ରାଜ୍ୟ |

ପ୍ରକାଶ ପାଇବ ସବ୍‌ଜଜ୍‌ ଅନୁପମା ହତ୍ୟା ମାମଲାର ରାୟ

ପ୍ରକାଶ ପାଇବ ସବ୍‌ଜଜ୍‌ ଅନୁପମା ହତ୍ୟା ମାମଲାର ରାୟ
କଟକ ଅଫିସ, ୨୭।୩: ବାଲେଶ୍ୱର ସବ୍‌ଜଜ୍‌ ଅନୁପମା ବେହେରା ହତ୍ୟା ମାମଲାର ରାୟ ବୁଧବାର ପ୍ରକାଶ ପାଇବ। କଟକ ପ୍ରଥମ ଅତିରିକ୍ତ ଜିଲା ଦୌରାଜଜ୍‌ ସଞ୍ଜୟ କୁମାର ସାହୁ ସଂରକ୍ଷିତ ରଖିଥିବା ତାଙ୍କ ରାୟକୁ ଶୁଣାଇବେ। ଏହି ଚର୍ଚ୍ଚିତ ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତଙ୍କ ବିରୋଧରେ କ’ଣ ଦଣ୍ଡବିଧାନ ହେଉଛି, ତାହାକୁ ନେଇ ରାଜ୍ୟବାସୀ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି। ୨୦୧୩ ମାର୍ଚ୍ଚ ୧୬ ରାତିରେ ମହିଳା ସବ୍‌ଜଜ୍‌ ଅନୁପମା ବେହେରାଙ୍କୁ ଛୁରୀଭୁସିି ହତ୍ୟା କରାଯାଇଥିଲା। ଏ ସଂକ୍ରାନ୍ତରେ ବାଲେଶ୍ୱର ସହଦେବଖୁଣ୍ଟା ଥାନାରେ ଏକ ମକଦ୍ଦମା (ନଂ.୧୦୧/୨୦୧୩) ରୁଜୁ ହୋଇଥିଲା। ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଜ୍ୟୋତିରଞ୍ଜନ ମହାନ୍ତି ଓ ତାଙ୍କ ଭାଇ ପ୍ରିୟରଞ୍ଜନଙ୍କୁ ସହଦେବଖୁଣ୍ଟା ଥାନା ପୋଲିସ ଗିରଫ କରିଥିଲା।
All Right Reserved By

ରାଜ୍ୟ |

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା :  ଅବସରପ୍ରାପ୍ତ କନିଷ୍ଠ ଯନ୍ତ୍ରୀ ଦଣ୍ଡିତ

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା : ଅବସରପ୍ରାପ୍ତ କନିଷ୍ଠ ଯନ୍ତ୍ରୀ ଦଣ୍ଡିତ

କଟକ ଅଫିସ୍‌, ୧୯।୪- ଆୟ ବହିର୍ଭୂତ ସମ୍ପତ୍ତି ଠୁଳକରି ଭିଜିଲାନ୍ସ ଅଦାଲତରେ ଦଣ୍ଡିତ ହୋଇଛନ୍ତି ଅବସରପ୍ରାପ୍ତ କନିଷ୍ଠଯନ୍ତ୍ରୀ ନିର୍ମଳ କୁମାର ବେଉରା। ସେ ନୂଆପଡ଼ା ଜିଲା କୋମନା ବ୍ଲକରେ କାର୍ଯ୍ୟ କରୁଥିଲେ। 

ରେଭେନ୍‌ଶାରେ ଛାତ୍ରୀଙ୍କୁ ର଼୍ୟାଗିଂ ଘଟଣା :  ୧୪ ଦିନ ପୂରିଲା: ଦଣ୍ଡାଦେଶ ମାନିଲେନି

ରେଭେନ୍‌ଶାରେ ଛାତ୍ରୀଙ୍କୁ ର଼୍ୟାଗିଂ ଘଟଣା : ୧୪ ଦିନ ପୂରିଲା: ଦଣ୍ଡାଦେଶ ମାନିଲେନି

କଟକ ଅଫିସ,୧୯।୪- ରେଭେନ୍‌ଶା ବିଶ୍ୱବିଦ୍ୟାଳୟର କାଠଯୋଡ଼ି ହଷ୍ଟେଲରେ ଘଟିଥିବା ଛାତ୍ରୀ ର଼୍ୟାଗିଂ ଘଟଣାର ତଦନ୍ତ ରିପୋର୍ଟ ଗତ ୫ ତାରିଖରେ ୟୁନିଭର୍ସିଟି ଗ୍ରାଣ୍ଟ କମିଶନ(ୟୁଜିସି) ନିକଟରେ ବିଶ୍ୱବିଦ୍ୟାଳୟର ଆଣ୍ଟି ର଼୍ୟାଗିଂ ସେଲ୍‌ ପକ୍ଷରୁ ଦାଖଲ କରାଯାଇଥିଲା। 

ସରକାରଙ୍କ ସ୍କୁଲ ଛୁଟି ନିର୍ଦ୍ଦେଶନାମା :  ଖାତିର କଲେନି ଘରୋଇ ବିଦ୍ୟାଳୟ

ସରକାରଙ୍କ ସ୍କୁଲ ଛୁଟି ନିର୍ଦ୍ଦେଶନାମା : ଖାତିର କଲେନି ଘରୋଇ ବିଦ୍ୟାଳୟ

ଭୁବନେଶ୍ୱର,୧୯।୪(ବ୍ୟୁରୋ)- ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏପ୍ରିଲ ୧୮ରୁ ସମସ୍ତ ସରକାରୀ ଏବଂ ବେସରକାରୀ ସ୍କୁଲ ଛୁଟି କରିବାକୁ ସରକାର ଘୋଷଣା କରିଥିଲେ। ଏହି କ୍ରମରେ ଗୁରୁବାରଠାରୁ ରାଜ୍ୟର ସମସ୍ତ ସ୍କୁଲ ବନ୍ଦ ରଖିବା ପାଇଁ ବୁଧବାର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା।

ଭାଗବତ ସପ୍ତାହ ପାରାୟଣ: ଶିଶୁଙ୍କ ଦ୍ୱାରା ନୃତ୍ୟ ନାଟିକା ଋକ୍ମିଣୀ ବିବାହ ମଞ୍ଚସ୍ଥ

ଭାଗବତ ସପ୍ତାହ ପାରାୟଣ: ଶିଶୁଙ୍କ ଦ୍ୱାରା ନୃତ୍ୟ ନାଟିକା ଋକ୍ମିଣୀ ବିବାହ ମଞ୍ଚସ୍ଥ

ହେମଗିର, ୧୯।୪ (ଡି.ଏନ.ଏ)-ଆଧ୍ୟାତ୍ମିକତା ତଥା ଭଗବତ ପ୍ରେମକୁ ପ୍ରତ୍ୟେକ ମାନବ ଜୀବନରେ ପରିସ୍ଫଟ କରିବା ପାଇଁ ହେମଗିର ବ୍ଲକର ଲୁଆବାହାଲଠାରେ ପ୍ରତ୍ୟେକ ବର୍ଷପରି ଏବର୍ଷ ମଧ୍ୟ ଭାଗବତ ସପ୍ତାହ ପାରାୟଣ, ହରିହାଟର ଆୟୋଜନ କରାଯାଇଛି। 

୪୦.୮ ଡିଗ୍ରୀରେ ମାଲକାନଗିରି :  ୨୨ ପର୍ଯ୍ୟନ୍ତ କାଳବୈଶାଖୀ

୪୦.୮ ଡିଗ୍ରୀରେ ମାଲକାନଗିରି : ୨୨ ପର୍ଯ୍ୟନ୍ତ କାଳବୈଶାଖୀ

ଭୁବନେଶ୍ୱର,୧୯।୪(ବ୍ୟୁରୋ)- ରାଜ୍ୟରେ ପୂର୍ବାପେକ୍ଷା ଗୁରୁବାର ସାମାନ୍ୟ ତାପମାତ୍ରା କମିଛି। କିନ୍ତୁ ଗରମ, ଗୁଳୁଗୁଳି ଯେଉଁଭଳି ଅନୁଭୂତ ହେଉଥିଲା, ସେଥିରେ କୌଣସି ପରିବର୍ତ୍ତନ ହୋଇନି। ଗୁରୁବାର ମାଲକାନଗିରିରେ ସର୍ବାଧିକ ତାପମାତ୍ରା ୪୦.୮ ଡିଗ୍ରୀ ରେକର୍ଡ କରାଯାଇଛି।

ଅନୁଗୋଳ-ଢେଙ୍କାନାଳରେ ମୁଖ୍ୟମନ୍ତ୍ରୀଙ୍କ ମାରାଥନ ପ୍ରଚାର: ‘ମୁଁ ଥିବା ଯାଏ କାଳିଆ ଥିବ’

ଅନୁଗୋଳ-ଢେଙ୍କାନାଳରେ ମୁଖ୍ୟମନ୍ତ୍ରୀଙ୍କ ମାରାଥନ ପ୍ରଚାର: ‘ମୁଁ ଥିବା ଯାଏ କାଳିଆ ଥିବ’

ଅନୁଗୋଳ ଅଫିସ/ ବନ୍ତଳା/ ପାଲଲହଡ଼ା/ ଢେଙ୍କାନାଳ ଅଫିସ/ ପରଜଙ୍ଗ/ ଓଡାପଡା, ୧୯।୪- କାଳିଆ ଯୋଜନାରେ ୪୦ ଲକ୍ଷ ଚାଷୀ ଉପକୃତ ହୋଇଛନ୍ତି। କିନ୍ତୁ କେନ୍ଦ୍ରର ଭାଜପା ସରକାର ଏହି ଯୋଜନାକୁ ବନ୍ଦ କରିବାକୁ ଚକ୍ରାନ୍ତ କରୁଛି। 

ନାସାରେ ବାଲେଶ୍ୱର ଛାତ୍ରୀଙ୍କ କୃତିତ୍ୱ

ନାସାରେ ବାଲେଶ୍ୱର ଛାତ୍ରୀଙ୍କ କୃତିତ୍ୱ

ବାଲେଶ୍ୱର ଅଫିସ, ୧୯।୪-ବାଲେଶ୍ୱର ସେଣ୍ଟ ଭିନ୍‌ସେଣ୍ଟ କନ୍‌୍‌ଭେଣ୍ଟ ସିନିୟର ସେକେଣ୍ଡାରୀ ସ୍କୁଲର ୧୩ଜଣ ଛାତ୍ରୀଛାତ୍ର ୟୁଏସ୍‌ଏ ଓରଲାଣ୍ଡସ୍ଥିତ ନ୍ୟାଶନାଲ ଏରୋନେଟିକ୍‌ ଆଣ୍ଡ ସ୍ପେଶ୍‌ ଆଡ଼ମିନିଷ୍ଟ୍ରେଶନ (ନାସା) ସେଣ୍ଟରରେ ଆୟୋଜିତ ଅନ୍ତର୍ଜାତୀୟ ଅନ୍ତରୀକ୍ଷ ବିଜ୍ଞାନ ସମ୍ମିଳନୀରେ ଯୋଗଦେଇଥିଲେ। 

ଓଟିଭି ବିରୋଧରେ ଅଭିଯୋଗ:  ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜେଡି

ଓଟିଭି ବିରୋଧରେ ଅଭିଯୋଗ: ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜେଡି

ଭୁବନେଶ୍ୱର,୧୭ା୪(ବ୍ୟୁରୋ): ଭାଜପା ପ୍ରଚାରରେ ବେଆଇନ ହୋଡିର୍ଂ ବ୍ୟବହାର ଏବଂ ଭାଜପାର ପେଡ୍‌ ନ୍ୟୁଜ ପ୍ରସାରଣ କରୁଥିବା ଅଭିଯୋଗ ଆଣି ଓଟିଭି ଚ୍ୟାନେଲ ବିରୋଧରେ ପୁଣି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଫେରାଦ ହୋଇଛି ବିଜୁ ଜନତା ଦଳ। ଏହି ସବୁ ଗୁରୁତର ମାମଲାରେ ନିର୍ବାଚନ କମିଶନଙ୍କ ନିରବତାକୁ ଦଳ ପ୍ରଶ୍ନ କରିବା ସହ କାଳବିଳମ୍ବ ନକରି କଠୋର ଓ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ବିଜେଡି ଦାବି କରିଛି।

ଫାଣ୍ଡି ସମ୍ମୁଖରେ କଙ୍ଗାରୁ କୋର୍ଟ : ଦୁର୍ବୃତ୍ତଙ୍କୁ ୩ ଲକ୍ଷ ଟଙ୍କା ଜରିମାନା

ଫାଣ୍ଡି ସମ୍ମୁଖରେ କଙ୍ଗାରୁ କୋର୍ଟ : ଦୁର୍ବୃତ୍ତଙ୍କୁ ୩ ଲକ୍ଷ ଟଙ୍କା ଜରିମାନା

ନୟାଗଡ଼ ଅଫିସ,୧୮।୪- ନୟାଗଡ଼ ଜିଲା ସଦର ଥାନା ଅନ୍ତର୍ଗତ ମାଳିସାହି ଫାଣ୍ଡି ସମ୍ମୁଖରେ ଗୁରୁବାର କଙ୍ଗାରୁ କୋର୍ଟ ବସିଥିବା ଜଣାପଡିଛି। କଙ୍ଗାରୁ କୋର୍ଟ ମାଧ୍ୟମରେ ୪ ଜଣ ବ୍ୟକ୍ତିଙ୍କୁ ୩ ଲକ୍ଷ ୪୦ ହଜାର ଟଙ୍କା ଜରିମାନା କରାଯାଇଛି, ଯାହା ପୋଲିସର ପାରିଲାପଣିଆ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି।  

ରାଜ୍ୟରେ ଏକଛତ୍ରବାଦ ଶାସନ ଚାଲିଛି, ପରିବର୍ତ୍ତନ ଲୋଡ଼ା

ରାଜ୍ୟରେ ଏକଛତ୍ରବାଦ ଶାସନ ଚାଲିଛି, ପରିବର୍ତ୍ତନ ଲୋଡ଼ା

ବଇଣ୍ଡା,୧୮।୪(ଡି.ଏନ.ଏ.)- ରାଜ୍ୟରେ ଦୀର୍ଘ ୧୯ ବର୍ଷ ସରକାରର ଏକଛତ୍ରବାଦ ଶାସନ ଚାଲିଛି। ଅପରାଧ ବଢିବାସହ ସରକାରୀ ଯୋଜନାକୁ ବାଟ ମାରଣା କରାଯାଉଛି। କେନ୍ଦ୍ରୀୟ ଯୋଜନାକୁ  ଠିକ୍‌ ଭାବେ ପ୍ରଚଳନ କରୁ ନ ଥିବାବେଳେ  ଗରିବ ଲୋକଙ୍କୁ  ଯୋଜନାରୁ  ବଞ୍ଚିତ କରାଯାଉଛି। 

ଇନ୍ଦ୍ରାବତୀ ଦକ୍ଷିଣ କେନାଲରେ ପାଣି ଛାଡିବା ଦାବି: ଜାରିଙ୍ଗଠାରେ ଚାଷୀଙ୍କ ରାସ୍ତାରୋକୋ

ଇନ୍ଦ୍ରାବତୀ ଦକ୍ଷିଣ କେନାଲରେ ପାଣି ଛାଡିବା ଦାବି: ଜାରିଙ୍ଗଠାରେ ଚାଷୀଙ୍କ ରାସ୍ତାରୋକୋ

ଜୁନାଗଡ,୧୮।୪(ଡି.ଏନ.ଏ.): ଇନ୍ଦ୍ରାବତୀ ଦକ୍ଷିଣ କେନାଲରେ ପାଣି ଛାଡିବା ପାଇଁ ଜାରିଙ୍ଗ ଡ୍ରିଷ୍ଟିବ୍ୟୁଟାରୀର ଚାଷୀମାନେ ଦାବି କରିଛନ୍ତି । ଏହି ପରିପ୍ରେକ୍ଷୀରେ ଜାରିଙ୍ଗ ଛକ ୨୬ନଂ. ଜାତୀୟ ରାଜପଥ ଉପରେ ଗୁରୁବାର ପୂର୍ବାହ୍ନ ୧୦ଟାରୁ ସାଢେ ୧୧ଟା ଦେଢ ଘଣ୍ଟା ଧରି ଚାଷୀମାନେ ରାସ୍ତାରୋକୋ କରିଥିଲେ। ଫଳରେ ରାସ୍ତାରେ ଶତାଧିକ ଯାନବାହନ ଅଟକି ରହିଥିଲା। 

ଅବହେଳିତ କଣ୍ଡରାଗଡିଆ ଗ୍ରାମ: ଭୋଟବର୍ଜନ ଲାଗି ଗ୍ରାମବାସୀଙ୍କ ଚେତାବନୀ

ଅବହେଳିତ କଣ୍ଡରାଗଡିଆ ଗ୍ରାମ: ଭୋଟବର୍ଜନ ଲାଗି ଗ୍ରାମବାସୀଙ୍କ ଚେତାବନୀ

ଖଇରା, ୧୮।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ସାରକୋଣା ପଞ୍ଚାୟତ ଅଧୀନ କଣ୍ଡରାଗଡିଆ ଗ୍ରାମକୁ ନିତିଦିନିଆ ରାସ୍ତା ନାହିଁ। ଘରପୋଡି ବେଳେ ଦମକଳ ଗାଡିଟିଏ ଗଁାକୁ ପଶିପାରୁନି। 


Model This Week

କ୍ରିଷ୍ଣା
Why Dharitri