ବାଣିଜ୍ୟ |

ଆମ୍ରିରେ ଖୋଲିଲା ଲିଭର ଟ୍ରିଟ୍‌ମେଣ୍ଟ ଓପିଡି କ୍ଲିନିକ

ଆମ୍ରିରେ ଖୋଲିଲା ଲିଭର ଟ୍ରିଟ୍‌ମେଣ୍ଟ ଓପିଡି କ୍ଲିନିକ



ଭୁବନେଶ୍ୱର, ୧୬-୪(ବ୍ୟୁରୋ)
ଯକୃତଜନିତ ରୋଗର ଚିକିତ୍ସା ପାଇଁ ଭୁବନେଶ୍ୱରସ୍ଥିତ ଆମ୍ରି ହସ୍ପିଟାଲ୍‌ରେ ଏକ ବହିର୍ବିଭାଗ ବ୍ୟବସ୍ଥା କରାଯାଇଛି। ଦିଲ୍ଲୀଭିତ୍ତିକ ମଲ୍ଟି-ସ୍ପେଶିଆଲିଟି ମେଡିକାଲ ଇନ୍‌ଷ୍ଟିଚ୍ୟୁଟ ‘ମେଦାନ୍ତ-ଦି ମେଡିସିଟି’ର ମିଳିତ ସହଯୋଗରେ ଏହି ‘ଲିଭର ଟ୍ରିଟ୍‌ମେଣ୍ଟ ଓପିଡି କ୍ଲିନିକ୍‌’ ଏପ୍ରିଲ୍‌ ୧୫ରୁ ଆନୁଷ୍ଠାନିକ ଭାବେ ଉନ୍ମୋଚନ କରାଯାଇଛି। ଏ ସମ୍ପର୍କରେ ଆମ୍ରି ହସ୍ପିଟାଲ୍‌ ପକ୍ଷରୁ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ କୁହାଯାଇଛି ଯେ, ଯକୃତଜନିତ ରୋଗରେ ପୀଡିତଙ୍କ ପାଇଁ ଏହି ବହିର୍ବିଭାଗ ମାସକୁ ଥରଟିଏ ଖୋଲା ରହିବ। ମାସର ତୃତୀୟ ସପ୍ତାହରେ ଏହା ଖୋଲିବାକୁ ଥିବାବେଳେ ନିର୍ଦ୍ଦିଷ୍ଟ ବାର ଖୁବ୍‌ଶୀଘ୍ର ଘୋଷଣା କରାଯିବ। ଏଥିପାଇଁ ମେଦାନ୍ତର ଯକୃତ ବିଭାଗର ଅଧ୍ୟକ୍ଷ ଡାକ୍ତର ଏ.ଏସ୍‌. ସୋଏନ୍‌ ଏବଂ ଡାକ୍ତର ପ୍ରଶାନ୍ତ ଭାଙ୍ଗୁଇ ପ୍ରତିମାସରେ ଏଠାକୁ ଆସିବେ ଏବଂ ରୋଗୀଙ୍କ ପାଇଁ ଆବଶ୍ୟକ ପରାମର୍ଶ, ପ୍ରାଥମିକ ଚିକିତ୍ସା ଆଦି ପ୍ରଦାନ କରିବେ। ଏଥିସହିତ ସମସ୍ତ ପ୍ରକାର ପରୀକ୍ଷା ନିରୀକ୍ଷା ମଧ୍ୟ ଏଠାରେ ସମ୍ପାଦିକ ହେବ। ଖୁବ୍‌ଶୀଘ୍ର ୬ ରୁ ୮ ମାସ ମଧ୍ୟରେ ଏଠାରେ ସମ୍ପୂର୍ଣ୍ଣ ଚିକିତ୍ସା ପାଇଁ ମଧ୍ୟ ସୁବିଧା କରାଯିବ ବୋଲି ହସ୍ପିିଟାଲ ପକ୍ଷରୁ ପ୍ରକାଶ। ଏହି ଅବସରରେ ଡାକ୍ତର ସୋଏନ୍‌ କହିଛନ୍ତି, ବର୍ତ୍ତମାନ ଅନିୟମିତ ଜୀବନଚର୍ଯ୍ୟା, ଅସନ୍ତୁଳିତ ଆହାର ତଥା ମାଦକ ଦ୍ରବ୍ୟ ସେବନ ଆଦି କାରଣରୁ ଲିଭର କ୍ୟାନ୍‌ସର ଭଳି ସମସ୍ୟା ଉପୁଜୁଛି। ଏଥିପାଇଁ ଓଡିଶାରେ ବିଶେଷ ସୁବିଧା ନ ଥିବା ବେଳେ ଆମ୍ରି ହସ୍ପିଟାଲର ଏହି ପ୍ରୟାସ ସ୍ଥାନୀୟ ଲୋକଙ୍କ ପାଇଁ ଉପାଦେୟ ସାବ୍ୟସ୍ତ ହେବ। ସେହିପରି ଭୁବନେଶ୍ୱରସ୍ଥିତ ଆମ୍ରି ହସ୍ପିଟାଲର ଉପସଭାପିତ ଡ. ବିବେକ୍‌ ଲାଲ୍‌ କହିଛନ୍ତି, ମେଦାନ୍ତ ପ୍ରତିଷ୍ଠାନ ସହିତ ସହବନ୍ଧିତା କରି ଯକୃତଜନିତ ସମସ୍ୟା ସମାଧାନ କ୍ଷେତ୍ରରେ ଆମ୍ରି ହସ୍ପିଟାଲ ଆଉ ଏକ ପାଦ ଅଗ୍ରସର ହୋଇପାରିଛି।

All Right Reserved By

ବାଣିଜ୍ୟ |

ବାଏ ବାଏ ନାନୋ

ବାଏ ବାଏ ନାନୋ

ନୂଆଦିଲ୍ଲୀ,୨୨।୭-ପଦ୍ମଭୂଷଣ ସମ୍ମାନର ଅଧିକାରୀ ରତନ ଟାଟାଙ୍କ ମାନସ ସନ୍ତାନ ଥିଲା ଟାଟା ନାନୋ। ଦେଶର ମଧ୍ୟବିତ୍ତ ବର୍ଗଙ୍କୁ ଲକ୍ଷେ ଟଙ୍କାରେ କାର୍‌ ଭେଟି ଦେବା ଉଦ୍ଦେଶ୍ୟରେ ସେ ଏହାକୁ ବଜାରକୁ ଆଣିଥିଲେ।

 ଓ୍ବାଡି ପ୍ରକଳ୍ପକୁ ନାବାର୍ଡ ଦେଇଛି ୧୦,୮୨୬ ଲକ୍ଷ ଟଙ୍କା

ଓ୍ବାଡି ପ୍ରକଳ୍ପକୁ ନାବାର୍ଡ ଦେଇଛି ୧୦,୮୨୬ ଲକ୍ଷ ଟଙ୍କା

ଭୁବନେଶ୍ୱର, ୨୨-୭ ଜାତୀୟ କୃଷି ଓ ଗ୍ରାମ୍ୟ ଉନ୍ନୟନ ବ୍ୟାଙ୍କ(ନାବାର୍ଡ) ୨୦୧୮-୧୯ ଆର୍ଥିକ ବର୍ଷରେ ୨୦୦୦ ଏକର ଜମିରେ ଏହାର ‘ଓ୍ବାଡି’ ପ୍ରକଳ୍ପକୁ କାର୍ଯ୍ୟକାରୀ କରିବ। ଏହାଦ୍ୱାରା ଓଡିଶାର ପ୍ରାୟ ୨୫୦୦ ଆଦିବାସୀ ପରିବାର ଉପକୃତ ହେବେ। ନାବାର୍ଡର ଆଞ୍ଚଳିକ କାର୍ଯ୍ୟାଳୟ(ଓଡିଶା) ପକ୍ଷରୁ ଶନିବାର ଏହି ସୂଚନା ଦିଆଯାଇଛି।

