ସମ୍ବଲପୁର

ବୀମା ରାଶି ପ୍ରଦାନରେ ଅବହେଳା, ଚାଷୀ ଘେରିଲେ ବ୍ୟାଙ୍କ

ବୀମା ରାଶି ପ୍ରଦାନରେ ଅବହେଳା, ଚାଷୀ ଘେରିଲେ ବ୍ୟାଙ୍କ
ନୂଆପଡା ଅଫିସ,୧୦।୪: ପ୍ରାକୃତିକ ବିପର୍ଯ୍ୟୟଜନିତ ଫସଲ ହାନି, ଅର୍ଥ ପୀଡ଼ା ଭଳି ଅଭାବନୀୟ ପରିସ୍ଥିତିରେ ନଇଁ ପଡ଼ିଥିବା ଚାଷୀଙ୍କୁ ଆର୍ଥିକ ଦୃଷ୍ଟିକୋଣରୁ ସ୍ବାବଲମ୍ବୀ କରିବା ପାଇଁ ସରକାର କୃଷି ବୀମା ଯୋଜନା ପ୍ରଣୟନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ୨୦୧୬ରେ ନୂଆପଡ଼ା ଜିଲାରେ ଅକାଳ ମରୁଡ଼ିର ପ୍ରକୋପ ଓ ତତ୍‌ଜନିତ କ୍ଷୟକ୍ଷତିକୁ ଦୃଷ୍ଟିରେ ରଖି ସରକାର ଚାଷୀମାନଙ୍କୁ କୃଷି ବୀମାଭୁକ୍ତ କରି ଆର୍ଥିକ ସହାୟତା ପ୍ରଦାନର ବ୍ୟବସ୍ଥା କଲେ। ଏଥିପାଇଁ ଗ୍ରାମ୍ୟ ବ୍ୟାଙ୍କକୁ ବୀମା ରାଶି ମଧ୍ୟ ଯୋଗାଇଦେଲେ। ବିଡ଼ମ୍ବନାର ବିଷୟ, ଇତିମଧ୍ୟରେ ୨୦୧୭ ଅତିକ୍ରାନ୍ତ ହୋଇସାରିଥିଲେ ହେଁ ଜିଲାର କୋମନା ବ୍ଲକ୍‌ର ୫ ଗ୍ରାମପଞ୍ଚାୟତର ଚାଷୀଙ୍କୁ ବୀମା ରାଶି ମିଳିପାରିନାହିଁ। ସେମାନଙ୍କ ନାମରେ ୨୬ ଲକ୍ଷ ଟଙ୍କା ବୀମା ରାଶି ଉତ୍କଳ ଗ୍ରାମ୍ୟ ବ୍ୟାଙ୍କକୁ ଆସିଛି। ଅଥଚ ଏହି ଟଙ୍କା ବ୍ୟାଙ୍କରେ ପଡ଼ି ରହିଛି। ବ୍ୟାଙ୍କ କର୍ତ୍ତୃପକ୍ଷ ଏ ବାବଦରେ ନାହିରେ ତେଲ ଦେଇ ନୀରବ ବସି ରହିଛନ୍ତି। ଏଭଳି ବ୍ୟତିକ୍ରମ ନେଇ ଦୀର୍ଘଦିନ ହେଲା ଅବହେଳିତ ହୋଇଆସୁଥିବା ଚାଷୀମାନେ ଶେଷରେ ତାତି ଉଠି ସମ୍ପୃକ୍ତ ବ୍ୟାଙ୍କକୁ ଘେରାଉ କରିଛନ୍ତି। ସୋମବାର କୋମନା ବ୍ଲକ ବୁଦ୍ଧିକୋମନା ପଞ୍ଚାୟତସ୍ଥିତ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ କାର୍ଯ୍ୟାଳୟଠାରେ ଶତାଧିକ ପ୍ରଭାବିତ ଚାଷୀ ଏକଜୁଟ ହୋଇ ବୀମା ଟଙ୍କା ପ୍ରଦାନରେ ଅବହେଳା ପ୍ରତିବାଦରେ ଚିତ୍କାର କରି ଜବାବ୍‌ ମାଗିଛନ୍ତି। ପୂର୍ବାହ୍ନ ୧୧ଟା ସମୟରେ ବୁଦ୍ଧିକୋମନା ସମେତ ନୂଆଗାଁ, କାଣ୍ଡେତରା, ଠିକପାଲି, ଗଣ୍ଡାମେର ପଞ୍ଚାୟତର ଶତାଧିକ ଚାଷୀଙ୍କ ଦୀର୍ଘଦିନର ପୁଞ୍ଜୀଭୂତ ଅସନ୍ତୋଷର ଏହି ଭୟାନକ ରୂପ ନାହିରେ ତେଲ ଦେଇ ବସି ରହିଥିବା ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଦୋହଲାଇ ଦେଇଛି। ବ୍ୟାଙ୍କ କର୍ତ୍ତୃପକ୍ଷ ୭ ଦିନ ମଧ୍ୟରେ ବୀମା ରାଶି ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଭାଜପାର କୃଷକ ମୋର୍ଚ୍ଚା ଜିଲା ସଭାପତି ସଞ୍ଜୟ କୁମାର ତିୱାରୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଯଦୁମଣି ପାଣିଗ୍ରାହୀଙ୍କ ନେତୃତ୍ୱରେ ବୀମାରାଶିରୁ ବଞ୍ଚତ୍ତ ଚାଷୀମାନେ ଏକଜୁଟ ହୋଇ ଏକ ଶୋଭାଯାତ୍ରାରେ ବ୍ୟାଙ୍କ କାର୍ଯ୍ୟାଳୟକୁ ଯାଇଥିଲେ। ସେଠାରେ ବେଶ୍‌ ସମୟ ଧରି ହୋ-ହାଲ୍ଲା କରିଥିଲେ। ସରକାର ବୀମା ଟଙ୍କା ୨୦୧୭ରେ ପ୍ରଦାନ କରିଥିବା ବେଳେ କାହିଁକି ଚାଷୀମାନଙ୍କୁ ତାହା ପ୍ରଦାନ କରାଯାଇନାହିଁ ଚାଷୀ ନେତାମାନେ ପ୍ରଶ୍ନବାଣରେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଘାଇଲା କରିଥିଲେ। ବାରମ୍ବାର ବ୍ୟାଙ୍କ ଏବଂ ସରକାରୀ କାର୍ଯ୍ୟାଳୟକୁ ଦୌଡି ନୟାନ୍ତ ହେବାପରେ କୌଣସି ସରକାରୀ ସହାୟତା ନ ପାଇ ରାଜ୍ୟ ବାହାରକୁ ଚାଷୀମାନେ ଦାଦନ ଖଟିବାକୁ ଯାଇଛନ୍ତି। ଏଥିପାଇଁ ବ୍ୟାଙ୍କ ଏବଂ ବିଭାଗୀୟ ସରକାରୀ ଅଧିକାରୀ ଦାୟୀ ବୋଲି ଚାଷୀମାନେ ଅଭିଯୋଗ କରିଥିଲେ। ସୂଚନାଯୋଗ୍ୟ, ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ଅଧୀନ ୫ଟି ପଞ୍ଚାୟତର ଚାଷୀମାନଙ୍କ ବୀମା ବାବଦକୁ ୨୬ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟାଙ୍କକୁ ଆସିଛି। ଏତେ ଟଙ୍କାକୁ ବ୍ୟାଙ୍କ କାହିଁକି ଚାଷୀମାନଙ୍କୁ ପ୍ରଦାନ କରିବାରେ ହେଳା କରିଛନ୍ତି, କେଉଁଠି ତ୍ରୁଟି ରହିଛି, କାହିଁକି ଚାଷୀଙ୍କୁ ଠିକ ସମୟରେ ଦିଆଗଲା ନାହିଁ ଆଦି ଉପରେ ନିରପେକ୍ଷ ତଦନ୍ତ କରାଯାଇ ଦୋଷୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବି ହୋଇଛି। ଅପରପକ୍ଷେ, ଏହି ବ୍ୟତିକ୍ରମ ନେଇ ବ୍ୟାଙ୍କ କର୍ତ୍ତୃପକ୍ଷ ବୀମା କମ୍ପାନୀକୁ ଦାୟୀ କରିଛନ୍ତି। ଚାଷୀଙ୍କୁ କେତେ ଲେଖାଏଁ ବୀମା ରାଶି ପ୍ରଦାନ କରାଯିବ ସେ ସମ୍ପର୍କିତ ଠିକ୍‌ ବିବରଣୀ ବୀମା କମ୍ପାନୀ ଦେଇନଥିବାରୁ ଆମେ ଟଙ୍କା ଠିକ୍‌ ସମୟରେ ଦେଇପାରିଲୁ ନାହିଁ ବୋଲି ବ୍ୟାଙ୍କ କର୍ତ୍ତୃପକ୍ଷ ସଫେଇ ଦେଇଛନ୍ତି। ଏ ସଂକ୍ରାନ୍ତରେ ଜିଲାପାଳ ଏକ ବୈଠକ ଡାକିଛନ୍ତି। ଆଗାମୀ ୭ଦିନ ଭିତରେ ବୀମା ରାଶି ପ୍ରଦାନ କରାଯିବାକୁ ବ୍ୟବସ୍ଥା କରାଯିବ ବୋଲି ଜଣାଇଛନ୍ତି।
All Right Reserved By

ସମ୍ବଲପୁର

କୂଅ ଭିତରୁ ମୃତ ବାର୍‌ହା ଉଦ୍ଧାର

କୂଅ ଭିତରୁ ମୃତ ବାର୍‌ହା ଉଦ୍ଧାର

ବଡଗାଁ, ୧୭।୮ (ଡି.ଏନ.ଏ)- ସୁନ୍ଦରଗଡ ଜିଲା ବଡଗାଁ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ତଲସରା ଗ୍ରାମ ନିକଟ ରାସ୍ତା ପାର୍ଶ୍ୱରେ ଥିବା ଏକ ପରିତ୍ୟକ୍ତ କୂଅରୁ ଏକ ବାର୍‌ହାର ମୃତଦେହ ଉଦ୍ଧାର ହୋଇଛି।

ବଡଗାଁରେ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି

ବଡଗାଁରେ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି

ବଡଗାଁ,୧୭।୮(ଡି.ଏନ.ଏ)-ସୁନ୍ଦରଗଡ ଜିଲା ବଡଗାଁରେ ଶୁକ୍ରବାର ଗ୍ରାମବାସୀଙ୍କ ପକ୍ଷରୁ ବସ୍ତିସ୍ଥିତ ମାରୱାଡି ଧର୍ମଶାଳାରେ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜନନେତା ର୍ସ୍ବତ ଅଟଳ ବିହାରୀ ବାଜବେୟୀଙ୍କୁ ଶ୍ରଦ୍ଧାସୁମନ ଜ୍ଞାପନ କରାଯାଇଛି ।

ରାଉରକେଲା ବିଜେଡି ଆଇନଜୀବୀ ସାମ୍ମୁଖ୍ୟର ସ୍ବାଗତ ସମ୍ବର୍ଦ୍ଧନା

ରାଉରକେଲା ବିଜେଡି ଆଇନଜୀବୀ ସାମ୍ମୁଖ୍ୟର ସ୍ବାଗତ ସମ୍ବର୍ଦ୍ଧନା

ରାଉରକେଲା/ବେଦବ୍ୟାସ,୧୭।୮ (ଅଫିସ/ଡି.ଏନ.ଏ)- ରାଉରକେଲା ବିଜୁ ଜନତା ଦଳ ଆଇନଜୀବୀ ସାମ୍ମୁଖ୍ୟ ପକ୍ଷରୁ ଶୁକ୍ରବାର ପାନପୋଷସ୍ଥିତ ବ୍ରାହ୍ମଣୀ କ୍ଲବ ପରିସରରେ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜିତ ହୋଇ ଯାଇଛି। 

ରାଜଗାଙ୍ଗପୁର ବିଧାୟକଙ୍କ ପ୍ରତିନିଧିଙ୍କୁ ହତ୍ୟା ଧମକ

ରାଜଗାଙ୍ଗପୁର ବିଧାୟକଙ୍କ ପ୍ରତିନିଧିଙ୍କୁ ହତ୍ୟା ଧମକ

ରାଉରକେଲା/ବେଦବ୍ୟାସ,୧୭।୮(ଅଫିସ/ଡି.ଏନ.ଏ)-ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ବିଧାୟକ ମଙ୍ଗଳା କଷାନଙ୍କ ରାଉରକେଲା ପ୍ରତିନିଧି ଶ୍ରୀକାନ୍ତ ଦାଶଙ୍କୁ ଗାଳିଗୁଳଜ ସହ ହତ୍ୟାଧମକ ମିଳିଛି। ଏ ନେଇ ଛେଣ୍ଡ ଥାନାରେ ଏକ ମାମଲା ରୁଜୁ ହୋଇଛି । 

ଜାତୀୟ ପତାକାକୁ ଫାଣ୍ଡି ଅଧିକାରୀଙ୍କ ଅବମାନନା

ଜାତୀୟ ପତାକାକୁ ଫାଣ୍ଡି ଅଧିକାରୀଙ୍କ ଅବମାନନା

ଅତାବିରା, ୧୭।୮ (ଡି.ଏନ.ଏ)- ବରଗଡ ଜିଲା ଭେଡେନ ଥାନା ତଥା ରୁଷୁଡା ଫାଣ୍ଡିରେ ୭୨ତମ ସ୍ବାଧୀନତା ଦିବସ ପାଳନ ସମୟରେ ଖୋଦ ଫାଣ୍ଡି ଅଧିକାରୀ ଜାତୀୟ ପତାକାକୁ ଅବମାନନା କରିଥିବା ଘଟଣା ପଦାକୁ ଆସିଛି । ଅଗଷ୍ଟ ୧୫ ତାରିଖ ସ୍ବାଧୀନତା ଦିବସ ପାଳନ କରିବା ପାଇଁ ରୁଷୁଡା ଫାଣ୍ଡିର ଫାଣ୍ଡି ଅଧିକାରୀ, ସିପାହୀ, ମୋହଗାର୍ଡ, ଗ୍ରାମରକ୍ଷୀମାନେ ଏକତ୍ରିତ ହୋଇଥିଲେ ଫାଣ୍ଡି ପରିସରରେ । ଏହି ସମୟରେ ରୁଷୁଡା ହାଇସ୍କୁଲର କ୍ରୀଡା ଶିକ୍ଷକ, ସ୍କାଉଟ, ଗାଇଡ ଛାତ୍ରୀଛାତ୍ର ମଧ୍ୟ ଥିଲେ । ପତାକା ଉତ୍ତୋଳନ କରିବା ସମୟରେ ଜାତୀୟ ପତାକାକୁ ଖୋଦ ଫାଣ୍ଡି ବାବୁ ପ୍ରକାଶ ପାତ୍ର ଫିଙ୍କିଦେଇ ଥିଲେ । ପୁଣି ଉପସ୍ଥିତ ଥିବା କର୍ମଚାରୀମାନେ କହିବାରୁ ପରେ ଫାଣ୍ଡିରେ ପତାକା ଉତ୍ତୋଳନ କରାଯାଇଥିଲା । ଫାଣ୍ଡି ଅଧିକାରୀ ଫିଙ୍ଗି ଦେଇଥିବା ଜାତୀୟ ପତାକାକୁ ପୁଣି ଆଣି ପତାକା ଉତ୍ତୋଳନ କରିବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି । 

ଅବ୍ୟବସ୍ଥା ଘେରରେ ସେବା ସମବାୟ ସମିତି

ଅବ୍ୟବସ୍ଥା ଘେରରେ ସେବା ସମବାୟ ସମିତି

ସିନାପାଲି, ୧୭।୮ (ଡି.ଏନ.ଏ)- ସରକାର ଗ୍ରାମାଞ୍ଚଳର ଜନସାଧାରଣଙ୍କ ଉନ୍ନତି ପାଇଁ ସେବା ସମବାୟ ସମିତି ଗୁଡିକୁ ପ୍ରାଧାନ୍ୟ ଦେଉଥିବା ବେଳେ ସିନାପାଲି ସ୍ଥିତ ସେବା ସମବାୟ ବିଭିନ୍ନ ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି । ଏହାର ସମାଧାନ ପାଇଁ ଜିଲା ପ୍ରଶାସନ ଦୃଷ୍ଟି ଦେଉନଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ସିନାପାଲି ସେବା ସମବାୟ ସମିତି ୧୯୮୯ ଅଗଷ୍ଟ ୨୭ରେ ଉଦ୍‌ଘାଟିତ ହୋଇଥିଲା । ନାବାର୍ଡ ତରଫରୁ ସେତେବେଳେ ଗୃହ ନିର୍ମାଣ ପାଇଁ ସହାୟତା ଯୋଗାଇ ଦିଆଯାଇଥିଲା । ଘର ଆଜବେଷ୍ଟସ ପୁରୁଣା ହୋଇ ଭଙ୍ଗାଦଦରା ହୋଇ ପଡି ରହିଛି । ଉପରେ ଅନାବନା ଘାସ ଉଠି ଅତି ଦୟନୀୟ ଅବସ୍ଥା ହୋଇଛି । ତଥାପି କୌଣସି ବିକଳ୍ପ ନ ଥିବାରୁ ଏହି ଭଙ୍ଗା ଦଦରା ଗୃହରେ ଅଫିସ କାମ ଚାଲୁଛି । ବର୍ଷା ହେଲେ ଅଫିସ ଗୃହରେ ପାଣି ଭର୍ତ୍ତି ହୋଇ ରହୁଛି । ଫଳରେ ଅଫିସ କାର୍ଯ୍ୟରେ ବ୍ୟାଘାତ ସୃଷ୍ଟି ହେଉଛି ।

ଗ୍ରୁପ ଡିସକସନ, ବକ୍ତୃତା ପ୍ରତିଯୋଗିତା

ଗ୍ରୁପ ଡିସକସନ, ବକ୍ତୃତା ପ୍ରତିଯୋଗିତା

ବରଗଡ଼ ଅଫିସ୍‌,୧୭।୮-
ଭାରତ ନିର୍ମାଣ ସମିତି, ବରଗଡ଼ ଏବଂ ସୋସିଆଲ କ୍ଲବର ମିଳିତ ଆନୁକୂଲ୍ୟରେ ଗ୍ରୁପ ଡିସକସନ ଏବଂ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ପ୍ରତିଯୋଗିତାରେ ଜିଲାର ବିଭିନ୍ନ ସ୍କୁଲ, କଲେଜର ଛାତ୍ରୀଛାତ୍ର ଭାଗ ନେଇଥିଲେ ।

ନାଟକ ପେଟ୍‌ ମଞ୍ଚସ୍ଥ

ନାଟକ ପେଟ୍‌ ମଞ୍ଚସ୍ଥ

ବରଗଡ଼ ଅଫିସ୍‌,୧୭।୮-ବରଗଡ଼ ସୌଖୀନ କଳାକାର ସଂଘର କଳାକାରଙ୍କ ଦ୍ୱାରା ନାଟକ ‘ପେଟ୍‌’ ମଞ୍ଚସ୍ଥ ହୋଇଯାଇଛି । ଅଶୋକ ବେହେରାଙ୍କ ନିର୍ଦ୍ଦେଶିତ ଏହି ନାଟକରେ ପେଟ ପାଇଁ ମଣିଷ କିଭଳି ନାଟ କରୁଛି ତାହାକୁ କଳାକାରମାନେ ନିଖୁଣ ଭାବେ ନିଜ ଅଭିନୟରେ ଉପସ୍ଥାପିତ କରିଥିଲେ । ଦୀପାଂଶୁ ଆଚାର୍ଯ୍ୟ, ଅଶୋକ ବେହେରା, ବିଜୟ ବେହେରା, ସ୍ବରୂପ ପଟ୍ଟନାୟକ, କାହ୍ନୁ ପୃଷ୍ଟି, ତ୍ରିନାଥ ପୃଷ୍ଟି, ପ୍ରଶାନ୍ତ ଆଚାର୍ଯ୍ୟ, କେତନ ବଗାର, ମୋହିତ ଭୋଇ, ବିରେନ୍ଦ୍ର ବାଗ, ଚୂଡ଼ାମଣି ସିଂ, ମନୋଜ ସାହୁ ନାଟକର ବିଭନ୍ନ ଭୂମିକାରେ ଅଭିନୟ କରିଥିଲେ । 

ଚାରା ରୋପଣ କରି ପାର୍ବତୀ ଗିରିଙ୍କୁ ଶ୍ରଦ୍ଧାଞ୍ଜଳି

ଚାରା ରୋପଣ କରି ପାର୍ବତୀ ଗିରିଙ୍କୁ ଶ୍ରଦ୍ଧାଞ୍ଜଳି

ବରଗଡ଼ ଅଫିସ୍‌,୧୭।୮-ବିଶିଷ୍ଟ ସ୍ବାଧୀନତା ସଂଗ୍ରମୀ ପାର୍ବତୀ ଗିରିଙ୍କ ୨୩ତମ ପୁଣ୍ୟତିଥି ଅବସରରେ ଶୁକ୍ରବାର ସମଲେଇପଦରସ୍ଥିତ ପାର୍ବତୀ ଗିରି ବୃଦ୍ଧାଶ୍ରମରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ବନ୍ୟାରେ ଭାସିଯାଇ ଜେଇଙ୍କ ମୃତ୍ୟୁ

ବନ୍ୟାରେ ଭାସିଯାଇ ଜେଇଙ୍କ ମୃତ୍ୟୁ

ଭବାନୀପାଟନା,୧୭।୮ (ଡି.ଏନ.ଏ.)-ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ କଳାହାଣ୍ଡି ଜିଲାରେ ବନ୍ୟା ଆସିଛି। ଏହି ବନ୍ୟା ଯୋଗୁ ଭାସିଯାଇ ଜଣେ ଯୁବ ଇଞ୍ଜିନିୟରଙ୍କ ମୃତ୍ୟୁ ଘଟିଛି। ସେ ହେଲେ ରେତ ଜଳସେଚନ ପ୍ରକଳ୍ପ କାର୍ଯ୍ୟାଳୟର କନିଷ୍ଠ ଯନ୍ତ୍ରୀ ତପନ କୁମାର ନାଏକ। ତାଙ୍କ ଘର ବାରିପଦାରେ।

ବିଲକୁ ଯାଉଥିବାବେଳେ ଚାଷୀଙ୍କୁ ଭାଲୁ ଆକ୍ରମଣ କଲା

ବିଲକୁ ଯାଉଥିବାବେଳେ ଚାଷୀଙ୍କୁ ଭାଲୁ ଆକ୍ରମଣ କଲା

ରେଢାଖୋଲ,୧୭।୮(ଡି.ଏନ.ଏ.)-ସମ୍ବଲପୁର ଜିଲା ରେଢାଖୋଲ ଉପଖଣ୍ଡ ଚାରମାଲ  ଥାନା ଅଧୀନ ବଂଶାଜାଲ  ପଞ୍ଚାୟତ ମହାଲିଙ୍ଗ ଗାଁରେ ଜଣେ ବ୍ୟକ୍ତି ଭାଲୁ ଆକ୍ରମଣରେ ଗୁରୁତର ହୋଇଛନ୍ତି।

ଇଥାନଲ ପ୍ରକଳ୍ପରେ କର୍ମ ନିଯୁକ୍ତି ନ ମିଳିବା ଯୋଗୁ ଗ୍ରାମବାସୀଙ୍କ ବିରୋଧ ଆରମ୍ଭ

ଇଥାନଲ ପ୍ରକଳ୍ପରେ କର୍ମ ନିଯୁକ୍ତି ନ ମିଳିବା ଯୋଗୁ ଗ୍ରାମବାସୀଙ୍କ ବିରୋଧ ଆରମ୍ଭ

ଭଟଲି,୧୭।୮(ଡି.ଏନ.ଏ.)-ବରଗଡ଼ ଭଟଲି ବ୍ଲକ୍‌ ବାଉଲସିଂହା ଗ୍ରାମ ନିକଟରେ ଆରମ୍ଭ ହୋଇଥିବା ଇଥାନଲ ପ୍ରକଳ୍କକୁ କାମ ଆରମ୍ଭ ହେବାକ୍ଷଣି ବିରୋଧ ଆରମ୍ଭ ହୋଇଛି । ପ୍ରକଳ୍ପ ସ୍ଥାନରେ ବର୍ତ୍ତମାନ କଂକ୍ରିଟ ବାଡ଼ ଦେବା କାମ ଆରମ୍ଭ ହୋଇଥିବାବେଳେ ଏହି କାମ ମୁମ୍ବାଇର ଏକ ଠିକା ସଂସ୍ଥା କରୁଛି । ତେବେ ଏହି କାମ ପାଇଁ ପଡ଼ୋଶୀ ଛତିଶଗଡ଼ ରାଜ୍ୟରୁ ଶ୍ରମିକ ଆସି କାମ କରୁଛନ୍ତି।