ରାଜ୍ୟ | ସମ୍ବଲପୁର

ପାହାଡ଼ ଭୂଇଁରେ ଫଳ ଚାଷ

ପାହାଡ଼ ଭୂଇଁରେ ଫଳ ଚାଷ
କୁଆଁରମୁଣ୍ଡା,୧୨।୪(ଡି.ଏନ.ଏ.)-ସମ୍ପ୍ରତି ଶିକ୍ଷିତ ଯୁବଗୋଷ୍ଠୀ କେବଳ ସରକାରୀ ଚାକିରୀ ପଛରେ ଗୋଡ଼େଇ ଗୋଡ଼େଇ ନିରାଶ ହେଉଥିବାବେଳେ ନିଜ ଭାଗ୍ୟକୁ ଦୋଷ ଦେଉଛନ୍ତି। କିନ୍ତୁ ଚାକିରି ନ କରି ଜଣେ ବ୍ୟକ୍ତି ଚାଷ କରି ସ୍ବାବଲମ୍ବୀ ହୋଇପାରିବ ବୋଲି ଜଣେ ସଫଳ ଚାଷୀ ଦୃଢୋକ୍ତି ପ୍ରକାଶ କରିଛନ୍ତି। ଏପରିକି କେବଳ ଧାନ ଚାଷ ନୁହେଁ, ବିଭିନ୍ନ ପ୍ରକାରର ଫଳ ଚାଷ ବିଶେଷକରି ଆମ୍ବ, ଡାଳିମ୍ବ, ଅଁଳା, ନଡ଼ିଆ ଇତ୍ୟାଦି ଚାଷ କରାଯାଇ ପାରିବ ବୋଲି ସେ କହିଛନ୍ତି। ସମତଳ ନୁହେଁ, ଏହା ପୁଣି ପାହାଡିଆ ଭୂଇଁରେ। ପଥର ଭୂଇଁ ଉପରେ ମଧ୍ୟ ଚାଷ କରି ଜଣେ ସଫଳ ହୋଇପାରିବ ଏହା ସେ ପ୍ରମାଣିକ କରିଛନ୍ତି। ମାତ୍ର ୫୦ ଡିସିମିଲ ଜାଗାରେ ଭିନ୍ନ ଭିନ୍ନ ଋତୁରେ ବିଭିନ୍ନ ପ୍ରକାର ଚାଷ କରି ଲକ୍ଷାଧିକ ଟଙ୍କା ରୋଜଗାର କରିପାରୁଥିବା ଏହି ଚାଷୀ ଜଣଙ୍କ ହେଉଛନ୍ତି, ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ କୁଆଁରମୁଣ୍ଡା-ହାତୀବାରି ରୋଡର ପଦ୍ମାଳୟ କଲୋନୀଠାରୁ ଅଳ୍ପ ଦୂରରେ ରହୁଥିବା ଉଦୟ ପାତ୍ର। ତାଙ୍କୁ ଏବେ ୭୬ ବର୍ଷ ବୟସ ହେଲାଣି। ତଥାପି ଏହି ବୟସରେ ପାହାଡ଼ିଆ ଭୂଇଁରେ କୃତ୍ରିମ ସାର ପ୍ରୟୋଗ ନ କରି କିଭଳି ଅଧିକ ଉପତ୍ାଦନ ମିଳିବ, ସେଥିପାଇଁ ତାଙ୍କର ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି। ଭିଟାମିନ୍‌ଯୁକ୍ତ ଫସଲ ଉପତ୍ାଦନ ପାଇଁ କୃତ୍ରିମ ସାର ବ୍ୟତୀତ ଜୈବ ଖତ ବ୍ୟବହାର କରି ମୃର୍ତ୍ତିକାର ଉର୍ବରତା ବଢାଯାଇପାରୁଛି ବୋଲି ଉଦୟ କହିଛନ୍ତି। ସେ ଏବେ ନିଜ କ୍ଷେତରେ ଆମ୍ବ ଚାରା ଲଗାଇ ମାତ୍ର ୨ରୁ ୩ ଫୁଟ ଉଚ୍ଚତାରେ ଆମ୍ବ ଫଳାଇଛନ୍ତି। ଏହି ଆମ୍ବଗୁଡିକ ପ୍ରାୟ ୩ଶହରୁ ୫ଶହ ଗ୍ରାମ ଓଜନ ପର୍ଯ୍ୟନ୍ତ ବଢିବ ବୋଲି ସେ କହିଛନ୍ତି। ଏହା ସହ ଜମିର ହିଡ଼ କଡରେ ଡାଳିମ୍ବ, ଅଁଳା ଏପରିକି ନଡିଆ ଗଛ ମଧ୍ୟ ଲଗାଇଛନ୍ତି। ଆମ୍ବ ଭଳି ଛୋଟ ଛୋଟ ଡାଳିମ୍ବ ଗଛରେ ଭଲ ଫଳ ହୋଇଥିବାରୁ ଚଳିତବର୍ଷ ମଧ୍ୟ ପୂର୍ବବର୍ଷ ପରି ଭଲ ଲାଭ ମିଳିବ ବୋଲି ଉଦୟ ଆଶାବାଦୀ ଅଛନ୍ତି। ଏହି ଫଳଗୁଡିକୁ ସେ କୁଆଁରମୁଣ୍ଡା, ରାଉରକେଲା ଇତ୍ୟାଦି ଅଞ୍ଚଳର ବେପାରୀମାନଙ୍କୁ ବିକ୍ରି କରି ବେଶ୍‌ ଲାଭବାନ ହୋଇପାରୁଛନ୍ତି। କେବଳ ସେ ନିଜେ ଚାଷ କରି ସ୍ବାବଲମ୍ବୀ ହୋଇଛନ୍ତି ତାହା ନୁହେଁ,ଚାଷ ସମ୍ପର୍କରେ ଚାଷୀମାନଙ୍କୁ ମଧ୍ୟ କୃଷି ବିଭାଗ ଜରିଆରେ ଅନୁଷ୍ଠିତ ବିଭିନ୍ନ କର୍ମଶାଳାରେ ଯୋଗ ଦେଇ ତାଲିମ ଦେଇଛନ୍ତି। ପାହାଡ଼ିଆ ଭୂଇଁରେ ତାଙ୍କର ସଫଳ ଚାଷକାର୍ଯ୍ୟ ଦେଖିଲେ ଆଶ୍ଚର୍ଯ୍ୟ ହେବାକୁ ପଡ଼େ। ରିପୋର୍ଟ: ମହେନ୍ଦ୍ର ସାହୁ
All Right Reserved By

ରାଜ୍ୟ | ସମ୍ବଲପୁର

ଆର୍‌ପିଡିଏସି ବୈଠକ ବର୍ଜନ କଲେ ଜନ ପ୍ରତିନିଧି

ଆର୍‌ପିଡିଏସି ବୈଠକ ବର୍ଜନ କଲେ ଜନ ପ୍ରତିନିଧି

ଅନୁଗୋଳ ଅଫିସ,୧୭।୧: ଏନ୍‌ଟିପିସି-ଟିଏସ୍‌ଟିପିଏସ୍‌ କଣିହାଁ ଓ ଏନ୍‌ଟିପିସି-ଟିଟିପିଏସ୍‌ ତାଳଚେରର ୮ମ ଆର୍‌ପିଡିଏସି ବୈଠକକୁ ବର୍ଜନ କଲେ ଜନ ପ୍ରତିନିଧି। ଗୁରୁବାର ଜିଲାପାଳଙ୍କ କାର୍ଯ୍ୟାଳୟରେ ବୈଠକ ଅନୁଷ୍ଠିତ ହେଉଥିଲା। ତେବେ ୨୦୧୬ ମସିହା ଏପ୍ରିଲ ମାସରେ ହୋଇଥିବା ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଉପରେ କୌଣସି କାର୍ଯାନୁଷ୍ଠାନ ଗ୍ରହଣ କରାଯାଇ ନ ଥିବାରୁ ଜନ ପ୍ରତିନିଧିମାନେ ବୈଠକ ବର୍ଜନ କରିଥିବା ଜଣାପଡ଼ିଛି। 

ମଣ୍ଡିରୁ ଧାନ ଉଠୁ ନ ଥିବା ଅଭିଯୋଗ: ଭାଜପା କୃଷକ ମୋର୍ଚ୍ଚା ପକ୍ଷରୁ ସଚିବାଳୟରେ ଧସେଇ ପଶିବା ଉଦ୍ୟମ

ମଣ୍ଡିରୁ ଧାନ ଉଠୁ ନ ଥିବା ଅଭିଯୋଗ: ଭାଜପା କୃଷକ ମୋର୍ଚ୍ଚା ପକ୍ଷରୁ ସଚିବାଳୟରେ ଧସେଇ ପଶିବା ଉଦ୍ୟମ

ଭୁବନେଶ୍ୱର,୧୭।୧(ବ୍ୟୁରୋ): ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ମଣ୍ଡିରୁ ଧାନ ଉଠୁ ନ ଥିବା  ଅଭିଯୋଗ ଆସିବା ପରେ ଭାଜପା କୃଷକ ମୋର୍ଚ୍ଚା ପକ୍ଷରୁ ଆନ୍ଦୋଳନକୁ ଜୋରଦାର କରାଯାଇଛି। ଏ ନେଇ ଭାଜପା କୃଷକ ମୋର୍ଚ୍ଚା ସଚିବାଳୟ ଘେରାଉ କରିଥିଲା। ପୁଣି ଥରେ ଗୁରୁବାର ପୂର୍ବାହ୍ନରେ ମୋର୍ଚ୍ଚା ପକ୍ଷରୁ ସଚିବାଳୟରେ ଧଶେଇ ପଶିବାକୁ ଉଦ୍ୟମ କରାଯାଇଥିଲା।

ଯନ୍ତ୍ରଣାରେ ଛଟପଟ ପରୀ: ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ଯନ୍ତ୍ରଣାରେ ଛଟପଟ ପରୀ: ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ବଡସାହି,୧୭।୧(ସ୍ବ.ପ୍ର)-ରାଜ୍ୟରେ ଶିଶୁଙ୍କ ଉପରେ ହେଉଥିବା ଯୌନ ନିର୍ଯାତନା ରୋକିବା ପାଇଁ ଓଡିଶା ପୋଲିସ ପକ୍ଷରୁ ଆରମ୍ଭ ହୋଇଥିଲା ପରୀ ପାଇଁ କଥାଟିଏ କାର୍ଯ୍ୟକ୍ରମ। ଏହାରି ମାଧ୍ୟମରେ ରାଜ୍ୟର ଗଳିକନ୍ଦିରେ ପରୀ ଏକ୍ସପ୍ରେସ ପରିକ୍ରମା କରି ଶିଶୁଙ୍କ କ୍ଷେତ୍ରରେ ଘଟୁଥିବା ଯୌନ ଉପତ୍ୀଡନ, ନିର୍ଯାତନା ଓ ଅତ୍ୟାଚାରକୁ ନେଇ ସଚେତନତା କରାଯାଇଥିଲା ା

ଉତ୍ତର ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ସ୍ଥାପନ ଦାବି: ୩ ଦିନ କୋର୍ଟ ବନ୍ଦ, ଓକିଲଙ୍କ ଶୋଭାଯାତ୍ରା

ଉତ୍ତର ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ସ୍ଥାପନ ଦାବି: ୩ ଦିନ କୋର୍ଟ ବନ୍ଦ, ଓକିଲଙ୍କ ଶୋଭାଯାତ୍ରା

ବାରିପଦା ଅଫିସ,୧୭।୧: ଉତ୍ତର ଓଡ଼ିଶା ଲାଗି ବାରିପଦାଠାରେ ହାଇକୋର୍ଟର ଏକ ସ୍ଥାୟୀ ବେଞ୍ଚ ସ୍ଥାପନ କରିବା ଲାଗି ଦୀର୍ଘଦିନରୁ ଦାବି ହୋଇ ଆସୁଛି। ମାତ୍ର ମୁଖ୍ୟମନ୍ତ୍ରୀ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା କରିବା ପାଇଁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଥିଲେ। ଏଣୁ ରାଜ୍ୟ ସରକାର ଉତ୍ତର ଓଡ଼ିଶାକୁ ଅବହେଳା କରୁଥିବା ଜିଲା ଓକିଲ ସଂଘ ଅଭିଯୋଗ କରିଛି।

ଉନ୍ନୟନ କାର୍ଯ୍ୟର ସମୀକ୍ଷା କଲେ ରାଜ୍ୟପାଳ

ଉନ୍ନୟନ କାର୍ଯ୍ୟର ସମୀକ୍ଷା କଲେ ରାଜ୍ୟପାଳ

ଖୋର୍ଦ୍ଧା ଅଫିସ,୧୭।୧:ଖୋର୍ଦ୍ଧା ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ରାଜ୍ୟପାଳ ଗଣେଶୀ ଲାଲ ଗୁରୁବାର ପୂର୍ବାହ୍ନ ପ୍ରାୟ ୧୧ଟାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଛନ୍ତି। 

କୁଡ଼ମି ସମ୍ପ୍ରଦାୟର ନାଚଗୀତରେ ଆନନ୍ଦ ଉଠାଇଲେ ଦର୍ଶକ

କୁଡ଼ମି ସମ୍ପ୍ରଦାୟର ନାଚଗୀତରେ ଆନନ୍ଦ ଉଠାଇଲେ ଦର୍ଶକ

ପାଟଣା,୧୭।୧(ସ୍ବ.ପ୍ର): କେନ୍ଦୁଝର ଜିଲା ପାଟଣା ବ୍ଲକ ମିରିଗିଖୋଜି ପଞ୍ଚାୟତ ଅସନାହାଳି ଗ୍ରାମର ବୈତରଣୀ ନଦୀ ପାଖରେ ସିନ୍ଦୁରଗୌରୀ ପୀଠରେ ବୁଧବାର ସିନ୍ଦୁରଗୌରୀ ଯୁବକ ସଙ୍ଘ ତରଫରୁ ମକର ମେଳା ଅନୁଷ୍ଠିତ ହୋଇଛି।

ପାଗଳ ଯୁବକଙ୍କ ଉନ୍ମୁକ୍ତ କାଣ୍ଡ : ଠେଙ୍ଗା, ପଥର ମାଡରେ ଦୁଇ ମୃତ, ଦୁଇ ଗୁରୁତର

ପାଗଳ ଯୁବକଙ୍କ ଉନ୍ମୁକ୍ତ କାଣ୍ଡ : ଠେଙ୍ଗା, ପଥର ମାଡରେ ଦୁଇ ମୃତ, ଦୁଇ ଗୁରୁତର

ଓଡ଼ଗାଁ, ୧୭।୧ (ସ୍ବ.ପ୍ର.)-ନୟାଗଡ଼ ଜିଲା ଓଡ଼ଗାଁ ବଜାରରେ ପାଗଳର ଠେଙ୍ଗା, ପଥର ମାଡରେ ଦୁଇଜଣଙ୍କ ମୃତ୍ୟୁ ହୋଇବେଳେ ଦୁଇଜଣ ଗୁରତର ଭାବେ ଆହତ ହୋଇଛନ୍ତି। ଆହତଙ୍କୁ ପ୍ରଥମେ ନୟାଗଡ ଓ ପରେ କଟକ ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି ା 

ସାଢେ ତିନିବର୍ଷର ଶିଶୁକନ୍ୟାଙ୍କୁ ବଳାତ୍କାର

ସାଢେ ତିନିବର୍ଷର ଶିଶୁକନ୍ୟାଙ୍କୁ ବଳାତ୍କାର

କୁଆରମୁଣ୍ଡା, ୧୬।୧(ଡି.ଏନ.ଏ): ସୁନ୍ଦରଗଡ ଜିଲା ରାୟବଗା ଥାନା ଅନ୍ତର୍ଗତ ଗୋପୁର ଗ୍ରାମରେ ବୁଧବାର ଅପରାହ୍ନରେ ଜଣେ ସାଢେ ତିନିବର୍ଷୀୟ ନାବାଳିକାକୁ ବଳାତ୍କାର ହୋଇଛି। ଏହି ଘଟଣାର ଅଭିଯୁକ୍ତ ବଡମାଲ ବସ୍ତିର ସଞ୍ଜୟ ଡୁଙ୍ଗ୍‌ଡୁଙ୍ଗ୍‌(୨୧)କୁ ପୋଲିସ ଗୁରୁବାର ସକାଳୁ ଗିରଫ କରିଛି।

ସେବାଶ୍ରମରେ ନାବାଳିକା ମା’ ହେବା ଘଟଣା: ଆଜି ୧୨ଘଣ୍ଟିଆ କନ୍ଧମାଳ ବନ୍ଦ

ସେବାଶ୍ରମରେ ନାବାଳିକା ମା’ ହେବା ଘଟଣା: ଆଜି ୧୨ଘଣ୍ଟିଆ କନ୍ଧମାଳ ବନ୍ଦ

ଦାରିଙ୍ଗିବାଡ଼ି,୧୭।୧(ଡି.ଏନ.ଏ)- କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଳକ ଅଞ୍ଚଳରେ ଏକ ସେବାଶ୍ରମରେ ଜଣେ ଅଷ୍ଟମଶ୍ରେଣୀ ଛାତ୍ରୀ ମା’ ହେବା ଘଟଣା ଏବଂ  ପରବର୍ତ୍ତୀ ସମୟରେ ନବଜାତ ଶିଶୁକନ୍ୟା ଆଖିବୁଜିବା ଘଯଣାରେ ଗୁରୁବାର କନ୍ଧମାଳ ସୁରକ୍ଷା ଅଭିଯାନ ଏବଂ ଭାଜପା ପକ୍ଷରୁ ୧୨ଘଣ୍ଟିଆ ବନ୍ଦ ପାଳନ କରାଯାଇଛିା

ଧାର୍ଯ୍ୟ ଦିବସ ପୂରଣ କରୁନାହିଁ ଓଡ଼ିଶା ବିଧାନସଭା

ଧାର୍ଯ୍ୟ ଦିବସ ପୂରଣ କରୁନାହିଁ ଓଡ଼ିଶା ବିଧାନସଭା

ଭୁବନେଶ୍ୱର, ୧୭ା୧ (ବ୍ୟୁରୋ):ବିଧାନସଭା ଗଣତନ୍ତ୍ରର ମନ୍ଦିର ସଦୃଶ। ଏଠାରେ ହିଁ ରାଜ୍ୟ ପାଇଁ ଶାସନ ଖସଡା ପ୍ରସ୍ତୁତ ହୋଇଥାଏ। ରାଜ୍ୟ ତଥା ଜାତୀୟ ସ୍ବାର୍ଥ ସମ୍ପର୍କିତ ସମସ୍ତ ବିଷୟରେ ବିତର୍କ ହୋଇଥାଏ। ବଜେଟ୍‌ ଉପସ୍ଥାପନଠାରୁ ବିଭିନ୍ନ ପ୍ରଶ୍ନର ଉତ୍ତର  ଅଧିବେଶନରେ ମିଳିଥାଏ। 

କଲରାପତରିଆ ମୃତଦେହ ଉଦ୍ଧାର

କଲରାପତରିଆ ମୃତଦେହ ଉଦ୍ଧାର

ପାଲଲହଡ଼ା, ୧୭।୧(ଡି.ଏନ.ଏ.): ଅନୁଗୋଳ ଜିଲା ପାଲଲହଡ଼ା ବ୍ଲକ ଖମାର ରେଞ୍ଜ ଅଞ୍ଚଳରେ ଥିବା ରେଙ୍ଗାଳି ଜଳଭଣ୍ଡାରରୁ ବୁଧବାର ଏକ କଲରାପତରିଆ ବାଘର ମୃତଦେହ ଉଦ୍ଧାର କରାଯାଇଛି। ମୃତ ବାଘର ବୟସ ୫ରୁ ୬ ବର୍ଷ ହେବ। ତେବେ କେଉଁ କାରଣରୁ ବାଘର ମୃତ୍ୟୁ ଘଟିଛି ତାହା ଜଣାପଡ଼ି ନ ଥିବା ବେଳେ ବ୍ୟବଚ୍ଛେଦ ପରେ ଘଟଣା ସ୍ପଷ୍ଟ ହେବ ବୋଲି ବନ ବିଭାଗ ସୂଚନା ଦେଇଛି।

ମୁକ୍ତେଶ୍ୱର ଉତ୍ସବ ଉଦ୍‌ଯାପିତ : ଅଭିନୟରେ ଶିବଙ୍କ ନିକଟରେ ମୁକ୍ତି ପ୍ରାର୍ଥନା

ମୁକ୍ତେଶ୍ୱର ଉତ୍ସବ ଉଦ୍‌ଯାପିତ : ଅଭିନୟରେ ଶିବଙ୍କ ନିକଟରେ ମୁକ୍ତି ପ୍ରାର୍ଥନା

ପୁରୁଣା ଭୁବନେଶ୍ୱର, ୧୭।୧(ଡି.ଏନ.ଏ.)- ଓଡ଼ିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ୩ ଦିନ ଧରି ମୁକ୍ତେଶ୍ୱର ମନ୍ଦିର ପରିସରରେ ଚାଲିଥିବା ମୁକ୍ତେଶ୍ୱର ଉତ୍ସବ ବୁଧବାର ଉଦ୍‌ଯାପିତ ହୋଇଯାଇଛି। ଅନ୍ତିମ ସନ୍ଧ୍ୟାର ଅନ୍ତିମ ଅର୍ଘ୍ୟ ଥିଲା ରାଗ ପଲ୍ଲବୀରେ ଶିବ ପଞ୍ଚାକ୍ଷର ସ୍ତୋତ୍ରମ ଏବଂ ରୁଦ୍ର ଆରତି। ଗୁଞ୍ଜନ ଡ୍ୟାନ୍ସ ଏକାଡେମୀର କଳାକାରମାନେ ଏହାକୁ ପ୍ରଦର୍ଶିତ କରିଥିଲେ।