ଖେଳ |

ଟପ୍‌ ୧୦୦କୁ ଫେରିବେ ଭାମ୍ବ୍ରି

ଟପ୍‌ ୧୦୦କୁ ଫେରିବେ ଭାମ୍ବ୍ରି

ନୂଆଦିଲ୍ଲୀ,୧୬।୪- ଦେଶର ଶୀର୍ଷ ର଼୍ୟାଙ୍କଧାରୀ ପୁରୁଷ ସିଙ୍ଗଲ୍ସ ଖେଳାଳି ୟୁକି ଭାମ୍ବ୍ରି ଏଟିପି ର଼୍ୟାଙ୍କିଙ୍ଗ୍‌ର ଟପ୍‌ ୧୦୦କୁ ଫେରିବାକୁ ଯାଉଛନ୍ତି। ଚଳିତ ସିଜନରେ ଜବରଦସ୍ତ ଫର୍ମରେ ଥିବା ଭାମ୍ବ୍ରି ରବିବାର ତାଇପେଇ ଚ୍ୟାଲେଞ୍ଜର ଟାଇଟଲ ହାସଲ କରି ପୂର୍ବ ର଼୍ୟାଙ୍କିଙ୍ଗ୍‌ରେ ସୁଧାର ଆଣିବା ନିଶ୍ଚିତ କରିଛନ୍ତି। ବିଜୟ ଯୋଗୁ ଟାଇଟଲ ସହ ତାଙ୍କୁ ୧୨୫ ପଏଣ୍ଟ ମିଳିଛି। ଫଳରେ ନୂତନ ଏଟିପି ର଼୍ୟାଙ୍କିଙ୍ଗ୍‌ରେ ତାଙ୍କୁ ପ୍ରାୟ ୮୦ତମ ମାନ୍ୟତା ମିଳିପାରେ। ଏଥିଯୋଗୁ ତାଙ୍କୁ ଆଗାମୀ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଫ୍ରେଞ୍ଚ ଓପନ୍‌ର ମୁଖ୍ୟ ପର୍ଯ୍ୟାୟରେ ସିଧାସଳଖ ଖେଳିବାର ସୁଯୋଗ ମିଳିବ। ଏଥିପୂର୍ବରୁ ସେ ୨୦୧୫ ନଭେମ୍ବରରେ ୮୮ତମ ର଼୍ୟାଙ୍କିଙ୍ଗ୍‌ ହାସଲ କରିଥିଲେ, ଯାହାକି ତାଙ୍କ କ୍ୟାରିୟରର ଶ୍ରେଷ୍ଠ ମାନ୍ୟତା। ଉଲ୍ଲେଖଥାଉ କି, ସେ ଟୁର୍ନାମେଣ୍ଟ ଫାଇନାଲରେ ଅନ୍ୟ ଭାରତୀୟ ଖେଳାଳି ରାମକୁମାର ରମାନାଥନଙ୍କୁ ହରାଇ ଥିଲେ। ବିଜୟ ପରେ ସେ କହିଛନ୍ତି, ଟପ୍‌ ୧୦୦କୁ ଫେରି ମୁଁ ଆନନ୍ଦିତ। ଶେଷରେ ମୋ କଠିନ ପରିଶ୍ରମ ଫଳପ୍ରଦ ହୋଇଛି। ମୋତେ ଟପ୍‌ ୧୦୦କୁ ଫେରିବା ପାଇଁ ଚଳିତ ସପ୍ତାହରେ ଅତ୍ୟନ୍ତ କଠିନ ପରିଶ୍ରମ କରିବାକୁ ପଡ଼ିଛି। ପ୍ରତ୍ୟେକ ମ୍ୟାଚ୍‌ରେ ମୁଁ ଶତପ୍ରତିଶତ ଦେଇଛି। ଏବେ ମୁଁ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଫ୍ରେଞ୍ଚ ଓ ଓ୍ବିମ୍ବେଲଡନ ଓପନ୍‌ର ମୁଖ୍ୟ ପର୍ଯ୍ୟାୟରେ ଖେଳିବାକୁ ଅପେକ୍ଷା କରିଛି।

All Right Reserved By

ଖେଳ |

ଜୁନିୟର ଏସିଆନ ରେସ୍‌ଲିଂ ଚାମ୍ପିୟନଶିପ୍‌:ଭାରତକୁ ୩ ରୌପ୍ୟ, ଗୋଟିଏ ବ୍ରୋଞ୍ଜ

ନୂଆଦିଲ୍ଲୀ, ୨୨।୭(ପି.ଟି.)- ଏଠାରେ ଚାଲିଥିବା ଜୁନିୟର ଏସିଆନ୍‌ ରେସଲିଂ ଚାମ୍ପିୟନଶିପ୍‌ରେ ଶନିବାର ଭାରତୀୟ ଖେଳାଳିମାନେ ୩ଟି ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ୍‌ ପଦକ ହାସଲ କରିଛନ୍ତି। ପ୍ରତିଯୋଗିତାର ପ୍ରଥମ ଦିବସରେ ୫ରୁ ୪ଜଣ ଭାରତୀୟ ରେସ୍‌ଲର ମେଡାଲ ରାଉଣ୍ଡରେ ପ୍ରବେଶ କରିଥିଲେ। ୬୫ କେ.ଜି. ବର୍ଗରେ କରନ ବ୍ରୋଞ୍ଜ୍‌ ପଦକ ହାସଲ କରିଥିଲେ। ପଞ୍ଚମ ଭାରତୀୟ ଖେଳାଳି ହୁସେନ ନାସିର ମେଡାଲ ରାଉଣ୍ଡରେ ପହଞ୍ଚିପାରି ନ ଥିଲେ। ତେବେ ନବୀନ ୫୭ କେ.ଜି. ବର୍ଗରେ ଓ ବିଶାଲ କାଲିରମାନ ୭୦ କେ.ଜି. ବର୍ଗରେ ଗୋଲ୍ଡ ମେଡାଲ ପାଇଁ ଅନୁଷ୍ଠିତ ବାଉଟ୍‌ରେ ହାରି ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଥିଲେ। ଏହାପରେ ସଚିନ ଗିରି ସ୍ବର୍ଣ୍ଣ ପଦକ ହାସଲ କରିବେ ବୋଲି ଚନ୍ତା କରାଯାଉଥିବା ବେଳେ ସେ ମଧ୍ୟ ଫାଇନାଲ ରାଉଣ୍ଡରେ ମାତ୍ର ୧ ମିନିଟ ୧୨ ସେକେଣ୍ଡରେ ପରାସ୍ତ ହୋଇଥିଲେ। ଇରାନର ସଜାଦ ସାବେରାଲି ଗୋଲାମି ତାଙ୍କୁ ପରାସ୍ତ କରିଥିଲେ।

ନିଜ ରେକର୍ଡରେ ଉନ୍ନତି ଆଣିଲେ ଆନସ୍‌

ନିଜ ରେକର୍ଡରେ ଉନ୍ନତି ଆଣିଲେ ଆନସ୍‌

ନୂଆଦିଲ୍ଲୀ, ୨୨।୭(ପି.ଟି.)- ଚେକ ଗଣରାଜ୍ୟରେ ଚାଲିଥିବା ଏକ ଇଭେଣ୍ଟରେ ଭାରତୀୟ ସ୍ପ୍ରିଣ୍ଟର ମହମ୍ମଦ ଆନସ ନିଜ ୪୦୦ ମିଟର ଜାତୀୟ ରେକର୍ଡରେ ଉନ୍ନତି ଆଣିଛନ୍ତି। ସେ ୪୫.୨୪ ସେକେଣ୍ଡ ସମୟ ନେଇ ପ୍ରଦର୍ଶନରେ ଉନ୍ନତି ଆଣିବା ସହ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ଏହା ପୂର୍ବରୁ ସେ ଗତ ଗୋଲ୍ଡକୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ୪୫.୩୧ ସେକେଣ୍ଡ ସମୟ ନେଇ ଚତୁର୍ଥ ସ୍ଥାନରେ ରହି ଅଭିଯାନ ଶେଷ କରିଥିଲେ ଓ ପଦକରୁ ବଞ୍ଚିତ ହୋଇଥିଲେ। ସେତେବେଳେ ଏହା ଜାତୀୟ ରେକର୍ଡ ସାବ୍ୟସ୍ତ ହୋଇଥିଲା। ଆନସ୍‌ ଏବେ ପ୍ରାଗ୍‌ରେ ପ୍ରଶିକ୍ଷଣ ନେଉଛନ୍ତି। ଆଗାମୀ ଏସିଆନ ଗେମ୍ସ ପାଇଁ ସେ ପ୍ରସ୍ତୁତି ଚଳାଇଛନ୍ତି। ସେହିପରି ମହିଳା ୪୦୦ ମି. ଇଭେଣ୍ଟରେ ଭାରତର ଏମ୍‌.ଆର. ପୁଭାମ୍ମା ୫୩.୦୧ ସେକେଣ୍ଡ ସମୟ ନେଇ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ଏହି ପ୍ରତିଯୋଗିତାରେ ମାତ୍ର ୪ଜଣ ମହିଳା ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ।

ହକି ଟେଷ୍ଟ ସିରିଜ:ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ଦ୍ୱିତୀୟ ବିଜୟ

ହକି ଟେଷ୍ଟ ସିରିଜ:ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ଦ୍ୱିତୀୟ ବିଜୟ

ବୋଙ୍ଗାଲୁରୁ, ୨୨ା୭ (ପି.ଟି.)-ଭାରତୀୟ ପୁରୁଷ ହକି ଦଳ ନ୍ୟୁଜିଲାଣ୍ଡ ବିପକ୍ଷରେ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି। ଘରୋଇ ଦଳ ଶନିବାର ଭ୍ରମଣକାରୀ ଦଳକୁ ୩-୧ଗୋଲରେ ପରାସ୍ତ କରିଛି। ଏହି ବିଜୟ ଦ୍ୱାରା ଭାରତ ୩ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ୨-୦ରେ ଅଗ୍ରଣୀ ଲାଭ କରିଛି। ମ୍ୟାଚରେ ଭାରତ ଆରମ୍ଭରୁ ଆକ୍ରମଣାତ୍ମକ ଖେଳିଥିଲା। ପ୍ରଥମ ମିନିଟ୍‌ରେ ଷ୍ଟ୍ରାଇକର ଏସଭି ସୁନୀଲ ଗୋଲ ଦେବାର ସୁଯୋଗ ପାଇଥିଲେ। ମାତ୍ର ନ୍ୟୁଜିଲାଣ୍ଡ ଗୋଲକିପର ରିଚାର୍ଡ ଜଏସ୍‌ ଏହି ଉଦ୍ୟମକୁ ପଣ୍ଡ କରିଦେଇଥିଲେ। ପ୍ରଥମ କ୍ୱାର୍ଟରରେ ଭାରତ ପ୍ରାଧାନ୍ୟ ବିସ୍ତାର କରି ଖେଳିଥିଲା।

ଜାତୀୟ ଯୁବ ଆଥଲେଟିକ୍ସ ଚାମ୍ପିୟନଶିପ୍‌:ପୋଲ ଭୋଲ୍ଟରେ ରାକେଶଙ୍କ ନୂଆ ରେକର୍ଡ

ଜାତୀୟ ଯୁବ ଆଥଲେଟିକ୍ସ ଚାମ୍ପିୟନଶିପ୍‌:ପୋଲ ଭୋଲ୍ଟରେ ରାକେଶଙ୍କ ନୂଆ ରେକର୍ଡ

ଭଦୋଦରା, ୨୨।୭(ପି.ଟି.)- ଏଠାରେ ଚାଲିଥିବା ୧୫ତମ ଜାତୀୟ ଯୁବ ଆଥଲେଟିକ୍ସ ଚାମ୍ପିୟନଶିପ୍‌ରେ ରାକେଶ ଗୋଣ୍ଡ ପୋଲ୍‌ ଭୋଲ୍ଟରେ ନୂଆ ଜାତୀୟ ରେକର୍ଡ ସ୍ଥାପନ କରିଛନ୍ତି। ପ୍ରତିଯୋଗିତାର ପ୍ରଥମ ଦିନରେ ରେକର୍ଡ ସ୍ଥାପନ କରି ରାକେଶ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସେ ୪.୯୦ ମି. ଉଚ୍ଚତା ଡେଇଁ ରେକର୍ଡ ସୃଷ୍ଟି କରିବା ସହ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ସେ ଏହି କ୍ରମରେ ୨୦୧୭ରେ କହ୍ନାୟା ସିଂଙ୍କ ଦ୍ୱାରା ସ୍ଥାପନ କରାଯାଇଥିବା ୪.୭୫ ମିଟରକୁ ଅତିକ୍ରମ କରିଛନ୍ତି। ଉତ୍ତରପ୍ରଦେଶର ଏହି ପୋଲ ଭୋଲ୍ଟର ଅନ୍ୟ ପ୍ରତିଯୋଗୀଙ୍କଠାରୁ ଯଥେଷ୍ଟ ଆଗରେ ରହିଥିଲେ। ରାକେଶଙ୍କ ପଛକୁ ୪.୪୦ ମି. ଡେଇଁ ଶେଖର କୁମାର ପାଣ୍ଡେ ରୌପ୍ୟ ପଦକ ଜିତିଛନ୍ତି। ସେହିପରି ତାମିଲ୍‌ ନାଡ଼ୁର ଗଣେଶ ପ୍ରିୟାନ ୪.୨୦ ମି. ଡେଇଁ ବ୍ରୋଞ୍ଜ୍‌ ପଦକ ଜିତିଛନ୍ତି।

ମାଞ୍ଚେଷ୍ଟରରେ ରିଦ୍ଧିମାନଙ୍କ ଅସ୍ତ୍ରୋପଚାର ହେବ

ମାଞ୍ଚେଷ୍ଟରରେ ରିଦ୍ଧିମାନଙ୍କ ଅସ୍ତ୍ରୋପଚାର ହେବ

ନୂଆଦିଲ୍ଳୀ, ୨୨।୭(ପି.ଟି.)- ଭାରତୀୟ ଉଇକେଟକିପର ବ୍ୟାଟ୍ସମ୍ୟାନ ରିଦ୍ଧିମାନ ଶାହାଙ୍କ କାନ୍ଧରେ ଅସ୍ତ୍ରୋପଚାର ହେବ। ଜୁଲାଇ ଶେଷ କିମ୍ବା ଅଗଷ୍ଟ ଆରମ୍ଭରେ ମାଞ୍ଚେଷ୍ଟରରେ ତାଙ୍କର ଅସ୍ତ୍ରୋପଚାର କରାଯିବ ବୋଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ତରଫରୁ କୁହାଯାଇଛି। ୟୁନାଇଟେଡ କିଙ୍ଗ୍‌ଡମ୍‌ର ମାଞ୍ଚେଷ୍ଟରରେ ଥିବା ଡ. ଲେନାର୍ଡ ଫଙ୍କ ରିଦ୍ଧିମାନଙ୍କ ଅସ୍ତ୍ରୋପଚାର କରାଇବେ। ଉଲ୍ଲେଖଥାଉ କି, ଶାହା ଆଗାମୀ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଦଳରେ ସାମିଲ ହୋଇନାହାନ୍ତି। ଏହାପୂର୍ବରୁ ରିଦ୍ଧିମାନ ବାଙ୍ଗାଲୋର ସ୍ଥିତ ଜାତୀୟ କ୍ରିକେଟ ଏକାଡେମୀ (ଏନ୍‌ସିଏ) ରେ ତାଙ୍କ ଚିକିତ୍ସା କରାଉଥିଲେ। ଭାରତୀୟ ଟିମ୍‌ ମ୍ୟାନେଜମେଣ୍ଟ ଓ ଜିଏମ୍‌ ଅଫ ଅପରେଶନର ମିଳିତ ସହଯୋଗରେ ତାଙ୍କର ଚିକିତ୍ସା କରାଯାଉଥିଲା।

ସ୍ପିନରଙ୍କ ରାଜୁତି: ଶ୍ରୀଲଙ୍କା ସ୍ଥିତି ଦୃଢ଼

ସ୍ପିନରଙ୍କ ରାଜୁତି: ଶ୍ରୀଲଙ୍କା ସ୍ଥିତି ଦୃଢ଼

କଲମ୍ବୋ, ୨୨।୭(ଏଏଫପି)- ସ୍ଥାନୀୟ ସିଂହଳୀ ସ୍ପୋଟର୍‌ସ କ୍ଲବ ଗ୍ରାଉଣ୍ଡରେ ଶ୍ରୀଲଙ୍କା ଓ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ସ୍ପିନରଙ୍କ ରାଜୁତି ଦେଖିବାକୁ ମିଳିଛି। ଦ୍ୱିତୀୟ ଦିନରେ ୧୪ଟି ଉଇକେଟର ପତ୍ତନ ଘଟିଛି। ତେବେ ଘରୋଇ ଦଳ ତା’ର ସ୍ଥିତି ଦୃଢ଼ କରିଛି। ପ୍ରଥମେ ଦକ୍ଷିଣ ଆଫ୍ରିକା ସ୍ପିନର କେଶବ ମହାରାଜ ୯ ଉଇକେଟ ହାସଲ କରି ଦମ୍‌ଦାର ପ୍ରଦର୍ଶନ କରିବା ପରେ ଶ୍ରୀଲଙ୍କା ସ୍ପିନରମାନେ ମଧ୍ୟ ଅନୁରୂପ ପ୍ରଦର୍ଶନ କରି ଦକ୍ଷିଣ ଆଫ୍ରିକାକୁ ବଡ଼ ସ୍କୋର ହାସଲ କରିବାକୁ ସୁଯୋଗ ଦେଇ ନାହାନ୍ତି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ପ୍ରଥମ ଇନିଂସରେ ୧୦୪.୧ ଓଭରରେ ୩୩୮ ରନ କରି ଅଲଆଉଟ ହୋଇଥିଲା।

୧୫୦ତମ ମ୍ୟାଚ୍‌ ଖେଳିଲେ ନମିତା:ହକି ଇଣ୍ଡିଆର ଅଭିନନ୍ଦନ

୧୫୦ତମ ମ୍ୟାଚ୍‌ ଖେଳିଲେ ନମିତା:ହକି ଇଣ୍ଡିଆର ଅଭିନନ୍ଦନ

ଲଣ୍ଡନ, ୨୨।୭ (ପି.ଟି.)- ଓଡ଼ିଆ ମହିଳା ହକି ତାରକା ତଥା ମିଡ୍‌ ଫିଲ୍ଡର ନମିତା ଟପ୍ପୋ ଆଉ ଏକ ବଡ଼ ଧରଣର ସଫଳତା ହାସଲ କରିଛନ୍ତି। ସେ କ୍ୟାରିୟରର ୧୫୦ତମ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳିଛନ୍ତି। ଶନିବାରଠାରୁ ଇଂଲଣ୍ଡରେ ଆରମ୍ଭ ହୋଇଥିବା ମହିଳା ବିଶ୍ୱକପ୍‌ର ଉଦ୍‌ଘାଟନୀ ମ୍ୟାଚ୍‌ରେ ଖେଳି ସେ ଏହି ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି। ଆୟୋଜକ ଇଂଲଣ୍ଡ ବିପକ୍ଷରେ ନମିତା ପହିଆକୁ ଓହ୍ଲାଇଥିଲେ। ଏହି ମ୍ୟାଚ ୧-୧ ଗୋଲରେ ଅମୀମାଂସିତ ରହିଛି। ୨୩ ବର୍ଷୀୟା ଏହି ମହିଳା ଓଡ଼ିଆ ତାରକା ୨୦୧୨ରେ ଡବ୍ଲିନ୍‌ରେ ଏଫ୍‌ଆଇଏଚ୍‌ ଚାମ୍ପିୟନ୍ସ ଚ୍ୟାଲେଞ୍ଜ୍‌ ୧ରେ ସିନିୟର ଦଳ ପାଇଁ ପଦାର୍ପଣ କରିଥିଲେ। ସେବେଠାରୁ ସେ ପଛକୁ ଫେରି ଚାହିଁନାହାନ୍ତି।

ମହିଳା ହକି ବିଶ୍ୱକପ୍‌ :ଭାରତ- ଇଂଲଣ୍ଡ ଉଦ୍‌ଘାଟନୀ ମ୍ୟାଚ୍‌ ଡ୍ର’

ମହିଳା ହକି ବିଶ୍ୱକପ୍‌ :ଭାରତ- ଇଂଲଣ୍ଡ ଉଦ୍‌ଘାଟନୀ ମ୍ୟାଚ୍‌ ଡ୍ର’

ଲଣ୍ଡନ, ୨୨।୭(ପି.ଟି.)- ଏଫ୍‌ଆଇଏଚ୍‌ ମହିଳା ହକି ବିଶ୍ୱକପ୍‌ ଉଦ୍‌ଘାଟିତ ହୋଇଛି। ସ୍ଥାନୀୟ ଲି ଭାଲି ଆଣ୍ଡ ହକି ସେଣ୍ଟରରେ ଅନୁଷ୍ଠିତ ବିଶ୍ୱକପ୍‌ର ଉଦ୍‌ଘାଟନୀ ମ୍ୟାଚରେ ଭାରତ ଓ ଆୟୋଜକ ଇଂଲଣ୍ଡ ପୁଲ ବି’ରେ ପରସ୍ପରକୁ ଭେଟିଥିଲେ। ତେବେ ଏହି ମ୍ୟାଚ୍‌ ୧-୧ ଗୋଲରେ ଅମୀମାଂସିତ ରହିଛି। କଡ଼ା ସଂଘର୍ଷପୂର୍ଣ୍ଣ ଏହି ମ୍ୟାଚରେ ଭାରତ ୨୫ତମ ମିନିଟରେ ଗୋଲ ଦେଇ ସମସ୍ତଙ୍କୁ ଚକିତ କରିଥିଲା। ଇଂଲଣ୍ଡ ଖେଳାଳିମାନେ ପ୍ରଭାବ ବିସ୍ତାର କରି ଖେଳିଥିଲେ ମଧ୍ୟ ନେହା ଗୋଏଲ ଗୋଲ ଦେଇ ଭାରତକୁ ଅଗ୍ରଣୀ କରାଇଥିଲେ। ବିଶ୍ୱ ର଼୍ୟାଙ୍କିଙ୍ଗର ୨ ନମ୍ବର ଦଳ ଇଂଲଣ୍ଡକୁ ୧୦ ନମ୍ବର ଦଳ ଭାରତ କଡ଼ା ଟକ୍କର ଦେଇଥିଲା। ଆୟୋଜକ ଦଳ ୯ଟି ପେନାଲ୍ଟି କର୍ନରର ସୁଯୋଗ ପାଇଥିଲା। ମ୍ୟାଚ୍‌ର ଚତୁର୍ଥ କ୍ୱାର୍ଟରରେ ଇଂଲଣ୍ଡର ଲିଲି ଓସଲି ୫୪ତମ ମିନିଟରେ ଗୋଲ ଦେଇ ମ୍ୟାଚ୍‌କୁ ୧-୧ ସମାନ ସ୍ଥିତିକୁ ଆଣିଥିଲେ।

ବ୍ରିକ୍ସ ଫୁଟ୍‌ବଲ ଟୁର୍ନାମେଣ୍ଟ: ଭାରତର ତୃତୀୟ ପରାଜୟ

ବ୍ରିକ୍ସ ଫୁଟ୍‌ବଲ ଟୁର୍ନାମେଣ୍ଟ: ଭାରତର ତୃତୀୟ ପରାଜୟ

ନୂଆଦିଲ୍ଲୀ, ୨୧।୫(ପି.ଟି.)- ଦକ୍ଷିଣ ଆଫ୍ରିକାରେ ଚାଲିଥିବା ବ୍ରିକ୍ସ ଫୁଟ୍‌ବଲ ଟୁର୍ନାମେଣ୍ଟ (୧୭ ବର୍ଷରୁ କମ୍‌ ମହିଳା)ରେ ଭାରତୀୟ ଦଳ ଲଗାତର ୩ୟ ପରାଜୟବରଣ କରିଛି। ଶନିବାର ଖେଳାଯାଇଥିବା ଏକ ମ୍ୟାଚ୍‌ରେ ଭାରତ ୦-୫ ଗୋଲରେ ଶକ୍ତିଶାଳୀ ବ୍ରାଜିଲଠାରୁ ପରାଜୟବରଣ କରିଛି।

ସେସାର ଜାମସେଦପୁର ଏଫ୍‌ସିର ନୂଆ କୋଚ୍‌

ସେସାର ଜାମସେଦପୁର ଏଫ୍‌ସିର ନୂଆ କୋଚ୍‌

କୋଲକାତା, ୨୧।୭(ପି.ଟି.)- ସ୍ପାନିଶ ପ୍ରଫେଶନାଲ ଫୁଟ୍‌ବଲ କ୍ଲବ ଆଟ୍‌ଲେଟିକୋ ମାଡ୍ରିଡ୍‌ର ପ୍ରାକ୍ତନ ମ୍ୟାନେଜର ସେସାର ଫର୍ନାଣ୍ଡେ ଜିମେଜଞ୍ଜେ ଇଣ୍ଡିଆନ ସୁପର୍‌ ଲିଗ୍‌ (ଆଇଏସ୍‌ଏଲ୍‌) କ୍ଲବ ଜାମସେଦପୁର ଏଫ୍‌ସିର ନୂତନ କୋଚ୍‌ ନିଯୁକ୍ତ ହୋଇଛନ୍ତି।

ଭାରତୀୟ ମହିଳା କମ୍ପାଉଣ୍ଡ ଦଳକୁ ରୌପ୍ୟ

ଭାରତୀୟ ମହିଳା କମ୍ପାଉଣ୍ଡ ଦଳକୁ ରୌପ୍ୟ

ନୂଆଦିଲ୍ଲୀ,୨୧।୭- ଭାରତୀୟ ତୀରନ୍ଦାଜ ତ୍ରୀଶା ଦେବ, ମୁସ୍କାନ କିରାର ଓ ଜ୍ୟୋତି ସୁରେଖାଙ୍କୁ ନେଇ ଗଠିତ କମ୍ପାଉଣ୍ଡ ଦଳ ଜର୍ମାନୀର ବର୍ଲିନଠାରେ ଚାଲିଥିବା ତୀରନ୍ଦାଜ ବିଶ୍ୱକପ୍‌ ୪ର୍ଥ ପର୍ଯ୍ୟାୟରେ ରୌପ୍ୟ ପଦକ ଜିତିଛନ୍ତି।

ମେ ୟଙ୍ଗ କ୍ଲାସିକରେ ଲଢ଼ିବେ ଭାରତୀୟ ମହିଳା ଯୋଦ୍ଧା-ଷ୍ଟ୍ରୋମ୍ୟାନ

ମେ ୟଙ୍ଗ କ୍ଲାସିକରେ ଲଢ଼ିବେ ଭାରତୀୟ ମହିଳା ଯୋଦ୍ଧା-ଷ୍ଟ୍ରୋମ୍ୟାନ

ନୂଆଦିଲ୍ଲୀ,୨୧।୭(ପି.ଟି.)- ଭାରତୀୟ ମହିଳା ଯୋଦ୍ଧା କବିତା ଦେବୀ ମେ ୟଙ୍ଗ କ୍ଲାସିକ ଟୁର୍ନାମେଣ୍ଟରେ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ଓ୍ବାଲର୍‌ଡ ରେସଲିଂ ଇଣ୍ଟରଟେନମେଣ୍ଟ (ଡବ୍ଲ୍ୟୁଡବ୍ଲ୍ୟୁଇ) ସୁପରଷ୍ଟାର ବ୍ରାଉନ ଷ୍ଟ୍ରୋମ୍ୟାନ ଶନିବାର ଘୋଷଣା କରିିଛନ୍ତି।

Watch Live Broadcast of Rath Yatra Puri, Odisha Here

Model This Week

ରୂପେଶ