ମେଟ୍ରୋ |

୧୯୦୫ରେ ଖୋଲିଥିଲା ଭିତର ରତ୍ନଭଣ୍ଡାର

୧୯୦୫ରେ ଖୋଲିଥିଲା ଭିତର ରତ୍ନଭଣ୍ଡାର
ପୁରୀ ଅଫିସ, ୨୬।୩: ଶ୍ରୀମନ୍ଦିର ରତ୍ନଭଣ୍ଡାର ଗୃହ ସ୍ଥିତି ଯାଞ୍ଚକୁ ନେଇ ଏବେ ରାଜ୍ୟବ୍ୟାପୀ ଚାଲିଛି ଚର୍ଚ୍ଚା ଓ ଆଲୋଚନା। ବିଭିନ୍ନ ସମୟରେ ରୋଚକ ତଥ୍ୟ ବି ପଦାକୁ ଆସୁଛି। ବେଳେବେଳେ ଏହାକୁ ନେଇ ଶ୍ରଦ୍ଧାଳୁ ଦ୍ୱନ୍ଦ୍ୱରେ ପଡୁଛନ୍ତି। ଏହି ଦ୍ୱନ୍ଦ୍ୱକୁ ଦୂର କରିବା ପାଇଁ ଶ୍ରୀମନ୍ଦିର ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମୀଧର ପୂଜାପଣ୍ଡା ଏକ ପ୍ରେସ୍‌ ବିଜ୍ଞପ୍ତିରେ ରତ୍ନଭଣ୍ଡାର ସମ୍ପର୍କରେ କିଛି ତଥ୍ୟ ପଦାକୁ ଆଣିଛନ୍ତି। ରତ୍ନଭଣ୍ଡାର ପ୍ରଥମଥର ଲାଗି ଖୋଲାଯାଉ ନାହିଁ। ୧୯୦୫ ମସିହାରେ ମ୍ୟାନେଜର ରାଜକିଶୋର ଦାସଙ୍କ ସମୟରେ ଭିତର ରତ୍ନଭଣ୍ଡାର ଖୋଲାଯାଇ ସେଠାରେ ଥିବା ଜିନିଷ ଗଣତି ହୋଇଥିଲା। ପଣ୍ଡିତ ସୂର୍ଯ୍ୟନାରାୟଣ ଦାସଙ୍କ ରଚିତ ଜଗନ୍ନାଥ ମନ୍ଦିର ଓ ଜଗନ୍ନାଥ ତତ୍ତ୍ବ ପୁସ୍ତକର ୨୦୦୨ ମସିହାରେ ପ୍ରକାଶିତ ପଞ୍ଚମ ସଂସ୍କରଣରେ ଏହା ଉଲ୍ଲେଖ ରହିଛି। ୧୯୨୬, ୧୯୭୮ରେ ହୋଇଥିଲା ତାଲିକା: ରତ୍ନଭଣ୍ଡାରରେ ଥିବା ସୁନା, ରୁପା, ମଣିମୁକ୍ତା ଖଚିତ ଅଳଙ୍କାର ଆଦିର ତାଲିକା ୧୯୨୬ରେ ପ୍ରସ୍ତୁତ କରାଯାଇ ତତ୍କାଳୀନ ଗଜପତି ରାଜା ସାହେବଙ୍କ ସ୍ବୀକୃତି ପାଇ ପୁରୀ ଜିଲାପାଳଙ୍କ ଅଫିସ ରେକର୍ଡ ରୁମ୍‌ରେ ଜଉମୁଦ ଦିଆଯାଇ ରଖାଯାଇଥିଲା। ରାଜ୍ୟ ସରକାର ଶ୍ରୀମନ୍ଦିର ପରିଚାଳନା ଦାୟିତ୍ୱ ନେବା ପରେ ସରକାରଙ୍କ ଦ୍ୱାରା ଗଠିତ ଶ୍ରୀମନ୍ଦିର ପ୍ରଶାସନ ଉନ୍ନୟନ କମିଟି ସୁପାରିସ କ୍ରମେ ଏବଂ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ପରିଚାଳନା କମିଟି ଦ୍ୱାରା ତା୧୩।୫।୭୮ରୁ ୨୩।୭।