର ସମସ୍ୟା ନୁହେଁ। ଦେଶର ବିଭିନ୍ନ ବ୍ୟାଙ୍କରେ ବର୍ତ୍ତମାନ ହଜାର ହଜାର କୋଟି ଟଙ୍କାର ଅନାଦାୟ ପରିସମ୍ପତ୍ତି(ଏନ୍‌ପିଏ) ପଡି ରହିଛି। ଏହି ଭଳି ଖିଲାପକାରୀଙ୍କଠାରୁ ଟଙ୍କା ଅସୁଲ କରିବା ଲାଗି ପିଏନ୍‌ବି ଏକ ନୂଆ ଯୋଜନା ହାତକୁ ନେଇଛି ଯାହାର ନାମ ରହିଛି ଗାନ୍ଧିଗିରି।

ଏଟିଏମ୍‌ ସଙ୍କଟ: ଅଧିକ ଉଠାଣ କରିଥିବା ବ୍ୟକ୍ତିଙ୍କ ଯାଞ୍ଚ କରିବ ଫାଇନାନ୍ସିଆଲ ଇଣ୍ଟେଲିଜେନ୍ସ ୟୁନିଟ

ଏଟିଏମ୍‌ ସଙ୍କଟ: ଅଧିକ ଉଠାଣ କରିଥିବା ବ୍ୟକ୍ତିଙ୍କ ଯାଞ୍ଚ କରିବ ଫାଇନାନ୍ସିଆଲ ଇଣ୍ଟେଲିଜେନ୍ସ ୟୁନିଟ

ନୂଆଦିଲ୍ଲୀ, ୨୧-୪ କ୍ୟାଶ ସଙ୍କଟ ଟଳି ନ ଥିବା ବେଳେ ଏହାର କାରଣ କଣ ପ୍ରଶ୍ନ ଏବେ ମଧ୍ୟ ଲୋକଙ୍କ ମନରେ ଉଙ୍କି ମାରୁଛି। ହଠାତ କାହିଁକି ଏଟିଏମ୍‌ଗୁଡିକ ଖାଲି ହୋଇ ଯାଉଛି ତାର ଉତ୍ତର ସରକାର ଠିକ୍‌ ଭାବେ ଦେଇ ପାରୁ ନାହାନ୍ତି। ଲୋକଙ୍କର ଚାହିଦା ହଠାତ ବୃଦ୍ଧି ହେବା ଯୋଗୁ ନଗଦ ସଙ୍କଟ ଏଟିଏମ୍‌ଗୁଡିକରେ ଆସିଥିବା ସରକାର ଲୋକଙ୍କୁ ବୁଝାଇବା ଆଳରେ କହିଛନ୍ତି। ମାତ୍ର କେଉଁ କେଉଁ ଲୋକ ଏହି ଦିନଗୁଡିକରେ କେତେ ପରିମାଣର ଟଙ୍କା ଉଠାଇଛନ୍ତି ତାକୁ ନେଇ ତର୍ଜମା ହେବ ବୋଲି ଜଣା ଯାଇଛି। କ୍ୟାଙ୍କ ସଙ୍କଟ ମାମଲା ଉପରେ ସରକାରଙ୍କ ଫାଇନାନ୍ସିଆଲ୍‌ ଇଣ୍ଟେଲିଜେନ୍ସ ୟୁନିଟ(ଏଫ୍‌ଆଇୟୁ) ତଦନ୍ତ କରିବ ବୋଲି ଜଣା ଯାଇଛି।

କ୍ୟାଶ ସଙ୍କଟ: ଅଧିକ ଉଠାଣ ହୋଇଥିବା ସ୍ଥାନଗୁଡିକ ଉପରେ ଆୟକର ବିଭାଗର ନଜର

କ୍ୟାଶ ସଙ୍କଟ: ଅଧିକ ଉଠାଣ ହୋଇଥିବା ସ୍ଥାନଗୁଡିକ ଉପରେ ଆୟକର ବିଭାଗର ନଜର

ନୂଆଦିଲ୍ଲୀ, ୨୧-୪ କ୍ୟାଶ ଜନିତ ସଙ୍କଟ ଟଳିବାରେ ନା ନେଉ ନାହିଁ। ଏଟିଏମ୍‌ଗୁଡିକରେ ନଗଦ ସଙ୍କଟ ବିମୁଦ୍ରୀକରଣ ଦିନ କଥା ମନେ ପକାଇ ଦେଉଛି। ଏପରେ ନୋଟ ଯୋଗାଣକୁ ତ୍ୱରାନ୍ବିତ କରିବା ଲାଗି ଉଭୟ ସରକାର ଏବଂ ରିଜର୍ଭ ବ୍ୟାଙ୍କ ତତ୍ପର ହୋଇଛନ୍ତି। କ୍ୟାଶ ସଙ୍କଟ ସମାଧାନ ହୋଇଯିବ ବୋଲି ସରକାର ଲୋକଙ୍କୁ ଆଶ୍ୱସନା ଦେଉଥିବା ବେଳେ ଦେଶରେ ପ୍ରଚୁର ପରିମାଣର ନଗଦ ରହିଥିବା ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ କହିଥିଲେ। ଲୋକମାନେ ନଗଦ ଟଙ୍କାକୁ ମହଜୁଦ କରି ରଖିଥିବା ଯୋଗୁ ଏପରି ସଙ୍କଟ ଆସିଥିବା ଅନୁମାନ କରାଯାଉଛି। ଏତଦ୍‌ ବ୍ୟତୀତ କେଉଁ ସ୍ଥାନଗୁଡିକରେ ଅଧିକ ପରିମାଣର ଉଠାଣ ହୋଇଛି ସେ ଉପରେ ଆୟକର ବିଭାଗ ନଜର ରଖିଛି।

ଦେଶର ପ୍ରଥମ ୧୦୦ ବିଲିୟନ୍‌ ଡଲାର କମ୍ପାନୀ ହେବ ଟିସିଏସ୍‌

ଦେଶର ପ୍ରଥମ ୧୦୦ ବିଲିୟନ୍‌ ଡଲାର କମ୍ପାନୀ ହେବ ଟିସିଏସ୍‌

ନୂଆଦିଲ୍ଲୀ, ୨୧-୪ ପ୍ରମୁଖ ଆଇଟି ସେବା ପ୍ରଦାନ କାରୀ କମ୍ପାନୀ ଟାଟା କନସଲଟାନ୍ସି ସର୍ଭିସେସ(ଟିସିଏସ୍‌) ଦେଶର ପ୍ରଥମ ୧୦୦ ବିଲିୟନ ଡଲାର ବିଶିଷ୍ଟ କମ୍ପାନୀ ହେବ। ସେହିଭଳି କମ୍ପାନୀର ବଜାର ଅଂଶଧନ ଦେଶର ଅନ୍ୟ ପ୍ରମୁଖ କମ୍ପାନୀ ଇନଫୋସିସ୍‌ ତୁଳନାରେ ଅଢେଇ ଗୁଣ ବଡ ବୋଲି ଜଣାଯାଇଛି। ୧୦୦ ବିଲିୟନ ଡଲାର ଛୁଇଁବା ଲାଗି କମ୍ପାନୀ ଆଉ ଏକ ବିଲିୟନ ଡଲାର ପଛରେ ରହିଛି। ଏହି ଲକ୍ଷ୍ୟ ହାସଲ ପାଇଁ କମ୍ପାନୀର ଶେୟାର ମୂଲ୍ୟରେ ଆଉ ମାତ୍ର ୫୦ ଟଙ୍କା ବୃଦ୍ଧି ହେବାର ଆବଶ୍ୟକତା ରହିଛି।

ଟେଲିକମ୍‌ କମ୍ପାନୀଙ୍କ ମଧ୍ୟରେ ଟାରିଫ୍‌ ଲଢେଇ

ଟେଲିକମ୍‌ କମ୍ପାନୀଙ୍କ ମଧ୍ୟରେ ଟାରିଫ୍‌ ଲଢେଇ

ନୂଆଦିଲ୍ଲୀ, ୨୧-୪ ଘରୋଇ ବଜାରର ଟେଲିକମ୍‌ କମ୍ପାନୀଙ୍କ ମଧ୍ୟରେ ଟାରିଫ୍‌କୁ ନେଇ ଛକାପଞ୍ଝା ଲାଗି ରହିଛି। ବିଶେଷ କରି ରିଲାଏନ୍ସ ଜିଓର ପ୍ରବେଶ ପରେ କମ୍ପାନୀଙ୍କ ମଧ୍ୟରେ ଟାରିଫ୍‌ ନେଇ ଲଢେଇ ତୀବ୍ରତର ହୋଇଛି। ଗ୍ରାହକଙ୍କୁ ନିଜ ସହ ବାନ୍ଧି ରଖିବା ଲାଗି କମ୍ପାନୀଗୁଡିକ ବିଭିନ୍ନ ଲୋଭନୀୟ ଅଫର ମାନ ପ୍ରଦାନ କରୁଛନ୍ତି। ସେହିଭଳି ବିଭିନ୍ନ କମ୍ପାନୀର ଅଫର ବିକଳ୍ପ ରହୁଥିବାରୁ ଗ୍ରାହକମାନେ ଏହାକୁ ନେଇ ଗୋଟିଏ କମ୍ପାନୀରେ ବାନ୍ଧି ହୋଇ ରହିବାକୁ ଆଉ ପସନ୍ଦ କରୁ ନାହାନ୍ତି। ଯେଉଁ କମ୍ପାନୀ ଡାଟା, ଟକ୍‌ ଟାଇମ୍‌, ଏସ୍‌ଏମ୍‌ଏସ୍‌ କ୍ଷେତ୍ରରେ ଲୋଭନୀୟ ଅଫର ପ୍ରଦାନ କରୁଛି ସେହି କମ୍ପାନୀ ଆଡକୁ ଗ୍ରାହକମାନେ ଅଗ୍ରସର ହେଉଛନ୍ତି।