ସମ୍ବଲପୁର

ମୁଣ୍ଡରେ ଟ୍ୟୁମର, ପାକସ୍ଥଳୀରେ କ୍ୟାନ୍‌ସର: ସ୍ବାମୀଙ୍କ ଇଚ୍ଛାମୃତ୍ୟୁ ପାଇଁ ଆବେଦନ କଲେ ସ୍ତ୍ରୀ

ମୁଣ୍ଡରେ ଟ୍ୟୁମର, ପାକସ୍ଥଳୀରେ କ୍ୟାନ୍‌ସର: ସ୍ବାମୀଙ୍କ ଇଚ୍ଛାମୃତ୍ୟୁ ପାଇଁ ଆବେଦନ କଲେ ସ୍ତ୍ରୀ

ସମ୍ବଲପୁର,୧୧।୪(ବ୍ୟୁରୋ)- ମୁଣ୍ଡରେ ଟ୍ୟୁମର ଓ ପାକସ୍ଥଳୀରେ କ୍ୟାନସର। ଅସହ୍ୟ ହେଉଛି ଯନ୍ତ୍ରଣା। ଘରେ ଖାଇବାକୁ ନାହିଁ। ଔଷଧ ଖର୍ଚ୍ଚ ବହନ କରିବା ବି ଅସମ୍ଭବ। ଏହି ରୋଗରୁ ମୁକ୍ତି ମିଳିବାର କୌଣସି ଆଶା ଦିଶୁନାହିଁ। କେବଳ ସେ ବିଛଣାରେ ପଡ଼ି ଶେଷ ନିଃଶ୍ୱାସ ନେବାକୁ ସଂଗ୍ରାମ କରୁଛନ୍ତି। ଏପରି ଅବସ୍ଥାରେ ବଞ୍ଚିବା ଅପେକ୍ଷା ମୃତ୍ୟୁ ଭଲ ବୋଲି ସେ ଚିନ୍ତା କରିଛନ୍ତି। ସେଥିପାଇଁ ସେ ଇଚ୍ଛାମୃତ୍ୟୁ ଲାଗି ମଙ୍ଗଳବାର ସ୍ତ୍ରୀ ଭାମାଙ୍କ ମାଧ୍ୟମରେ ପ୍ରଶାସନ ନିକଟରେ ଆବେଦନ କରିଛନ୍ତି। ଇଚ୍ଛାମୃତ୍ୟୁ ପାଇଁ ଆବେଦନ କରିଥିବା ଏହି ବ୍ୟକ୍ତି ଜଣକ ହେଲେ ସମ୍ବଲପୁର ସହର ଜେଲ ଛକ ନିକଟରେ ରହୁଥିବା ହାଡୁ ପଟ୍ଟନାୟକ (୭୦)। ଏବେ କେବଳ ଝୁମ୍ପୁଡ଼ି ତଳେ ପଡ଼ି ମୃତ୍ୟୁକୁ ସେ ଅପେକ୍ଷା କରିଛନ୍ତି। ଅନ୍ୟପକ୍ଷରେ ହାଡ଼ୁଙ୍କ ଇଚ୍ଛାମୃତ୍ୟୁ ଆବେଦନ ପରେ ପ୍ରଶାସନ ତତ୍ପର ହୋଇଛି। ଏକ ଡାକ୍ତରୀ ଟିମ୍‌ ପଠାଯାଇ ତାଙ୍କ ଚିକିତ୍ସା କରାଯିବ। ସମସ୍ତ ଖର୍ଚ୍ଚ ପ୍ରଶାସନ ବହନ କରିବ ବୋଲି ଜିଲାପାଳ ଭାମାଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ଏହା ସହ ରେଡ୍‌କ୍ରସ ପାଣ୍ଠିରୁ ତାଙ୍କୁ ୩୦ ହଜାର ଟଙ୍କାର ସହାୟତା ପ୍ରଦାନ କରାଯାଇଛି।
ଗତ ମାର୍ଚ୍ଚରେ ସୁପ୍ରିମକୋର୍ଟ ଇଚ୍ଛାମୃତ୍ୟୁ ସପକ୍ଷରେ ରାୟ ଶୁଣାଇଥିଲେ। ଜଣେ ବ୍ୟକ୍ତି ଅସହ୍ୟ ଯନ୍ତ୍ରଣା ଓ ଆର୍ଥିକ ଅନଟନ ଯୋଗୁ ଚିକିତ୍ସା କରାଇ ପାରୁ ନ ଥିଲେ ଇଚ୍ଛାମୃତ୍ୟୁ ଲାଗି ଆବେଦନ କରିପାରିବ ବୋଲି ସୁପ୍ରିମକୋର୍ଟ କହିଥିଲେ। ହେଲେ ଏକ କମିଟି ଗଠନ କରି ତଦନ୍ତ ହେଲା ପରେ ଅନୁମତି ଦିଆଯାଇ ପାରେ ବୋଲି ସୁପ୍ରିମକୋର୍ଟ ରାୟରେ ଉଲ୍ଲେଖ କରିଥିଲେ। ହାଡୁଙ୍କ କ୍ଷେତ୍ରରେ ଏହି ସାମଞ୍ଜ୍ୟସ୍ୟ ରହୁଥିବାରୁ ଅନୁମତି ମିଳିଯିବ ବୋଲି ଭାମା ଆଶା ରଖିଛନ୍ତି। ଭାମା କହିଛନ୍ତି, ୩ ନାତୁଣୀନାତି ତାଙ୍କ ଉପରେ ନିର୍ଭରଶୀଳ। ଏଣୁ ରାତି ପାହିଲେ ୩ ପିଲାଙ୍କ ପେଟ କଥା ଚିନ୍ତା ପଡୁଛି। ସ୍ବାମୀଙ୍କ ଚିକିତ୍ସା କ’ଣ କରିବି। ତାଙ୍କ କଷ୍ଟ ଦେଖି ହେଉନାହିଁ। ଏଣୁ ଇଚ୍ଛାମୃତ୍ୟୁ ପାଇଁ ପ୍ରଶାସନ ଅନୁମତି ଦେଲେ ସ୍ବାମୀ କଷ୍ଟରୁ ମୁକ୍ତି ପାଇବେ।
