ଜାତୀୟ |

ରାୟ ପ୍ରତ୍ୟାହାର ପାଇଁ ପୁଣି ଅନୁରୋଧ

ରାୟ ପ୍ରତ୍ୟାହାର ପାଇଁ ପୁଣି ଅନୁରୋଧ
ନୂଆଦିଲ୍ଲୀ,୧୨।୪(ପି.ଟି.): ତଫସିଲଭୁକ୍ତ ଜାତି (ଏସ୍‌ସି) ଏବଂ ତଫସିଲଭୁକ୍ତ ଉପଜାତି (ଏସ୍‌ଟି) (ନିର୍ଯାତନା ନିବାରଣ) ଆଇନ, ୧୯୮୯ରେ ସୁପ୍ରିମକୋର୍ଟ ଗତ ମାର୍ଚ୍ଚ ୨୦ରେ ସଂଶୋଧନ କରିଥିଲେ। ଏହି ସଂଶୋଧନ ବଳରେ ଆଇନରେ ଥିବା ଦଣ୍ଡବିଧାନ ବ୍ୟବସ୍ଥା ଦୁର୍ବଳ ହୋଇଛି। ଏଥିଯୋଗୁ ଦେଶର ପ୍ରଭୂତ କ୍ଷତିସାଧିତ ହୋଇଛି। ତେଣୁ ଏ ସଂକ୍ରାନ୍ତ ରାୟ ପ୍ରତ୍ୟାହାର କରିବାକୁ କେନ୍ଦ୍ର ସରକାର ଗୁରୁବାର ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରିଛନ୍ତି। ଏସ୍‌ସି, ଏସ୍‌ଟି ଆଇନର ଦୁରୁପଯୋଗ ହେଉଥିବା ଦର୍ଶାଇ ସୁପ୍ରିମକୋର୍ଟ ଏଥିରେ ସଂଶୋଧନ ଆଣିଥିଲେ। ଏହି ଆଇନ ବଳରେ ମାମଲା ରୁଜୁ ହେଲେ କର୍ତ୍ତବ୍ୟରତ ସରକାରୀ କର୍ମଚାରୀ ଓ ଅଧିକାରୀମାନଙ୍କୁ ତୁରନ୍ତ ଗିରଫ କରାଯାଇ ପାରିବ ନାହିଁ ବୋଲି ଜଷ୍ଟିସ୍‌ ଆଦର୍ଶ ଗୋଏଲ ଏବଂ ୟୁ.ୟୁ. ଲଲିତଙ୍କୁ ନେଇ ଗଠିତ ଖଣ୍ଡପୀଠ ରାୟ ଦେଇଥିଲେ। ତେବେ ରାୟର ପୁନର୍ବିଚାର ନିମନ୍ତେ କେନ୍ଦ୍ର ସରକାରଙ୍କ ପକ୍ଷରୁ ରିଭ୍ୟୁ ପିଟିଶନ ଦାଏର ଦାବିରେ ଗତ ୨ ତାରିଖରେ କେତେକ ଦଳିତ ସଙ୍ଗଠନ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଥିଲା। ବନ୍ଦ ପାଳନ ବେଳେ ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଓ ରାଜସ୍ଥାନରେ ହିଂସା ଘଟି ୧୦ରୁ ଊର୍ଦ୍ଧ୍ୱ ଲୋକଙ୍କର ମୃତ୍ୟୁ ଘଟିଥିଲା। ଦେଶର ସାମ୍ପ୍ରତିକ ପରିସ୍ଥିତିକୁ ଲକ୍ଷ୍ୟ କରି ସୁପ୍ରିମକୋର୍ଟ ଉକ୍ତ ରାୟକୁ ପ୍ରତ୍ୟାହାର କରିବା ପାଇଁ କେନ୍ଦ୍ର ପକ୍ଷରୁ ସେହିଦିନ ରିଭ୍ୟୁ ପିଟିଶନ ଦାଏର କରାଯାଇଥିଲା। ଏହାର ଶୁଣାଣି କରି ସର୍ବୋଚ୍ଚ ଅଦାଲତ ନିଜ ରାୟକୁ ନେଇ ପଛଘୁଞ୍ଚା ଦେବାର ପ୍ରଶ୍ନ ଉଠୁନାହିଁ ବୋଲି ସ୍ପଷ୍ଟ କରିଥିଲେ। ଏହାସହ ଯେଉଁମାନେ ଏହାକୁ ନେଇ ବିକ୍ଷୋଭ କରୁଛନ୍ତି, ସେମାନେ ରାୟକୁ ପଢ଼ି ନ ଥିବେ ଅଥବା ନ୍ୟସ୍ତସ୍ବାର୍ଥ ବ୍ୟକ୍ତିଙ୍କ ଦ୍ୱାରା ବିଭ୍ରାନ୍ତ ହୋଇଛି ବୋଲି ଅଦାଲତ ଦର୍ଶାଇଥିଲେ। ଏହାର ଏକ ସପ୍ତାହ ପରେ ଉକ୍ତ ଆବେଦନ ସପକ୍ଷରେ ଆଟର୍ନି ଜେନେରାଲ କେ.କେ. ବେଣୁଗୋପାଳ ଗୁରୁବାର କେନ୍ଦ୍ର ପକ୍ଷରୁ ଲିଖିତ ଜବାବ ଦାଖଲ କରିଛନ୍ତି। ଏଥିରେ ବେଣୁଗୋପାଳ ଉଲ୍ଲେଖ କରିଛନ୍ତି ଯେ, ଏସ୍‌ସି, ଏସ୍‌ଟି ଆଇନକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ ଦ୍ୱନ୍ଦ୍ୱ ସୃଷ୍ଟି କରିଛି। ଅଦାଲତ ଏକ ଅତି ସମ୍ବେଦନଶୀଳ ପ୍ରସଙ୍ଗରେ ରାୟ ଦେଇଛନ୍ତି, ଯାହାକୁ ନେଇ ଦେଶରେ ଉତ୍ତେଜନା, ଆକ୍ରୋଶ ଓ ଅସ୍ବାଭାବିକ ସ୍ଥିତି ସୃଷ୍ଟିହେବା ସହ ସଦ୍ଭାବନା ନଷ୍ଟ ହେବା ଆଶଙ୍କା ପ୍ରକାଶ ପାଇଛି। କ୍ଷମତା ନ ଥାଇ ସର୍ବୋଚ୍ଚ ଅଦାଲତ ଆଇନ ପ୍ରଣୟନ କରିଥିବାରୁ ଏହା ସ୍ଥିତିକୁ ବିଗାଡ଼ିଦେଇଛି। ତେଣୁ ଅଦାଲତ ନିଜ ରାୟର ପାରା ୮୩ (ଗ)-(ଙ)ର ପୁନଃ ସମୀକ୍ଷା କରି ଏହାକୁ ପ୍ରତ୍ୟାହାର କରନ୍ତୁ, ଯଦ୍ଦ୍ବାରା ଆଗକୁ ରାୟକୁ ନେଇ କୌଣସି ପ୍ରକାର ଭୁଲ ବୁଝାମଣା କିମ୍ବା ନିର୍ଯାତନା ଆଇନର କାର୍ଯ୍ୟକାରିତାକୁ ନେଇ ଦ୍ୱନ୍ଦ୍ୱର କିଛି ଆଧାର ରହିବ ନାହିଁ ବୋଲି ବେଣୁଗୋପାଳ ଯୁକ୍ତି ବାଢ଼ିଛନ୍ତି।
All Right Reserved By

ଜାତୀୟ |

ଜମ୍ମୁ-କଶ୍ମୀର ସୀମାକୁ ପଠାଗଲା ଶହେ କମ୍ପାନୀ ସୁରକ୍ଷାକର୍ମୀ

ଜମ୍ମୁ-କଶ୍ମୀର ସୀମାକୁ ପଠାଗଲା ଶହେ କମ୍ପାନୀ ସୁରକ୍ଷାକର୍ମୀ

ଶ୍ରୀନଗର,୨୩।୨: ବିଚ୍ଛିନ୍ନତାବାଦୀ ନେତା ତଥା ଜମ୍ମୁ କଶ୍ମୀର ଲିବରେଶନ ଫ୍ରଣ୍ଟ(ଜେକେଏଲ୍‌ଏଫ୍‌) ମୁଖ୍ୟ ୟାସିନ ମଲିକଙ୍କୁ ଶୁକ୍ରବାର ବିଳମ୍ବିତ ରାତିରେ ପୋଲିସ ଗିରଫ କରିବା ପରେ ଜମ୍ମୁ-କଶ୍ମୀର ସୀମାରେ ସୁରକ୍ଷାକୁ ଦୃଷ୍ଟିରେ ରଖି ହାଇ ଆଲର୍ଟ ଜାରି କରାଯାଇଛି। 

ବୃଦ୍ଧି ପାଉଛି ଆସାମ ମଦ ମୃତ୍ୟୁ ସଂଖ୍ୟା

ବୃଦ୍ଧି ପାଉଛି ଆସାମ ମଦ ମୃତ୍ୟୁ ସଂଖ୍ୟା

ଗୋଲାଘାଟ,୨୩।୨: ଆସାମର ଗୋଲାଘାଟ ଓ ଜୋରହାଟ ଜିଲାରେ ବିଷାକ୍ତ ମଦପିଇ ମୃତ୍ୟୁ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୬୯ ଛୁଇଁଥିବା ଏକ୍ସାଇଜ୍‌ ଡିପାର୍ଟମେଣ୍ଟ ସୂଚନା ଦେଇଛି। 

କୁମ୍ଭମେଳାରେ ବୁଡିଯାଉଥିବା ତୀର୍ଥଯାତ୍ରୀଙ୍କୁ ଉଦ୍ଧାର କରିଥିବା କନଷ୍ଟେବଳଙ୍କ ପରଲୋକ

କୁମ୍ଭମେଳାରେ ବୁଡିଯାଉଥିବା ତୀର୍ଥଯାତ୍ରୀଙ୍କୁ ଉଦ୍ଧାର କରିଥିବା କନଷ୍ଟେବଳଙ୍କ ପରଲୋକ

ନୂଆଦିଲ୍ଲୀ,୨୩।୨: ନ୍ୟାଶନାଲ ଡିଜାଷ୍ଟର ରେଶପନ୍ସ ଫୋର୍ସ(ଏନ୍‌ଡିଆର୍‌ଏଫ୍‌)ରେ କନଷ୍ଟେବଳ ଥିବା ରାଜେନ୍ଦର ଗୌତମଙ୍କ ପରଲୋକ ହୋଇଥିବା ଜଣେ ଏନ୍‌ଡିଆର୍‌ଏଫ୍‌ ଅଧିକାରୀ ସୂଚନା ଦେଇଛନ୍ତି।

ଚୁଲବୁଲ ପାଣ୍ଡେ ଚରିତ୍ର ପାଇଁ ୫ଶହ ଶିଶୁଙ୍କ ଅଡିଶନ ନେଲେ ସଲମାନ

ଚୁଲବୁଲ ପାଣ୍ଡେ ଚରିତ୍ର ପାଇଁ ୫ଶହ ଶିଶୁଙ୍କ ଅଡିଶନ ନେଲେ ସଲମାନ

ମୁମ୍ବାଇ,୨୩।୨: ବଲିଉଡ ଭାଇଜାନ୍‌ ସଲମାନ ଖାଁ ଏବେ ‘ଭାରତ’ ଫିଲ୍ମର ଶୁଟିଂରେ ବ୍ୟସ୍ତ ଅଛନ୍ତି। ଏହା ପରେପରେ ସେ ‘ଦବଙ୍ଗ ୩’ର ଶୁଟିଂ ଖୁବ୍‌ଶୀଘ୍ର ଆରମ୍ଭ କରିବେ ବୋଲି ଶୁଣିବାକୁ ମିଳୁଛି। 

ବିଚ୍ଛିନ୍ନତାବାଦୀ ନେତା ୟାସିନ ମଲିକ ଗିରଫ

ବିଚ୍ଛିନ୍ନତାବାଦୀ ନେତା ୟାସିନ ମଲିକ ଗିରଫ

ଶ୍ରୀନଗର,୨୩।୨: କଶ୍ମୀରର ବିଚ୍ଛିନ୍ନତାବାଦୀ ନେତା ତଥା ଜମ୍ମୁ କଶ୍ମୀର ଲିବରେଶନ ଫ୍ରଣ୍ଟ(ଜେକେଏଲ୍‌ଏଫ୍‌) ମୁଖ୍ୟ ୟାସିନ ମଲିକଙ୍କୁ ଶୁକ୍ରବାର ବିଳମ୍ବିତ ରାତିରେ ପୋଲିସ ଗିରଫ କରିଛି।

ଶହୀଦ ହେବା ପୂର୍ବରୁ ପତ୍ନୀଙ୍କ ପାଖକୁ ପଠାଇଥିବା ଶେଷ ଭିଡିଓ ଏବେ ଭାଇରାଲ

ଶହୀଦ ହେବା ପୂର୍ବରୁ ପତ୍ନୀଙ୍କ ପାଖକୁ ପଠାଇଥିବା ଶେଷ ଭିଡିଓ ଏବେ ଭାଇରାଲ

ନୂଆଦିଲ୍ଲୀ,୨୩।୨: ଗତ ସପ୍ତାହରେ ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ ପୂର୍ବର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ମାତ୍ର ୧ମିନିଟ୍‌ ୬ ସେକେଣ୍ଡର ଏହି ଭିଡିଓ ସମସ୍ତଙ୍କୁ ଭାବୁକ କରିଦେଉଛି।

ମଞ୍ଚ ଉପରେ କାନ୍ଦିଲେ ମୁଖ୍ୟମନ୍ତ୍ରୀ

ମଞ୍ଚ ଉପରେ କାନ୍ଦିଲେ ମୁଖ୍ୟମନ୍ତ୍ରୀ

ଲକ୍ଷ୍ନୌ,୨୩।୨: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୁକ୍ରବାର ଲକ୍ଷ୍ନୌରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ମଞ୍ଚ ଉପରେ କାନ୍ଦିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। 

ପ୍ରଥମ ଟ୍ରେନ ଯୋଗୁ ପରବର୍ତ୍ତୀକୁ ଧରି ନ ପାରିଲେ; ଟିକେଟ ଅର୍ଥ ଫେରାଇବ ରେଲଓ୍ବେ

ପ୍ରଥମ ଟ୍ରେନ ଯୋଗୁ ପରବର୍ତ୍ତୀକୁ ଧରି ନ ପାରିଲେ; ଟିକେଟ ଅର୍ଥ ଫେରାଇବ ରେଲଓ୍ବେ

ନୂଆଦିଲ୍ଲୀ,୨୩-୨:  କୁହୁଡି ଅଥବା ଅନ୍ୟ କୌଣସି କାରଣରୁ ପ୍ରଥମ ଟ୍ରେନଟି ବିଳମ୍ବିତ ହେବା କାରଣରୁ ପରବର୍ତ୍ତୀ ଟ୍ରେନ ଧରି ନ ପାରିଲେ ଏଭଳି ସ୍ଥିତିରେ ଭାରତୀୟ ରେଲଓ୍ବେ ଯାତ୍ରୀଙ୍କୁ ଭଡ଼ା ଅର୍ଥ ଫେରାଇବ। ତେବେ ସର୍ତ୍ତ ହେଉଛି, ଦୁଇଟି ଟ୍ରେନର ଟିକେଟ କିଣିବା ବେଳେ ଏହାର ପିଏନ୍‌ଆରକୁ ଲିଙ୍କ୍‌ କରାଇ ନେବାକୁ ହେବ। 

ବିଦ୍ୟୁତ ସଂଯୋଗ ନ ଥାଇ ବିଲ୍‌ ପଇଠ କରିବାକୁ ବାଧ୍ୟ କରାଯାଉଛି

ବିଦ୍ୟୁତ ସଂଯୋଗ ନ ଥାଇ ବିଲ୍‌ ପଇଠ କରିବାକୁ ବାଧ୍ୟ କରାଯାଉଛି

ବଳରାମପୁର,୨୩।୨: ଛତିଶଗଡ଼ର ହରଗଓ୍ବା ପଞ୍ଚାୟତରେ ଥିବା ଝଲପାଇପରା ଗ୍ରାମବାସୀଙ୍କୁ ବିଦ୍ୟୁତ ଯୋଗାଣ ନ ଥାଇ ବିଲ୍‌ ପଇଠ କରିବାକୁ ବାଧ୍ୟ କରାଯାଉଛି। 

ଜମ୍ମୁ-କଶ୍ମୀର ଏନକାଉଣ୍ଟର

ଜମ୍ମୁ-କଶ୍ମୀର ଏନକାଉଣ୍ଟର

ଜମ୍ମୁ,୨୨।୨: ଜମ୍ମୁ-କଶ୍ମୀରର ସୋପରରେ ଶୁକ୍ରବାର ସୁରକ୍ଷାକର୍ମୀଙ୍କ ଦ୍ୱାରା ଆରମ୍ଭ ହୋଇଥିଲା ଏନକାଉଣ୍ଟ। ଏଥିରେ ୨ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। 

ମାୟାବତୀ ନୁହେଁ ଅଖିଳେଶଙ୍କ ସହ ସିଧାସଳଖ ଲଢିପାରନ୍ତି ପ୍ରିୟଙ୍କା

ମାୟାବତୀ ନୁହେଁ ଅଖିଳେଶଙ୍କ ସହ ସିଧାସଳଖ ଲଢିପାରନ୍ତି ପ୍ରିୟଙ୍କା

ଲକ୍ଷ୍ନୌ,୨୨।୨: ଉତ୍ତର ପ୍ରଦେଶରେ ସମାଜବାଦୀ ପାର୍ଟି ଓ ବହୁଜନ ସମାଜ ପାର୍ଟି ମଧ୍ୟରେ ଆସନ ବୁଢାମଣା ସରିଛି। ମୋଟ ୮୦ଟି ଆସନ ମଧ୍ୟରୁ ୩୮ରେ ବହୁଜନ ସମାଜ ପାର୍ଟି ଓ ୩୭ରେ ସମାଜବାଦୀ ପାର୍ଟି ପ୍ରତିଦ୍ୱନ୍ଦିତା କରିବ। 

ମାତା ପିତାଙ୍କ ଅନ୍ତିମ ସଂସ୍କାର ପରେ ପୁଅ ସାଜିଲେ ବର

ମାତା ପିତାଙ୍କ ଅନ୍ତିମ ସଂସ୍କାର ପରେ ପୁଅ ସାଜିଲେ ବର

ରାୟବରେଲୀ,୨୨।୨:  ସକାଳେ ମାତା ପିତାଙ୍କ ଏକାସାଙ୍ଗରେ ଅନ୍ତିମ ସଂସ୍କାର କରିସାରିବା ପରେ ସଂଧ୍ୟାରେ ପୁଅ ସାଜିଲା ବର। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ରାୟବରେଲୀ ଜିଲାର ଡଲମଉ ଅଞ୍ଚଳରେ।