ରାଜ୍ୟ |

ବରିଷ୍ଠ ନାଗରିକ ତୀର୍ଥଯାତ୍ରାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ: ସାମିଲ ହେଲେ ୧୦୦୦ ତୀର୍ଥଯାତ୍ରୀ

ବରିଷ୍ଠ ନାଗରିକ ତୀର୍ଥଯାତ୍ରାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ: ସାମିଲ ହେଲେ ୧୦୦୦ ତୀର୍ଥଯାତ୍ରୀ

ଭୁବନେଶ୍ୱର,୧୬।୪(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ସଚିବାଳୟରେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ସମ୍ବଲପୁରଠାରୁ ବରିଷ୍ଠ ନାଗରିକଙ୍କ ତୀର୍ଥଯାତ୍ରାର ଶୁଭାରମ୍ଭ କରିଛନ୍ତି। ଏଥିରେ ୧ ହଜାର ବରିଷ୍ଠ ନାଗରିକ ସମ୍ବଲପୁରରୁ ଟ୍ରେନ୍‌ ଯୋଗେ ଶିରିଡ଼ି, ନାସିକ ଓ ତ୍ରୟମ୍ବକେଶ୍ୱରକୁ ଯାତ୍ରା ଆରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀ ତୀର୍ଥଯାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଅଦ୍ୟାବଧି ୫,୯୩୩ ବରିଷ୍ଠ ନାଗରିକ ଏହି ଯୋଜନାର ସୁବିଧା ପାଇଛନ୍ତି।

All Right Reserved By

Model This Week

ନିକିତା

ରାଜ୍ୟ |

ପୌରପାଳିକା, ପଞ୍ଚାୟତ ନିର୍ବାଚନ ମାମଲା: ସଂରକ୍ଷଣ ୫୦ ପ୍ରତିଶତରୁ ଅଧିକ ନ କରିବାକୁ ନିର୍ଦ୍ଦେଶ

ପୌରପାଳିକା, ପଞ୍ଚାୟତ ନିର୍ବାଚନ ମାମଲା: ସଂରକ୍ଷଣ ୫୦ ପ୍ରତିଶତରୁ ଅଧିକ ନ କରିବାକୁ ନିର୍ଦ୍ଦେଶ

କଟକ ଅଫିସ,୨୧।୪- ପୌରପାଳିକା, ପଞ୍ଚାୟତ, ପଞ୍ଚାୟତ ସମିତି ଓ ଜିଲା ପରିଷଦ ନିର୍ବାଚନରେ ସଂରକ୍ଷଣ ବ୍ୟବସ୍ଥା ୫୦ ପ୍ରତିଶତରୁ ଅଧିକ ହେବ ନାହିଁ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସଂରକ୍ଷଣ ଆଇନକୁ ଉଲ୍ଲଂଘନ ହେଉଥିବା ଦର୍ଶାଇ ସମ୍ବଲପୁର ରେଙ୍ଗାଲିର ସୁବାସ ଚନ୍ଦ୍ର ବିଶ୍ୱାଳ ଓ ଅନ୍ୟ ୪୦ଜଣଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ମୁଖ୍ୟ ବିଚାରପତି ବିନୀତ୍‌ ସରନ ଓ ବିଚାରପତି ବିଦ୍ୟୁତ ରଞ୍ଜନ ଷଢଙ୍ଗୀକୁ ନେଇ ଗଠିତ ଖଣ୍ଡପୀଠ ଉପରୋକ୍ତ ନିର୍ଦ୍ଦେଶ ଦେଇଛନ୍ତି।

ପୂର୍ବତନ ମହିଳା କାଉନସିଲରଙ୍କୁ ଗୁଳିମାଡ଼: ଅବସ୍ଥା ଗୁରୁତର, କଟକ ସ୍ଥାନାନ୍ତର

ପୂର୍ବତନ ମହିଳା କାଉନସିଲରଙ୍କୁ ଗୁଳିମାଡ଼: ଅବସ୍ଥା ଗୁରୁତର, କଟକ ସ୍ଥାନାନ୍ତର

ପୁରୀ ଅଫିସ, ୨୧।୪ : ଜିଲାର ବିଭିନ୍ନ ଆପରାଧିକ ଗତିବିଧି ଉପରେ ନଜର ରଖିବା ଲାଗି ପୁରୀ ଏସ୍‌ପି ସମସ୍ତ ଥାନା ଅଧିକାରୀଙ୍କ ତାଗିଦ୍‌ କରିବାର ୧୨ଘଣ୍ଟା ନ ପୂରୁଣୁ ବାସେଳିସାହି ଥାନା ଅଧୀନ ଗୋଖା ସାହିରେ ଘଟିଛି ଗୁଳିକାଣ୍ଡ। ପୂର୍ବତନ କାଉନସିଲର ସତ୍ୟଭାମା ବେହେରାଙ୍କୁ ଲକ୍ଷ୍ୟକରି ୮ରାଉଣ୍ଡ ଗୁଳିମାଡ଼ ହୋଇଛି। ତାଙ୍କ ବାମପାର୍ଶ୍ୱ ତଳିପେଟରେ ଦୁଇଟି ଏବଂ ଜଙ୍ଘରେ ଗୋଟିଏ ଗୁଳି ବାଜିଛି।

ହାଟଡେଲାଙ୍ଗରେ ୧୪୪ ଧାରା ଜାରି:  ସ୍ଥଗିତ ରହିଲା ଡେଲାଙ୍ଗ ମହୋତ୍ସବ

ହାଟଡେଲାଙ୍ଗରେ ୧୪୪ ଧାରା ଜାରି: ସ୍ଥଗିତ ରହିଲା ଡେଲାଙ୍ଗ ମହୋତ୍ସବ

ପୁରୀ ଅଫିସ, ୨୧।୪: ଅପ୍ରୀତିକର ପରିସ୍ଥିତି ଏବଂ ଗଣ୍ଡଗୋଳ ଆଶଙ୍କା କରି ଡେଲାଙ୍ଗର ହାଟଡେଲାଙ୍ଗ ବଜାରରେ ପ୍ରଶାସନ ପକ୍ଷରୁ ୧୪୪ ଜାରି କରାଯାଇଛି। ୨୧ ତାରିଖଠାରୁ ୨୮ତାରିଖ ପର୍ଯ୍ୟନ୍ତ ଉକ୍ତ ଅଞ୍ଚଳରେ ଏହି ଆଦେଶ ବଳବତ୍ତର ରହିବ। ଡେଲାଙ୍ଗ ପୋଲିସର ରିପୋର୍ଟକୁ ଭିତ୍ତିକରି ଡେଲାଙ୍ଗ ତହସିଲଦାର ପବିତ୍ର ମୋହନ ଦାସ ଏହି ପଦକ୍ଷେପ ନେଇଛନ୍ତି।

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା: ପୋଲିସ ହାଉସିଂ ନିଗମର ପ୍ରକଳ୍ପ ପରିଚାଳକ ଗିରଫ

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା: ପୋଲିସ ହାଉସିଂ ନିଗମର ପ୍ରକଳ୍ପ ପରିଚାଳକ ଗିରଫ

କଟକ ଅଫିସ, ୨୧।୪- ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଶନିବାର ଭିଜିଲାନ୍ସ ହାତରେ ଗିରଫ ହୋଇଛନ୍ତି ଓଡ଼ିଶା ରାଜ୍ୟ ପୋଲିସ ଗୃହ ନିର୍ମାଣ ଓ କଲ୍ୟାଣ ନିଗମର ସହକାରୀ ପ୍ରକଳ୍ପ ପରିଚାଳକ ବିକ୍ରମ କେଶରୀ ମଲ୍ଲ। ଭୁବନେଶ୍ୱର ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତର ବିଚାରପତି ମଲ୍ଲଙ୍କ ବିରୋଧରେ ତଲାସୀ ୱାରେଣ୍ଟ ଜାରି କରିଥିଲେ।

ରାଜାଙ୍କ ଜାମିନ ଖାରଜ ପାଇଁ ଆବେଦନ କରିବ ପୋଲିସ

ରାଜାଙ୍କ ଜାମିନ ଖାରଜ ପାଇଁ ଆବେଦନ କରିବ ପୋଲିସ

ଭୁବନେଶ୍ୱର, ୨୧ା୪(ବ୍ୟୁରୋ)- ଜ୍ୟୋତି ମୋଟର୍ସ କର୍ମଚାରୀଙ୍କୁ ଅପହରଣ ଏବଂ ୧୦ ଲକ୍ଷ ଟଙ୍କା ବଟି ମାଗିବା ମାମଲାରେ ଗ୍ୟାଙ୍ଗଷ୍ଟର ରାଜା ଓରଫ ସନ୍ଦୀପ ଆଚାର୍ଯ୍ୟଙ୍କୁ ହାଇକୋର୍ଟରୁ ଗତ ଶୁକ୍ରବାର ସର୍ତ୍ତମୂଳକ ଜାମିନ ମିଳିଛି। ପୂର୍ବ ମାମଲାଗୁଡ଼ିକରେ ତାଙ୍କୁ ଆଗରୁ ଜାମିନ ମିଳିଯାଇଥିବାରୁ ସେ ଜେଲ୍‌ରୁ ମୁକୁଳିବା ନେଇ ସମ୍ଭାବନା ସୃଷ୍ଟି ହୋଇଛି।

ସାଟେଲାଇଟ୍‌ ଜରିଆରେ କୃଷି ପରିଚାଳନା କରିବ ଓୟୁଏଟି

ସାଟେଲାଇଟ୍‌ ଜରିଆରେ କୃଷି ପରିଚାଳନା କରିବ ଓୟୁଏଟି

ଭୁବନେଶ୍ୱର, ୨୧।୪(ବ୍ୟୁରୋ)- ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) ଏବଂ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ(ଇସ୍ରୋ) ଅଧୀନ ମହାକାଶ ବିଜ୍ଞାନ ପ୍ରୟୋଗ କେନ୍ଦ୍ର ମଧ୍ୟରେ ଉଚ୍ଚତର ଗବେଷଣା ନିମନ୍ତେ ଏକ ରାଜିନାମା ସ୍ବାକ୍ଷରିତ ହୋଇଛି। ଅହମ୍ମଦାବାଦସ୍ଥିତ ମହାକାଶ ବିଜ୍ଞାନ ପ୍ରୟୋଗ କେନ୍ଦ୍ରଠାରେ ଶୁକ୍ରବାର ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ଓୟୁଏଟି କୁଳପତି ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଏବଂ ମହାକାଶ ବିଜ୍ଞାନ ପ୍ରୟୋଗ କେନ୍ଦ୍ର ତରଫରୁ ନିର୍ଦ୍ଦେଶକ ଡ. ତପନ ମିଶ୍ର ରାଜିନାମାରେ ସ୍ବାକ୍ଷର କରିଛନ୍ତି।

ଜୟନାରାୟଣ ଅସୁସ୍ଥ, ଚିକିତ୍ସା ପାଇଁ ବୁର୍ଲା ନିଅାଗଲା

ଜୟନାରାୟଣ ଅସୁସ୍ଥ, ଚିକିତ୍ସା ପାଇଁ ବୁର୍ଲା ନିଅାଗଲା

ସୋହେଲା,୨୧୪ (ଡି.ଏନ.ଏ.) ବନାବିରା ଗୁଳିକାଣ୍ଡ ଓ ଡିଲେଶ୍ୱର ସାହୁ ହତ୍ୟା ମାମଲାରେ ଗିରଫ ହୋଇ ବରଗଡ଼ ଜିଲା ସୋହେଲା ଉପକାରାଗାରରେ ଥିବା ଭାଜପାର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଜୟନାରାୟଣ ମିଶ୍ର ଅସୁସ୍ଥ ହୋଇପଡିଛନ୍ତି ଫଳରେ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଶନିବାର ସନ୍ଧ୍ୟାରେ ତାଙ୍କୁ କଡା ସୁରକ୍ଷା ମଧ୍ୟରେ ବୁର୍ଲା ଡାକ୍ତରଖାନାକୁ ନିଅାଯାଇଛି ଗତ ଦୁଇଦିନ ତଳେ ଜୟନାରାୟଣ ଅସୁସ୍ଥ ହୋଇ ପଡିଥତ୍ଲେ ଜେଲ ଡାକ୍ତର ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଉଚ୍ଚତର ଚିକିତ୍ସାର ଅାବଶ୍ୟକତା ରହିଥିବା ଜଣାଇବା ପରେ ଜେଲ କର୍ତ୍ତୃପକ୍ଷ ସ୍ଥାନୀୟ କୋର୍ଟରେ ଦରଖାସ୍ତ ଦେବା ପରେ ମାଜିଷ୍ଟ୍ରେଟ ଅାବେଦନକୁ ମଞ୍ଜୁର କରିଥତ୍ଲେ

ନାବାଳିକାଙ୍କୁ ବଳାତ୍କାର ଘଟଣା : ପୂଜାରୀ ଗିରଫ

ନାବାଳିକାଙ୍କୁ ବଳାତ୍କାର ଘଟଣା : ପୂଜାରୀ ଗିରଫ

ଅନୁଗୋଳ ଅଫିସ୍‌, ୨୧ା୪- ଜଣେ ନାବାଳିକାଙ୍କୁ ବଳାତ୍କାର କରିବା ଅଭିଯୋଗରେ ଅନୁଗୋଳ ଥାନା ଅଞ୍ଚଳରେ ଥିବା ଏକ ଜଗନ୍ନାଥ ମନ୍ଦିରର ପୂଜାରୀ ଅଶୋକ ମିଶ୍ର(୫୩)ଙ୍କୁ ପୋଲିସ ଶନିବାର ଗିରଫ କରିଛି।

ଓକିଲଙ୍କ ଘରୁ ଚୋରି

ଓକିଲଙ୍କ ଘରୁ ଚୋରି

ସୋହେଲା,୨୧।୪(ଡି.ଏନ.ଏ.)- ସୋହେଲା-ପଦ୍ମପୁର ରୋଡସ୍ଥିତ ଓକିଲ ହାରାଧନ ବାଞ୍ଜିଙ୍କ ଘରୁ ୩୦ହଜାର ଟଙ୍କା ଓ ସୁନା ଗହଣା ଚୋରି ହୋଇଥିବା ନେଇ ଥାନାରେ ଶୁକ୍ରବାର ଅଭିଯୋଗ ହୋଇଛି।

ମାଗଣା ଚକ୍ଷୁ ପରୀକ୍ଷା ଶିବିର

ମାଗଣା ଚକ୍ଷୁ ପରୀକ୍ଷା ଶିବିର

ଭୁବନେଶ୍ୱର, ୨୧।୪(ବ୍ୟୁରୋ): ଭାରତୀୟ ରେଡକ୍ରସ୍‌ ଓଡ଼ିଶା ଶାଖା ପକ୍ଷରୁ ସ୍ଥାନୀୟ ରେଡ୍‌କ୍ରସ ଭବନଠାରେ ଶନିବାର ଏକ ମାଗଣା ଚକ୍ଷୁ ଶିବିର ଉଦ୍‌ଘାଟିତ ହୋଇଯାଇଛି। ଏହାକୁ ଶାଖାର ଅବୈତନିକ ସଚିବ ବିନାୟକ ପ୍ରସାଦ ପୃଷ୍ଟି ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି।

ନାବଳିକା ବଳାତ୍କାର ମାମଲାର ରାୟ ପ୍ରକାଶ: ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ

ନାବଳିକା ବଳାତ୍କାର ମାମଲାର ରାୟ ପ୍ରକାଶ: ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ

ବରଗଡ଼ ଅଫିସ,୨୧।୪- ବରଗଡ଼ ଟାଉନ ଥାନା ଅଧୀନ ଘୁଲିପାଲିରେ ୨୦୧୪ରେ ଘଟିଥିବା ବହୁ ଚର୍ଚ୍ଚିତ ନାବାଳିକା ବଳାତ୍କାର ମାମଲାର ଶନିବାର ରାୟ ପ୍ରକାଶ ପାଇଛି। ବରଗଡ଼ ଅତିରିକ୍ତ ଜିଲା ଦୌରା ଜଜ(ଏଡିଜେ) ପ୍ରଣବ କୁମାର ପାତ୍ର ମାମଲାର ବିଚାର କରି ଅଭିଯୁକ୍ତ ଘୁଲିପାଲି ଗ୍ରାମର ପରଦେଶୀ ସାହୁଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।

ଠିକାଦାର ଓ ଜନତାଙ୍କୁ ପୋଷ୍ଟର ଦ୍ୱାରା ମୃତ୍ୟୁଦଣ୍ଡ ଧମକ ଦେଲେ ମାଓବାଦୀ

ଠିକାଦାର ଓ ଜନତାଙ୍କୁ ପୋଷ୍ଟର ଦ୍ୱାରା ମୃତ୍ୟୁଦଣ୍ଡ ଧମକ ଦେଲେ ମାଓବାଦୀ

ବୈପାରୀଗୁଡ଼ା,୨୧।୪(ଡି.ଏନ୍‌.ଏ.): ଗତ ରବିବାର ଦଣ୍ଡାବାଡ଼ି ସାପ୍ତାହିକ ହାଟରେ ସେହି ପଞ୍ଚାୟତର ରତାଖଣ୍ଡି ଗ୍ରାମର ଯୁବକ ତଥା ପୂର୍ବତନ ନାଏବ ସରପଞ୍ଚଙ୍କ ସ୍ବାମୀ ଆନନ୍ଦ ନାୟକଙ୍କୁ ମାଓବାଦୀମାନେ ଗୁଳି କରିଥିଲେ। ଏହି ଘଟଣାର ସପ୍ତାହେ ନ ପୂରୁଣୁ ପୁଣି ଅନେକଙ୍କୁ ହତ୍ୟା ଧମକ ନେଇ ପୋଷ୍ଟର ଲଗାଇଛନ୍ତି ମାଓବାଦୀ। ଶବିନାର ରାମଗିରି-ଦଣ୍ଡାବାଡି ରାସ୍ତାରେ କାଳିଆଝୋଲି ଛକଠାରେ ମାଓବାଦୀଙ୍କ ହାତଲେଖା ପୋଷ୍ଟର ଦେଖିବାକୁ ମିଳିଛି ।