ହାଡୁଙ୍କ ପରିବାର ଜେଲ୍‌ ଛକ ନିକଟରେ ଏକ ଝୁମ୍ପୁଡ଼ି ଘରେ ରହୁଛନ୍ତି। ୩ ଝିଅଙ୍କୁ ବିବାହ ଦେଇ ସାରିଛନ୍ତି। ଗୋଟିଏ ପୁଅ ପିଲା ଛୁଆ ଧରି ଅଲଗା ଘର ସଂସାର କରୁଛନ୍ତି। ହାଡୁ ଓ ଭାମା ଗୋଟିଏ ପୁଅର ପିଲାଛୁଆଙ୍କୁ ନେଇ ରହୁଥିଲେ। ହେଲେ ୪ ବର୍ଷ ତଳେ ଜଣ୍ଡିସ ଯୋଗୁ ଆଶାବାଡ଼ି ପାଲଟିଥିବା ପୁଅ ରିଙ୍କୁ ଆରପାରିକୁ ଚାଲିଗଲେ। ପରେ ବୋହୂ ମଧ୍ୟ ନିଜ ୩ ପିଲା ସୋମ୍‌, ଓମ୍‌ ଓ ପ୍ରିୟାଙ୍କଠାରୁ ମୁହଁ ମୋଡ଼ି ଆଉ ଜଣକ ସହ ଘର ବସାଇବାକୁ ଚାଲିଗଲେ। ଏଣୁ ଜେଜେବାପା ଜେଜେ ମା’ଙ୍କ ଉପରେ ୩ ନାତୁଣୀନାତିଙ୍କ ଲାଳନପାଳନ ଦାୟିତ୍ୱ ପଡ଼ିଛି। ହାଡୁ ରିକ୍ସା ଟାଣି ଯାହା ରେଜଗାର କରନ୍ତି ସେଥିରୁ ଦୁଇପ୍ରାଣୀ ଓ ୩ ନାତୁଣୀନାତି ଚଳନ୍ତି। ହେଲେ ଭାଗ୍ୟ ସହିଲାନି। ପୁଅ ମୃତ୍ୟୁର କଷ୍ଟ ଭୁଲି ହେଉ ନ ଥିବାବେଳେ ଏବେ ୭ ମାସ ହେଲା ହାଡୁ ଗୁରୁତର ଅସୁସ୍ଥ। ଆଉ ରିକ୍ସା ଟାଣିବାକୁ ଯାଇପାରୁ ନାହାନ୍ତି। ଭାମା ବି ଅନ୍ୟ ଘରେ କାମ କରି ଦି ପଇସା ଆଣୁଥିଲେ। ଏବେ ସ୍ବାମୀଙ୍କୁ ଛାଡ଼ି ବାହାରକୁ ବାହାରି ହେଉନି। ଗୋଟିଏ ପଟେ ୩ ନାତୁଣୀନାତିଙ୍କ ଭବିଷ୍ୟତ ଅନ୍ୟପଟେ ସ୍ବାମୀଙ୍କ ଚିକିତ୍ସା ଚିନ୍ତା। ଫଳରେ ସେ ସ୍ବାମୀଙ୍କ ଇଚ୍ଛାକୁ ସମ୍ମାନ ଦେଇ ଛାତିକୁ ପଥର କରିଛନ୍ତି। ସ୍ବାମୀଙ୍କୁ ଇଚ୍ଛା ମୃତ୍ୟୁ ଲାଗି ଅନୁମତି ଦେବାକୁ ପ୍ରଶାସନ ପାଖେ ଆବେଦନ କରିଛନ୍ତି। ଅବଶ୍ୟ ଏପରି ବିପଦ ବେଳେ ପଡ଼ୋଶୀ ଧୀରେନ ମହନ୍ତ ଭାମାଙ୍କ ୩ ନାତୁଣୀନାତିଙ୍କ ମୁହଁରେ ଆହାର ଦେବାକୁ ହାତ ବଢ଼ାଇଛନ୍ତି। ସୂଚନାଯୋଗ୍ୟ, ୭ ମାସ ପୂର୍ବେ ହାଡୁଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହୋଇଥିଲା। ଖବର ପାଇ ହାଡୁଙ୍କ ଚିକିତ୍ସା ଲାଗି ହାତ ବଢ଼ାଇଥିଲେ ବିଜେଡି ଯୁବନେତା ସିଦ୍ଧାର୍ଥ ସାହା। ପ୍ରଥମେ ବୁର୍ଲା ଭିମସାର ମେଡିକାଲରେ ତାଙ୍କ ଚିକିତ୍ସା କରାଇଥିଲେ। ହେଲେ ହାଡୁଙ୍କ ମୁଣ୍ଡରେ ଟ୍ୟୁମର ଓ ପାକସ୍ଥଳୀରେ କ୍ୟାନସର ହୋଇଥିବା ସେତେବେଳେ ଜଣାପଡ଼ିଥିଲା।

All Right Reserved By
Karnatak Exit Poll

Model This Week

ସଂଗୀତ

ସମ୍ବଲପୁର

ଡିଜେଲ ଟ୍ୟାଙ୍କର ସହ ଟ୍ରାକ୍ଟର ଧକ୍କା, ଡିଜେଲ ଟ୍ୟାଙ୍କରରେ ଥିବା ଜଣେ ମୃତ: ଅନ୍ୟ ଜଣେ ଗୁରୁତର

ଡିଜେଲ ଟ୍ୟାଙ୍କର ସହ ଟ୍ରାକ୍ଟର ଧକ୍କା, ଡିଜେଲ ଟ୍ୟାଙ୍କରରେ ଥିବା ଜଣେ ମୃତ: ଅନ୍ୟ ଜଣେ ଗୁରୁତର

ସିଂଘିଯୁବା,୨୦।୫(ଡି.ଏନ୍‌.ଏ)-ଶନିବାର ବିଳମ୍ବିତ ରାତିରେ ବିନିକା-ରାମପୁର ମୁଖ୍ୟରାସ୍ତାର ଦାନିପାଲି ଛକ ନିକଟରେ ଏକ ଦୁର୍ଘଟଣା ଘଟି ଗୋଟିଏ ଡିଜେଲ ଟ୍ୟାଙ୍କର ସହ ଏକ କୁବେଟା କମ୍ପାନୀର ଟ୍ରାକ୍ଟର ଚୁର୍‌ମାର ହୋଇଯାଇଛି। ଏହି ଦୁର୍ଘଟଣାରେ ଡିଜେଲ ଟ୍ୟାଙ୍କରରେ ଥିବା ଜଣେ ବ୍ୟକ୍ତିଙ୍କ ଶୋଚନୀୟ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି।

 ଚିଚୈଗୁଡାରେ ଘରୁ ପଶି ଟଙ୍କା, ଗହଣା ଲୁଟ: ପୋଲିସର ତଦନ୍ତ

ଚିଚୈଗୁଡାରେ ଘରୁ ପଶି ଟଙ୍କା, ଗହଣା ଲୁଟ: ପୋଲିସର ତଦନ୍ତ

ଜୁନାଗଡ,୨୦।୫(ଡି.ଏନ୍‌.ଏ)-କଳାହାଣ୍ଡି ଜିଲା ଜୁନାଗଡ ଥାନା ଅନ୍ତର୍ଗତ ଚିଚୈଗୁଡା ଗ୍ରାମର ଶ୍ୱେତବାନ ମେହେରଙ୍କ ଘରୁ ରାତିରେ ଦୁର୍ବୁତ୍ତମାନେ ଗଡ୍ରେଜ ଭାଙ୍ଗି ୩୭ହଜାର ଟଙ୍କା ସହ ୧୧ଭରି ୧୩ଅଣି ସୁନାଗହଣା ଲୁଟି ନେଇଛନ୍ତି। ଶନିବାର ଏ ନେଇ ଶ୍ୱେତବାନ ଜୁନାଗଡ ଥାନାରେ ଏତଲା ଦେବା ପରେ ରବିବାର ଜୁନାଗଡ ପୋଲିସ ଘଟଣାସ୍ଥଳକୁ ସାଇଣ୍ଟିଫିକ ଟିମ ସହ ସନ୍ଧାନୀ କୁକର ଧରି ତଦନ୍ତ କରିବାକୁ ପହଞ୍ଚିଥିଲା।

ସମ୍ବଲପୁର ବିଶ୍ୱବିଦ୍ୟାଳୟ ଫଳ ପ୍ରକାଶ: ଶ୍ରେଷ୍ଠ ତାଳିକାରେ ଭଟଲି  କଲେଜର ଇତିହାସ ସମ୍ମାନରେ ୬, ସଂସ୍କୃତ ସମ୍ମାନରେ ୩ ଛାତ୍ରୀଛାତ୍ର

ସମ୍ବଲପୁର ବିଶ୍ୱବିଦ୍ୟାଳୟ ଫଳ ପ୍ରକାଶ: ଶ୍ରେଷ୍ଠ ତାଳିକାରେ ଭଟଲି କଲେଜର ଇତିହାସ ସମ୍ମାନରେ ୬, ସଂସ୍କୃତ ସମ୍ମାନରେ ୩ ଛାତ୍ରୀଛାତ୍ର

ଭଟଲି,୨୦।୫(ଡି.ଏନ.ଏ)- ସମ୍ବଲପୁର ବିଶ୍ୱବିଦ୍ୟାଳୟର ଯୁକ୍ତ ୩ ଶେଷବର୍ଷ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥିରେ ବରଗଡ଼ ଜିଲା ଭଟଲି ଦଧିବାମନ ଡିଗ୍ରୀ ମହାବିଦ୍ୟାଳୟର ୯ଜଣ ଛାତ୍ରୀଛାତ୍ର ଇତିହାସ ଏବଂ ସଂସ୍କୃତ ସମ୍ମାନରେ ଶ୍ରେଷ୍ଠ ୧୦ଜଣଙ୍କ ମଧ୍ୟରେ ରହିଛନ୍ତି। ଏଥିପାଇଁ କଲେଜ ପକ୍ଷରୁ ସମସ୍ତ କୃତୀ ଛାତ୍ରୀଛାତ୍ରଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି।

କନଷ୍ଟେବଳଙ୍କ ଆତ୍ମହତ୍ୟା

କନଷ୍ଟେବଳଙ୍କ ଆତ୍ମହତ୍ୟା

ରାଉରକେଲା ଅଫିସ, ୨୦।୫-ରାଉରକେଲା ରଘୁନାଥପାଲି ଥାନାର ଜଣେ କନଷ୍ଟେବଳ ଭୀମବାହାଦୁର ଭୀଟ (୪୧) ଆତ୍ମହତ୍ୟା କରିଛନ୍ତି। ସେ ରାଉରକେଲା ସେକ୍ଟର ୩ରେ ପରିବାର ସହ ରହୁଥିଲେ। ଶନିବାର ଅପରାହ୍ନରେ ସେ ରହୁଥିବା ଘରେ ବେକରେ ରଶି ଲଗାଇଦେଇଥିଲେ। ପରିବାର ଲୋକେ ଜାଣିବା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା।

୧୧୯୪ ହତାଧିକାରୀଙ୍କୁ ବାସଗୃହ କାର୍ଯ୍ୟାଦେଶ ବଣ୍ଟନ କଲେ ଶ୍ରମମନ୍ତ୍ରୀ

୧୧୯୪ ହତାଧିକାରୀଙ୍କୁ ବାସଗୃହ କାର୍ଯ୍ୟାଦେଶ ବଣ୍ଟନ କଲେ ଶ୍ରମମନ୍ତ୍ରୀ

ଭଟଲି,୨୦।୫(ଡି.ଏନ.ଏ)- ବରଗଡ଼ ଜିଲା ଭଟଲି ବ୍ଲକ କାର୍ଯ୍ୟାଳୟ ପରିସରରେ ବାସଗୃହ କାର୍ଯ୍ୟାଦେଶ ବଣ୍ଟନ କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ବିଡ଼ିଓ ଧିରେନ୍ଦ୍ର କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ଶକ୍ତି, ଶ୍ରମ ଓ ଇଏସ୍‌ଆଇ ମନ୍ତ୍ରୀ ସୁଶାନ୍ତ ସିଂ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀଶ୍ରୀ ଦଧିବାମନଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ପରେ ବିଡ଼ିଓ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ।

ଇଚ୍ଛାମୃତ୍ୟୁ ଘଟଣା: ମିଳିଲାନି ସ୍ବାସ୍ଥ୍ୟସେବା; ଜୀବନଯୁଦ୍ଧରେ ହାରିଗଲେ ମୁନା

ଇଚ୍ଛାମୃତ୍ୟୁ ଘଟଣା: ମିଳିଲାନି ସ୍ବାସ୍ଥ୍ୟସେବା; ଜୀବନଯୁଦ୍ଧରେ ହାରିଗଲେ ମୁନା

ବରଗଡ଼ ଅଫିସ୍‌,୨୦।୪- ଶଯ୍ୟାଶାୟୀ ଏକମାତ୍ର ରୋଜଗାରିଆ ପୁଅର ଚିକିତ୍ସା ପାଇଁ ଜମିବାଡ଼ି ସବୁ ବିକିଦେଲେ। ପୁଅର ସ୍ବାସ୍ଥ୍ୟାବସ୍ଥା, ଚିକିତ୍ସାରେ ସେଭଳି ଅଭାବ ଅନଟନ ଦେଖି ବାପା ବି ଆଖି ବୁଜିଲେ। ଏହାପରେ ସହାୟତା ପାଇଁ ବାରଦ୍ୱାର ଶୁଣ୍ଢିପିଣ୍ଡା ହେଲେ ବିଧବା ମା। ତଥାପି କିଛି ସହାୟତା ମିଳିଲାନି। ଶେଷରେ ଜିଲାପାଳଙ୍କଠାରେ ସାମୁହିକ ଇଚ୍ଛାମୃତ୍ୟୁ ପାଇଁ ଆବେଦନ କଲେ।

କଏଦୀଙ୍କ ମୃତ୍ୟୁ

କଏଦୀଙ୍କ ମୃତ୍ୟୁ

ସମ୍ବଲପୁର, ୨୦।୫(ବ୍ୟୁରୋ)-ସମ୍ବଲପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଉଥିବା ଜଣେ କଏଦୀଙ୍କର ରବିବାର ସକାଳେ ମୃତ୍ୟୁ ଘଟିଛି। ତାଙ୍କ ନାମ ପ୍ରସନ୍ନ ସାହୁ। ସେ ଏକ ହତ୍ୟା ଘଟଣାରେ ସମ୍ବଲପୁର ଜେଲରେ ସଜା କାଟୁଥିଲେ। ରବିବାର ସକାଳେ ସେ ହଠାତ୍‌ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ୍ୟୁର କାରଣ ଜଣାପଡ଼ିନାହିଁ।

ମହୁମାଛି ଆତଙ୍କ, ଜଣେ ଗୁରୁତର: ସ୍ଥାନାନ୍ତର ହେଲା ସାପ୍ତାହିକ ବଜାର

ମହୁମାଛି ଆତଙ୍କ, ଜଣେ ଗୁରୁତର: ସ୍ଥାନାନ୍ତର ହେଲା ସାପ୍ତାହିକ ବଜାର

ଜୁନାଗଡ,୨୦।୫(ଡି.ଏନ୍‌.ଏ)-କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ତଳମଲା ସାପ୍ତାହିକ ହାଟରେ ଶନିବାର ମହୁମାଛିର ଆତଙ୍କ ଦେଖିବାକୁ ମିଳିଥିଲା। ବଜାର ପରିସର ପାଣିଟାଙ୍କି ଉପରେ ବସାବାନ୍ଧି ରହିଥିବା ମହୁମାଛିଗୁଡିକ ହଟାତ୍‌ କୌଣସି କାରଣ ବଶତଃ ଉଡିବାକୁ ଲାଗିଥିଲେ। ଫଳରେ ବଜାରରେ କାରବାର କରୁଥିବା କେତେକ ଲୋକଙ୍କୁ ମହୁମାଛି ଆକ୍ରମଣ କରିଥିଲା।

ବିକାଶରେ ବାଧକ ଗୁଟେ ଠାନେ ଦୁଇଟା ଅଫିସ

ବିକାଶରେ ବାଧକ ଗୁଟେ ଠାନେ ଦୁଇଟା ଅଫିସ

ବିଜେପୁର, ୨୦।୫ (ଡି.ଏନ.ଏ) ଗୁଟେ ଠାନେ ଦୁଇ ଅଫିସ। ହେଲେ ବାଧକ୍‌ ସାଜିଛେ ବିକାଶ ଯୋଜ୍‌ନାରେ। ବରଗଡ ଜିଲା ବିଜେପୁର ବ୍ଲକ୍‌ ସଦର ମହକୁମାଥି ଏନ୍‌ତା ପରିସ୍‌ଥିତି ହେଇଥିବାର ଅଭିଯୋଗ୍‌ ହେଉଛେ। ବିଜେପୁର ପଁନ୍‌ଚେତ୍‌କେ ଏନଏସି ଘୋଷନା କର୍‌ବାକେ ବହୁତ୍‌ ଦିନ୍‌ ହେଲା ଦାବି ହେଇ ଆସୁଥିଲା। ଇ ପଁନ୍‌ଚେତ୍‌ ସଂଗେ ପଡ଼ା ପଁନ୍‌ଚେତ୍‌ର ମାଝୀପାଲି, ଜାରିଂ ପଁନ୍‌ଚେତ୍‌ର ଏମ୍‌ ଗଣ୍ଡପାଲି ଗାଁକେ ମିଶେଇ ରାଏଜ ସରକାର ଗଲାବଛର୍‌ ଏନଏସି ଘୋଷ୍‌ନା କରିଥିଲେ।

ମୃତ ପମ୍ପ ହାଉସ ଡ୍ରାଇଭରଙ୍କ ସ୍ତ୍ରୀଙ୍କୁ ବୀମାରାଶି ପ୍ରଦାନ

ମୃତ ପମ୍ପ ହାଉସ ଡ୍ରାଇଭରଙ୍କ ସ୍ତ୍ରୀଙ୍କୁ ବୀମାରାଶି ପ୍ରଦାନ

ଅତାବିରା, ୨୦।୫ (ଡି.ଏନ.ଏ) ଭେଡେନ ବ୍ଲକ ଡାଲବ ଆନ୍ଧ୍ରାବ୍ୟାଙ୍କ ପକ୍ଷରୁ ଶନିବାର ସନ୍ଧ୍ୟାରେ ଏକ ସଡକ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଯୁବକଙ୍କ ବିଧବା ସ୍ତ୍ରୀଙ୍କୁ ୧ଲକ୍ଷ ଟଙ୍କା ବୀମାରାଶି ପ୍ରଦାନ କରାଯାଇଛି। ଗତ ମାର୍ଚ୍ଚ ୩ତାରିଖରେ ଦେଶଭଟିଲି ପଞ୍ଚାୟତ ପାନୀୟ ଜଳ ପ୍ରକଳ୍ପ ପମ୍ପହାଉସ ଡ୍ରାଇଭର ପ୍ରଶାନ୍ତ ଦାଶ ଓରଫ ରାଜୁ ଘରକୁ ଫେରୁଥିବା ସମୟରେ ଏକ ବାଇକ ଧକ୍କା ଦେବାରୁ ତାଙ୍କର ମୃତ୍ୟୁ ଘଟିଥିଲା।

ଯୁକ୍ତଦୁଇ ପରୀକ୍ଷା ଫଳ ପ୍ରକାଶିତ: ଶ୍ରେଷ୍ଠ ୧୫ ଭିତରେ ବଲାଙ୍ଗୀରର ୨ଛାତ୍ର

ବଲାଙ୍ଗୀର ଅଫିସ,୨୦।୫ ଶନିବାର ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥିରେ ବଲାଙ୍ଗୀର ଯୁବୋଦୟ କଲେଜର ୨ ଜଣ ଛାତ୍ର ରାଜ୍ୟର ଶ୍ରେଷ୍ଠ ୧୫ ଜଣଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି। ଏହି କଲେଜର ଛାତ୍ର ଶିବାନନ୍ଦ କର୍ମୀ ୫୪୧ ମାର୍କ ଓ ଆଶୁତୋଷ ପଣ୍ଡା ୫୪୦ ମାର୍କ ରଖିଛନ୍ତି।

ଯୁକ୍ତ ୨ବିଜ୍ଞାନ ପରୀକ୍ଷାରେ ୫୪୨ ମାର୍କ ରଖିଥିବା ଛାତ୍ରୀ:ଡାକ୍ତର ହେବି: ଜ୍ୟୋତିରାଣୀ

ଯୁକ୍ତ ୨ବିଜ୍ଞାନ ପରୀକ୍ଷାରେ ୫୪୨ ମାର୍କ ରଖିଥିବା ଛାତ୍ରୀ:ଡାକ୍ତର ହେବି: ଜ୍ୟୋତିରାଣୀ

ସରଣ୍ଡା, ୨୦।୫ (ଡି.ଏନ.ଏ.) ବରଗଡ ଜିଲା ଅତାବିରା ମହାବିଦ୍ୟାଳୟର ଛାତ୍ରୀ ଜ୍ୟୋତିରାଣୀ ପଟେଲ ସିଏଚ୍‌ଏସ୍‌ଇ ଯୁକ୍ତ ୨ବିଜ୍ଞାନ ପରୀକ୍ଷାରେ ୫୪୨ ମାର୍କ (୯୦ ପ୍ରତିଶତ) ରଖି ସାରା ଓଡିଶାରେ ଗୌରବ ଆଣିଛନ୍ତି। ଅମ୍ବାଭୋନା ବ୍ଲକ ଅନ୍ତର୍ଗତ କଣ୍ଡପଲା ଗ୍ରାମର ମୂଳବାସିନ୍ଦା ଦୟାନିଧି ନାଏକଙ୍କ ଭାଣିଜୀ ଜ୍ୟୋତିଙ୍କ ପାଠପଢ଼ା ଆରମ୍ଭ ହୋଇଥିଲା ଅତାବିରା ଅରବିନ୍ଦ ସ୍କୁଲରୁ।