ସମ୍ବଲପୁର

ସରପଞ୍ଚଙ୍କ ନାମରେ ଦୁର୍ନୀତି ଅଭିଯୋଗ: କାଣ୍ଡେତରା ପଞ୍ଚାୟତରେ ବନ୍ଦ ପାଳନ

ସରପଞ୍ଚଙ୍କ ନାମରେ ଦୁର୍ନୀତି ଅଭିଯୋଗ: କାଣ୍ଡେତରା ପଞ୍ଚାୟତରେ ବନ୍ଦ ପାଳନ
ନୂଆପଡା ଅଫିସ, ୧୨।୪: ନୂଆପଡା ଜିଲା କୋମନା ବ୍ଲକ କାଣ୍ଡେତରା ଗ୍ରାମ ପଞ୍ଚାୟତରେ ସରପଞ୍ଚଙ୍କ ମନମୁଖି କାର୍ଯ୍ୟ ଯୋଗୁ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଅସନ୍ତୁଷ୍ଟ ପଞ୍ଚାୟତବାସୀ ଗୁରୁବାର କାଣ୍ଡେତରାରେ ୧୨ ଘଣ୍ଟିଆ ବନ୍ଦ ପାଳନ କରିଛନ୍ତି। ସେମାନେ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇବା ସହ ସାପ୍ତାହିକ ହାଟକୁ ମଧ୍ୟ ବନ୍ଦ ରଖିଛନ୍ତି। ଏହି ଅବସରରେ ଶତାଧିକ ଗ୍ରାମବାସୀ ବସ୍ତି ପରିକ୍ରମା କରି ସରପଞ୍ଚଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ। ପରେ ସେମାନେ ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ କରି ଜିଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଏହି ଆନ୍ଦୋଳନରେ ପୂର୍ବତନ ସରପଞ୍ଚ ତାଡୁରାମ ମଲ୍ଲିକ, କରନ ଦାସ, ଘାସିରାମ ସତନାମୀ, ଶେଷଦେବ ଭୋଇ ପ୍ରମୁଖ ନେତୃତ୍ୱ ନେଇଥିଲେ।
All Right Reserved By

ସମ୍ବଲପୁର

ଦାଦନ ଚାଲାଣରୁ ଡକାୟତି, ୭ ଆନ୍ତଃ ରାଜ୍ୟ ଡକାୟତ ଗିରଫ

ଦାଦନ ଚାଲାଣରୁ ଡକାୟତି, ୭ ଆନ୍ତଃ ରାଜ୍ୟ ଡକାୟତ ଗିରଫ

ବଲାଙ୍ଗୀର ଅଫିସ,୨୨।୧୦-ବଲାଙ୍ଗୀର ଜିଲା ଦେଓଗାଁଠାରେ ଡକାୟତି ଉଦ୍ୟମ କରୁଥିବା ୭ ଆନ୍ତଃ ରାଜ୍ୟ ଡକାୟତଙ୍କୁ ତୁଷରା ପୋଲିସ ରବିବାର ରାତିରେ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ମୁରିବାହାଲ ଥାନା ବଡ଼ସାଇମରା ଗାଁର ତନୁ ଓରଫ ତନୁରାଜ ମହାନନ୍ଦ, ବନମାଳୀ ଓରଫ ସାହିଲ ତାଣ୍ଡି, କଣ୍ଟାବାଞ୍ଜିର ପ୍ରଦ୍ୟୁମ୍ନ 

ଫୁଟବଲ ଟୁର୍ନାମେଣ୍ଟ: ଗୋଲାମୁଣ୍ଡା ଚାମ୍ପିୟନ

ଫୁଟବଲ ଟୁର୍ନାମେଣ୍ଟ: ଗୋଲାମୁଣ୍ଡା ଚାମ୍ପିୟନ

ଜୁନାଗଡ,୨୨।୧୦(ଡି.ଏନ.ଏ.): କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ଦୁନ୍ଦେଲମାଲ ପଞ୍ଚାୟତ କଟିଙ୍ଗପଦରଠାରେ ୨ଦିନ ଧରି ଚାଲିଥିବା ଫୁଟବଲ ଟୁର୍ନାମେଣ୍ଟ ରବିବାର ଅପରାହ୍ନରେ ଉଦ୍‌ଯାପିତ ହୋଇଯାଇଛି। 

