ସମ୍ବଲପୁର

କଲମାରୁ ଆରମ୍ଭ ହେଲା ‘ମହାନଦୀ ବଞ୍ଚାଅ ଯାତ୍ରା’

କଲମାରୁ ଆରମ୍ଭ ହେଲା ‘ମହାନଦୀ ବଞ୍ଚାଅ ଯାତ୍ରା’

ଝାରସୁଗୁଡା ଅଫିସ,୧୧। ୪- ମହାନଦୀର ସୁରକ୍ଷା ଏବଂ କଲମା ବ୍ୟାରେଜ୍‌ର ସମସ୍ତ ଗେଟ୍‌ ବନ୍ଦ କରି ଜଳ ଅବରୋଧ ପ୍ରତିବାଦରେ ବୁଧବାର ଆରମ୍ଭ ହୋଇଛି ‘ମହାନଦୀ ବଞ୍ଚାଅ ଯାତ୍ରା’। ଏହି ଯାତ୍ରା ଛତିଶଗଡ଼ସ୍ଥିତ କଲମା ବ୍ୟାରେଜ୍‌ରୁ ଆରମ୍ଭ ହୋଇଛି। ଏପ୍ରିଲ୍‌ ୧୫ ତାରିଖରେ ଏହା ପୁରୀଠାରେ ଶେଷ ହେବ। ମହାନଦୀ ବଞ୍ଚାଅ ଆନ୍ଦୋଳନ ତରଫରୁ ମହାନଦୀ କୂଳେ କୂଳେ ଏହି ଯାତ୍ରା କରାଯାଇ ୧ ଲକ୍ଷ ଦସ୍ତଖତ ସଂଗ୍ରହ କରାଯିବ। ସଂଗୃହୀତ ଦସ୍ତଖତକୁ ସୁପ୍ରିମ୍‌ କୋର୍ଟ ମୁଖ୍ୟବିଚାରପତିଙ୍କ ଉଦ୍ଦେଶ୍ୟରେ ପଠାଯିବ ବୋଲି ଏହି ଅଭିଯାନର ପୁରୋଧା ସୁଦର୍ଶନ ଦାସ କହିଛନ୍ତି। ଏହାସହ ଯାତ୍ରାର ପ୍ରଥମ ଦିନରେ କଲମା ବ୍ୟାରେଜ୍‌ଠାରେ ମହାନଦୀର ସ୍ଥିତି ଅନୁଧ୍ୟାନ କରି ସେ କ୍ଷୋଭ ପ୍ରକାଶ କରିଛନ୍ତି।
ମହାନଦୀ ଜଳ ବିବାଦର ସମାଧାନ ପାଇଁ ମହାନଦୀ ଟ୍ରିବ୍ୟୁନାଲ ଗଠନ ହୋଇଛି। ଜଳ ବିବାଦର ସମାଧାନ ପାଇଁ ଏହା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ ହୋଇଥିଲେ ମଧ୍ୟ ଟ୍ରିବ୍ୟୁନାଲ ଦ୍ୱାରା ସମସ୍ୟାର ସମାଧାନ ଅସମ୍ଭବ। କାରଣ ପୂର୍ବରୁ ଅନ୍ୟ ରାଜ୍ୟରେ ସୃଷ୍ଟି ହୋଇଥିବା ନଦୀଜଳ ବିବାଦର ସମାଧାନ ପାଇଁ ଟ୍ରିବ୍ୟୁନାଲ ଗଠନ କରାଯାଇଥିଲା। କିନ୍ତୁ ଏହାର ରାୟ ପ୍ରକାଶରେ ଅହେତୁକ ବିଳମ୍ବ କ୍ଷତିଗ୍ରସ୍ତ ରାଜ୍ୟକୁ ନ୍ୟାୟ ପ୍ରଦାନରେ ଅସମର୍ଥ ବୋଲି ଜଣାପଡିଛି। ତେଣୁ ଟିବ୍ୟୁନାଲରେ ନ୍ୟାୟିକ ଲଢେଇ ସହ ଜନ ସଙ୍ଗଠନ ଜରିଆରେ ଆନ୍ଦୋଳନର ଆବଶ୍ୟକ ରହିଛି। ଏହା ସହିତ ଟ୍ରିବ୍ୟୁନାଲର ରାୟ ପ୍ରକାଶ ପର୍ଯ୍ୟନ୍ତ ନିର୍ମାଣାଧୀନ ଏବଂ ନିର୍ମାଣ ବ୍ୟାରେଜ୍‌ଗୁଡିକୁ କାର୍ଯ୍ୟକ୍ଷମ ନ କରିବା ଦିଗରେ ପ୍ରୟାସ ହେବା ଜରୁରୀ ବୋଲି ସେ କହିଛନ୍ତି।
ମହାନଦୀ ବଞ୍ଚାଅ ଯାତ୍ରାର ଏକ ୧୫ ଜଣିଆ ଟିମ୍‌ ମଙ୍ଗଳବାର ରାତିରେ ଝାରସୁଗୁଡ଼ାରେ ପହଞ୍ଚିଥିଲେ। ସେଠାରୁ କଲମା ବ୍ୟାରେଜ୍‌ ଅଭିମୁଖେ ଯାତ୍ରା କରିବା ସମୟରେ ସୀମାନ୍ତ ଗଁ।ରେ ପଥପ୍ରାନ୍ତ ସଭା କରିଥିଲେ। ସେଠାରୁ ସେମାନେ ବରଗଡ ଅଭିମୁଖେ ଯାତ୍ରା କରିଥିଲେ। ଝାରସୁଗୁଡ଼ାରେ ମହାନଦୀ ବଞ୍ଚାଅ ଯାତ୍ରାର ସଫଳ କାମନା କରିବା ସହ ଦାବିପତ୍ରରେ ବରଗଡ଼ ଏମ୍‌ପି ଡା. ପ୍ରଭାସ କୁମାର ସିଂ ଏବଂ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ କିଶୋର କୁମାର ମହାନ୍ତି ଦସ୍ତଖତ କରିଛନ୍ତି।

All Right Reserved By

ସମ୍ବଲପୁର

ଓଡ୍ରାଫ ଟିମ୍‌ ପକ୍ଷରୁ ପ୍ରାକୃତିକ ବିପର୍ଯ୍ୟୟ ନିରାପତ୍ତା ସଚେତନତା କାର୍ଯ୍ୟକ୍ରମ

ଓଡ୍ରାଫ ଟିମ୍‌ ପକ୍ଷରୁ ପ୍ରାକୃତିକ ବିପର୍ଯ୍ୟୟ ନିରାପତ୍ତା ସଚେତନତା କାର୍ଯ୍ୟକ୍ରମ

କୁଆଁରମୁଣ୍ଡା,୨୦।୬(ଡି.ଏନ.ଏ.)-ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ବିଶେଷ କରି ଭୂମିକମ୍ପ, ଝଡ଼ ତୋଫାନ, ଅଂଶୁଘାତ ଏପରିକି ରାସ୍ତା ଦୁର୍ଘଟଣାରେ ଆହତ ବ୍ୟକ୍ତିମାନଙ୍କୁ କିଭଳି ଜଣେ ବ୍ୟକ୍ତି ପ୍ରାଥମିକ ସହାୟତା ଓ ଚିକିତ୍ସା ଯୋଗାଇ ପାରିବ ସେ ନେଇ ଓଡ୍ରାଫ ଟିମ୍‌ ପକ୍ଷରୁ ବିଭିନ୍ନ ଅଞ୍ଚଳରେ ସଚେତନତା ସୃଷ୍ଟି କରାଯାଉଛି।

ଦିବ୍ୟାଙ୍ଗ ଛୁଆକର ଚିନ୍‌ତାରେ ବିଧବା ମା’

ଦିବ୍ୟାଙ୍ଗ ଛୁଆକର ଚିନ୍‌ତାରେ ବିଧବା ମା’

ସିଂଘିଯୁବା,୨୦ା୧୬(ଡି.ଏନ୍‌.ଏ): କେନ୍ଦ୍ର ଆର୍‌ ରାଏଜ୍‌ ସରକାର ଲୁକ୍‌କର ଲାଗି ଭିନେ ଭିନେ ପର୍‌କାର ଜନହିତ୍‌କର ଯୋଜ୍‌ନା କାଯ୍‌କାରୀ କରୁଛନ୍‌। ଛୁଆ ଜନମ୍‌ ହେବାର ଆଗ୍‌ରୁ ମୂଲ୍‌ କରି ପରିବାର୍‌ର କିଏ ମରିଗଲେ ବି ଭିନେ ଭିନେ ଯୋଜ୍‌ନାରେ ସରକାର ଟଁକା ଯୁଗେଇ ଦେଉଛନ୍‌। ସେନ୍‌ତା ଦିବ୍ୟାଙ୍ଗ ମାନ୍‌କର ଲାଗି ଭତା, ରାସନ୍‌ କାର୍ଡ, ଦର୍‌କାର ହିସାବେ ପକ୍କାଘର ଯୁଗେଇ ଦେଉଛନ୍‌ ସରକାର। ଇତାର ବାହାରେ ଦିବ୍ୟାଙ୍ଗ ଯୁବତୀ ଯୁବକ୍‌ମାନ୍‌କର ଲାଗି ସରକାର ଭିନେ ଭିନେ ତାଲିମ୍‌ ଦେଇ ଜିଁବାର ଖାଏବାର ରାସ୍‌ତା ଦେଖଉଛନ୍‌। ତାଲିମ୍‌ ସାଏଲେ ବ୍ୟାଙ୍କରୁ ଲୋନ୍‌ ଯୁଗେଇ ଦେବାର ବେବସ୍‌ତା ବି କରୁଛନ୍‌। ହେଲେ ଇ ସବୁ ସରକାରୀ ଯୋଜ୍‌ନାର ଲାଭ୍‌ ଉଠେଇ ଝନେ ଜିଁବାର ଖାଏବାର ଲାଗି ସକ୍ଷମ୍‌ ଥିବାର ଦର୍‌କାର। ଏନ୍‌ତା ବି ବହୁତ୍‌ଟେ ଭିନ୍ନକ୍ଷମ୍‌ ଅଛନ୍‌ ଯେନ୍‌ମାନେ କି କେହେନ୍‌ସି ପର୍‌କାର କାମ୍‌କାଯ୍‌ କର୍‌ବାର ଲାଗି ସକ୍ଷମ୍‌ ନୁହଁନ୍‌, ପର୍‌ଆଶ୍‌ରି ହେଇ ଜୀବନ୍‌ ବିତାବାକେ ବାଧ୍ୟ ହେଉଛନ୍‌। ସେମାନ୍‌କର ଲାଗି ଇ ସବୁ ସରକାରୀ ଯୋଜ୍‌ନା ନଁାକେ ଖାଲି।

ସରିଲା ଶୀତଳଷଷ୍ଠୀ ଯାତ୍ରା: ମନ୍ଦିରକୁ ଫେରିଲେ ଦେବଦମ୍ପତି

ସରିଲା ଶୀତଳଷଷ୍ଠୀ ଯାତ୍ରା: ମନ୍ଦିରକୁ ଫେରିଲେ ଦେବଦମ୍ପତି

ସୋନପୁର,୨୦।୬(ନି.ପ୍ର.):ଚଳିତ ବର୍ଷ ସୁବର୍ଣ୍ଣପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ମଙ୍ଗଳବାର ଶେଷ ହୋଇଛି। ଶିବପାର୍ବତୀଙ୍କ ଲୌକିକ ବିବାହ, ଯୁଗଳ ଦର୍ଶନ ଯାତ୍ରା ଓ ନଗର ପରିକ୍ରମା ପରେ ସ୍ବମନ୍ଦିରକୁ ଫେରିଛନ୍ତି ଦେବଦମ୍ପତି। ଲୋକସଂସ୍କୃତି ଓ ଆଧ୍ୟାତ୍ମିକ ପର୍ବ ଶୀତଳଷଷ୍ଠୀ ପାରମ୍ପରିକ ରୀତି ନୀତିରେ ସମ୍ପନ୍ନ ହୋଇଛି। ରାଜାରାଜୁଡା ଅମଳରୁ ଚାଲି ଆସିଥିବା ଶତାଧିକ ବର୍ଷର ପୁରୁଣା ଏହି ପରମ୍ପରା।

ଶୃଙ୍ଖଳିତ ରଥଯାତ୍ରା ଉପରେ ଗୁରୁତ୍ୱ

ଶୃଙ୍ଖଳିତ ରଥଯାତ୍ରା ଉପରେ ଗୁରୁତ୍ୱ

ସୋନପୁର,୨୦।୬(ନି.ପ୍ର.):ଚଳିତ ରଥଯାତ୍ରା ସକାଶେ ମଙ୍ଗଳବାର ଏକ ପ୍ରସ୍ତୁତି ବୈଠକ ସୁବର୍ଣ୍ଣପୁର ଜିଲାପାଳଙ୍କ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ସୋନପୁର ଉପଜିଲାପାଳ ତଥା ଦେବୋତ୍ତର ଅଧିକାରୀ ବଳରାମ ମଲ୍ଳିକଙ୍କ ଆବାହକତ୍ୱରେ ଅନୁଷ୍ଠିତ ବୈଠକରେ ଚଳିତ ରଥଯାତ୍ରାକୁ ଅଧିକ ସୁନ୍ଦର ଓ ଶୃଙ୍ଖଳିତ କରିବା ପାଇଁ ଆଲୋଚନା ହୋଇଥିଲା। ଜିଲାପାଳ ଦାଶରଥି ଶତପଥୀ ବୈଠକରେ ଅଧ୍ୟକ୍ଷତା କରିଥିଲେ। ରଥ ନିର୍ମାଣ, ରତ କାଠ, ପହଣ୍ଡି, ଛେରାପହଁରା, ଅବତାର, ବାହୁଡା ଯାତ୍ରା ଓ ସହରର ପରିମଳ ବ୍ୟବସ୍ଥା ବ୍ୟବସ୍ଥା ସମ୍ପର୍କରେ ବ୍ୟାପକ ଚର୍ଚ୍ଚା ହୋଇଥିଲା। ପୁରାତନ ଗଡଜାତ ରାଜ୍ୟ ସୋନପୁରର ରଥଯାତ୍ରା ସ୍ବତନ୍ତ୍ର। ରାଜାରାଜୁଡା ଅମଳରୁ ଏହି ରଥଯାତ୍ରା ପାଳନ ହୋଇଆସୁଛି।

ଉଲୁଣ୍ଡା ପ୍ରିମିୟର ଲିଗ୍‌ : ରାଇଜିଂ ଷ୍ଟାର ଚାମ୍ପିୟନ

ଉଲୁଣ୍ଡା ପ୍ରିମିୟର ଲିଗ୍‌ : ରାଇଜିଂ ଷ୍ଟାର ଚାମ୍ପିୟନ

ଉଲୁଣ୍ଡା, ୨୦ା୬(ଡି.ଏନ.ଏ.):ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ କ୍ରିକେଟ ଆସୋସିଏଶନ୍‌ ପକ୍ଷରୁ ଆୟୋଜିତ ପଞ୍ଚମ ଉଲୁଣ୍ଡା ପ୍ରିମିୟର ଲିଗ୍‌ କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି। ମଙ୍ଗଳବାର ଖେଳା ଯାଇଥିବା ଫାଇନାଲ ମ୍ୟାଚରେ ରାଇଜିଂ ଷ୍ଟାର ପୁଟୁରୁପାଲି ଦଳ ଗଣ୍ଡାବାହାଲ ୱାରିଅର୍ସକୁ ୫ଉଇକେଟରେ ପରାସ୍ତ କରି ଚାମ୍ପିୟନ ହୋଇଛି। ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ କରି ୱାରିଅର୍ସ ଦଳ ନିର୍ଦ୍ଧାରିତ ୧୦ଓଭରରେ ୫ ଉଇକେଟ ବିନିମୟରେ ୬୫ ରନ କରିଥିଲା। ଦଳ ପକ୍ଷରୁ ପାର୍ଥ ଦାସ ୧୭ ରନ ସଂଗ୍ରହ କରିଥିଲେ। ଜବାବରେ ରାଇଜିଂ ଷ୍ଟାର ୯.୨ ଓଭରରେ ୫ ଉଇକେଟ ବିନିମୟରେ ୬୬ରନ ହାସଲ କରିନେଇ ବିଜୟୀ ହୋଇଥିଲା। ଦଳ ପକ୍ଷରୁ ଭାଗିରଥି ଦନ୍ତା ସର୍ବାଧିକ ୨୬ରନ ସଂଗ୍ରହ କରିଥିଲେ । ଖେଳକୁ ଅନୀଲ କୁମାର ପଣ୍ଡା ଓ ବିଜୟ ମହାକୁର ପରିଚାଳନା କରିଥିଲେ।

