ବାଣିଜ୍ୟ |

ଚାଇନା ଟାୟାରରେ ଲାଗିବ ଆଣ୍ଟି ଡମ୍ପିଂ ଶୁଳ୍କ

ଚାଇନା ଟାୟାରରେ ଲାଗିବ ଆଣ୍ଟି ଡମ୍ପିଂ ଶୁଳ୍କ

ନୂଆଦିଲ୍ଲୀ,୮।୮(ପି.ଟି.): ଶସ୍ତା ଆମଦାନୀ ଯୋଗୁ ଭାରତୀୟ ଟାୟାର କମ୍ପାନୀଗୁଡିକ  କ୍ଷତି ସହୁଛନ୍ତି। ଏହାକୁ ଧ୍ୟାନରେ ରଖି ସରକାର ନୂଆ ପଦକ୍ଷେପ ନେବାକୁ ଯୋଜନା କରୁଛନ୍ତି। ଏହା ଅନ୍ତର୍ଗତ ସରକାର ଚାଇନାର କେତେକ ଟାୟାର ଉପରେ ଆଣ୍ଟି ଡମ୍ପିଂ ଟିକସ ଲାଗୁ କରିପାରନ୍ତି। ଏହା ବିଶେଷ ଭାବରେ ନ୍ୟୁମାଟିକ୍‌ ଟାୟାର ଉପରେ ଲାଗୁ ହେବ। ଏହା ଲାଗୁ କରାଗଲେ ଶସ୍ତା ଆମଦାନୀକୁ ହ୍ରାସ କରାଯାଇ ପାରିବ। ଫଳରେ ଏହା ଦ୍ୱାରା ଘରୋଇ ବଜାରର କମ୍ପାନୀଗୁଡିକୁ ଆଶ୍ୱସ୍ତି ମିଳି ପାରିବ। ସରକାର ଚାଇନାର ଏହି ଉତ୍ପାଦ ଉପରେ ଟନ୍‌ ପିଛା ୪୫୨.୩୩ ଟଙ୍କା ଶୁଳ୍କ ଲାଗୁ କରିପାରନ୍ତି ବୋଲି ସୂଚନା ରହିଛି। ବାଣିଜ୍ୟ ମନ୍ତ୍ରଣାଳୟର ଅନୁସନ୍ଧାନକାରୀ ସଂସ୍ଥା ଡାଇରେୋରେଟ୍‌ ଜେନେରାଲ ଅଫ୍‌ ଆଣ୍ଟି ଡମ୍ପିଂ ଆଣ୍ଡ ଆଲାଏଡ୍‌ ଡ୍ୟୁଡି (ଡିଜିଏଡି)ଏହାର ଅନ୍ତିମ ରିପୋର୍ଟ ପ୍ରସ୍ତୁତ କରିଛି। ଏହା ଜାଣିବାକୁ ପାଇଛି ଯେ, ଘରୋଇ କମ୍ପାନୀଗୁଡିକ କଞ୍ଚାମାଲ ତଥା ଅନ୍ୟାନ୍ୟ ସମସ୍ୟା ସାମ୍ନା କରୁଛନ୍ତି। ଏହି ଭଳି ଅସୁବିଧାକୁ ନେଇ ଅଟୋମୋଟିଭ୍‌ ଟାୟାର ମାନୁଫାକଚରର୍ସ ଆସୋସିଏଶନ (ଏଟିଏମଏ) ସରକାରଙ୍କୁ ଏକ ନିବେଦନ ପତ୍ର ମଧ୍ୟ ପ୍ରଦାନ କରିଛି।

All Right Reserved By

Model This Week

ନିକିତା

ବାଣିଜ୍ୟ |

ଏୟାର୍‌ ଇଣ୍ଡିଆ:ଉପଯୁକ୍ତ ନେଟ୍‌ ସମ୍ପତ୍ତି ଥିବା କମ୍ପାନୀଙ୍କୁ ମିଳିବ ନିଲାମ ସୁଯୋଗ

ଏୟାର୍‌ ଇଣ୍ଡିଆ:ଉପଯୁକ୍ତ ନେଟ୍‌ ସମ୍ପତ୍ତି ଥିବା କମ୍ପାନୀଙ୍କୁ ମିଳିବ ନିଲାମ ସୁଯୋଗ

ନୂଆଦିଲ୍ଲୀ,୧୯-୪(ପି.ଟି.) ଉପଯୁକ୍ତ ନେଟ୍‌ ସମ୍ପତ୍ତି ଥିବା ତଥା ଏୟାର୍‌ ଇଣ୍ଡିଆକୁ ଚଳାଇବାର ସାମର୍ଥ୍ୟ ରଖୁଥିବା କମ୍ପାନୀ ହିଁ ଏହାର ମାଲିକାନା ନେବା ପାଇଁ ନିଲାମ ଡାକିପାରିବେ। ଏହିଭଳି କମ୍ପାନୀ ହିଁ ଏୟାର୍‌ ଇଣ୍ଡିଆର ୭୬% ଅଂଶଧନ କିଣିବା ପାଇଁ ନିଲାମ ପ୍ରକ୍ରିୟାରେ ଅଂଶଗ୍ରହଣ କରିପାରିବେ। ନିବେଶ ଏବଂ ସାଧାରଣ ସମ୍ପତ୍ତି ପରିଚାଳନା ବିଭାଗ ସଚିବ ନୀରଜ ଗୁପ୍ତା ଏହା ପ୍ରକାଶ କରିଛନ୍ତି।

ଅବିରତ ଚାଲିଛି ନୋଟ୍‌ ଛପା

ଅବିରତ ଚାଲିଛି ନୋଟ୍‌ ଛପା

ନୂଆଦିଲ୍ଲୀ,୧୯-୪(ପି.ଟି.) ଅସ୍ବାଭାବିକ ଭାବେ ଚାହିଦା ବଢ଼ିବା କାରଣରୁ ଦେଶର କେତେକ ପ୍ରାନ୍ତରେ କ୍ୟାଶ୍‌ ସମସ୍ୟା ଦେଖାଦେଇଛି। ଏହାର ସମାଧାନ ପାଇଁ ପଦକ୍ଷେପ ନିଆଯାଉଛି। ପାଖାପାଖି ୭୦,୦୦୦ କୋଟି ଟଙ୍କାର ୫୦୦ ଏବଂ ୨୦୦ ଟଙ୍କିଆ ନୋଟ୍‌ ଛାପିବା ପାଇଁ ସିକ୍ୟୁରିଟି ପ୍ରିଣ୍ଟିଂ ଆଣ୍ଡ୍‌ ମିଣ୍ଟିଂ କର୍ପୋରେଶନ୍‌ ଅଫ୍‌ ଇଣ୍ଡିଆ ଲିମିଟେଡ୍‌(ଏସ୍‌ପିଏମ୍‌ସିଆଇଏଲ୍‌)ର ୪ଟି ଯାକ କାରଖାନାରେ ଅବିରତ କାର୍ଯ୍ୟ ଚାଲିଛି।

ଏଟିଏମ ଉଠାଣ ୭ବର୍ଷର ସର୍ବୋଚ୍ଚ ସ୍ତରରେ

ଏଟିଏମ ଉଠାଣ ୭ବର୍ଷର ସର୍ବୋଚ୍ଚ ସ୍ତରରେ

ନୂଆଦିଲ୍ଲୀ,୧୯।୪- ଏଟିଏମ୍‌ ଗୁଡିକରେ ଟଙ୍କା ସମସ୍ୟା ସୁଧୁରିବାର ନା ନେଉନାହିଁ। ହଠାତ ଏପରି ସମସ୍ୟାକୁ ନେଇ ଲୋକମାନେ ଚିନ୍ତାରେ ପଡିଯାଇଛନ୍ତି। ଏଟିଏମ୍‌ରୁ ଟଙ୍କା ଗଲା କୁଆଡେ ସେ ନେଇ ଲୋକଙ୍କ ମନରେ ବିଭିନ୍ନ ପ୍ରଶ୍ନ ଉଙ୍କି ମାରିଛି। ୨୦୧୭-୧୮ରେ ଏଟିଏମ୍‌ରୁ କ୍ୟାଶ ଉଠାଣ ଗତ ୭ବର୍ଷ ମଧ୍ୟରେ ସବୁଠାରୁ ତ୍ୱରାନ୍ବିତ ବୋଲି ଏକ ଆକଳନରୁ ଜଣାଯାଇଛି।

ବୃହତ୍‌ ଉଠାଣ ଉପରେ ନଜର: ନୋଟ ଯୋଗାଣ ତ୍ୱରାନ୍ବିତ ପାଇଁ ସରକାର, ଆରବିଆଇର ତତ୍ପରତା

ବୃହତ୍‌ ଉଠାଣ ଉପରେ ନଜର: ନୋଟ ଯୋଗାଣ ତ୍ୱରାନ୍ବିତ ପାଇଁ ସରକାର, ଆରବିଆଇର ତତ୍ପରତା

ନୂଆଦିଲ୍ଲୀ,୧୯।୪- ଏଟିଏମ୍‌ଗୁଡିକରେ ନୋଟ ସମସ୍ୟା ସୁଧୁରୁ ନ ଥିବା ବେଳେ ସରକାର ଏବଂ ରିଜର୍ଭ ବ୍ୟାଙ୍କ ସମସ୍ୟାର ସମାଧାନ ଲାଗି ତତ୍ପରତା ଦେଖାଇଛନ୍ତି। କ୍ୟାଶ ସଙ୍କଟ ଭୋଗୁଥିବା ରାଜ୍ୟ ଗୁଡିକୁ ସରକାର ନୋଟ ଯୋଗାଣ ତ୍ୱରାନ୍ବିତ କରିଛନ୍ତି। ଗୁରୁବାର ବିହାରରେ ନଗଦ ସ୍ଥିତି ସୁଧାରିବା ପାଇଁ ଏଟିଏମ୍‌ ଗୁଡିକରେ ୮୦୦ରୁ ୯୦୦ କୋଟି ଟଙ୍କା ଭର୍ତ୍ତି ପାଇଁ ପ୍ରଦାନ କରାଯାଇଛି।

କୁଆଡ଼େ ଗଲା ବଜାରର ନଗଦ ନୋଟ୍‌

କୁଆଡ଼େ ଗଲା ବଜାରର ନଗଦ ନୋଟ୍‌

ନୂଆଦିଲ୍ଲୀ,୧୯।୪- ବିମୁଦ୍ରୀକରଣ ପରେ ସରକାର ୨୦୦୦ ଟଙ୍କିଆ, ୫୦୦ ଟଙ୍କିଆ ସମେତ ଅନ୍ୟାନ୍ୟ ନୂଆ ନୋଟ ବଜାରକୁ ଛାଡିଥିଲେ। ଏହା ସତ୍ତ୍ୱେ ଦେଶରେ ବର୍ତ୍ତମାନ ନଗଦ ନୋଟ ସଙ୍କଟ ଦେଖାଦେଇଛି।

ଟଳିନି ଏଟିଏମ୍‌ରେ ନଗଦ ସଙ୍କଟ

ଟଳିନି ଏଟିଏମ୍‌ରେ ନଗଦ ସଙ୍କଟ

ନୂଆଦିଲ୍ଲୀ,୧୯।୪- ଦେଶର ବିଭିନ୍ନ ପ୍ରାନ୍ତରେ ଥିବା ଏଟିଏମ୍‌ଗୁଡିକରେ କ୍ୟାଶ ସଙ୍କଟ ଲାଗି ରହିଛି। ସ୍ଥିତି ସୁଧୁରିବ ବୋଲି ସରକାର କହୁଥିବା ବେଳେ ଲୋକମାନେ ବିଭିନ୍ନ ଅସୁବିଧାର ସାମ୍ନା କରୁଛନ୍ତି।

ଅକ୍ଷୟତୃତୀୟାରେ ସୁନା କିଣାକୁ ଫିକା ପକାଇନି ଚଢ଼ା ଦର

ଅକ୍ଷୟତୃତୀୟାରେ ସୁନା କିଣାକୁ ଫିକା ପକାଇନି ଚଢ଼ା ଦର

ଭୁବନେଶ୍ୱର,୧୯-୪(ବ୍ୟୁରୋ) ଅକ୍ଷୟତୃତୀୟା ଅବସରରେ ରାଜଧାନୀରେ ଗହଣା ଶୋ’ରୁମ୍‌ଗୁଡ଼ିକରେ ବୁଧବାର ଗ୍ରାହକଙ୍କ ପ୍ରବଳ ଭିଡ଼ ଦେଖାଦେଇଥିଲା। ଦର ଉଚ୍ଚା ରହିଥିବା ସତ୍ତ୍ୱେ ବିବାହ ଋତୁ ଚାଲିଥିବାରୁ ଏହା ସୁନା କ୍ରୟ ପାଇଁ ଖୋରାକ୍‌ ଯୋଗାଇଥିଲା। ପ୍ରବଳ ଖରାଯୋଗୁ ଦିନ ସମୟରେ ସେତେଟା ଭିଡ଼ ରହି ନଥିଲେ ମଧ୍ୟ ଅପରାହ୍ନ ୪ଟା ପରେ ପରେ ଗ୍ରାହକଙ୍କ ଭିଡ଼ ଜମିଥିଲା। ବଜାରରୁ ମିଳିଥିବା ତଥ୍ୟ ଅନୁସାରେ ସମଗ୍ର ରାଜ୍ୟରେ ଏହି ଦିନ ୧୦୦ରୁ ୧୧୦ କୋଟି ଟଙ୍କାର ସୁନା ବିକ୍ରି ହୋଇଛି।

ବଜାରରେ ନୂଆ ପଲ୍‌ସର୍‌ ୧୫୦ ଟ୍ବିନ୍‌ ଡିସ୍କ

ବଜାରରେ ନୂଆ ପଲ୍‌ସର୍‌ ୧୫୦ ଟ୍ବିନ୍‌ ଡିସ୍କ

ନୂଆଦିଲ୍ଲୀ,୧୯।୪- ପ୍ରମୁଖ ବାଇକ୍‌ ନିର୍ମାତା କମ୍ପାନୀ ବଜାଜ୍‌ ପକ୍ଷରୁ ଭଜାରକୁ ଆସିଛି ନୂଆ ପଲ୍‌ସର୍‌ ୧୫୦ ଟ୍ବିନ୍‌ ଡିସ୍କ। ଏହାର ଦିଲ୍ଲୀ ଏକ୍ସ ଶୋ ରୁମ୍‌ ମୂଲ୍ୟ ୭୮,୦୧୬ ଟଙ୍କା ରହିଛି।

ନୋଟ ଛାପିବାକୁ ନାହିଁ କାଳି, କାଗଜ

ନୋଟ ଛାପିବାକୁ ନାହିଁ କାଳି, କାଗଜ

ନୂଆଦିଲ୍ଲୀ,୧୯-୪ ଦେଶର ବିଭିନ୍ନ ଅଞ୍ଚଳରେ ଏଟିଏମ୍‌ରେ ଟଙ୍କା ଅଭାବ ଦେଖା ଦେଇଛି ବୋଲି ଖବର ସାମ୍ନାକୁ ଆସିବା ପରେ ଏବେ ଏହାର କାରଣ ଜାଣିବା ପାଇଁ ଉତ୍ସୁକତା ବଢ଼ୁଛି। ଭାରତୀୟ ରିଜର୍ଭ ବ୍ୟାଙ୍କର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁସାରେ ନୋଟ୍‌ ଛାପିବା ପାଇଁ ଆବଶ୍ୟକ ହେଉଥିବା କାଳି ଓ କାଗଜ ଭଳି କଞ୍ଚାମାଲ ଅଭାବରୁ ପୂର୍ବତୁଳନାରେ କମ୍‌ ନୋଟ ଛପା ହେଉଛି।

ରେଳ ସପ୍ତାହରେ ପୂର୍ବତଟ ରେଳପଥ ପୁରସ୍କୃତ

ରେଳ ସପ୍ତାହରେ ପୂର୍ବତଟ ରେଳପଥ ପୁରସ୍କୃତ

ଭୁବନେଶ୍ୱର,୧୯-୪ ଭାରତୀୟ ରେଳପଥ ଅନ୍ତର୍ଗତ ସମସ୍ତ ରେଳ ମଣ୍ଡଳ ମଧ୍ୟରୁ ପୂର୍ବତଟ ରେଳପଥ ୨୦୧୭-୧୮ ଆର୍ଥିକ ବର୍ଷରେ ସର୍ବାଧିକ ମାଲ ପରିବହନ କରିଛି। ଏଥିପାଇଁ ପୂର୍ବତଟ ରେଳପଥକୁ ଭୋପାଳଠାରେ ଅନୁଷ୍ଠିତ ଜାତୀୟ ରେଳ ସପ୍ତାହ ଅବସରରେ ପୁରସ୍କୃତ କରାଯାଇଛି।

ବ୍ୟାଙ୍କ ଫେରାଇଦେଲା:‘ଆଧାର ନାହିଁ ବୋଲି ଖୋଲିପାରିଲିନି ସଞ୍ଚୟ ଜମା ଖାତା’

ବ୍ୟାଙ୍କ ଫେରାଇଦେଲା:‘ଆଧାର ନାହିଁ ବୋଲି ଖୋଲିପାରିଲିନି ସଞ୍ଚୟ ଜମା ଖାତା’

ନୂଆଦିଲ୍ଲୀ,୧୯-୪(ପି.ଟି.) ଆଧାର କାର୍ଡ ନାହିଁ ବୋଲି ଜଣେ ଅବସରପ୍ରାପ୍ତ ଆଇନ୍‌ଜୀବୀ ନିଜ ନାମରେ ଏକ ସଞ୍ଚୟ ଜମା ଖାତା ଖୋଲି ପାରିନାହାନ୍ତି। ବ୍ୟାଙ୍କ କର୍ତ୍ତୃପକ୍ଷ ତାଙ୍କୁ ଏଥିରୁ ବଞ୍ଚିତ କରିଛନ୍ତି। ଖାତା ଖୋଲିବା ପାଇଁ ଆଧାରକାର୍ଡ ବାଧ୍ୟତାମୂଳକ ନୁହେଁ ବୋଲି ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶନା ଦେଖାଇଥିଲେ ମଧ୍ୟ ଉକ୍ତ ଆଇନ୍‌ଜୀବୀଙ୍କ ଯୁକ୍ତିକୁ ବ୍ୟାଙ୍କ କର୍ତ୍ତୃପକ୍ଷ ବେଖାତିର କରି ଦେଇଛି।

ବ୍ୟାଙ୍କକୁ ଫେରୁନି ୨୦୦୦ ଟଙ୍କିଆ ନୋଟ

ବ୍ୟାଙ୍କକୁ ଫେରୁନି ୨୦୦୦ ଟଙ୍କିଆ ନୋଟ

ନୂଆଦିଲ୍ଲୀ,୧୯-୪ ଦେଶର ବିଭିନ୍ନ ପ୍ରାନ୍ତରେ ଥିବା ଏଟିଏମ୍‌ଗୁଡିକ ଟଙ୍କା ଶୂନ୍ୟ ହୋଇଯାଇଥିବା ବେଳେ ଏହାକୁ ନେଇ ଲୋକମାନେ ବିଭିନ୍ନ ଅସୁବିଧା ଭୋଗୁଛନ୍ତି। ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, କର୍ନାଟକ, ବିହାର, ମଧ୍ୟ ପ୍ରଦେଶ ଭଳି ରାଜ୍ୟଗୁଡିକରେ ଏଟିଏମ୍‌ରେ ଟଙ୍କା ଉପଲବ୍ଧତା ସ୍ଥିତି ଶୋଚନୀୟ ରହିଛି।