ଗ୍ରାମାଞ୍ଚଳ ଫୁଟବଲ ଟୁର୍ନାମେଣ୍ଟ ଉଦ୍‌ଘାଟିତ: ରିଷିଡ଼ା ଦଳ ବିଜୟୀ

ଗ୍ରାମାଞ୍ଚଳ ଫୁଟବଲ ଟୁର୍ନାମେଣ୍ଟ ଉଦ୍‌ଘାଟିତ: ରିଷିଡ଼ା ଦଳ ବିଜୟୀ

ରିଷିଡ଼ା,୨୨।୧୦(ଡି.ଏନ.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡା ବାପୁଜୀ ମିନି ଷ୍ଟାଡିୟମଠାରେ ରବିବାର ଅପରାହ୍ନରେ ଗ୍ରାମାଞ୍ଚଳ ଫୁଟବଲ ଟୁର୍ନାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି ।

ଇଂରାଜୀ ସହାୟକ କର୍ମଶାଳା ଉଦ୍‌ଯାପିତ

ଇଂରାଜୀ ସହାୟକ କର୍ମଶାଳା ଉଦ୍‌ଯାପିତ

ଧର୍ମଗଡ,୨୨।୧୦(ଡି.ଏନ.ଏ.): କଳାହାଣ୍ଡି ଜିଲା ଧର୍ମଗଡ ମାଧ୍ୟମିକ ପ୍ରଶିକ୍ଷଣ କେନ୍ଦ୍ର ପରିସରରେ ଗତ ଏକ ସପ୍ତାହ ଧରି ଚାଲିଥିବା ଇଂରାଜୀ ସହାୟକ କର୍ମଶାଳା ସୋମବାର ଉଦ୍‌ଯାପିତ ହୋଇଯାଇଛି ।

ନକଲି ମାଓବାଦୀ ସାଜି ଜେଲଗଲେ ଯୁବକ

ନକଲି ମାଓବାଦୀ ସାଜି ଜେଲଗଲେ ଯୁବକ

ବେଲପଡା, ୨୨ା୧୦(ଡି.ଏନ.ଏ.): ନିଜକୁ ମାଓବାଦୀ ବୋଲି ପରିଚୟ ଦେଇ ବ୍ଲକ ଅଧ୍ୟକ୍ଷାଙ୍କ ସ୍ବାମୀଙ୍କୁ ଟଙ୍କା ମାଗିବା ଜଣେ ଯୁବକଙ୍କୁ ମହଙ୍ଗା ପଡିଛି। ବଲାଙ୍ଗୀର ଜିଲା ବେଲପଡା ଥାନା ପୋଲିସ ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିଛି। 

ବ୍ୟାଡମିଣ୍ଟନ ଖେଲାଳିଙ୍କୁ ସମ୍ବର୍ଦ୍ଧନା

ବ୍ୟାଡମିଣ୍ଟନ ଖେଲାଳିଙ୍କୁ ସମ୍ବର୍ଦ୍ଧନା

ସମ୍ବଲପୁର,୨୨।୧୦(ବ୍ୟୁରୋ) ସମ୍ବଲପୁର ଫ୍ରେଜର କ୍ଳବରେ ଦିବ୍ୟାଙ୍ଗ ବ୍ୟାଡ଼ମିଣ୍ଟନ   ଖେଲାଳି ପ୍ରମୋଦ  ଭଗତଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। କ୍ଳବ ସଭାପତି ଶେଷଦେବ ମିଶ୍ରଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ସମ୍ବଲପୁର ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ ମୁଖ୍ୟ ଅତିଥି, ପ୍ରୟାସ ପରିବର୍ତ୍ତନ ଅନୁଷ୍ଠାନର ମୁଖ୍ୟ ଲଲାଟେନ୍ଦୁ ନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

ରଘୁନାଥପାଲିରେ ବଏଲଯାତ୍ରା

ରଘୁନାଥପାଲିରେ ବଏଲଯାତ୍ରା

କୋଲାବିରା,୨୨।୧୦(ଡି.ଏନ.ଏ.) 
ଝାରସୁଗଡ଼ା ଜିଲା କୋଲାବିରାର ରଘୁନାଥପାଲଠାରେ ମା’ ସମଲେଶ୍ୱରୀଙ୍କ ଦ୍ୱାଦଶୀ ବଏଲଯାତ୍ରା ପାରମ୍ପରିକ ରୀତନୀତି ଅନୁସାରେ ପାଳିତ ହୋଇଛି। ଗତ ମଙ୍ଗଳବାରରୁ ଆରମ୍ଭ ହୋଇଥିବା ଏହି ଆଦ୍ୟପର୍ବ ସୋମବାର ଦେବୀଙ୍କ ପୀଠରେ ସମାପନ ହୋଇଛି। ଅଶ୍ୱିନୀ କୃଷ୍ଣପକ୍ଷ ପ୍ରତିପଦାଠାରୁ ୯ ଦିନ ବ୍ୟାପୀ ସମଲେଇ ମନ୍ଦିରରେ ଅଖଣ୍ଡଦୀପ ପ୍ରଜ୍ଜ୍ୱଳନ, ସପ୍ତମୀ ତିଥିରେ ପାଟଖଣ୍ଡା ସ୍ଥାପନ, ନିଶାପୂଜା, ଅଷ୍ଟମୀ ତିଥିରେ ଷୋହଳ ଖଣ୍ଡା ସ୍ଥାପନ ଏବଂ  ବଏଲଯାତ୍ରା ଅନୁଷ୍ଠିତ ହୋଇଥିଲା। ରବିବାର ରାତିରେ ଗଣ୍ଡ ସମ୍ପ୍ରଦାୟର ଲୋକଙ୍କ ମୁଣ୍ଡରେ ଦେବୀଙ୍କ ପୂଜକମାନେ ଫୁଲର ଚୂଳ ବାନ୍ଧି ମୁହଁରେ ସିନ୍ଦୁର ବୋଳି ପୂଜା ଉପଚାର କରିଥିଲେ। ବରୁଆଙ୍କ ଦେହରେ ଦୈବୀ ଶକ୍ତି ସଞ୍ଚାର କରିବା ପାଇଁ ଯଥାବିଧି ମନ୍ତ୍ରତନ୍ତ୍ର  ଉଚ୍ଚାରଣ ସହ ତାଙ୍କ କପାଳରେ ଦେବୀଙ୍କ ଛଡା ସିନ୍ଦୁର, ଫୁଲ, ଅରୁଆ ଚାଉଳ ଆଦି ଚଢ଼ାଯାଇଥିଲା। 

ଜୀବନ ହାରିଲେ ଭାଗଚାଷୀ

ଜୀବନ ହାରିଲେ ଭାଗଚାଷୀ

ସୁନ୍ଦରଗଡ଼,୨୨।୧୦(ଡି.ଏନ.ଏ)- ସୁନ୍ଦରଗଡ଼ ଜିଲା ଟାଙ୍ଗରପାଲି ବ୍ଲକ୍‌ ନିଆଲିପାଲି ଗ୍ରାମରେ ଜଣେ ଭାଗ ଚାଷୀ କୀଟନାଶକ ପିଇ ଆତ୍ମହତ୍ୟା କରିଛନ୍ତି। ସେ ହେଲେ ପୁରୁଷୋତ୍ତମ ସେଠ (୫୧)। ସୁନ୍ଦରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଭଷ୍ମା ଥାନା ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇବା ପେରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।

ହେମଗିର ବ୍ଲକ୍‌କୁ ମରୁଡ଼ି ଅଞ୍ଚଳ ଘୋଷଣା ଦାବି

ହେମଗିର ବ୍ଲକ୍‌କୁ ମରୁଡ଼ି ଅଞ୍ଚଳ ଘୋଷଣା ଦାବି

ହେମଗିର,୨୨।୧୦(ଡି.ଏନ.ଏ.)- 
ସୁନ୍ଦରଗଡ଼ ଜିଲା ହେମଗିର ବ୍ଲକ୍‌ର ୧୯ ପଞ୍ଚାୟତର ସମସ୍ତ ଗ୍ରାମରେ ମରୁଡ଼ି ପରିସ୍ଥିତି ଦେଖାଦେଇଛି। ଏ ସଂକ୍ରାନ୍ତରେ ସୋମବାର ପଞ୍ଚାୟତ ସିମିତି ସଭା କକ୍ଷରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଧାରାଣୀ ରାଉତିଆଙ୍କ ସଭାପତିତ୍ୱରେ ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି। ସରପଞ୍ଚ, ସମିତି ସଭ୍ୟା ଓ ସଭ୍ୟମାନେ ଏଥିରେ ଉପସ୍ଥିତ ରହିଥିଲେ। ଦୀର୍ଘ ୨ ମାସରୁ ଊର୍ଦ୍ଧ୍ୱ ହେବ ବର୍ଷା ଅଭାବରୁ ଚାଷଜମି ବେହାଲ ହୋଇପଡ଼ିଥିବା ଉପାଧ୍ୟକ୍ଷ ସୁରଥ ପ୍ରଧାନ ପ୍ରକାଶ କରିଥିଲେ। ମୋଟ ୧୯୩୨୪ ହେକ୍ଟର ଜମିରେ ଚଳିତବର୍ଷ ଖରିଫ୍‌ ଫସଲ କରାଯାଇଥିଲା। ସେଥିରୁ ୧୨୮୯୮ ହେକ୍ଟରରେ କେବଳ ଧାନ ଚାଷ କରାଯିବାକୁ ଲକ୍ଷ୍ୟଧାର୍ଯ୍ୟ ହୋଇଥିଲା।

ଧର୍ମଗଡ଼ରେ ବିଜେଡିର ନୂଅଁାଖାଇ ଭେଟଘାଟ

ଧର୍ମଗଡ଼ରେ ବିଜେଡିର ନୂଅଁାଖାଇ ଭେଟଘାଟ

ଧର୍ମଗଡ,୨୨।୧୦(ଡି.ଏନ.ଏ.)- 
କଳାହାଣ୍ଡି ଜିଲା ଧର୍ମଗଡ଼ ବିଜୁ କଲ୍ୟାଣ ମଣ୍ଡପଠାରେ ସୋମବାର ବିଜୁ ଜନତା ଦଳ ପକ୍ଷରୁ ନୂଅଁ।ଖାଇ ଭେଟ୍‌ଘାଟ ଅନୁଷ୍ଠିତ ହୋଇଯାଇଛି। ଧର୍ମଗଡ଼ ବିଧାୟକ ପୁଷ୍ପେନ୍ଦ୍ର ସିଂଦେଓଙ୍କ ଅଧ୍ୟକ୍ଷତାରେ ହୋଇଥିବା କାର୍ଯ୍ୟକ୍ରମରେ ଅନୁସୂଚିତ ଜାତି, ଜନଜାତି ଓ ପଛୁଆ ବର୍ଗ କଲ୍ୟାଣ ମନ୍ତ୍ରୀ ରମେଶ ମାଝି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ବିଜେଡି ଯୁବନେତା ତଥା ଏନଏସି ଉପାଧ୍ୟକ୍ଷ ଅଶୋକ କୁମାର ମହାନ୍ତି ଏହାକୁ ପରିଚାଳନା କରିଥିଲେ। ଜିଲା ବିଜେଡ଼ି ସାଧାରଣ ସମ୍ପାଦକ ଥବିର ପ୍ରସାଦ ସାହୁ ସ୍ବାଗତ ଭାଷଣ ଦେଇଥିଲେ। ଭାବର ଆଦାନ ପ୍ରଦାନ ସହ ନବୀନ ସରକାରଙ୍କ ବିଭିନ୍ନ ଲେକାଭିମୁଖୀ ଯୋଜନାର ସଫଳ କାର୍ଯ୍ୟକାରିତା ଉପରେ ଆଲୋଚନା ହୋଇଥିଲା।

ଚାଷୀଙ୍କ ଦ୍ୱିତୀୟ ପର୍ଯ୍ୟାୟ ଆନ୍ଦୋଳନ ସଜବାଜ

ଚାଷୀଙ୍କ ଦ୍ୱିତୀୟ ପର୍ଯ୍ୟାୟ ଆନ୍ଦୋଳନ ସଜବାଜ

ସମ୍ବଲପୁର,୨୨।୧୦(ବ୍ୟୁରୋ)
ଚାଷୀଙ୍କ ଦାବିକୁ ଅଣଦେଖା ଆଗକୁ ଭୟଙ୍କର ରୂପ ନେବ। ବିଶେଷ କରି ଫସଲ ବୀମା ବିଭ୍ରାଟ ତାତିର ପ୍ରତିକ୍ରିୟା ସାଂଘାତିକ ହେବ। ଜିଲା କୃଷକ ସଙ୍ଗଠନର ଆହ୍ବାନ କ୍ରମେ ଜମନକିରା ବ୍ଳକ ନାମମଣ୍ଡପଠାରେ ହୋଇଥିବା ବୈଠକରେ ଏଭଳି ଚେତାବନୀ ଦିଆଯାଇଛି। ଚାଷୀଙ୍କ ପ୍ରଥମ ପର୍ଯ୍ୟାୟ ଆନ୍ଦୋଳନ ବେକାର ଯିବ ନାହିଁ। ଏହାକୁ ଆହୁରି ବ୍ୟାପକ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ୨୦୦୬ ଅକ୍ଟୋବର ୨୬ ତାରିଖରେ ଜିଲାର ହଜାରରୁ ଊର୍ଦ୍ଧ୍ୱ ଚାଷୀଭାଇମାନେ ଏକାଠି ହୋଇ ମାନବଶୃଙ୍ଖଳ ଦ୍ୱାରା ଯେଉଁ ଆନ୍ଦୋଳନ କରିଥିଲେ ତାହାର ପୁନରାବୃତ୍ତି ହେବ। ସରକାର ଚାଷୀଙ୍କୁ ସେମାନଙ୍କ ହକ୍‌ ନ ଦେବା ପର୍ଯ୍ୟନ୍ତ ପୁଣି ଥରେ ଆସନ୍ତା ଅକ୍ଟୋବର ୨୬ ତାରିଖରେ ମହାଆନ୍ଦୋଳନ କରାଯିବ। ଏହି ଦ୍ୱିତୀୟ ପର୍ଯ୍ୟାୟ ଆନ୍ଦୋଳନରେ ସମ୍ବଲପୁର ଜିଲାକୁ ବାହ୍ୟ ଜଗତରୁ  ୩ ଘଣ୍ଟା ଧରି ବିଛିନ୍ନ କରି ଦିଆଯିବ। ଜିଲାକୁ ସଂଯୋଗ କରୁଥିବା ସମସ୍ତ ଜାତୀୟ ଓ ରାଜ୍ୟ ରାଜପଥ ଅବରୋଧ କରାଯିବ। ଯଦି ଏଥିରେ ସରକାରଙ୍କ ଚେତା ଉଦୟ ନ ହୁଏ ଜିଲାପାଲ ଅଫିସ ପରିସର, ବିଧାୟକ ଓ ବିଧାୟିକାଙ୍କ ବାସଭବନରେ ସମ୍ମୁଖରେ ଧାରଣା ଦିଆଯିବ। କୃଷି, ସମବାୟ ଅଫିସକୁ ଅଚଳ କରି ଦିଆଯିବ। ମାନେଶ୍ୱର ମାନଧାତା ବାବା କୃଷକ ସଙ୍ଗଠନ ସଭାପତି ହରିଶଙ୍କର ପୁରୋହିତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଏହା ସୂଚାଇ ଦିଆଯାଇଛି।

ପ୍ରଭାବଶୂନ୍ୟ ବିଜେଡ଼ିର ଜନସମ୍ପର୍କ ପଦଯାତ୍ରା

ପ୍ରଭାବଶୂନ୍ୟ ବିଜେଡ଼ିର ଜନସମ୍ପର୍କ ପଦଯାତ୍ରା

ଧମା,୨୨।୧୦(ଡି.ଏନ.ଏ.)- ରାଜ୍ୟର ସର୍ବବୃହତ ତଥା ଶ୍ରେଷ୍ଠ ଦଳ ବୋଲାଉଥିବା ବିଜୁ ଜନତା ଦଳର ସାଙ୍ଗଠନିକ ଦୁର୍ବଳତା ପଦାରେ ପଡ଼ିଛି।  ମାନେଶ୍ୱର ବ୍ଲକ ଧମା ପଞ୍ଚାୟତରେ ରେଢ଼ାଖୋଲ ବିଧାୟକ ଇଂ. ରୋହିତ ପୂଜାରୀଙ୍କ ନେତୃତ୍ୱରେ ହୋଇଥିବା ଜନସମ୍ପର୍କ ପଦଯାତ୍ରା ପ୍ରଭାବଶୂନ୍ୟ ହୋଇଛି। ପଦଯାତ୍ରା ସ୍ଥାନୀୟ ହାଇସ୍କୁଲ ଛକରୁ ଆରମ୍ଭ ହୋଇଥିଲା। ଧମା ହାଟପଦା ଦେଇ ମା’ ଝାଡେଶ୍ୱରୀ ମନ୍ଦିର ଏବଂ ସେଠାରୁ ସଁହରାପଡ଼ା ପରିକ୍ରମା କରିଥିଲା।  ଏହି ପଦଯାତ୍ରାରେ କେତେକ ନାବାଳକଙ୍କୁ ଦଳୀୟ ପତାକା ଧରାଇ ଦିଆଯାଇଥିଲା।