ଜାତୀୟ |

ଭାରତ ତିଆରି କରିବ ସମୁଦ୍ର ଲହଡ଼ିରେ ଯୁଦ୍ଧ କରୁଥିବା ଏୟାରକ୍ରାପ୍ଟ

ଭାରତ ତିଆରି କରିବ ସମୁଦ୍ର ଲହଡ଼ିରେ ଯୁଦ୍ଧ କରୁଥିବା ଏୟାରକ୍ରାପ୍ଟ

ମାଡ୍ରାସ,୧୨।୪: ନଦୀ ହେଉ ଅବା ସମୁଦ୍ର ମଧ୍ୟରେ ଏବେ ଟେକ୍‌ ଅଫ୍‌ ଓ ଲ୍ୟାଣ୍ଡିଂ କରୁଥିବା ମାନବବିହୀନ ଏୟାରକ୍ରାପ୍ଟ ଏବେ ଭାରତରେ ନିର୍ମାଣ କରାଯିବାର ଯୋଜନା ହୋଇଛି। ଏହା ଟେକ୍ନୋଲୋଜି ଟ୍ରାନ୍ସଫର ମାଧ୍ୟମରେ ସରକାରଙ୍କ ମେକ୍‌ ଇନ୍‌ ଇଣ୍ଡିଆ ଆଧାରରେ ତିଆରି କରାଯିବ। ମାଡ୍ରାସରେ ଆରମ୍ଭ ହୋଇଥିବା ଡିଫେନ୍ସ ଏକ୍ସପୋ-୨୦୧୮ରେ ମହିନ୍ଦ୍ରା ଗ୍ରୁପ ଜଏଣ୍ଟ ଭେଞ୍ଚର ଏଗ୍ରିମେଣ୍ଟରେ ଉକ୍ତ ଏୟାରକ୍ରାପ୍ଟ ନିର୍ମାଣ କରିବା କଥା କହିଛି। ଜାପାନର ସିନମାୟବା ଇଣ୍ଡଷ୍ଟ୍ରିଜ୍‌ ସହ ମହିନ୍ଦ୍ରା ଗ୍ରୁପର ମିଳିତ ସହଯୋଗରେ ୟୁଏସ୍‌-୨ ଏୟାରକ୍ରାପ୍ଟ ଭାରତରେ ନିର୍ମାଣ କରାଯିବାର ଯୋଜନା ରହିଛି। ଯାହା ୩ ମିଟର ଉଚ୍ଚ ସମୁଦ୍ର ଲହଡିରେ ମଧ୍ୟ ଅପରେଶନ କରିପାରିବ। ତେବେ ଉକ୍ତ ଏୟାରକ୍ରାପ୍ଟର ମରାମତି ପାଇଁ ମହିନ୍ଦ୍ରା ତରଫରୁ କେତୋଟି ୟୁନିଟ ଖୋଲାଯିବାର ଯୋଜନା ମଧ୍ୟ ରହିଛି। ଏହାଦ୍ୱାରା ଆଗାମୀ ଦିନରେ ଭାରତର ପ୍ରତିରକ୍ଷା ଆହୁରି ମଜଭୁତ ହେବ ବୋଲି କୁହାଯାଉଛି।

All Right Reserved By

ଜାତୀୟ |

୨୦୧୯ ନିର୍ବାଚନରେ କଂଗ୍ରେସକୁ ୩ ଗୁଣା ଅଧିକ ଆସନ: ଚିଦାମ୍ବରମ୍‌

୨୦୧୯ ନିର୍ବାଚନରେ କଂଗ୍ରେସକୁ ୩ ଗୁଣା ଅଧିକ ଆସନ: ଚିଦାମ୍ବରମ୍‌

ନୂଆଦିଲ୍ଲୀ,୨୨।୭: ଆସନ୍ତା ୨୦୧୯ରେ ହେବାକୁ ଥିବା ସାଧାରଣ ନିର୍ବାଚନରେ କଂଗ୍ରେସ ପୂର୍ବାପେକ୍ଷା ୩ ଗୁଣା ଅଧିକ ଆସନରେ ବିଜୟଲାଭ କରିବ ବୋଲି ରବିବାର କଂଗ୍ରେସର ବରିଷ୍ଠ ନେତା ପି.ଚିଦାମ୍ବରମ୍‌ ସୂଚନା ଦେଇଛନ୍ତି।

ବିମାନରେ ୮ମାସର ଶିଶୁଙ୍କୁ ଲହୁ ଲୁହାଣ କଲେ ଛାରପୋକ

ବିମାନରେ ୮ମାସର ଶିଶୁଙ୍କୁ ଲହୁ ଲୁହାଣ କଲେ ଛାରପୋକ

ନୂଆଦିଲ୍ଲୀ,୨୨।୭: ନ୍ୟୁୟର୍କରୁ ମୁମ୍ବାଇ ଆସୁଥିବା ଏୟାର ଇଣ୍ଡିଆର ବିମାନରେ ଯାତ୍ରା କରୁଥିବା ଯାତ୍ରୀଙ୍କ ଅନୂଭୁତି ଶୁଣି ଯେ କେହି ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି। ନିକଟରେ ଏହାର ବିଜ୍‌ନେସ୍‌ କ୍ଲାସରେ ଯାତ୍ରା କରୁଥିବା ଜଣେ ୮ ମାସର ଶିଶୁଙ୍କୁ ଛାରପୋକ କାମୁଡି ଲହୁ ଲୁହାଣ କରିବା ପରେ ଏୟାର ଇଣ୍ଡିଆରେ ଯାତ୍ରା କେତେ ସୁରକ୍ଷିତ ତାହା ସହଜରେ ଅନୁମାନ କରାଯାଉଛି।

ଜାଲ୍‌ ଡିଗ୍ରୀକୁ ନେଇ ଅଡୁଆରେ ଆପ୍‌ ବିଧାୟକ

ଜାଲ୍‌ ଡିଗ୍ରୀକୁ ନେଇ ଅଡୁଆରେ ଆପ୍‌ ବିଧାୟକ

ନୂଆଦିଲ୍ଲୀ,୨୨।୭: ଆମ୍‌ ଆଦମି ପାର୍ଟି(ଆପ୍‌)ର ଜଣେ ବିଧାୟକ ଜାଲ୍‌ ଡିଗ୍ରୀକୁ ନେଇ ଏବେ ଅଡୁଆରେ ପଡିଛନ୍ତି। ଦିଲ୍ଲୀ ଗୋକୁଳପୁରର ବିଧାୟକ ଚୌଧୁରୀ ଫତେ ସିଂ ଜାଲ୍‌ ଡିଗ୍ରୀ ହାସଲ କରିଥିବା ଅଭିଯୋଗ ହୋଇଛି।

କୋଠା ଭୁଶୁଡି ୧ ମୃତ ୧୭ ଆହତ

କୋଠା ଭୁଶୁଡି ୧ ମୃତ ୧୭ ଆହତ

ଚେନ୍ନାଇ,୨୨।୭: ଚେନ୍ନାଇର ଗୋବିନ୍ଦସ୍ବାମୀ ନଗରରେ ଶନିବାର ଏକ ନିର୍ମାଣାଧୀନ ହସ୍ପିଟାଲ କୋଠା ଭୁଶୁଡି ପଡିବା ଫଳରେ ଜଣଙ୍କର ମୃତ୍ୟୁ ହେବା ସହ ପାଖାପାଖି ୧୭ ଜଣ ଆହତ ହୋଇଛନ୍ତି।

୧୨ ମାସରେ ମହାରାଷ୍ଟ୍ରରେ ୧୯ ହଜାରରୁ ଅଧିକ ଶିଶୁଙ୍କ ମୃତ୍ୟୁ ଘଟିଛି

୧୨ ମାସରେ ମହାରାଷ୍ଟ୍ରରେ ୧୯ ହଜାରରୁ ଅଧିକ ଶିଶୁଙ୍କ ମୃତ୍ୟୁ ଘଟିଛି

ବମ୍ବେ,୨୨।୭: ଗତ ୧୨ ମାସ ମଧ୍ୟରେ ମହାରାଷ୍ଟ୍ରରେ ୧୯ ହଜାରରୁ ଅଧିକ ଶିଶୁଙ୍କ ମୃତ୍ୟୁ ଘଟିଛି। ଏନେଇ ସ୍ବାସ୍ଥ୍ୟ ମନ୍ତ୍ରୀ ଦୀପକ ସାଓ୍ବନ୍ତ ସୂଚିତ କରିଛନ୍ତି। ରାଜ୍ୟରେ ୨୦୧୭ ଏପ୍ରିଲ୍‌ଠାରୁ ୨୦୧୮ ମାର୍ଚ୍ଚ ମଧ୍ୟରେ ୧୯,୭୯୯ ଜଣ ଶିଶୁଙ୍କ ମୃତ୍ୟୁ ବିଭିନ୍ନ କାରଣରୁ ଘଟିଛି।

କଶ୍ମୀର ପରମ୍ପରାରେ ବିବାହ କଲେ ପୋଲାଣ୍ଡ ଦମ୍ପତି

କଶ୍ମୀର ପରମ୍ପରାରେ ବିବାହ କଲେ ପୋଲାଣ୍ଡ ଦମ୍ପତି

ଶ୍ରୀନଗର,୨୨।୭: କଶ୍ମୀରର ସଂସ୍କୃତି ପ୍ରତି ଆକୃଷ୍ଟ ହୋଇ ପୋଲାଣ୍ଡର ଦମ୍ପତି ପୁଣିଥରେ ବିବାହ କରିଛନ୍ତି। ଝେଲମ୍‌ ନଦୀ କୂଳରେ ସମ୍ପୂର୍ଣ୍ଣ କଶ୍ମୀର ପରମ୍ପରାରେ ଏହି ବିବାହ ଉତ୍ସବ ଅନୁଷ୍ଠିତ ହୋଇଛି।

ଅନୁପ୍ରବେଶ ଉଦ୍ୟମ ପଣ୍ଡ: ଜଣେ ନିହତ

ଅନୁପ୍ରବେଶ ଉଦ୍ୟମ ପଣ୍ଡ: ଜଣେ ନିହତ

ଶ୍ରୀନଗର,୨୨।୭: ଜମ୍ମୁ-କଶ୍ମୀର କାଠୁଅ ଜିଲାରେ ଏକ ଅନୁପ୍ରବେଶ ଉଦ୍ୟମ ରବିବାର ପଣ୍ଡ ହୋଇଛି।

ଲାଲ୍‌ କିଲ୍ଲା ମ୍ୟୁଜିୟମ୍‌ରେ ପର୍ଯ୍ୟଟକ ଶୁଣିବେ ୧୮୫୭ ବିଦ୍ରୋହର କାହାଣୀ

ଲାଲ୍‌ କିଲ୍ଲା ମ୍ୟୁଜିୟମ୍‌ରେ ପର୍ଯ୍ୟଟକ ଶୁଣିବେ ୧୮୫୭ ବିଦ୍ରୋହର କାହାଣୀ

ନୂଆଦିଲ୍ଲୀ,୨୨।୭: ଏଣିକି ଲାଲ୍‌କିଲ୍ଲା ପରିସରରେ ଥିବା ମ୍ୟୁଜିୟମ୍‌ରେ ପର୍ଯ୍ୟଟକଙ୍କୁ ୧୮୫୭ ସିପାହୀ ବିଦ୍ରୋହର କାହାଣୀ ସମ୍ପର୍କରେ ଅବଗତ କରାଯିବ। ସ୍ବାଧୀନତା ସଂଗ୍ରାମରେ କିପରି ଶେଷ ମୋଗଲ ସମ୍ରାଟ ବାହାଦୂର ଶାହ ଜାଫର୍‌ ବନ୍ଦୀ ହୋଇ ଦେଶ ମାତୃକାକୁ ଝୁରି ଝୁରି ପ୍ରାଣତ୍ୟାଗ କରିଛନ୍ତି ସେ ସମ୍ପର୍କରେ ପର୍ଯ୍ୟଟକଙ୍କୁ ଦିଆଯିବ ବିବରଣୀ।

ପ୍ରତି ଅପରାଧ ପାଇଁ ଶିଶୁଙ୍କୁ ଦଣ୍ଡଦେବା ଅନୁଚିତ

ପ୍ରତି ଅପରାଧ ପାଇଁ ଶିଶୁଙ୍କୁ ଦଣ୍ଡଦେବା ଅନୁଚିତ

ଭୋପାଳ,୨୨।୭: ପ୍ରତି ଅପରାଧ ଲାଗି ଶିଶୁଙ୍କ ପ୍ରତି ଦଣ୍ଡବିଧାନ କରାଯିବା ଅନୁଚିତ। ଅପରାଧ ସ୍ବୀକାର କରିବାପରେ ତାକୁ ଅଯଥା ଦେଣ୍ଡ ଦେବାର ଆବଶ୍ୟକତା ନାହିଁ।

ଦେଶର ପ୍ରଥମ ଗୁଗୁଲ ସ୍କୁଲ: ଅନ୍‌ଲାଇନରେ ପାଠପଢ଼ା ଓ ହୋମ୍‌ଓ୍ବାର୍କ

ଦେଶର ପ୍ରଥମ ଗୁଗୁଲ ସ୍କୁଲ: ଅନ୍‌ଲାଇନରେ ପାଠପଢ଼ା ଓ ହୋମ୍‌ଓ୍ବାର୍କ

ଅହମ୍ମଦାବାଦ୍‌,୨୨।୭: ଗୁଜରାଟ ଅହମ୍ମଦାବାଦ୍‌ ସ୍ଥିତ ଚାନ୍ଦଲୋଡ଼ିଆ ଗାଁରେ ଆରମ୍ଭ ହୋଇଛି ଦେଶର ପ୍ରଥମ ଗୁଗୁଲ ସ୍କୁଲ। ଏଠାରେ ଛାତ୍ରୀଛାତ୍ରଙ୍କୁ ଅନ୍‌ ଲାଇନ୍‌ରେ ପାଠପଢ଼ା, ହୋମ୍‌ଓ୍ବାର୍କ ଆଦି ଦିଆଯାଉଛି। ପରୀକ୍ଷା ମଧ୍ୟ ଅନ୍‌ଲାଇନ୍‌ରେ ହେଉଛି।

କୁଲଗାମ୍‌ ଏନ୍‌କାଉଣ୍ଟର: ୩ ଆତଙ୍କବାଦୀ ମୃତ

କୁଲଗାମ୍‌ ଏନ୍‌କାଉଣ୍ଟର: ୩ ଆତଙ୍କବାଦୀ ମୃତ

ଶ୍ରୀନଗର ୨୨।୭: ଜମ୍ମୁ-କଶ୍ମୀର କୁଲଗାମ୍‌ ଖୁଦଓ୍ବାନୀ ଅଞ୍ଚଳରେ ମିଳିତ ସୁରକ୍ଷା ବଳ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ସ୍ଥାନୀୟ ଓ୍ବାନି ମୋହଲାରେ କିଛି ଆତଙ୍କବାଦୀ ଲୁଚିଥିବା ଖବର ପାଇ ସୁରକ୍ଷାବଳ ସମଗ୍ର ଅଞ୍ଚଳକୁ ଘେରି ଯାଇଥିଲେ।

ଭାଜପା ଲୋକଙ୍କ ମଧ୍ୟରେ ତାଲିବାନୀଙ୍କୁ ସୃଷ୍ଟି କରୁଛି:  ମମତା ବାନାର୍ଜୀ

ଭାଜପା ଲୋକଙ୍କ ମଧ୍ୟରେ ତାଲିବାନୀଙ୍କୁ ସୃଷ୍ଟି କରୁଛି: ମମତା ବାନାର୍ଜୀ

କୋଲକାତା,୨୧।୭: ଶହୀଦ ଦିବସ ପାଳନ ଅବସରରେ ତୃଣମୂଳ କଂଗ୍ରେସ ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶନିବାର ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, କେନ୍ଦ୍ରର ଭାଜପା ସରକାର ଲୋକଙ୍କ ମଧ୍ୟରେ ତାଲିବାନୀଙ୍କୁ ସୃଷ୍ଟି କରୁଛି।

Model This Week

ଚିଣ୍ଟୁ