ରାଜ୍ୟ |

ଏସ୍‌ସିବି ରକ୍ତରୋଗ ବିଭାଗ ଅଚଳ: ୩ ମାସରେ ୪୩ ରୋଗୀଙ୍କ ମୃତ୍ୟୁ

ଏସ୍‌ସିବି ରକ୍ତରୋଗ ବିଭାଗ ଅଚଳ: ୩ ମାସରେ ୪୩ ରୋଗୀଙ୍କ ମୃତ୍ୟୁ
କଟକ ଅଫିସ, ୨୭।୩ (ନିର୍ମଳ ପଣ୍ଡା) - ଆମକୁ ୩ମାସରୁ ଅଧିକ ସମୟ ହେବ ଠିକ୍‌ଭାବେ ଚିକିତ୍ସା ମିଳୁନି। ତେଣୁ ସରକାର ଆମର ଦୁଃଖ ବୁଝି ତୁରନ୍ତ ଡାକ୍ତର ଯୋଗାଇ ଦିଅନ୍ତୁ। ମଙ୍ଗଳବାର ସକାଳେ ଏସ୍‌ସିବି ମେଡିକାଲର ରକ୍ତରୋଗ (ହେମାଟୋଲୋଜି) ବିଭାଗର ଆଉଟ୍‌ଡୋର ଆଗରେ ବହୁ ସଂଖ୍ୟକ ରୋଗୀ ବିପର୍ଯ୍ୟସ୍ତ ଚିକିତ୍ସାକୁ ନେଇ ପ୍ରତିବାଦ କରୁଥିବାବେଳେ ଏହି ଦାବି କରୁଥିଲେ। ଏହି ରୋଗୀଙ୍କ ମଧ୍ୟରେ କିଏ ରକ୍ତକର୍କଟରେ ତ ଆଉକିଏ ହିମୋଫିଲିଆ, ସିକିଲସେଲ୍‌, ଥାଲାସିମିଆ ଆଦି ରକ୍ତ ରୋଗରେ ପୀଡିତ ଅଛନ୍ତି। ଗତ ଡିସେମ୍ବର ମାସ ପୂର୍ବରୁ ଏସ୍‌ସିବି ରକ୍ତରୋଗ ବିଭାଗରେ ଏପରି ଅଚଳାବସ୍ଥା ଉପୁଜିଛି। ବିଦେଶୀ ଔଷଧ କମ୍ପାନୀ ସହିତ ଲିଙ୍କ ଓ ଓଡ଼ିଶା ରାଜ୍ୟ ଚିକିତ୍ସା ପାଣ୍ଠି(ଓଏସଟିଏଫ) ଅର୍ଥର ଅପବ୍ୟବହାର ଅଭିଯୋଗରେ ଡିସେମ୍ବର ୧୩ରେ ତତ୍କାଳୀନ ବିଭାଗୀୟ ମୁଖ୍ୟ ପ୍ରଫେସର ରବୀନ୍ଦ୍ର ଜେନା ଓ ୨୧ ତାରିଖରେ ସହକାରୀ ପ୍ରଫେସର ଡା. ସୁଧା ସେଠୀଙ୍କୁ ଭିଜିଲାନ୍ସ ଗିରଫ କରିଥିଲା। ଏହାପରେ ଉଭୟ ଡାକ୍ତରଙ୍କୁ ସରକାର ଚାକିରିରୁ ନିଲମ୍ବିତ କରିଛନ୍ତି। ଏବେ ଲିଭର ଓ ପିତ୍ତକୋଷ (ହେପାଟୋଲୋଜି) ବିଭାଗର ମୁଖ୍ୟଙ୍କ ତତ୍ତ୍ୱାବଧାନରେ ଜଣେ ଅବସରପ୍ରାପ୍ତ ଓ ଅନ୍ୟଜଣେ ଆଡହକ ଡାକ୍ତରଙ୍କ ଦ୍ୱାରା ଏହି ବିଭାଗ ପାଖାପାଖି ୩ମାସ ହେବ କାର୍ଯ୍ୟ କରୁଛି। ଫଳରେ ଚିକିତ୍ସା ସେବାରେ ଗୁରୁତର ବିଭ୍ରାଟ ଦେଖାଦେଇଛି। ପୂର୍ବରୁ ରୋଗୀମାନେ ଏକଜୁଟ ହୋଇ ମେଡିକାଲ ଅଧୀକ୍ଷକ ଓ ପ୍ରଶାସନିକ ଅଧିକାରୀଙ୍କ ପାଖକୁ ଅଭିଯୋଗ କରିବାକୁ ଯାଇ ନିରାଶ ହୋଇ ଫେରିଛନ୍ତି । ଏବେ କେତେଜଣ ରୋଗୀ ମେଡିକାଲ ଛାଡି ଘରକୁ ପଳାଇଥିବାବେଳେ ଆଉ କେତେଜଣ ଅସ୍ଥିମଜ୍ଜା ପ୍ରତିରୋପଣ(ବୋନ୍‌ମାରୋ ଟ୍ରାନ୍ସପ୍ଲାଣ୍ଟ) ପାଇଁ ଅପେକ୍ଷା କରି ରହିଛନ୍ତି। ଏ ପରିସ୍ଥିତିରେ ଗତ ୩ମାସ ମଧ୍ୟରେ ହେମାଟୋଲୋଜି ବିଭାଗରେ ୪୩ଜଣ ରୋଗୀଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ଅନ୍ୟପକ୍ଷରେ ବୋନମାରୋ ଟ୍ରାନ୍ସପ୍ଲାଣ୍ଟ ୟୁନିଟରେ ମଧ୍ୟ ଏକପ୍ରକାର ତାଲା ଝୁଲୁଥିବା ଦେଖିବାକୁ ମିଳୁଛି। ୧୯୭୨ରେ ଏସ୍‌ସିବିରେ ପ୍ରତିଷ୍ଠା କରାଯାଇଥିଲା ରକ୍ତରୋଗ ବିଭାଗ। ଆଜିପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ କୌଣସି ସରକାରୀ ଡାକ୍ତରଖାନାରେ ଏହି ବିଭାଗ ଖୋଲିନାହିଁ। ୨୦୧୪ ଏପ୍ରିଲରେ ଏହି ବିଭାଗରେ ଆରମ୍ଭ ହୋଇଥିଲା ଜଟିଳ ଅସ୍ଥିମଜ୍ଜା ପ୍ରତିରୋପଣ ବା ବୋନ୍‌ମାରୋ ଟ୍ରାନ୍ସପ୍ଲାଣ୍ଟ। ଏହି ବ୍ୟୟ ସାପେକ୍ଷ ଚିକିତ୍ସା ମାଗଣାରେ ଯୋଗାଇ ଦେବାରେ ଓଡ଼ିଶା ଦେଶରେ ପ୍ରଥମ ରାଜ୍ୟଭାବେ ସୁନାମ ଅର୍ଜନ କରିଥିଲା। ଘରୋଇ ଭାବେ ଏହି ଚିକିତ୍ସା କରାଇଲେ ଅତିକମ୍‌ରେ ୧୦ରୁ ୧୫ଲକ୍ଷ ଟଙ୍କା ଆବଶ୍ୟକ। ଅଦ୍ୟାବଧି ଏସ୍‌ସିବି ହେମାଟୋଲୋଜି ବିଭାଗରେ ୫୫ଜଣ ରୋଗୀଙ୍କ କ୍ଷେତ୍ରରେ ବୋନ୍‌ମାରୋ ଟ୍ରାନ୍ସପ୍ଲାଣ୍ଟ ସଫଳତାର ସହିତ କରାଯାଇଛି। ମାତ୍ର ଯେଉଁମାନଙ୍କର ବୋନମାରୋ ଟ୍ରାନ୍ସପ୍ଲାଣ୍ଟ କରାଯାଇଛି ସେମାନେ ଏବେ ଫଲୋଅପ୍‌ ଚିକିତ୍ସା ପାଇପାରୁନାହାନ୍ତି। କିନ୍ତୁ ଏବେ ପରିସ୍ଥିତି ଏପରି ହୋଇଛି, ଚିକିତ୍ସା ନ ପାଇ ରୋଗୀ ଘରକୁ ଫେରୁଛନ୍ତି। ବାସ୍ତବତା ବଖାଣିଲେ ରୋଗୀ ଅଭିଭାବକ: ଯାଜପୁର ଟାଉନ ଅଞ୍ଚଳରୁ ଝିଅଙ୍କୁ ଚିକିତ୍ସା ନିମନ୍ତେ ଆଣିଥିବା ସୁଧାଶ୍ରୀ ପରିଡା ନିରାଶ ହେବା ପରେ ଘରକୁ ଫେରିଛନ୍ତି। ତାଙ୍କ କହିବାନୁଯାୟୀ, ରକ୍ତରୋଗରେ ପୀଡିତ ଝିଅର ଚିକିତ୍ସା ପାଇଁ ଏସ୍‌ସିବି ଆସିଥିଲେ। ନିୟମିତ ଚିକିତ୍ସା ଆବଶ୍ୟକ ପଡୁଥିବାରୁ କଟକରେ ଘରଭଡା ନେଇ ରହୁଥିଲେ। ହେଲେ ଡିସେମ୍ବର ପରଠାରୁ ଝିଅର ଠିକ୍‌ଭାବେ ଚିକିତ୍ସା ନ ମିଳିବାରୁ ଗତମାସରୁ କଟକ ଛାଡିଛନ୍ତି। ସେହିଭଳି ଜନ୍ମରୁ ରକ୍ତରୋଗରେ ପୀଡିତ ଅଛନ୍ତି ଭୁବନେଶ୍ୱରର ୨୫ବର୍ଷିୟା ଯୁବତୀ ଝରଣା ମଲିକ। ଝରଣାଙ୍କ ବୋନ୍‌ମାରୋ କରାଯିବାକୁ ସ୍ଥିର ହୋଇଥିଲା। ହେଲେ ବିଭାଗରେ ଉପୁଜିଥିବା