ଜାତୀୟ |

ଅସ୍ଥା ଭୋଟରେ ଜିତିଲେ ନୀତୀଶ

ଅସ୍ଥା ଭୋଟରେ ଜିତିଲେ ନୀତୀଶ

ପାଟନା, ୨୮।୭: ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆସ୍ଥା ଭୋଟରେ ଶୁକ୍ରବାର ବିଜୟୀ ହୋଇଛନ୍ତି। ବିହାର ବିଧାନସଭାରେ ଗୃହର ସଦସ୍ୟ ସଂଖ୍ୟା ୨୪୩ ଥିବାବେଳେ ନୀତୀଶଙ୍କ ସପକ୍ଷରେ ୧୩୧ ଏବଂ ବିପକ୍ଷରେ ୧୦୮ ଭୋଟ ମିଳିଛି। ଗୁରୁବାର ନୀତୀଶ ଭାଜପା-ଜେଡିୟୁ ମେଣ୍ଟର ନେତା ନିର୍ବାଚିତ ହୋଇ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ନୀତୀଶ କୁମାରଙ୍କ ସରକାର ଗଠନକୁ ନେଇ ଆରଜେଡି ଓ କଂଗ୍ରେସ ପକ୍ଷରୁ ବିରୋଧ କରାଯିବା ସହ ବିଧାନସଭା ବାହାରେ ଧାରଣା ପ୍ରଦର୍ଶନ କରାଯାଇଥିଲା । ଅନ୍ୟପକ୍ଷରେ ବିଧାନ ସଭାରେ ଉପସ୍ଥିତ ଥିବା ପୂର୍ବ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ନୀତୀଶଙ୍କ ମୁଖ୍ୟମନ୍ତ୍ରୀତ୍ୱକୁ ବିରୋଧ କରିବା ସହ କହିଥିଲେ, ଆମକୁ ବିଜେପି ବିରୋଧରେ ସରକାର ଗଢିବା ପାଇଁ ଜନମତ ମିଳିଥିଲା । ନୀତୀଶ ଆରଜେଡି-ଜେଡିୟୁ ମହାମେଣ୍ଟରୁ ଓହରି ବିଜେପି ସହିତ ମିଶି ସରକାର ଗଠନ କରିବା ଦ୍ୱାରା ବିହାରର ଜନସାଧାରଣଙ୍କ ସହ ବିଶ୍ୱାସ ଘାତକତା କରିଛନ୍ତି । ଏହା ଗଣତନ୍ତ୍ରର ବିରୋଧୀ ବୋଲି ତେଜସ୍ୱୀ କହିଛନ୍ତି।

All Right Reserved By

ଜାତୀୟ |

ବିମାନରେ ୮ମାସର ଶିଶୁଙ୍କୁ ଲହୁ ଲୁହାଣ କଲେ ଛାରପୋକ

ବିମାନରେ ୮ମାସର ଶିଶୁଙ୍କୁ ଲହୁ ଲୁହାଣ କଲେ ଛାରପୋକ

ନୂଆଦିଲ୍ଲୀ,୨୨।୭: ନ୍ୟୁୟର୍କରୁ ମୁମ୍ବାଇ ଆସୁଥିବା ଏୟାର ଇଣ୍ଡିଆର ବିମାନରେ ଯାତ୍ରା କରୁଥିବା ଯାତ୍ରୀଙ୍କ ଅନୂଭୁତି ଶୁଣି ଯେ କେହି ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି। ନିକଟରେ ଏହାର ବିଜ୍‌ନେସ୍‌ କ୍ଲାସରେ ଯାତ୍ରା କରୁଥିବା ଜଣେ ୮ ମାସର ଶିଶୁଙ୍କୁ ଛାରପୋକ କାମୁଡି ଲହୁ ଲୁହାଣ କରିବା ପରେ ଏୟାର ଇଣ୍ଡିଆରେ ଯାତ୍ରା କେତେ ସୁରକ୍ଷିତ ତାହା ସହଜରେ ଅନୁମାନ କରାଯାଉଛି।

ଜାଲ୍‌ ଡିଗ୍ରୀକୁ ନେଇ ଅଡୁଆରେ ଆପ୍‌ ବିଧାୟକ

ଜାଲ୍‌ ଡିଗ୍ରୀକୁ ନେଇ ଅଡୁଆରେ ଆପ୍‌ ବିଧାୟକ

ନୂଆଦିଲ୍ଲୀ,୨୨।୭: ଆମ୍‌ ଆଦମି ପାର୍ଟି(ଆପ୍‌)ର ଜଣେ ବିଧାୟକ ଜାଲ୍‌ ଡିଗ୍ରୀକୁ ନେଇ ଏବେ ଅଡୁଆରେ ପଡିଛନ୍ତି। ଦିଲ୍ଲୀ ଗୋକୁଳପୁରର ବିଧାୟକ ଚୌଧୁରୀ ଫତେ ସିଂ ଜାଲ୍‌ ଡିଗ୍ରୀ ହାସଲ କରିଥିବା ଅଭିଯୋଗ ହୋଇଛି।

କୋଠା ଭୁଶୁଡି ୧ ମୃତ ୧୭ ଆହତ

କୋଠା ଭୁଶୁଡି ୧ ମୃତ ୧୭ ଆହତ

ଚେନ୍ନାଇ,୨୨।୭: ଚେନ୍ନାଇର ଗୋବିନ୍ଦସ୍ବାମୀ ନଗରରେ ଶନିବାର ଏକ ନିର୍ମାଣାଧୀନ ହସ୍ପିଟାଲ କୋଠା ଭୁଶୁଡି ପଡିବା ଫଳରେ ଜଣଙ୍କର ମୃତ୍ୟୁ ହେବା ସହ ପାଖାପାଖି ୧୭ ଜଣ ଆହତ ହୋଇଛନ୍ତି।

୧୨ ମାସରେ ମହାରାଷ୍ଟ୍ରରେ ୧୯ ହଜାରରୁ ଅଧିକ ଶିଶୁଙ୍କ ମୃତ୍ୟୁ ଘଟିଛି

୧୨ ମାସରେ ମହାରାଷ୍ଟ୍ରରେ ୧୯ ହଜାରରୁ ଅଧିକ ଶିଶୁଙ୍କ ମୃତ୍ୟୁ ଘଟିଛି

ବମ୍ବେ,୨୨।୭: ଗତ ୧୨ ମାସ ମଧ୍ୟରେ ମହାରାଷ୍ଟ୍ରରେ ୧୯ ହଜାରରୁ ଅଧିକ ଶିଶୁଙ୍କ ମୃତ୍ୟୁ ଘଟିଛି। ଏନେଇ ସ୍ବାସ୍ଥ୍ୟ ମନ୍ତ୍ରୀ ଦୀପକ ସାଓ୍ବନ୍ତ ସୂଚିତ କରିଛନ୍ତି। ରାଜ୍ୟରେ ୨୦୧୭ ଏପ୍ରିଲ୍‌ଠାରୁ ୨୦୧୮ ମାର୍ଚ୍ଚ ମଧ୍ୟରେ ୧୯,୭୯୯ ଜଣ ଶିଶୁଙ୍କ ମୃତ୍ୟୁ ବିଭିନ୍ନ କାରଣରୁ ଘଟିଛି।

କଶ୍ମୀର ପରମ୍ପରାରେ ବିବାହ କଲେ ପୋଲାଣ୍ଡ ଦମ୍ପତି

କଶ୍ମୀର ପରମ୍ପରାରେ ବିବାହ କଲେ ପୋଲାଣ୍ଡ ଦମ୍ପତି

ଶ୍ରୀନଗର,୨୨।୭: କଶ୍ମୀରର ସଂସ୍କୃତି ପ୍ରତି ଆକୃଷ୍ଟ ହୋଇ ପୋଲାଣ୍ଡର ଦମ୍ପତି ପୁଣିଥରେ ବିବାହ କରିଛନ୍ତି। ଝେଲମ୍‌ ନଦୀ କୂଳରେ ସମ୍ପୂର୍ଣ୍ଣ କଶ୍ମୀର ପରମ୍ପରାରେ ଏହି ବିବାହ ଉତ୍ସବ ଅନୁଷ୍ଠିତ ହୋଇଛି।

ଅନୁପ୍ରବେଶ ଉଦ୍ୟମ ପଣ୍ଡ: ଜଣେ ନିହତ

ଅନୁପ୍ରବେଶ ଉଦ୍ୟମ ପଣ୍ଡ: ଜଣେ ନିହତ

ଶ୍ରୀନଗର,୨୨।୭: ଜମ୍ମୁ-କଶ୍ମୀର କାଠୁଅ ଜିଲାରେ ଏକ ଅନୁପ୍ରବେଶ ଉଦ୍ୟମ ରବିବାର ପଣ୍ଡ ହୋଇଛି।

ଲାଲ୍‌ କିଲ୍ଲା ମ୍ୟୁଜିୟମ୍‌ରେ ପର୍ଯ୍ୟଟକ ଶୁଣିବେ ୧୮୫୭ ବିଦ୍ରୋହର କାହାଣୀ

ଲାଲ୍‌ କିଲ୍ଲା ମ୍ୟୁଜିୟମ୍‌ରେ ପର୍ଯ୍ୟଟକ ଶୁଣିବେ ୧୮୫୭ ବିଦ୍ରୋହର କାହାଣୀ

ନୂଆଦିଲ୍ଲୀ,୨୨।୭: ଏଣିକି ଲାଲ୍‌କିଲ୍ଲା ପରିସରରେ ଥିବା ମ୍ୟୁଜିୟମ୍‌ରେ ପର୍ଯ୍ୟଟକଙ୍କୁ ୧୮୫୭ ସିପାହୀ ବିଦ୍ରୋହର କାହାଣୀ ସମ୍ପର୍କରେ ଅବଗତ କରାଯିବ। ସ୍ବାଧୀନତା ସଂଗ୍ରାମରେ କିପରି ଶେଷ ମୋଗଲ ସମ୍ରାଟ ବାହାଦୂର ଶାହ ଜାଫର୍‌ ବନ୍ଦୀ ହୋଇ ଦେଶ ମାତୃକାକୁ ଝୁରି ଝୁରି ପ୍ରାଣତ୍ୟାଗ କରିଛନ୍ତି ସେ ସମ୍ପର୍କରେ ପର୍ଯ୍ୟଟକଙ୍କୁ ଦିଆଯିବ ବିବରଣୀ।

ପ୍ରତି ଅପରାଧ ପାଇଁ ଶିଶୁଙ୍କୁ ଦଣ୍ଡଦେବା ଅନୁଚିତ

ପ୍ରତି ଅପରାଧ ପାଇଁ ଶିଶୁଙ୍କୁ ଦଣ୍ଡଦେବା ଅନୁଚିତ

ଭୋପାଳ,୨୨।୭: ପ୍ରତି ଅପରାଧ ଲାଗି ଶିଶୁଙ୍କ ପ୍ରତି ଦଣ୍ଡବିଧାନ କରାଯିବା ଅନୁଚିତ। ଅପରାଧ ସ୍ବୀକାର କରିବାପରେ ତାକୁ ଅଯଥା ଦେଣ୍ଡ ଦେବାର ଆବଶ୍ୟକତା ନାହିଁ।

ଦେଶର ପ୍ରଥମ ଗୁଗୁଲ ସ୍କୁଲ: ଅନ୍‌ଲାଇନରେ ପାଠପଢ଼ା ଓ ହୋମ୍‌ଓ୍ବାର୍କ

ଦେଶର ପ୍ରଥମ ଗୁଗୁଲ ସ୍କୁଲ: ଅନ୍‌ଲାଇନରେ ପାଠପଢ଼ା ଓ ହୋମ୍‌ଓ୍ବାର୍କ

ଅହମ୍ମଦାବାଦ୍‌,୨୨।୭: ଗୁଜରାଟ ଅହମ୍ମଦାବାଦ୍‌ ସ୍ଥିତ ଚାନ୍ଦଲୋଡ଼ିଆ ଗାଁରେ ଆରମ୍ଭ ହୋଇଛି ଦେଶର ପ୍ରଥମ ଗୁଗୁଲ ସ୍କୁଲ। ଏଠାରେ ଛାତ୍ରୀଛାତ୍ରଙ୍କୁ ଅନ୍‌ ଲାଇନ୍‌ରେ ପାଠପଢ଼ା, ହୋମ୍‌ଓ୍ବାର୍କ ଆଦି ଦିଆଯାଉଛି। ପରୀକ୍ଷା ମଧ୍ୟ ଅନ୍‌ଲାଇନ୍‌ରେ ହେଉଛି।

କୁଲଗାମ୍‌ ଏନ୍‌କାଉଣ୍ଟର: ୩ ଆତଙ୍କବାଦୀ ମୃତ

କୁଲଗାମ୍‌ ଏନ୍‌କାଉଣ୍ଟର: ୩ ଆତଙ୍କବାଦୀ ମୃତ

ଶ୍ରୀନଗର ୨୨।୭: ଜମ୍ମୁ-କଶ୍ମୀର କୁଲଗାମ୍‌ ଖୁଦଓ୍ବାନୀ ଅଞ୍ଚଳରେ ମିଳିତ ସୁରକ୍ଷା ବଳ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ସ୍ଥାନୀୟ ଓ୍ବାନି ମୋହଲାରେ କିଛି ଆତଙ୍କବାଦୀ ଲୁଚିଥିବା ଖବର ପାଇ ସୁରକ୍ଷାବଳ ସମଗ୍ର ଅଞ୍ଚଳକୁ ଘେରି ଯାଇଥିଲେ।

ଭାଜପା ଲୋକଙ୍କ ମଧ୍ୟରେ ତାଲିବାନୀଙ୍କୁ ସୃଷ୍ଟି କରୁଛି:  ମମତା ବାନାର୍ଜୀ

ଭାଜପା ଲୋକଙ୍କ ମଧ୍ୟରେ ତାଲିବାନୀଙ୍କୁ ସୃଷ୍ଟି କରୁଛି: ମମତା ବାନାର୍ଜୀ

କୋଲକାତା,୨୧।୭: ଶହୀଦ ଦିବସ ପାଳନ ଅବସରରେ ତୃଣମୂଳ କଂଗ୍ରେସ ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶନିବାର ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, କେନ୍ଦ୍ରର ଭାଜପା ସରକାର ଲୋକଙ୍କ ମଧ୍ୟରେ ତାଲିବାନୀଙ୍କୁ ସୃଷ୍ଟି କରୁଛି।

ରାହୁଲଙ୍କୁ ମୋଦିଙ୍କ କଟାକ୍ଷ: ଅନାସ୍ଥାର କାରଣ ପଚାରିବାରୁ ମୋତେ ଆଲିଙ୍ଗନ କଲେ

ରାହୁଲଙ୍କୁ ମୋଦିଙ୍କ କଟାକ୍ଷ: ଅନାସ୍ଥାର କାରଣ ପଚାରିବାରୁ ମୋତେ ଆଲିଙ୍ଗନ କଲେ

ଶାହାଜହାଁପୁର,୨୧।୭: ପ୍ରଧନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ପୁଣି ଥରେ ଉତ୍ତର ପ୍ରଦେଶ ଗସ୍ତ କରିଛନ୍ତି। ଶନିବାର ଶାହାଜହାଁପୁରରେ ପହଞ୍ଚି ଏକ କୃଷକ ସମାବେଶକୁ ସମ୍ବୋଧିତ କରିଛନ୍ତି ମୋଦି। ଏହି ଅବସରରେ ସେ ବିରୋଧୀଙ୍କ ମହାମେଣ୍ଟକୁ କଟାକ୍ଷ କରି କହିଛନ୍ତି,

Watch Live Broadcast of Rath Yatra Puri, Odisha Here

Model This Week

ରୂପେଶ