ରାଜ୍ୟ |

ଯୁବ ଉଦ୍ୟୋଗୀଙ୍କ ଅଭିନବ ପ୍ରୟାସ: ରାଜ୍ୟରେ ପ୍ରଥମ କର୍ନ ସାଇଲେଜ୍‌ କାରଖାନା

ଯୁବ ଉଦ୍ୟୋଗୀଙ୍କ ଅଭିନବ ପ୍ରୟାସ: ରାଜ୍ୟରେ ପ୍ରଥମ କର୍ନ ସାଇଲେଜ୍‌ କାରଖାନା
ଭୁବନେଶ୍ୱର,୨୬।୩(ବ୍ୟୁରୋ)- ଗୋପାଳନ କ୍ଷେତ୍ରରେ ଓଡ଼ିଶାରେ ସୃଷ୍ଟି ହୋଇଛି ଏକ ନୂଆ ଆଶା। ସମଗ୍ର ବିଶ୍ୱରେ ଗୋପାଳନ ଲାଗି ବ୍ୟବହୃତ ହେଉଥିବା ଲୋକପ୍ରିୟ ଚାରା କର୍ନ ସାଇଲେଜ୍‌ ବା ମକା ସାଇଲେଜ୍‌ର ଏକ ନୂତନ ଉତ୍ପାଦନ କେନ୍ଦ୍ର ହୋଇଛି ଓଡ଼ିଶା। ଗୋ-ସମ୍ପଦ ପାଇଁ ସର୍ବୋତ୍କୃଷ୍ଟ ଚାରା ଭାବେ ଜଣାଶୁଣା ମକା ସାଇଲେଜ୍‌ର କାରଖାନା ରାଜ୍ୟରେ ପ୍ରତିଷ୍ଠା ହେବା ସହ ଓଡ଼ିଶାର ଗୋଚାଷ ଏକ ନୂତନ ଦିଗ ପାଇବାକୁ ଯାଉଛି। ଭୁବନେଶ୍ୱରର ଯୁବ ଦୁଗ୍ଧଚାଷୀ ଅନନ୍ତ ବାସୁଦେବଙ୍କ ପ୍ରଚେଷ୍ଟାରେ ନବରଙ୍ଗପୁରଠାରେ ପ୍ରତିଷ୍ଠା ହୋଇଥିବା ଏହି ‘ଓଡ଼ିଶା ସାଇଲେଜ୍‌’ କାରଖାନା କେବଳ ଓଡ଼ିଶାରେ ନୁହେଁ, ବରଂ ପୂର୍ବ ଭାରତର ପ୍ରଥମ ତଥା ଏକମାତ୍ର କର୍ନ ସାଇଲେଜ୍‌ ଉତ୍ପାଦନ କେନ୍ଦ୍ର। କର୍ନ ସାଇଲେଜ୍‌ ଏକ ଉଚ୍ଚ ଗୁଣବତ୍ତା ବିଶିଷ୍ଟ ଚାରା, ଯାହାକି ସମଗ୍ର ବିଶ୍ୱର ବିଭିନ୍ନ ଡାଏରୀ ସଂସ୍ଥା ଦ୍ୱାରା ବ୍ୟବହାର କରାଯାଇଥାଏ। ପାଚନଶୀଳ, ଶକ୍ତିବର୍ଦ୍ଧକ ଓ ଗାଈର ସ୍ବାସ୍ଥ୍ୟବର୍ଦ୍ଧକ ହୋଇଥିବାରୁ ଏହାର ବିଶେଷ ଲୋକପ୍ରିୟତା ରହିଛି। ସେହିଭଳି ଯନ୍ତ୍ରପାତି ସାହାଯ୍ୟରେ ଖୁବ୍‌ କମ୍‌ ସମୟରେ ଅମଳ କରିବା ଏବଂ ଖୁଆଇବା ପାଇଁ ବି ଏହା ସହଜସାଧ୍ୟ। ଶୀଘ୍ର ଅମଳ ତଥା ଅଧିକ ଲାଭଦାୟକ ହୋଇଥିବାରୁ କେବଳ ଗୋଚାଷୀ ନୁହନ୍ତି, ମକା ଚାଷୀମାନଙ୍କ ପାଇଁ ମଧ୍ୟ ଏହା ଲାଭଦାୟକ। ଏଥିପାଇଁ ଓଡ଼ିଶାର ବୃହତ୍ତମ ମକା ବଜାର ନବରଙ୍ଗପୁର ଜିଲାରେ ଏହି କାରଖାନାକୁ ପ୍ରତିଷ୍ଠା କରାଯାଇଛି। ବର୍ଷକୁ ପ୍ରାୟ ୪୦ ହଜାର ମେଟ୍ରିକ୍‌ ଟନ୍‌ କର୍ନ ସାଇଲେଜ୍‌ ପ୍ରସ୍ତୁତ କରିବାର କ୍ଷମତା ରଖୁଥିବା ଏହି କାରଖାନା ବର୍ଷର ୩୬୫ ଦିନ ଦୈନିକ ୨୦ ହଜାର ଗାଈଙ୍କୁ ଚାରା ଯୋଗାଇପାରିବ। ଉପତ୍ାଦନରେ ବ୍ୟବହୃତ ଯନ୍ତ୍ରପାତି ଯଥା ହାର୍ଭେଷ୍ଟର, ବଲେର ଆଦି ଜର୍ମାନୀ ଓ ନରଓ୍ବେ ପରି ୟୁରୋପୀୟ ଦେଶରୁ ଅଣାଯାଇଥିବା ବେଳେ ଏହା ଏକ ସ୍ବୟଂଚାଳିତ ୟୁନିଟ୍‌। ଏହି ପ୍ରକଳ୍ପ ଦ୍ୱାରା ଜିଲାର ପ୍ରାୟ ୫୦୦ ମକାଚାଷୀ ଉପକୃତ ହେବା ସହ ୩୦ରୁ ୪୦ ପ୍ରତିଶତ ଅଧିକ ଲାଭବାନ୍‌ ହୋଇପାରିବେ ବୋଲି ଅନନ୍ତ କହିଛନ୍ତି। ୨୦୧୩ ମସିହାରୁ କୋରାପୁଟରେ ନିଜର ଡାଏରୀ ସଂସ୍ଥା ପ୍ରତିଷ୍ଠା କରିଥିବା ଅନନ୍ତ ନିଜ ଗାଈମାନଙ୍କ ପାଇଁ ୩୬୫ଦିନ ସବୁଜ ଘାସ ଯୋଗାଡ଼ କରିବା କଷ୍ଟସାଧ୍ୟ ଅନୁଭବ କରି ଏହି ପ୍ରକଳ୍ପର ପରିକଳ୍ପନା କରିଥିଲେ। ପ୍ରଥମେ ଆନ୍ଧ୍ରପ୍ରଦେଶରୁ ମକା ସାଇଲେଜ୍‌ କିଣୁଥିଲେ ମଧ୍ୟ ସେଠାରେ ଏହାର ପ୍ରଚୁର ଚାହିଦା ଥିବାରୁ ପ୍ରତିଦିନ ପାଇବା କଷ୍ଟକର ହେଲା। ପରିବହନ ଦର ମଧ୍ୟ ବେଶ୍‌ ଅଧିକ ରହୁଥିଲା। ଓଡ଼ିଶାରେ ଏବେ ୧୫ ମିଲିୟନ ଗାଈ ରହିଥିବା ବେଳେ ସେମାନଙ୍କ ପାଇଁ ଆବଶ୍ୟକ ଗୋଖାଦ୍ୟରୁ ପ୍ରାୟ ୪୮ ପ୍ରତିଶତ ନିଅଣ୍ଟ ହୋଇଥାଏ। ଏଭଳିସ୍ଥଳେ କେବଳ କର୍ନ ସାଇଲେଜ୍‌ ଦ୍ୱାରା ହିଁ ଘଟଣାର ସମାଧାନ କରିବା ସମ୍ଭବ ଥିଲା। ଦୁଗ୍ଧର ମାନ ବୃଦ୍ଧି ସହ ଦୁଗ୍ଧଚାଷୀଙ୍କୁ ଲାଭବାନ୍‌ କରାଇବା ଆମର ମୁଖ୍ୟ ଲକ୍ଷ୍ୟ ବୋଲି ଅନନ୍ତ ବାସୁଦେବ କହିଛନ୍ତି। ପ୍ରାରମ୍ଭରେ ଏହି ଉପତ୍ାଦ ସମଗ୍ର ରାଜ୍ୟରେ ଉପଲବ୍ଧ ହେବ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ସମଗ୍ର ପୂର୍ବ ଭାରତରେ ଉପଲବ୍ଧ କରାଯିବ ବୋଲି ସେ କହିଛନ୍ତି। ନବରଙ୍ଗପୁର ଜିଲାପାଳ ଅଜିତ ମିଶ୍ର ସୋମବାର ଏହି କାରଖାନାକୁ ଉଦ୍‌ଘାଟନ କରିଛନ୍ତି।
All Right Reserved By

ରାଜ୍ୟ |

ବନ୍ଧୁକ ଦେଖାଇ ଫାଇନାନ୍ସ କର୍ମଚାରୀଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟ୍‌

ବନ୍ଧୁକ ଦେଖାଇ ଫାଇନାନ୍ସ କର୍ମଚାରୀଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟ୍‌

ଚାନ୍ଦବାଲି,୧୯ା୨(ଡି.ଏନ.ଏ.): ଭଦ୍ରକ ଜିଲା ଚାନ୍ଦବାଲି ଥାନା ତଥା ମତୋ ପୋଲିସ ଫାଣ୍ଡି ଅଧୀନ ପ୍ରତାପପୁର ଗାଁ ରାସ୍ତାରୁ ଜଣେ ଫାଇନାନ୍ସ କର୍ମଚାରୀଙ୍କ ଠାରୁ ମଙ୍ଗଳବାର ଲକ୍ଷାଧିକ ଟଙ୍କା ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି ।  

ନିର୍ବାଚନ ନେଇ ପ୍ରସ୍ତୁତି: ରାଜନଗରରେ ଦ୍ୱିତୀୟ ପର୍ଯ୍ୟାୟ ପ୍ରିଜାଇଡିଂ ଅଧିକାରୀଙ୍କୁ ତାଲିମ

ନିର୍ବାଚନ ନେଇ ପ୍ରସ୍ତୁତି: ରାଜନଗରରେ ଦ୍ୱିତୀୟ ପର୍ଯ୍ୟାୟ ପ୍ରିଜାଇଡିଂ ଅଧିକାରୀଙ୍କୁ ତାଲିମ

ରାଜନଗର, ୧୯।୨(ଡି.ଏନ୍‌.ଏ.): ୨୦୧୯ ସାଧାରଣ ନିର୍ବାଚନ ପାଇଁ କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ସମ୍ମିଳନୀ କକ୍ଷରେ ମଙ୍ଗଳବାର ଦ୍ୱିତୀୟ ପର୍ଯ୍ୟାୟ ତାଲିମ ଦିଆଯାଇଛି। 

ଟ୍ରକ୍‌-ବାଇକ୍‌ ମୁହାଁମୁହିଁ: ଜଣେ ଗୁରୁତର

ଟ୍ରକ୍‌-ବାଇକ୍‌ ମୁହାଁମୁହିଁ: ଜଣେ ଗୁରୁତର

ଯାଜପୁର ଅଫିସ/କୋରେଇ, ୧୯।୨(ସ୍ବ.ପ୍ର.): ଯାଜପୁର ଜିଲା ୨୦ ନଂ. ଜାତୀୟ ରାଜପଥର କୋରେଇ ଥାନା ଅନ୍ତର୍ଗତ ବେଣାପୁର ଛକରେ ମଙ୍ଗଳବାର ପୂର୍ବାହ୍ନରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଓ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି। 

ରାଜଧାନୀରେ ବାଘ ଆତଙ୍କ: ବାଘ ଖୋଜା ଅଭିଯାନ ପାଇଁ  ରାସ୍ତା ସିଲ୍‌, ଲୋକେ  ହନ୍ତସନ୍ତ

ରାଜଧାନୀରେ ବାଘ ଆତଙ୍କ: ବାଘ ଖୋଜା ଅଭିଯାନ ପାଇଁ ରାସ୍ତା ସିଲ୍‌, ଲୋକେ ହନ୍ତସନ୍ତ

ଭୁବନେଶ୍ୱର, ୧୯।୨(ବ୍ୟୁରୋ): ଭୁବନେଶ୍ୱର ପଳାଶପଲ୍ଲୀ ଅଞ୍ଚଳରେ ଏକ କଲରାପତରିଆ ବାଘ ବୁଲୁଛି। ଏହାକୁ ନେଇ ସୋମବାର ରାତିରୁ ଆରମ୍ଭ ହୋଇଛି ଅପରେଶନ। ବନ ବିଭାଗ ସହିତ ସିଆଇଏସ୍‌ଏଫ୍‌ କର୍ମଚାରୀଙ୍କୁ ଏହି କାର୍ଯ୍ୟରେ ନିୟୋଜିତ କରାଯାଇଛି। 

ପୁଣି ମାଓବାଦୀଙ୍କ ଲାଲ୍‌ ବ୍ୟାନର୍‌: ସରକାରଙ୍କ ଚାଷୀ ଦମନ ନୀତିକୁ ବିରୋଧ

ପୁଣି ମାଓବାଦୀଙ୍କ ଲାଲ୍‌ ବ୍ୟାନର୍‌: ସରକାରଙ୍କ ଚାଷୀ ଦମନ ନୀତିକୁ ବିରୋଧ

ଦାରିଙ୍ଗିବାଡି,୧୯।୨(ଡି.ଏନ.ଏ.):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିମନବାଡି ନିକଟ  ୫୯ନଂ ଜାତୀୟ ରାଜପଥ ର ବୁଡାଗୁଡା ଛକରେ ଓଡିଶା ରାଜ୍ୟ କମିଟି ସିପିଆଇ (ମାଓବାଦୀ)ଙ୍କ ପକ୍ଷରୁ ଲାଲ ବ୍ୟାନର ସହ ପୋଷ୍ଟର ଲଗାଯାଇଛି। 

ବଢ଼ିବ ତାତି

ବଢ଼ିବ ତାତି

ଭୁବନେଶ୍ୱର,୧୯।୨(ବ୍ୟୁରୋ):ବର୍ଷା ଯୋଗୁ ଗତ ଦୁଇଦିନ ହେବ ରାଜ୍ୟରେ ଥଣ୍ଡା ପାଗ ରହିଥିଲା ।

୨୦ରେ ଆସିବେ ଯୋଗୀ

୨୦ରେ ଆସିବେ ଯୋଗୀ

ଭୁବନେଶ୍ୱର, ୧୯।୨(ବ୍ୟୁରୋ):ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆସନ୍ତା ୨୦ରେ ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ବୁଧବାର ସକାଳ ୧୦ଟାରେ ଯୋଗୀ ରାୟପୁର ବିମାନବନ୍ଦରରେ ପହଞ୍ଚିବେ। 

ସୁକିନ୍ଦା ବିଧାନସଭା ନିର୍ବାଚନ ମଣ୍ଡଳୀ: ଚର୍ଚ୍ଚାରେ ବିଜେଡି ଟିକେଟ

ସୁକିନ୍ଦା ବିଧାନସଭା ନିର୍ବାଚନ ମଣ୍ଡଳୀ: ଚର୍ଚ୍ଚାରେ ବିଜେଡି ଟିକେଟ

ଯାଜପୁର ଅଫିସ,୧୯।୨:ଯାଜପୁର ଜିଲା ଦାନଗଦି ଓ ସୁକିନ୍ଦା ବ୍ଲକକୁ ନେଇ ଗଠିତ ସୁକିନ୍ଦା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଗତ ୩ ଦଶନ୍ଧି ହେଲା ଗୋଟିଏ ପରିବାର ସଦସ୍ୟ ନିର୍ବାଚିତ ହୋଇ ଆସୁଛନ୍ତି। ଶିଳ୍ପ ଓ ଖଣି ସମୃଦ୍ଧ ଏହି ନିର୍ବାଚନ ମଣ୍ଡଳୀରେ ଏଥର ପଟ ପରିବର୍ତ୍ତନ କିମ୍ବା ରାଜନୈତିକ ସମୀକରଣ ବଦଳିବାର ସମ୍ଭାବନା ରହିଥିବା ଚର୍ଚ୍ଚା ଜୋର ଧରିଛି।

କୋଣାର୍କ ସୂର୍ଯ୍ୟମନ୍ଦିର ଅସୁରକ୍ଷିତ:୬ ସ୍ଥାନରେ ମରାମତି ଆବଶ୍ୟକ

କୋଣାର୍କ ସୂର୍ଯ୍ୟମନ୍ଦିର ଅସୁରକ୍ଷିତ:୬ ସ୍ଥାନରେ ମରାମତି ଆବଶ୍ୟକ

କଟକ ଅଫିସ, ୧୯।୨:କୋଣାର୍କ ସୂର୍ଯ୍ୟମନ୍ଦିର ସୁରକ୍ଷିତ। ମନ୍ଦିର ପ୍ରତି ସେଭଳି କୌଣସି ବିପଦ ନାହିଁ। ଏହିଭଳି କଥା ଆରମ୍ଭରୁ କହି ଆସୁଥିବା ଭାରତୀୟ ପ୍ରନତ୍ତାତ୍ତି୍ବକ ସର୍ବେକ୍ଷଣ (ଏଏସ୍‌ଆଇ) ସଂସ୍ଥା ଶେଷରେ ମାନିଛି ଯେ ମନ୍ଦିର ପ୍ରତି ବିପଦ ରହିଛି। 

ଅଭିଯୁକ୍ତଙ୍କ ଜମିରେ ଖଣିଜ ଷ୍ଟକୟାର୍ଡ

ଅଭିଯୁକ୍ତଙ୍କ ଜମିରେ ଖଣିଜ ଷ୍ଟକୟାର୍ଡ

ଯୋଡ଼ା, ୧୯।୨(ଡି.ଏନ.ଏ.): ଯୋଡ଼ା ଖଣି ମଣ୍ଡଳ ଅନ୍ତର୍ଗତ ବାଂଶପାଣି ରେଳ ସାଇଡିଂ ନିକଟ ଯୋଡ଼ା-ବାମେବାରୀ ରାସ୍ତା ପାର୍ଶ୍ୱରେ ଥିବା ଜଣେ ଅଭିଯୁକ୍ତଙ୍କ ଜମିରେ ଏକ ଶିଳ୍ପ ସଂସ୍ଥାର ଖଣିଜ ଗଛିତ ହେଉଛି। 

ପୁଣି ନକଲି ଜର୍ଦ୍ଦା କାରଖାନା ଠାବ

ପୁଣି ନକଲି ଜର୍ଦ୍ଦା କାରଖାନା ଠାବ

ଭଦ୍ରକ ଅଫିସ, ୧୯।୨ - ଭଦ୍ରକ ଜିଲା ପୁରୁଣାବଜାର ଥାନା ପୋଲିସ ସୋମବାର ମଧ୍ୟାହ୍ନରେ ପୁଣି ଏକ ନକଲି ଜର୍ଦ୍ଦା କାରଖାନା ଠାବ କରିଛି। ମୁଖ୍ୟ କାର୍ପଟଦାର ଫେରାର ହୋଇଯାଇଥିବା ବେଳେ ଲକ୍ଷାଧିକ ଟଙ୍କାର ସାମଗ୍ରୀ, ମେଶିନ, ଏସେନ୍ସ ଓ ସିଲ୍‌ ମେଶିନ ପୋଲିସ ଜବତ କରିଛି। 

ଧାନକିଣାରେ ଅନିୟମିତତା: ଚାଷୀଙ୍କ ଧାରଣା

ଧାନକିଣାରେ ଅନିୟମିତତା: ଚାଷୀଙ୍କ ଧାରଣା

ଭଣ୍ଡାରିପୋଖରୀ, ୧୯।୨ (ଡି.ଏନ.ଏ.) - ଭଣ୍ଡାରିପୋଖରୀ ସଦରମହକୁମାଠାରେ  ଥିବା ନଗୁଁଆ ପ୍ରାଥମିକ କୃଷି ସମବାୟ ସମିତିରେ ଧାନକିଣାରେ ଅନିୟମିତତା ପ୍ରତିବାଦରେ ଚାଷୀମାନେ ସୋମବାର ସମିତି କାର୍ଯ୍ୟାଳୟରେ ତାଲା ପକାଇ ଧାରଣା ଦେଇଥିଲେ।