ଚିକିତ୍ସା ପରିସ୍ଥିତି ତାଙ୍କ ଆଶାକୁ ଭାଙ୍ଗିଦେଇଛି। ଜଗତ୍‌ସିଂହପୁର ଅଞ୍ଚଳର ପବିତ୍ର ଦାସ କୁହନ୍ତି, ତାଙ୍କର ୨୫ବର୍ଷର ଭାଇ ଅରୁଣଙ୍କ ଚିକିତ୍ସା ଚାଲିଛି ହେମାଟୋଲୋଜି ବିଭାଗରେ। ହେଲେ ୩ମାସ ହେବ କିଭଳି ଚିକିତ୍ସା ଚାଲିଛି ତାହା ଜାଣି ପାରୁନାହଁୁ ବୋଲି କହିଛନ୍ତି ସେ। ଚିକିତ୍ସା ସେବାକୁ ସରକାର ଅଣଦେଖା ନ କରନ୍ତୁ: ଯିଏ ଦୁର୍ନିତୀରେ ସମ୍ପୃକ୍ତ ସିଏ ଆଇନ ଅନୁଯାୟୀ ଦଣ୍ଡିତ ହେଉ। ହେଲେ ରୋଗୀ ସ୍ବାର୍ଥକୁ ଅଣଦେଖା କରାଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ସରକାର ଏହାର ବିକଳ୍ପ ବ୍ୟବସ୍ଥା କରିବା ଉଚିତ ବୋଲି କହିଛନ୍ତି ଓଡ଼ିଶା ହେମାଟୋଲୋଜି ସୋସାଇଟି ସଭାପତି ତଥା ଅବସରପ୍ରାପ୍ତ ବରିଷ୍ଠ ଚିକିତ୍ସିକ ପ୍ରଫେସର ନିରଞ୍ଜନ ତ୍ରିପାଠୀ। ଅସ୍ଥିମଜ୍ଜା ପ୍ରତିରୋପଣ ଭଳି ଅତ୍ୟନ୍ତ ବ୍ୟୟବହୁଳ ଚିକିତ୍ସା ଘରୋଇଭାବେ କରିବା ପାଇଁ ସମସ୍ତ ରୋଗୀଙ୍କ ଶକ୍ତି କିମ୍ବା ସାମର୍ଥ୍ୟ ନାହିଁ। ତେଣୁ ଅଭିଜ୍ଞ ଡାକ୍ତରଙ୍କୁ ନିୟୋଜିତ କରାଇ ସରକାର ତୁରନ୍ତ ଏହି ବିଭାଗକୁ କାର୍ଯ୍ୟକ୍ଷମ କରିବା ଉଚିତ ବୋଲି ଡାକ୍ତର ତ୍ରିପାଠୀ କହିଛନ୍ତି। ହୋମଟୋଲୋଜି ବିଭାଗର ଭାରାପ୍ରାପ୍ତ ପ୍ରଫେସର ଡା. ଉମେଶ ଚନ୍ଦ୍ର ପାତ୍ର କୁହନ୍ତି, ମୋତେ କେବଳ ଓଏସ୍‌ଟିଏଫ ମଞ୍ଜୁର କରିବାର ଦାୟିତ୍ୱ ମିଳିଛି। ତେଣୁ ଏହି ରୋଗୀଙ୍କ ଚିକିତ୍ସା କରିବା ମୋ ପକ୍ଷରେ ସମ୍ଭବ ନୁହେଁ। ଏସ୍‌ସିବି ଅଧୀକ୍ଷକ ପ୍ରଫେସର ଶ୍ୟାମା କାନୁନ୍‌ଗୋ କୁହନ୍ତି, ଭିଜିଲାନ୍ସ ଗିରଫ ପରେ ଯେଉଁ ଦୁଇଜଣ ଡାକ୍ତରଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଥିଲା ସେମାନେ ଏବେ ବିନା ଡ୍ୟୁଟିରେ ନିଯୁକ୍ତି ପାଇଛନ୍ତି। ଡାକ୍ତର ଜେନା ଏସ୍‌ସିବି ପ୍ରିନ୍ସିପାଲ ଅଫିସ ଓ ଡାକ୍ତର ସେଠୀ ଡିଏମଇଟି ଅଫିସରେ କାର୍ଯ୍ୟ କରୁଛନ୍ତି। ସେମାନଙ୍କୁ ସେଠାରେ ବସାଇ ଦରମା ଦେବା ଅପେକ୍ଷା ବିଭାଗୀୟ କାର୍ଯ୍ୟ କରିବା ପାଇଁ ବ୍ୟବସ୍ଥା କରାଯାଉଛି ବୋଲି କହିଥିଲେ।
All Right Reserved By

ରାଜ୍ୟ |

ପୋଲିସ ଗୁଳିରେ ୨ ମାଓବାଦୀ ନିହତ

ପୋଲିସ ଗୁଳିରେ ୨ ମାଓବାଦୀ ନିହତ

ମାଲକାନଗିରି,୨୧ା୪ (ଡି.ଏନ୍‌.ଏ.)-ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡର ବିଜାପୁରଠାରେ ପୋଲିସ ଗୁଳିରେ ୨ଜଣ ମାଓବାଦୀ ନିହତ ହୋଇଛନ୍ତି। 

 ଜିଲା ବିଜେଡି ଉପସଭାପତି ପଦରୁ ଇସ୍ତଫା ଦେଲେ ଦେବାନନ୍ଦ

ଜିଲା ବିଜେଡି ଉପସଭାପତି ପଦରୁ ଇସ୍ତଫା ଦେଲେ ଦେବାନନ୍ଦ

ପାଟଣା,୨୧।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ବିଜେଡି ଉପସଭାପତି ଦେବାନନ୍ଦ ପୃଷ୍ଟି ରବିବାର ପଦରୁ ଇସ୍ତଫା ଦେଇଛନ୍ତି। 

  ଜଙ୍ଗଲରୁ  ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର

ଜଙ୍ଗଲରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର

ନୟାଗଡ଼ ଅଫିସ,୨୧।୪: ନୟାଗଡ଼ ବ୍ଲକ ପାଣିପୋଇଲା ସାନହାମରା ଜଙ୍ଗଲରୁ ରବିବାର  ଏକ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି।

   ଆଡ଼ଚେରରେ ରାଜନୈତିକ ହିଂସା, ୩ ଗୁରୁତର

ଆଡ଼ଚେରରେ ରାଜନୈତିକ ହିଂସା, ୩ ଗୁରୁତର

ନୟାଗଡ଼ ଅଫିସ,୨୧।୪: ନୟାଗଡ଼ ବ୍ଲକ କାଳିକାପ୍ରସାଦ ପଞ୍ଚାୟତ  ଆଡ଼ଚେର ଗ୍ରାମରେ ଶନିବାର ରାଜନୈତିକ ହିଂସାକାଣ୍ଡ ଦେଖିବାକୁ ମିଳିଛି।

ନିର୍ବାଚନ କାର୍ଯ୍ୟରେ ନିୟୋଜିିତ  କର୍ମଚାରୀଙ୍କୁ ଦୁର୍ବ୍ୟବହାର: ଥାନାରେ ଅଭିଯୋଗ

ନିର୍ବାଚନ କାର୍ଯ୍ୟରେ ନିୟୋଜିିତ କର୍ମଚାରୀଙ୍କୁ ଦୁର୍ବ୍ୟବହାର: ଥାନାରେ ଅଭିଯୋଗ

ଭୁବନ,୨୧।୪(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା କାମାକ୍ଷାନଗର ନିର୍ବାଚନମଣ୍ଡଳୀର ଭୁବନଠାରେ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଥିବା ଷ୍ଟାଟିକ ସର୍ଭିଲାନ୍ସ ୧୨ ନଂ.  ଟିମ୍‌ଙ୍କୁ ମହୁଲପାଳ ପଞ୍ଚାୟତରେ ଶନିବାର ଦୁର୍ବ୍ୟବହାର  କରାଯାଇଥିଲା

ନବନିର୍ମାଣ କୃଷକ ସଂଗଠନର ପୋଲିଂ ପାର୍ଟିକୁ ବିରୋଧ: ବିକ୍ଷୋଭକାରୀଙ୍କୁ ଉଠାଇନେଲା ପୋଲିସ

ନବନିର୍ମାଣ କୃଷକ ସଂଗଠନର ପୋଲିଂ ପାର୍ଟିକୁ ବିରୋଧ: ବିକ୍ଷୋଭକାରୀଙ୍କୁ ଉଠାଇନେଲା ପୋଲିସ

କେନ୍ଦୁଝର,୨୧।୪(ଡି.ଏନ୍‌.ଏ): କେନ୍ଦୁଝର ଜିଲା ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ରବିବାର ପ୍ରାଇସ୍‌, ପ୍ରେଷ୍ଟିଜ୍‌, ପେନ୍‌ସନ ଦାବିରେ କେନ୍ଦୁଝର ମାଇନିଂ ସ୍କୁଲ୍‌ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। 

ତୃତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଶେଷ ପ୍ରଚାର: ରୋଡ ଶୋ’ ରେ ଧର୍ମେନ୍ଦ୍ରଙ୍କ ଭୋଟ ଭିକ୍ଷା

ତୃତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଶେଷ ପ୍ରଚାର: ରୋଡ ଶୋ’ ରେ ଧର୍ମେନ୍ଦ୍ରଙ୍କ ଭୋଟ ଭିକ୍ଷା

ଅନୁଗୋଳ ଅଫିସ,୨୧।୪: ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ରବିବାର ପ୍ରଚାର ଶେଷ ହେବାକୁ ଥିବାବେଳେ  ଏ ନେଇ ଅନୁଗୋଳ ନିିର୍ବାଚନମଣ୍ଡଳୀରେ ଭାଜପା ପକ୍ଷରୁ ରୋଡ ଶୋ’ କରାଯାଇଛି। 

ଦଳ ବିରୋଧୀ କାର୍ଯ୍ୟକଳାପ ଲାଗି ନିରଞ୍ଜନଙ୍କ କଡା ଆଭିମୁଖ୍ୟ: ୬ ଜଣଙ୍କୁ ବହିଷ୍କାର

ଦଳ ବିରୋଧୀ କାର୍ଯ୍ୟକଳାପ ଲାଗି ନିରଞ୍ଜନଙ୍କ କଡା ଆଭିମୁଖ୍ୟ: ୬ ଜଣଙ୍କୁ ବହିଷ୍କାର

ଭୁବନେଶ୍ୱର,୨୧।୪(ବ୍ୟୁରୋ): ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ରବିିବାର ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି।

ବିଜୟଙ୍କ ପାଇଁ ପୁଣି ଅଗ୍ନିପରୀକ୍ଷା: ବେଦୁଙ୍କ ପରଲୋକ ଯୋଗୁ ସ୍ଥଗିତ ହେବ ପାଟକୁରା ବିଧାନସଭା ନିର୍ବାଚନ

ବିଜୟଙ୍କ ପାଇଁ ପୁଣି ଅଗ୍ନିପରୀକ୍ଷା: ବେଦୁଙ୍କ ପରଲୋକ ଯୋଗୁ ସ୍ଥଗିତ ହେବ ପାଟକୁରା ବିଧାନସଭା ନିର୍ବାଚନ

ଭୁବନେଶ୍ୱର,୨୧।୪(ବ୍ୟୁରୋ): ପାଟକୁରା ବିଧାୟକ ତଥା  ବିଜେଡି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରଓ୍ବାଲଙ୍କ ବିୟୋଗ ପରେ ଏହି ନିର୍ବାଚନମଣ୍ଡଳୀରେ ନିର୍ବାଚନ ସ୍ଥଗିତ ହେବା ନେଇ ଏକପ୍ରକାର ନିିଶ୍ଚିତ ହୋଇଯାଇଛି।

ନୟାଗଡ଼ ନିର୍ବାଚନମଣ୍ଡଳୀ: ଏପ୍ରିଲ ୨୩ରେ ମତଦାନ, ବନ୍ଦ ଚିନିକଳ ଖୋଲିବା ସବୁ ଦଳଙ୍କ ପ୍ରମୁଖ ପ୍ରସଙ୍ଗ

ନୟାଗଡ଼ ନିର୍ବାଚନମଣ୍ଡଳୀ: ଏପ୍ରିଲ ୨୩ରେ ମତଦାନ, ବନ୍ଦ ଚିନିକଳ ଖୋଲିବା ସବୁ ଦଳଙ୍କ ପ୍ରମୁଖ ପ୍ରସଙ୍ଗ

ନୟାଗଡ଼ ଅଫିସ,୨୧।୪: ଏପ୍ରିଲ ୨୩ରେ ଜିଲାର ନୟାଗଡ଼ ନିର୍ବାଚନମଣ୍ଡଳୀରେ ମତଦାନ ହେବ। ଏଠାରେ କେଉଁ ପ୍ରାର୍ଥୀ ଜିତିବେ ତାହାକୁ ନେଇ ଚା ଖଟିଠୁ ଆରମ୍ଭ କରି ପାନ ଦେକାନ ଯାଏ ସବୁଠି ଚର୍ଚ୍ଚା ଚାଲିଛି।

ତୃତୀୟ ପର୍ଯ୍ୟାୟ ନିର୍ବାଚନ: ୩୫୪ ପ୍ରାର୍ଥୀଙ୍କ ମଧ୍ୟରୁ ୧୦୩ ଜଣ କୋଟିପତି; ପିନାକୀ, ବବି ସବୁଠୁ ଧନୀ

ତୃତୀୟ ପର୍ଯ୍ୟାୟ ନିର୍ବାଚନ: ୩୫୪ ପ୍ରାର୍ଥୀଙ୍କ ମଧ୍ୟରୁ ୧୦୩ ଜଣ କୋଟିପତି; ପିନାକୀ, ବବି ସବୁଠୁ ଧନୀ

ଭୁବନେଶ୍ୱର,୨୧।୪(ବ୍ୟୁରୋ): ଆସନ୍ତା ୨୩  ତାରିଖରେ ରାଜ୍ୟର ୬ ଲୋକ ସଭା ଏବଂ ୪୨ଟି ବିଧାନସଭା ଆସନରେ ତୃତୀୟ ପର୍ଯ୍ୟାୟ ଭୋଟଗ୍ରହଣ କରାଯିବ। ଏହି ନିର୍ବାଚନରେ ବିଭିନ୍ନ ରାଜନୈତିକ ଦଳରୁ  ଓ ସ୍ବାଧୀନ ଭାବେ ୩୫୬ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଛନ୍ତି।

ଯାଜପୁର ଲୋକ ସଭା ଆସନ: ପ୍ରାର୍ଥୀଙ୍କ ଦକ୍ଷତା ମାପୁଛନ୍ତି ଭୋଟର;  ପ୍ରାର୍ଥୀଙ୍କୁ ନିଦ ନାହିଁ କି ଖରାକୁ ଖାତିର ନାହିଁ

ଯାଜପୁର ଲୋକ ସଭା ଆସନ: ପ୍ରାର୍ଥୀଙ୍କ ଦକ୍ଷତା ମାପୁଛନ୍ତି ଭୋଟର; ପ୍ରାର୍ଥୀଙ୍କୁ ନିଦ ନାହିଁ କି ଖରାକୁ ଖାତିର ନାହିଁ

ଯାଜପୁର ଅଫିସ,୨୧। ୪: ଯାଜପୁର ଜିଲାରେ ୪ ପର୍ଯ୍ୟାୟରେ ନିର୍ବାଚନ ହେବ। ନିର୍ବାଚନ ପ୍ରଚାରକୁ ଆଉ ମାତ୍ର ଏକ ସପ୍ତାହ ରହିଲା। ସେଥିପାଇଁ ନେତାମାନେ ଏବେଠାରୁ ପୂରା ଦମରେ ପ୍ରଚାରରେ ଲାଗି ପଡିଛନ୍ତି। ମର୍ଯ୍ୟାଦାଜନକ ଯାଜପୁର ଲୋକ ସଭା ଆସନରେ ଏବେ ନିର୍ବାଚନୀ ପରିବେଶ ବେଶ୍‌ ସରଗରମ ହୋଇଛି।


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri