ଅପରାଧ | ବାଲେଶ୍ୱର

ମେଳାରୁ ଜାଲ୍‌ ନୋଟ ଜବତ: ୩ ଅଟକ

ମେଳାରୁ ଜାଲ୍‌ ନୋଟ ଜବତ: ୩ ଅଟକ
ଭଦ୍ରକ ଅଫିସ,୧୬।୪: ଭଦ୍ରକ ଜିଲା ଭଣ୍ଡାରି ପୋଖରୀ ପୋଲିସ ଦ୍ୱାରା ସୁନାମୁହିଁ ମେଳାରୁ ବ୍ୟାପକ ପରିମାଣର ଜାଲ୍‌ ନୋଟ ଜବତ କରାଯାଇଛି। ଏହି ଘଟଣାରେ ୩ ଜଣ ଯୁବକଙ୍କୁ ଭଣ୍ଡାରି ପୋଖରୀ ପୋଲିସ ଅଟକ ରଖିଛି। ଜବତ ହୋଇଥିବା ନୋଟର ମୂଲ୍ୟ ପ୍ରାୟ ୧୮ ହଜାର ଟଙ୍କା ହେବ। ୫ଶହ ଓ ଶହେ ଟଙ୍କିଆ ନୋଟକୁ ଜାଲ୍‌ କରି ବଡ ଚତୁରତାର ସହ ଉକ୍ତ ଯୁବକମାନେ ଗାଁ ଲୋକଙ୍କୁ ଠକୁଥିଲେ। ତେବେ ଖୁବଶୀଘ୍ର ଏକ ଖବରଦାତା ସମ୍ମିଳନୀରେ ଉକ୍ତ ଗ୍ୟାଙ୍ଗର ପର୍ଦ୍ଦାଫାଶ୍‌ କରାଯିବ ବୋଲି ପୋଲିସ କହିଛି।
All Right Reserved By

ଅପରାଧ | ବାଲେଶ୍ୱର

ପିପିଲି ଗଣବଳାତ୍କାର, ହତ୍ୟା ମାମଲା: ତଳକୋର୍ଟଙ୍କ ରାୟ ବିରୋଧରେ କ୍ରାଇମବ୍ରାଞ୍ଚ ହାଇକୋର୍ଟଙ୍କ ଦ୍ୱାରସ୍ଥ

ପିପିଲି ଗଣବଳାତ୍କାର, ହତ୍ୟା ମାମଲା: ତଳକୋର୍ଟଙ୍କ ରାୟ ବିରୋଧରେ କ୍ରାଇମବ୍ରାଞ୍ଚ ହାଇକୋର୍ଟଙ୍କ ଦ୍ୱାରସ୍ଥ

କଟକ ଅଫିସ, ୧୭।୧- ବହୁଚର୍ଚ୍ଚିତ ପିପିଲି ଗଣବଳାତ୍କାର ଓ ହତ୍ୟା ମାମଲା ଏବେ ହାଇକୋର୍ଟରେ ପହଞ୍ଚତ୍ଛି। ଭୁବନେଶ୍ୱର ପ୍ରଥମ ଅତିରିକ୍ତ ଜିଲା ଦୌରାଜଜ୍‌ଙ୍କ ରାୟ ବିରୋଧରେ କ୍ରାଇମବ୍ରାଞ୍ଚ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି। ତଳ କୋର୍ଟଙ୍କ ରାୟକୁ ରଦ୍ଦ କରିବା ସହିତ ନିର୍ଦ୍ଦୋଷରେ କୋର୍ଟରୁ ମୁକୁଳିଥିବା ଦୁଇ ଅଭିଯୁକ୍ତଙ୍କ ବିରୋଧରେ ଦଣ୍ଡବିଧାନ ପାଇଁ କ୍ରାଇମବ୍ରାଞ୍ଚ ଆବେଦନ କରିଛି। 

 ୨ ବିଦେଶୀ ମୃତ ପକ୍ଷୀ ଜବତ, ଜଣେ ଗିରଫ

୨ ବିଦେଶୀ ମୃତ ପକ୍ଷୀ ଜବତ, ଜଣେ ଗିରଫ

ଟାଙ୍ଗୀ(ଖୋର୍ଦ୍ଧା),୧୭ା୧(ଡି.ଏନ.ଏ.)-ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗ କର୍ମଚାରୀ ଗୁରୁବାର ଭୋର ସମୟରେ ଚିଲିକା ଉପକୂଳ ଅଭିମାନପୁର ରିଂ ବନ୍ଧ ଅଞ୍ଚଳରୁ ୨ ବିଦେଶୀ ମୃତ ପକ୍ଷୀ ଜବତ କରିଛନ୍ତି।

ନାବାଳିକା ବଳାତ୍କାର ମାମଲା: ୨ ଦୋଷୀଙ୍କୁ ୨୦ବର୍ଷ ଲେଖାଏଁ ଜେଲ୍‌

ନାବାଳିକା ବଳାତ୍କାର ମାମଲା: ୨ ଦୋଷୀଙ୍କୁ ୨୦ବର୍ଷ ଲେଖାଏଁ ଜେଲ୍‌

ବାଲେଶ୍ୱର ଅଫିସ, ୧୭।୧-ଏକ ନାବାଳିକା ବଳାତ୍କାର ମାମଲାର ବିଚାର କରି ବାଲେଶ୍ୱର ଅତିରିକ୍ତ ଦୌରାଜଜ୍‌ କମ୍‌ ପୋକ୍ସୋ ସ୍ପେଶାଲ ଜଜ୍‌ ଅଜନ୍ତା ଷଡ଼ଙ୍ଗୀ ଗୁରୁବାର ୨ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଉଭୟଙ୍କୁ ୨୦ବର୍ଷ ଲେଖାଏଁ ଜେଲ୍‌ ଦଣ୍ଡ ସହ ୧୦ହଜାର ଟଙ୍କା ଜରିମାନା ଆଦେଶ ଦିଆଯାଇଛି। ଜରିମାନା ଅନାଦେୟ ଆଉ ୩ମାସ ଜେଲ୍‌ ଭୋଗିବାକୁ ରାୟରେ କୁହାଯାଇଛି। 

୨ ସାହି ମଧ୍ୟରେ ସଂଘର୍ଷ

ନବରଙ୍ଗପୁର,୧୭।୧(ବି.ପ୍ର)- ନବରଙ୍ଗପୁର ସହରସ୍ଥିତ ବଡହରିଜନ ସାହି ଓ ଦଣ୍ଡାସାହି ମଧ୍ୟରେ ବୁଧବାର ରାତିରେ ସଂର୍ଘଷ ଘଟିଛି। ଉଭୟ ଗୋଷ୍ଠୀ ପରସ୍ପରକୁ ଢେଲା ଓ ପଥର ଫିଙ୍ଗିଥିଲେ। ପୋଲିସ ଉତ୍ତେଜନାକୁ ନିୟନ୍ତ୍ରଣ କରିବାକୁ ପହଞ୍ଚିଥିଲା। 

ପ୍ରହସନ ପାଲଟିଛି ମଧୁବାବୁ ପେନସନ ଯୋଜନା : ଯୋଗ୍ୟ ହିତାଧିକାରୀଙ୍କୁ ମିଳୁନି ଭତ୍ତା

ପ୍ରହସନ ପାଲଟିଛି ମଧୁବାବୁ ପେନସନ ଯୋଜନା : ଯୋଗ୍ୟ ହିତାଧିକାରୀଙ୍କୁ ମିଳୁନି ଭତ୍ତା

ରାୟଗଡ଼ (ଗଜପତି), ୧୭ା୧(ଡି.ଏନ.ଏ)-୬୦ବର୍ଷ ବୟସରୁ ଊର୍ଦ୍ଧ୍ୱ ରାଜ୍ୟର ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ମଧୁବାବୁ ପେନସନ ଯୋଜନାରେ ଅନ୍ତର୍ଭୁକ୍ତ କରାଇ ଭତ୍ତା ଦେବା ପାଇଁ ସରକାରଙ୍କ ନିର୍ଦ୍ଦେଶ ରହିଛି। ମାତ୍ର ଗଜପତି ଜିଲା ରାୟଗଡ ବ୍ଲକରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ୬୦ବର୍ଷ ବୟସ ଟପିବା ପରେ ବି ଅନେକ ବୃଦ୍ଧାବୃଦ୍ଧ ଏହି ଯୋଜନାରୁ ବଞ୍ଚତ୍ତ ଅଛନ୍ତି। 

ବାରିପଦା ସହରରେ ବଢ଼ୁଛି ଚୋରି ଓ ଲୁଟ ଘଟଣା: ସନ୍ଦେହରେ ୯ ଅଟକ

ବାରିପଦା ସହରରେ ବଢ଼ୁଛି ଚୋରି ଓ ଲୁଟ ଘଟଣା: ସନ୍ଦେହରେ ୯ ଅଟକ

ବାରିପଦା ଅଫିସ,୧୭।୧: ବାରିପଦା ସହରରେ କିଛି ଦିନ ହେବ ଚୋରି ଓ ଲୁଟ ମାମଲା ବୃଦ୍ଧି ପାଇଛି। ଟାଉନ ପୋଲିସ ପକ୍ଷରୁ ପାଟ୍ରୋଲିଂ ହେଉ ନ ଥିବାରୁ ଏଭଳି ଘଟଣା ବୃଦ୍ଧି ପାଉଥିବା ଅଭିଯୋଗ ହେଉଥିଲା। ଏହାପରେ ପୋଲିସ ପକ୍ଷରୁ ସହରରେ ପାଟ୍ରୋଲିଂ ବ୍ୟବସ୍ଥା କଡ଼ାକଡ଼ି କରାଯିବା ପରେ ବୁଧବାର ରାତିରେ ପୋଲିସକୁ ସଫଳତା ମିଳିଛି। 

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ଅଭିଯୁକ୍ତ ଗିରଫ

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ଅଭିଯୁକ୍ତ ଗିରଫ

ଭୁବନେଶ୍ୱର, ୧୬ା୧(ବ୍ୟୁରୋ)- କ୍ୟାପିଟାଲ ଥାନା ଅଞ୍ଚଳରେ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରିବା ଘଟଣାରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି। 

କାନ୍ଦିବାରୁ ପ୍ରେମିକାଙ୍କ ଶିଶୁକୁ ପିଟିପିଟି ମାରିଦେଲେ ପ୍ରେମିକ

କାନ୍ଦିବାରୁ ପ୍ରେମିକାଙ୍କ ଶିଶୁକୁ ପିଟିପିଟି ମାରିଦେଲେ ପ୍ରେମିକ

ନୂଆଦିଲ୍ଲୀ, ୧୬।୧: ରାଜଧାନୀ ଦିଲ୍ଲୀର କାପସହେଡା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ୫ ବର୍ଷର ଶିଶୁ କାନ୍ଦିବାରୁ ତାଙ୍କ ମା’ଙ୍କ ପ୍ରେମିକ ତାଙ୍କୁ ପିଟିପିଟି ହତ୍ୟା କରିଛନ୍ତି। ଏହି ଘଟଣାକୁ ଚପାଇଦେବା ପାଇଁ ଯୁବକ ଜଣଙ୍କ ଶିଶୁଟିକୁ ଡାକ୍ତରଖାନା ନେଇଥିଲେ। 

ପତ୍ନୀଙ୍କ ସହ ହସିକି କଥା ହେବାରୁୁ ପରିବା ବିକ୍ରେତାଙ୍କ ବେକ କାଟିଲେ ସ୍ବାମୀ

ପତ୍ନୀଙ୍କ ସହ ହସିକି କଥା ହେବାରୁୁ ପରିବା ବିକ୍ରେତାଙ୍କ ବେକ କାଟିଲେ ସ୍ବାମୀ

ଜୟପୁର, ୧୬।୧: ରାଜସ୍ଥାନର ଜୟପୁରରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍ତ୍ରୀଙ୍କ ସହ ଜଣେ ପରିବା ବିକ୍ରେତା ହସିକି ପଦେ କଥା ହେବାରୁ ତାଙ୍କ ବେକ କାଟି ଦେଇଛନ୍ତି ସ୍ବାମୀ। ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି।

ପ୍ରଥମ ଶ୍ରେଣୀ ଛାତ୍ରଙ୍କୁ ଅପହରଣ ପରେ ହତ୍ୟା ଘଟଣା: ତାରାତାରିଣୀ ପୀଠ ନିକଟ ଜଙ୍ଗଲରୁ ମିଳିଲା ମୃତଦେହ, ପଥରରେ ଛେଚି ହତ୍ୟା କରି ଫିଙ୍ଗିଥିଲେ ଅଭିଯୁକ୍ତ

ପ୍ରଥମ ଶ୍ରେଣୀ ଛାତ୍ରଙ୍କୁ ଅପହରଣ ପରେ ହତ୍ୟା ଘଟଣା: ତାରାତାରିଣୀ ପୀଠ ନିକଟ ଜଙ୍ଗଲରୁ ମିଳିଲା ମୃତଦେହ, ପଥରରେ ଛେଚି ହତ୍ୟା କରି ଫିଙ୍ଗିଥିଲେ ଅଭିଯୁକ୍ତ

ବ୍ରହ୍ମପୁର ଅଫିସ,୧୬।୧: ଗଞ୍ଜାମ ଜିଲା ତାରାତାରିଣୀ ଶକ୍ତି ପୀଠ ନିକଟସ୍ଥ ଜଙ୍ଗଲରୁ ବ୍ରହ୍ମପୁର ଗୋଶାଣୀନୂଆଗାଁ ଥାନା ସଦାନନ୍ଦ ବିହାର ୭ମ ଲେନରୁ ଅପହୃତା ଅଂଶୁମାନ ଆଚାର୍ଯ୍ୟ(୭)ଙ୍କ ମୃତଦେହ ବୁଧବାର ପୋଲିସ ଉଦ୍ଧାର କରିଛି। 

ପ୍ରେମ ସମ୍ପର୍କକୁ ନେଇ ନାବାଳକଙ୍କୁ ହତ୍ୟା, ରାଜ୍ୟ ରାଜପଥ କଡ଼ରୁ ମିଳିଲା ମୃତଦେହ

ପ୍ରେମ ସମ୍ପର୍କକୁ ନେଇ ନାବାଳକଙ୍କୁ ହତ୍ୟା, ରାଜ୍ୟ ରାଜପଥ କଡ଼ରୁ ମିଳିଲା ମୃତଦେହ

ମାଲକାନଗିରି,୧୬।୧(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଖଇରପୁଟ ବ୍ଲକ କଦମଗୁଡ଼ା ପଞ୍ଚାୟତ ସଦର ଗ୍ରାମର ଜଣେ ନାବାଳକଙ୍କୁ ମଙ୍ଗଳବାର ବିଳମ୍ବିତ ରାତ୍ରରେ ହତ୍ୟା କରାଯାଇଛି। ୪୭ନଂ ରାଜ୍ୟ ରାଜପଥର ମଣିପୁରିଆଗୁଡ଼ାଠାରେ ତାଙ୍କର ମୃତଦେହକୁ ବୁଧବାର ଉଦ୍ଧାର କରାଯାଇଛି। ମୃତକ ହେଲେ ଉକ୍ତ ଗ୍ରାମର ଶିକ୍ଷକ ବୁଦ୍ଧଦେବ ଖିଲଙ୍କ ପୁଅ ପବିତ୍ର ଖିଲ(୧୭)।

ସ୍କୁଲରେ ଛାଡ଼ିବାକୁ ଯାଇ ପ୍ରଥମ ଶ୍ରେଣୀ ଛାତ୍ରଙ୍କୁ ଅପହରଣ ପରେ ହତ୍ୟା: ଅଭିଯୁକ୍ତ ଅଟକ, ପୋଲିସର ତନାଘନା

ସ୍କୁଲରେ ଛାଡ଼ିବାକୁ ଯାଇ ପ୍ରଥମ ଶ୍ରେଣୀ ଛାତ୍ରଙ୍କୁ ଅପହରଣ ପରେ ହତ୍ୟା: ଅଭିଯୁକ୍ତ ଅଟକ, ପୋଲିସର ତନାଘନା

ବ୍ରହ୍ମପୁର ଅଫିସ,୧୬ା୧: ବ୍ରହ୍ମପୁର ଗୋଷାଣୀନୂଆଗାଁ ଥାନା ଅଧିନସ୍ଥ ସଦାନନ୍ଦ ବିହାର ସପ୍ତମ ଲେନ୍‌ର ଜଣେ ପ୍ରଥମ ଶ୍ରେଣୀ ଛାତ୍ରଙ୍କୁ ଅପହରଣ ପରେ ହତ୍ୟା କରାଯାଇଥିବା ନେଇ ପୋଲିସ ମଙ୍ଗଳବାର ସ୍ପଷ୍ଟ କରିଛି। ସମ୍ପୃକ୍ତ ଅଭିଯୁକ୍ତ ଦେବାଶିଷ ପଣ୍ଡାଙ୍କୁ ପୋଲିସ ଚିହ୍ନଟ କରିବା ପରେ ଥାନାକୁ ଆଣି ଅଟକ ରଖି କ୍ରମାଗତ ଜେରା କରୁଥିବା ଜଣାପଡିଛି।