ବାଣିଜ୍ୟ |

ଫ୍ଲିପ୍‌କାର୍ଟରେ ଆହୁରି ଶସ୍ତା ହେବ ସାମଗ୍ରୀ

ଫ୍ଲିପ୍‌କାର୍ଟରେ ଆହୁରି ଶସ୍ତା ହେବ ସାମଗ୍ରୀ
ନୂଆଦିଲ୍ଲୀ,୧୬।୪- ଅନ୍‌ଲାଇନ୍‌ରେ ବିଭିନ୍ନ ସାମଗ୍ରୀ କିଣିବାକୁ ଲୋକଙ୍କ ମଧ୍ୟରେ ଆଗ୍ରହ ଦିନକୁଦିନ ବଢୁଛି। ଏହାକୁ ଦୃଷ୍ଟିରେ ରଖି ଅନ୍‌ଲାଇନ୍‌ ସାଇଟ୍‌ଗୁଡିକ ଗ୍ରାହକଙ୍କୁ ବିଭିନ୍ନ ରିହାତି ଦେଉଛନ୍ତି। ପ୍ରମୁଖ ଇ-କମର୍ସ କମ୍ପାନୀ ଫ୍ଲିପ୍‌କାର୍ଟ ଭିନ୍ନଭିନ୍ନ ସାମଗ୍ରୀ ଉପରେ ଗ୍ରାହକଙ୍କୁ ବିଭିନ୍ନ ଅଫର ପ୍ରଦାନ କରୁଛି। ଫଳରେ ଗ୍ରାହକ ଏଠାରୁ ଆହୁରି ଶସ୍ତାରେ ଭିନ୍ନଭିନ୍ନ ସାମଗ୍ରୀ ପାଇପାରିବେ। କମ୍ପାନୀ ଏହାର ସେଲରଙ୍କ କ୍ଷେତ୍ରରେ ପୁନଃ ସଙ୍ଗଠନ କରିବାକୁ ଯାଉଥିବାରୁ ୫୦୦ଟଙ୍କାରୁ କମ୍‌ ଦାମ୍‌ର ଅର୍ଡର ଗୁଡିକ ଶସ୍ତା ହୋଇପାରେ ବୋଲି ଅନୁମାନ କରାଯାଇଛି। ଆମାଜନ୍‌ ମଧ୍ୟ ଏପରି ଏକ ପଦକ୍ଷେପ ନେବାକୁ ଯାଉଥିବା ଜଣାଯାଇଛି। ଫ୍ଲିପ୍‌କାର୍ଟ ଗତବର୍ଷ ନଭେମ୍ବର ପରେ ଚଳିତ ବର୍ଷ ମାର୍ଚ୍ଚରେ ସେଲ୍‌ ଶୃଙ୍ଖଳାରେ କିଛିଟା ପରବର୍ତ୍ତନ କରିଥିଲା। ଏହା ଉପରେ କମ୍ପାନୀ କୌଣସି ଚୁଡାନ୍ତ ନିଷ୍ପତ୍ତି ନେଇ ନ ଥିବା ବେଳେ ୫୦୦ ଟଙ୍କାରୁ କମ୍‌ ଦାମ୍‌ର ସାମଗ୍ରୀର ମୂଲ୍ୟରେ ହ୍ରାସ ହୋଇପାରେ ବୋଲି ପ୍ରକ୍ରିୟା ସହ ଜଡିତ ଥିବା ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ବିଶେଷ କରି କମ୍ପାନୀ ସେଲ୍‌ର ମୂଲ୍ୟ ହ୍ରାସ କରିବାକୁ ଯୋଜନା ରଖିଛି। ଯାହାଦ୍ୱାରା ଗ୍ରାହକ ଏହାର ଲାଭ ଉଠାଇପାରିବେ। ଏହି ନୂଆ ନିୟମ କମ୍ପାନୀ ଏପ୍ରିଲ୍‌ ୧୯ରୁ ଆରମ୍ଭ କରିବ।
All Right Reserved By

ବାଣିଜ୍ୟ |

କଓ୍ବୋଇସି ନବୀକରଣ ଲାଗି ଏସ୍‌ବିଆଇର ଆଲର୍ଟ

କଓ୍ବୋଇସି ନବୀକରଣ ଲାଗି ଏସ୍‌ବିଆଇର ଆଲର୍ଟ

ନୂଆଦିଲ୍ଲୀ,୧୭-୧: ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କର ଆକାଉଣ୍ଟଧାରୀଙ୍କୁ ବ୍ୟାଙ୍କ ପକ୍ଷରୁ ଏସ୍‌ଏମ୍‌ଏସ୍‌ ଯୋଗେ ଏବେ ଆଲର୍ଟ କରାଯାଉଛି। ଗ୍ରାହକମାନେ ନିଜର କଓ୍ବୋଇସି(ନୋ ଇଓର କଷ୍ଟମର) ନବୀକରଣ କରାଇ  ନେବା ଲାଗି ଆଲର୍ଟ ଦିଆଯାଉଛି। ଏଥିରେ ହେଳା କଲେ ଆକାଉଣ୍ଟ ବ୍ଲକ୍‌ ହୋଇଯିବ ବୋଲି ଆଲର୍ଟରେ ଦର୍ଶାଯାଇଛି।

ବିଶ୍ୱବ୍ୟାଙ୍କ ଅଧ୍ୟକ୍ଷ ପଦ; ଇଭାଙ୍କାଙ୍କ ପସନ୍ଦ ଇନ୍ଦ୍ରା ନୁୟୀ

ବିଶ୍ୱବ୍ୟାଙ୍କ ଅଧ୍ୟକ୍ଷ ପଦ; ଇଭାଙ୍କାଙ୍କ ପସନ୍ଦ ଇନ୍ଦ୍ରା ନୁୟୀ

ଓ୍ବାଶିଂଟନ,୧୭-୧: ପେପ୍ସିକୋର ପୂର୍ବତନ ସିଇଓ ଇନ୍ଦ୍ରା ନୁୟୀଙ୍କୁ ବିଶ୍ୱ ବ୍ୟାଙ୍କର ଅଧ୍ୟକ୍ଷ ପଦ ଲାଗି ସୁପାରିସ କରିବାକୁ ଆମେରିକା ଭାବୁଛି। ସ୍ଥାନୀୟ ସମ୍ବାଦପତ୍ର ‘ ଦ ନିୟୁର୍କ ଟାଇମ୍ସ’ ରିପୋର୍ଟ ଅନୁଯାୟୀ, ୬୩ ବର୍ଷୀୟା ପ୍ରବାସୀ ଭାରତୀୟ ନୁୟୀଙ୍କୁ ବିଶ୍ୱ ବ୍ୟାଙ୍କର ଶୀର୍ଷ ପଦରେ ଅଧିଷ୍ଠିତ କରିବାକୁ ଚାହୁଁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ଝିଅ ଇଭାଙ୍କା ଟ୍ରମ୍ପ।

ବଢ଼ିିବ ନୁମାଲିଗଡ଼ ରିଫାଇନେରୀ କ୍ଷମତା;୨୨,୫୯୪ କୋଟିର ପ୍ରକଳ୍ପ ବିସ୍ତାରକୁ କ୍ୟାବିନେଟ୍‌ ମଞ୍ଜୁରୀ

ବଢ଼ିିବ ନୁମାଲିଗଡ଼ ରିଫାଇନେରୀ କ୍ଷମତା;୨୨,୫୯୪ କୋଟିର ପ୍ରକଳ୍ପ ବିସ୍ତାରକୁ କ୍ୟାବିନେଟ୍‌ ମଞ୍ଜୁରୀ

ନୂଆଦିଲ୍ଲୀ,୧୭-୧: କେନ୍ଦ୍ର ସରକାର ଆସାମର ନୁମାଲିଗଡ଼ ରିଫାଇନେରୀ କ୍ଷମତାକୁ ବାର୍ଷିକ ୩୦ ଲକ୍ଷ ଟନରୁ ୯୦ ଲକ୍ଷ ଟନକୁ ବୃଦ୍ଧି କରିବାକୁ ଯାଉଛନ୍ତି। ଏ ସଂକ୍ରାନ୍ତରେ ପ୍ରକଳ୍ପ ବିସ୍ତାର ଲାଗି ଆଗତ ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର କ୍ୟାବିନେଟ୍‌ କମିଟି ବୁଧବାର ମଞ୍ଜୁରୀ ପ୍ରଦାନ କରିଛି। 

ଲଟେରିରେ ଏକ ପ୍ରକାର ଟିକସ; ଜିଏସ୍‌ଟି ମନ୍ତ୍ରିଗୋଷ୍ଠୀ ନିଷ୍ପତ୍ତି ନେବ

ଲଟେରିରେ ଏକ ପ୍ରକାର ଟିକସ; ଜିଏସ୍‌ଟି ମନ୍ତ୍ରିଗୋଷ୍ଠୀ ନିଷ୍ପତ୍ତି ନେବ

ନୂଆଦିଲ୍ଲୀ,୧୭-୧: ଲଟେରିରେ ଗୋଟିଏ ପ୍ରକାର ଟିକସ ଆଦାୟ କରାଯିବ ଅଥବା ବର୍ତ୍ତମାନର ପ୍ରଚଳିତ ଏକାଧିକ ଟିକସ ବ୍ୟବସ୍ଥା ଜାରି ରହିବ ସେନେଇ ଜିଏସ୍‌ଟି ମନ୍ତ୍ରିଗୋଷ୍ଠୀ ନିଷ୍ପତ୍ତି ନେବେ ବୋଲି ବୁଧବାର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। 

ଏସାର ଷ୍ଟିଲ୍‌ର ୧୫ ହଜାର କୋଟିର ଏନ୍‌ପିଏ ବିକିବ ଏସ୍‌ବିଆଇ

ଏସାର ଷ୍ଟିଲ୍‌ର ୧୫ ହଜାର କୋଟିର ଏନ୍‌ପିଏ ବିକିବ ଏସ୍‌ବିଆଇ

ନୂଆଦିଲ୍ଲୀ,୧୭-୧: ଏସାର ଷ୍ଟିଲ୍‌ରେ ଫଶିଯାଇଥିବା ଋଣ ଆଦାୟ ଲାଗି ୧୫,୪୩୧.୪୪ କୋଟି ଟଙ୍କାର ଏନ୍‌ପିଏ ବିକ୍ରି କରିବାକୁ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ(ଏସ୍‌ବିଆଇ) ନିଷ୍ପତ୍ତି ନେଇଛି। ବ୍ୟାଙ୍କ ଦ୍ୱାରା ଜାରି ବିଜ୍ଞାପନରେ ଏ ସମ୍ପର୍କରେ ସୂଚନା ଦିଆଯାଇଛି।

ଆଜି ଉଦ୍ୟୋଗ ସଂଘ ପ୍ରତିନିଧିଙ୍କୁ ଭେଟିବେ ଶକ୍ତିକାନ୍ତ

ଆଜି ଉଦ୍ୟୋଗ ସଂଘ ପ୍ରତିନିଧିଙ୍କୁ ଭେଟିବେ ଶକ୍ତିକାନ୍ତ

ମୁମ୍ବାଇ,୧୭-୧: ରିଜର୍ଭ ବ୍ୟାଙ୍କ ଗଭର୍ନର ଶକ୍ତିକାନ୍ତ ଦାସ ଗୁରୁବାର ଉଦ୍ୟୋଗ ଜଗତର ପ୍ରତିନିଧିତ୍ୱ କରୁଥିବା ଚାମ୍ବର୍ସ ଓ ସଂଘର ପ୍ରତିନିଧିମାନଙ୍କୁ ଭେଟିବେ ବୋଲି ବୁଧବାର ନିଜର ଟୁଇଟରରେ ସ୍ପଷ୍ଟ କରିଛନ୍ତି। 

ଆୟକର ରିଟର୍ନର ପରବର୍ତ୍ତୀ ପିଢ଼ି ପ୍ରଣାଳିକୁ  ଅନୁମୋଦନ; ଦିନକରେ ସରିବ ପ୍ରକ୍ରିୟା

ଆୟକର ରିଟର୍ନର ପରବର୍ତ୍ତୀ ପିଢ଼ି ପ୍ରଣାଳିକୁ ଅନୁମୋଦନ; ଦିନକରେ ସରିବ ପ୍ରକ୍ରିୟା

ନୂଆଦିଲ୍ଲୀ,୧୭-୧: ଆୟକର ବିବରଣୀର ଇ-ଫାଇଲିଂ, ଯାଞ୍ଚ ଓ ଟିକସ ରିଟର୍ନର ସମ୍ପୂର୍ଣ୍ଣ ପ୍ରକ୍ରିୟା ଆହୁରି ତ୍ୱରାନ୍ବିତ ତଥା ସୁଗମ ହେବାକୁ ଯାଉଛି। ଏଥିଲାଗି ପରବର୍ତ୍ତୀ ପିଢ଼ିର ପ୍ରଣାଳୀ ବିକଶିତ କରାଯିବ। ଫଳରେ ଗୋଟିଏ ଦିନ ଭିତରେ ଆୟକର ରିଟର୍ନ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବ। ଏ ସଂକ୍ରାନ୍ତରେ ଆଗତ ଏକ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛି। 

ବିଶ୍ୱବ୍ୟାଙ୍କର ପରବର୍ତ୍ତୀ ମୁଖ୍ୟ ହୋଇପାରନ୍ତି ଇନ୍ଦ୍ରା ନୁୟୀ

ବିଶ୍ୱବ୍ୟାଙ୍କର ପରବର୍ତ୍ତୀ ମୁଖ୍ୟ ହୋଇପାରନ୍ତି ଇନ୍ଦ୍ରା ନୁୟୀ

ନ୍ୟୁୟର୍କ/ନୂଆଦିଲ୍ଲୀ, ୧୬।୧: ପେପ୍ସିକୋର ପୂର୍ବତନ ସିଇଓ ଇନ୍ଦ୍ରା ନୁୟୀ ବିଶ୍ୱବ୍ୟାଙ୍କ୍‌ର ପରବର୍ତ୍ତୀ ମୁଖ୍ୟ ହୋଇପାରନ୍ତି ବୋଲି ଜଣାପଡିଛି। ଏହି ପଦବୀ ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ ଟ୍ରମ୍ଫଙ୍କ ଝିଅ ଇଭାଙ୍କା ଟ୍ରମ୍ଫ ଇନ୍ଦ୍ରାଙ୍କ ନାମ

ଅର୍ଥ ମନ୍ତ୍ରଣାଳୟର ଅଭିନବ ଉଦ୍ୟମ; ଟୁଇଟର ସିରିଜ ଜରିଆରେ ଶିଖାଇବ ବଜେଟ୍‌

ଅର୍ଥ ମନ୍ତ୍ରଣାଳୟର ଅଭିନବ ଉଦ୍ୟମ; ଟୁଇଟର ସିରିଜ ଜରିଆରେ ଶିଖାଇବ ବଜେଟ୍‌

ନୂଆଦିଲ୍ଲୀ,୧୬-୧: ବଜେଟ୍‌ ସମ୍ପର୍କରେ ଜନସାଧାରଣଙ୍କୁ ଶିକ୍ଷିତ କରିବା ଲାଗି କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଏକ ଅଭିନବ ଉଦ୍ୟମ ଆରମ୍ଭ ହୋଇଛି। 

ରପ୍ତାନିରେ ସାମାନ୍ୟ ବୃଦ୍ଧି; କମୁଛି ବାଣିଜ୍ୟ ନିଅଣ୍ଟ

ରପ୍ତାନିରେ ସାମାନ୍ୟ ବୃଦ୍ଧି; କମୁଛି ବାଣିଜ୍ୟ ନିଅଣ୍ଟ

ନୂଆଦିଲ୍ଲୀ,୧୬-୧: ଡିସେମ୍ବରେ ଦେଶର ରପ୍ତାନି ସାମାନ୍ୟ ୦.୩୪% ବୃଦ୍ଧି ପାଇ ୨୭.୯୩ ବିଲିୟନ ଡଲାରରେ ପହଞ୍ଚତ୍ଛିି। ଇଞ୍ଜିନିୟରିଂ, ରନତ୍ ଓ ଆଭୂଷଣ, ଚମଡା, ହାତ ତିଆରି ସୂତା ତଥା ଔଷଧର ରପ୍ତାନି ହ୍ରାସ ପାଇଛି। 

ଜେଟ୍‌ ଏୟାରଓ୍ବେଜରେ ନିବେଶ କରିବନି କାତାର

ଜେଟ୍‌ ଏୟାରଓ୍ବେଜରେ ନିବେଶ କରିବନି କାତାର

ମୁମ୍ବାଇ,୧୬-୧: ସଙ୍କଟଗ୍ରସ୍ତ ଜେଟ୍‌ ଏୟାରଓ୍ବେଜର ଅଂଶଧନ କିଣିବା ନାହିଁ ବୋଲି କାତାର  ଏୟାରଓ୍ବେଜ ସ୍ପଷ୍ଟ କରିଛି। 

ସାବଧାନ! ଓଟିପି ଜରିଆରେ ଆକାଉଣ୍ଟରୁ ଗାଏବ ହୋଇଯାଉଛି ଟଙ୍କା

ସାବଧାନ! ଓଟିପି ଜରିଆରେ ଆକାଉଣ୍ଟରୁ ଗାଏବ ହୋଇଯାଉଛି ଟଙ୍କା

ନୂଆଦିଲ୍ଲୀ,୧୬-୧: ହ୍ୟାକରମାନେ ଏବେ ଏକ ନୂଆ ପନ୍ଥା ଆପଣାଇ ଗ୍ରାହକଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଗାଏବ କରି ନେଉଛନ୍ତି। ବ୍ୟାଙ୍କ ଦ୍ୱାରା ପଠାଯାଉଥିବା ଓଟିପି(ଓ୍ବାନ୍‌ ଟାଇମ ପାସ୍‌ଓ୍ବର୍ଡ)କୁ ଏହି ହ୍ୟାକରମାନେ କୌଣସି ଉପାୟରେ କରାୟତ୍ତ କରି ଆକାଉଣ୍ଟରୁ ଟଙ୍କା ଚୋରାଇ ନେଉଛନ୍ତି।