ମନୋରଞ୍ଜନ |

ଗ୍ୟାଙ୍ଗ୍‌ଷ୍ଟର୍‌ ବିଦ୍ୟା

ଗ୍ୟାଙ୍ଗ୍‌ଷ୍ଟର୍‌ ବିଦ୍ୟା
ବମ୍ବେ: ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଜୟିନୀ ବିଦ୍ୟା ବାଲାନ୍‌ ନିଜ ବଲିଉଡ୍‌ କ୍ୟାରିୟରରେ ସିନେପ୍ରେମୀଙ୍କ ପାଇଁ ଭେଟି ଦେଇଛନ୍ତି ଅନେକ ସ୍ମରଣୀୟ ଫିଲ୍ମ। ‘ଦି ଡାର୍ଟି ପିକ୍‌ଚର୍ସ’, ‘ଇସ୍କିୟଁା’ ଭଳି ଫିଲ୍ମରେ ବିଦ୍ୟାଙ୍କୁ ବୋଲ୍‌ଡ ଅବତାରରେ ଦେଖିବାକୁ ମିଳିଥିବାବେଳେ ଏହାର ଏକ୍‌ଦମ ବିପରୀତ ‘ତୁମ୍‌ହାରୀ ସୁଲୁ’ରେ ଜଣେ ହାଉସ୍‌ଓ୍ବାଇଫ୍‌ ବେଶରେ ଅଭିନୟର ଭିନ୍ନ ଏକ ଯାଦୁ ଦେଖାଇଛନ୍ତି। ଖୁବ୍‌ଶୀଘ୍ର ବିଦ୍ୟାଙ୍କୁ ପରଦାରେ ଜଣେ ଗ୍ୟାଙ୍ଗ୍‌ଷ୍ଟର୍‌ ଭାବେ ଦେଖିବାକୁ ମିଳିବ। ‘ମିଡ୍‌ ଡେ’ ରିପୋର୍ଟ ମୁତାବକ ଜ୍ୟୋତି କପୁର ଦାସଙ୍କ ନିର୍ଦ୍ଦେଶନାରେ ଜଣେ ମହିଳା ଗ୍ୟାଙ୍ଗ୍‌ଷ୍ଟର କାହାଣୀ ଉପରେ ଫିଲ୍ମ ନିର୍ମାଣ ହେବାକୁ ଯାଉଛି। ଜଣେ ଦୃଢ଼ମନା ତଥା ପ୍ରଭାବଶାଳୀ ଗ୍ୟାଙ୍ଗ୍‌ଷ୍ଟର ଭୂମିକାରେ ଅଭିନୟ କରିବା ଲାଗି ନିର୍ମାତା ନିର୍ଦ୍ଦେଶକଙ୍କ ପ୍ରଥମ ପସନ୍ଦ ପାଲଟିଛନ୍ତି ବିଦ୍ୟା ବାଲାନ୍‌। ସେ ଯଦି ରାଜି ହୁଅନ୍ତି ତା’ହେଲେ ଖୁବ୍‌ଶୀଘ୍ର ଦର୍ଶକେ ଏହି ଭର୍ସାଟାଇଲ୍‌ ଆକ୍ଟ୍ରେସ୍‌ଙ୍କୁ ଅଣ୍ଡର୍‌ଓ୍ବାଲର୍‌ଡ ଡନ୍‌ ଭୂମିକାରେ ଦେଖିବାକୁ ପାଇବେ। ଫିଲ୍ମଟିର ନାମ ଏପର୍ଯ୍ୟନ୍ତ ଘୋଷଣା ହୋଇନାହିଁ। ଏବେ ବିଦ୍ୟାଙ୍କ ହାତରେ ଏକାଧିକ ଫିଲ୍ମ। ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ବାୟୋପିକ୍‌ର ଶୁଟିଂରେ ବିଦ୍ୟା ବ୍ୟସ୍ତ ଅଛନ୍ତି। ବାୟୋପିକ୍‌ର ଶୁଟିଂ ଶେଷ ହେବା ପରେ ସେ ଏହାର ଶୁଟିଂ ଆରମ୍ଭ କରିବେ। ସେହିପରି ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍‌.ଟି. ରାମାରାଓଙ୍କ ଜୀବନ କାହାଣୀ ଉପରେ ନିର୍ମାଣ ହେବାକୁ ଥିବା ଫିଲ୍ମରେ ମଧ୍ୟ ବିଦ୍ୟାଙ୍କୁ ଦେଖିବାକୁ ମିଳିବ। ଏନ୍‌ଟିଆର୍‌ଙ୍କ ସ୍ତ୍ରୀ ଭୂମିକାରେ ସେ ଅଭିନୟ କରିବାକୁ ଯାଉଛନ୍ତି।
All Right Reserved By

ମନୋରଞ୍ଜନ |

ମଲାଇକାଙ୍କ ପୁଅ ଅରହାନ ଜାହ୍ନବୀଙ୍କ ମେଲ୍‌ ଭର୍ସନ

ମଲାଇକାଙ୍କ ପୁଅ ଅରହାନ ଜାହ୍ନବୀଙ୍କ ମେଲ୍‌ ଭର୍ସନ

ମୁମ୍ବାଇ: ମଲାଇକା ଆରୋରା ଏବେ ତାଙ୍କ ରିଲେସନଶିପକୁ ନେଇ ଅଛନ୍ତି ଚର୍ଚ୍ଚାରେ। ହେଲେ ନିକଟରେ ସେ ତାଙ୍କ ପୁଅ ଅରହାନଙ୍କ ସହ ଲଞ୍ଚ ଡେଟରେ ଯାଇଥିବା ବେଳେ ସ୍ପଟ ହୋଇଛନ୍ତି। 

ଶ୍ରୀଲଙ୍କା ଆକ୍ରମଣରେ ଅଳ୍ପକେ ବର୍ତ୍ତିଲେ ଏହି ଭାରତୀୟ ଅଭିନେତ୍ରୀ

ଶ୍ରୀଲଙ୍କା ଆକ୍ରମଣରେ ଅଳ୍ପକେ ବର୍ତ୍ତିଲେ ଏହି ଭାରତୀୟ ଅଭିନେତ୍ରୀ

କଲମ୍ବୋ,୨୨।୪: ଇଷ୍ଟର ଉତ୍ସବ ସମୟରେ ରବିବାର ଶ୍ରୀଲଙ୍କାର ସିଲସିଲେବାରରେ ସିରିଏଲ ବିସ୍ଫୋରଣ ହୋଇଛି। ରାଜଧାନୀ କଲମ୍ବୋ ସହ ଉପକୂଳୀୟ ସହର ନେଗେମ୍ବୋ ଓ ବାଟିକଲା ସମେତ ୮ଟି ସ୍ଥାନରେ ହୋଇଥିବା ବିସ୍ଫୋରଣରେ ପ୍ରାୟ ୨୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇଛି। 

ମାଧୁରୀଙ୍କ ଆଖପାଖରେ ବୁଲୁଥିଲେ ସଞ୍ଜୟ, କାନରେ କହୁଥିଲେ ଏହି କଥା

ମାଧୁରୀଙ୍କ ଆଖପାଖରେ ବୁଲୁଥିଲେ ସଞ୍ଜୟ, କାନରେ କହୁଥିଲେ ଏହି କଥା

ମାଧୁରୀ ଏବଂ ସଞ୍ଜୟ ଦତ୍ତଙ୍କ ଯୋଡ଼ି ୯୦ ଦଶକରେ ସିଲ୍‌ଭର ସ୍କ୍ରିନ୍‌ରେ ସୁପରହିଟ୍‌ ହୋଇଥିଲା। ଫିଲ୍ମରେ କାମ କରିବା ସମୟରେ ଦୁଇଜଣଙ୍କ ପ୍ରେମସମ୍ପର୍କ ମଧ୍ୟ ଦର୍ଶକଙ୍କ ସାମ୍ନାକୁ ଆସିଥିଲା।

ଋଷି କପୁରଙ୍କ ସ୍ବାସ୍ଥ୍ୟରେ ସୁଧାର: ଶୀଘ୍ର ଶୁଟିଂ ସେଟ୍‌କୁ ଫେରିବେ

ଋଷି କପୁରଙ୍କ ସ୍ବାସ୍ଥ୍ୟରେ ସୁଧାର: ଶୀଘ୍ର ଶୁଟିଂ ସେଟ୍‌କୁ ଫେରିବେ

ମୁମ୍ବାଇ,୨୧।୪: ବଲିଉଡ୍‌ ଅଭିନେତା ଋଷି କପୁର କିଛି ଦିନ ଧରି ଆମେରିକାରେ ଚିକିତ୍ସିତ ହେଉଛନ୍ତି। ତେବେ ଥାଙ୍କ ସ୍ବାସ୍ଥ୍ୟରେ ସୁଧାର ଆସିଛି।

କାହିଁକି ବିବାହ କରୁ ନାହାଁନ୍ତି ସଲମାନ: ସାମ୍ନାକୁ ଆସିଲା ନୂଆ କାରଣ

କାହିଁକି ବିବାହ କରୁ ନାହାଁନ୍ତି ସଲମାନ: ସାମ୍ନାକୁ ଆସିଲା ନୂଆ କାରଣ

ମୁମ୍ବାଇ: ବଲିଉଡ୍‌ ଭାଇଜନ୍‌ ସଲମାନ ଖାଁ ୫୩ ବର୍ଷରେ ପଦାର୍ପଣ କଲେଣି। କିନ୍ତୁ ଆଜି ପର୍ଯ୍ୟନ୍ତ ସେ ବିବାହ କରି ନାହାଁନ୍ତି। ସେ କେବେ ବିବାହ କରିବେ ତାକୁ ନେଇ ବହୁବାର ପ୍ରଶ୍ନ ଉଠିଥିଲେ ବି ସଲମାନ ଭିନ୍ନ ଭିନ୍ନ କାରଣ ଦର୍ଶାଇଛନ୍ତି।

ଟାଇଗରଙ୍କ ନୂଆ ଯୋଜନା

ଟାଇଗରଙ୍କ ନୂଆ ଯୋଜନା

ଷ୍ଟାର କିଡ୍‌ ଟାଇଗର ଶ୍ରଫ ଏକ ନୂଆ ଯୋଜନାରେ ବ୍ୟସ୍ତ ଅଛନ୍ତି। ୟା ଭିତରେ ବେଶ୍‌ କେତୋଟି ହିଟ୍‌ ସିନେମାରେ ଅଭିନୟ କରି ସେ ଦର୍ଶକଙ୍କ ମନ ଜିଣିବାରେ ସକ୍ଷମ ହୋଇଛନ୍ତି। 

ପ୍ରଥମେ ନା, ତା’ପରେ ହଁ କଲେ ଜାହ୍ନବୀ

ପ୍ରଥମେ ନା, ତା’ପରେ ହଁ କଲେ ଜାହ୍ନବୀ

କଥାରେ ଅଛି ଆରେ ଢାମଣା ବୁଲି ବୁଲି ପୁଣି ସେଇ ଅଗଣା। ଦେଖୁନାହାନ୍ତି, ଡବଲ ରୋଲ୍‌ ପରି ଚାନ୍ସକୁ ଜାହ୍ନବୀ  ପ୍ରଥମେ ହାତଛଡା କରିଥିଲେ। ହେଲେ ପ୍ରଯୋଜକ କୋଉ ଛାଡିବାର।

ଅଜୟ ଦେବଗନଙ୍କ ସହ ଅଭିନୟ କରିବା ଲାଗି ଓଜନ କମାଇଲେ ରକୁଲ୍‌

ଅଜୟ ଦେବଗନଙ୍କ ସହ ଅଭିନୟ କରିବା ଲାଗି ଓଜନ କମାଇଲେ ରକୁଲ୍‌

ସତରେ,ଗୋଟିଏ କଥା କହିବା ଏବଂ ତାହାକୁ କାମରେ ପରିଣତ କରିବା ସହଜ କଥା ନୁହେଁ। ହାତରେ ଅଳ୍ପ ଦିନ, ପୁଣି ତା’ ଭିତରେ ୧୦ କିଗ୍ରା ଓଜନ କମାଇବାକୁ ପଡିବ।

ସିନେମା 'କ୍ରିଷ୍ଣା:  ଷ୍ଟୋରି ଅଫ ଏ ଡ୍ୟାନ୍ସର': ସତ କାହାଣୀକୁ ନେଇ ପର୍ଯ୍ୟବଶିତ

ସିନେମା 'କ୍ରିଷ୍ଣା: ଷ୍ଟୋରି ଅଫ ଏ ଡ୍ୟାନ୍ସର': ସତ କାହାଣୀକୁ ନେଇ ପର୍ଯ୍ୟବଶିତ

ଏକ ସତ ଘଟଣାକୁ ଆଧାର କରି ନିର୍ମିତ ହୋଇଛି ଓଡ଼ିଆ ସିନେମା ‘କ୍ରିଷ୍ଣା : ଷ୍ଟୋରି ଅଫ ଏ ଡ୍ୟାନ୍ସର’। କାହାଣୀ ଅନୁସାରେ ନାୟକ କ୍ରିଷ୍ଣା ଜଣେ ଗରିବ ଘର ପିଲା। ଛୋଟ ବେଳୁ ଡ୍ୟାନ୍ସ ପ୍ରତି ପ୍ରବଳ ଆଗ୍ରହ। 

ରଣବିରଙ୍କ ପ୍ରେମରେ ପାଗେଳି ହେଲେଣି ଆଲିଆ

ରଣବିରଙ୍କ ପ୍ରେମରେ ପାଗେଳି ହେଲେଣି ଆଲିଆ

ରଣବୀର-ଆଲିୟା ଯୋଡ଼ିକୁ ନେଇ ଏବେ ସବୁଠି ଚର୍ଚ୍ଚା। ପବ୍ଲିକ୍‌ ପ୍ଲେସ୍‌ ହେଉ କି ଆଓ୍ବାର୍ଡ ଫଙ୍କଶନ, ଦୁହେଁ ଦୁହିଙ୍କୁ କେତେ ଭଲପାଉଛନ୍ତି ତାହା ଦେଖିଲେ ଜଣାପଡ଼ିଯାଉଛି। 

ଐଶ୍ୱର୍ଯ୍ୟା ଏବଂ ଆରାଧ୍ୟାଙ୍କ ଫଟୋ ଶେୟାର କରି ଏମିତି କହିଲେ ଅଭିଷେକ

ଐଶ୍ୱର୍ଯ୍ୟା ଏବଂ ଆରାଧ୍ୟାଙ୍କ ଫଟୋ ଶେୟାର କରି ଏମିତି କହିଲେ ଅଭିଷେକ

ଐଶ୍ୱର୍ଯ୍ୟା ଏବଂ ଅଭିଷେକ ବଚ୍ଚନ ଝିଅ ଆରାଧ୍ୟାଙ୍କ ସହ ମାଳଦ୍ୱୀପରେ ଛୁଟି ମନାଉଛନ୍ତି। ଶନିବାର ଅଭି-ଐଶ୍‌ଙ୍କ ବିବାହବାର୍ଷିକୀ ଥିଲା। ତେଣୁ ଏହିଦିନ ଦୁହେଁ ଦୁହିଁଙ୍କୁ ସ୍ପେଶାଲ ଉଇସ୍‌ କରିଛନ୍ତି। ଅଭି ତାଙ୍କ ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରିଛନ୍ତି।

ଯାତ୍ରା ଜଗତର  ହାସ୍ୟନାୟିକା ଶଶୀ: ମଞ୍ଚରେ ବୁଣନ୍ତି ଖୁସି

ଯାତ୍ରା ଜଗତର ହାସ୍ୟନାୟିକା ଶଶୀ: ମଞ୍ଚରେ ବୁଣନ୍ତି ଖୁସି

ସତକୁସତ ଶଶୀ ଆସିଗଲେ ମଞ୍ଚରେ ଚୂନାଚୂନା ଖୁସି ବୁଣି ହୋଇଯାଏ। ଦର୍ଶକମାନେ ହସିହସି ଗଡ଼ିଯାଆନ୍ତି। ତାଳିମାଡ଼ରେ କମ୍ପିଉଠେ ଯାତ୍ରାସ୍ଥଳ। ଏଠାରେ ଯେଉଁ ଶଶୀଙ୍କ କଥା କୁହାଯାଉଛି, ସେ ହେଉଛନ୍ତି ଯାତ୍ରା ଜଗତର ଜଣେ ଆଗଧାଡ଼ିର ହାସ୍ୟନାୟିକା ସସ୍ମିତା ସାହୁ।


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri