ମେଟ୍ରୋ |

ରାଜଧାନୀରେ ବିଟ୍‌ କଏନ୍‌ ର଼୍ୟାକେଟ୍‌: ୧୮ଲକ୍ଷରୁ ଊର୍ଦ୍ଧ୍ୱ ଠକେଇ, ୨ ଗିରଫ

ରାଜଧାନୀରେ ବିଟ୍‌ କଏନ୍‌ ର଼୍ୟାକେଟ୍‌: ୧୮ଲକ୍ଷରୁ ଊର୍ଦ୍ଧ୍ୱ ଠକେଇ, ୨ ଗିରଫ
ଭୁବନେଶ୍ୱର ୨୬। ୩(ବ୍ୟୁରୋ) - ରାଜଧାନୀ ଭୁବନେଶ୍ୱରରେ ଏବେ ସକ୍ରିୟ ରହିଛି ବିଟ୍‌ କଏନ୍‌ ର଼୍ୟାକେଟ। ଡବଲ୍‌ ମନି ମାୟାରେ ପଡ଼ିଯାଇଛନ୍ତି ରାଜଧାନୀର ଅନେକ। ଏହାକୁ ନେଇ ହୋଇଥିବା ଏକ ହାଇଟେକ ଠକେଇ ପଦାକୁ ଆସିବା ପରେ ହଇଚଇ ସୃଷ୍ଟି ହୋଇଛି। ଏହି ର଼୍ୟାକେଟରେ ଏକାଧିକଙ୍କ ସମ୍ପୃକ୍ତ ଥିବାବେଳେ ୨ଜଣଙ୍କୁ ଗିରଫ କରିଛି ନୟାପଲ୍ଲୀ ଥାନା ପୋଲିସ। ସେମାନେ ହେଲେ ଖୋର୍ଦ୍ଧା ଜଙ୍କିଆ ଓଗାଳପଡ଼ା ଅଞ୍ଚଳର ଶିବ ପ୍ରସାଦ ବିଶ୍ୱାଳ (୩୦) ଓ ଖଣ୍ଡଗିରି ଆଇଗିଣିଆର ରାକେଶ ଆଚାର୍ଯ୍ୟ (୨୬)। ତେବେ ମାଷ୍ଟରମାଇଣ୍ଡ୍‌ କୁହାଯାଉଥିବା ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳ ଫେରାର ହୋଇଯାଇଛନ୍ତି। ତାଙ୍କୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢଉ ଜାରି ରଖିଛି। ଗିରଫ ଦ୍ୱୟଙ୍କଠାରୁ ପୋଲିସ ୩ ମୋବାଇଲ୍‌ ଫୋନ୍‌, ଗୋଟିଏ ସ୍ବାଇପ୍‌ ମେଶିନ ଓ ନଗଦ ୫୦ ହଜାର ଟଙ୍କା ଜବତ କରିଛି। ସୋମବାର ସେମାନଙ୍କୁ କୋର୍ଟଚାଲାଣ କରାଯାଇଛି। ଏହି କାରବାର ସମ୍ପର୍କରେ ଅଭିଯୋଗ ହେବା ପରେ ପୋଲିସ ପ୍ରଥମେ ଠକେଇ ସମ୍ପର୍କରେ ଜାଣିପାରି ନ ଥିଲା। ତେବେ ଏହା ଉପରେ ଇଣ୍ଟରନେଟ୍‌ରୁ ଜାଣିବା ପରେ ର଼୍ୟାକେଟ୍‌ ଠାବ ପାଇଁ ଯୋଜନା କଲା। ଖୋଳତାଡ଼ରୁ ଜଣାପଡିଲା ଯେ, ପୂର୍ଣ୍ଣଚନ୍ଦ୍ର ବିଭିନ୍ନ ରାଜ୍ୟରୁ ଏହିଭଳି ଟଙ୍କା ଠକେଇ କରିବା ପରେ ରାଜଧାନୀକୁ ଆସିଥିଲେ। ପ୍ରଥମେ ନିର୍ଦ୍ଦିଷ୍ଟ ଲୋକଙ୍କୁ ଟାର୍ଗେଟ କରି ବିଟ୍‌ କଏନ କାରବାର ସମ୍ପର୍କରେ ବୁଝାଇଥିଲେ। ଏହି କାରବାରରେ କୋଟିପତି ହେବାର ଲୋଭ ଦେଖାଇ ଲୋକଙ୍କୁ ଫସାଉଥିଲେ। ଏପରି ଭାବେ ୧୮ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଠକେଇ ହୋଇଥିବା ପୋଲିସ ଜାଣିବାକୁ ପାଇଥିଲା। କିଛିଦିନ ତଳେ ନୟାପଲୀ ଥାନା ଅଞ୍ଚଳରେ ଥିବା ଏକ ତାରକା ହୋଟେଲରେ ବିଟ୍‌ କଏନ୍‌ କାରବାରରେ ସମ୍ପୃକ୍ତ ଦଲାଲ ଓ ଠକାମିର ଶିକାର ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ମିଟିଂ ହୋଇଥିଲା। ସେଠାରେ ଉପସ୍ଥିତ କେତେଜଣ ବ୍ୟକ୍ତି ୬ଲକ୍ଷ ଲେଖାଏ ଟଙ୍କା ଦେଇ ବିଟ୍‌ କଏନ କିଣିଥିଲେ। ପରବର୍ତ୍ତୀ ସମୟରେ ସେମାନଙ୍କ ଆକାଉଣ୍ଟକୁ କିଛି ବି ଟଙ୍କା ଆସି ନ ଥିଲା। ସମ୍ପୃକ୍ତ ଦଲାଲମାନେ ମଧ୍ୟ ଆଉ ଧରାଛୁଆଁ ଦେଇ ନ ଥିଲେ। ଏହାର କିଛିଦିନ ପରେ ଶିବ ପ୍ରସାଦ ଓ ରାକେଶ ବିଟ୍‌ କଏନରେ ଟଙ୍କା ଜମା କରିବା ପାଇଁ କହି କେତେଜଣ ବ୍ୟକ୍ତିଙ୍କୁ ନୟାପଲୀସ୍ଥିତ ଏକ ହୋଟେଲକୁ ଡାକିଥିଲେ। ଏହି ଖବର ଠକେଇର ଶିକାର ହୋଇଥିବା ବ୍ୟକ୍ତିଙ୍କ ନିକଟରେ ପହଞ୍ଚତ୍ଥିଲା। ସେମାନେ ଉକ୍ତ ହୋଟେଲରେ ପହଞ୍ଚତ୍ ଶିବ ପ୍ରସାଦ ଓ ରାକେଶଙ୍କୁ କାବୁ କରି ନିସ୍ତୁକ ମାଡ଼ ମାରିଥିଲେ। ଖବର ପାଇ ପୋଲିସ ପହଞ୍ଚତ୍ ସେମାନଙ୍କୁ ଉଦ୍ଧାର ପରେ ଗିରଫ କରିଥିଲା। ଏହି ଗିରଫ ଅଭିଯୁକ୍ତମାନେ ଗ୍ୟାସ୍‌ ସେଫ୍ଟି ନଁାରେ ମଧ୍ୟ ଏକାଧିକ ବ୍ୟକ୍ତିିଙ୍କଠାରୁ ଠକେଇ କରିଥିବା ଅଭିଯୋଗ ହୋଇଛି। ୟୁନିଟ୍‌-୮ରେ ରହୁଥିବା ଏସ୍‌.କେ ବିଶ୍ୱାଳ, ରାଉରକେଲାର କାହ୍ନୁ ପ୍ରଧାନ ଓ ନବୀନ କୁମାର ପ୍ରଧାନଙ୍କ ସମେତ ୨୦ ଜଣ ବ୍ୟକ୍ତି ଠକେଇର ଶିକାର ହୋଇଥିବା ଥାନା ଅଧିକାରୀ ସଂଗ୍ରାମ କେଶରୀ ପଟ୍ଟନାୟକ କହିଛନ୍ତି। ବିଟ୍‌ କଏନ କାରବାର କ’ଣ? ବିଟ୍‌ କଏନ ହେଉଛି ଏକ ଅଦୃଶ୍ୟ ମୁଦ୍ରା। ଏହି କାରବାର କେବଳ ଅନ୍‌ଲାଇନ୍‌ ମାଧ୍ୟମରେ ଚାଲେ। ପେଟ୍ରୋଲ ଦର ଓ ସେୟାର ମୂଲ୍ୟ ପ୍ରତିଦିନ ବଦଳିବା ଭଳି ବିଟ୍‌ କଏନର ମୂଲ୍ୟ କମିଥାଏ ଓ ବଢିଥାଏ। ଏହି କାରବାର ପାଇଁ ଅନ୍‌ଲାଇନ୍‌ରେ ବହୁ ଓ୍ବେବ୍‌ସାଇଟ୍‌ ଉପଲବ୍ଧ ରହିଛି। ଏଥିରେ କଏନ୍‌ ବିକ୍ରି କରିବା ବ୍ୟକ୍ତି କେବଳ ଅନ୍‌ଲାଇନ୍‌ରେ ଏକ ପାଶ୍‌ଓ୍ବାର୍ଡ୍‌ ଦେବା ପରେ ଏହାର କାରବାର ଚାଲିଥାଏ। ଏହାର କୌଣସି କଣ୍ଟ୍ରୋଲିଂ ଅଥରିଟି ନ ଥାନ୍ତି। ବିଟ୍‌ କଏନ୍‌ କିଣିବା ପରେ ଏହା ହିଁ ସମ୍ପୃକ୍ତ ବ୍ୟକ୍ତିଙ୍କର ହୋଇଯାଇଥାଏ। ସେ ଚାହିଁଲେ ସେହିଭଳି ଅନ୍ୟ ଜଣେ ବ୍ୟକ୍ତିଙ୍କୁ କୋଡ୍‌ ପ୍ରଦାନ କରି ବିକ୍ରି କରିଥାଏ। ବିକ୍ରି କରିବା ଲୋକଙ୍କ ଆକାଉଣ୍ଟ୍‌କୁ ଅନ୍‌ଲାଇନ୍‌ରେ ଟଙ୍କା ଆସିଥାଏ। ବିଭିନ୍ନ ଦେଶରେ ଏହା ଉପରେ କଟକଣା ଲଗାଯାଇଥିଲେ ମଧ୍ୟ ବେଆଇନ ଭାବେ ଚାଲିଛି। ଭାରତରେ ଏହି କାରବାର ବୈଧ ନୁହେଁ। ଗୋଟିଏ ବିଟ୍‌ କଏନ୍‌ର ମୂଲ୍ୟ ପୂର୍ବରୁ ୧ ଟଙ୍କା (ଭାରତରେ) ଥିବାବେଳେ ବର୍ତ୍ତମାନ ଏହାର ମୂଲ୍ୟ ୫ଲକ୍ଷ ଟଙ୍କାରେ ପହଞ୍ଚତ୍ଛି।
All Right Reserved By

ମେଟ୍ରୋ |

ବିଜେଡି ଶ୍ରମିକ ସେଲ୍‌ର ରାଜ୍ୟ ସମ୍ପାଦକ ହେଲେ ଗଦାଧର ମଲ୍ଲିକ

ଭୁବନେଶ୍ୱର,୨୦।୪(ବ୍ୟୁରୋ): ବିଜୁ ଜନତା ଦଳ ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ଶନିବାର ବିଜେଡି ଶ୍ରମିକ ସେଲ୍‌ର ରାଜ୍ୟ ସମ୍ପାଦକ ଭାବେ ଗଦାଧର ମଲ୍ଲିକଙ୍କୁ ନିଯୁକ୍ତି ଦେଇଛନ୍ତି। 

ରାଜ୍ୟ ସାଂଗଠନିକ ସମ୍ପାଦକ ହେଲେ କମଳାକାନ୍ତ ମହାପାତ୍ର

ରାଜ୍ୟ ସାଂଗଠନିକ ସମ୍ପାଦକ ହେଲେ କମଳାକାନ୍ତ ମହାପାତ୍ର

ଭୁବନେଶ୍ୱର, ୨୦।୪(ବ୍ୟୁରୋ): ବିଜେଡି ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳର ରାଜ୍ୟ ସାଂଗଠନିକ ସମ୍ପାଦକ ଭାବେ କମଳାକାନ୍ତ ମହାପାତ୍ରଙ୍କୁ ଶନିବାର ନିଯୁକ୍ତି ଦେଇଛନ୍ତି। 

ବେଦ ପ୍ରକାଶ ଅଗ୍ରଓ୍ବାଲଙ୍କ ପରଲୋକରେ ଶୋକପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ବେଦ ପ୍ରକାଶ ଅଗ୍ରଓ୍ବାଲଙ୍କ ପରଲୋକରେ ଶୋକପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୦।୪(ବ୍ୟୁରୋ): ବେଦ ପ୍ରକାଶ ଅଗ୍ରଓ୍ବାଲଙ୍କ ପରଲୋକରେ ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଟୁଇଟ୍‌ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ସେ ଦୀର୍ଘ ଦିନ ଧରି ଲୋକଙ୍କ ପାଇଁ କାମ କରିଛନ୍ତି।

କାଳବୈଶାଖୀ ବଜ୍ରପାତରେ ୨ ଆହତ

କାଳବୈଶାଖୀ ବଜ୍ରପାତରେ ୨ ଆହତ

ଖୋର୍ଦ୍ଧା ଅଫିସ,୨୦।୪: ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ଜଙ୍କିଆ ଥାନା ସିକୋ ଫାଣ୍ଡି ଅନ୍ତର୍ଗତ ହଜ ଗ୍ରାମର ଗୋଡିସାହିରେ ଶୁକ୍ରବାର ରାତିରେ କାଳବୈଶାଖୀ ବର୍ଷା ସହିତ ପବନ ଓ ବଜ୍ରପାତ ଘଟିଛି। 

ପାଟକୁରା ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଓ୍ବାଲଙ୍କ ପରଲୋକ

ପାଟକୁରା ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଓ୍ବାଲଙ୍କ ପରଲୋକ

ଭୁବନେଶ୍ୱର, ୨୦।୪(ବ୍ୟୁରୋ): ବରିଷ୍ଠ ନେତା ତଥା କେନ୍ଦ୍ରାପଡ଼ା ଜିଲା ପାଟକୁରା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଓ୍ବାଲଙ୍କର ଶନିବାର ପୂର୍ବାହ୍ନରେ ପରଲୋକ ଘଟିଛି। 

ନୀଳଚକ୍ର ଉପରେ ଚଢ଼ିଗଲେ ଯୁବକ

ନୀଳଚକ୍ର ଉପରେ ଚଢ଼ିଗଲେ ଯୁବକ

ପୁରୀ ଅଫିସ,୨୦।୪:ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥାକୁ ନେଇ ବାରମ୍ବାର ପ୍ରଶ୍ନ ଉଠୁଥିବା ବେଳେ ଶନିବାର ପୁଣି ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଯୁବକ ଶ୍ରୀମନ୍ଦିର ଚୂଡ଼ାକୁ ଚଢ଼ିଯିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। 

ଚୋରା ବନ୍ଧୁକ ରଖିବା ମାମଲା:  ରଞ୍ଜିତା, ଆଲୋକଙ୍କ ଜାମିନ ଆବେଦନ ଖାରଜ

ଚୋରା ବନ୍ଧୁକ ରଖିବା ମାମଲା: ରଞ୍ଜିତା, ଆଲୋକଙ୍କ ଜାମିନ ଆବେଦନ ଖାରଜ

କଟକ ଅଫିସ,୨୦।୪: ଚୋରା ବନ୍ଧୁକ ରଖି ପୋଲିସ ହାତରେ ଗିରଫ ହୋଇଥିବା ସିଏମ୍‌ସିର ପୂର୍ବତନ କର୍ପୋରେଟର ରଞ୍ଜିତା ବିଶ୍ୱାଳ ଓ ତାଙ୍କ ସହଯୋଗୀ ଆଲୋକ ପୃଷ୍ଟିଙ୍କ ଜାମିନ ଆବେଦନ ଖାରଜ ହୋଇଛି। 

ସ୍କୁଲ ଛୁଟିକୁ ନେଇ ହାଇକୋର୍ଟରେ ମାମଲା:  ରାଜ୍ୟ ସରକାରଙ୍କୁ ନୋଟିସ

ସ୍କୁଲ ଛୁଟିକୁ ନେଇ ହାଇକୋର୍ଟରେ ମାମଲା: ରାଜ୍ୟ ସରକାରଙ୍କୁ ନୋଟିସ

କଟକ ଅଫିସ,୨୦।୪: ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜନିତ ସ୍କୁଲ ଛୁଟି ଘୋଷଣାକୁ ନେଇ ହାଇକୋର୍ଟରେ ଆଡଭୋକେଟ ଶିବନାରାୟଣ ବିଶ୍ୱାଳଙ୍କ ପକ୍ଷରୁ ଏକ ମାମଲା ରୁଜୁ ହୋଇଛି। 

ଭାଜପାର ବିଜୟ ସଂକଳ୍ପ ସମାବେଶ:  କେନ୍ଦ୍ରୀୟ ଅନୁଦାନ ଖର୍ଚ୍ଚ କରୁ ନ ଥିବା ରାଜ୍ୟ ସରକାରଙ୍କୁ ହଟାଅ; ରାଜନାଥ

ଭାଜପାର ବିଜୟ ସଂକଳ୍ପ ସମାବେଶ: କେନ୍ଦ୍ରୀୟ ଅନୁଦାନ ଖର୍ଚ୍ଚ କରୁ ନ ଥିବା ରାଜ୍ୟ ସରକାରଙ୍କୁ ହଟାଅ; ରାଜନାଥ

କଟକ ସଦର, ୨୦।୪ (ଡି.ଏନ୍‌.ଏ.): କେନ୍ଦ୍ରୀୟ ଅନୁଦାନ ଖର୍ଚ୍ଚ କରିପାରୁ ନ ଥିବା ରାଜ୍ୟ ସରକାର ଓଡ଼ିଶାର ପ୍ରଗତିରେ ମୁଖ୍ୟ ପ୍ରତିବନ୍ଧକ ସାଜିଛନ୍ତି। ଆସନ୍ତା ସାଧାରଣ ନିର୍ବାଚନରେ ଅପାରଗ ରାଜ୍ୟ ସରକାରକୁ ହଟାଇ ଭାଜପାକୁ କ୍ଷମତାସୀନ କରିବା ପାଇଁ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି।

ଖସିଲା ପାରଦ, ତାତିରୁ ତ୍ରାହି

ଖସିଲା ପାରଦ, ତାତିରୁ ତ୍ରାହି

ଭୁବନେଶ୍ୱର,୨୦।୪(ବ୍ୟୁରୋ): ଶେଷରେ ତାତିରୁ ତ୍ରାହି ମିଳିଛି। କିଛିଦିନ ହେବ ୪୦ ଡିଗ୍ରୀ ଉପରେ ରହୁଥିବା ରାଜ୍ୟର ଅନେକ ସହରର ତାପମାତ୍ରା ଶୁକ୍ରବାର ହ୍ରାସ ପାଇଛି। ସବୁ ସହରରେ ୪୦ ଡିଗ୍ରୀରୁ କମ୍‌ ତାପମାତ୍ରା ରହିଛି। 

କେସିଆଇର ଅଲ୍‌ ବ୍ରିଡ୍‌ ଜଜ୍‌ ଭାବେ ଓଡ଼ିଶାର ସଞ୍ଜିତ କୁମାର ମନୋନୀତ

କେସିଆଇର ଅଲ୍‌ ବ୍ରିଡ୍‌ ଜଜ୍‌ ଭାବେ ଓଡ଼ିଶାର ସଞ୍ଜିତ କୁମାର ମନୋନୀତ

ଭୁବନେଶ୍ୱର,୨୦।୪(ବ୍ୟୁରୋ): କେନେଲ କ୍ଲବ ଅଫ୍‌ ଇଣ୍ଡିଆ(କେସିଆଇ)ର ଅଲ୍‌ ବ୍ରିଡ୍‌ ଜଜ୍‌ ଭାବେ ଓଡ଼ିଶାର ସଞ୍ଜିତ କୁମାର ମହାନ୍ତି ମନୋନୀତ ହୋଇଛନ୍ତି। ସେ ପ୍ରଥମ ଓଡ଼ିଆ ଭାବେ କେସିଆଇର ଅଲ୍‌ ବ୍ରିଡ୍‌ ଜଜ୍‌ ହୋଇଛନ୍ତି। 

ବ୍ରହ୍ମଗିରିରେ ମୁଖ୍ୟମନ୍ତ୍ରୀଙ୍କ ରୋଡ୍‌ ଶୋ’

ବ୍ରହ୍ମଗିରିରେ ମୁଖ୍ୟମନ୍ତ୍ରୀଙ୍କ ରୋଡ୍‌ ଶୋ’

ବ୍ରହ୍ମଗିରି,୧୯।୪(ଡି.ଏନ୍‌.ଏ.): ପୁରୀ ଜିଲା ବ୍ରହ୍ମଗିରି ନିର୍ବାଚନମଣ୍ଡଳୀରେ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରୋଡ୍‌ ଶୋ’ କରିଛନ୍ତି। ପୂର୍ବାହ୍ନ ୧୧.୪୫ରେ ସାତପଡ଼ାରୁ ବାହାରି ବ୍ରହ୍ମଗିରି ଦେଇ ପୁରୀ ଅଭିମୁଖେ ଗସ୍ତ କରିଥିଲେ। 


Model This Week

କ୍ରିଷ୍ଣା
Why Dharitri