ସମ୍ବଲପୁର

ଅଧାରେ ଅଟକିଛି ଶୀତଳ ପାନୀୟ ଜଳ ପ୍ରକଳ୍ପ

ଅଧାରେ ଅଟକିଛି ଶୀତଳ ପାନୀୟ ଜଳ ପ୍ରକଳ୍ପ
ଝାରସୁଗୁଡା ଅଫିସ,୧୦।୪: ଖରାଦିନେ ପାଣି ଟିକେ ପାଇଁ ଲୋକ ହନ୍ତସନ୍ତ ହୁଅନ୍ତି। ଝାରସୁଗୁଡ଼ା ଜିଲାରେ ଏହାର ଆବଶ୍ୟକତା ଆହୁରି ଅଧିକ। ଜିଲାସାରା ପାଣି ସମସ୍ୟା ଲାଗି ରହିଛି। ପ୍ରକଳ୍ପ ମାଳ ମାଳ କରାଯାଉଛି। କିନ୍ତୁ ଏହାର ସୁଫଳ ଲୋକଙ୍କ ପାଖରେ ପହଞ୍ଚିବାରେ କେଉଁଠି ବିଳମ୍ବି ହେଉଛି ତ ଆଉ କେଉଁଠି ଅସଫଳ ହେଉଛି। ସେହିପରି ଏକ ପ୍ରକଳ୍ପ ଝାରସୁଗୁଡ଼ା ପୌରାଞ୍ଚଳରେ ରହିଛି। ପଶ୍ଚିମ ଓଡ଼ିଶା ବିକାଶ ପରିଷଦ(ଡବ୍ଲୁଓଡିସି) ପାଣ୍ଠିରୁ ଝାରସୁଗୁଡ଼ା ଷ୍ଟେଶନ ନିକଟରେ ଏକ ଶୀତଳ ପାନୀୟଜଳ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଥିଲା। ୨୦୧୬ ମସିହାରେ କାମ ଆରମ୍ଭ ହୋଇଥିଲା। ୨୦୧୭ ମାର୍ଚ୍ଚରେ ଶେଷ ହୋଇ ଲୋକଙ୍କ ବ୍ୟବହାରରେ ଆସିବ ବୋଲି ଯୋଜନା ହୋଇଥିଲା। ହେଲେ ୨୦୧୭ ଶେଷ ହୋଇ ୨୦୧୮ ମାର୍ଚ୍ଚ ସରିଲାଣି । କିନ୍ତୁ ପାନୀୟଜଳ ପ୍ରକଳ୍ପ ଅଧାରେ ଅଟକି ରହିଛି। ୨୦୧୬ ଅକ୍ଟୋବର ମାସରେ ଏହି ପ୍ରକଳ୍ପ ପାଇଁ ଯୋଜନା କରାଯାଇଥିଲା। ସେଥିପାଇଁ ଡବ୍ଲୁଓଡିସି ଅଧ୍ୟକ୍ଷ କିଶୋର କୁମାର ମହାନ୍ତି ନିଜ ପାଣ୍ଠିରୁ ୫ ଲକ୍ଷ ଟଙ୍କାର ଅନୁଦାନ ଘୋଷଣା କରିଥିଲେ। ପ୍ରକଳ୍ପ ପାଇଁ ଶୁଭ ଦିଆଗଲା। ଟେଣ୍ଡରରେ ଜାନୁୟାରୀରେ ୨୦୧୭ରେ କାମ ଆରମ୍ଭ ହେଲା। ମାର୍ଚ୍ଚ ୨୦୧୭ରେ କାମ ଶେଷ କରି ଲୋକଙ୍କୁ ଥଣ୍ଡା ପାଣି ଯୋଗାଇ ଦେବାକୁ ଯୋଜନା ହୋଇଥିଲା। କିନ୍ତୁ କାମ ଶେଷ ହେଲାନି। ପରେ ଏହି ପ୍ରକଳ୍ପ ସ୍ଥାନକୁ ଜବରଦଖଲ କରାଯିବା ନେଇ ଅନେକ ବାଦ ବିବାଦ ହୋଇଥିଲା। କିନ୍ତୁ ଜିଲା ପ୍ରଶାସନ ଏବଂ ପୌର ପ୍ରଶାସନ ମିଳିତ ଭାବେ ଉଚ୍ଛେଦ କରିଥିଲେ। ତଥାପି ଠିକାଦାର କାମ ଆରମ୍ଭ କଲେନାହିଁ। ବାରମ୍ବାର ପୌର ପରିଷଦରୁ କାରଣ ଦର୍ଶାଅ ନୋଟିସ ମଧ୍ୟ ଜାରିହୋଇଛି। କିନ୍ତୁ କିଛି ସୁଫଳ ମିଳି ନ ଥିବା ଜଣାଯାଇଛି। ବର୍ତ୍ତମାନ ଗ୍ରୀଷ୍ମ ମୁକାବିଲା ପାଇଁ ପୌର ପ୍ରଶାସନ ପ୍ରସ୍ତୁତ ହେଉଥିବା ବେଳେ ଏଭଳି ଏକ ସୁଫଳ ଯୋଜନା ପ୍ରତି କାହିଁକି ନଜର ଦେଉନି ତାହା ସ୍ପଷ୍ଟ ହୋଇପାରୁନି। ଏ ବାବଦରେ ମତାମତ ପାଇଁ ପୌର ନିର୍ବାହୀ ଅଧିକାରୀ ଏବଂ ପୌରାଧ୍ୟକ୍ଷଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ପ୍ରତିକ୍ରିୟା ମିଳିପାରିନାହିଁ।
All Right Reserved By

ସମ୍ବଲପୁର

ଦକ୍ଷତା ବୃଦ୍ଧି କରିବା ଉପରେ ଗୁରୁତ୍ୱ

ଦକ୍ଷତା ବୃଦ୍ଧି କରିବା ଉପରେ ଗୁରୁତ୍ୱ

ସୋନପୁର,୧୯।୯(ନି.ପ୍ର.):ଛାତ୍ରୀଛାତ୍ରମାନଙ୍କ ମଧ୍ୟରେ ଦୈନନ୍ଦିନ ସଞ୍ଚୟର ଅଭ୍ୟାସକୁ ପ୍ରୋତ୍ସାହିତ କରିବା ପାଇଁ ଜିଲାସ୍ତରୀୟ ଉଦ୍‌ଘାଟନୀ ଉତ୍ସବ ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଯାଇଛି। ଜିଲାପାଳ ମଧୁସୂଦନ ମିଶ୍ର ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରୀଛାତ୍ରମାନେ କିପରି ନିୟମିତ ପାଠପଢା ସହିତ କିଛି ସଞ୍ଚୟ କରିପାରିବେ, ବ୍ୟାଙ୍କରେ ଜମାଖାତା କରି ପରିଚାଳନା କରିବା ସହ ନିଜର ଆର୍ଥିକ ପରିଚାଳନା ଦକ୍ଷତା ବୃଦ୍ଧି କରିବେ ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ । ଛାତ୍ରୀଛାତ୍ରମାନଙ୍କୁ ସ୍ବାବଲମ୍ବୀ, ସୁରକ୍ଷିତ ଓ ସେମାନଙ୍କ ଦକ୍ଷତା ବୃଦ୍ଧି କରିବା ଉପରେ ଜିଲାପାଳ ମିଶ୍ର ଗୁରୁତ୍ୱ ଦେଇଥିଲେ। ଜିଲାରେ ଏହି କାର୍ଯ୍ୟକ୍ରମକୁ ସଫଳ ଭାବେ ରୂପାୟିତ କରିବା ପାଇଁ ସମସ୍ତଙ୍କ ସକ୍ରିୟ ସହଯୋଗର ଆବଶ୍ୟକତା ରହିଛି ବୋଲି କହିଥିଲେ।

ଧାନଗଛରେ ରୋଗପୋକଙ୍କ ପ୍ରାଦୁର୍ଭାବ

ଧାନଗଛରେ ରୋଗପୋକଙ୍କ ପ୍ରାଦୁର୍ଭାବ

ଅମରପାଲି/ସୋନପୁର,୧୯।୯(ନି.ପ୍ର./ଡି.ଏନ.ଏ.)
ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକର କୋଟସମଲାଇ ଗାଁରେ ଧାନ ଗଛରେ ରୋଗପୋକଙ୍କ ପ୍ରାଦୁର୍ଭାବ ଦେଖାଦେଇଛି। ଧାନ ଗଛରେ କାଣ୍ଡବିନ୍ଧା ପୋକ ଲାଗିବା ଯୋଗୁଁ ଗଛ ତଳୁ ପଚି ମରିଯାଉଛି। ସେହିପରି ପତ୍ରରେ ନଳିପୋକ ଲାଗୁଛନ୍ତି। ଏହି ପୋକ ପତ୍ରଗୁଡିକୁ କାଟି ଖାଇବା ଫଳରେ ଗଛର ପତ୍ର ଧଳା ପଡି ଯାଉଛି। ପ୍ରତିକାର ପାଇଁ ଚାଷୀ ଦୋକାନୀଙ୍କ କଥାରେ କୀଟନାଶକ କିଣି ଜମିରେ ପ୍ରୟୋଗ କରୁଛି। କିନ୍ତୁ ପୋକ ମରୁନାହାନ୍ତି। କୃଷି ବିଭାଗ ପକ୍ଷରୁ କୌଣସି ପରାମର୍ଶ ଦିଆଯାଉନି। କୃଷି ଅଧିକାରୀଙ୍କ ଦେଖା ମିଳୁ ନଥିବା ଚାଷୀ ଅଭିଯୋଗ କରିଛନ୍ତି।

ଦୋହରା ମତଦାତାଙ୍କ ନାମ ବାଦ୍‌, ଯୁବ ଭୋଟରଙ୍କୁ ସାମିଲ ଉପରେ ଗୁରୁତ୍ୱ

ଦୋହରା ମତଦାତାଙ୍କ ନାମ ବାଦ୍‌, ଯୁବ ଭୋଟରଙ୍କୁ ସାମିଲ ଉପରେ ଗୁରୁତ୍ୱ

ବୀରମହାରାଜପୁର, ୧୯।୯(ଡି.ଏନ.ଏ):ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଭାରତୀୟ ନିର୍ବାଚନ ଅୟୁକ୍ତଙ୍କ ପକ୍ଷରୁ ପ୍ରାରମ୍ଭିକ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ରାଜ୍ୟ ମୁଖ୍ୟନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶରେ ବିଭିନ୍ନ ନିର୍ବାଚନ ମଣ୍ଡଳୀ ପାଇଁ ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ-୨୦୧୯ଅଭିଯାନ ଆଗେଇ ଚାଲିଛି। ଏହିକ୍ରମରେ ବଲାଙ୍ଗୀର ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ବୀରମହାରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଏହି ପ୍ରକ୍ରିୟାକୁ ଜୋରଦାର କରାଯାଇଛି। ସୁବର୍ଣ୍ଣପୁର ଜିଲାର ୩ଟି ବ୍ଲକ ବିନିକା, ଉଲୁଣ୍ଡା ଓ ବୀରମହାରାଜପୁରକୁ ନେଇ ଗଠିତ ଉକ୍ତ ସଂରକ୍ଷିତ ନିର୍ବାଚନ ମଣ୍ଡଳୀରେ ୨୨୫୮ ଜଣ ଭୋଟରଙ୍କ ନାମ ଏକାଧିକ ସ୍ଥାନରେ ଉଲ୍ଲେଖଥିବା ଚିହ୍ନଟ କରାଯାଇଛି। ଅନ୍ୟପକ୍ଷରେ ୧୮ରୁ ୧୯ବର୍ଷ ବୟସର ବହୁ ଯୁବ ଭୋଟରଙ୍କ ନାମ ସ୍ଥାନିତ ହୋଇ ପାରି ନ ଥିବାରୁ ସଂଶୋଧିତ ତାଲିକାରେ ସୁଧାର ଆଣିବାକୁ ପ୍ରଶାସନ ଗୁରୁତ୍ୱ ଦେଇଛି। 

ଭେଣ୍ଟୋ ସୋଲାର ପାୱାର ପ୍ଳାଣ୍ଟ : ଜମି ଠକେଇ ଅଭିଯୋଗ, କାମ ବନ୍ଦ କଲେ କ୍ଷତିଗ୍ରସ୍ତ ଚାଷୀ

ଭେଣ୍ଟୋ ସୋଲାର ପାୱାର ପ୍ଳାଣ୍ଟ : ଜମି ଠକେଇ ଅଭିଯୋଗ, କାମ ବନ୍ଦ କଲେ କ୍ଷତିଗ୍ରସ୍ତ ଚାଷୀ

ବଲାଙ୍ଗିର ଅଫିସ, ୧୯ା୯:ବଲାଙ୍ଗୀର ଜିଲା ଦେଓଗଁା ବ୍ଳକ ମହଲେଇ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କୁକୁରଖାଇ ଗଁାରେ ନିର୍ମାଣାଧୀନ ଭେଣ୍ଟୋ ସୋଲାର ପାୱାର ପ୍ଳାଣ୍ଟ ବିରୋଧରେ ଜମି ହରାଇଥିବା ଚାଷୀମାନେ ମଙ୍ଗଳବାର ଆନ୍ଦୋଳନ ଆରମ୍ଭ କରିଛନ୍ତି ା ଏହି ଘରୋଇ କମ୍ପାନୀ ବିରୋଧରେ କ୍ଷତିଗ୍ରସ୍ତ ଚାଷୀମାନେ ତୁଷରା ଥାନାରେ ଠକେଇ ଅଭିଯୋଗ କରିବା ସହ ନିର୍ମାଣ କାମକୁ ବନ୍ଦ କରିଛନ୍ତି ା ନ୍ୟାର୍ଯ୍ୟ କ୍ଷତିପୂରଣ ଏବଂ  ଅନ୍ୟ ଦାବିପୂରଣ ନହେବା ପର୍ଯ୍ୟନ୍ତ ସେମାନେ ନିର୍ମାଣ କାର୍ଯ୍ୟ କରାଇବାକୁ ଦେବେନାହିଁ ବୋଲି ଚେତାବନୀ ଦେଇଛନ୍ତି ା ମଙ୍ଗଳବାର ପ୍ରାୟ ୪୦ଜଣ ଚାଷୀ କମ୍ପାନୀ ତରଫରୁ ନିର୍ମାଣାଧିନ ସୋଲାର ପାୱାର ପ୍ଳାଣ୍ଟ ସାଇଡ୍‌କୁ ସେମାନଙ୍କ ଜମି କ୍ଷତିପୂରଣ ଓ ଅନ୍ୟାନ୍ୟ ପ୍ରତିଶ୍ରୁତି ସମ୍ପର୍କରେ କମ୍ପାନୀ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବାକୁ ଆସିଥିଲେ ା 

କର୍ଲାମୁଣ୍ଡା ସ୍କୁଲ, କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚର ପଦଯାତ୍ରା

କର୍ଲାମୁଣ୍ଡା ସ୍କୁଲ, କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚର ପଦଯାତ୍ରା

କର୍ଲାମୁଣ୍ଡା,୧୮।୯(ଡି.ଏନ.ଏ.): ଓଡିଶା ସ୍କୁଲ, କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ପକ୍ଷରୁ ବିଭିନ୍ନ ଦାବି ନେଇ ଏକ ମାସରୁ ଊର୍ଦ୍ଧ୍ୱ ସମୟ ଧରି ଭୁବନେଶ୍ୱର ଆନ୍ଦୋଳନ ଜାରି ରହିଥିବା ବେଳେ ଏବେ ସଂଘ ପକ୍ଷରୁ ପଞ୍ଚାୟତସ୍ତରୀୟ ପଦଯାତ୍ରା ଆରମ୍ଭ କରାଯାଇଛି । 

ବ୍ଲକସ୍ତରୀୟ ବିଜ୍ଞାନ ସେମିନାର

ବ୍ଲକସ୍ତରୀୟ ବିଜ୍ଞାନ ସେମିନାର

କର୍ଲାମୁଣ୍ଡା,୧୮।୯(ଡି.ଏନ.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦରସ୍ଥିତ ପଞ୍ଚାୟତ ସମିତି ହାଇସ୍କୁଲଠାରେ ବ୍ଲକସ୍ତରୀୟ ବିଜ୍ଞାନ ସମ୍ବନ୍ଧୀୟ ସେମିନାର ଅନୁଷ୍ଠିତ ହୋଇଯାଇଛି। ବ୍ଲକରେ ଥିବା ୧୪ଟି ହାଇସ୍କୁଲ ମଧ୍ୟରୁ ୪ଟି ବ୍ଲକଗ୍ରାଣ୍ଟ ହାଇସ୍କୁଲ ବ୍ୟତୀତ ସମସ୍ତ ହାଇସ୍କୁଲ ଛାତ୍ରୀଛାତ୍ରମାନେ ଯୋଗଦେଇ ଔଦ୍ୟୋଗିକ କ୍ରାନ୍ତିରେ ଚତୁର୍ଥ ଅବସ୍ଥା ସମ୍ପର୍କରେ ଆଲୋକପାତ କରିଥିଲେ।

ପିଏମ୍‌ଏୱାଇ ବିଲ୍‌ ପାଇଁ ଲାଞ୍ଚ: ଭିଜିଲାନ୍ସ ଦ୍ୱାରା ଜିଆର୍‌ଏସ ଗିରଫ

ପିଏମ୍‌ଏୱାଇ ବିଲ୍‌ ପାଇଁ ଲାଞ୍ଚ: ଭିଜିଲାନ୍ସ ଦ୍ୱାରା ଜିଆର୍‌ଏସ ଗିରଫ

ସୋନପୁର/ସିଂଘିଯୁବା,୧୮।୯(ନି.ପ୍ର./ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ସିଂଘିଯୁବା ପଞ୍ଚାୟତର ଗ୍ରାମ ରୋଜଗାର ସେବକ(ଜିଆରଏସ୍‌) ଅମିତ ଅଗ୍ରୱାଲା ମଙ୍ଗଳବାର ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ।

ଗଣେଶ ମୂର୍ତ୍ତି ବିସର୍ଜନରେ ଅଘଟଣ, ପାଣିରେ ବୁଡି ଛାତ୍ର ମୃତ

ଗଣେଶ ମୂର୍ତ୍ତି ବିସର୍ଜନରେ ଅଘଟଣ, ପାଣିରେ ବୁଡି ଛାତ୍ର ମୃତ

ପାଟଣାଗଡ,୧୮।୯(ଡି.ଏନ.ଏ.): ଗଣେଶ ମୂର୍ତ୍ତି ବିସର୍ଜନ କରିବାକୁ ଯାଇ ପାଣିରେ ବୁଡି ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ପାଟଣାଗଡ ଥାନା ଅନ୍ତର୍ଗତ ସିଆଲବନ୍ଧ ଗ୍ରାମର ଅଷ୍ଟମ ଶ୍ରେଣୀର ଛାତ୍ର ରୂପାନନ୍ଦ ସା (୧୩)। 

ପଶ୍ଚିମ ଓଡିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି: କୋର୍ଟ କଚେରି ଅଚଳ କଲେ ଆଇନଜୀବୀ

ପଶ୍ଚିମ ଓଡିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି: କୋର୍ଟ କଚେରି ଅଚଳ କଲେ ଆଇନଜୀବୀ

ବୀରମହାରାଜପୁର, ୧୮।୯(ଡି.ଏନ.ଏ.): ପଶ୍ଚିମ ଓଡିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବୀ ନେଇ ଆଇନଜୀବିଙ୍କ ତରଫରୁ ଚାଲିଥିବା ଆନ୍ଦୋଳନ ପୁଣିଥରେ ହେବାକୁ ଲାଗିଛି। 

କେବିକେ ପ୍ରଶାସକଙ୍କ ଗୋଲାମୁଣ୍ଡା ବ୍ଲକ ଗସ୍ତ

କେବିକେ ପ୍ରଶାସକଙ୍କ ଗୋଲାମୁଣ୍ଡା ବ୍ଲକ ଗସ୍ତ

ଗୋଲାମୁଣ୍ଡା,ତା୧୮। ୯(ଡିଏନଏ): କେବିକେ ପ୍ରଶାସକ ସୁଦର୍ଶନ ପାଲ ଠାକୁର କଳାହାଣ୍ଡି ଜିଲା ଗସ୍ତରେ ଆସି ସୋମବାର ଗୋଲାମୁଣ୍ଡା ବ୍ଲକ ପରିଦର୍ଶନରେ ଆସିଥିଲେ । ପ୍ରଥମେ ଖମାରହଲଦୀ ଗ୍ରାମପଞ୍ଚୟତକୁ ଆସି କୃଷି ବିଭାଗ ପ୍ରୋତ୍ସାହନରେ ହୋଇଥିବା ଚିନାବାଦାମ ଚାଷ ଦେଖିଥିଲେ । 

ଏସିଡ ଆକ୍ରମଣ ଉପରେ ଆଇନ ସଚେତନତା କାର୍ଯ୍ୟକ୍ରମ

ଏସିଡ ଆକ୍ରମଣ ଉପରେ ଆଇନ ସଚେତନତା କାର୍ଯ୍ୟକ୍ରମ

ସୋହେଲା,୧୮।୯(ଡି.ଏନ.ଏ.): ବରଗଡ ଜିଲା ସୋହେଲା ଶ୍ରୀରାମ ଜୁନିୟର କଲେଜଠାରେ ସ୍ଥାନୀୟ ଆଇନ ସେବା ସମିତି ପକ୍ଷରୁ ମଙ୍ଗଳବାର ପୂର୍ବାହ୍ନରେ ଏସିଡ ଆକ୍ରମଣ ଉପରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।