ମେଟ୍ରୋ |

ରତ୍ନଭଣ୍ଡାରରୁ ଗଳୁଛି ପାଣି

ରତ୍ନଭଣ୍ଡାରରୁ ଗଳୁଛି ପାଣି
ପୁରୀ ଅଫିସ, ୨୬।୩: ବର୍ଷା ହେଲେ ରତ୍ନଭଣ୍ଡାର ଘରୁ ପାଣି ଗଳୁଛି। କାନ୍ଥର ପ୍ଲାଷ୍ଟର ଦୁର୍ବଳ ହୋଇଗଲାଣି। ରତ୍ନଭଣ୍ଡାର ଦୁର୍ବଳ ସ୍ଥିତିରେ ରହିଥିବା ନେଇ ଶ୍ରୀମନ୍ଦିର ପ୍ରଶାସନକୁ ଅବଗତ କରାଇଛୁ। ଏହାର ଯାଞ୍ଚ ଓ ମରାମତି ଦରକାର ବୋଲି କହିଛନ୍ତି ଶ୍ରୀମନ୍ଦିର ଭଣ୍ଡାର ମେକାପ ନାରାୟଣ ମେକାପ। ସେ ଗଣମାଧ୍ୟମକୁ କହିଛନ୍ତି ଯେ, ରତ୍ନଭଣ୍ଡାରରେ ଥିବା ଅଳଙ୍କାର ସୁରକ୍ଷିତ ଅଛି। ରତ୍ନଭଣ୍ଡାରରେ ୩ଟି ଗୃହ ରହିଛି। ଗୋଟିଏ ଗୋଟିଏ ଗୃହର ଚଉଡା ୧୫-୨୦ଫୁଟ। ରତ୍ନଭଣ୍ଡାର ଯାଞ୍ଚ ପୂର୍ବରୁ ଅସ୍ଥାୟୀ ଭଣ୍ଡାର ନିର୍ମାଣ କରାଯିବା ଦରକାର। ସମସ୍ତ ସ୍ବର୍ଣ୍ଣ ଅଳଙ୍କାର ସେଠାରେ ସୁରକ୍ଷିତ ଭାବେ ରହିବା ପରେ ଏଏସ୍‌ଆଇ ଯାଞ୍ଚ କରିବା ସହ ମରାମତି କରିବା ଉଚିତ ବୋଲି ମେକାପ କହିଛନ୍ତି। ଭିତର ରତ୍ନଭଣ୍ଡାର ଯାଞ୍ଚ ଜରୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାରର ବାହାର ଦୁଇ ପାର୍ଶ୍ୱ ଅନୁଧ୍ୟାନ କରାଯାଇଛି। ଜଗମୋହନ ଓ ନାଭିକଟା ମଣ୍ଡପ ପାର୍ଶ୍ୱରେ ଯାଞ୍ଚ ହୋଇଛି। ବାହାର ପାର୍ଶ୍ୱ ଯାଞ୍ଚରୁ ସ୍ଥିତି ସ୍ପଷ୍ଟ ହେଉନାହିଁ। ରତ୍ନଭଣ୍ଡାର ଦୁର୍ବଳ ଥିଲା ଭଳି ଜଣାପଡୁନାହିଁ। ଭିତର ପାର୍ଶ୍ୱ ଯାଞ୍ଚ ହେବା ପରେ ହିଁ ସ୍ଥିତି ସ୍ପଷ୍ଟ ହେବ। ଶ୍ରୀମନ୍ଦିର ପ୍ରଶାସନ ଅନୁମତି ଦେଲେ ମଙ୍ଗଳବାର ରତ୍ନଭଣ୍ଡାରର ଭିତର ପାର୍ଶ୍ୱ ଯାଞ୍ଚ କରିବୁ ବୋଲି ଏଏସ୍‌ଆଇର ଅବସରପ୍ରାପ୍ତ ଯୁଗ୍ମ ଡିଜି ସୀମାଦ୍ରି ବିହାରୀ ଓତା କହିଛନ୍ତି। ୫ ବର୍ଷ ତଳୁ ରତ୍ନଭଣ୍ଡାର ଖୋଲିବାକୁ ହୋଇଛି ସୁପାରିସ: ଶ୍ରୀମନ୍ଦିର ପରିସରରେ ଥିବା ପାର୍ଶ୍ୱ ଦେବଦେବୀ ମନ୍ଦିର ଏବଂ ଅନ୍ୟାନ୍ୟ ଷ୍ଟ୍ରକ୍‌ଚର ସ୍ଥିତି ଯାଞ୍ଚ କରି ଷ୍ଟାଟସ ରିପୋର୍ଟ ଲାଗି ଏକ ୫ଜଣିଆ କମିଟି ଗଠନ କରିଥିଲା ଏଏସ୍‌ଆଇ। ରାଜ୍ୟ ପ୍ରତ୍ନତତ୍ତ୍ବ ସଂସ୍ଥାର ପ୍ରାକ୍ତନ ଅଧୀକ୍ଷକ ବିଜୟ କୁମାର ରଥ ଥିଲେ ଏହି କମିଟିର ଅଧ୍ୟକ୍ଷ। ୨୦୧୩ ମସିହାରେ ଏହି କମିଟି ଶ୍ରୀମନ୍ଦିର ପରିସରରେ ଥିବା ୧୦୩ଟି ଷ୍ଟ୍ରକ୍‌ଚର ତଥା ମନ୍ଦିର ଉପରେ ଯାଞ୍ଚ କରି ଷ୍ଟାଟସ୍‌ ରିପୋର୍ଟ ଦେଇଥିଲା। ଏହାପରେ ଆଉ ୧୪୦ଟି ଷ୍ଟ୍ରକ୍‌ଚରକୁ ନେଇ ଦ୍ୱିତୀୟ ରିପୋର୍ଟ ପ୍ରଦାନ କରାଯାଇଛି। ପ୍ରଥମ ରିପୋର୍ଟରେ ସ୍ଥାନ ପାଇଥିଲା ରତ୍ନଭଣ୍ଡାରର ସ୍ଥିତି। ସେଥିରେ ରତ୍ନଭଣ୍ଡାର ଏକ ଅମୁହାଁ ଦେଉଳ ବୋଲି ଦର୍ଶାଯାଇଛି। ଏହାର ଭିତର ପାର୍ଶ୍ୱ ଯାଞ୍ଚ କରାଯିବା ସହିତ ବାହାର ପାର୍ଶ୍ୱରୁ ପଲସ୍ତରା ଛଡାଯାଇ ପାଣି ନ ଗଳିବା ଲାଗି ୱାଟର ଟାଇଟ୍‌ନିଙ୍ଗ କରିବା ଲାଗି କମିଟି ସୁପାରିସ କରିଥିଲା। ଏହି ରିପୋର୍ଟ ଆଧାରରେ ପାର୍ଶ୍ୱ ଦେବଦେବୀ ମନ୍ଦିର ଏଏସ୍‌ଆଇ ମରାମତି କରୁଥିବା ବେଳେ ରତ୍ନଭଣ୍ଡାରକୁ ଭୁଲିଯାଇଛି। ପ୍ରକାଶ ଯେ, ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରକୁ ନେଇ ଏବେ ସବୁଠି ଚର୍ଚ୍ଚା। ସୋମବାର ଶ୍ରୀମନ୍ଦିରର ବାହାର ଏବଂ ଭିତର ରତ୍ନଭଣ୍ଡାର ଯାଞ୍ଚ ହୋଇପାରିନାହିଁ। ହାଇକୋର୍ଟ ନିର୍ଦ୍ଦେଶ କାର୍ଯ୍ୟକାରୀ ହୋଇପାରିବ କି ନାହିଁ ତାହା ଏବେ ବି ଅନିଶ୍ଚିତତା ଭିତରେ ରହିଛି। କିନ୍ତୁ ଭିତର ରତ୍ନଭଣ୍ଡାର ଯାଞ୍ଚ ଲାଗି ଏଏସ୍‌ଆଇ ଗଠନ କରିଛି ସ୍ବତନ୍ତ୍ର କମିଟି। ହାଇକୋର୍ଟ ଦ୍ୱାରା ନିଯୁକ୍ତ କମିଶନ ଏନ୍‌.କେ. ମହାନ୍ତି ଏବଂ ଏଏସ୍‌ଆଇର ସ୍ବତନ୍ତ୍ର କମିଟି ସୋମବାର ଅପରାହ୍ନରେ ଶ୍ରୀମନ୍ଦିର ଆସି ରତ୍ନଭଣ୍ଡାର ବାହାର ପାର୍ଶ୍ୱ ଦେଖିଛନ୍ତି। ରତ୍ନଭଣ୍ଡାର ଛାତର ସ୍ଥିତିକୁ କାଠ ହାତୁଡିରେ ବାଡେଇ ଅନୁଧ୍ୟାନ କରିଛନ୍ତି। ଏହି ସ୍ବତନ୍ତ୍ର କମିଟିରେ ଏଏସ୍‌ଆଇର ଅବସରପ୍ରାପ୍ତ ଯୁଗ୍ମ ଡିଜି ସୀମାଦ୍ରି ବିହାରୀ ଓତା, ଅବସରପ୍ରାପ୍ତ ସଂରକ୍ଷଣ ନିର୍ଦ୍ଦେଶକ ଅଶୋକ କୁମାର ପଟେଲ, ଅବସରପ୍ରାପ୍ତ ଅଧୀକ୍ଷକ ଜୀବନ ପଟ୍ଟନାୟକ, ଶ୍ରୀମନ୍ଦିର କୋର୍‌ କମିଟିର କାର୍ଯ୍ୟକାରୀ ଅଧ୍ୟକ୍ଷ ଗୋପାଳ ଚନ୍ଦ୍ର ମିତ୍ର, ରାଜ୍ୟ ପ୍ରତ୍ନତତ୍ତ୍ବ ସଂସ୍ଥା ପ୍ରାକ୍ତନ ଅଧୀକ୍ଷକ ବିଜୟ କୁମାର ରଥ ଏବଂ ଏଏସ୍‌ଆଇ ଭୁବନେଶ୍ୱର ସର୍କଲର ସୁପରିଣ୍ଟେଣ୍ଡିଂ ଆର୍କିଓଲୋଜିଷ୍ଟ ହେମସାଗର ଅଭୟ ନାୟକ ରହିଛନ୍ତି।
All Right Reserved By

ମେଟ୍ରୋ |

ନରେନ୍ଦ୍ର ପୁଷ୍କରିଣୀରୁ କଢ଼ାଗଲା ଡଙ୍ଗା

ନରେନ୍ଦ୍ର ପୁଷ୍କରିଣୀରୁ କଢ଼ାଗଲା ଡଙ୍ଗା

ପୁରୀ ଅଫିସ, ୧୯ା୪: ଆସନ୍ତା ମେ ୭ ତାରିଖରୁ ଆରମ୍ଭ ହେବ ମହାପ୍ରଭୁଙ୍କ ଚନ୍ଦନଯାତ୍ରା। ବାହାର ଚନ୍ଦନଯାତ୍ରାରେ ମହାପ୍ରଭୁ ପବିତ୍ର ନରେନ୍ଦ୍ର ପୁଷ୍କରିଣୀରେ ଚାପ ଖେଳିବେ। 

ବଟଗୋସାଇଁଙ୍କ ମାଇପିମେଳା ଯାତ୍ରା:ଗୁହାରିଆ ପଡ଼ିଲେ ୨ଶହ ନିଃସନ୍ତାନ ମହିଳା

ବଟଗୋସାଇଁଙ୍କ ମାଇପିମେଳା ଯାତ୍ରା:ଗୁହାରିଆ ପଡ଼ିଲେ ୨ଶହ ନିଃସନ୍ତାନ ମହିଳା

ନିମାପଡ଼ା,୧୯ା୪(ଡି.ଏନ୍‌.ଏ.):ପୁରୀ ଜିଲାର ନିମାପଡ଼ା ବ୍ଲକ ଅନ୍ତର୍ଗତ ଅଂଶାଲୋ, କାହ୍ନପୁର, ନଢ଼ଣା ଗ୍ରାମର କେନ୍ଦ୍ରସ୍ଥଳିରେ ଥିବା ପ୍ରଭୁ ବଟ ଗୋସାଇଁଙ୍କ ମାଇପି ମେଳା ଯାତ୍ରା ଗୁରୁବାର ଅନୁଷ୍ଠିତ ହୋଇଯାଇଛି।

ଦୟଣା ଲାଗି ହେଲେ ମହାପ୍ରଭୁ

ଦୟଣା ଲାଗି ହେଲେ ମହାପ୍ରଭୁ

ପୁରୀ ଅଫିସ,୧୯ା୪:ଚୈତ୍ର ଶୁକ୍ଳ ତ୍ରୟୋଦଶୀରେ ରାମକୃଷ୍ଣ ଦୟଣା ଚୋରି କରିଥିଲେ। ମଦନମୋହନ, ଶ୍ରୀଦେବୀ, ଭୂଦେବୀ ଭୋଗମଣ୍ଡପ ଘରେ ବନ୍ଧା ପଡ଼ିିଥିଲେ। 

 ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ କେନ୍ଦ୍ରମନ୍ତ୍ରୀ ଉମା ଭାରତୀ:ନବୀନ ଓଡ଼ିଶାବାସୀଙ୍କୁ ଧୋକା ଦେଇଛନ୍ତି

ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ କେନ୍ଦ୍ରମନ୍ତ୍ରୀ ଉମା ଭାରତୀ:ନବୀନ ଓଡ଼ିଶାବାସୀଙ୍କୁ ଧୋକା ଦେଇଛନ୍ତି

କଟକ ଅଫିସ୍‌/ ପୁରୀ ଅଫିସ, ୧୯ା୪:ମହାନଦୀ ଜଳ ବିବାଦ ନେଇ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିଭ୍ରାନ୍ତ କରାଯାଇଥିଲା।

କେନ୍ଦ୍ର ଅବହେଳାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଭିଡିଓ ଭାଇରାଲ

କେନ୍ଦ୍ର ଅବହେଳାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଭିଡିଓ ଭାଇରାଲ

ଭୁବନେଶ୍ୱର,୧୯ା୪(ବ୍ୟୁରୋ):କେନ୍ଦ୍ର ସରକାର ଓଡ଼ିଶାକୁ ଅବହେଳା କରୁଛନ୍ତି। ଏହି ମର୍ମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେତେଜଣ ଯୁବତୀଯୁବକଙ୍କ ସହ ଆଲୋଚନା କରୁଥିବାର ଏକ ଭିଡିଓ ଭାଇରାଲ ହୋଇଛି। 

ବଢୁଛି ବିଜେଡିର ରାଜନୈତିକ ହିଂସା:ହିଂସାକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲା ଭାଜପା

ବଢୁଛି ବିଜେଡିର ରାଜନୈତିକ ହିଂସା:ହିଂସାକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲା ଭାଜପା

ଭୁବନେଶ୍ୱର,୧୯ା୪(ବ୍ୟୁରୋ):ରାଜ୍ୟରେ ଆତଙ୍କରାଜ ଚଳାଇ ଶାସକ ବିଜେଡିର ନେତା ଓ ଗୁଣ୍ଡାମାନେ ଭାଜପା ପ୍ରାର୍ଥୀ ଏବଂ କର୍ମୀଙ୍କୁ ଆକ୍ରମଣ କରୁଛନ୍ତି ା ରାଜନୈତିକ ହତ୍ୟାକାଣ୍ଡ  ମଧ୍ୟ ରାଜ୍ୟରେ ହୋଇସାରିଲାଣି ା

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା :  ଅବସରପ୍ରାପ୍ତ କନିଷ୍ଠ ଯନ୍ତ୍ରୀ ଦଣ୍ଡିତ

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା : ଅବସରପ୍ରାପ୍ତ କନିଷ୍ଠ ଯନ୍ତ୍ରୀ ଦଣ୍ଡିତ

କଟକ ଅଫିସ୍‌, ୧୯।୪- ଆୟ ବହିର୍ଭୂତ ସମ୍ପତ୍ତି ଠୁଳକରି ଭିଜିଲାନ୍ସ ଅଦାଲତରେ ଦଣ୍ଡିତ ହୋଇଛନ୍ତି ଅବସରପ୍ରାପ୍ତ କନିଷ୍ଠଯନ୍ତ୍ରୀ ନିର୍ମଳ କୁମାର ବେଉରା। ସେ ନୂଆପଡ଼ା ଜିଲା କୋମନା ବ୍ଲକରେ କାର୍ଯ୍ୟ କରୁଥିଲେ। 

ରେଭେନ୍‌ଶାରେ ଛାତ୍ରୀଙ୍କୁ ର଼୍ୟାଗିଂ ଘଟଣା :  ୧୪ ଦିନ ପୂରିଲା: ଦଣ୍ଡାଦେଶ ମାନିଲେନି

ରେଭେନ୍‌ଶାରେ ଛାତ୍ରୀଙ୍କୁ ର଼୍ୟାଗିଂ ଘଟଣା : ୧୪ ଦିନ ପୂରିଲା: ଦଣ୍ଡାଦେଶ ମାନିଲେନି

କଟକ ଅଫିସ,୧୯।୪- ରେଭେନ୍‌ଶା ବିଶ୍ୱବିଦ୍ୟାଳୟର କାଠଯୋଡ଼ି ହଷ୍ଟେଲରେ ଘଟିଥିବା ଛାତ୍ରୀ ର଼୍ୟାଗିଂ ଘଟଣାର ତଦନ୍ତ ରିପୋର୍ଟ ଗତ ୫ ତାରିଖରେ ୟୁନିଭର୍ସିଟି ଗ୍ରାଣ୍ଟ କମିଶନ(ୟୁଜିସି) ନିକଟରେ ବିଶ୍ୱବିଦ୍ୟାଳୟର ଆଣ୍ଟି ର଼୍ୟାଗିଂ ସେଲ୍‌ ପକ୍ଷରୁ ଦାଖଲ କରାଯାଇଥିଲା। 

ଯୁବକଙ୍କୁ ଗଛରେ ବାନ୍ଧି ପିଟିବା ଘଟଣା :  ଓଏଚ୍‌ଆର୍‌ସିରେ ଅଭିଯୋଗ

ଯୁବକଙ୍କୁ ଗଛରେ ବାନ୍ଧି ପିଟିବା ଘଟଣା : ଓଏଚ୍‌ଆର୍‌ସିରେ ଅଭିଯୋଗ

କଟକ ଅଫିସ, ୧୯।୪- ବାଙ୍କୀ ଥାନା ଅଧୀନ ବାଉଁଶପୁଟ ପଞ୍ଚାୟତ ପାଳପୁଟ ଗଁାଦାଣ୍ଡର ଏକ ନଡ଼ିଆଗଛରେ ଗତ ମାର୍ଚ୍ଚ ୨୪ ତାରିଖରେ କେତେଜଣ ଯୁବକ ଟିଲୁ ପାତ୍ର(୧୮)ଙ୍କୁ ବାନ୍ଧି ନିସ୍ତୁକ ପିଟିଥିଲେ। ଲୁହାଛଡ଼ରେ ଟିଲୁଙ୍କୁ ଅମାନୁଷିକ ଭାବେ ପିଟିବା ସହିତ ତାଙ୍କ ପାଦରେ ଶାବଳ ପକାଇ ଚଢିଯାଇଥିଲେ।

ସରକାରଙ୍କ ସ୍କୁଲ ଛୁଟି ନିର୍ଦ୍ଦେଶନାମା :  ଖାତିର କଲେନି ଘରୋଇ ବିଦ୍ୟାଳୟ

ସରକାରଙ୍କ ସ୍କୁଲ ଛୁଟି ନିର୍ଦ୍ଦେଶନାମା : ଖାତିର କଲେନି ଘରୋଇ ବିଦ୍ୟାଳୟ

ଭୁବନେଶ୍ୱର,୧୯।୪(ବ୍ୟୁରୋ)- ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏପ୍ରିଲ ୧୮ରୁ ସମସ୍ତ ସରକାରୀ ଏବଂ ବେସରକାରୀ ସ୍କୁଲ ଛୁଟି କରିବାକୁ ସରକାର ଘୋଷଣା କରିଥିଲେ। ଏହି କ୍ରମରେ ଗୁରୁବାରଠାରୁ ରାଜ୍ୟର ସମସ୍ତ ସ୍କୁଲ ବନ୍ଦ ରଖିବା ପାଇଁ ବୁଧବାର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା।

୪୦.୮ ଡିଗ୍ରୀରେ ମାଲକାନଗିରି :  ୨୨ ପର୍ଯ୍ୟନ୍ତ କାଳବୈଶାଖୀ

୪୦.୮ ଡିଗ୍ରୀରେ ମାଲକାନଗିରି : ୨୨ ପର୍ଯ୍ୟନ୍ତ କାଳବୈଶାଖୀ

ଭୁବନେଶ୍ୱର,୧୯।୪(ବ୍ୟୁରୋ)- ରାଜ୍ୟରେ ପୂର୍ବାପେକ୍ଷା ଗୁରୁବାର ସାମାନ୍ୟ ତାପମାତ୍ରା କମିଛି। କିନ୍ତୁ ଗରମ, ଗୁଳୁଗୁଳି ଯେଉଁଭଳି ଅନୁଭୂତ ହେଉଥିଲା, ସେଥିରେ କୌଣସି ପରିବର୍ତ୍ତନ ହୋଇନି। ଗୁରୁବାର ମାଲକାନଗିରିରେ ସର୍ବାଧିକ ତାପମାତ୍ରା ୪୦.୮ ଡିଗ୍ରୀ ରେକର୍ଡ କରାଯାଇଛି।

୧୮ ବର୍ଷରେ ଫିଲ୍ମ ମେକର  - ଅନ୍ତର୍ଜାତୀୟ ସ୍ତରରେ  ରାଜକିଶୋରଙ୍କ ‘ମାୟା’ ପ୍ରଶଂସିତ

୧୮ ବର୍ଷରେ ଫିଲ୍ମ ମେକର - ଅନ୍ତର୍ଜାତୀୟ ସ୍ତରରେ ରାଜକିଶୋରଙ୍କ ‘ମାୟା’ ପ୍ରଶଂସିତ

ଭୁବନେଶ୍ୱର,୧୯।୪(ବ୍ୟୁରୋ)- ବୟସ ମାତ୍ର ୧୮ବର୍ଷ। ହେଲେ ପ୍ୟାଶନ ଫିଲ୍ମ ମେକିଂ। ଏତେ କମ୍‌ ବୟସରେ ଏକ ଡକ୍ୟୁମେଣ୍ଟାରୀ ଫିଲ୍ମ ନିର୍ମାଣ କରି ଚର୍ଚ୍ଚା ପରିସରକୁ ଆସିଛନ୍ତି ଓଡ଼ିଶାର ରାଜକିଶୋର ମହାପାତ୍ର। 


Model This Week

କ୍ରିଷ୍ଣା
Why Dharitri