୭୮ ମଧ୍ୟରେ ନିୟମାନୁଯାୟୀ ରତ୍ନଭଣ୍ଡାର(ଭିତର ଓ ବାହାର)ରେ ରଖାଯାଇଥିବା ସମସ୍ତ ସାମଗ୍ରୀର ପୂର୍ଣ୍ଣାଙ୍ଗ ତାଲିକା ପ୍ରସ୍ତୁତ କରାଯାଇଥିଲା। ୧୯୮୨, ୧୯୮୫ରେ ବି ଖୋଲାଯାଇଥିଲା: ୧୯୮୨ ଡିସେମ୍ବର ୨୬ରେ କଳାହାଟ ଦ୍ୱାର ରୁପା ଛାଉଣି ମରାମତି ନିମନ୍ତେ ଭିତର ରତ୍ନଭଣ୍ଡାର ଖୋଲାଯାଇ ଆବଶ୍ୟକ ରୁପା ବାହାର କରାଯାଇଥିଲା। ଶ୍ରୀବଳଭଦ୍ର ଦେବଙ୍କ ଚିତାରୁ ପଥର ଖସିପଡିବାରୁ ୧୯୮୫ ଜୁଲାଇ ୧୪ରେ ଭିତର ରତ୍ନଭଣ୍ଡାର ଖୋଲାଯାଇଥିଲା। ଏଠାରେ ଥିବା ୨ଟି ଚିତା ମଧ୍ୟରୁ ଗୋଟିଏ ବାହାର କରାଯାଇ ସେହିବର୍ଷ ଚିତାଲାଗି ଅମାବାସ୍ୟା ଦିନ ଅର୍ଥାତ୍‌ ଜୁଲାଇ ୧୮ରେ ଶ୍ରୀବଳଭଦ୍ରଙ୍କୁ ଲାଗି କରାଯାଇଥିଲା। ଶ୍ରୀମନ୍ଦିର ଆଇନରେ ରହିଛି ବ୍ୟବସ୍ଥା: ରତ୍ନଭଣ୍ଡାର ଖୋଲାଯିବା ସମ୍ପର୍କରେ ଶ୍ରୀମନ୍ଦିର ଆଇନରେ ମଧ୍ୟ ବ୍ୟବସ୍ଥା ରହିଛି। ଏହି ଆଇନର ଧାରା ୩୨ ଅନୁଯାୟୀ, ରାଜ୍ୟ ସରକାର ଶ୍ରୀଜଗନ୍ନାଥ ମନ୍ଦିର ନିୟମ-୧୯୬୦ର ୫ ଧାରାରେ ରତ୍ନଭଣ୍ଡାରରେ ଗଚ୍ଛିତ ଥିବା ସମସ୍ତ ଜିନିଷାତ୍‌ ଶ୍ରୀମନ୍ଦିର ପରିଚାଳନା କମିଟି କିପରି ଭାବେ ଅଧିଗ୍ରହଣ କରିବେ ତାହା ଉଲ୍ଲେଖ କରାଯାଇଛି। ଏହି ନିୟମର ୬ ଧାରାରେ ଉଲ୍ଲେଖ ଅଛି ଯେ, ଧାରା ୫ ଅନୁଯାୟୀ, ଅଧିଗ୍ରହଣ ହୋଇଥିବା ସମସ୍ତ ଜିନିଷାତ୍‌ ଯାହା ବ୍ୟବହାରରେ ଲାଗୁ ନାହିଁ ତାହା ଭିତର ଭଣ୍ଡାରରେ ଡବଲ ଲକ୍‌ରେ ରଖାଯାଇ ଏହାକୁ ସିଲ୍‌ କରାଯିବ। ପ୍ରଶାସକ ଉକ୍ତ ଚାବିକୁ ସରକାରୀ ଟ୍ରେଜେରିକୁ ହସ୍ତାନ୍ତର କରିବେ। କୌଣସି ସମୟରେ ଭିତର ରତ୍ନଭଣ୍ଡାର ଖୋଲିବା ପ୍ରୟୋଜନ ହେଲେ ରାଜ୍ୟ ସରକାରଙ୍କ ଅନୁମତିର ଆବଶ୍ୟକତା ରହିଛି। ରାଜ୍ୟ ସରକାର କିଛି ନିୟମ ଓ ସୀମା ଉଲ୍ଲେଖପୂର୍ବକ ସ୍ବତନ୍ତ୍ର ଅନୁମତିପତ୍ର ପ୍ରଦାନ କରିବେ। ତଦନୁସାରେ ରତ୍ନଭଣ୍ଡାର ଖୋଲାଯିବାର ବିଧି ବ୍ୟବସ୍ଥା ରହିଛି।
All Right Reserved By

ମେଟ୍ରୋ |

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା :  ଅବସରପ୍ରାପ୍ତ କନିଷ୍ଠ ଯନ୍ତ୍ରୀ ଦଣ୍ଡିତ

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା : ଅବସରପ୍ରାପ୍ତ କନିଷ୍ଠ ଯନ୍ତ୍ରୀ ଦଣ୍ଡିତ

କଟକ ଅଫିସ୍‌, ୧୯।୪- ଆୟ ବହିର୍ଭୂତ ସମ୍ପତ୍ତି ଠୁଳକରି ଭିଜିଲାନ୍ସ ଅଦାଲତରେ ଦଣ୍ଡିତ ହୋଇଛନ୍ତି ଅବସରପ୍ରାପ୍ତ କନିଷ୍ଠଯନ୍ତ୍ରୀ ନିର୍ମଳ କୁମାର ବେଉରା। ସେ ନୂଆପଡ଼ା ଜିଲା କୋମନା ବ୍ଲକରେ କାର୍ଯ୍ୟ କରୁଥିଲେ। 

ରେଭେନ୍‌ଶାରେ ଛାତ୍ରୀଙ୍କୁ ର଼୍ୟାଗିଂ ଘଟଣା :  ୧୪ ଦିନ ପୂରିଲା: ଦଣ୍ଡାଦେଶ ମାନିଲେନି

ରେଭେନ୍‌ଶାରେ ଛାତ୍ରୀଙ୍କୁ ର଼୍ୟାଗିଂ ଘଟଣା : ୧୪ ଦିନ ପୂରିଲା: ଦଣ୍ଡାଦେଶ ମାନିଲେନି

କଟକ ଅଫିସ,୧୯।୪- ରେଭେନ୍‌ଶା ବିଶ୍ୱବିଦ୍ୟାଳୟର କାଠଯୋଡ଼ି ହଷ୍ଟେଲରେ ଘଟିଥିବା ଛାତ୍ରୀ ର଼୍ୟାଗିଂ ଘଟଣାର ତଦନ୍ତ ରିପୋର୍ଟ ଗତ ୫ ତାରିଖରେ ୟୁନିଭର୍ସିଟି ଗ୍ରାଣ୍ଟ କମିଶନ(ୟୁଜିସି) ନିକଟରେ ବିଶ୍ୱବିଦ୍ୟାଳୟର ଆଣ୍ଟି ର଼୍ୟାଗିଂ ସେଲ୍‌ ପକ୍ଷରୁ ଦାଖଲ କରାଯାଇଥିଲା। 

ଯୁବକଙ୍କୁ ଗଛରେ ବାନ୍ଧି ପିଟିବା ଘଟଣା :  ଓଏଚ୍‌ଆର୍‌ସିରେ ଅଭିଯୋଗ

ଯୁବକଙ୍କୁ ଗଛରେ ବାନ୍ଧି ପିଟିବା ଘଟଣା : ଓଏଚ୍‌ଆର୍‌ସିରେ ଅଭିଯୋଗ

କଟକ ଅଫିସ, ୧୯।୪- ବାଙ୍କୀ ଥାନା ଅଧୀନ ବାଉଁଶପୁଟ ପଞ୍ଚାୟତ ପାଳପୁଟ ଗଁାଦାଣ୍ଡର ଏକ ନଡ଼ିଆଗଛରେ ଗତ ମାର୍ଚ୍ଚ ୨୪ ତାରିଖରେ କେତେଜଣ ଯୁବକ ଟିଲୁ ପାତ୍ର(୧୮)ଙ୍କୁ ବାନ୍ଧି ନିସ୍ତୁକ ପିଟିଥିଲେ। ଲୁହାଛଡ଼ରେ ଟିଲୁଙ୍କୁ ଅମାନୁଷିକ ଭାବେ ପିଟିବା ସହିତ ତାଙ୍କ ପାଦରେ ଶାବଳ ପକାଇ ଚଢିଯାଇଥିଲେ।

ସରକାରଙ୍କ ସ୍କୁଲ ଛୁଟି ନିର୍ଦ୍ଦେଶନାମା :  ଖାତିର କଲେନି ଘରୋଇ ବିଦ୍ୟାଳୟ

ସରକାରଙ୍କ ସ୍କୁଲ ଛୁଟି ନିର୍ଦ୍ଦେଶନାମା : ଖାତିର କଲେନି ଘରୋଇ ବିଦ୍ୟାଳୟ

ଭୁବନେଶ୍ୱର,୧୯।୪(ବ୍ୟୁରୋ)- ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏପ୍ରିଲ ୧୮ରୁ ସମସ୍ତ ସରକାରୀ ଏବଂ ବେସରକାରୀ ସ୍କୁଲ ଛୁଟି କରିବାକୁ ସରକାର ଘୋଷଣା କରିଥିଲେ। ଏହି କ୍ରମରେ ଗୁରୁବାରଠାରୁ ରାଜ୍ୟର ସମସ୍ତ ସ୍କୁଲ ବନ୍ଦ ରଖିବା ପାଇଁ ବୁଧବାର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା।

୪୦.୮ ଡିଗ୍ରୀରେ ମାଲକାନଗିରି :  ୨୨ ପର୍ଯ୍ୟନ୍ତ କାଳବୈଶାଖୀ

୪୦.୮ ଡିଗ୍ରୀରେ ମାଲକାନଗିରି : ୨୨ ପର୍ଯ୍ୟନ୍ତ କାଳବୈଶାଖୀ

ଭୁବନେଶ୍ୱର,୧୯।୪(ବ୍ୟୁରୋ)- ରାଜ୍ୟରେ ପୂର୍ବାପେକ୍ଷା ଗୁରୁବାର ସାମାନ୍ୟ ତାପମାତ୍ରା କମିଛି। କିନ୍ତୁ ଗରମ, ଗୁଳୁଗୁଳି ଯେଉଁଭଳି ଅନୁଭୂତ ହେଉଥିଲା, ସେଥିରେ କୌଣସି ପରିବର୍ତ୍ତନ ହୋଇନି। ଗୁରୁବାର ମାଲକାନଗିରିରେ ସର୍ବାଧିକ ତାପମାତ୍ରା ୪୦.୮ ଡିଗ୍ରୀ ରେକର୍ଡ କରାଯାଇଛି।

୧୮ ବର୍ଷରେ ଫିଲ୍ମ ମେକର  - ଅନ୍ତର୍ଜାତୀୟ ସ୍ତରରେ  ରାଜକିଶୋରଙ୍କ ‘ମାୟା’ ପ୍ରଶଂସିତ

୧୮ ବର୍ଷରେ ଫିଲ୍ମ ମେକର - ଅନ୍ତର୍ଜାତୀୟ ସ୍ତରରେ ରାଜକିଶୋରଙ୍କ ‘ମାୟା’ ପ୍ରଶଂସିତ

ଭୁବନେଶ୍ୱର,୧୯।୪(ବ୍ୟୁରୋ)- ବୟସ ମାତ୍ର ୧୮ବର୍ଷ। ହେଲେ ପ୍ୟାଶନ ଫିଲ୍ମ ମେକିଂ। ଏତେ କମ୍‌ ବୟସରେ ଏକ ଡକ୍ୟୁମେଣ୍ଟାରୀ ଫିଲ୍ମ ନିର୍ମାଣ କରି ଚର୍ଚ୍ଚା ପରିସରକୁ ଆସିଛନ୍ତି ଓଡ଼ିଶାର ରାଜକିଶୋର ମହାପାତ୍ର। 

ଓଟିଭି ବିରୋଧରେ ଅଭିଯୋଗ:  ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜେଡି

ଓଟିଭି ବିରୋଧରେ ଅଭିଯୋଗ: ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜେଡି

ଭୁବନେଶ୍ୱର,୧୭ା୪(ବ୍ୟୁରୋ): ଭାଜପା ପ୍ରଚାରରେ ବେଆଇନ ହୋଡିର୍ଂ ବ୍ୟବହାର ଏବଂ ଭାଜପାର ପେଡ୍‌ ନ୍ୟୁଜ ପ୍ରସାରଣ କରୁଥିବା ଅଭିଯୋଗ ଆଣି ଓଟିଭି ଚ୍ୟାନେଲ ବିରୋଧରେ ପୁଣି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଫେରାଦ ହୋଇଛି ବିଜୁ ଜନତା ଦଳ। ଏହି ସବୁ ଗୁରୁତର ମାମଲାରେ ନିର୍ବାଚନ କମିଶନଙ୍କ ନିରବତାକୁ ଦଳ ପ୍ରଶ୍ନ କରିବା ସହ କାଳବିଳମ୍ବ ନକରି କଠୋର ଓ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ବିଜେଡି ଦାବି କରିଛି।

୬ ବୁଥ୍‌ରେ ମତଦାନ ହୋଇପାରିଲାନି: ଦୋଷୀ ପୋଲିଂ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ

୬ ବୁଥ୍‌ରେ ମତଦାନ ହୋଇପାରିଲାନି: ଦୋଷୀ ପୋଲିଂ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ

ଭୁବନେଶ୍ୱର, ୧୮।୪(ବ୍ୟୁରୋ): ରାଜ୍ୟର କେତେକ ସ୍ଥାନରେ ଇଭିଏମ୍‌ରେ ତ୍ରୁଟି ପରିଲଖିତ ହେବା ଯୋଗୁ ମତଦାନ ପ୍ରକ୍ରିୟା ବିଳମ୍ବିତ ହୋଇଥିଲା। ୬ଟି ବୁଥ୍‌ରେ ଇଭିଏମ୍‌  ତ୍ରୁଟି ଏବଂ ପୋଲିଂ କର୍ମଚାରୀଙ୍କ ଅବହେଳା ଯୋଗୁ ନିର୍ବାଚନକୁ ବାତିଲ କରାଯାଇଛି।

ମୁଖ୍ୟମନ୍ତ୍ରୀଙ୍କ ରୋଡ୍‌ ଶୋ’ ବେଳେ ଦୁର୍ଘଟଣା, ଜଣେ କର୍ମୀ ଆହତ

ମୁଖ୍ୟମନ୍ତ୍ରୀଙ୍କ ରୋଡ୍‌ ଶୋ’ ବେଳେ ଦୁର୍ଘଟଣା, ଜଣେ କର୍ମୀ ଆହତ

ଭୁବନେଶ୍ୱର/ ଖୋର୍ଦ୍ଧା ଅଫିସ, ୧୮।୪(ବ୍ୟୁରୋ):  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଖୋର୍ଦ୍ଧା ଜିଲାର ବେଗୁନିଆରୁ ଭୁବନେଶ୍ୱର ପର୍ଯ୍ୟନ୍ତ ରୋଡ୍‌ ଶୋ’ କରିଥିଲେ। ଏହି ସମୟରେ ଦୁର୍ଭାଗ୍ୟବଶତଃ ଦୁର୍ଘଟଣା ଘଟିଥିଲା। ଏଥିରେ ଜଣେ କର୍ମୀ ଆହତ ହୋଇଛନ୍ତି। 

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ: ୫ଟା ସୁଦ୍ଧା ୬୪% ମତଦାନ

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ: ୫ଟା ସୁଦ୍ଧା ୬୪% ମତଦାନ

ଭୁବନେଶ୍ୱର, ୧୮।୪(ବ୍ୟୁରୋ):  ଗୁରୁବାର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି। ଏହି ପର୍ଯ୍ୟାୟରେ ୫ ଲୋକ ସଭା ଓ ୩୫ ବିଧାନସଭା ଲାଗି ମତଦାନ ହୋଇଛି। ତେବେ ସନ୍ଧ୍ୟା ୫ଟା ସୁଦ୍ଧା ରାଜ୍ୟରେ ମୋଟ ୬୪ ପ୍ରତିଶତ ମତଦାନ ହୋଇଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି।

ବିଜେଡିର ହିଂସାକୁ ରାଜ୍ୟବାସୀ ଭୋଟରେ ଜବାବ ଦେବେ: ଧର୍ମେନ୍ଦ୍ର ପ୍ରଧାନ

ବିଜେଡିର ହିଂସାକୁ ରାଜ୍ୟବାସୀ ଭୋଟରେ ଜବାବ ଦେବେ: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର, ୧୮।୪(ବ୍ୟୁରୋ): ପରାଜୟର ଭୟରେ ବିଜେଡି ହିଂସାର ମାର୍ଗ ଆପଣେଇଛି। ଭାଜ୍ୟବାସୀ ଭୋଟରେ ଏହାର ଜବାବ ଦେବେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ଏପରି କହିଛନ୍ତି। 

ବିଜେଡି ଜିଲା ସଭାପତିଙ୍କ କାର୍ଯ୍ୟାଳୟ ଉପରକୁ ବୋମାମାଡ଼ ଘଟଣା, ଥାନା ଘେରିଲେ ସମର୍ଥକ

ବିଜେଡି ଜିଲା ସଭାପତିଙ୍କ କାର୍ଯ୍ୟାଳୟ ଉପରକୁ ବୋମାମାଡ଼ ଘଟଣା, ଥାନା ଘେରିଲେ ସମର୍ଥକ

କଟକରୋଡ,୧୮।୪(ଡି.ଏନ୍‌.ଏ.): ଲକ୍ଷ୍ମୀସାଗର ଥାନା ଅଧୀନ ଚିନ୍ତାମଣିଶ୍ୱର ଛକ ନିକଟରେ ଥିବା ବିଜେଡି  ଭୁବନେଶ୍ୱର ଜିଲା ସଭାପତି ଅମରେଶ ଜେନାଙ୍କ କାର୍ଯ୍ୟାଳୟ ଉପରକୁ ହୋଇଥିବା ବୋମାମାଡ଼ ଘଟଣାରେ ପୋଲିସ ଗୁରୁବାର ଅଭିଯୁକ୍ତଙ୍କ ନାମରେ ମାମଲା ରୁଜୁ କରିଛି। 


Model This Week

କ୍ରିଷ୍ଣା
Why Dharitri