ଜାତୀୟ |

କାଠଗଡ଼ାରେ ଭାଜପା ସରକାର

କାଠଗଡ଼ାରେ ଭାଜପା ସରକାର
ଜମ୍ମୁ/ଲକ୍ଷ୍ନୌ,୧୨।୪(ପି.ଟି.): ‘ବେଟି ବଚାଓ ବେଟି ପଢ଼ାଓ’ ସ୍ଲୋଗାନ ଦେଉଥିବା ଭାଜପା ଉତ୍ତରପ୍ରଦେଶ(ୟୁପି)ରେ ବିପୁଳ ବିଜୟ ହାସଲ କରି କ୍ଷମତାସୀନ ହୋଇଛି। ସେହିପରି ପିଡିପି ସହ ମେଣ୍ଟ କରି ଜମ୍ମୁ-କଶ୍ମୀରରେ ସରକାର ଗଢ଼ିଛି ଗୈରିକ ଦଳ। ଏହି ଦୁଇ ରାଜ୍ୟରେ ଘଟିଥିବା ଦୁଇଟି ବଳାତ୍କାର ଘଟଣାକୁ ନେଇ ଭାଜପାର ଅଭିମୁଖ୍ୟ ଜାତୀୟ ରାଜନୀତିକୁ ସରଗରମ କରିଛି। ୟୁପିର ଯୋଗୀ ଆଦିତ୍ୟନାଥ ସରକାର ଓ ଜମ୍ମୁ-କଶ୍ମୀରର ମେହବୁବା ମୁଫ୍‌ତି ସରକାର ଅଭିଯୁକ୍ତମାନଙ୍କୁ ଧରିବା ବଦଳରେ ସୁରକ୍ଷା ଦେଉଥିବା ଅଭିଯୋଗ ହେଉଛି। ଏହାକୁ ନେଇ କେବଳ ବିରୋଧୀ ପ୍ରଶ୍ନ ଉଠାଉଛନ୍ତି ତାହା ନୁହେଁ, ବରଂ ୟୁପି ଏବଂ କଶ୍ମୀର ସମେତ ସାରା ଦେଶରେ ଝଡ଼ ସୃଷ୍ଟି ହୋଇଛି। ଫଳରେ ପ୍ରଶ୍ନ ଓ ସନ୍ଦେହର କାଠଗଡ଼ାକୁ ସ୍ବତଃ ଟାଣି ହୋଇଯାଇଛି ଭାଜପା। ୟୁପିର ଉନ୍ନାଓ ଜିଲାରେ ଗତ ଜୁନ ୪ରେ ବଙ୍ଗାରମଉ ବିଧାୟକ କୁଲଦୀପ ଓ ତାଙ୍କ ଭାଇ ଜୟଦୀପ ସିଂ ଜଣେ ଯୁବତୀଙ୍କୁ ଗଣବଳାତ୍କାର କରିଥିଲେ। ଗତ ୫ ତାରିଖରେ ମାମଲା ପ୍ରତ୍ୟାହାର କରିବା ପାଇଁ ଚାପ ପକାଇବାକୁ ଯାଇ ପୀଡ଼ିତାଙ୍କ ବାପାଙ୍କୁ ବିଧାୟକଙ୍କ ଭାଇ ଓ ସହଯୋଗୀମାନେ ଆକ୍ରମଣ କରିଥିଲେ। ପୋଲିସ ଅଭିଯୁକ୍ତଙ୍କୁ ଛାଡ଼ିଦେଇ ପୀଡ଼ିତାଙ୍କ ବାପାଙ୍କୁ ଗିରଫ କରିଥିଲା। ପୀଡ଼ିତା ନ୍ୟାୟ ନ ପାଇବାରୁ ଗତ ରବିବାର ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଗରେ ଆମତ୍ହତ୍ୟା ଉଦ୍ୟମ କରିଥିଲେ। ସେହି ରାତିରେ ପୀଡ଼ିତାଙ୍କ ବାପା ଉନ୍ନାଓ ଜିଲା ଜେଲ ହାଜତରେ ପ୍ରାଣ ହରାଇଥିଲେ। ଯୋଗୀ ସରକାର କାର୍ଯ୍ୟାନୁଷ୍ଠାନ ନ ନେଇ କେବଳ ଏସ୍‌ଆଇଟି ତଦନ୍ତ ନିର୍ଦ୍ଦେଶ ଦେଇ ଚୁପ୍‌ ବସିଯାଇଥିବା ପୀଡ଼ିତା ଅଭିଯୋଗ କରିଥିଲେ। ଚାରିଆଡୁ ସମାଲୋଚିତ ହେବା ପରେ ଯୋଗୀ ସରକାର ଅଭିଯୁକ୍ତ ବିଧାୟକ କୁଲଦୀପଙ୍କୁ ଗିରଫ ନ କରି ଶେଷରେ ସିବିଆଇକୁ ମାମଲା ହସ୍ତାନ୍ତର କରିବାକୁ ବାଧ୍ୟ ହୋଇଛନ୍ତି। ସେପଟେ ଆଇନଜୀବୀ ଗୋପାଳ ସ୍ବରୂପ ଚତୁର୍ବେଦୀଙ୍କ ଏକ ପତ୍ରକୁ ଆଲ୍ଲାହାବାଦ ହାଇକୋର୍ଟ ଗ୍ରହଣ କରି ନିଜ ଆଡ଼ୁ ମାମଲା ରୁଜୁ କରିଥିଲେ। ମୁଖ୍ୟ ବିଚାରପତି ଡି.ବି. ଭୋସ୍‌ଲେଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଗୁରୁବାର ଏହି ମାମଲାର ଶୁଣାଣି କରି ଶୁକ୍ରବାର ଯାଏ ରାୟ ସଂରକ୍ଷିତ ରଖିଛନ୍ତି। ଶୁଣାଣି ବେଳେ ଖଣ୍ଡପୀଠ ୟୁପି ସରକାରଙ୍କୁ ଭର୍ସର୍ନା କରିବା ସହ କୁଲଦୀପଙ୍କୁ ଏଯାଏ କାହିଁକି ଗିରଫ କରାଯାଇ ନାହିଁ ବୋଲି ପ୍ରଶ୍ନ କରିଛନ୍ତି। ଇତିମଧ୍ୟରେ ଉନ୍ନାଓ ପୋଲିସ କୁଲଦୀପଙ୍କ ବିରୋଧରେ ପୋକ୍‌ସୋ ଆଇନ ବଳରେ ଅପହରଣ ଓ ବଳାତ୍କାର ଅଭିଯୋଗରେ ମଖି ଥାନାରେ ମାମଲା ରୁଜୁ କରିଛି। ପୀଡ଼ିତା ନିଜ ଓ ପରିବାର ଲୋକଙ୍କ ଜୀବନ ପ୍ରତି ଭୟ ଆଶଙ୍କା କରି ଅଭିଯୁକ୍ତ ବିଧାୟକଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ଦାବି କରିଛନ୍ତି। ସେହିପରି ଗତ ଜାନୁୟାରୀ ୧୦ରେ ଜମ୍ମୁର କଠୁଆ ଜିଲା ଅନ୍ତର୍ଗତ ବକେରଓ୍ବାଲ ଗ୍ରାମରେ ଜଣେ ୮ ବର୍ଷୀୟା ଝିଅଙ୍କୁ ଗଣବଳାତ୍କାର ପରେ ହତ୍ୟା କରାଯାଇଥିଲା। ଉକ୍ତ ନାବାଳିକାଙ୍କୁ ଅପହରଣ ପରେ ଛଅଜଣ ସପ୍ତାହେ ଧରି ବଳାତ୍କାର କରିଥିଲେ। ନିର୍ମମ ଭାବେ ପଥର ଛେଚି ତାଙ୍କୁ ହତ୍ୟା କରିବା ପୂର୍ବରୁ ତାଙ୍କୁ ପୁଣି ବଳାତ୍କାର କରାଯାଇଥିଲା ବୋଲି ୧୫ ପୃଷ୍ଠା ସମ୍ବଳିତ ଚାର୍ଜଶିଟ୍‌ରେ ଦର୍ଶାଯାଇଛି। ରାସନା ଗ୍ରାମସ୍ଥିତ ‘ଦେବୀସ୍ଥାନ’ ମନ୍ଦିରର ତତ୍ତ୍ୱାବଧାରକ ଏହି ଅପହରଣ, ବଳାତ୍କାର ଓ ହତ୍ୟା ଘଟଣାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ବୋଲି କ୍ରାଇମ୍‌ ବ୍ରାଞ୍ଚ ପୋଲିସ ସ୍ପଷ୍ଟ କରିଛି। ସୋମବାର କଠୁଆର ଆଇନଜୀବୀମାନେ ଚାର୍ଜଶିଟ ଦାଖଲ କରିବାରେ ପୋଲିସକୁ ବାଧା ଦେଇଥିଲେ। ମାମଲାର ସିବିଆଇ ତଦନ୍ତ ଦାବିରେ ଜମ୍ମୁ ହାଇକୋର୍ଟ ବାର୍‌ ଆସୋସିଏଶନ (ଜେଏଚ୍‌ସିବିଏ) ପକ୍ଷରୁ ବୁଧବାର ବନ୍ଦ ପାଳନ କରାଯାଇଥିଲା। ନାବାଳିକା ଜଣକ ମୁସଲମାନ ସମ୍ପ୍ରଦାୟର ହୋଇଥିବାରୁ ଭାଜପା ଚାପରେ ଅଭିଯୁକ୍ତଙ୍କୁ ଗିରଫ କରାଯାଉନାହିଁ ବୋଲି ବିଭିନ୍ନ ମହଲରେ ନିନ୍ଦା କରାଯାଇଛି। ଫଳରେ ଏହି ପ୍ରସଙ୍ଗ ସାମ୍ପ୍ରଦାୟିକ ରୂପ ନେଇଛି। ନ୍ୟାଶନାଲ କନ୍‌ଫରେନ୍ସ କାର୍ଯ୍ୟକାରୀ ଅଧ୍ୟକ୍ଷ ଓମାର ଅବ୍‌ଦୁଲ୍ଲା ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଛନ୍ତି। ଅଭିଯୁକ୍ତଙ୍କ ସପକ୍ଷରେ ଆୟୋଜିତ ଶୋଭାଯାତ୍ରରେ ସାମିଲ ହୋଇଥିବା ଭାଜପାର ଦୁଇମନ୍ତ୍ରୀଙ୍କୁ ଗିରଫ କରିବାକୁ ମେହବୁବା କାହିଁକି ପଛଘୁଞ୍ଚା ଦେଉଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ରାଜ୍ୟ ସରକାର ଆଇନରେ ବାଧାସୃଷ୍ଟି ହେଲେ ବରଦାସ୍ତ କରିବେ ନାହିଁ। ପୀଡ଼ିତାଙ୍କ ପରିବାରକୁ ନ୍ୟାୟ ମିଳିବ ବୋଲି ମେହବୁବା ସ୍ପଷ୍ଟ କରିଛନ୍ତି। ଇତିମଧ୍ୟରେ ପୀଡ଼ିତାଙ୍କ ପରିବାର ଭୟରେ ଗାଁ ଛାଡ଼ି ଅନ୍ୟତ୍ର ଚାଲିଯାଇଛନ୍ତି। ଗାଁ ଛାଡ଼ିବା ପୂର୍ବରୁ କାହାକୁ କିଛି ଜଣାଇ ନ ଥିବାରୁ ସେମାନଙ୍କ ଅବସ୍ଥିତି ନେଇ କିଛି ଜଣାପଡ଼ିନାହିଁ।
All Right Reserved By

ଜାତୀୟ |

କେଜରିଓ୍ବାଲଙ୍କୁ ଲାଗିପାରେ ଝଟ୍‌କା: ଏଏପି ଛାଡିପାରନ୍ତି ଅଳକା

କେଜରିଓ୍ବାଲଙ୍କୁ ଲାଗିପାରେ ଝଟ୍‌କା: ଏଏପି ଛାଡିପାରନ୍ତି ଅଳକା

ନୂଆଦିଲ୍ଲୀ,୨୦।୪: ଲୋକ ସଭା ନିର୍ବାଚନ ୨୦୧୯କୁ ନେଇ ପ୍ରଚାର ଯୋର ଧରିଥିବା ବେଳେ ରାଜନୈତିକ ଅଙ୍କକଷା କିନ୍ତୁ ଛିଡୁନି। ହରିୟାଣା, ପଞ୍ଜାବ ଓ ଦିଲ୍ଲୀ ପାଇଁ ପ୍ରାର୍ଥୀ ଦେଇଥିବା ଆମ ଆଦମୀ ପାର୍ଟି (ଏଏପି) କୁ  ଦଳର ବିଧାୟିକା ଅଳକା ଲାମ୍ବା ଝଟ୍‌କା ଦେଇପାରନ୍ତି ବୋଲି ଅନୁମାନ କରାଯାଉଛି।

ପୂର୍ବା ଏକ୍ସପ୍ରେସ୍‌ ଲାଇନ୍‌ଚ୍ୟୁତ

ପୂର୍ବା ଏକ୍ସପ୍ରେସ୍‌ ଲାଇନ୍‌ଚ୍ୟୁତ

କାନପୁର,୨୦।୪: ଉତ୍ତର ପ୍ରଦେଶର କାନପୁରଠାରେ ହାଓ୍ବଡା-ନୂଆଦିଲ୍ଲୀ ପୂର୍ବା ଏକ୍ସପ୍ରେସର ୧୨ଟି କୋଚ୍‌ ଶନିବାର ସକାଳେ ଲାଇନ୍‌ଚ୍ୟୁତ ହୋଇଥିବା ସୂଚନା ମିଳିଛି। 

ରଜନୀକାନ୍ତଙ୍କ ଡାହାଣ ତର୍ଜନୀରେ କାଳିଚିହ୍ନ

ରଜନୀକାନ୍ତଙ୍କ ଡାହାଣ ତର୍ଜନୀରେ କାଳିଚିହ୍ନ

ଚେନ୍ନାଇ,୨୦ା୪ : ଅଭିନେତାରୁ ରାଜନେତା ସାଜିଥିବା ରଜନୀକାନ୍ତ ଗୁରୁବାର ଚେନ୍ନାଇର ଷ୍ଟେଲା ମାରିସ୍‌ କଲେଜକୁ ଭୋଟ ଦେବାକୁ ଯାଇଥିଲେ।

ଭାଜପା କର୍ମୀଙ୍କୁ ଅଙ୍ଗୁଳି ଦେଖାଇଲେ...

ଭାଜପା କର୍ମୀଙ୍କୁ ଅଙ୍ଗୁଳି ଦେଖାଇଲେ...

ଗାଜିଆବାଦ,୨୦ା୪ : ଭାଜପା କର୍ମୀଙ୍କୁ ଅଙ୍ଗୁଳି ଦେଖାଇଲେ ୪ ଘଣ୍ଟା ମଧ୍ୟରେ ପ୍ରତିଶୋଧ ନିଆଯିବ ବୋଲି କେନ୍ଦ୍ରମନ୍ତ୍ରୀ ମନୋଜ ସିହ୍ନା ଧମକ ଦେଇଛନ୍ତି। 

ଭାଜପାକୁ ଭୁଲରେ ଭୋଟ ଦେଇ ନିଜ ଅଙ୍ଗୁଳି କାଟିଲେ

ଭାଜପାକୁ ଭୁଲରେ ଭୋଟ ଦେଇ ନିଜ ଅଙ୍ଗୁଳି କାଟିଲେ

ବୁଲନ୍ଦସହର,୨୦ା୪ : ଉତ୍ତରପ୍ରଦେଶର ବୁଲନ୍ଦସହରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ପବନ କୁମାର(୨୫) ନାମକ ଜଣେ ଦଳିତ ମତଦାତା ବିଏସ୍‌ପି ପ୍ରାର୍ଥୀ ଯୋଗେଶ ବର୍ମାଙ୍କୁ ଭୋଟ ଦେବାକୁ ଚାହୁଁଥିଲେ।

‘ଅଭିଶାପରୁ ହୋଇଥିଲା କର୍‌କରେଙ୍କ ମୃତ୍ୟୁ’:୨୬/୧୧ ଶହୀଦଙ୍କ ପ୍ରତି ପ୍ରଜ୍ଞା ଠାକୁରଙ୍କ ବିବାଦୀୟ ମନ୍ତବ୍ୟ

‘ଅଭିଶାପରୁ ହୋଇଥିଲା କର୍‌କରେଙ୍କ ମୃତ୍ୟୁ’:୨୬/୧୧ ଶହୀଦଙ୍କ ପ୍ରତି ପ୍ରଜ୍ଞା ଠାକୁରଙ୍କ ବିବାଦୀୟ ମନ୍ତବ୍ୟ

ଭୋପାଳ,୧୯ା୪(ପି.ଟି.): ୨୬/୧୧ ଆକ୍ରମଣବେଳେ ଶହୀଦ ହୋଇଥିବା ମୁମ୍ବାଇ ଆତଙ୍କବାଦ ନିରୋଧୀ ସ୍କ୍ବାଡ୍‌ (ଏଟିଏସ୍‌) ମୁଖ୍ୟ ହେମନ୍ତ କର୍‌କରେଙ୍କ ପ୍ରତି ଭୋପାଳର ଭାଜପା ପ୍ରାର୍ଥୀ ତଥା ମାଲେଗାଓଁ ବିସ୍ଫୋରଣ ମାମଲାର ଅଭିଯୁକ୍ତ ସାଧ୍ୱୀ ପ୍ରଜ୍ଞା ସିଂ ଠାକୁର ବିବାଦୀୟ ମନ୍ତବ୍ୟ ଦେଇଛନ୍ତି।

ହାର୍ଦ୍ଦିକଙ୍କୁ ଚାପୁଡ଼ା

ହାର୍ଦ୍ଦିକଙ୍କୁ ଚାପୁଡ଼ା

ଅହମଦାବାଦ,୨୦ା୪(ପି.ଟି.): କଂଗ୍ରେସ ନେତା ହାର୍ଦ୍ଦିକ ପଟେଲଙ୍କୁ ଶୁକ୍ରବାର ଜଣେ ବ୍ୟକ୍ତି ଚାପୁଡ଼ା ମାରିଛନ୍ତି। 

ପରସ୍ପରକୁ ପ୍ରଶଂସା, ମୋଦିଙ୍କୁ ଟାର୍ଗେଟ: ୨୪ ବର୍ଷ ପରେ ଗୋଟିଏ ମଞ୍ଚରେ ମୁଲାୟମ, ମାୟାବତୀ

ପରସ୍ପରକୁ ପ୍ରଶଂସା, ମୋଦିଙ୍କୁ ଟାର୍ଗେଟ: ୨୪ ବର୍ଷ ପରେ ଗୋଟିଏ ମଞ୍ଚରେ ମୁଲାୟମ, ମାୟାବତୀ

ମୈନ୍‌ପୁରୀ,୨୦ା୪(ପି.ଟି.): ଦୀର୍ଘ ୨୪ ବର୍ଷର ଶତ୍ରୁତାକୁ ଭୁଲି ଗୋଟିଏ ମଞ୍ଚରେ ଏକାଠି ହୋଇଛନ୍ତି ଉତ୍ତରପ୍ରଦେଶର ଦୁଇ ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ ଓ ମୁଲାୟମ୍‌ ସିଂ ଯାଦବ।

ଅମେଠିରେ ‘ନ୍ୟାୟ’ ବ୍ୟାନର: ରାହୁଲଙ୍କୁ ଇସି ନୋଟିସ

ଅମେଠିରେ ‘ନ୍ୟାୟ’ ବ୍ୟାନର: ରାହୁଲଙ୍କୁ ଇସି ନୋଟିସ

ଭୋପାଳ,୨୦ା୪(ପି.ଟି.): ଅମେଠିରେ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ ନିର୍ବାଚନ କମିଶନ (ଇସି) କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ନୋଟିସ ଜାରି କରିଛନ୍ତି। 

ବାଲାକୋଟ ଆକ୍ରମଣରେ ପାକ୍‌ ସୈନ୍ୟ ମରି ନ ଥିଲେ: ସୁଷମା

ବାଲାକୋଟ ଆକ୍ରମଣରେ ପାକ୍‌ ସୈନ୍ୟ ମରି ନ ଥିଲେ: ସୁଷମା

ଅହମ୍ମଦାବାଦ,୨୦ା୪(ପି.ଟି.): ପାକିସ୍ତାନର ବାଲାକୋଟସ୍ଥିତ ଆତଙ୍କବାଦୀ ଶିବିର ଉପରେ ଫେବୃୟାରୀ ୨୬ରେ ଭାରତୀୟ ବାୟୁସେନାର ବୋମାମାଡ଼ରେ ଜଣେ ହେଲେ ପାକସ୍ତାନୀ ସୈନ୍ୟ

୫୭୦ ଜଣଙ୍କ ବିରୋଧରେ ଆପରାଧିକ ମାମଲା

୫୭୦ ଜଣଙ୍କ ବିରୋଧରେ ଆପରାଧିକ ମାମଲା

ନୂଆଦିଲ୍ଲୀ,୨୦ା୪: ଆସନ୍ତା ୨୩ ତାରିଖରେ ତୃତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏଥିପାଇଁ ମୋଟ ୧୬୧୨ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। 

ମୁଲାୟାମ ସିଂ ମୋଦିଙ୍କ ଭଳି ‘ଫେକ୍‌ ଓବିସି’ ନୁହେଁ: ମାୟାବତୀ

ମୁଲାୟାମ ସିଂ ମୋଦିଙ୍କ ଭଳି ‘ଫେକ୍‌ ଓବିସି’ ନୁହେଁ: ମାୟାବତୀ

ମେନପୁରି,୧୯।୪: ବହୁଜନ ସମାଜ ପାର୍ଟି(ବିଏସ୍‌ପି) ମୁଖ୍ୟ ଶୁଶ୍ରୀ ମାୟାବତୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ଶୁକ୍ରବାର ମାୟାବତୀ କହିଛନ୍ତି, ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ମୁଲାୟାମ ସିଂ ଯାଦବ ପ୍ରକୃତରେ ଜଣେ ପଛୁଆ ବର୍ଗର ନେତା।


Model This Week

କ୍ରିଷ୍ଣା
Why Dharitri