ଜାତୀୟ |

୯ ଶହ ବର୍ଷ ମରୁଡ଼ି ଯୋଗୁ ଲୋପ ପାଇଥିଲା ସିନ୍ଧୁ ସଭ୍ୟତା

୯ ଶହ ବର୍ଷ ମରୁଡ଼ି ଯୋଗୁ ଲୋପ ପାଇଥିଲା ସିନ୍ଧୁ ସଭ୍ୟତା
ନୂଆଦିଲ୍ଲୀ, ୧୬।୪ : ଲଗାତର ୯ ଶହ ବର୍ଷ ଧରି ମରୁଡ଼ି ପଡିବା ଯୋଗୁ ସିନ୍ଧୁ ସଭ୍ୟତା ଲୋପ ପାଇଥିଲା। ଏନେଇ ଖଡ଼ଗପୁର ବୈଜ୍ଞାନିକ ଦଳ ତଥ୍ୟ ଭିତ୍ତିକ ରିପୋର୍ଟ ଉପସ୍ଥାପନ କରିଛନ୍ତି। ଏହି ରିପୋର୍ଟରେ ଦର୍ଶାଯାଇଛି ଯେ, ୪ ହଜାର ୩୫୦ ବର୍ଷ ପୁରୁଣା ସିନ୍ଧୁ ସଭ୍ୟତା ଜଳବାୟୁ ପରିବର୍ତ୍ତନ ଯୋଗୁ ପ୍ରଭାବିତ ହୋଇଥିଲା। ପରବର୍ତ୍ତୀ ସମୟରେ ଏଠାରେ ଦୀର୍ଘଦିନ ଧରି ବର୍ଷା ହୋଇ ନ ଥିଲା। ବୈଜ୍ଞାନିକ ଦଳ ସୂଚିତ କରିଛନ୍ତି ଯେ, ଖ୍ରୀଷ୍ଟପୂର୍ବ ୨,୩୫୦ ରୁ ୧,୪୫୦ ମଧ୍ୟରେ ଉତ୍ତରପଶ୍ଚିମ ହିମାଳୟ ଅଞ୍ଚଳରେ ମୌସୁମୀ ଦୁର୍ବଳ ହେବାରେ ଲାଗିଥିଲା। ଫଳରେ ସେଠାରେ କୌଣସି ଫସଲ ହୋଇପାରି ନ ଥିଲା। ଲୋକମାନେ ଖାଇବାକୁ ପାଇ ନ ଥିଲେ। ସେମାନେ ଗଙ୍ଗା-ଯମୁନା ଅବବାହିକା ଅଞ୍ଚଳକୁ ପଳାୟନ କରିଥିଲେ। ପୂର୍ବରୁ ଅନ୍ୟ ଏକ ରିପୋର୍ଟରେ ଦର୍ଶାଯାଇଥିଲା ଯେ, ସିନ୍ଧୁ ସଭ୍ୟତା ଅଞ୍ଚଳରେ ୨ ଶହ ବର୍ଷ ଧରି ମରୁଡ଼ି ଲାଗି ରହିଥିଲା। ତେବେ ଏହାକୁ ବୈଜ୍ଞାନିକ ଦଳ ମିଥ୍ୟା ବୋଲି ପ୍ରମାଣିତ କରିଛନ୍ତି।
All Right Reserved By

ଜାତୀୟ |

କୁମ୍ଭମେଳାରେ ଜଳ ଅର୍ପଣ କଲେ ରାଷ୍ଟ୍ରପତି

କୁମ୍ଭମେଳାରେ ଜଳ ଅର୍ପଣ କଲେ ରାଷ୍ଟ୍ରପତି

ପ୍ରୟାଗରାଜ,୧୭।୧: ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଚାଲିଥିବା ବିଶ୍ୱ ପ୍ରସିଦ୍ଧ କୁମ୍ଭମେଳାରେ ଗୁରୁବାର ଜଳ ଅର୍ପଣ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଗଙ୍ଗା ନଦୀ କୂଳରେ ରାଷ୍ଟ୍ରପତିଙ୍କ ସହ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଓ ରାଜ୍ୟପାଳ ରାମ ନାଏକ ପ୍ରମୁଖ ଜଳ ଅର୍ପଣ କରି ପୂଜା କରିଥିଲେ।

ବିବାହର ୩୮ ବର୍ଷ ପରେ ଏମିତି ହେବାର ଥିଲା: ନିତୁ ସିଂ

ବିବାହର ୩୮ ବର୍ଷ ପରେ ଏମିତି ହେବାର ଥିଲା: ନିତୁ ସିଂ

ମୁମ୍ବାଇ.୧୭।୧: ବଲିଉଡ୍‌ର ବିଗତ ଦିନର ନାୟିକା ନିତୁ ସିଂ ଏକ ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଆଉ ଏଥିରେ ସେ ଯେଉଁ ବାର୍ତ୍ତା ଲେଖିଛନ୍ତି ତାହା ଖୁବ୍‌ ହୃଦୟସ୍ପର୍ଶୀ। 

ବିୟର କମ୍ପାନୀ ବିଜ୍ଞାପନରେ ହିନ୍ଦୁ ଦେବାଦେବୀଙ୍କ ଫଟୋ: ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ  ଦାବୀ

ବିୟର କମ୍ପାନୀ ବିଜ୍ଞାପନରେ ହିନ୍ଦୁ ଦେବାଦେବୀଙ୍କ ଫଟୋ: ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଦାବୀ

ନୂଆଦିଲ୍ଲୀ/ବ୍ରିସ୍‌ବେନ୍‌,୧୭।୧: ଅଷ୍ଟ୍ରେଲିଆର ଏକ ବିୟର କମ୍ପାନୀ ଏହାର ବିଜ୍ଞାପନରେ ହିନ୍ଦୁ ଦେବାଦେବୀଙ୍କ ଫଟୋ  ବ୍ୟବହାର କରିଛି। ଏହାଦ୍ୱାରା ଏଠାରେ ଥିବା ହିନ୍ଦୁଙ୍କୁ ମାନସିକସ୍ତରରେ ଆଘାତ ଲାଗିଛି। 

ନୀତୀଶଙ୍କ ଶାସନରେ ଭୁଶୁଡ଼ି ପଡ଼ିଛି ସ୍ବାସ୍ଥ୍ୟ ସେବା: ସରକାରୀ ହସ୍ପିଟାଲରେ ରୋଗୀ ଶଯ୍ୟାରେ ବୁଲା କୁକୁର

ନୀତୀଶଙ୍କ ଶାସନରେ ଭୁଶୁଡ଼ି ପଡ଼ିଛି ସ୍ବାସ୍ଥ୍ୟ ସେବା: ସରକାରୀ ହସ୍ପିଟାଲରେ ରୋଗୀ ଶଯ୍ୟାରେ ବୁଲା କୁକୁର

ପାଟନା,୧୭।୧: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଶାସନରେ ସ୍ବାସ୍ଥ୍ୟ ସେବାର ଦୁର୍ଗତି ନେଇ ଅଭିଯୋଗ ହୋଇଛି। ସ୍ଥାନୀୟ ନାଓ୍ବାଡା ଜିଲା ସରକାରୀ ହସ୍ପିଟାଲରେ ସ୍ବାସ୍ଥ୍ୟ ସେବା ଭୁଶୁଡ଼ି ପଡ଼ିଛି।

ମୁମ୍ବାଇରେ ଖୋଲିବ ଡ୍ୟାନ୍ସ୍‌ବାର୍‌: ହେବନି ଟଙ୍କା ବର୍ଷା; ରାୟ ଦେଲେ ସୁପ୍ରିମ୍‌କୋର୍ଟ

ମୁମ୍ବାଇରେ ଖୋଲିବ ଡ୍ୟାନ୍ସ୍‌ବାର୍‌: ହେବନି ଟଙ୍କା ବର୍ଷା; ରାୟ ଦେଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୧୭।୧: ଡ୍ୟାନ୍ସ୍‌ବାର୍‌ ମାମଲାରେ ସୁପ୍ରିମ୍‌କୋର୍ଟ ଗୁରୁବାର ଦେଇଛନ୍ତି ଗୁରୁତ୍ୱପୂର୍ଣ୍ଣ ରାୟ। ମୁମ୍ବାଇରେ ଡ୍ୟାନ୍ସ୍‌ବାର୍‌ ଖୋଲାଯିବା ପାଇଁ କୌଣସି ବାରଣ ନାହିଁ ତେବେ ଏଠାରେ ଟଙ୍କା ବର୍ଷା କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ମନା କରିଛନ୍ତି। 

ହାଡଭଙ୍ଗା ଶୀତ: ୪୫ ଦିନରେ ଦିଲ୍ଲୀରେ ୩ଶହରୁ ଊର୍ଦ୍ଧ୍ୱ ବାସହୀନଙ୍କ ମୃତ୍ୟୁ

ହାଡଭଙ୍ଗା ଶୀତ: ୪୫ ଦିନରେ ଦିଲ୍ଲୀରେ ୩ଶହରୁ ଊର୍ଦ୍ଧ୍ୱ ବାସହୀନଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୧୭।୧: ଚଳିତ ବର୍ଷର ହାଡଭଙ୍ଗା ଶୀତ ସମଗ୍ର ଦେଶକୁ ଏକ ପ୍ରକାର ଥରାଇ ଦେଇଛି କହିଲେ ଭୁଲ୍‌ ହେବନାହିଁ। ହେଲେ ରାଜଧାନୀ ଦିଲ୍ଲୀର ରାସ୍ତାକଡ଼ରେ ରହୁଥିବା ଲୋକଙ୍କ ପାଇଁ ଏହି ଥଣ୍ଡା ଯମିତି ଅଭିଶାପ ନେଇ ଆସିଛି।

ଜମ୍ମୁ-ଦିଲ୍ଲୀ ଦୂରନ୍ତୋ ଏକ୍ସପ୍ରେସ୍‌ରେ ଡକାୟତି

ଜମ୍ମୁ-ଦିଲ୍ଲୀ ଦୂରନ୍ତୋ ଏକ୍ସପ୍ରେସ୍‌ରେ ଡକାୟତି

ନୂଆଦିଲ୍ଲୀ,୧୭।୧: ଜମ୍ମୁ-ଦିଲ୍ଲୀ ଦୂରନ୍ତୋ ଏକ୍ସପ୍ରେସ୍‌ରେ ଗୁରୁବାର ଭୋର୍‌ ୪ଟା ୨୦ରେ ଡକାୟତି ହୋଇଛି। ଟ୍ରେନ୍‌ର ବି-୩ ଏବଂ ବି-୭ ବଗିରେ ଦିଲ୍ଲୀ ସରାଇ ରୋହିଲା ଷ୍ଟେଶନ୍‌ଠାରେ ଏଭଳି କାଣ୍ଡ ଭିଆଇଛନ୍ତି ୧୦ରୁ୧୨ ଅଜଣା ବ୍ୟକ୍ତି। 

ମାୟାବତୀଙ୍କ ସହ ମଞ୍ଚ ଉପରେ ଥିବା ଯୁବକଙ୍କୁ ନେଇ ଉଠୁଛି ପ୍ରଶ୍ନ

ମାୟାବତୀଙ୍କ ସହ ମଞ୍ଚ ଉପରେ ଥିବା ଯୁବକଙ୍କୁ ନେଇ ଉଠୁଛି ପ୍ରଶ୍ନ

ଲକ୍ଷ୍ନୌ,୧୭।୧: ଉତ୍ତର ପ୍ରଦେଶରେ ଗତ ଏକ ସପ୍ତାହ ହେବ ଭାଜପା ବିରୋଧରେ ମେଣ୍ଟ କରିଛି ବିଏସ୍‌ପି ଓ ଏସ୍‌ପି। ଏହାକୁ ନେଇ କିଛି ଫଟୋ ମଧ୍ୟ ସାମ୍ନାକୁ ଆସିଛି। ବିଏସ୍‌ପି ମୁଖ୍ୟ ମାୟବତୀ ଓ ଏସ୍‌ପି ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ସହ ମଞ୍ଚ ଉପରେ ଆଉ ଗୋଟିଏ ନୂଆ ମୁହଁ ଦେଖିବାକୁ ମିଳୁଛି।

ବିପଦକୁ ନିଘା ନାହିଁ: ଭୂକମ୍ପ ଜୋନ୍‌ରେ  ଦେଶର ୩୮ ସହର

ବିପଦକୁ ନିଘା ନାହିଁ: ଭୂକମ୍ପ ଜୋନ୍‌ରେ ଦେଶର ୩୮ ସହର

ନୂଆଦିଲ୍ଲୀ,୧୭।୧: ଦେଶର ୩୮ଟି ସହର ଭୂକମ୍ପ ଜୋନ୍‌ରେ ରହିଛି। ଏସବୁ ସହରକୁ ଭୂକମ୍ପ ପ୍ରବଣ ଜୋନ୍‌-୫ ଭାବେ ସୂଚିତ କରାଯାଇଛି। ସେହିପରି ୬୦ ପ୍ରତିଶତ ଭୂଭାଗ ଅସୁରକ୍ଷିତ ବୋଲି ପ୍ରକାଶିତ ଏକ ରିପୋର୍ଟରେ ଦର୍ଶାଯାଇଛି। 

ଆଗକୁ ନିର୍ବାଚନ: ଏବେଠାରୁ ଭାଜପା  ନେତା ରୋଗଗ୍ରସ୍ତ

ଆଗକୁ ନିର୍ବାଚନ: ଏବେଠାରୁ ଭାଜପା ନେତା ରୋଗଗ୍ରସ୍ତ

ନୂଆଦିଲ୍ଲୀ,୧୭।୧: ଆଗକୁ ଅଛି ନିର୍ବାଚନ। କେନ୍ଦ୍ରରେ ଥିବା ଶାସକ ଭାଜପା ପାଇଁ ୨୦୧୯ ପରୀକ୍ଷାର ସମୟ। ହେଲେ କିଛିଦିନ ହେବ ଭାଜପାର କେତେଜଣ ବରିଷ୍ଠ ନେତା ରୋଗଗ୍ରସ୍ତ ହୋଇପଡିଛନ୍ତି।

ଥରିଲା ନିକୋବର: ସୁନାମୀ ଆଶଙ୍କା ନାହିଁ

ଥରିଲା ନିକୋବର: ସୁନାମୀ ଆଶଙ୍କା ନାହିଁ

ନୂଆଦିଲ୍ଲୀ, ୧୭।୧: ଆଣ୍ଡାମାନ-ନିକୋବର ଦୀପରେ ଗୁରୁବାର ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬ ଥିଲା ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। 

ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଇସ୍ତଫା ନେଇ ଗୁଜବ: ବଣ୍ଟାଗଲା ନକଲି ଖବର କାଗଜ

ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଇସ୍ତଫା ନେଇ ଗୁଜବ: ବଣ୍ଟାଗଲା ନକଲି ଖବର କାଗଜ

ନୂଆଦିଲ୍ଲୀ/ଓ୍ବାଶିଂଟନ, ୧୭।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଇସ୍ତଫା ଦେଇଥିବା ନେଇ ଗୁଜବ ସୃଷ୍ଟି ହୋଇଛି। ଏନେଇ ଓ୍ବାଶିଂଟନ ପୋଷ୍ଟର ନକଲି ଖବର କାଗଜ ହ୍ବାଇଟ୍‌ ହାଉସ୍‌ ବାହାରେ ବଣ୍ଟା ହୋଇଛି।