ମେଟ୍ରୋ |

ଶ୍ରୀକ୍ଷେତ୍ରରେ ସାହିଯାତ: ଯଜ୍ଞ ରକ୍ଷା କଲେ ଦୁଇଭାଇ

ଶ୍ରୀକ୍ଷେତ୍ରରେ ସାହିଯାତ: ଯଜ୍ଞ ରକ୍ଷା କଲେ ଦୁଇଭାଇ
ପୁରୀ ଅଫିସ, ୨୬।୩: ତ୍ରେତୟା ଯୁଗ କଥା। ଅଯୋଧ୍ୟାରେ ମୁନିଋଷିମାନେ ଯଜ୍ଞ କାର୍ଯ୍ୟ କରୁଥାନ୍ତି। ଏହି ସମୟରେ ସୁବାହୁ (ନାକ), ମାରିଚ(କାନ)ଙ୍କ ସହ ତାଡକୀ ଆଦି ରାକ୍ଷସଗଣ ଆସି ବାରମ୍ବାର ଯଜ୍ଞରେ ବାଧା ସୃଷ୍ଟି କରନ୍ତି । ରାକ୍ଷସଙ୍କ ତାଡ଼ନାରେ ଅତିଷ୍ଠ ହୋଇ ମହର୍ଷି ବିଶ୍ୱାମିତ୍ର ଯଜ୍ଞରକ୍ଷା ନିମନ୍ତେ ଅଯୋଧ୍ୟା ରାଜା ଦଶରଥଙ୍କୁ ନିବେଦନ କରନ୍ତି। ରାକ୍ଷସଙ୍କ ବିନାଶ କରି ଯଜ୍ଞରକ୍ଷା ନିମନ୍ତେ ଦଶରଥ ଦୁଇପୁତ୍ର ରାମ ଲକ୍ଷଣଙ୍କୁ ନିର୍ଦ୍ଦେଶ ଦିଅନ୍ତି। ପିତାଙ୍କ ଆଜ୍ଞା ପାଇ ରାମ ଲକ୍ଷ୍ମଣ ମହର୍ଷିଙ୍କ ସହିତ ଯାଇ ରାକ୍ଷସଙ୍କ ସହିତ ଯୁଦ୍ଧ କରି ସେମାନଙ୍କୁ ନିପାତ କରନ୍ତି । ଏହାପରେ ଯଜ୍ଞ କାର୍ଯ୍ୟ ହୁଏ । ସୋମବାର ସାହିଯାତର ଦ୍ୱିତୀୟ ସନ୍ଧ୍ୟାରେ ଶ୍ରୀଜଗନ୍ନାଥ ବଲ୍ଲଭ ମଠରେ ଏହି ଯଜ୍ଞ ରକ୍ଷା ନୀତି ସମ୍ପନ୍ନ ହୋଇଛି । ସାତସାହି ପକ୍ଷରୁ ସାହିଯାତ ମାଧ୍ୟମରେ ପାଳିତ ହେଉଛି ରାମଲୀଳା । ଦଶମୀ ଅବସରରେ ସମ୍ପନ୍ନ ହୋଇଛି ରାମଲଳୀର ଯଜ୍ଞରକ୍ଷା ନୀତି। ହରଚଣ୍ଡୀ ସାହି ଜାଗା ଅନ୍ତର୍ଗତ ଦୀକ୍ଷିତ ବଡ଼ପୋଖରୀ ଜାଗା ପକ୍ଷରୁ ସାହିଯାତ ମାଧ୍ୟମରେ ଯଜ୍ଞରକ୍ଷା ନୀତି ସମ୍ପନ୍ନ କରାଯାଇଛି । ରାତ୍ର ପ୍ରାୟ ୮ଟା ବେଳେ ହରଚଣ୍ଡୀ ସାହି ଜାଗାଠାରୁ ନାକ, କାନ, ତାଡ଼କୀ ଓ ରାକ୍ଷସଗଣଙ୍କ ସହ ରାମ, ଲକ୍ଷ୍ମଣ, ବିଶ୍ୱାମିତ୍ର ପଟୁଆରରେ ବାହାରିଥିଲେ। ବିଶାଳ ପଟୁଆରରେ ସେମାନେ ସାହି ପରିକ୍ରମା କରିବା ସହିତ ମଣିକର୍ଣ୍ଣିକା ସାହି, ଗାଣ୍ଡୁଆ ଚଉରା, ଗଡନ୍ତି ଛକ, ବାସେଳୀ ସାହି, ମହାସୁଆର ସାହି, ଧ୍ୱଜାଗଡ଼ା ଜାଗା ଦେଇ ବାଲିସାହିରେ ପଟୁଆର ପହଞ୍ଚତ୍ଥିଲା। ସେଠାରୁ ସିଂହଦ୍ୱାର ଦେଇ ଶ୍ରୀଜଗନ୍ନାଥ ବଲ୍ଲଭରେ ପହଞ୍ଚତ୍ଥିଲା। ଅନ୍ୟପକ୍ଷରେ ଶ୍ରୀମନ୍ଦିରରେ ସନ୍ଧ୍ୟାଧୂପ ନୀତି ଏବଂ ଦକ୍ଷିଣୀ ଘର ଭୋଗ ନୀତି ବଢିଥିଲା। ମହାଜନ ସେବକ ଦକ୍ଷିଣୀ ଘରୁ ରାମ ଲକ୍ଷ୍ମଣଙ୍କୁ ନେଇ ରତ୍ନସିଂହାସନ ଉପରେ ବିଜେ କରାଇଥିଲେ। ପୂଜାପଣ୍ଡା ସାମନ୍ତ ମହାପ୍ରଭୁଙ୍କୁ ଆଜ୍ଞାମାଳ ପ୍ରଦାନ କରିଥିଲେ। ଏହାପରେ ମହାଜନ ସେବକ ରାମ ଲକ୍ଷ୍ମଣଙ୍କୁ ବଟବୃକ୍ଷ ମୂଳେ ଥିବା ପାଲିଙ୍କିକୁ ବିଜେ କରାଇଥିଲେ। ବିମାନବଡୁମାନେ ପାଲିଙ୍କିକୁ ଘଣ୍ଟ, ଛତା, କାହାଳି ସହିତ ପଟୁଆରରେ ଜଗନ୍ନାଥ ବଲ୍ଲଭକୁ ନେଇଥିଲେ। ରାମ ଲକ୍ଷ୍ମଣଙ୍କୁ ଶ୍ରୀଜଗନ୍ନାଥ ବଲ୍ଲଭ ମଠ ଝୁଲଣ ଘର ଖଟ ଉପରେ ବିଜେ କରାଯାଇଥିଲା। ଏହାପରେ ମଠର ଆରାଧ୍ୟ ସୁଗ୍ରୀବ ମହାରାଜଙ୍କଠାରୁ ଆଜ୍ଞାମାଳ ବିଜେ ହୋଇଥିଲା। ଠାକୁରଙ୍କ ନିକଟରେ ଶୀତଳ ଭୋଗ ପନ୍ତି ହୋଇଥିଲା । ଏହାପରେ ହରିଚଣ୍ଡୀ ଆଖଡା ପକ୍ଷରୁ ପଟୁଆରରେ ଆସି ପହଞ୍ଚତ୍ଥିବା ରାମ, ଲକ୍ଷ୍ମଣ, ବିଶ୍ୱାମିତ୍ର, ନାକ, କାନ ଏବଂ ଅନ୍ୟ ରାକ୍ଷସଗଣ ଯଜ୍ଞରକ୍ଷା ନୀତିରେ ସାମିଲ ହୋଇଥିଲେ । ରାମ ଲକ୍ଷ୍ମଣ ରାକ୍ଷସ ଗଣକୁ ନିପାତ କରି ଯଜ୍ଞ ରକ୍ଷା କରିଥିଲେ । ତ୍ରେତୟା ଯୁଗର ରାମଲୀଳା ନୀତି ଦେଖିବା ଲାଗି ଜଗନ୍ନାଥ ବଲ୍ଲଭ ମଠରେ ପ୍ରବଳ ଭିଡ ଜମିଥିଲା । ଦୀକ୍ଷିତ ବଡ଼ପୋଖରୀ ଜାଗାର ସଭାପତି ନୀଳାଦ୍ରି ମୋହନ କର, ସମ୍ପାଦକ ଜ୍ୟୋତିପ୍ରକାଶ ମହାପାତ୍ରଙ୍କ ନେତୃତ୍ୱରେ ଏହା ସମ୍ପନ୍ନ ହୋଇଥିଲା । ସୋମବାର ଥିଲା ମାଟିମଣ୍ଡପ ସାହିର ଯାତ। ମା’ ଉତ୍ତରକାଳୀ ମାଟିମଣ୍ଡପ ସାହି ଆଖଡା ପକ୍ଷରୁ ଯାତ ବାହାରି କଳିକାଦେବୀ ସାହି ପରିକ୍ରମା କରି ଗଣ୍ଡମାଳ ଜାଗା ଦକ୍ଷିଣକାଳୀ ଇଷ୍ଟେଟ ନିକଟରେ ପହଞ୍ଚତ୍ଥିଲା । ଶେଷରେ ପଟୁଆର ନିଜସ୍ବ ମାଟିମଣ୍ଡପ ସାହି ଆଖଡାକୁ ପ୍ରତ୍ୟାବର୍ତ୍ତନ କରିଥିଲା । ମାଟିମଣ୍ଡପ ସାହିର ନୀତି ନ ଥିବା ବେଳେ ପ୍ରତିବର୍ଷ ନାଗା ଏବଂ ମେଢ଼କୁ ନେଇ ପଟୁଆର ବାହାରି ମିତ୍ରସାହିକୁ ଯାଉଛି । ପ୍ରଚଳିତ ପରମ୍ପରା ଅନୁଯାୟୀ, ରାତ୍ରି ପ୍ରାୟ ୧୧ଟା ୩୦ ବେଳେ ମାଟିମଣ୍ଡପ ସାହି ଆଖଡାରୁ ପ୍ରଥମେ ନିଶାନ ବାହାରିଥିଲା। ଏହା ପଛରେ ପଟୁଆର ବାହାରିଥିଲା । ଏଥିରେ ବିଭିନ୍ନ ବେଶଧାରୀ ବାହାରିଥିଲେ। ମାଟିମଣ୍ଡପ ସାହି ଯାତକୁ ସ୍ବାଗତ କରିବା ଲାଗି କାଳିକାଦେବୀ ସାହିରେ ଆଲୋକସଜ୍ଜା ହୋଇଥିଲା। ସେହିପରି ମାଟିମଣ୍ଡପ ସାହି ମଧ୍ୟ ସୁସଜ୍ଜିତ ଆଲୋକମାଳାରେ ଝଲସି ଉଠୁଥିଲା। ବାଜା ଏବଂ ପଟୁଆରରେ ଉଭୟ ସାହି ଦୁଲୁକି ଥିଲା।
All Right Reserved By

ମେଟ୍ରୋ |

ଭୋଟ୍‌ ଦେଲେ ଅର୍ଚ୍ଚିତା

ଭୋଟ୍‌ ଦେଲେ ଅର୍ଚ୍ଚିତା

ଭୁବନେଶ୍ୱର,୨୩।୪(ବ୍ୟୁରୋ): ସ୍ଥାନୀୟ ୟୁନିଟ୍‌-୯ ଭୋଟଦାନ କେନ୍ଦ୍ର ବୁଥ୍‌ ନଂ-୧୧୧ରେ ମଙ୍ଗଳବାର ମତଦାନ କରିଛନ୍ତି ଓଲିଉଡ୍‌ ଅଭିନେତ୍ରୀ ଅର୍ଚ୍ଚିତା ସାହୁ। ସେ ମା’ଙ୍କ ସହ ଭୋଟକେନ୍ଦ୍ରରେ ପହଞ୍ଚି ଧାଡ଼ିରେ ଛିଡ଼ା ହୋଇ ଭୋଟ୍‌ ଦେଇଥିଲେ।

ଇଭିଏମ୍‌ରେ ତ୍ରୁଟି ଯୋଗୁ ସତ୍ୟବାଦୀରେ ମତଦାନ ବିଳମ୍ବିତ

ଇଭିଏମ୍‌ରେ ତ୍ରୁଟି ଯୋଗୁ ସତ୍ୟବାଦୀରେ ମତଦାନ ବିଳମ୍ବିତ

ସାକ୍ଷୀଗୋପାଳ, ୨୩।୪(ଡି.ଏନ.ଏ): ପୁରୀ ଜିଲା ସତ୍ୟବାଦୀ ୧୦୯ ବିଧାନସଭା ଓ ୧୭  ପୁରୀ ଲୋକ ସଭା ନିର୍ବାଚନ ନିମନ୍ତେ ମଙ୍ଗଳବାର ସକାଳୁ ସତ୍ୟବାଦୀ ବ୍ଲକର ୧୧୨ଟି କେନ୍ଦ୍ରରେ ମତଦାନ ଚାଲିଛି। 

