ସମ୍ବଲପୁର

ବରଗଡ଼ରେ ବନ୍ଦର ଆଂଶିକ ପ୍ରଭାବ

ବରଗଡ଼ରେ ବନ୍ଦର ଆଂଶିକ ପ୍ରଭାବ

ବରଗଡ଼ ଅଫିସ, ୧୦।୪: ନିଯୁକ୍ତି ଓ ଶିକ୍ଷାକ୍ଷେତ୍ରରେ ଜାତିଭିତ୍ତିକ ସଂରକ୍ଷଣ ବିରୋଧରେ କେତେକ ସଂଗଠନ ପକ୍ଷରୁ ମଙ୍ଗଳବାର ଦିଆଯାଇଥିବା ଭାରତ ବନ୍ଦ ଡାକରାର ଆଂଶିକ ପ୍ରଭାବ ବରଗଡ଼ରେ ପରିଲକ୍ଷିତ ହୋଇଛି। ସକାଳୁ ସ୍ବତଃସ୍ଫୂର୍ତ୍ତଭାବେ କେତେକ ଦୋକାନ ବଜାର ବନ୍ଦ କରି ଦେଇଛନ୍ତି। ଅନ୍ୟପଟେ ଅନେକ ଦୋକାନବଜାର, ସ୍କୁଲ, କଲେଜ ଏବଂ ସରକାରୀ ଦପ୍ତର ଖୋଲା ରହିଛି। ଗାଡି ଚଳାଚଳ ମଧ୍ୟ ସ୍ବାଭାବିକ ରହିଛି। ତେବେ ପୂର୍ବାହ୍ନ ସାଢେ ୯ଟାରେ କିଛି ଯୁବକ ଗାନ୍ଧୀ ଛକରେ ରାସ୍ତା ଅବରୋଧ କରିଥିଲେ। ଫଳରେ କିଛି ସମୟ ଯାନବାହନ ଚଳାଚଳ ବନ୍ଦ ଥିବା ବେଳେ ପିକେଟିଂ କରି ସମ୍ପୃକ୍ତ ଯୁବକମାନେ ଦୋକାନ, ବଜାର, ସରକାରୀ ଅଫିସ ଆଦି ବନ୍ଦ କରିବାକୁ ବାହାରିଥିବା ଦେଖିବାକୁ ମିଳିଛି।

All Right Reserved By

Model This Week

ସନ୍ତୋଷ

ସମ୍ବଲପୁର

ବିବାହିତ ପ୍ରେମିକଙ୍କ ଛୁରିମାଡରେ ବିବାହିତା ପ୍ରେମିକା ଗୁରୁତର

ରାଜଗାଙ୍ଗପୁର, ୨୭।୫ (ଡି.ଏନ.ଏ)- ସୁନ୍ଦରଗଡ ଜିଲା ରାଜଗାଙ୍ଗପୁର ଥାନା ଅଞ୍ଚଳରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ବିବାହିତ ପ୍ରେମିକଙ୍କ ଛୁରି ମାଡ଼ରେ ବିବାହିତା ପ୍ରେମିକା ଗୁରୁତର ହୋଇଛନ୍ତି। ଏନେଇ ଥାନାରେ ମାମଲା ରୁଜୁ ହୋଇ ତଦନ୍ତ ଚାଲିଛି।

ମାଈ ହରିଣର ମୃତଦେହ ଉଦ୍ଧାର

ମାଈ ହରିଣର ମୃତଦେହ ଉଦ୍ଧାର

ଲହୁଣୀପଡା, ୨୭।୫ (ଡି.ଏନ.ଏ)- ସୁନ୍ଦରଗଡ ଜିଲା ଲହୁଣୀପଡା ବ୍ଲକ କୁଳିପୋଷ ରେଞ୍ଜ ଅଧୀନ କୁର୍ଡା ପଞ୍ଚାୟତ ନିଶ୍ଚିତପୁର ଗ୍ରାମର ଏକ ପରିବା ବଗିଚା ଭିତରୁ ଶନିବାର ପୂର୍ବାହ୍ନରେ ଏକ ମାଈହରିଣର ମୃତଦେହ ବନବିଭାଗ କର୍ମଚାରୀମାନେ ଉଦ୍ଧାର କରିଛନ୍ତି। ପ୍ରାଣୀ ଚିକିତ୍ସକଙ୍କ ଦ୍ୱାରା ବ୍ୟବଚ୍ଛେଦ କରାଇ ସମସ୍ତଙ୍କ ଉପସ୍ଥିତିରେ ପୋତି ଦିଆଯାଇଛି।

ପାଣି ପାଇଁ ଲୋକେ ଡହଳବିକଳ

ପାଣି ପାଇଁ ଲୋକେ ଡହଳବିକଳ

ଭବାନୀପାଟଣା,୨୭।୫(ଡି.ଏନ.ଏ.)- କଳାହାଣ୍ଡି ଜିଲାର ଭବାନୀପାଟଣା ସହରରେ ଦିନକୁ ଦିନ ଗ୍ରୀଷ୍ମ ତାତି ବୃଦ୍ଧି ପାଇବାରେ ଲାଗିଥିବା ବେଳେ ପାନୀୟ ଜଳ ପାଇଁ ଲୋକେ ଡହଳବିକଳ ହେଉଛନ୍ତି । ସହରରେ ୧ କୋଟି ୧୫ ଲକ୍ଷ ଲିଟର ପାନୀୟ ଜଳର ଆବଶ୍ୟକତା ଥିବାବେଳେ ଜଳ ଓ ପରିମଳ ବିଭାଗ ପକ୍ଷରୁ ମାତ୍ର ୭୫ ଲକ୍ଷ ଲିଟର ଜଳ ଯୋଗାଣ ହୋଇପାରୁଛି ।

ନାବାଳିକା  ଗର୍ଭବତୀ ହୋଇ ଯାଆଁଳା ଶିଶୁ ଜନ୍ମଦେବା ଘଟଣା: ୩ଲକ୍ଷ ଟଙ୍କାର ଆର୍ଥିକ  ସହାୟତା ପାଇଁ ନିର୍ଦ୍ଦେଶ

ନାବାଳିକା ଗର୍ଭବତୀ ହୋଇ ଯାଆଁଳା ଶିଶୁ ଜନ୍ମଦେବା ଘଟଣା: ୩ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପାଇଁ ନିର୍ଦ୍ଦେଶ

ସୁନ୍ଦରଗଡ,୨୭।୫ (ଡି.ଏନ୍‌.ଏ)-ଜଣେ ୧୩ବର୍ଷ ନାବାଳିକା ଗତ ୧୭ ତାରିଖ ସକାଳେ ସ୍ଥାନୀୟ ଜିଲା ମୁଖ୍ୟ ଡାକ୍ତରଖାନାରେ ଯାଆଁଳା ଶିଶୁ ଜନ୍ମ ଦେବା ଘଟଣାରେ ଜିଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲା ଜଜ୍‌ ମାନସ ରଞ୍ଜନ ବାରିକ ସମ୍ପୃକ୍ତ ପୀଡିତା ନାବାଳିକାଙ୍କୁ ୩ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ରାଶି ପ୍ରଦାନ ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି।

ତାମିଲନାଡୁକୁ ଦାଦନ ଯାଇଥିବା ଯୁବତୀଙ୍କ ପତ୍ତା ମିଳୁନାହିଁ: ବାପା ଥାନାର ଦ୍ୱାରସ୍ଥ, ଦଲାଲଙ୍କ ଭୂମିକା ସନ୍ଦେହ ଜନକ

ତାମିଲନାଡୁକୁ ଦାଦନ ଯାଇଥିବା ଯୁବତୀଙ୍କ ପତ୍ତା ମିଳୁନାହିଁ: ବାପା ଥାନାର ଦ୍ୱାରସ୍ଥ, ଦଲାଲଙ୍କ ଭୂମିକା ସନ୍ଦେହ ଜନକ

କର୍ଲାମୁଣ୍ଡା/ମ.ରାମପୁର,୨୭।୫(ଡି.ଏନ.ଏ.)- କଳାହାଣ୍ଡି ଜିଲା ମ.ରାମପୁର ବ୍ଲକ ଅନ୍ତର୍ଗତ ଗୋଚ୍ଛାଡେଙ୍ଗେନ ପଞ୍ଚାୟତର ବାଞ୍ଜିପଦର ଗ୍ରାମର ଜଣେ ଗରିବ ଦଳିତ ପରିବାର ବ୍ୟକ୍ତି ଅଟନ୍ତି ଗୋପିନାଥ ସୁନା। ତାଙ୍କର ୧୯ ବର୍ଷିୟା ଝିଅ ରଶ୍ମିତା। ଆଜକୁ ପ୍ରାୟ ୭ ମାସ ହେବ ଗୋଚ୍ଛାଡେଙ୍ଗେନର ଦାଦନ ଦଲାଲ ଯୁଧିଷ୍ଠିର ବିଭାର ତାମିଲନାଡୁକୁ ଯାଇ କାମ କଲେ ଭଲ ଦି ପଇସା ରୋଜଗାର ହେବ ବୋଲି ପ୍ରଲୋଭନ ଦେଖାଇ ରଶ୍ମିତାଙ୍କ ସମେତ ଗୋଚ୍ଛାଡେଙ୍ଗେନ ଅଞ୍ଚଳର ୫ ଜଣ ଝିଅଙ୍କୁ ନେଇ ସେ ତାମିଲନାଡୁ ଯାଇଥିଲେ।

ଜିଲା ଅଣଗେଜେଟେଡ୍‌ ସମନ୍ବୟ ସମିତିର ବୈଠକ

ଜିଲା ଅଣଗେଜେଟେଡ୍‌ ସମନ୍ବୟ ସମିତିର ବୈଠକ

ଭବାନୀପାଟଣା,୨୭।୫(ଡି.ଏନ.ଏ.)- ସ୍ଥାନୀୟ ଅମଲା ଭବନ ପରିସରରେ କଳାହାଣ୍ଡି ଜିଲା ଅଣଗେଜେଟେଡ୍‌ କର୍ମଚାରୀ ସମନ୍ବୟ ସମିତି ଏକ ଜରୁରୀ ବୈଠକ ଶନିବାର ଅନୁଷ୍ଠିତ ହୋଇଯାଇଛି । ଅଭିମନ୍ୟୁ ମହାନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲା ପ୍ରଶାସନ ଆକ୍ରୋଶ ମୂଳକ ଭାବେ ସମିତିର କାର୍ଯ୍ୟାଳୟକୁ ଭାଙ୍ଗି ଦେଇଥିବାରୁ ସମସ୍ତ ସଭ୍ୟାସଭ୍ୟ କ୍ଷୋଭ ପ୍ରକାଶ କରିବା ସହିତ ପ୍ରଶାସନର ଏପରି କାର୍ଯ୍ୟକୁ ତୀବ୍ର ନିନ୍ଦା କରିଥିଲେ ।

ବାଲିଶଙ୍କରା ବ୍ଲକର ବିଭିନ୍ନ ସ୍ଥାନରେ ବର୍ଷା, ଝଡତୋଫାନ: ବ୍ୟାପକ କ୍ଷୟକ୍ଷତି

ବାଲିଶଙ୍କରା ବ୍ଲକର ବିଭିନ୍ନ ସ୍ଥାନରେ ବର୍ଷା, ଝଡତୋଫାନ: ବ୍ୟାପକ କ୍ଷୟକ୍ଷତି

ବାଲିଶଙ୍କରା, ୨୭।୫ (ଡି.ଏନ.ଏ)- ବାଲିଶଙ୍କରା ବ୍ଲକର ବିଭିନ୍ନ ସ୍ଥାନରେ ବର୍ଷା, ଝଡ଼ତୋଫାନରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବାଲିଶଙ୍କରା ଗ୍ରାମର ଭାଟିପଡାର ସଂମସାର ଖାନ ଓ କମଳ ସିଂଙ୍କ ଘର କ୍ଷତିଗ୍ରସ୍ତ ହୋଇଛି। ଝଡ ତୋଫାନ ଓ ବର୍ଷା ଦ୍ୱାରା ଗଛ ଘର ଉପରେ ପଡିଯାଇଛି।

ରାଉରକେଲା -ସମ୍ବଲପୁର ବିଜୁ ଏକ୍‌ସପ୍ରେସ ଓ୍ବେରେ ଟୋଲଟ୍ୟାକ୍ସ  ଉଚ୍ଛେଦ ଦାବି: ଓକିଲ ସଂଘର ଆନ୍ଦୋଳନ:  ସୁନ୍ଦରଗଡ ନାଗରିକ କମିଟିର ସମର୍ଥନ

ରାଉରକେଲା -ସମ୍ବଲପୁର ବିଜୁ ଏକ୍‌ସପ୍ରେସ ଓ୍ବେରେ ଟୋଲଟ୍ୟାକ୍ସ ଉଚ୍ଛେଦ ଦାବି: ଓକିଲ ସଂଘର ଆନ୍ଦୋଳନ: ସୁନ୍ଦରଗଡ ନାଗରିକ କମିଟିର ସମର୍ଥନ

ସୁନ୍ଦରଗଡ, ୨୭।୫ (ଡି.ଏନ୍‌.ଏ) -ରାଉରକେଲା ସମ୍ବଲପୁର ବିଜୁ ଏକ୍‌ସପ୍ରେସ ଓ୍ବେରେ ଟୋଲ ଟ୍ୟାକ୍ସ ଉଚ୍ଛେଦ ଦାବି କରାଯାଇଛି। ଏନେଇ ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ରାଉରକେଲା ଓ ରାଜଗାଙ୍ଗପୁର ଓକିଲ ସଂଘ ପକ୍ଷରୁ ପୂର୍ବ ନିଷ୍ପତ୍ତି ଅନୁଯାୟୀ ଶନିବାର ଏହି ରାସ୍ତାର ମସ୍ନିକାନୀ, ରେଙ୍ଗାଲି, ରାଜଗାଙ୍ଗପୁର ଲାଇଙ୍ଗଠାରେ ଥିବା ଏଲଆଣ୍ଡଟି ଟୋଲପ୍ଲାଜା ନିକଟରେ ସକାଳ ୮ଟାରୁ ୧୨ଟା ପର୍ଯ୍ୟନ୍ତ ଟୋଲ ଆଦାୟକୁ ବିରୋଧ କରି ପିକେଟିଂ କରି ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରାଯାଇଥିଲା।

ବାଇକ ସହ ଗଞ୍ଜେଇ ଜବତ, ୨ଗିରଫ

ବାଇକ ସହ ଗଞ୍ଜେଇ ଜବତ, ୨ଗିରଫ

ଉଲୁଣ୍ଡା,୨୬ା୫(ଡି.ଏନ.ଏ.) ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ପୋଲିସ ଗଞ୍ଜେଇ ଚୋରାଚାଲାଣ କରୁଥିବା ଅଭିଯୋଗରେ ଶନିବାର ୨ଜଣଙ୍କୁ କୋର୍ଟଚାଲାଣ କରିଛି। ଅଭିଯୁକ୍ତମାନେ ହେଲେ ସମ୍ବଲପୁର ମାରୱାଡି ଦଲେଇପଡାର ଅଶୋକ ୟାଦବ ଏବଂ କାମଦେବ ସାହା(୨୧)।

ଶତ୍ସ୍ୟବୀମାରୁ ବାଦ୍‌, ଆର୍‌ଆଇ ଅଫିସ ସମ୍ମୁଖରେ ଧାରଣା

ଶତ୍ସ୍ୟବୀମାରୁ ବାଦ୍‌, ଆର୍‌ଆଇ ଅଫିସ ସମ୍ମୁଖରେ ଧାରଣା

ଅତାବିରା, ୨୬।୫ (ଡି.ଏନ.ଏ) ଗତ ଖରିଫ ଋତୁରେ କ୍ଷୟକ୍ଷତି ହୋଇଥିବା ଫସଲ ଉପରେ ଭେଡେନ ତହସିଲ ତଥା ବ୍ଲକର ସମସ୍ତ ପଞ୍ଚାୟତ ଫସଲ ବୀମା ଅନ୍ତର୍ଭୁକ୍ତ ହୋଇଥିବା ବେଳେ ଡାଳବ ପଞ୍ଚାୟତକୁ ଫସଲ ବୀମାରୁ ବଞ୍ଚତ୍ତ କରାଯାଇଛି ।

ବିଶ୍ୱନାଥପୁରରେ ପାଇକ ବିଦ୍ରୋହ ସ୍ମୃତିଚାରଣ ମହୋତ୍ସବ

ବିଶ୍ୱନାଥପୁରରେ ପାଇକ ବିଦ୍ରୋହ ସ୍ମୃତିଚାରଣ ମହୋତ୍ସବ

ଲାଞ୍ଜିଗଡ଼,୨୬।୫(ଡି.ଏନ.ଏ.)- ବୀର ରକ୍ତର ଶୋଧନରେ ଏ ମାଟି ପବିତ୍ର ହୋଇଉଠିଛି । ବୀର ପ୍ରସବିନୀ ଏହି ମାଟିର ଇତିହାସ ସୃଷ୍ଟି କରିବାରେ ଓଡ଼ିଆ ବୀର ପାଇକଙ୍କ ଅବଦାନ ଅତୁଳନୀୟ । ଏ ଜାତିର ତ୍ୟାଗ ଓ ବଳିଦାନ ଉପରେ ଆଜି ସୁରକ୍ଷିତ ଭାବେ ଦଣ୍ଡାୟମାନ ହୋଇଛି ଅନେକ ଐତିହ୍ୟ ଓ କୀର୍ତ୍ତିରାଜି। ଇତିହାସ ପ୍ରସିଦ୍ଧ କଳାହାଣ୍ଡିର ଗୌରବର ଗାଥା ପାଇକ ଜାତିର ରକ୍ତରେ ଲେଖାଯାଇଛି ବୋଲି ଶନିବାର କଳାହାଣ୍ଡି ଜିଲା ବିଶ୍ୱନାଥପୁରଠାରେ ଅନୁଷ୍ଠିତ ପାଇକ ବିଦ୍ରୋହ ସ୍ମୃତିଚାରଣ ମହୋତ୍ସବରେ ଅତିଥିମାନେ ମତ ପ୍ରକାଶ କରିଛନ୍ତି। ବିଶ୍ୱନାଥପୁରସ୍ଥିତ ମା’ ହୀରାନୀଳା ସାଂସ୍କୃତିକ ଅନୁଷ୍ଠାନ ଦ୍ୱାରା କଲେଜଛକ ନିକଟସ୍ଥ ଆମ୍ବତୋଟାଠାରେ ଆୟୋଜିତ ସମାରୋହରେ କଳାହାଣ୍ଡି, ରାୟଗଡ଼ା, ନୂଆପଡ଼ା, ବଲାଙ୍ଗୀର, ନବରଙ୍ଗପୁର, କନ୍ଧମାଳ ଜିଲାରୁ ଶତାଧିକ ଜନସାଧାରଣଙ୍କ ସମାଗମ ହୋଇଥିଲା ।

ବାତେଲିମାରେ ଗୌରବ ଯାତ୍ରା ଓ ସ୍ବଚ୍ଛତା ଉତ୍ସବ

ବାତେଲିମାରେ ଗୌରବ ଯାତ୍ରା ଓ ସ୍ବଚ୍ଛତା ଉତ୍ସବ

ଲାଞ୍ଜିଗଡ଼,୨୬।୫(ଡି.ଏନ.ଏ.)- ଗ୍ରାମୀଣ ସ୍ବଚ୍ଛ ଭାରତ ମିଶନରେ ସମ୍ପୂର୍ଣ୍ଣ ସ୍ବଚ୍ଛତା ସହିତ ଖୋଲା ମଳମୁକ୍ତ ଗ୍ରାମ ଭାବେ ଘୋଷଣା ପାଇଁ ଶନିବାର କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ବାତେଲିମାଠାରେ ଗୌରବ ଯାତ୍ରା ଓ ସ୍ବଚ୍ଛତା ଉତ୍ସବ ପାଳିତ ହୋଇଯାଇଛି । ଜିଲା ପ୍ରଶାସନ ଓ ଜିଲା ଗ୍ରାମ ଓ ପରିମଳ ମିଶନ ମିଳିତ ଆନୁକୂଲ୍ୟରେ ଆୟୋଜିତ ଉତ୍ସବରେ ମୁଖ୍ୟଅତିଥି ଭାବେ କଳାହାଣ୍ଡି ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ଲାଞ୍ଜିଗଡ଼ ବିଧାୟକ ବଳଭଦ୍ର ମାଝି, ସମ୍ମାନିତ ଅତିଥି ଭାବେ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ପ୍ରସନ୍ନ ଷଡଙ୍ଗୀ, ଜିଲା ଜଳ ଓ ପରିମଳ ମିଶନ ନିର୍ବାହୀ ଯନ୍ତ୍ରୀ ଅଜୟ ବେହେରା, ବେଦାନ୍ତ ଲିମିଟେଡ ଅର୍ଥ ବିଭାଗ ମୁଖ୍ୟ ଜଳଜ ମାଲପାଣି, ସିଏସ୍‌ଆର୍‌ ମୁଖ୍ୟ ହରମିତ ସେହରା, ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷ ଇଂ. ଫକୀର ମୋହନ ମାଝି, ବ୍ଲକ ଉପାଧ୍ୟକ୍ଷା ତୁଳସୀ ନାଏକ, ବିଡିଓ ବାସୁଦେବ ନାୟକ, ଏବିଡିଓ ବିଭୁତିଭୂଷଣ ଶତପଥୀ, ତହସିଲଦାର ସରୋଜ ପଟ୍ଟନାୟକ, ସିଡିପିଓ କୁସୁମ ମଞ୍ଜରୀ ପ୍ରହରାଜ, ବ୍ଲକ ଯୋଗାଣ ଅଧିକାରୀ ଶିବ ପ୍ରସାଦ ମହାନ୍ତି, ବ୍ଲକ ଜୀବିକା ମିଶନ ସଂଯୋଜକ ଜଳନ୍ଧର ତାଣ୍ଡି, ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ କନିଷ୍ଠ ଯନ୍ତ୍ରୀ ଯଶମତ ମାଝି, ବେଦାନ୍ତ ଲୋକ ସମ୍ପର୍କ ବିଭାଗ ମୁଖ୍ୟ ଶିବାନନ୍ଦ ମହାନ୍ତିଙ୍କ ସମେତ ଜିଲା ଓ ବ୍ଲକସ୍ତରୀୟ ବିଭିନ୍ନ ବିଭାଗ ଅଧିକାରୀମାନେ ଯୋଗଦେଇଥିଲେ।