
କେନ୍ଦୁଝର,୧୬।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ଭଗାମୁଣ୍ଡା ପଞ୍ଚାୟତ ଚାନ୍ଦପଶି ଗ୍ରାମର ବିଞ୍ଜାର ମାଝିଙ୍କ ପୁଅ ଜଗା ମାଝି(୨୨) ତୀର ମାଡରେ ଗୁରୁତର ହେଇଛନ୍ତି। ସୂଚନା ମୁତାବକ, ଗତ କିଛିଦିନ ହେବ କୌଣସି କାରଣକୁ ବିଞ୍ଜାରଙ୍କ ସହ ଭାଇ ବୀର ମାଝିଙ୍କ ଘରୋଇ ବିବାଦ ଲାଗିରହିଥିଲା। ଏ ନେଇ ରବିବାର ସକାଳେ ବୀର ଓ ଜଗାଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ସନ୍ଧ୍ୟାରେ ବୀର ରାଗରେ ଜଗାଙ୍କୁ ତୀର ମାରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ପରିବାର ଲୋକେ ହରିଚନ୍ଦନପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।