ପୁରୀ ସହରର ବିଭିନ୍ନ ବୁଥ୍‌ରେ ଅବ୍ୟବସ୍ଥା ଯୋଗୁ ମତଦାନରେ ବିଳମ୍ବ

ପୁରୀ ସହରର ବିଭିନ୍ନ ବୁଥ୍‌ରେ ଅବ୍ୟବସ୍ଥା ଯୋଗୁ ମତଦାନରେ ବିଳମ୍ବ

ପୁରୀ ଅଫିସ, ୨୩।୪: ପୁରୀ ସହରର ବିଭିନ୍ନ ବୁଥରେ ବ୍ୟାପକ ଅବ୍ୟବସ୍ଥା  ସୃଷ୍ଟି ହୋଇଛି। ଇଭିଏମ୍‌ରେ ଯାନ୍ତ୍ରିକ ତ୍ରୁଟି ଯୋଗୁ କେତେକ ମତଦାନ କେନ୍ଦ୍ରରେ ମତଦାନ ବିଳମ୍ବରେ ଆରମ୍ଭ ହୋଇଥିବା ସୂଚନା ମିଳିଛି। 

ଆସସ୍‌ ପକ୍ଷରୁ ବ୍ୟାକ୍‌ ଟୁ ସ୍କୁଲ୍‌ ଅଫର ଘୋଷଣା

ଆସସ୍‌ ପକ୍ଷରୁ ବ୍ୟାକ୍‌ ଟୁ ସ୍କୁଲ୍‌ ଅଫର ଘୋଷଣା

ଭୁବନେଶ୍ୱର, ୨୩।୪(ବ୍ୟୁରୋ): ଆସସ୍‌ ପକ୍ଷରୁ ବ୍ୟାକ୍‌ ଟୁ ସ୍କୁଲ୍‌ ଅଫର ଘୋଷଣା କରାଯାଇଛି। 

ଖୋର୍ଦ୍ଧା ଜିଲାରେ ୧ଟା ସୁଦ୍ଧା ୨୭.୧୭% ମତଦାନ: ଜଟଣୀ ନିର୍ବାଚନମଣ୍ଡଳୀରେ ସର୍ବାଧିକ ୩୩.୯୫%

ଖୋର୍ଦ୍ଧା ଜିଲାରେ ୧ଟା ସୁଦ୍ଧା ୨୭.୧୭% ମତଦାନ: ଜଟଣୀ ନିର୍ବାଚନମଣ୍ଡଳୀରେ ସର୍ବାଧିକ ୩୩.୯୫%

ଖୋର୍ଦ୍ଧା ଅଫିସ,୨୩ା୪(ଡି.ଏନ୍‌.ଏ.): ମଙ୍ଗଳବାର ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ହେଉଛି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ ଓଡ଼ିଶାର ୬ଟି ଲୋକ ସଭା ଓ ଏହା ଅନ୍ତର୍ଗତ ୪୨ଟି ବିଧାନସଭା ଆସନ ପାଇଁ ଭୋଟଗ୍ରହଣ ଚାଲୁରହିଛି।

ମା’ମଙ୍ଗଳାଙ୍କ ପ୍ରସିଦ୍ଧ ଝାମୁଯାତ୍ରା ପାଇଁ କାକଟପୁର ଉତ୍ସବମୁଖର

ମା’ମଙ୍ଗଳାଙ୍କ ପ୍ରସିଦ୍ଧ ଝାମୁଯାତ୍ରା ପାଇଁ କାକଟପୁର ଉତ୍ସବମୁଖର

କାକଟପୁର,୨୩ା୪(ଡି.ଏନ୍‌.ଏ.): କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା’ମଙ୍ଗଳାଙ୍କ ମନ୍ଦିରରେ ଗତ ମାର୍ଚ୍ଚ ୨୬ ତାରିଖରୁ ଆରମ୍ଭ ହୋଇଥିବା ଝାମୁଯାତ୍ରା ମଙ୍ଗଳବାର ଉଦ୍‌ଯାପିତ ହେବ। 

୧ଟା ସୁଦ୍ଧା ରାଜ୍ୟରେ ୩୪ ପ୍ରତିଶତ ମତଦାନ

୧ଟା ସୁଦ୍ଧା ରାଜ୍ୟରେ ୩୪ ପ୍ରତିଶତ ମତଦାନ

ଭୁବନେଶ୍ୱର,୨୩।୪(ବ୍ୟୁରୋ): ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ  ମଙ୍ଗଳବାର ମତଦାନ ପ୍ରକ୍ରିୟା ଜାରି ରହିଛିି। 

ଓଡ଼ିଶାର ନେତାଙ୍କଠାରୁ ଜନତା ଅଧିକ ଚାଲାକ: ମୋଦି

ଓଡ଼ିଶାର ନେତାଙ୍କଠାରୁ ଜନତା ଅଧିକ ଚାଲାକ: ମୋଦି

ଭୁବନେଶ୍ୱର,୨୩।୪(ବ୍ୟୁରୋ):  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଓଡ଼ିଶା ଗସ୍ତରେ ଆସିଛନ୍ତି। ସେ କେନ୍ଦ୍ରାପଡ଼ା ବାରୁଅଠାରେ ପହଞ୍ଚି ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇଛନ୍ତି।

ନିର୍ବାଚନୀ ହିଂସା: ଆକ୍ରମଣରେ କଂଗ୍ରେସ ସମର୍ଥକ ଗୁରୁତର

ଖୋର୍ଦ୍ଧା ଅଫିସ,୨୩ା୪: ମଙ୍ଗଳବାର ତୃତୀୟ ପର୍ଯ୍ୟାୟ ନିର୍ବାଚନ ଚାଲୁ ରହିଛି। ଖୋର୍ଦ୍ଧା ଜିଲା ବେଗୁନିଆ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବୋଲଗଡ଼ ଥାନା କଳାଙ୍ଗ ପଞ୍ଚାୟତ ଗୋଡ଼ଭଙ୍ଗାର ୧ ନମ୍ବର ବୁଥ୍‌ରେ ବିଜେଡି ସମର୍ଥକମାନେ କଂଗ୍ରେସ ସମର୍ଥକଙ୍କୁ ମତଦାନ କେନ୍ଦ୍ରକୁ ଭୋଟ ଦେବା ପାଇଁ ଛାଡୁ ନାହାନ୍ତି।

ଖୋର୍ଦ୍ଧା ଜିଲା ୧୧୮ ନମ୍ବର ଚିଲିକା ନିର୍ବାଚନମଣ୍ଡଳୀରେ ପୂର୍ବାହ୍ନ ୧୧ଟା ସୁଦ୍ଧା ସର୍ବାଧିକ ୨୦ % ମତଦାନ

ଖୋର୍ଦ୍ଧା ଜିଲା ୧୧୮ ନମ୍ବର ଚିଲିକା ନିର୍ବାଚନମଣ୍ଡଳୀରେ ପୂର୍ବାହ୍ନ ୧୧ଟା ସୁଦ୍ଧା ସର୍ବାଧିକ ୨୦ % ମତଦାନ

ଖୋର୍ଦ୍ଧା ଅଫିସ,୨୩ା୪: ମଙ୍ଗଳବାର ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ ଗ୍ରହଣ ଜାରି ରହିଛି। ଖୋର୍ଦ୍ଧା ଜିଲା ୧୧୮ ନମ୍ବର ଚିଲିକା ନିର୍ବାଚନମଣ୍ଡଳୀରେ ପୂର୍ବାହ୍ନ ୧୧ଟା ସୁଦ୍ଧା ସର୍ବାଧିକ ୨୦% ମତଦାନ ହୋଇଛି।  

୧୧ଟା ସୁଦ୍ଧା ରାଜ୍ୟରେ ୧୮ ପ୍ରତିଶତ ମତଦାନ

୧୧ଟା ସୁଦ୍ଧା ରାଜ୍ୟରେ ୧୮ ପ୍ରତିଶତ ମତଦାନ

ଭୁବନେଶ୍ୱର,୨୩।୪(ବ୍ୟୁରୋ): ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ  ମଙ୍ଗଳବାର ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି।

ଭୋଟ ଦେବାକୁ ନେଇ ଚିଲିକା ନିର୍ବାଚନମଣ୍ଡଳୀରେ ଭାଜପା-ବିଜେଡି କର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ, ଜଣେ ଆହତ

ଭୋଟ ଦେବାକୁ ନେଇ ଚିଲିକା ନିର୍ବାଚନମଣ୍ଡଳୀରେ ଭାଜପା-ବିଜେଡି କର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ, ଜଣେ ଆହତ

ଖୋର୍ଦ୍ଧା ଅଫିସ,୨୩ା୪: ଖୋର୍ଦ୍ଧା ଜିଲା ଚିଲିକା ନିର୍ବାଚନମଣ୍ଡଳୀ  ବାଣପୁର ଥାନା ଅନ୍ତର୍ଗତ କହ୍ନେଇପୁରରେ  ମଙ୍ଗଳବାର ଭୋଟ ଗ୍ରହଣ ଚାଲୁ ରହିଛି। ମଧ୍ୟାହ୍ନ ସମୟରେ ଭୋଟ ଦେବାକୁ ନେଇ ଏଠାରେ ଭାଜପା ଓ ବିଜେଡି ସମର୍ଥକଙ୍କ ମଧ୍ୟରେ ମାର୍‌ପିଟ୍‌ ହୋଇଥିବା ଦେଖିବାକୁ ମିଳିଛି।  


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri