ଜାତୀୟ |

ସ୍ବତନ୍ତ୍ର ରାଜ୍ୟ ପାହ୍ୟା ତାତି: ୧୨ ଘଣ୍ଟିଆ ଆନ୍ଧ୍ରପ୍ରଦେଶ ବନ୍ଦ

ସ୍ବତନ୍ତ୍ର ରାଜ୍ୟ ପାହ୍ୟା ତାତି: ୧୨ ଘଣ୍ଟିଆ ଆନ୍ଧ୍ରପ୍ରଦେଶ ବନ୍ଦ
ହାଇଦ୍ରାବାଦ୍‌, ୧୬।୪ : ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦାବୀ ନେଇ ସୋମବାର ୧୨ଘଣ୍ଟିଆ ଆନ୍ଧ୍ରପ୍ରଦେଶ ବନ୍ଦ ଆରମ୍ଭ ହୋଇଛି। ଆନ୍ଧ୍ରପ୍ରଦେଶ ପ୍ରତ୍ୟେକା ହୋଦା ସାଧନ ସମିତି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ବନ୍ଦକୁ ଓ୍ବାଇଏସ୍‌ଆର୍‌ସିପି, ଜନସେନା, କଂଗ୍ରେସ ତଥା ବାମପନ୍ଥୀ ଦଳ ପକ୍ଷରୁ ସମର୍ଥନ କରାଯାଇଛି। ବନ୍ଦ ଯୋଗୁ ରାଜ୍ୟରେ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି। କେନ୍ଦ୍ର ଉପରେ ଚାପ ପକାଇବା ପାଇଁ ଏପରି କରାଯାଉଥିବା ରାଜନୈତିକ ନେତୃବୃନ୍ଦ ସୂଚିତ କରିଛନ୍ତି। ବାମପନ୍ଥୀ ଦଳ ପକ୍ଷରୁ କଲିକତା-ମାଡ୍ରାସ୍‌ ୧୬ ନମ୍ବର ଜାତୀୟ ରାଜପଥକୁ ବନ୍ଦ କରାଯାଇଛି। ତେବେ ଆନ୍ଧ୍ରପ୍ରଦେଶକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ପାଇଁ ଦାବୀ କରୁଥିବା ତେଲୁଗୁ ଦେଶମ୍‌ ପାର୍ଟି ପକ୍ଷରୁ ବନ୍ଦକୁ ବିରୋଧ କରାଯାଇଛି। ରାଜ୍ୟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।
All Right Reserved By

ଜାତୀୟ |

କୁମ୍ଭମେଳାରେ ଜଳ ଅର୍ପଣ କଲେ ରାଷ୍ଟ୍ରପତି

କୁମ୍ଭମେଳାରେ ଜଳ ଅର୍ପଣ କଲେ ରାଷ୍ଟ୍ରପତି

ପ୍ରୟାଗରାଜ,୧୭।୧: ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଚାଲିଥିବା ବିଶ୍ୱ ପ୍ରସିଦ୍ଧ କୁମ୍ଭମେଳାରେ ଗୁରୁବାର ଜଳ ଅର୍ପଣ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଗଙ୍ଗା ନଦୀ କୂଳରେ ରାଷ୍ଟ୍ରପତିଙ୍କ ସହ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଓ ରାଜ୍ୟପାଳ ରାମ ନାଏକ ପ୍ରମୁଖ ଜଳ ଅର୍ପଣ କରି ପୂଜା କରିଥିଲେ।

ବିବାହର ୩୮ ବର୍ଷ ପରେ ଏମିତି ହେବାର ଥିଲା: ନିତୁ ସିଂ

ବିବାହର ୩୮ ବର୍ଷ ପରେ ଏମିତି ହେବାର ଥିଲା: ନିତୁ ସିଂ

ମୁମ୍ବାଇ.୧୭।୧: ବଲିଉଡ୍‌ର ବିଗତ ଦିନର ନାୟିକା ନିତୁ ସିଂ ଏକ ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଆଉ ଏଥିରେ ସେ ଯେଉଁ ବାର୍ତ୍ତା ଲେଖିଛନ୍ତି ତାହା ଖୁବ୍‌ ହୃଦୟସ୍ପର୍ଶୀ। 

ବିୟର କମ୍ପାନୀ ବିଜ୍ଞାପନରେ ହିନ୍ଦୁ ଦେବାଦେବୀଙ୍କ ଫଟୋ: ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ  ଦାବୀ

ବିୟର କମ୍ପାନୀ ବିଜ୍ଞାପନରେ ହିନ୍ଦୁ ଦେବାଦେବୀଙ୍କ ଫଟୋ: ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଦାବୀ

ନୂଆଦିଲ୍ଲୀ/ବ୍ରିସ୍‌ବେନ୍‌,୧୭।୧: ଅଷ୍ଟ୍ରେଲିଆର ଏକ ବିୟର କମ୍ପାନୀ ଏହାର ବିଜ୍ଞାପନରେ ହିନ୍ଦୁ ଦେବାଦେବୀଙ୍କ ଫଟୋ  ବ୍ୟବହାର କରିଛି। ଏହାଦ୍ୱାରା ଏଠାରେ ଥିବା ହିନ୍ଦୁଙ୍କୁ ମାନସିକସ୍ତରରେ ଆଘାତ ଲାଗିଛି। 

ନୀତୀଶଙ୍କ ଶାସନରେ ଭୁଶୁଡ଼ି ପଡ଼ିଛି ସ୍ବାସ୍ଥ୍ୟ ସେବା: ସରକାରୀ ହସ୍ପିଟାଲରେ ରୋଗୀ ଶଯ୍ୟାରେ ବୁଲା କୁକୁର

ନୀତୀଶଙ୍କ ଶାସନରେ ଭୁଶୁଡ଼ି ପଡ଼ିଛି ସ୍ବାସ୍ଥ୍ୟ ସେବା: ସରକାରୀ ହସ୍ପିଟାଲରେ ରୋଗୀ ଶଯ୍ୟାରେ ବୁଲା କୁକୁର

ପାଟନା,୧୭।୧: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଶାସନରେ ସ୍ବାସ୍ଥ୍ୟ ସେବାର ଦୁର୍ଗତି ନେଇ ଅଭିଯୋଗ ହୋଇଛି। ସ୍ଥାନୀୟ ନାଓ୍ବାଡା ଜିଲା ସରକାରୀ ହସ୍ପିଟାଲରେ ସ୍ବାସ୍ଥ୍ୟ ସେବା ଭୁଶୁଡ଼ି ପଡ଼ିଛି।

ମୁମ୍ବାଇରେ ଖୋଲିବ ଡ୍ୟାନ୍ସ୍‌ବାର୍‌: ହେବନି ଟଙ୍କା ବର୍ଷା; ରାୟ ଦେଲେ ସୁପ୍ରିମ୍‌କୋର୍ଟ

ମୁମ୍ବାଇରେ ଖୋଲିବ ଡ୍ୟାନ୍ସ୍‌ବାର୍‌: ହେବନି ଟଙ୍କା ବର୍ଷା; ରାୟ ଦେଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୧୭।୧: ଡ୍ୟାନ୍ସ୍‌ବାର୍‌ ମାମଲାରେ ସୁପ୍ରିମ୍‌କୋର୍ଟ ଗୁରୁବାର ଦେଇଛନ୍ତି ଗୁରୁତ୍ୱପୂର୍ଣ୍ଣ ରାୟ। ମୁମ୍ବାଇରେ ଡ୍ୟାନ୍ସ୍‌ବାର୍‌ ଖୋଲାଯିବା ପାଇଁ କୌଣସି ବାରଣ ନାହିଁ ତେବେ ଏଠାରେ ଟଙ୍କା ବର୍ଷା କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ମନା କରିଛନ୍ତି। 

ହାଡଭଙ୍ଗା ଶୀତ: ୪୫ ଦିନରେ ଦିଲ୍ଲୀରେ ୩ଶହରୁ ଊର୍ଦ୍ଧ୍ୱ ବାସହୀନଙ୍କ ମୃତ୍ୟୁ

ହାଡଭଙ୍ଗା ଶୀତ: ୪୫ ଦିନରେ ଦିଲ୍ଲୀରେ ୩ଶହରୁ ଊର୍ଦ୍ଧ୍ୱ ବାସହୀନଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୧୭।୧: ଚଳିତ ବର୍ଷର ହାଡଭଙ୍ଗା ଶୀତ ସମଗ୍ର ଦେଶକୁ ଏକ ପ୍ରକାର ଥରାଇ ଦେଇଛି କହିଲେ ଭୁଲ୍‌ ହେବନାହିଁ। ହେଲେ ରାଜଧାନୀ ଦିଲ୍ଲୀର ରାସ୍ତାକଡ଼ରେ ରହୁଥିବା ଲୋକଙ୍କ ପାଇଁ ଏହି ଥଣ୍ଡା ଯମିତି ଅଭିଶାପ ନେଇ ଆସିଛି।

ଜମ୍ମୁ-ଦିଲ୍ଲୀ ଦୂରନ୍ତୋ ଏକ୍ସପ୍ରେସ୍‌ରେ ଡକାୟତି

ଜମ୍ମୁ-ଦିଲ୍ଲୀ ଦୂରନ୍ତୋ ଏକ୍ସପ୍ରେସ୍‌ରେ ଡକାୟତି

ନୂଆଦିଲ୍ଲୀ,୧୭।୧: ଜମ୍ମୁ-ଦିଲ୍ଲୀ ଦୂରନ୍ତୋ ଏକ୍ସପ୍ରେସ୍‌ରେ ଗୁରୁବାର ଭୋର୍‌ ୪ଟା ୨୦ରେ ଡକାୟତି ହୋଇଛି। ଟ୍ରେନ୍‌ର ବି-୩ ଏବଂ ବି-୭ ବଗିରେ ଦିଲ୍ଲୀ ସରାଇ ରୋହିଲା ଷ୍ଟେଶନ୍‌ଠାରେ ଏଭଳି କାଣ୍ଡ ଭିଆଇଛନ୍ତି ୧୦ରୁ୧୨ ଅଜଣା ବ୍ୟକ୍ତି। 

ମାୟାବତୀଙ୍କ ସହ ମଞ୍ଚ ଉପରେ ଥିବା ଯୁବକଙ୍କୁ ନେଇ ଉଠୁଛି ପ୍ରଶ୍ନ

ମାୟାବତୀଙ୍କ ସହ ମଞ୍ଚ ଉପରେ ଥିବା ଯୁବକଙ୍କୁ ନେଇ ଉଠୁଛି ପ୍ରଶ୍ନ

ଲକ୍ଷ୍ନୌ,୧୭।୧: ଉତ୍ତର ପ୍ରଦେଶରେ ଗତ ଏକ ସପ୍ତାହ ହେବ ଭାଜପା ବିରୋଧରେ ମେଣ୍ଟ କରିଛି ବିଏସ୍‌ପି ଓ ଏସ୍‌ପି। ଏହାକୁ ନେଇ କିଛି ଫଟୋ ମଧ୍ୟ ସାମ୍ନାକୁ ଆସିଛି। ବିଏସ୍‌ପି ମୁଖ୍ୟ ମାୟବତୀ ଓ ଏସ୍‌ପି ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ସହ ମଞ୍ଚ ଉପରେ ଆଉ ଗୋଟିଏ ନୂଆ ମୁହଁ ଦେଖିବାକୁ ମିଳୁଛି।

ବିପଦକୁ ନିଘା ନାହିଁ: ଭୂକମ୍ପ ଜୋନ୍‌ରେ  ଦେଶର ୩୮ ସହର

ବିପଦକୁ ନିଘା ନାହିଁ: ଭୂକମ୍ପ ଜୋନ୍‌ରେ ଦେଶର ୩୮ ସହର

ନୂଆଦିଲ୍ଲୀ,୧୭।୧: ଦେଶର ୩୮ଟି ସହର ଭୂକମ୍ପ ଜୋନ୍‌ରେ ରହିଛି। ଏସବୁ ସହରକୁ ଭୂକମ୍ପ ପ୍ରବଣ ଜୋନ୍‌-୫ ଭାବେ ସୂଚିତ କରାଯାଇଛି। ସେହିପରି ୬୦ ପ୍ରତିଶତ ଭୂଭାଗ ଅସୁରକ୍ଷିତ ବୋଲି ପ୍ରକାଶିତ ଏକ ରିପୋର୍ଟରେ ଦର୍ଶାଯାଇଛି। 

ଆଗକୁ ନିର୍ବାଚନ: ଏବେଠାରୁ ଭାଜପା  ନେତା ରୋଗଗ୍ରସ୍ତ

ଆଗକୁ ନିର୍ବାଚନ: ଏବେଠାରୁ ଭାଜପା ନେତା ରୋଗଗ୍ରସ୍ତ

ନୂଆଦିଲ୍ଲୀ,୧୭।୧: ଆଗକୁ ଅଛି ନିର୍ବାଚନ। କେନ୍ଦ୍ରରେ ଥିବା ଶାସକ ଭାଜପା ପାଇଁ ୨୦୧୯ ପରୀକ୍ଷାର ସମୟ। ହେଲେ କିଛିଦିନ ହେବ ଭାଜପାର କେତେଜଣ ବରିଷ୍ଠ ନେତା ରୋଗଗ୍ରସ୍ତ ହୋଇପଡିଛନ୍ତି।

ଥରିଲା ନିକୋବର: ସୁନାମୀ ଆଶଙ୍କା ନାହିଁ

ଥରିଲା ନିକୋବର: ସୁନାମୀ ଆଶଙ୍କା ନାହିଁ

ନୂଆଦିଲ୍ଲୀ, ୧୭।୧: ଆଣ୍ଡାମାନ-ନିକୋବର ଦୀପରେ ଗୁରୁବାର ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬ ଥିଲା ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। 

ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଇସ୍ତଫା ନେଇ ଗୁଜବ: ବଣ୍ଟାଗଲା ନକଲି ଖବର କାଗଜ

ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଇସ୍ତଫା ନେଇ ଗୁଜବ: ବଣ୍ଟାଗଲା ନକଲି ଖବର କାଗଜ

ନୂଆଦିଲ୍ଲୀ/ଓ୍ବାଶିଂଟନ, ୧୭।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଇସ୍ତଫା ଦେଇଥିବା ନେଇ ଗୁଜବ ସୃଷ୍ଟି ହୋଇଛି। ଏନେଇ ଓ୍ବାଶିଂଟନ ପୋଷ୍ଟର ନକଲି ଖବର କାଗଜ ହ୍ବାଇଟ୍‌ ହାଉସ୍‌ ବାହାରେ ବଣ୍ଟା ହୋଇଛି।