ଜାତୀୟ |

ଭାରତୀୟ ରେଳସେବାକୁ ପୂରିଲା ୧୬୫ ବର୍ଷ

ଭାରତୀୟ  ରେଳସେବାକୁ ପୂରିଲା ୧୬୫ ବର୍ଷ

ନୂଆଦିଲ୍ଲୀ, ୧୬।୪ : ଭାରତୀୟ ରେଳସେବାକୁ ୧୬୫ ବର୍ଷ ପୂରିଛି। ୧୮୫୩ ମସିହା ଏପ୍ରିଲ୍‌ ୧୬ ତାରିଖ ଅପରାହ୍ନ ୩ଟା ୩୫ରେ ଦେଶରେ ଆରମ୍ଭ ହୋଇଥିଲା ପ୍ରଥମ ରେଳସେବା। ପ୍ରଥମକରି ଦେଶର ବୋରିବନ୍ଦର(ଛତ୍ରପତି ଶିବାଜୀ ଟର୍ମିନାଲ)ଠାରୁ ଥାନେ ପର୍ଯ୍ୟନ୍ତ ୩୫ କିଲୋମିଟର ପର୍ଯ୍ୟନ୍ତ ରେଳ ଚଳାଚଳ କରିଥିଲା। ଏଥିରେ ୨୦ଟି ବଗି ଥିଲା। ପ୍ରଥମ ଥର ଆରମ୍ଭ ହୋଇଥିବା ଏହି ଟ୍ରେନ୍‌ରେ ୪ଶହ ଜଣ ଯାତ୍ରୀ ଥିଲେ। ଅପରାହ୍ନ ୪ଟା ୪୫ରେ ଏହା ଥାନେରେ ପହଞ୍ଚିଥିଲା। ୧୮୪୫ରେ ଗ୍ରେଟ୍‌ ଇଣ୍ଡିଆନ୍‌ ପେନ୍ନିସୁଲା ରେଳ କମ୍ପାନୀର ସ୍ଥାପନା କଲିକତାରେ ହୋଇଥିଲା। ଏହି କମ୍ପାନୀ ୧୮୫୦ରେ ବମ୍ବେର ଥାନେ ପର୍ଯ୍ୟନ୍ତ ରେଳ ଲାଇନ୍‌ ବିଛାଇବା କାର୍ଯ୍ୟ ଆରମ୍ଭ କରିଥିଲା।

All Right Reserved By

ଜାତୀୟ |

ଲାଲ୍‌ କିଲ୍ଲା ମ୍ୟୁଜିୟମ୍‌ରେ ପର୍ଯ୍ୟଟକ ଶୁଣିବେ ୧୮୫୭ ବିଦ୍ରୋହର କାହାଣୀ

ଲାଲ୍‌ କିଲ୍ଲା ମ୍ୟୁଜିୟମ୍‌ରେ ପର୍ଯ୍ୟଟକ ଶୁଣିବେ ୧୮୫୭ ବିଦ୍ରୋହର କାହାଣୀ

ନୂଆଦିଲ୍ଲୀ,୨୨।୭: ଏଣିକି ଲାଲ୍‌କିଲ୍ଲା ପରିସରରେ ଥିବା ମ୍ୟୁଜିୟମ୍‌ରେ ପର୍ଯ୍ୟଟକଙ୍କୁ ୧୮୫୭ ସିପାହୀ ବିଦ୍ରୋହର କାହାଣୀ ସମ୍ପର୍କରେ ଅବଗତ କରାଯିବ। ସ୍ବାଧୀନତା ସଂଗ୍ରାମରେ କିପରି ଶେଷ ମୋଗଲ ସମ୍ରାଟ ବାହାଦୂର ଶାହ ଜାଫର୍‌ ବନ୍ଦୀ ହୋଇ ଦେଶ ମାତୃକାକୁ ଝୁରି ଝୁରି ପ୍ରାଣତ୍ୟାଗ କରିଛନ୍ତି ସେ ସମ୍ପର୍କରେ ପର୍ଯ୍ୟଟକଙ୍କୁ ଦିଆଯିବ ବିବରଣୀ।

ପ୍ରତି ଅପରାଧ ପାଇଁ ଶିଶୁଙ୍କୁ ଦଣ୍ଡଦେବା ଅନୁଚିତ

ପ୍ରତି ଅପରାଧ ପାଇଁ ଶିଶୁଙ୍କୁ ଦଣ୍ଡଦେବା ଅନୁଚିତ

ଭୋପାଳ,୨୨।୭: ପ୍ରତି ଅପରାଧ ଲାଗି ଶିଶୁଙ୍କ ପ୍ରତି ଦଣ୍ଡବିଧାନ କରାଯିବା ଅନୁଚିତ। ଅପରାଧ ସ୍ବୀକାର କରିବାପରେ ତାକୁ ଅଯଥା ଦେଣ୍ଡ ଦେବାର ଆବଶ୍ୟକତା ନାହିଁ।

ଦେଶର ପ୍ରଥମ ଗୁଗୁଲ ସ୍କୁଲ: ଅନ୍‌ଲାଇନରେ ପାଠପଢ଼ା ଓ ହୋମ୍‌ଓ୍ବାର୍କ

ଦେଶର ପ୍ରଥମ ଗୁଗୁଲ ସ୍କୁଲ: ଅନ୍‌ଲାଇନରେ ପାଠପଢ଼ା ଓ ହୋମ୍‌ଓ୍ବାର୍କ

ଅହମ୍ମଦାବାଦ୍‌,୨୨।୭: ଗୁଜରାଟ ଅହମ୍ମଦାବାଦ୍‌ ସ୍ଥିତ ଚାନ୍ଦଲୋଡ଼ିଆ ଗାଁରେ ଆରମ୍ଭ ହୋଇଛି ଦେଶର ପ୍ରଥମ ଗୁଗୁଲ ସ୍କୁଲ। ଏଠାରେ ଛାତ୍ରୀଛାତ୍ରଙ୍କୁ ଅନ୍‌ ଲାଇନ୍‌ରେ ପାଠପଢ଼ା, ହୋମ୍‌ଓ୍ବାର୍କ ଆଦି ଦିଆଯାଉଛି। ପରୀକ୍ଷା ମଧ୍ୟ ଅନ୍‌ଲାଇନ୍‌ରେ ହେଉଛି।

କୁଲଗାମ୍‌ ଏନ୍‌କାଉଣ୍ଟର: ୩ ଆତଙ୍କବାଦୀ ମୃତ

କୁଲଗାମ୍‌ ଏନ୍‌କାଉଣ୍ଟର: ୩ ଆତଙ୍କବାଦୀ ମୃତ

ଶ୍ରୀନଗର ୨୨।୭: ଜମ୍ମୁ-କଶ୍ମୀର କୁଲଗାମ୍‌ ଖୁଦଓ୍ବାନୀ ଅଞ୍ଚଳରେ ମିଳିତ ସୁରକ୍ଷା ବଳ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ସ୍ଥାନୀୟ ଓ୍ବାନି ମୋହଲାରେ କିଛି ଆତଙ୍କବାଦୀ ଲୁଚିଥିବା ଖବର ପାଇ ସୁରକ୍ଷାବଳ ସମଗ୍ର ଅଞ୍ଚଳକୁ ଘେରି ଯାଇଥିଲେ।

ଭାଜପା ଲୋକଙ୍କ ମଧ୍ୟରେ ତାଲିବାନୀଙ୍କୁ ସୃଷ୍ଟି କରୁଛି:  ମମତା ବାନାର୍ଜୀ

ଭାଜପା ଲୋକଙ୍କ ମଧ୍ୟରେ ତାଲିବାନୀଙ୍କୁ ସୃଷ୍ଟି କରୁଛି: ମମତା ବାନାର୍ଜୀ

କୋଲକାତା,୨୧।୭: ଶହୀଦ ଦିବସ ପାଳନ ଅବସରରେ ତୃଣମୂଳ କଂଗ୍ରେସ ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶନିବାର ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, କେନ୍ଦ୍ରର ଭାଜପା ସରକାର ଲୋକଙ୍କ ମଧ୍ୟରେ ତାଲିବାନୀଙ୍କୁ ସୃଷ୍ଟି କରୁଛି।

ରାହୁଲଙ୍କୁ ମୋଦିଙ୍କ କଟାକ୍ଷ: ଅନାସ୍ଥାର କାରଣ ପଚାରିବାରୁ ମୋତେ ଆଲିଙ୍ଗନ କଲେ

ରାହୁଲଙ୍କୁ ମୋଦିଙ୍କ କଟାକ୍ଷ: ଅନାସ୍ଥାର କାରଣ ପଚାରିବାରୁ ମୋତେ ଆଲିଙ୍ଗନ କଲେ

ଶାହାଜହାଁପୁର,୨୧।୭: ପ୍ରଧନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ପୁଣି ଥରେ ଉତ୍ତର ପ୍ରଦେଶ ଗସ୍ତ କରିଛନ୍ତି। ଶନିବାର ଶାହାଜହାଁପୁରରେ ପହଞ୍ଚି ଏକ କୃଷକ ସମାବେଶକୁ ସମ୍ବୋଧିତ କରିଛନ୍ତି ମୋଦି। ଏହି ଅବସରରେ ସେ ବିରୋଧୀଙ୍କ ମହାମେଣ୍ଟକୁ କଟାକ୍ଷ କରି କହିଛନ୍ତି,

୫୦ ବର୍ଷ ପରେ ମିଳିଲା ଯବାନଙ୍କ ମୃତଦେହ

୫୦ ବର୍ଷ ପରେ ମିଳିଲା ଯବାନଙ୍କ ମୃତଦେହ

ଶିମଲା,୨୧।୭: ଦୀର୍ଘ ୫୦ ବର୍ଷ ପରେ, ୧୯୬୮ରେ ହୋଇଥିବା ବାୟୁସେନା ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଜଣେ ଯବାନଙ୍କ ମୃତଦେହ ହିମାଚଳପ୍ରଦେଶର ଢାକା ଗ୍ଲାସିୟର ବେସ କ୍ୟାମ୍ପରୁ ମିଳିଛି। ଜୁଲାଇ ୧ରେ ଏକ ପର୍ବତାରୋହୀ ଦଳ ଏହାକୁ ଠାବ କରିଛନ୍ତି।

ରେଳ ଷ୍ଟେଶନରୁ ୨ କୋଟି ଠାବ

ରେଳ ଷ୍ଟେଶନରୁ ୨ କୋଟି ଠାବ

ନୂଆଦିଲ୍ଲୀ,୨୧।୭: ଉତ୍ତରପ୍ରଦେଶର ମୋଗଲସରାଇ ରେଲଓ୍ବେ ଷ୍ଟେଶନରୁ ଶନିବାର ପୋଲିସ କର୍ମଚାରୀମାନେ ୨ କୋଟି ଟଙ୍କା ଠାବ କରିଛନ୍ତି। ଏଥିରେ ସମ୍ପୃକ୍ତ ଥିବା ଅଭିଯୋଗରେ ୨ ଜଣଙ୍କୁ ଗିରଫ କରାଯାଇଛି। ଏ ନେଇ ମୋଗଲସରାଇ ଜିଆର୍‌ପି ଇନ୍ସପେକ୍ଟର ଆର୍‌ କେ ସିଂ ସୂଚନା ଦେଇଛନ୍ତି।

ଆତଙ୍କବାଦୀଙ୍କ ନିକଟରୁ ମିଳିଲା ଭାରତ ନିର୍ମିତ ପେନ୍‌ ଗନ୍‌

ଆତଙ୍କବାଦୀଙ୍କ ନିକଟରୁ ମିଳିଲା ଭାରତ ନିର୍ମିତ ପେନ୍‌ ଗନ୍‌

ଦାନ୍ତେଓ୍ବାଡା,୨୧।୭: ଛତିଶଗଡ଼ର ବୌଲାଡିଲା ପାହାଡ ନିକଟରେ ଗୁରୁବାର ମୃତ୍ୟୁ ଘଟିଥିବା ଆତଙ୍କବାଦୀଙ୍କ ନିକଟରୁ ମେଡ୍‌ ଇନ୍‌ ଇଣ୍ଡିଆ ପେନ୍‌ ଗନ୍‌ ମିଳିଛି।

ସୁରକ୍ଷାକର୍ମୀ-ଆତଙ୍କବାଦୀ ଗୁଳି ବିନିମୟ ଜାରି

ସୁରକ୍ଷାକର୍ମୀ-ଆତଙ୍କବାଦୀ ଗୁଳି ବିନିମୟ ଜାରି

କୁପଓ୍ବାଡ଼ା,୨୧।୭: ଜମ୍ମୁ-କଶ୍ମୀରର କୁପଓ୍ବାଡ଼ା ଜିଲା ଅନ୍ତର୍ଗତ ତଙ୍ଗ୍‌ଦାର ସେକ୍ଟରରେ ଶନିବାର ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି। ସୁରକ୍ଷାକର୍ମୀମାନେ ଉକ୍ତ ଅଞ୍ଚଳକୁ ଘେରାଉ କରି ସର୍ଚ୍ଚ ଅପରେଶନ୍‌ ଚଳାଇଛନ୍ତି।

ବଳାତ୍କାର ଅଭିଯୋଗରେ ପୂଜକ ଗିରଫ

ବଳାତ୍କାର ଅଭିଯୋଗରେ ପୂଜକ ଗିରଫ

ତୋହାନା,୨୧।୭: ହରିୟାଣାର ଫତେହାବାଦ ଜିଲା ଅନ୍ତର୍ଗତ ତୋହାନା ସହରରେ ଥିବା ବାଲକ୍‌ନାଥ ମନ୍ଦିରର ଜଣେ ୬୦ ବର୍ଷୀୟ ପୂଜକ ବଳାତ୍କାର ଅଭିଯୋଗରେ ଗିରଫ ହୋଇଛନ୍ତି। ଏ ନେଇ ଡିଏସ୍‌ପି ଯୋଗିନ୍ଦ୍‌ ଶର୍ମା କହିଛନ୍ତି ଯେ, ପ୍ରଥମେ ଏ ସମ୍ପର୍କରେ ବିଶ୍ୱସ୍ତ ସୂତ୍ରରୁ ପୋଲିସକୁ ଖବର ମିଳିଥିଲା।

ଗୋ-ଚାଲାଣ ସନ୍ଦେହରେ ଜଣଙ୍କୁ ପିଟିପିଟି ହତ୍ୟା

ଗୋ-ଚାଲାଣ ସନ୍ଦେହରେ ଜଣଙ୍କୁ ପିଟିପିଟି ହତ୍ୟା

ଅଲଓ୍ବର,୨୧।୭: ରାଜସ୍ଥାନର ଅଲଓ୍ବର ଜିଲାରେ ଶୁକ୍ରବାର ରାତିରେ ଗୋ-ଚାଲାଣ ସନ୍ଦେହରେ ଜଣେ ୨୮ ବର୍ଷୀୟ ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଖବର ସାମ୍ନାକୁ ଆସିଛି।

Watch Live Broadcast of Rath Yatra Puri, Odisha Here

Model This Week

ରୂପେଶ