ପୁରୀରେ ‘ଓ୍ବାଓ ମୋମୋ’ର ପରିମଳ ଅଭିଯାନ

ପୁରୀରେ ‘ଓ୍ବାଓ ମୋମୋ’ର ପରିମଳ ଅଭିଯାନ

ଭୁବନେଶ୍ୱର, ୨୨।୭ କଲିକତାରୁ ୨୦୦୮ରେ ଆରମ୍ଭ ହୋଇଥିବା ଫାଷ୍ଟଫୁଡ୍‌ ଚେନ୍‌ ‘ଓ୍ବାଓ ମୋମୋ’ ପୁରୀର ବିଭିନ୍ନ ସ୍ଥାନରେ ପରିଷ୍କାର ପରିଚ୍ଛନ ପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି। ବର୍ତ୍ତମାନ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଘୋଷାଯାତ୍ରା ଚାଲିଥିବା ବେଳେ ଏହି ସମୟରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କର ଭିଡ଼ ଜମୁଛି। ଏହି ଅବସରରେ ଏଠାର ବିଭିନ୍ନ ସ୍ଥାନରେ ଓ୍ବାଓ ମୋମୋ ପକ୍ଷରୁ ଏକ ଆବର୍ଜନା ଥଳି ମାଧ୍ୟମରେ ରାସ୍ତାଘାଟରୁ ଅଳିଆ ଆବର୍ଜନାକୁ ପରିଷ୍କାର କରାଯାଉଛି।

 ଦ୍ୱିତୀୟ ଦିନରେ ପହଞ୍ଚିଲା ଟ୍ରକ ଧର୍ମଘଟ

ଦ୍ୱିତୀୟ ଦିନରେ ପହଞ୍ଚିଲା ଟ୍ରକ ଧର୍ମଘଟ

ନୂଆଦିଲ୍ଲୀ, ୨୨-୭: ବିଭିନ୍ନ ଦାବିରେ ଟ୍ରକର୍ସମାନଙ୍କର ଧର୍ମଘଟ ଶନିବାର ଦ୍ୱିତୀୟ ଦିନରେ ପହଞ୍ଚିଛି। ଡିଜେଲ ଉପରେ କେନ୍ଦ୍ର ଓ ରାଜ୍ୟ ସ୍ତରରେ ଲାଗୁ ହେଉଥିବା ଟିକସ ହ୍ରାସ, ବ୍ୟବସ୍ଥିତ ଟୋଲ ସଂଗ୍ରହ ଭଳି ବିଭିନ୍ନ ଦାବି ନେଇ ପରିବହନକାରି ଧର୍ମଘଟକୁ ଓହ୍ଲାଇଛନ୍ତି।

ସାନିଟାରୀ ନାପ୍‌କିନ୍‌ରେ ଲାଗିବନି ଜିଏସ୍‌ଟି

ସାନିଟାରୀ ନାପ୍‌କିନ୍‌ରେ ଲାଗିବନି ଜିଏସ୍‌ଟି

ନୂଆଦିଲ୍ଲୀ,22ା୭(ପି.ଟି.): ଚଳିତ ମାସ ୨୭ ତାରିଖରୁ ସାନିଟାରୀ ନାପ୍‌କିନ୍‌ରେ ଆଉ ସାମଗ୍ରୀ ଏବଂ ସେବା ଟିକସ (ଜିଏସ୍‌ଟି) ଲାଗିବ ନାହିଁ। ଶନିବାର ଜିଏସ୍‌ଟି ପରିଷଦର ୨୮ ତମ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ସାନିଟାରୀ ନାପ୍‌କିନ୍‌କୁ ଜିଏସ୍‌ଟି ମୁକ୍ତ କରିବା ପାଇଁ ବର୍ଷେ ହେବ ଦାବି କରାଯାଇ ଆସୁଥିବାବେଳେ ଶେଷରେ ଏହାର ନିଷ୍କର୍ଷ ବାହାରିଛି। ବର୍ତ୍ତମାନ ଏଥିରେ ୧୨% ଟିକସ ଲାଗୁଥିବାବେଳେ ଏହାକୁ ଶୂନକୁ ଖସାଇ ଦିଆଯୋଇଥିବା ବୈଠକ ପରେ ଅର୍ଥମନ୍ତ୍ରୀ ପୀୟୂଷ ଗୋୟଲ ସୂଚନା ଦେଇଛନ୍ତି। ଏହାସହିତ ରାଖୀ ଏବଂ ପ୍ରୋଟିନ୍‌ଯୁକ୍ତ ଦୁଗ୍ଧକୁ ମଧ୍ୟ ଟିକସ ପରିସରରୁ ବାହାରେ ରଖାଯାଇଛି। ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିବାବେଳେ ଉପଭୋକ୍ତାଙ୍କୁ ମିଳିଛି ମୌସୁମୀ ଉପହାର। ସାଧାରଣରେ ବ୍ୟବହାର ହେଉଥିବା ଅନେକ ଉତ୍ପାଦ ଉପରେ ଟିକସ ହ୍ରାସ କରାଯାଇଥିବା ଅର୍ଥମନ୍ତ୍ରୀ ପ୍ରକାଶ କରିଛନ୍ତି।

ସାପ୍ତାହିକ ସମୀକ୍ଷା:ସେନ୍‌ସେକ୍ସରେ ହ୍ରାସ

ସାପ୍ତାହିକ ସମୀକ୍ଷା:ସେନ୍‌ସେକ୍ସରେ ହ୍ରାସ

ମୁମ୍ବାଇ,୨୨-୭:କ୍ରମାଗତ ଦୁଇ ସପ୍ତାହ ଧରି ବୃଦ୍ଧି ଘଟିବା ପରେ ଏଇ ସପ୍ତାହରେ ପୁଞ୍ଜି ବଜାର ନିମ୍ନମୁଖୀ ହୋଇଛି। ସପ୍ତାହର ଅନ୍ତିମ କାରବାର ଦିବସ ଅର୍ଥାତ୍‌ ଶୁକ୍ରବାର ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ୍‌ ସେନ୍‌ସେକ୍ସ ୩୬,୪୯୬.୩୭ ପଏଣ୍ଟରେ ବନ୍ଦ ହୋଇଥିବାବେଳେ ନ୍ୟାଶ୍‌ନାଲ୍‌ ଷ୍ଟକ୍‌ ଏକ୍ସଚେଞ୍ଜ୍‌ ନିଫ୍‌ଟି ୧୧,୦୧୦.୨୦ ପଏଣ୍ଟରେ ବନ୍ଦ ହୋଇଛି। ପୂର୍ବ ସପ୍ତାହ ତୁଳନାରେ ଉଭୟରେ ଯଥାକ୍ରମେ ୪୫.୨୬ ପଏଣ୍ଟ ଏବଂ ୮.୭୦ ପଏଣ୍ଟ ହ୍ରାସ ଘଟିଛି।

୭୪% ସରକାରୀ ବ୍ୟାଙ୍କ ଏଟିଏମ୍‌ ପୁରୁଣା ସଫ୍ଟଓ୍ବେର୍‌ରେ ଚାଲୁଛି

୭୪% ସରକାରୀ ବ୍ୟାଙ୍କ ଏଟିଏମ୍‌ ପୁରୁଣା ସଫ୍ଟଓ୍ବେର୍‌ରେ ଚାଲୁଛି

ନୂଆଦିଲ୍ଲୀ,୨୨-୭: ସମ୍ପ୍ରତି ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକର ପାଖାପାଖି ୭୪% ଏଟିଏମ୍‌ ପୁରୁଣା ସଫ୍ଟଓ୍ବେର୍‌ରେ ଚାଲିଛି। ଏହା ଫଳରେ ଏଟିଏମ୍‌ ଜାଲିଆତି ରିସ୍କ ବଳବତ୍ତର ହେଉଛି। ଖୁବ୍‌ କମ୍‌ ନିରାପତ୍ତା ବୈଶିଷ୍ଟ୍ୟ ରହିଥିବାରୁ ଏସବୁ ମେଶିନ୍‌ଗୁଡିକ ଦ୍ୱାରା ଏଟିଏମ୍‌ ଜାଲିଆତି ରିସ୍କ ବଢ଼ୁଥିବା ସରକାର ପାର୍ଲାମେଣ୍ଟରେ ସୂଚନା ଦେଇଛନ୍ତି। ୨୦୧୯ ଜୁନ୍‌ ସୁଦ୍ଧା ନିଜ ନିଜର ସଫ୍ଟଓ୍ବେର୍‌କୁ ଅପ୍‌ଗ୍ରେଡ୍‌ କରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ସମସ୍ତ ବ୍ୟାଙ୍କଗୁଡିକୁ ନିର୍ଦ୍ଦେଶ ଦେଇଛି। ଦେଶରେ କାରବାର କରୁଥିବା ସମସ୍ତ ଘରୋଇ ଏବଂ ସରକାରୀ ବ୍ୟାଙ୍କ ନିଜ ନିଜର ଏଟିଏମ୍‌ଗୁଡିକୁ ଓ୍ବିଣ୍ଡୋଜ୍‌ ଏକ୍ସପିରୁ ବିକଶିତ ସଫ୍ଟଓ୍ବେରକୁ ଅପ୍‌ଗ୍ରେଡ୍‌ କରନ୍ତୁ ବୋଲି ଆର୍‌ବିଆଇ କହିଛି। ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସଫ୍ଟଓ୍ବେର୍‌ ଅପ୍‌ଗ୍ରେଡ୍‌ ନ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏହା ପ୍ରକାଶ କରିଛି।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ;ବାଧ୍ୟତାମୂଳକ ହେବ ତୃତୀୟ ପକ୍ଷ ମୋଟର ବୀମା

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ;ବାଧ୍ୟତାମୂଳକ ହେବ ତୃତୀୟ ପକ୍ଷ ମୋଟର ବୀମା

ନୂଆଦିଲ୍ଲୀ, ୨୨-୭: ଘରୋଇ ବଜାରର ଦୁଇଚକିଆ ଓ ଚାରି ଚକିଆ ଯାନଗୁଡିକ ଲାଗି ତୃତୀୟ ପକ୍ଷ ମୋଟର ବୀମା ବାଧ୍ୟତାମୂଳକ କରିବାକୁ ସୁପ୍ରିମକୋର୍ଟ ଶୁକ୍ରବାର ନିର୍ଦ୍ଦେଶ ଦେଇଛନ୍ତି। ଏହା ହେଲେ ଦୁର୍ଘଟଣାର ଶିକାର ହେଉଥିବା ଲୋକଙ୍କୁ କ୍ଷତିପୂରଣ ମିଳିପାରିବ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି। ବୀମା କମ୍ପାନୀଗୁଡିକ ଉକ୍ତ ପ୍ରସଙ୍ଗକୁ ବ୍ୟାବସାୟିକ ଭାବେ ନ ନେଇ ମାନବିକତା ଦୃଷ୍ଟିକୋଣରୁ ବିଚାର କରିବା ଆବଶ୍ୟକ। କୋଏମ୍ବାଟୁରର ଏସ୍‌.ରାଜ ଶେଖରନ ନାମକ ଜଣେ ସର୍ଜନଙ୍କ ପକ୍ଷରୁ ଦାଏର ହୋଇଥିବା ପିଟିଶନର ଶୁଣାଣି କରି ନ୍ୟାୟାଳୟ ଏହା କହିଛନ୍ତି। ଦେଶରେ ଚଳାଚଳ କରୁଥିବା ୧୮ କୋଟି ଯାନ ମଧ୍ୟରୁ ବର୍ତ୍ତମାନ ମାତ୍ର ୬ କୋଟି ଯାନ ତୃତୀୟ ପକ୍ଷ ବୀମା ନେଇଛନ୍ତି।

ପୂର୍ବତଟ ରେଳପଥର ଯାତ୍ରୀ ସଚେତନତା

ପୂର୍ବତଟ ରେଳପଥର ଯାତ୍ରୀ ସଚେତନତା

ଭୁବନେଶ୍ୱର,୨୨।୭-ରଥଯାତ୍ରା ଯୋଗୁ ସବୁ ଯାନବାହନରେ ଜନଗହଳି ଲାଗି ରହିଛି। ଟ୍ରେନ୍‌ରେ ସବୁଠାରୁ ଅଧିକ ଭିଡ ଲାଗି ରହୁଥିବା ଦେଖାଯାଉଛି। ଏହାକୁ ଦୃଷ୍ଟିରେ ରଖି ଯାତ୍ରା ସମୟରେ ଆବଶ୍ୟକୀୟ ସତର୍କତା ଅବଲମ୍ବନ କରିବା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ଟ୍ରେନ୍‌ର ଫୁଟ୍‌ବୋର୍ଡ, ଛାତ ଏବଂ ବଗି ଉପରେ ଚଢି ଯାତ୍ରା କରିବାରୁ ନିବୃତ୍ତ ହେବାକୁ ଯାତ୍ରୀମାନଙ୍କୁ କୁହାଯାଇଛି। ଟ୍ରେନ୍‌ରେ ହେଉଥିବା ଲୁଟ୍‌ପାଟ୍‌କୁ ନଜରରେ ରଖି ଯାତ୍ରା କରୁଥିବା ସମୟରେ କୌଣସି ଅଜଣା ଲୋକଙ୍କ ନିକଟରୁ ଖାଦ୍ୟ କିମ୍ବା ପାନୀୟ ଗ୍ରହଣ କରିବାକୁ ଟ୍ରେନ୍‌ କର୍ତ୍ତୃପକ୍ଷ ବାରଣ କରିଛନ୍ତି। ବିନା ଟିକେଟ୍‌ରେ ଯାତ୍ରା ଏବଂ ଚଳନ୍ତା ଟ୍ରେନ୍‌ରେ ଚଢିବାକୁ ଅନିବାର୍ଯ୍ୟ କରାଯାଇଛି। ଏହା ସହିତ ଗ୍ୟାସ୍‌ ସିଲିଣ୍ଡର, ଷ୍ଟୋଭ୍‌, ସିଗାରେଟ୍‌/ବିଡି ଭଳି ଦହନଶୀଳ ପଦାର୍ଥ ସାଙ୍ଗରେ ନେଇ ଯାତ୍ରା କରିବାକୁ ମନା କରାଯାଇଛି।

ପ୍ରତ୍ୟେକ ଟିକେଟ୍‌ ବିକ୍ରି ଉପରେ ପୋର୍ଟାଲ୍‌ ଫି ଚାର୍ଜ କରିବ ଆଇଆର୍‌ସିଟିସି

ପ୍ରତ୍ୟେକ ଟିକେଟ୍‌ ବିକ୍ରି ଉପରେ ପୋର୍ଟାଲ୍‌ ଫି ଚାର୍ଜ କରିବ ଆଇଆର୍‌ସିଟିସି

ବମ୍ବେ,୨୨।୭- ଏବେ ପୋର୍ଟାଲ୍‌ରୁ ରେଳ ଟିକେଟ୍‌ ବୁକ୍‌ କରିଲେ ଆପଣଙ୍କୁ ଦେବାଙ୍କୁ ପଡିବ ପୋର୍ଟାଲ୍‌ ଫି। ମେକ୍‌ ମାଇଁ ଟ୍ରିପ୍‌, ୟାତ୍ରା, ପେଟିଏମ୍‌ ଏବଂ କ୍ଲିଅର୍‌ଟିପ୍‌ ଭଳି ଅନ୍‌ଲାଇନ୍‌ ବୁକିଂ ପୋର୍ଟାଲ୍‌ରେ ଟିକେଟ୍‌ ବୁକିଂ କରିଲେ ଯାତ୍ରୀମାନଙ୍କୁ ଅତିରିକ୍ତ ୧୨ଟଙ୍କା ଦେୟ ଦେବାକୁ ହେବ। ଏ ନେଇ ଭାରତୀୟ ରେଳ କ୍ୟାଟରିଂ ଏବଂ ପର୍ଯ୍ୟଟନ ନିଗମ(ଆଇଆର୍‌ସିଟିସି) ପକ୍ଷରୁ ସୂଚନା ଦିଆଯାଇଛି। ଆଇଆର୍‌ସିଟିସି ସାଧାରଣତଃ କ୍ୟାଟରିଂ, ପର୍ଯ୍ୟଟନ ଏବଂ ଅନ୍‌ଲାଇନ୍‌ ଟିକେଟ୍‌ ବୁକିଂ ଇତ୍ୟାଦି ଦାୟିତ୍ୱ ତୁଲାଇଥାଏ। ଆଇଆର୍‌ସିଟିସି ପକ୍ଷରୁ ଜାରି କରାଯାଇଥିବା ‘ଲୁକ୍‌ ଟୁ ବୁକ୍‌’ ନିୟମ ଅନୁସାରେ, ଗ୍ରାହକଙ୍କୁ ପ୍ରତି ୭୦ ଟିକେଟ୍‌ ଯାଞ୍ଚ ଉପରେ ଗୋଟିଏ ଟିକେଟ୍‌ ବୁକ୍‌ କରିବାକୁ ହୋଇଥାଏ। ଯଦି କୌଣସି ଗ୍ରାହକ ଏପରି ନ କରନ୍ତି ତେବେ ସେବା ପ୍ରଦାନକାରୀଙ୍କୁ ସବୁ ଯାଞ୍ଚ ଉପରେ ୨୫ ପଇସା ଦେବାକୁ ପଡିଥାଏ।

ଲଗାଣ ବର୍ଷା ଯୋଗୁ ଟ୍ରେନ ଚଳାଚଳ ପ୍ରଭାବିତ

ଲଗାଣ ବର୍ଷା ଯୋଗୁ ଟ୍ରେନ ଚଳାଚଳ ପ୍ରଭାବିତ

ଭୁବନେଶ୍ୱର, ୨୧-୭(ବ୍ୟୁରୋ)/ଜଟଣୀ,(ଡି.ଏନ୍‌.ଏ): ଶନିବାର ଉପକୂଳବର୍ତ୍ତୀ ଅଞ୍ଚଳଗୁଡିକରେ ଲଗାଣ ବର୍ଷା ଯୋଗୁ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଖୋର୍ଦ୍ଧା, ଭୁବନେଶ୍ୱର ଏବଂ ପୁରୀ ରେଳ ଷ୍ଟେଶନରେ ପାଣି ଜମି ରହିବା ଯୋଗୁ ଏହା ଟ୍ରେନ ଚଳାଚଳରେ ବାଧା ଆଣିିଛି। ଏହିଭଳି ଅସୁବିଧା ଲାଗି ୪୨ ଟ୍ରେନର ଚଳାଚଳକୁ ନିୟନ୍ତ୍ରଣ କରାଯାଇଛି। ସ୍ଥିତିରେ ସୁଧାର ଆସିବାରୁ ଟ୍ରେନଗୁଡିକ ଷ୍ଟେଶନ ଛାଡିଥିବା ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ରହିଛି।

ବିଜ୍ଞାପନ ପ୍ଲାଟ୍‌ଫର୍ମ ପାଇଁ ଫ୍ଲିପ୍‌କାଟ୍‌, ହଟ୍‌ଷ୍ଟାର୍‌ ଚୁକ୍ତି

ବିଜ୍ଞାପନ ପ୍ଲାଟ୍‌ଫର୍ମ ପାଇଁ ଫ୍ଲିପ୍‌କାଟ୍‌, ହଟ୍‌ଷ୍ଟାର୍‌ ଚୁକ୍ତି

ବାଙ୍ଗାଲୋର,୨୨।୭- ବିଜ୍ଞାପନ ଜରିଆରେ ଅଧିକ ରେଭେନ୍ୟୁ ସୃଷ୍ଟି କରିବା ଆଶାରେ ଭାରତର ପ୍ରମୁଖ ଅନ୍‌ଲାଇନ୍‌ ରିଟେଲର୍‌ ଫ୍ଲିପ୍‌କାର୍ଟ୍‌, ଭିଡିଓ ଷ୍ଟ୍ରିମିଙ୍ଗ ସର୍ଭିସ୍‌ ସହ ଚୁକ୍ତି ସ୍ବାକ୍ଷର କରିଛି। ଏହି ଭିଡିଓ ସେଗ୍‌ମେଣ୍ଟ ଦ୍ୱାରା ଫ୍ଲିପ୍‌କାର୍ଟ୍‌ ଖୁବ୍‌ ସହଜରେ ନିଜର ଟାର୍ଗେଟ୍‌ ଅଡିଏନ୍ସ ନିକଟରେ ପହଞ୍ଚିବାକୁ ସକ୍ଷମ ହେବ। ଫ୍ଲିପ୍‌କାର୍ଟ୍‌ ଅନ୍ୟ ମାନଙ୍କ ଅପେକ୍ଷା ନିଜ ଗ୍ରାହକଙ୍କ ପସନ୍ଦକୁ ଅଧିକ ଗୁରୁତ୍ୱ ଦେଇଥାଏ। ଯାହା ଫଳରେ ଏହା ଆଜି ସଫଳତାର ଶିର୍ଷରେ ପହଞ୍ଚିଛି। ଏହାକୁ ନଜରରେ ରଖି ଫ୍ଲିପ୍‌କାର୍ଟ୍‌ କିଛି ବଛା ବଛା ବିଜ୍ଞାପନକୁ ହଟ୍‌ଷ୍ଟାରରେ ପ୍ରଦର୍ଶିତ କରାଇବ।

Watch Live Broadcast of Rath Yatra Puri, Odisha Here

Model This Week

ରୂପେଶ