ଲୋୟର ସୁକ୍‌ତେଲ:  ଆରମ୍ଭ ହେଲା ଅଭିଯୋଗ ଶୁଣାଣି

ଲୋୟର ସୁକ୍‌ତେଲ: ଆରମ୍ଭ ହେଲା ଅଭିଯୋଗ ଶୁଣାଣି

ବଲାଙ୍ଗୀର ଅଫିସ, ୨୦ା୬:ବହୁ ପ୍ରତୀକ୍ଷିତ ଲୋୟର ସୁକ୍‌ତେଲ ଜଳସେଚନ ପ୍ରକଳ୍ପ ଅଗ୍ରଗତି ଦିଗରେ ଜିଲା ପ୍ରଶାସନ ଦୀର୍ଘଦିନ ପରେ ଏକ ନୂଆ ପ୍ରୟାସ ଆରମ୍ଭ କରିଛି। ମଙ୍ଗଳବାର ଜିଲା ପ୍ରଶାସନ ତରଫରୁ ପ୍ରଥମ ଥର ପାଇଁ ଲୋୟର ସୁକ୍‌ତେଲ ବୁଡି ଅଞ୍ଚଳବାସୀଙ୍କ ଅଭିଯୋଗ ସିଧାସଳଖ ଜିଲାପାଳ ଶୁଣିଛନ୍ତି ା ବୁଡିଅଞ୍ଚଳର ପ୍ରକଳ୍ପ ପ୍ରଭାବିତ ୨୯ ଖଣ୍ଡ ଗ୍ରାମର ଲୋକ ଏହି ଅଭିଯୋଗ ଶୁଣାଣିକୁ ଆସି ସିଧାସଳଖ ଜିଲାପାଳ ଅରିନ୍ଦମ ଡାକୁଆଙ୍କୁ ନିଜ ବ୍ୟକ୍ତିଗତ ଓ ସାମୂହିକ ଅଭିଯୋଗ ସମ୍ପର୍କରେ କହିଥିଲେ ା ଜିଲାପାଳଙ୍କ ଏଭଳି ଉଦ୍ୟମକୁ ବୁଡି ଅଞ୍ଚଳବାସୀ ସ୍ବାଗତ କରିଛନ୍ତି ା ତେବେ ଗୋଟିଏ ଦିନ ଧାର୍ଯ୍ୟ ହୋଇଥିବାରୁ ଓ ସମସ୍ତ ଗ୍ରାମରୁ ଏକାସଙ୍ଗରେ ଲୋକେ ଆସିଥିବାରୁ ଅଭିଯୋଗ ଶୁଣାଣି ସୁଚାରୂରୂପେ ସମ୍ପାଦିତ ହୋଇ ନ ଥିବା କେତେକ ଲୋକ ଅଭିଯୋଗ କରିଥିଲେ।

ଶିକ୍ଷା, ବୃତ୍ତିଗତ ସଚେତନତା ଶିବିର: ୩ ଶହ ଛାତ୍ରୀଛାତ୍ରଙ୍କ ଅଂଶଗ୍ରହଣ

ଶିକ୍ଷା, ବୃତ୍ତିଗତ ସଚେତନତା ଶିବିର: ୩ ଶହ ଛାତ୍ରୀଛାତ୍ରଙ୍କ ଅଂଶଗ୍ରହଣ

କୋକସରା,୨୦।୬(ଡି.ଏନ.ଏ.)- କଳାହାଣ୍ଡି ଜିଲା କୋକସରା ବ୍ଲକ ଟେମରା ମଣ୍ଡି ପରିସରରେ ଜିଲା ଭତରା ଜନ କଲ୍ୟାଣ ସମିତିର ଏକ ଚିନ୍ତନ ସଭା ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ ଚିନ୍ତନ ସଭାରେ ଯୋଗଦେଇଥିବା ଅତିଥି ଓ ବକ୍ତାମାନେ ଶିକ୍ଷା ହିଁ ବିକାଶର ମୂଳମନ୍ତ୍ର ବୋଲି କହିଥିଲେ। ସେହିପରି ଭତରା ସମାଜରେ ଥିବା ସମସ୍ତ ଛାତ୍ରୀଛାତ୍ର ଉଚ୍ଚ ଶିକ୍ଷିତ ହୋଇ ସମାଜର ବିକାଶ ଧାରାକୁ ଅଗକୁ ନେବାକୁ ପଡିବ ବୋଲି ଏଥିରେ ଗୁରୁତ୍ୱ ଦିଆଯାଇଥିଲା।

ଲଖନା-ବାବୁପାଲି ରାସ୍ତା ୫ ଘଣ୍ଟା ଜାମ ହେଲା: କଂଗ୍ରେସ ନେତୃତ୍ୱରେ ରାସ୍ତାରୋକୋ: ପ୍ରତିଶ୍ରୁତି ପରେ ଆନ୍ଦୋଳନ ପ୍ରତ୍ୟାହୃତ

ଲଖନା-ବାବୁପାଲି ରାସ୍ତା ୫ ଘଣ୍ଟା ଜାମ ହେଲା: କଂଗ୍ରେସ ନେତୃତ୍ୱରେ ରାସ୍ତାରୋକୋ: ପ୍ରତିଶ୍ରୁତି ପରେ ଆନ୍ଦୋଳନ ପ୍ରତ୍ୟାହୃତ

ନୂଆପଡା ଅଫିସ,୨୦।୬- ନୂଆପଡା ଜିଲା କୋମନା ବ୍ଲକ ଅନ୍ତର୍ଗତ ବାବୁପାଲିଠାରୁ ଲଖନା ଏବଂ ସୁକଲିମୁଣ୍ଡି ଛକ ରାସ୍ତା ଅବସ୍ତା ଶୋଚନୀୟ ହୋଇପଡିଥି ବାବେଳେ ଗ୍ରାମ୍ୟ ନିର୍ମାଣ ବିଭାଗ ତରଫରୁ ଅବହେଳା କରାଯାଇଥିବା ଅଭିଯୋଗ ନେଇ କଂଗ୍ରେସ ତରଫରୁ ମଙ୍ଗଳବାର ଲଖନା -ବାବୁପାଲି ରାସ୍ତାରୋକୋ କରାଯାଇଛି । ଏହାର ତଦନ୍ତ କରିବା ସହ ପୁନ ରାସ୍ତା ନିର୍ମାଣ କରିବାକୁ ଦାବି କରାଯାଇଛି ।

ମନ୍ଦିର ପ୍ରବେଶ କଲେ ଦେବ ଦମ୍ପତି

ମନ୍ଦିର ପ୍ରବେଶ କଲେ ଦେବ ଦମ୍ପତି

ସମ୍ବଲପୁର,୨୦।୬ (ବ୍ୟୁରୋ) ସରିଛି ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା। ବିବାହ ପରେ ମା’ ପାର୍ବତୀଙ୍କୁ ସାଙ୍ଗରେ ଧରି ସ୍ବ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ଦେବ ଦେବ ମହାଦେବ। କନ୍ୟା ଘରୁ ମନ୍ଦିରକୁ ଫେରିବା ଅବସରରେ ୨ ଦିନ ଧରି ଚାଲିଥିବା ନଗର ପରିକ୍ରମା ତଥା ଶୋଭାଯାତ୍ରା ବି ଶେଷ ହୋଇଛି।

ଚାଷ ଜମିକୁ ପାଣି ନାହିଁ, ଠିକାଦାରଙ୍କ ବେଳକୁ ଅଛି: ପାଣି ଛାଡୁନି ଜଳ ସେଚନ ବିଭାଗ

ଚାଷ ଜମିକୁ ପାଣି ନାହିଁ, ଠିକାଦାରଙ୍କ ବେଳକୁ ଅଛି: ପାଣି ଛାଡୁନି ଜଳ ସେଚନ ବିଭାଗ

ସମ୍ବଲପୁର,୨୦।୬(ବ୍ୟୁରୋ)-ସମ୍ବଲପୁର ଶାସନ କେନାଲ ହୁମା ଟେଲରେ ପାଣି ଛାଡିବାରେ ଜଳ ସେଚନ ବିଭାଗ ବିଳମ୍ବ କରୁଥିବା ଅଭିଯୋଗ ହେଉଛି । ଶାସନ କେନାଲ ହୁମା ଟେଲ ଚାଷୀମାନେ ଏହି ଅଭିଯୋଗ ଆଣିଛନ୍ତି। କେନାଲର କେତେକ ସ୍ଥାନରେ ମରାମତି କାମ ଚାଲିଛି।

ବ୍ୟାଙ୍କ ଓ ଲ୍ୟାମ୍ପସରେ ତାଲା ପକାଇଲେ ଚାଷୀ

ବ୍ୟାଙ୍କ ଓ ଲ୍ୟାମ୍ପସରେ ତାଲା ପକାଇଲେ ଚାଷୀ

ବାମରା, ୨୦।୬ (ସ୍ବ.ପ୍ର.) ସମ୍ବଲପୁର ଜିଲା ବାମରା ବ୍ଲକରେ ଥିବା ଜୟ କିଷାନ ଆଦିମ କୃଷକ ସୁରକ୍ଷା ସଂଗଠନର ଆହ୍ବାନକ୍ରମେ ମଙ୍ଗଳବାର ବ୍ଲକର ସମସ୍ତ ବ୍ୟାଙ୍କ ଓ ଲ୍ୟାମ୍ପସ୍‌ରେ ତାଲା ପକାଇ ଦିଆଯାଇଛି। ଫଳ ସ୍ବରୂପ ବ୍ୟାଙ୍କିଙ୍ଗ ଓ ଚାଷ ସମ୍ପର୍କିତ ସମସ୍ତ କମଧନ୍ଦା ସଂପୂର୍ଣ୍ଣ ଠପ୍‌ ହୋଇ ପଡିବା ସହିତ ବହୁ ଅସୁବିଧା ଦେଖା ଦେଇଥିଲା ।

ବ୍ରୁକ୍ସହିଲ୍‌ ଡ୍ରେନ୍‌ରୁ ମୃତ ଦେହ ଉଦ୍ଧାର

ବ୍ରୁକ୍ସହିଲ୍‌ ଡ୍ରେନ୍‌ରୁ ମୃତ ଦେହ ଉଦ୍ଧାର

ସମ୍ବଲପୁର,୨୦।୬(ବ୍ୟୁରୋ)-ସମ୍ବଲପୁର ଧନୁପାଲି ଥାନା ବ୍ରୁକ୍ସହିଲ ନିକଟରେ ମଙ୍ଗଳବାର ସନ୍ଧ୍ୟାରେ ଏକ ଅଜଣା ମୃତଦେହ ପୋଲିସ ଉଦ୍ଧାର କେରିଛି। ମୃତକଙ୍କ ବୟସ ଅନୁମାନିକ ୨୫ ବର୍ଷ ଭିତରେ ହେବ ବୋଲି ପୋଲିସ କହିଛି। ହେଲେ ପରିଚୟ ମିଳିନି। ଯୁବକଙ୍କ ମୁଣ୍ଡ ଓ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଛି ।

Model This Week

ପ୍ରଭାତ