ମନୋରଞ୍ଜନ |

ଫିଲ୍ମ ଫ୍ରାଇଡେ’: ପରଦାକୁ ଆସିବ ‘ବାଘୀ ୨’

ଫିଲ୍ମ ଫ୍ରାଇଡେ’: ପରଦାକୁ ଆସିବ ‘ବାଘୀ ୨’
ଭୁବନେଶ୍ୱର, ୨୯।୩(ବ୍ୟୁରୋ)- ଫିଲ୍ମ ଫ୍ରାଇଡେ’ରେ ଏଥର ରିଲିଜ ହେବ ବହୁ ପ୍ରତୀକ୍ଷିତ ହିନ୍ଦୀ ଆକ୍ସନ ଥ୍ରୀଲର ଫିଲ୍ମ ‘ବାଘୀ ୨’। ସାଜିଦ ନାଦିଆଦଓ୍ବାଲାଙ୍କ ପ୍ରଯୋଜିତ ଏବଂ ଅହମ୍ମଦ ଖାନ୍‌ଙ୍କ ନିର୍ଦ୍ଦେଶିତ ‘ବାଘୀ ୨’ ୨୦୧୬ରେ ରିଲିଜ ହୋଇଥିବା ଫିଲ୍ମ ‘ବାଘୀ’ର ସିକ୍ୟୁଏଲ୍‌। ଫିଲ୍ମର ଲିଡ୍‌ ରୋଲରେ ବାଘୀ ଷ୍ଟାର୍‌ ଟାଇଗର ସ୍ରଫ୍‌ ରହିଥିବା ବେଳେ ତାଙ୍କ ବିପକ୍ଷରେ ରହିଛନ୍ତି ଅଭିନେତ୍ରୀ ଦିଶା ପଟାନୀ। ଏହା ସହ ଫିଲ୍ମର ପ୍ରମୁଖ ଭୂମିକାରେ ମନୋଜ ବାଜପାୟୀ, ରଣଦୀପ ହୁଦା, ଦୀପକ ଡୋବ୍ରିୟାଲ, ପ୍ରତୀକ ବବର ରହିଛନ୍ତି। ସେହିଭଳି ଏହାର ସ୍ପେଶାଲ ଆପିୟରାନ୍ସରେ ଜ୍ୟାକଲିନ୍‌ ଫର୍ନାଣ୍ଡିଜ୍‌ଙ୍କୁ ‘ତେଜାବ୍‌’ ଫିଲ୍ମର ଲୋକପ୍ରିୟ ଗୀତ ‘ଏକ ଦୋ ତିନ୍‌’ର ରିମେକ୍‌ ଭର୍ସନରେ ଦେଖିବାକୁ ମିଳିଛି। ଏହି ଗୀତରେ ଜ୍ୟାକ୍‌ଲିନ୍‌ଙ୍କ କଷ୍ଟ୍ୟୁମ୍‌ରୁ ଆରମ୍ଭକରି ତାଙ୍କ ନୃତ୍ୟ ଓ ଏକ୍ସପ୍ରେସନ୍‌ ଫିଲ୍ମ ରିଲିଜ ହେବା ପୂର୍ବରୁ ଚହଳ ପକାଇଛି। ଜଣେ ବିଦ୍ରୋହୀର ପ୍ରେମ କାହାଣୀ ଉପରେ ଆଧାରିତ ‘ବାଘୀ ୨’ରେ ରହିଛି ଭରପୂର ଆକ୍ସନ ସହ ରୋମାନ୍ସ। ଟାଇଗର ଏଥିରେ ଜଣେ ଆର୍ମି ଅଫିସର ଭୂମିକାରେ ଅଭିନୟ କରିଛନ୍ତି। ଫିଲ୍ମର କାହାଣୀ ଅନୁଯାୟୀ, ରହସ୍ୟଜନକଭାବେ କିଡ୍‌ନାପ୍‌ ହୋଇଥିବା ତାଙ୍କର ପୁରୁଣା ପ୍ରେମିକାଙ୍କ ପୁଅର ସନ୍ଧାନରେ ସେ ବାହାରିଛନ୍ତି। ଏହି ମିଶନରେ ତାଙ୍କୁ ସାହାଯ୍ୟ କରିଛନ୍ତି ଦିଶା। ଏହାପରେ ବିଭିନ୍ନ ବାଧା ପ୍ରତିବନ୍ଧକ ଦେଇ ଏହାର କାହାଣୀ ଗତିଶୀଳ ହୋଇଛି। ଦିଶା ଏବଂ ଟାଇଗରଙ୍କ ମଧ୍ୟରେ ସୃଷ୍ଟି ହୋଇଛି ଏକ ନିଆରା ସମ୍ପର୍କ। ବାଘୀର ପ୍ରଥମ ଭାଗରେ ଟାଇଗର ଏବଂ ଶ୍ରଦ୍ଧା କପୁରଙ୍କ ଯୋଡିକୁ ଦର୍ଶକ ପସନ୍ଦ କରିଥିବା ବେଳେ ଦ୍ୱିତୀୟ ଭାଗରେ ଟାଇଗର ଏବଂ ଦିଶାଙ୍କ ଯୋଡିକୁ ଅଧିକ ପସନ୍ଦ କରିବେ ବୋଲି ଆଶା କରାଯାଉଛି। ପୂର୍ବରୁ ଉଭୟଙ୍କ ମଧ୍ୟରେ ଚାଲିଥିବା ଅଫ୍‌ସ୍କ୍ରିନ୍‌ ରୋମାନ୍ସକୁ ନେଇ ବିଭିନ୍ନ ସମୟରେ ଚର୍ଚ୍ଚା ହୋଇଥିଲା। ହେଲେ ଏବେ ପ୍ରଥମଥର ପାଇଁ ଦିଶା ଏବଂ ଟାଇଗରଙ୍କ ଅନ୍‌ସ୍କ୍ରିନ୍‌ କେମିଷ୍ଟ୍ରୀ ଦେଖିବାକୁ ପାଇବେ ଦର୍ଶକ। ତେଣୁ ଉଭୟଙ୍କ ରୋମାନ୍ସ ସହ ଫିଲ୍ମର କାହାଣୀ ଏବଂ ଦମ୍‌ଦାର୍‌ ଆକ୍ସନ ଏହାର ପ୍ଲସ୍‌ପଏଣ୍ଟ ହେବ। ଫିଲ୍ମ ପାଇଁ ଟାଇଗର ସ୍ରଫ୍‌ ହଂକଂର ପ୍ରସିଦ୍ଧ ଆକ୍ସନ ଡାଇରେକ୍ଟର ଟନୀ ଚିଙ୍ଗ୍‌ଙ୍କଠାରୁ ମାର୍ଶଲ ଆର୍ଟସରେ ସ୍ବତନ୍ତ୍ରଭାବେ ପ୍ରଶିକ୍ଷଣ ନେଇଥିବା ବେଳେ ଦିଶା ପଟାନୀ ଆକ୍ରୋବାଟିକ୍‌ ଟ୍ରେନିଂ ନେଇଛନ୍ତି। ତେଣୁ ଉଭୟଙ୍କ ଦ୍ୱାରା ଜବରଦସ୍ତ ଆକ୍ସନ ଦୃଶ୍ୟ ଏଥିରେ ଦେଖିବାକୁ ମିଳିବ। ‘ବାଘୀ ୨’ରେ ପ୍ରତୀକ ବବରଙ୍କୁ ନକାରାତ୍ମକ ଚରିତ୍ରରେ ଦେଖିବାକୁ ମିଳିବ। କେବଳ ଭାରତରେ ୩୫୦୦ ସ୍କ୍ରିନ୍‌ରେ ଏହି ଫିଲ୍ମ ରିଲିଜ ହେଉଛି। ଏହା ବ୍ୟତୀତ ଭାରତ ବାହାରେ ୪୫ଟି ଦେଶରେ ଏହା ରିଲିଜ ହେବାକୁ ଯାଉଛି। ଭୁବନେଶ୍ୱର, କଟକ, ପୁରୀ ସମେତ ଓଡ଼ିଶାର ପ୍ରମୁଖ ସିନେମାହଲ୍‌ଗୁଡିକରେ ଏକମାତ୍ର ଫିଲ୍ମଭାବେ ଏହା ଶୁକ୍ରବାର ରିଲିଜ ହେବ।
All Right Reserved By

ମନୋରଞ୍ଜନ |

ମଲାଇକାଙ୍କ ପୁଅ ଅରହାନ ଜାହ୍ନବୀଙ୍କ ମେଲ୍‌ ଭର୍ସନ

ମଲାଇକାଙ୍କ ପୁଅ ଅରହାନ ଜାହ୍ନବୀଙ୍କ ମେଲ୍‌ ଭର୍ସନ

ମୁମ୍ବାଇ: ମଲାଇକା ଆରୋରା ଏବେ ତାଙ୍କ ରିଲେସନଶିପକୁ ନେଇ ଅଛନ୍ତି ଚର୍ଚ୍ଚାରେ। ହେଲେ ନିକଟରେ ସେ ତାଙ୍କ ପୁଅ ଅରହାନଙ୍କ ସହ ଲଞ୍ଚ ଡେଟରେ ଯାଇଥିବା ବେଳେ ସ୍ପଟ ହୋଇଛନ୍ତି। 

ଶ୍ରୀଲଙ୍କା ଆକ୍ରମଣରେ ଅଳ୍ପକେ ବର୍ତ୍ତିଲେ ଏହି ଭାରତୀୟ ଅଭିନେତ୍ରୀ

ଶ୍ରୀଲଙ୍କା ଆକ୍ରମଣରେ ଅଳ୍ପକେ ବର୍ତ୍ତିଲେ ଏହି ଭାରତୀୟ ଅଭିନେତ୍ରୀ

କଲମ୍ବୋ,୨୨।୪: ଇଷ୍ଟର ଉତ୍ସବ ସମୟରେ ରବିବାର ଶ୍ରୀଲଙ୍କାର ସିଲସିଲେବାରରେ ସିରିଏଲ ବିସ୍ଫୋରଣ ହୋଇଛି। ରାଜଧାନୀ କଲମ୍ବୋ ସହ ଉପକୂଳୀୟ ସହର ନେଗେମ୍ବୋ ଓ ବାଟିକଲା ସମେତ ୮ଟି ସ୍ଥାନରେ ହୋଇଥିବା ବିସ୍ଫୋରଣରେ ପ୍ରାୟ ୨୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇଛି। 

ମାଧୁରୀଙ୍କ ଆଖପାଖରେ ବୁଲୁଥିଲେ ସଞ୍ଜୟ, କାନରେ କହୁଥିଲେ ଏହି କଥା

ମାଧୁରୀଙ୍କ ଆଖପାଖରେ ବୁଲୁଥିଲେ ସଞ୍ଜୟ, କାନରେ କହୁଥିଲେ ଏହି କଥା

ମାଧୁରୀ ଏବଂ ସଞ୍ଜୟ ଦତ୍ତଙ୍କ ଯୋଡ଼ି ୯୦ ଦଶକରେ ସିଲ୍‌ଭର ସ୍କ୍ରିନ୍‌ରେ ସୁପରହିଟ୍‌ ହୋଇଥିଲା। ଫିଲ୍ମରେ କାମ କରିବା ସମୟରେ ଦୁଇଜଣଙ୍କ ପ୍ରେମସମ୍ପର୍କ ମଧ୍ୟ ଦର୍ଶକଙ୍କ ସାମ୍ନାକୁ ଆସିଥିଲା।

ଋଷି କପୁରଙ୍କ ସ୍ବାସ୍ଥ୍ୟରେ ସୁଧାର: ଶୀଘ୍ର ଶୁଟିଂ ସେଟ୍‌କୁ ଫେରିବେ

ଋଷି କପୁରଙ୍କ ସ୍ବାସ୍ଥ୍ୟରେ ସୁଧାର: ଶୀଘ୍ର ଶୁଟିଂ ସେଟ୍‌କୁ ଫେରିବେ

ମୁମ୍ବାଇ,୨୧।୪: ବଲିଉଡ୍‌ ଅଭିନେତା ଋଷି କପୁର କିଛି ଦିନ ଧରି ଆମେରିକାରେ ଚିକିତ୍ସିତ ହେଉଛନ୍ତି। ତେବେ ଥାଙ୍କ ସ୍ବାସ୍ଥ୍ୟରେ ସୁଧାର ଆସିଛି।

କାହିଁକି ବିବାହ କରୁ ନାହାଁନ୍ତି ସଲମାନ: ସାମ୍ନାକୁ ଆସିଲା ନୂଆ କାରଣ

କାହିଁକି ବିବାହ କରୁ ନାହାଁନ୍ତି ସଲମାନ: ସାମ୍ନାକୁ ଆସିଲା ନୂଆ କାରଣ

ମୁମ୍ବାଇ: ବଲିଉଡ୍‌ ଭାଇଜନ୍‌ ସଲମାନ ଖାଁ ୫୩ ବର୍ଷରେ ପଦାର୍ପଣ କଲେଣି। କିନ୍ତୁ ଆଜି ପର୍ଯ୍ୟନ୍ତ ସେ ବିବାହ କରି ନାହାଁନ୍ତି। ସେ କେବେ ବିବାହ କରିବେ ତାକୁ ନେଇ ବହୁବାର ପ୍ରଶ୍ନ ଉଠିଥିଲେ ବି ସଲମାନ ଭିନ୍ନ ଭିନ୍ନ କାରଣ ଦର୍ଶାଇଛନ୍ତି।

ଟାଇଗରଙ୍କ ନୂଆ ଯୋଜନା

ଟାଇଗରଙ୍କ ନୂଆ ଯୋଜନା

ଷ୍ଟାର କିଡ୍‌ ଟାଇଗର ଶ୍ରଫ ଏକ ନୂଆ ଯୋଜନାରେ ବ୍ୟସ୍ତ ଅଛନ୍ତି। ୟା ଭିତରେ ବେଶ୍‌ କେତୋଟି ହିଟ୍‌ ସିନେମାରେ ଅଭିନୟ କରି ସେ ଦର୍ଶକଙ୍କ ମନ ଜିଣିବାରେ ସକ୍ଷମ ହୋଇଛନ୍ତି। 

ପ୍ରଥମେ ନା, ତା’ପରେ ହଁ କଲେ ଜାହ୍ନବୀ

ପ୍ରଥମେ ନା, ତା’ପରେ ହଁ କଲେ ଜାହ୍ନବୀ

କଥାରେ ଅଛି ଆରେ ଢାମଣା ବୁଲି ବୁଲି ପୁଣି ସେଇ ଅଗଣା। ଦେଖୁନାହାନ୍ତି, ଡବଲ ରୋଲ୍‌ ପରି ଚାନ୍ସକୁ ଜାହ୍ନବୀ  ପ୍ରଥମେ ହାତଛଡା କରିଥିଲେ। ହେଲେ ପ୍ରଯୋଜକ କୋଉ ଛାଡିବାର।

ଅଜୟ ଦେବଗନଙ୍କ ସହ ଅଭିନୟ କରିବା ଲାଗି ଓଜନ କମାଇଲେ ରକୁଲ୍‌

ଅଜୟ ଦେବଗନଙ୍କ ସହ ଅଭିନୟ କରିବା ଲାଗି ଓଜନ କମାଇଲେ ରକୁଲ୍‌

ସତରେ,ଗୋଟିଏ କଥା କହିବା ଏବଂ ତାହାକୁ କାମରେ ପରିଣତ କରିବା ସହଜ କଥା ନୁହେଁ। ହାତରେ ଅଳ୍ପ ଦିନ, ପୁଣି ତା’ ଭିତରେ ୧୦ କିଗ୍ରା ଓଜନ କମାଇବାକୁ ପଡିବ।

ସିନେମା 'କ୍ରିଷ୍ଣା:  ଷ୍ଟୋରି ଅଫ ଏ ଡ୍ୟାନ୍ସର': ସତ କାହାଣୀକୁ ନେଇ ପର୍ଯ୍ୟବଶିତ

ସିନେମା 'କ୍ରିଷ୍ଣା: ଷ୍ଟୋରି ଅଫ ଏ ଡ୍ୟାନ୍ସର': ସତ କାହାଣୀକୁ ନେଇ ପର୍ଯ୍ୟବଶିତ

ଏକ ସତ ଘଟଣାକୁ ଆଧାର କରି ନିର୍ମିତ ହୋଇଛି ଓଡ଼ିଆ ସିନେମା ‘କ୍ରିଷ୍ଣା : ଷ୍ଟୋରି ଅଫ ଏ ଡ୍ୟାନ୍ସର’। କାହାଣୀ ଅନୁସାରେ ନାୟକ କ୍ରିଷ୍ଣା ଜଣେ ଗରିବ ଘର ପିଲା। ଛୋଟ ବେଳୁ ଡ୍ୟାନ୍ସ ପ୍ରତି ପ୍ରବଳ ଆଗ୍ରହ। 

ରଣବିରଙ୍କ ପ୍ରେମରେ ପାଗେଳି ହେଲେଣି ଆଲିଆ

ରଣବିରଙ୍କ ପ୍ରେମରେ ପାଗେଳି ହେଲେଣି ଆଲିଆ

ରଣବୀର-ଆଲିୟା ଯୋଡ଼ିକୁ ନେଇ ଏବେ ସବୁଠି ଚର୍ଚ୍ଚା। ପବ୍ଲିକ୍‌ ପ୍ଲେସ୍‌ ହେଉ କି ଆଓ୍ବାର୍ଡ ଫଙ୍କଶନ, ଦୁହେଁ ଦୁହିଙ୍କୁ କେତେ ଭଲପାଉଛନ୍ତି ତାହା ଦେଖିଲେ ଜଣାପଡ଼ିଯାଉଛି। 

ଐଶ୍ୱର୍ଯ୍ୟା ଏବଂ ଆରାଧ୍ୟାଙ୍କ ଫଟୋ ଶେୟାର କରି ଏମିତି କହିଲେ ଅଭିଷେକ

ଐଶ୍ୱର୍ଯ୍ୟା ଏବଂ ଆରାଧ୍ୟାଙ୍କ ଫଟୋ ଶେୟାର କରି ଏମିତି କହିଲେ ଅଭିଷେକ

ଐଶ୍ୱର୍ଯ୍ୟା ଏବଂ ଅଭିଷେକ ବଚ୍ଚନ ଝିଅ ଆରାଧ୍ୟାଙ୍କ ସହ ମାଳଦ୍ୱୀପରେ ଛୁଟି ମନାଉଛନ୍ତି। ଶନିବାର ଅଭି-ଐଶ୍‌ଙ୍କ ବିବାହବାର୍ଷିକୀ ଥିଲା। ତେଣୁ ଏହିଦିନ ଦୁହେଁ ଦୁହିଁଙ୍କୁ ସ୍ପେଶାଲ ଉଇସ୍‌ କରିଛନ୍ତି। ଅଭି ତାଙ୍କ ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରିଛନ୍ତି।

ଯାତ୍ରା ଜଗତର  ହାସ୍ୟନାୟିକା ଶଶୀ: ମଞ୍ଚରେ ବୁଣନ୍ତି ଖୁସି

ଯାତ୍ରା ଜଗତର ହାସ୍ୟନାୟିକା ଶଶୀ: ମଞ୍ଚରେ ବୁଣନ୍ତି ଖୁସି

ସତକୁସତ ଶଶୀ ଆସିଗଲେ ମଞ୍ଚରେ ଚୂନାଚୂନା ଖୁସି ବୁଣି ହୋଇଯାଏ। ଦର୍ଶକମାନେ ହସିହସି ଗଡ଼ିଯାଆନ୍ତି। ତାଳିମାଡ଼ରେ କମ୍ପିଉଠେ ଯାତ୍ରାସ୍ଥଳ। ଏଠାରେ ଯେଉଁ ଶଶୀଙ୍କ କଥା କୁହାଯାଉଛି, ସେ ହେଉଛନ୍ତି ଯାତ୍ରା ଜଗତର ଜଣେ ଆଗଧାଡ଼ିର ହାସ୍ୟନାୟିକା ସସ୍ମିତା ସାହୁ।


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri