ମେଟ୍ରୋ |

ସରପଞ୍ଚ- ସମିତି ସଭ୍ୟ ସଂଘ ଧାରଣା

ସରପଞ୍ଚ- ସମିତି ସଭ୍ୟ ସଂଘ ଧାରଣା

କଟକ ସଦର,୧୬।୪(ଡି.ଏନ୍‌.ଏ.): କଟକ ସଦର ବ୍ଲକ ପ୍ରଶାସନର ମନମୁଖି କାର୍ଯ୍ୟ ଓ ନିଷ୍କ୍ରିୟତା ପ୍ରତିବାଦରେ ସରପଞ୍ଚ ଓ ସମିତି ସଭ୍ୟ ସଂଘ ପକ୍ଷରୁ ବ୍ଲକ ଫାଟକ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଧାରଣା ଦିଆଯାଇଛି। ଏହି ଧାରଣା ମୁଖ୍ୟତଃ ବିଧାୟକ ଓ ମନ୍ତ୍ରୀଙ୍କ ମନମୁଖି କାର୍ଯ୍ୟକୁ ନିନ୍ଦା କରି କରାଯାଇଛି ବୋଲି ସରପଞ୍ଚ ସଂଘର କାର୍ଯ୍ୟକାରୀ ସଭାପତି ଯତୀନ ରାଉଳ ଓ ସମିତି ସଭ୍ୟ ସଂଘର ସଭାପତି ପ୍ରଭାକର ବେହେରା କହିଛନ୍ତି।

All Right Reserved By

ମେଟ୍ରୋ |

ଶେଷହେଲା ପହଣ୍ଡି: ନନ୍ଦିଘୋଷକୁ ବିଜେକଲେ କଳାଠାକୁର

ଶେଷହେଲା ପହଣ୍ଡି: ନନ୍ଦିଘୋଷକୁ ବିଜେକଲେ କଳାଠାକୁର

ପୁରୀ ଅଫିସ,୨୨।୭: ଧାଡ଼ି ପହଣ୍ଡିରେ ଆସି ସୁଦର୍ଶନଙ୍କ ସମେତ ତିନି ଠାକୁର ରଥାରୂଢ଼ ହୋଇଛନ୍ତି। ପୂର୍ବାହ୍ନ ୧୧ଟା୨୦ରେ ଶ୍ରୀଜଗନ୍ନାଥ ନନ୍ଦିଘୋଷକୁ ବିଜେ କରିଛନ୍ତି। ଏଥିସହ ପହଣ୍ଡି ୧୧ଟା ୨୦ ସୁଦ୍ଧା ଶେଷ ହୋଇଛି।

ଗୁଜୁରାଟରେ ଶ୍ରମିକ ନିର୍ଯାତନା ଘଟଣା: ମୁଖ୍ୟମନ୍ତ୍ରୀ, ଏଲ୍‌ସିଙ୍କ ନିକଟରେ ଅଭିଯୋଗ

ପୁରୀ ଅଫିସ,୨୨।୭: ତାମିଲନାଡୁ ପରେ ଗୁଜୁରାଟରେ ପୁରୀ ଜିଲାର କେତେଜଣ ଶ୍ରମିକ ନିର୍ଯାତନା ଶିକାର ହୋଇଥିବା ଜଣାପଡ଼ିଛି। କମ୍ପାନୀ କର୍ତ୍ତୃପକ୍ଷ ସେମାନଙ୍କୁ ଦୁଇ ମାସ ଧରି ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି।

ଶ୍ରୀଜଗନ୍ନାଥଙ୍କ ପହଣ୍ଡି ଆରମ୍ଭ

ଶ୍ରୀଜଗନ୍ନାଥଙ୍କ ପହଣ୍ଡି ଆରମ୍ଭ

ପୁରୀ ଅଫିସ,୨୨।୭: ଆରମ୍ଭ ହୋଇଛି କାଳିଆ ଠାକୁରଙ୍କ ପହଣ୍ଡି। ୧୦ଟା ୨୦ରେ ଶ୍ରୀଜଗନ୍ନାଥ ଜନ୍ମବେଦୀରୁ ଓହ୍ଲାଇ ନନ୍ଦିଘୋଷ ଅଭିମୁଖେ ଝୁଲିଝୁଲି ବାହାରିଛନ୍ତି। ଭକ୍ତମାନେ ଶ୍ରଦ୍ଧାର ସହ କଳାସାଆନ୍ତଙ୍କୁ ପାଛୋଟି ଆଣୁଛନ୍ତି।

ରଥାରୂଢ଼ ହେଲେ ବଡ଼ଠାକୁର, ଦେବୀ ସୁଭଦ୍ରା

ରଥାରୂଢ଼ ହେଲେ ବଡ଼ଠାକୁର, ଦେବୀ ସୁଭଦ୍ରା

ପୁରୀ ଅଫିସ,୨୨।୭: ଧାଡ଼ି ପହଣ୍ଡିରେ ଆସି ରଥାରୂଢ଼ ହୋଇଛନ୍ତି ବଡ଼ଠାକୁର ବଳଭଦ୍ର ଏବଂ ଦେବୀ ସୁଭଦ୍ରା। ୧୦ଟା ୨୪ରେ ଦେବୀ ସୁଭଦ୍ରା ଦର୍ପଦଳନରେ ବିଜେ କରିଛନ୍ତି। ପରେ ପରେ ବଡ଼ଠାକୁର ତାଳଧ୍ୱଜରେ ବିଜେ କରିଛନ୍ତି।

ଦେବୀ ସୁଭଦ୍ରାଙ୍କ ପହଣ୍ଡି ଆରମ୍ଭ

ଦେବୀ ସୁଭଦ୍ରାଙ୍କ ପହଣ୍ଡି ଆରମ୍ଭ

ପୁରୀ ଅଫିସ,୨୨।୭: ବଡ଼ଠାକୁରଙ୍କ ପଛେପଛେ ଆରମ୍ଭ ହୋଇଛି ଦେବୀ ସୁଭଦ୍ରାଙ୍କ ପହଣ୍ଡି। ପୂର୍ବାହ୍ନ ୧୦ଟାରେ ରଥାଭିମୁଖେ ବାହାରିଛନ୍ତି ଦେବୀ ସୁଭଦ୍ରା। ପହଣ୍ଡି ବିଜେ ସମୟରେ ପ୍ରବଳ ଉତ୍କଣ୍ଠା ଏବଂ ଉତ୍ସାହର ସହ ଭକ୍ତମାନେ ମା’ଙ୍କୁ ଦର୍ଶନ କରୁଛନ୍ତି।

ଘଣ୍ଟା ବାଦ୍ୟ, ନୃତ୍ୟରେ ଦୁଲୁକୁଛି ନାକଚଣା ଦୁଆର

ଘଣ୍ଟା ବାଦ୍ୟ, ନୃତ୍ୟରେ ଦୁଲୁକୁଛି ନାକଚଣା ଦୁଆର

ପୁରୀ ଅଫିସ,୨୨।୭: ଚାଲିଛି ମହାପ୍ରଭୁଙ୍କ ପହଣ୍ଡି ବିଜେ। ଗୋଟି ପହଣ୍ଡିରେ ସୁଦର୍ଶନଙ୍କ ପରେ ବଡ଼ଠାକୁର ବଳଭଦ୍ରଙ୍କ ଚାଲିଛି ପହଣ୍ଡି। ଏହି ଅବସରରେ ଘଣ୍ଟ ଓ ମୃଦଙ୍ଗ ବାଦ୍ୟରେ ଦୁଲୁକୁଛି ନାକଚଣା ଦୁଆର।

ସାଧୁସନ୍ଥ ସମାଜ ପକ୍ଷରୁ ଲଗାଗଲା ବିଶାଳ ଅଗରବତୀ

ସାଧୁସନ୍ଥ ସମାଜ ପକ୍ଷରୁ ଲଗାଗଲା ବିଶାଳ ଅଗରବତୀ

ପୁରୀ ଅଫିସ,୨୨।୭: ଶରଧାବାଲିରେ ଲାଗିଛି ୩ ରଥ। ଜନ୍ମବେଦିରୁ ରତ୍ନବେଦିକୁ ଫେରିଯିବେ ମହାବାହୁ। ଚଳଚଞ୍ଚଳ ଶ୍ରୀକ୍ଷେତ୍ର। ଶରଧାବାଲିରେ ସୃଷ୍ଟି ହୋଇଛି ଆଧ୍ୟାତ୍ମିକ ପରିବେଶ।

ପୁରୀରୁ ପବିତ୍ର ବାହୁଡ଼ାଯାତ୍ରାର ସିଧା ପ୍ରସାରଣ ଦେଖନ୍ତୁ

ପୁରୀରୁ ପବିତ୍ର ବାହୁଡ଼ାଯାତ୍ରାର ସିଧା ପ୍ରସାରଣ ଦେଖନ୍ତୁ

ପୁରୀରୁ ପବିତ୍ର ବାହୁଡ଼ାଯାତ୍ରାର ସିଧା ପ୍ରସାରଣ ଦେଖନ୍ତୁ... www.dharitri.com

ବଳଭଦ୍ରଙ୍କ ପହଣ୍ଡି ଆରମ୍ଭ

ବଳଭଦ୍ରଙ୍କ ପହଣ୍ଡି ଆରମ୍ଭ

ପୁରୀ ଅଫିସ,୨୨।୭: ଶ୍ରୀସୁଦର୍ଶନ ରାଥାରୂଢ଼ ହେବାପରେ ବଡ଼ଠାକୁର ଶ୍ରୀ ବଳଭଦ୍ରଙ୍କ ପହଣ୍ଡି ଆରମ୍ଭ ହୋଇଛି। ୯ଟା ୩୦ରେ ବଡ଼ଠାକୁରଙ୍କ ପହଣ୍ଡିରେ ଭକ୍ତ ସମୁଦ୍ରକୁ ଓହ୍ଲାଇଛନ୍ତି ବଡ଼ଠାକୁର।

ପହଣ୍ଡି ଆରମ୍ଭ: ଦର୍ପଦଳନରେ ବିଜେକଲେ ସୁଦର୍ଶନ

ପହଣ୍ଡି ଆରମ୍ଭ: ଦର୍ପଦଳନରେ ବିଜେକଲେ ସୁଦର୍ଶନ

ପୁରୀ ଅଫିସ,୨୨।୭: ପବିତ୍ର ବାହୁଡ଼ା ଯାତ୍ରା ଅବସରରେ ଧାର୍ଯ୍ୟ ସମୟଠାରୁ ସଅଳ ଶ୍ରୀଜୀଉଙ୍କ ନୀତି ସରିବା ପରେ ସକାଳ ୯ଟାରେ ପହଣ୍ଡି ବିଜେ ଆରମ୍ଭ ହୋଇଛି। ଧାଡ଼ି ପହଣ୍ଡିରେ ପ୍ରଥମେ ଶ୍ରୀସୁଦର୍ଶନ ଆସି ଦର୍ପଦଳନ ରଥରେ ବିଜେ ହୋଇଛନ୍ତି।

ପବିତ୍ର ବାହୁଡ଼ା ଯାତ୍ରା: ଶ୍ରୀକ୍ଷେତ୍ରକୁ ବଢ଼ୁଛି ଭକ୍ତଙ୍କ ଆଗମନ

ପବିତ୍ର ବାହୁଡ଼ା ଯାତ୍ରା: ଶ୍ରୀକ୍ଷେତ୍ରକୁ ବଢ଼ୁଛି ଭକ୍ତଙ୍କ ଆଗମନ

ପୁରୀ ଅଫିସ,୨୨।୭: ଆଜି ପବିତ୍ର ବାହୁଡ଼ା ଦଶମୀ। ଶ୍ରୀକ୍ଷେତ୍ରକୁ ଧୀରେ ଧୀରେ ଭକ୍ତଙ୍କ ଆଗମନ ବଢ଼ୁଛି। ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗର ପାଣିପାଗ ବିଭାଗର ପୂର୍ବାନୁମାନ ସତ୍ତ୍ୱେ ସକାଳେ ପାଗ ଅନୁକୂଳ ରହିଛି। ବର୍ଷା ନ ଥିବା ଏବଂ କୋହଲା ପାଗ ଯୋଗୁ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ଭିଡ଼ ଜମିବାରେ ଲାଗିଛି।

ଟ୍ରାଫିକ୍‌ ନିୟନ୍ତ୍ରଣ କରୁଥିବା ସ୍ବେଚ୍ଛାସେବୀଙ୍କୁ ଅଣଦେଖା: ନିରାପତ୍ତା ସହ ଅନ୍ୟ ସୁବିଧା ଯୋଗାଇ ଦେବାକୁ ଓଏଚ୍‌ଆର୍‌ସିଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର,୨୨।୭(ବ୍ୟୁରୋ): କଟକ ଭୁବନେଶ୍ୱର ଦ୍ୱୈତ ମହାନଗରୀର ବିଭିନ୍ନ ଛକ ଓ ସମ୍ବେଦନଶୀଳ ସ୍ଥାନରେ କାର୍ଯ୍ୟରତ ସ୍ବେଚ୍ଛାସେବୀ ଛାତ୍ରୀଛାତ୍ରଙ୍କୁ କମିଶନରେଟ ପୋଲିସ ଅଣଦେଖା କରୁଛି। ଏପରି କି ସେମାନେ ନିଜ ଜୀବନକୁ ବାଜି ଲଗାଇ ଟ୍ରାଫିକ୍‌ ପରିଚାଳନା କରୁଥିଲେ ମଧ୍ୟ ଟ୍ରାଫିକ୍‌ କନଷ୍ଟେବଳଙ୍କ ପରି ଏମାନଙ୍କୁ କିଛି ବି ସୁବିଧା ଯୋଗାଇ ଦିଆଯାଉନାହିଁ।

Watch Live Broadcast of Rath Yatra Puri, Odisha Here

Model This Week

ରୂପେଶ